ଗୋପୀଭାଷା

 

 

 

 

 

 

 

 

 

ଗୋପୀଭାଷା

ଦନାଇ ଦାସ

 

ମୁଖବନ୍ଧ

ଦନାଇ ଦାସଙ୍କ ‘ଗୋପୀଭାଷା’ ଉତ୍କଳର ଘରେ ଘରେ ସୁପରିଚିତ । କିନ୍ତୁ ଦୁଃଖର କଥା, ସେହି ଗୋପୀଭାଷାର କେବଳ ପ୍ରଥମ ତିନିଗୋଟି ଛନ୍ଦରୁ କେତେକ ପଦ ମାତ୍ର ପୁସ୍ତକାକାରରେ ପ୍ରକାଶିତ ହୋଇଥିଲା । ତେଣୁ ଆମ୍ଭମାନଙ୍କ ଗୋପୀଭାଷାର ବିଶାଳ କଳେବର ଦର୍ଶନରେ କେହି କେହି ବିସ୍ମିତ ହେବା ବିଚିତ୍ର ନୁହେଁ । ୩୨ ଛନ୍ଦ ବିଶିଷ୍ଟ ଛଅଖଣ୍ଡି ଗୋପୀଭାଷା ପୋଥି ପାଇ ଏହି ଗୋପୀଭାଷାର ସଂକଳନ କଲୁ । ଶୁଣାଯାଏ, ଏହା ୯୬ ଛନ୍ଦ ବିଶିଷ୍ଟ । କିନ୍ତୁ ଅସ୍ମତ ସଂକଳିତ ଗୋପୀଭାଷାର ଉପସଂହାର ପାଠକଲେ ଜଣାଯାଏ ଯେପରିକି ଏହା ୩୨ ଛନ୍ଦରେ ସଂପୂର୍ଣ୍ଣହୋଇ ଅଛି । ଯଦ୍ୟପି ଏହାପରେ ଆଉ ୬୪ ଛନ୍ଦ ମିଳେ, ତେବେ ତାହା ପରେ ସଂକଳିତ ହେବ ।

 

କବି ଦନାଇ ଦାସ ଜଣେ ପ୍ରଧାନ ଭକ୍ତ ଥିଲେ, କୃଷ୍ଣ ରସରେ ରସିକ ଥିଲେ-ମତୁଆଲା ଥିଲେ । ସେ ଗୋପୀ ଭାବରେ ଏତେଦୂର ଭୋଳଥିଲେ ଯେ, ତାଙ୍କର ବାସ୍ତବ ଜ୍ଞାନ ଥିଲା ପରି ଜଣାଯାଏ ନାହିଁ । ଗୋପୀଭାଷା ଗୋଟିଏ ଉପାଦେୟ ଗ୍ରନ୍ଥ । ଦନାଇ ଦାସ ସେ ସମୟର ସାମାଜିକ ଓ ପାରିବାରିକ ଚିତ୍ରମାନ ତହିଁରେ ଗୌଣ ଭାବରେ ଉପସ୍ଥାପିତ କରି ଅଛନ୍ତି । ସେ କେଉଁ ସମୟର ଲୋକ, ତାହା ବର୍ତ୍ତମାନ ବିଚାର୍ଯ୍ୟ । ଗୋପୀଭାଷା ପାଠକଲେ ଜଣାଯାଏ ଯେ:-

 

(କ) ଦନାଇ ଦାସ ଜଗନ୍ନାଥ ଦାସଙ୍କ ଭାଗବତରୁ ଅନେକ ବିଷୟ ଓ ସ୍ଥଳ ବିଶେଷରେ ପଦମାନ ବ୍ୟବହାର କରିଅଛନ୍ତି । ଯଥା:-

 

(୧)

ଭୋ ନାଥ ପରମ ହୟାଳୁ

 

 

ଦୁଷ୍ଟ ନିବାରି ସନ୍ଥ ପାଳୁ

(ଭାଗବତ)

 

କଂସକୁ ମାରି ମେଦିନୀ ରଖିବୁ

 

 

ଦୁଷ୍ଟ ନିବାର ସନ୍ଥକୁ ପାଳିବୁ

(ଗୋପୀଭାଷା)

 

(୨) ଅନ୍ୟାନ ବିଷୟ ଛଡ଼ା ବୃନ୍ଦାବତୀ ବିଷୟ ଯାହା ଜଗନ୍ନାଥ ଦାସଙ୍କ ଭାଗବତରେ ଅଛି, ତାହା ମଧ୍ୟ ଗୋପୀଭାଷାରେ ତଦ୍ରୁପ ।

 

(୩) ଉଦ୍ଧବଙ୍କ ବ୍ରହ୍ମଜ୍ଞାନରେ ଗୋପୀମାନେ ସନ୍ତୁଷ୍ଟ ହୋଇ ରହିବେ । ଯାହା ଓଡ଼ିଆ ଭାଗବତରେ ଅଛି, ତାହାର ଅବଲମ୍ବନରେ ଗୋପୀଭାଷାରେ ନାରଦ ଗୋପୀମାନଙ୍କୁ ବ୍ରହ୍ମଜ୍ଞାନ କହି ସନ୍ତୁଷ୍ଟ କରିଥିବା କଥା ଲିଖିତ ଅଛି । ଏ ସମସ୍ତରୁ ଜଣାଯାଉଅଛି ଯେ, ଦନାଇ ଦାସ ଜଗନ୍ନାଥ ଦାସଙ୍କ ପରବର୍ତ୍ତୀ ।

 

(ଖ) ଦନାଇ ଦାସ ଅଚ୍ୟୁତାନନ୍ଦ ଦାସଙ୍କ ମଧ୍ୟ ପରବର୍ତ୍ତୀ । କାରଣ:-

(୧) ଅଚ୍ୟୁତାନନ୍ଦ ବୃନ୍ଦାବତୀ ହରଣ ବିଷୟ ସ୍ୱ ହରିବଂଶରେ ଲେଖିଛନ୍ତି ।

(୨) ଗୋପୀମାନଙ୍କୁ ନାରଦର ବ୍ରହ୍ମଜ୍ଞାନ କଥନ ଅଚ୍ୟୁତାନନ୍ଦଙ୍କ ଗୁରୁଭକ୍ତି ଗୀତା ୧ମ ଖଣ୍ଡ ୮ମ ଛନ୍ଦର ପଦମାନଙ୍କ ଅନୁରୂପ ।

 

ରୂପ ଦେଖିବାକୁ ତ ସମସ୍ତ ଜନ ପରି

ନାମକୁ ପରଚେ ଘଟ ଏକ ଏକ କରି

ଗୋପୀ ରୂପ ଦେଖି କରି ଶୋକେ ବୁଡ଼ିଥିଲେ

ଉଚିତ ଭେଟେଣ ନାମ ପରଚେ ହୋଇଲେ

ଲଳିତା ଉଦ୍ଧବ ବସି ନାମ ଉଚ୍ଚାରିଲେ

ରୂପେ ଗଲେ ନାମ ଥିତି ମନେ ଲୟେ କଲେ

 

(ଗ) ଚୈତନ୍ୟଦେବଙ୍କ ଆବିର୍ଭାବ ଓ ତାଙ୍କ ଉତ୍କଳ ଲୀଳାପରେ ଦନାଇ ଦାସ ଜନ୍ମ ଗ୍ରହଣ କରିଥିଲେ । କାରଣ ଗୋପୀଭାଷାର ୬ଷ୍ଠ ଛାନ୍ଦର ୯୯ ପଦରେ ଲେଖିଛନ୍ତି-

 

ବେଶ ଭୂଷଣ ସେ ହୋଇଲେ ତୋରା

ଏହି ସମୟେ ମିଳେ ଶ୍ୟାମ ଗୋରା

 

(ଘ) କଳାପାହଡ଼ଦ୍ୱାରା ଜଗନ୍ନାଥଙ୍କ ମୂର୍ତ୍ତି ଦଗ୍ଧ ହେବା ଗୋପୀଭାଷାରେ ସୂଚିତ ହୋଇଥିବା ବିଷୟ କବିଙ୍କ ଉକ୍ତିରୁ ଜଣାପଡ଼େ । ଯଥା:-

 

ଶିବ ଥାଳରେ ଗରଳ ଭରିଲୁ

ବିଷ୍ଣୁ ପ୍ରତିମା ଅନଳେ ଦହିଲୁ

ଏଥିରୁ ଜଣାଯାଏ ଯେ, ସେ କଳାପାହାଡ଼ର ସମସାମୟିକ କିମ୍ବା ତତ୍‌ପରବର୍ତ୍ତୀ କାଳର ଲୋକ ।

 

 

(ଙ) ବୈଚନ୍ଦ୍ର ଗୀତାକାର ଦେବାନନ୍ଦ ଦାସ ଓ ଅଣାକାର ସଂହିତାର ନନ୍ଦ ଦାସ ଏକ ବ୍ୟକ୍ତି ବୋଲି ଅନେକଙ୍କର ମତ । ନନ୍ଦ ଦାସ ତାଙ୍କ ଅଣାକାର ସଂହିତାରେ ଲେଖିଛନ୍ତି, ପଞ୍ଚସଖାଙ୍କ ମଧ୍ୟରୁ ଏକତମ ଅନନ୍ତ ଖୋର୍ଦ୍ଧାରେ ଜନାର୍ଦ୍ଦନ ରୂପରେ ଜନ୍ମ ପରିଗ୍ରହ କରିଥିଲେ । ଦେବାନନ୍ଦ ବା ନନ୍ଦ ଦାସଙ୍କ ବିଷୟରେ ବିନାୟକ ମିଶ୍ରେ ଲେଖିଅଛନ୍ତି- “ଏହାଙ୍କର ଆବିର୍ଭାବ କାଳ ସମ୍ବନ୍ଧରେ କୌଣସି ସଂକେତ ମିଳି ନାହିଁ । ଅଚ୍ୟୁତାନନ୍ଦ, ଦ୍ୱାରକା ଓ ଜନାର୍ଦ୍ଦନ ପ୍ରଭୃତିଙ୍କ ଆବିର୍ଭାବ କାଳ ନନ୍ଦ ଦାସ ଅଣାକାର ସଂହିତାରେ ଲେଖିଥିବାରୁ ଏହାଙ୍କୁ ସପ୍ତଦଶ ଶତାବ୍ଦୀର କବି ବୋଲି ଅନୁମାନ କରିବାକୁ ହୁଏ । ” ପରଚେ ଗୀତାର ମୁଖବନ୍ଧରେ ଆମ୍ଭେମାନେ ନିର୍ଦ୍ଦେଶ କରିଅଛୁ ଯେ, ଦ୍ୱାରକା ଦାସ ୧୬୬୨ ସାଲ ବା ତତ୍‌ସମୀପବର୍ତ୍ତୀ କାଳରେ ଜନ୍ମଗ୍ରହଣ କରି ୧୬୪୦ ସାଲ ବା ତତ୍‌ସମୀପବର୍ତ୍ତୀ କାଳରେ ଦେହତ୍ୟାଗ କରିଥିବା ସମ୍ଭବପର । ଦ୍ୱାରକା ଦାସ ମୁକୁନ୍ଦ ଦେବଙ୍କର ୨ ଅଙ୍କ ଓ ୨୭ ଅଙ୍କରେ ବର୍ତ୍ତମାନ ଥିବା ତାଙ୍କ ଛତିଶ ଗୁପ୍ତ ଗୀତାରେ ଲେଖିଛନ୍ତି । ବୈଚନ୍ଦ୍ର ଗୀତାକାର ଦେବାନନ୍ଦ ଦାସ ବୈଚନ୍ଦ୍ର ଗୀତାର ଉପସଂହାରରେ ସ୍ୱ ଗ୍ରନ୍ଥର ରଚନାକାଳ ଓ ନିଜର ଅଧିଷ୍ଠାନ ନିର୍ଦ୍ଦେଶ କରି କହିଅଛନ୍ତି:-

 

ମୁକୁନ୍ଦ ଦେବ ରାଜୁଷିରେ

ସଂପୂର୍ଣ୍ଣ ଚଉଦ ଅଙ୍କରେ

ବେନି ଅଷାତ ସେ ସାଲର

ସ୍ୱାମୀ ନବୀନ କଳେବର

ଦ୍ୱିତୀୟା ଆଦି ଶୁକ୍ରବାରେ

ଗୁଣ୍ଡିଚା ବିଜୟେ ଠାକୁରେ

ସେ ଦିନ ଏ ଗୀତା ସଂପୁର୍ଣ୍ଣ

ଯେ ପୁର ଶାଳିର ଗ୍ରାମେଣ

 

ବିନାୟକ ମିଶ୍ରେ ବୈଚନ୍ଦ୍ର ଗୀତାର ଏହି ଅଂଶ କେତେକ ପଢ଼ି ନ ଥିବାରୁ ଦେବାନନ୍ଦଙ୍କ ସମୟ ନିରୂପଣ କରି ନାହାନ୍ତି । ସେ ଯାହାହେଉ, ଉଦ୍ଧତାଂଶରୁ ସ୍ଫଷ୍ଟ ଜଣାଯାଉଅଛି ଯେ, ମୁକୁନ୍ଦ ଦେବଙ୍କ ୧୪ ଅଙ୍କରେ ସେ ଏ ଗ୍ରନ୍ଥ ସମାପନ କରିଥିଲେ । ଅଣାକାରସଂହିତା ଯେବେ ଏ ଗ୍ରନ୍ଥର ୧୦/୨୦ ବର୍ଷ ପରେ ଲେଖା ଯାଇଥିବାର ଅନୁମାନ କରାଯାଏ । ତେବେ (୧୬୬୨+୧୨+୨୦) ୧୬୯୪ ସାଲରେ ଅଣାକାର ସଂହିତା ଲେଖା ହେବା ସମ୍ଭବପର । ସେତେବେଳକୁ ଦ୍ୱାରକା ଦାସଙ୍କ ବୟସ ୩୧ କି ୩୨ ବର୍ଷ ହେଉଅଛି । ବିଚାର କଲେ ସ୍ପଷ୍ଟ ଜଣାଯାଏ ଯେ, ଦେବାନନ୍ଦ ଦାସ ଦ୍ୱାରକା ଦାସଙ୍କଠାରୁ ବୟସରେ ଜ୍ୟେଷ୍ଠ, ତେଣୁ ସେ ଦ୍ୱାରକା ଦାସଙ୍କ ବିଷୟରେ ସ୍ୱ ଅଣାକାରସଂହିତା ଗ୍ରନ୍ଥରେ ଲେଖିବା ସମ୍ଭବପର ନୁହେଁ । ତହୁଁ ଆମ୍ଭମାନଙ୍କ ମତରେ ତୃତୀୟ ମୁକୁନ୍ଦଦେବ ଯେ ୧୭୯୮ ରୁ ୧୮୧୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ, ତାଙ୍କରି ୧୪ ଅଙ୍କରେ ବୈଚନ୍ଦ୍ରଗୀତା ଲେଖା ଶେଷ ହୋଇଥିଲା । ତେଣୁ ଆମ୍ଭେମାନେ ୧୮୦୯ ସାଲରେ ବୈଚନ୍ଦ୍ରଗୀତା ସମାପ୍ତ ହେବାର ନିର୍ଦ୍ଦେଶ କରିପାରୁ । ନନ୍ଦଦାସ ତାଙ୍କ ପୂର୍ବବର୍ତ୍ତୀ ଅଚ୍ୟୁତ ଦ୍ୱାରକା ଓ ଜନାର୍ଦ୍ଦନ ପ୍ରଭୃତିଙ୍କ ବିଷୟ ଲେଖିବା ସ୍ୱାଭାବିକ । ଆମ୍ଭେମାନେ ପରଚେ ଗୀତାର ମୁଖବନ୍ଧରେ ଦର୍ଶାଇ ଅଛୁ ଯେ, ନନ୍ଦ ଦାସଙ୍କ ଉକ୍ତ ଦ୍ୱାରକା ଦାସଙ୍କ କାଳ ନିରୂପଣ ପ୍ରମାଦିକ ।

 

ପୁନଶ୍ଚ ବିନାୟକ ମିଶ୍ରେ ମୟୁର ଚନ୍ଦ୍ରିକାର ହରି ଦାସଙ୍କୁ ଆଉରଙ୍ଗଜେବ୍‌ଙ୍କଦ୍ୱାରା ଅତ୍ୟାଚାରିତ ହେବାର ଯାହା ଅନୁମାନ କରିଅଛନ୍ତି, ତାହା ଯୁକ୍ତିସଙ୍ଗତରୂପେ ପ୍ରତୀତ ହେଉନାହିଁ । କାରଣ ହରି ଦାସ ସ୍ୱ ମୟୂର ଚନ୍ଦ୍ରିକାର ପଞ୍ଚମ ଚନ୍ଦ୍ରିକାକୁ ଗୋପୀଭାଷା ବୃତ୍ତରେ ନିର୍ଦ୍ଦେଶ କରିଅଛନ୍ତି । ଜଣକର ଲେଖା ଜନ ସାଧାଣରେ ପ୍ରଚଳିତ ନ ହେଲେ କେହି ସେ ଲେଖାର ବୃତ୍ତରେ କବିତା ଲେଖି ଜନ ସାଧାରଣଙ୍କ ସମକ୍ଷରେ ଉପସ୍ଥାପିତ କରିବାକୁ ସାହାସୀ ହେବ ନାହିଁ । ବିନାୟକ ବାବୁ ଦୁଇଜଣଙ୍କୁ ସମକାଳୀନ କରି “ସେ କାଳରେ ମୁଦ୍ରାଯନ୍ତ୍ରର ସୁବିଧା ନ ଥାଇ ସୁଦ୍ଧା କିପରି କବିମାନଙ୍କର ରଚନାମାନ ଦେଶ ଭିତରେ ଦ୍ରୁତ ଗତିରେ ପ୍ରଚାରିତ ହେଉଥିଲା” ବୋଲି ଯେଉଁ ମନ୍ତବ୍ୟଟି ପ୍ରକାଶ କରିଅଛନ୍ତି, ତାହା ଯେପରି ବିସ୍ମୟଜନକ ସେହିପରି ହାସ୍ୟୋଦ୍ଦୀପକ । ହରି ଦାସ ଖୁବ୍‌ କମରେ ଗୋପୀଭାଷାକାର ଜନାର୍ଦ୍ଦନ ଦାସଙ୍କ ୫୦ ବର୍ଷ ପରର ଲୋକ କହିଲେ ସତ୍ୟର ଅପଳାପ ହେବ ନାହିଁ ।

 

ନନ୍ଦ ଦାସ ଯେ କି ଅଣାକାର ସଂହିତାରେ ଜନାର୍ଦ୍ଦନଙ୍କ ବିଷୟ ଲେଖିଅଛନ୍ତି, ତାଙ୍କୁ ଜନାର୍ଦ୍ଦନଙ୍କ ୫୦/୬୦ ବର୍ଷର ପରବର୍ତ୍ତୀ ଲୋକ ଧରିଲେ ଜନାର୍ଦ୍ଦନ ଦାସ ୧୭୪୦ ସାଲରେ ଜୀବିତ ଥିବା ସମ୍ଭବପର । ହରି ଦାସ ଓ ନନ୍ଦ ଦାସ ପ୍ରାୟ ଏକ କାଳର ଲୋକ, ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ ।

 

(ଚ) ଗୋପୀଭାଷାର ବିଂଶ ଛାନ୍ଦରେ ଦନାଇ ଦାସ ଲେଖିଛନ୍ତି-

କଳା ବୋଲାଅ ପତିତ ପାବନ

ଗୋପୀନାଥ ନାମ ବିଖ୍ୟାତ ପୁଣ

 

ଯେଉଁ ରାମଚନ୍ଦ୍ର ଦେବ ୧୭୩୨ ସାଲରୁ ୧୭୪୩ ସାଲ ପର୍ଯ୍ୟନ୍ତ ଓଡ଼ିଶାରେ ରାଜତ୍ୱ କରିଥିଲେ, ସେ ମୁର୍ଷିଦକୁଲିଖାଙ୍କ କନ୍ୟାକୁ ବିବାହ କରିଥିବାରୁ ତାଙ୍କୁ ଦେଉଳ ବାସନ୍ଦ ହୋଇଥିଲା । ତେଣୁ ସେ ପତିତ ପାବନ ମୂର୍ତ୍ତି ପ୍ରତିଷ୍ଠିତ କରିଥିଲେ । ଏଥିରୁ ଅନୁମାନ କରାଯାଇପାରେ, ଦନାଇ ଦାସ ୧୭୪୦ ସାଲପରେ ତାଙ୍କର ଗୋପୀଭାଷା ଲେଖିଥିଲେ ।

 

(ଛ) ଗୋପୀଭାଷାର ବୃତ୍ତ ହରି ଦାସଙ୍କ ଛଡ଼ା ସ୍ୱ କୃତିରେ କେହି ଅବଲମ୍ବନ କରିଥିବାର ଆମ୍ଭେମାନେ ପାଇନାହୁଁ । ଉପେନ୍ଦ୍ର ଭଞ୍ଜଙ୍କ ପିତାମହ ଧନଞ୍ଜୟଙ୍କଠାରୁ ଭକ୍ତ ଚରଣଙ୍କ ପର୍ଯ୍ୟନ୍ତ କେହି ଗୋପୀଭାଷା ବୃତ୍ତରେ ଛାନ୍ଦ ଲେଖିବା ନିର୍ଦ୍ଦେଶ କରି ନଥିବା ସ୍ଥଳେ ଆମ୍ଭେମାନେ ଦନାଇ ଦାସଙ୍କୁ ୧୮ଶ ଶତାବ୍ଦୀର ପୂର୍ବକାଳର ଲେଖକରୂପେ ଗ୍ରହଣ କର ନ ପାରୁ ।

 

(ଜ) ଆମ୍ଭେମାନେ ଯେଉଁ ଯାବନିକ ଶବ୍ଦମାନଙ୍କର ପ୍ରୟୋଗ ଗୋପୀଭାଷାରେ ଦେଖିବାକୁ ପାଉ, ତାହା ୧୭ଶ ଶତାବ୍ଦୀର ଲେଖକଙ୍କର କୃତିମାନଙ୍କରେ ଦେଖିବାକୁ ପାଉନା । ନାଏକ (ଲାଏକ୍) ଇଜରା, ମଉଜ, ସିପାହୀ, ହୁକୁମ ପ୍ରଭୃତି । ଏହି ଉପରୋକ୍ତ କାରଣମାନଙ୍କରୁ ଆମ୍ଭମାନଙ୍କର ବିଶ୍ୱାସ ଯେ, ଦନାଇ ଦାସ ୧୭୧୦ ବା ୧୭୨୦ ସାଲରେ ଜନ୍ମ ଗ୍ରହଣ କରି ୧୭୭୦ ବା ୧୭୮୦ ସାଲରେ ଦେହତ୍ୟାଗ କରିଥିବା ସମ୍ଭବପର ।

 

ବିଜୟଚନ୍ଦ୍ର ମଜୁମଦାର ତାଙ୍କର ଉତ୍କଳ ସାହିତ୍ୟ ପରିଚୟ ୧ମ ଖଣ୍ଡର ମୁଖବନ୍ଧରେ ଗୋପୀଭାଷା ବିଷୟରେ ଲେଖିଛନ୍ତି ଯେ, ଗୋପୀଭାଷା ଚଉତିଶାମାନଙ୍କ ପରି ପ୍ରାଚୀନ । କେଶବ କୋଇଲି ପରି ଏହା ସବୁ ଚାଟଶାଳୀରେ ପଢ଼ାହୁଏ । ଜନମୁଖରୁ ଶୁଣାଯାଏ, ବହୁକାଳରୁ ଏହାର ଅସ୍ତିବା ସମୟ ନିର୍ଦ୍ଧାରିତ ହୋଇ ପାରିନାହିଁ । ତାଙ୍କ ଉକ୍ତି ଅନୁସାରେ ଗୋପୀଭାଷା ବହୁ ପ୍ରାଚୀନ ଏବଂ ତଦନୁସାରେ ସେ ଗୋପୀଭାଷାକୁ ଶାରଳା ମହାଭାରତ, ବଳରାମଙ୍କ ରାମାୟଣ ଓ ଜଗନ୍ନାଥ ଦାଶଙ୍କ ଭାଗବତଠାରୁ ପ୍ରାଚୀନତରରୂପେ ଗ୍ରହଣ କରିଅଛନ୍ତି । ଏହା କିପରି ଭ୍ରମାତ୍ମକ, ବର୍ତ୍ତମାନ ତାହା ପାଠକମାନେ ସହଜେ ଉପଲବ୍ଧି କରି ପାରିବେ ।

 

ତାରିଣୀ ଚରଣଙ୍କ ଉତ୍କଳ ସାହିତ୍ୟ ଇତିହାସରେ କବିମାନଙ୍କର ସମୟ ନିରୂପଣ ପ୍ରମାଦ-ବହୁଳ । କାରଣ, ସେ ଜଗନ୍ନାଥ ଦାଶ, ଅଚ୍ୟୁତାନନ୍ଦ ଦାସ, ଦ୍ୱାରକା ଦାସ, ଜନାର୍ଦ୍ଦନ ଦାସ ଓ ବଳରାମ ଦାସ ଏହିପରି କ୍ରମରେ କବିମାନଙ୍କର ନାମ ତାଙ୍କ ଇତିହାସରେ ଲେଖିଅଛନ୍ତି । ଏହା କିପରି ଭ୍ରମାତ୍ମକ ତାହା ମଧ୍ୟ ପାଠକେ ବର୍ତ୍ତମାନେ ବୁଝି ପାରୁଥିବେ ।

 

ବିନାୟକ ମିଶ୍ରେ ଦନାଇ ଦାସଙ୍କୁ ୧୭ଶ ଶତାବ୍ଦୀର ଲୋକ ବୋଲି ଲେଖି ଅଛନ୍ତି । ସେ କେବଳ ନନ୍ଦ ଦାସଙ୍କ ଅଣାକାରସଂହିତା ଉପରେ ନିର୍ଭର କରି ଏପରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି । ଏ ବିଷୟ ପୂର୍ବେ ବିଚାର କରା ଯାଇଅଛି । ତେଣୁ ପୁନର୍ବାର ଏଠାରେ ସେ ସମସ୍ତର ଅବତାରଣା ଅନାବଶ୍ୟକ ।

 

ଦନାଇ ଦାସଙ୍କ ବିରଚିତ ଦୁଇଗୋଟି ଚଉତିଶା ଆମ୍ଭମାନଙ୍କ ହସ୍ତଗତ ହୋଇଅଛି । ତାହାର ନାମ ଯଥାକ୍ରମେ- ବଡ଼ କନଡ଼ା ଓ ଛୋଟ କନଡ଼ା । ଏହାକୁ ପାଇ ଆମ୍ଭେମାନେ ମନେ କରିଥିଲୁ ଯେ, ଦନାଇ ଦାସ କନଡ଼ା ରାଗର ପ୍ରଥମ ସୃଷ୍ଟି-ବିଧାୟକ । କିନ୍ତୁ ପରେ ବଚାର କରି ଦେଖି ଉପରୋକ୍ତ ପ୍ରମାଣମାନଙ୍କ ବଳରେ ଆମ୍ଭେମାନେ ଉକ୍ତ ମତ ପୋଷଣ କରିବାରେ ପଶ୍ଚାତ୍‌ପଦ ।

 

ଆମ୍ଭେମାନେ ଯେତେ ପ୍ରାଚୀନ ଗ୍ରନ୍ଥମାନ ପାଇଅଛୁ ଓ ଆଲୋଚନା କରିଅଛୁ, ତନ୍ମଧ୍ୟରେ ଧନଞ୍ଜୟ ଭଞ୍ଜଙ୍କ କୃତିରେ ପ୍ରଥମତଃ କନଡ଼ା ରାଗରେ ଛନ୍ଦ ଲେଖା ହୋଇଥିବାର ଦେଖିବାକୁ ପାଉ ଏବଂ ତତ୍‌ପରବର୍ତ୍ତୀ କାବ୍ୟକାରମାନେ ଉକ୍ତ କନଡ଼ା ରାଗର ବ୍ୟବହାର କରିଅଛନ୍ତି । ଓଡ଼ିଆ କାବ୍ୟରେ କିଏ କନଡ଼ା ରାଗର ପ୍ରବର୍ତ୍ତକ, ତାହା ଆମ୍ଭେମାନେ ସ୍ଥିର କରି ପାରିନାହୁଁ । ଧନଞ୍ଜୟ ଭଞ୍ଜଙ୍କ ପୂର୍ବବର୍ତ୍ତୀ କବିମାନଙ୍କର କାବ୍ୟାଦିମାନଙ୍କ ମଧ୍ୟରେ ବିଶେଷତଃ ରାମବିଭା, ରସବାରିଧି, ଉଷାଭିଳାଷ, ପରିମଳା, ରହସ୍ୟ ମଞ୍ଜରୀ, ରୁକ୍ମଣୀ ବିଭା, ପ୍ରଭୃତିରେ ଆମ୍ଭେମାନେ କନଡ଼ା ରାଗର ଛନ୍ଦ ଦେଖିବାକୁ ପାଉନା । ବର୍ତ୍ତମାନ ଆମ୍ଭମାନଙ୍କ ଅନୁସନ୍ଧାନର ଫଳରେ ଧନଞ୍ଜୟ କନଡ଼ା ରାଗରେ ପ୍ରଥମେ ଓଡ଼ିଆ ଛାନ୍ଦ ଲେଖିବାର ପରିଚୟ ମିଳିଲା । ତାଙ୍କ ପୂର୍ବେ ଅନ୍ୟ କୌଣସି କବି କନଡ଼ା ରାଗରେ ଛାନ୍ଦ ଲେଖି ପାରିଥିବେ, ତାହା ଏ ପର୍ଯ୍ୟନ୍ତ ଆମ୍ଭମାନଙ୍କ ଦୃଷ୍ଟିଗୋଚର ହୋଇନାହିଁ । ତହୁଁ ଆମ୍ଭେମାନେ ଏ ବିଷୟରେ କିଛି ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇ ପାରିନାହୁଁ । ବଳରାମ ଦାସ ତାଙ୍କ ଦାଣ୍ଡି ରାମାୟଣରେ କର୍ଣ୍ଣାଟିକା ରାଗର ନାମ ନିର୍ଦ୍ଦେଶ କରିଅଛନ୍ତି । କିନ୍ତୁ ଆମ୍ଭେମାନେ ବଳରାମ ଦାସଙ୍କଠାରୁ ଧନଞ୍ଜୟଙ୍କ ପର୍ଯ୍ୟନ୍ତ କୌଣସି କବିଙ୍କ କୃତିରେ କନଡ଼ା ରାଗରେ ଛାନ୍ଦ ଲେଖା ହୋଇଥିବାର ଦେଖିନାହୁଁ । ଦନାଇ ଦାସଙ୍କ କାଳ ନିରୂପଣ ପ୍ରସଙ୍ଗରେ ଆମ୍ଭେମାନେ ଯେ କାରଣମାନ ଦର୍ଶାଇଅଛୁ, ତତ୍ ସମକ୍ଷରେ ଦନାଇ ଦାସଙ୍କୁ କନଡ଼ା ରାଗର ସ୍ରଷ୍ଟା ଓ ଧନଞ୍ଜୟଙ୍କ ପୂର୍ବବର୍ତ୍ତୀ ବୋଲି କହି ନ ପାରୁ । ଦନାଇ ତାଙ୍କର ଦୁଇଟି ଯାକ ଚୌତିଶା କନଡ଼ା ରାଗରେ ଲେଖି ସେହି ରାଗ ଅନୁସାରେ ଚୌତିଶା ଦୁଇଟିର ନାମ ନିର୍ଦ୍ଦେଶ କରିଅଛନ୍ତି । ସେ ଯେବେ ଚୌତିଶା ଶେଷରେ କନଡ଼ା ରଚିଲେ ବା ଲେଖିଲେ ଦନାଇ ଦାସ ବୋଲି ଲେଖିଥାଆନ୍ତେ, ତାହାହେଲେ ଆମ୍ଭେମାନେ ତାଙ୍କୁ ଧନଞ୍ଜୟଙ୍କ ପୂର୍ବବର୍ତ୍ତୀ ବୋଲି ଗ୍ରହଣ କରିଥାନ୍ତୁ ।

 

ଆମ୍ଭମାନଙ୍କ ଯୁକ୍ତି ଅନୁସାରେ ଦନାଇ ଦାସ ଭାଗବତ, ଅଚ୍ୟୁତଙ୍କ ହରିବଂଶ, ବିପ୍ର ନାରାୟଣଙ୍କ ହରିବଂଶ, ଦୀନକୃଷ୍ଣଙ୍କ ରସକଲ୍ଲୋଳ, ନାବକେଳି, ଭୂତକେଳି ପ୍ରଭୃତି ଗ୍ରନ୍ଥମାନ, ଭୂପତି ପଣ୍ଡିତଙ୍କ ପ୍ରେମପଞ୍ଚାମୃତ ଏବଂ ରୂପ ଗୋସ୍ୱାମୀଙ୍କ ବିଦଗ୍ଧ ମାଧବ ଓ ଲଳିତ ମାଧବ ଆଦି ଗ୍ରନ୍ଥମାନ ପାଠ କରିବାର ସୁଯୋଗ ପାଇଥିଲେ । କାରଣ ଗୋପୀଭାଷାର ଏହି ବର୍ଣ୍ଣନା ଭୂପତି ପଣ୍ଡିତଙ୍କ ପ୍ରେମ ପଞ୍ଚାମୃତର ।

 

ଆରତ ହୋଇଣ ସର୍ବ ତରୁଣୀ

କୃଷ୍ଣ ଲୋଡ଼ିଲୁ ସେହି ବନେ ପୁଣି

ବହୁତ ବେଳରେ ହୋଇଲେ ଦେଖା

କାନି ପଣନ୍ତରେ ବାନ୍ଧି ରାଧିକା

ଏମନ୍ତ ବୋଲି ଠାକୁରାଣୀ

ଅନଳେ ବାନ୍ଧିଲୋକ ଆଣି

ସଙ୍ଗତେ ଘେନି ଗୋପୀବୃନ୍ଦ

ହସି ଚାହାନ୍ତି ମନ୍ଦ ମନ୍ଦ

 

ଏହି ପଦ ଅନୁରୂପ । ଏହି ଭୂପତି ପଣ୍ଡିତ ଦିବ୍ୟସିଂହ ଦେବଙ୍କ ସମକାଳୀନ ଥିଲେ । ଉପେନ୍ଦ୍ର ଓ ଦୀନକୃଷ୍ଣ ମଧ୍ୟ ସେହି ଦିବ୍ୟସିଂହଙ୍କ ସମକାଳୀନ । ଭୂତକେଳି ଓ ନାବକେଳି ପ୍ରଭୃତି ଯେଉଁ କେତେକ ବିଷୟରେ ସଂକ୍ଷେପ ସୂଚନା ଦନାଇ ଗୋପୀଭାଷାରେ ବର୍ଣ୍ଣନା କରି ଅଛନ୍ତି, ତାହା ଖୁବ୍ ସମ୍ଭବତଃ ସେ ଦୀନକୃଷ୍ଣଙ୍କ ତଥା- ନାମିତ ଗ୍ରନ୍ଥ ବିଷୟର ଅବଲମ୍ବନର ଲେଖି ଅଛନ୍ତି- ଏଥିରେ କୌଣସି ସନ୍ଦେହ ନାହିଁ ।

 

ଗ୍ରନ୍ଥର ସଂକ୍ଷିପ୍ତ ସୂଚନା

କବି ସ୍ୱ ଗୋପୀଭାଷା ଗ୍ରନ୍ଥର ଆଦ୍ୟରେ ଜଗନ୍ନାଥଙ୍କୁ ବନ୍ଦନା କରି ବର୍ଣ୍ଣନୀୟ ବିଷୟର ଅବତାରଣା କଳ୍ପେ ଶ୍ରୋତା ବକ୍ତା ଛଳରେ ପାର୍ବତୀ ଓ ମହାଦେବଙ୍କୁ ଉପସ୍ଥାପିତ କରିଅଛନ୍ତି । କୃଷ୍ଣ ଗୋପପୁର ଛାଡ଼ି ମଥୁରା ଯିବାରୁ ଗୋପୀମାନେ କିପରି ସମୟ କଟାଇ ଥିଲେ, ପାର୍ବତୀ ଏହା ପଚାରନ୍ତେ ମହାଦେବ ମୂଳରୁ ସମସ୍ତ କଥା ସଂକ୍ଷେପରେ ଆରମ୍ଭ କରି କହିଲେ – ଗୋପୀମାନେ ନିତ୍ୟ ଯମୁନା ତଟରେ ସ୍ନାନ କରି ବାଲୁଙ୍କା ଗଉରୀ ପୂଜି ଓ ମୋତେ ବନ୍ଦନା କରି ନାରାୟଣଙ୍କୁ ବର ମାଗିବାରୁ ମୁଁ ପ୍ରସନ୍ନ ହୋଇ ତଥାସ୍ତୁ ବୋଲି କହିଲି । ତତ୍‌ପରେ କୃଷ୍ଣ ବସୁଦେବ ଘରେ ଜନ୍ମଲାଭ କରି ଗୋପକୁ ଗଲେ । କଂସ ତାହା ଦେଖି ତାଙ୍କୁ ମାରିବା ନିମନ୍ତେ ପୁତନା ଓ ଅନ୍ୟାନ ଅସୁରମାନଙ୍କୁ ଗୋପକୁ ପଠାଇଲେ । କିନ୍ତୁ ସେଠାରେ ସମସ୍ତେ ଗୋଟି ଗୋଟି ହୋଇ କୃଷ୍ଣ ହାତରେ ପ୍ରାଣ ହରାଇଲେ । ତହୁଁ ଅନ୍ୟ ଉପାୟ ନ ଦେଖି କଂସ ଛଳ କରି ଧନୁଯାତ୍ରା ଭିଆଇଲା ଏବଂ ଅକ୍ରୁରକୁ ଗୋପକୁ ପଠାଇ ରାମକୃଷ୍ଣ ଓ ନନ୍ଦାଦିଙ୍କୁ ମଥୁରାକୁ ନେଇଗଲା । ବାଟରେ ଯାଉଁ ଯାଉଁ କୃଷ୍ଣ ରଜକକୁ ନାସ କଲେ । କୁବୁଜାକୁ ସୁନ୍ଦର ରୂପ ଦେଲେ, ଧନୁ ଭାଙ୍ଗି କୁବଳୟାକୁ ଯମ ପୁରକୁ ପଠାଇଲେ, କଂସକୁ ମାରି ଉଗ୍ରସେନକୁ ରାଜା କଲେ ଏବଂ ଗୋପକୁ ନନ୍ଦ ଯଶୋଦାଙ୍କୁ ପଠାଇ ଦେଇ ନିଜେ ସେଠାରେ ରହିଲେ ।

 

ମଥୁରାରେ କୃଷ୍ଣଚନ୍ଦ୍ର ରହିବାରୁ ଇନ୍ଦ୍ର ଷୋଳ ସହସ୍ର ଦେବକନ୍ୟା ସେଠାକୁ ପଠାଇଦେଲେ । ଏଣେ ଗୋପୀମାନେ ଗୋପରେ ତାଙ୍କ କଥା ଭାଳି ଭାଳି ଶୋକରେ ଭାସିବାକୁ ଲାଗିଲେ । ସେମାନଙ୍କ ଭିତରେ ଷୋହଳଜଣ ନାୟିକା ପ୍ରଧାନ ଏବଂ ପ୍ରତି ନାୟିକାଙ୍କ ମଣ୍ଡଳୀରେ ଏକ ସହସ୍ର ଲେଖାଏଁ ଗୋପୀ । ଏହି ଷୋଳ ସହସ୍ର ଗୋପୀଙ୍କ ଭାଳେଣି କଥା କବି ପ୍ରଥମ ଷୋଳ ଛାନ୍ଦରେ ବର୍ଣ୍ଣନା କରିଅଛନ୍ତି । ଲଳିତା, ବିଶାଖା, ମଲ୍ଲିକା, ମାଳତୀ, ରାଧିକା, ଦୂତିକା, ମରୁଆ, କୁଞ୍ଜଲତା, ପୌର୍ଣ୍ଣମାସୀ, ବୃନ୍ଦାବତୀ, ଲବଙ୍ଗଲତା, ରଙ୍ଗଦେବୀ, ସୁଦେବୀ, ତୁଙ୍ଗବିଦ୍ୟା, ଇନ୍ଦୁରେଖା, ଚିତ୍ରରେଖା-ଏହିପରି ପ୍ରଧାନ ଷୋଳ ନାୟିକା ନିଜ ନିଜ ମଣ୍ଡଳୀମାନଙ୍କ ସହିତ କୃଷ୍ଣଙ୍କ ସମ୍ବନ୍ଧରେ ନାନା କଥା ଆଲୋଚନା କରି ସମୟ କ୍ଷେପଣ କରିଅଛନ୍ତି । ସେହି ନାନାକଥା ଭିତରେ କୃଷ୍ଣଙ୍କ ସହିତ ସେମାନଙ୍କ ରମଣ ଲୀଳା ଅତି କରୁଣ ଭାବରେ ବର୍ଣ୍ଣିତ ହୋଇଅଛି ।

 

କୃଷ୍ଣଚନ୍ଦ୍ର ଗୋପରେ ରାଧାଙ୍କୁ ରାଜା କରି ନିଜେ ଓ ଗୋପୀମାନେ ତାଙ୍କ ଖଟଣୀରେ ରହିବା କଥା କହିଯାଇ ଥିବାରୁ ଗୋପୀମାନେ ରାଧାଙ୍କୁ ରାଜା କଲେ ଓ ଗୋପେଶ୍ୱରଙ୍କୁ ନିଜର କରୁଣ କାହାଣୀ ଜଣାଇଲେ । ଗୋପେଶ୍ୱର ସେମାନଙ୍କୁ ଆଶ୍ୱାସନା ଦେଇ କହିଲେ-କୃଷ୍ଣଚନ୍ଦ୍ର ସମସ୍ତଙ୍କର ପ୍ରଭୁ, କେବଳ ତୁମ୍ଭମାନଙ୍କର ନୁହନ୍ତି । ସେ ମଥୁରା କିଛିଦିନ ରହି ଜରାସନ୍ଧଙ୍କୁ ମରାଇବେ । ବର୍ତ୍ତମାନ ସେ ଗୁରୁ ଗୃହରେ ରହି ପାଠ ପଢ଼ୁଅଛନ୍ତି । ତୁମ୍ଭମାନଙ୍କ ସଙ୍ଗେ ସେ ତ ଆଠବର୍ଷ ଲୀଳା କରିଅଛନ୍ତି । ବର୍ତ୍ତମାନ ପୁଣି ଆଠବର୍ଷ ତାଙ୍କ ସଙ୍ଗେ ବିରହ ହେବ । ପ୍ରତିଦିନ ଦୁମ୍ଭେମାନେ ସ୍ନାନ କରି ବାଲୁଙ୍କା ପୂଜା କର ଓ ସୂର୍ଯ୍ୟଙ୍କୁ ବନ୍ଦନା କର । ରାଧାଙ୍କୁ କୃଷ୍ଣ ଗୋପପୁରରେ ରାଜା କରି ଯାଇଅଛନ୍ତି, ତେଣୁ ତାଙ୍କୁ ରାଜା ବୋଲି ମାନି ଏହି ଆଠୋଟି ବର୍ଷ ତାଙ୍କରି ସେବାରେ କଟାଅ । ପରେ କୃଷ୍ଣଚନ୍ଦ୍ର ଦ୍ୱାରକାରେ ତୁମ୍ଭମାନଙ୍କ ସଙ୍ଗେ ବିହାର କରିବେ । ଗୋପେଶ୍ୱରଙ୍କ ଏହି ଉକ୍ତି ଅନୁସାରେ ରାଧା ରାଜପଦରେ ଅଭିଷିକ୍ତ ହେଲେ ଏବଂ ଲଳିତାଦି ଆଦି ଅନ୍ୟାନ୍ୟ ଗୋପିକାଗଣ ତାଙ୍କର ନିଯୋଗରେ ତତ୍‌ପର ହେଲେ ।

 

ରାଧା ରାଜା ହୋଇ ଖଟଣୀ ସେବିକାମାନଙ୍କ ସହ ପ୍ରତ୍ୟହ ଯମୁନାରେ ସ୍ନାନ ବଢ଼ାଇ ବାଲୁଙ୍କା, ଗୋପେଶ୍ୱର ଓ ସୂର୍ଯ୍ୟଙ୍କ ପୂଜା କରି ବୃନ୍ଦାବନରେ ରାଜବିଧିରେ ସମୟ ଯାପନ କରିବାକୁ ଲାଗିଲେ । ଶେଷରେ ଦାମ ସୁଦାମ ଓ ମଧୁ ମଙ୍ଗଳ ପ୍ରଭୃତିଙ୍କୁ ଦୂଢ଼ରୂପେ ଉଗ୍ରସେନଙ୍କ ନିକଟକୁ ଚିଟାଉ ସହ ପ୍ରେରଣ କଲେ । ସେମାନେ ଯାଇଁ ଯଥାସମୟରେ ଉଗ୍ରସେନଙ୍କ ରାଜସଭାରେ ଉପସ୍ଥିତ ହେଲେ । ସେତେବେଳେ କୃଷ୍ଣ ଅବନ୍ତୀ ପୁରରେ ସାନ୍ଦୀପନୀ ଋଷିଙ୍କ ପାଖରୁ ପାଠପଢ଼ି ଫେରିଆସି ସଭାରେ ବସିଥାନ୍ତି । ଉଗ୍ରସେନ ପଚାରିବା ଅନୁସାରେ ସେ କହୁଥାନ୍ତି, ଯେ ପାଠପଢ଼ା ଶେଷରେ ବରୁଣ ପୁରରୁ ଗୁରୁଙ୍କ ମଲା ଛଅ ପୁଅଙ୍କୁ ଫେରାଇ ଆଣି ତାଙ୍କୁ ଗୁରୁଦକ୍ଷିଣାରୂପେ ଦେଲେ । ତା ପରେ ଯମପୁରରୁ ନିଜର ମଲା ଛଅ ଭାଇଙ୍କୁ ଆଣି ସ୍ୱର୍ଗକୁ ଗଲେ ଏବଂ ସେଠାରେ ବିଧିପୂର୍ବକ ଉପନୟନ କ୍ରିୟା ବଢ଼ାଇ କାଲି ରାତିରେ ଏଠାକୁ ଫେରି ଅଇଲେ । ଠିକ୍ ଏହି ସମୟରେ ମଧୁମଙ୍ଗଳାଦି ଦୂତମାନେ ସଭାରେ ପ୍ରବେଶ ହୋଇ ରାଈ ରାଜାଙ୍କ ଆଦେଶ ଓ ପତ୍ର ପ୍ରଦାନ କଲେ । ରାଜା ସମ୍ମାନର ସହିତ ତାହା ଗ୍ରହଣ କରି ପତ୍ରର ମର୍ମାନୁଯାୟୀ କାର୍ଯ୍ୟ କଲେ ଏବଂ କନକ ସ୍ନାନ ନିମିତ୍ତ ଏକଲକ୍ଷ ସୁବର୍ଣ୍ଣ ସହ ଲେଖି ପଠାଇଲେ ଯେ, ବର୍ତ୍ତମାନ ବିଶେଷ କାର୍ଯ୍ୟବଶତଃ କୃଷ୍ଣ କିଛିଦିନ ମଥୁରାରେ ଅବସ୍ଥାନ କରିବେ ।

 

ମଧୁମଙ୍ଗଳ ପ୍ରଭୃତିଙ୍କଠାରୁ ପତ୍ର ପାଠକରି ଗୋପୀମାନେ ବିରହରେ ବିଳାପ କରିବାକୁ ଲାଗିଲେ । ଏହାର ଫଳରେ ଅଙ୍ଗିରା ଋଷି ଗୋପକୁ ଆସି ରାଧା ଓ ଅନ୍ୟାନ୍ୟ ଗୋପୀମାନଙ୍କୁ ମହାମନ୍ତ୍ର ପ୍ରଦାନ ପୂର୍ବକ ଷୋଳ ନାୟିକାଙ୍କୁ କନକ ସ୍ନାନ ସୁବର୍ଣ୍ଣ ବଣ୍ଟନ କଲେ । ତୀର୍ଥ ଜଳରେ ରାଈ ରାଜାଙ୍କର ଅଭିଷେକ କରିବା ପାଇଁ ପୂର୍ଣ୍ଣମାସୀ ସ୍ୱର୍ଗପୁରକୁ ଗଲେ । ଇନ୍ଦ୍ରଦେବ ବିକସା ଗନ୍ଧର୍ବ ହାତରେ ସକଳ ତୀର୍ଥର ଜଳ ପଠାଇଦେବାରୁ ରାଧାଙ୍କ ଅଭିଷେକ କ୍ରିୟା ଆରମ୍ଭ ହେଲା । ସେତେବେଳେ ନାନାବିଧ ବାଦ୍ୟ ବାଜିବାକୁ ଲାଗିଲା ଏବଂ ବୃନ୍ଦାବତୀଙ୍କ ମୁରଲୀ ନିନାଦରେ ଜଗତ ସ୍ତବ୍ଧ ହୋଇଗଲା । ଅଭିଷେକ ପରେ ଅଙ୍ଗିରା ସ୍ୱସ୍ଥାନକୁ ପ୍ରୟାଣ କଲେ । ପୁତ୍ରର ଗୁଣ ସ୍ମରଣ କରି ଯଶୋଦା ବିଳାପ କରିବାରୁ ରାଧା ତାହାଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଅନ୍ୟାନ୍ୟ ଗୋପିକାମାନଙ୍କ ସହ ନିଜେ ବିଳାପ କଲେ । ଶେଷରେ ପୂର୍ଣ୍ଣମାସୀଙ୍କ ଆଶ୍ୱାସନା ବାଣୀ ଶ୍ରବଣ କରି ସମସ୍ତେ ଶାନ୍ତ ହେଲେ ।

 

ପରଦିନ ପ୍ରଭାତରେ ଗୋପୀମାନେ ନିଦ୍ରାରୁ ଉଠି ସ୍ନାନାଦି କ୍ରିୟା ସମାପନ ପୂର୍ବକ ବାଲୁଙ୍କା, ସୂର୍ଯ୍ୟ ଓ ଗୋପେଶ୍ୱରଙ୍କୁ ପୂଜାକଲେ ଏବଂ କୁଞ୍ଜବନକୁ ଯାଇ କକୃଷ୍ଣଙ୍କର ଗୁଣ ବାହୁନିବାକୁ ଲାଗିଲେ । ଶେଷରେ ରାଧାଙ୍କୁ ବୃନ୍ଦାବନରେ ରାଜବିଧିରେ ସେବା କରି ସମସ୍ତେ ନିଜ ନିଜ ଘରକୁ ଫେରି ଅଇଲେ । ଏହି ସମୟରେ ନାରଦ ଗୋପପୁରକୁ ଆସି ଗୋପୀମାନଙ୍କୁ ବ୍ରହ୍ମଜ୍ଞାନ ଉପଦେଶ ଦେଲେ ଏବଂ ବିଭିନ୍ନ ପ୍ରକାର ମାଳି ଏକ ଏକ ନାୟିକାଙ୍କୁ ଦେଇ ପ୍ରତ୍ୟେକଙ୍କ ଘରେ ଚନ୍ଦ୍ରଶେଖର, କୃଷ୍ଣ, ମଦନମୋହନ, ମାଧବ, ଇନ୍ଦ୍ର, ଗୋବିନ୍ଦ, ନାରାୟଣ, ଗୋପୀନାଥ, କହ୍ନାଇ, ବାସୁଦେବ, ବାମନ, ନୃସିଂହ, ଦାଶରଥି, ରାମ, ରଘୁନାଥ, ମତ୍ସ୍ୟ, କୂର୍ମ, ଅଣାକାର ଓ ଦାରୁବ୍ରହ୍ମ ଆଦି ଚିତ୍ରମାନ ସ୍ୱର୍ଗପୁରର ଚିତ୍ରଶିଳ୍ପୀଙ୍କଦ୍ୱାରା ଅଙ୍କିତ କରାଇ ଜୀବନ୍ୟାସ କଲେ ଓ ସେ ସମସ୍ତଙ୍କର ସେବାପୂଜାରେ ସମୟ ଯାପନ କରିବାକୁ ଗୋପୀମାନଙ୍କୁ ଉପଦେଶ ଦେଇ ସ୍ୱସ୍ଥାନକୁ ଫେରିଗଲେ । ଗୋପୀମାନେ ନାରଦଙ୍କ କଥା ଅନୁସାରେ ଚିତ୍ରମୂର୍ତ୍ତିର ପୂଜା କରି ପରମ ଆନନ୍ଦରେ ସମୟ କଟାଇଲେ । ଏହିଠାରେ ଗ୍ରନ୍ଥଟିର ସମାପ୍ତି ସୂଚିତ ହୋଇଅଛି ।

 

କୃଷ୍ଣଚନ୍ଦ୍ରଙ୍କ ବିରହରେ ଗୋପୀମାନଙ୍କ ବିଭିନ୍ନ ଦଶା ସେମାନଙ୍କ ବିଳାପରୁ ପ୍ରକାଶ ପାଏ-। ସେଥିରେ ଉନ୍ମାଦ, ମୋହ, ଅନୁଳାପ ଅପଳାପ, ପ୍ରଳାପ, ସନ୍ଦେଶ, ପ୍ରେଷଣ, ଚିନ୍ତା ଓ ଉଦ୍‌ବେଗ ସ୍ଥାନେ ସ୍ଥାନେ ଲକ୍ଷିତ ହୁଏ । ସେହି ଗୋପୀମାନଙ୍କ ବିଳାପରେ କାରୁଣ୍ୟର ଯେ ମହାଭାବମୟୀ ଧାରା ଖେଳି ଯାଇଅଛି, ତାହା ଶ୍ରବଣ କରି ଜଡ଼ ପଦାର୍ଥ ମଧ୍ୟ ତରଳି ଯିବ । ତାହା ଯେପରି ସରଳ, ସହଜ, ବାସ୍ତବ ଓ ପ୍ରାଣସ୍ପର୍ଶୀ, ସେହିପରି ମଧ୍ୟ ଅପ୍ରାକୃତ, ଚିନ୍ମୟ ଓ ମହାଭାବବ୍ୟଞ୍ଜକ । ସାଧାରଣ ଲୋକ ତାହା ପାଠକଲେ ଜୁଗୁପ୍ସା ପ୍ରକାଶ କରିବ-ଲଜ୍ଜାରେ ମୁଖ ଅବନତ କରିବ-ଅଶ୍ଲୀଳତାର ଚିତ୍ରରେ ବ୍ୟତିବ୍ୟସ୍ତ ହୋଇପଡ଼ିବ । କିନ୍ତୁ ପ୍ରକୃତରେ ସେ ଚିତ୍ର ସେପରି ନୁହେଁ । ସେ ପ୍ରେମ ଦିବ୍ୟ ଚିନ୍ମୟ ଲୀଳାର ବିକାଶ । କୃଷ୍ଣ ଓ ଗୋପୀଙ୍କ ରାସଲୀଳା ପ୍ରସଙ୍ଗ ପ୍ରତି କେତେକ ପାଶ୍ଚାତ୍ୟ ଶିକ୍ଷାଭିଜ୍ଞ ପଣ୍ଡିତ ନାସିକା କୁଞ୍ଚନ ପ୍ରକାଶ କରିଥାନ୍ତି ସତ ଏବଂ ଆଉ କେତେକ ସ୍ୱଦେଶପ୍ରାଣ ପାଶ୍ଚାତ୍ୟ ଶିକ୍ଷାଭିଜ୍ଞ ରାସଲୀଳାର ବିଭିନ୍ନ ପ୍ରକାର ଅର୍ଥ କରିବାକୁ ବା ତାହା ଏକାବେଳକେ ମିଥ୍ୟା ବୋଲି ପ୍ରମାଣ କରିବାକୁ ପ୍ରୟାସ କରିଥାନ୍ତି ସତ, କିନ୍ତୁ ଗଭୀର ଗବେଷଣା କରି ପ୍ରକୃତ ତତ୍ତ୍ୱ ଅବଗତ ହେବାକୁ ପ୍ରାୟଶଃ ବିମୁଖ ହେଇଥାନ୍ତି । ଭାଗବତରେ ଏହି ରାସଲୀଳା ପ୍ରସଙ୍ଗ ବର୍ଣ୍ଣିତ ହୋଇଅଛି ଏବଂ କୃଷ୍ଣ ଓ ଗୋପୀଙ୍କ ପ୍ରଣୟ ବ୍ୟାପାର ଯେ ନିରାଟ ସତ୍ୟ, ତାହା ଦୃଢ଼ ଭାବରେ ସମର୍ଥିତ ହୋଇଅଛି । ତେଣୁ ଏ ସ୍ଥଳରେ ପ୍ରକୃତ ରହସ୍ୟ ଉଦ୍‌ଘାଟନ କରିବା ପାଇଁ ଭାଗବତର ରାସଲୀଳାଚିତ୍ର ବିଶ୍ଲେଷଣ କରି ଦେଖିବା ଆବଶ୍ୟକ ।

 

ବେଦବେଦାନ୍ତ ଉପନିଷଦ ଓ ପୁରାଣ ଇତିହାସଠାରୁ ଭାଗବତର ମୂଲ୍ୟ ବୈଷ୍ଣବ ନିକଟରେ ଅତି ଅଧିକ । ବ୍ୟାସଦେବ ବେଦ ବେଦାନ୍ତ ଓ ପୁରାଣ ଇତିହାସାଦି ସଂକଳନ କରି ଚିତ୍ତରେ ପ୍ରସାଦ ଲାଭ ନ କରିବାରୁ ବୈଷ୍ଣବାଗ୍ରଣୀ ଭକ୍ତିମାର୍ଗର ପ୍ରବର୍ତ୍ତକ ଦେବର୍ଷି ନାରଦ ତାହାଙ୍କୁ କୃଷ୍ଣଲୀଳା ବର୍ଣ୍ଣନା କରିବା ନିମିତ୍ତ ଆଦେଶ ପ୍ରଦାନ କଲେ ଏବଂ ତଦ୍‌ବିଷୟରେ ମଧ୍ୟ ସଂକେତ ପ୍ରଦାନ କରିଥିଲେ । ଭାଗବତ ଶାସ୍ତ୍ର ପ୍ରଣୟନ କରି ବ୍ୟାସଦେବ ଚିତ୍ତରେ ପରମ ଶାନ୍ତି ଲାଭ କଲେ-। ‘ପରମ ଶାସ୍ତ୍ର ଭାଗବତ । ଅଭ୍ୟାସ କରୁଥିବ ନିତ୍ୟ’ ଏବଂ ‘ବିଦ୍ୟା ଭାଗବତାବଧି’ ଓ ‘ଅଖିଳ ଶ୍ରୁତି ସାରଭୂତ’-ଏହି ଉକ୍ତିମାନଙ୍କରୁ ସ୍ପଷ୍ଟ ପ୍ରତୀତ ହୁଏ ଯେ, ଭାଗବତ ପ୍ରଧାନ ତତ୍ତ୍ୱସାର ଗ୍ରନ୍ଥ । ଭଗବାନଙ୍କ ଲୀଳା ପ୍ରଚାର କରିବା ନିମିତ୍ତ ପରମ ଭାଗବତ ରାଜା ପରିକ୍ଷୀତ ଜନ୍ମ ଗ୍ରହଣ କରିଥିଲେ । ଏହି କଳିଯୁଗରେ ଲୋକେ ନାମରସାମୃତ ପାନ କରି ପରମ ଗତି ଲାଭ କରିବେ, ଏହି ଉଦ୍ଦେଶ୍ୟରେହିଁ ଭଗବାନ କୃଷ୍ଣଚନ୍ଦ୍ର ଉତ୍ତରା ଗର୍ଭସ୍ଥିତ ଶିଶୁକୁ ଦ୍ରୋଣପୁତ୍ର ଅଶ୍ୱଥାମାପ୍ରେରିତ ଅମୋଘ ବ୍ରହ୍ମାସ୍ତ୍ରର ବିଷମ ଘାତରୁ ସୁଦର୍ଶନ ଚକ୍ରଦ୍ୱାରା ରକ୍ଷାକରିଥିଲେ । କୃଷ୍ଣଙ୍କ ନାମ ମାହାତ୍ମ୍ୟ ପ୍ରଚାର ନିମିତ୍ତହିଁ ଶମୀକ ଋଷିଙ୍କ ପୁତ୍ର ଶୃଙ୍ଗୀଙ୍କର ପରୀକ୍ଷିତଙ୍କ ପ୍ରତି ଅଭିଶାପ । ଧନ୍ୟ ତୁମ୍ଭେ ପରୀକ୍ଷିତ ! ତୁମ୍ଭ ହେତୁ ସିନା ଆଜି ପ୍ରାଣୀମାନେ ଭବଭୟରୁ ମୁକ୍ତିଲାଭ କରୁଅଛନ୍ତି । ଅହୋ ! ଅପୂର୍ବ ସେହି କାଳ, ଯେଉଁ କାଳରେ ଆଜନ୍ମବ୍ରହ୍ମଚାରୀ ବ୍ରହ୍ମାତ୍ମା ଶୁକଦେବ ଧରାଧାମରେ ଆବିର୍ଭୂତ ହେଲେ । ତାଙ୍କର ଆବିର୍ଭାବ ସତେ ଯେପରି ଏହି କୃଷ୍ଣଲୀଳାର ପ୍ରଚାର ନିମିତ୍ତ ! କୁଳଶୀଳମର୍ଯ୍ୟାଦାସଂପନ୍ନ ବିନୀତ, ଶୁଚି ଧର୍ମାତ୍ମା ପରୀକ୍ଷିତ ଏହି ଭାଗବତର ଶ୍ରୋତା, ବକ୍ତା ସେହି ପରମ ଭାଗବତ ବ୍ରହ୍ମାତ୍ମା ଶୁକଦେବ ! ଯେଉଁ ଭାଗବତରେ ପରୀକ୍ଷିତ ଶ୍ରୋତା ଓ ଶୁକଦେବ ବକ୍ତା, ସେହି ଭାଗବତରେ ରାସପଞ୍ଚାଧ୍ୟାୟୀ ସର୍ବ ଶ୍ରେଷ୍ଠ । ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠତମା ଗୋପୀମାନଙ୍କ ସହିତ ଭଗବାନଙ୍କର ଲୀଳା ଏଥିରେ ବର୍ଣ୍ଣିତ ହୋଇଅଛି । ତେଣୁ ରାସଲୀଳାର ରହସ୍ୟ ଯଥାର୍ଥରୂପେ ଅବଗତ ହେବା ପାଇଁ ଏହି ରାସପଞ୍ଚାଧ୍ୟାୟୀର ଆଲୋଚନା ନିତ୍ୟାନ୍ତ ଆବଶ୍ୟକ ।

 

ପୁରୁଷ ଓ ପ୍ରକୃତି ନେଇ ଏ ସଂସାର । ପୁରୁଷ ସ୍ୱଂୟ ଭଗବାନ ଶ୍ରୀକୃଷ୍ଣ ଚନ୍ଦ୍ର । ସେ ଯେତେବେଳେ ସ୍ୱଲୀଳା କରିବାରେ ଇଚ୍ଛା କରନ୍ତି, ସେତେବେଳେ ସେ ଜଗତ୍ ସୃଷ୍ଟି କରନ୍ତି । ତାଙ୍କର ଲୀଳାହିଁ ମାୟା-କଳ୍ପିତ । ସେ ମାୟା ବା ପ୍ରକୃତି ତ୍ରିବିଧରୂପେ ଶାସ୍ତ୍ରମାନଙ୍କରେ ଦେଖାଯାଏ-। (୧) ତାହା ଯଥାକ୍ରମରେ ଚିତ୍ ,ଜୀବ (କ୍ଷେତ୍ରଜ୍ଞ, ତଟସ୍ଥ) ଅବିଦ୍ୟା (କର୍ମ-ଜଡ଼) । ଭଗବାନଙ୍କର ଶକ୍ତି ଦୁଇଗୋଟି-

 

 

ବିଷ୍ଣୁପୁରାଣ

(୧)

ବିଷ୍ଣୁଶକ୍ତି ପରା ପ୍ରୋକ୍ତା କ୍ଷେତ୍ରଜ୍ଞଖ୍ୟା ତଥାପରା

 

 

ଅବିଦ୍ୟା କର୍ମସଂଜ୍ଞାନ୍ୟା ତୃତୀୟା ଶକ୍ତିରିଷ୍ୟତେ

୬-୭-୬୧

 

ଯା ଯା କ୍ଷେତ୍ରଜ୍ଞଶକ୍ତି ସା ବେଷ୍ଟିତା ନୃପ ସର୍ବଗା

 

 

ସଂସାରତାପାନଖିଳାଜବାପୋତ୍ୟନ୍ତ୍ର ସନ୍ତତାନ୍

୬-୬-୬୨

 

ଅନ୍ତରଙ୍ଗା ଓ ବିହରଙ୍ଗା । ଅନ୍ତରଙ୍ଗା ଶକ୍ତିରୁ ଚିତ୍‌ଜଗତ ଓ ବିହରଙ୍ଗା ଶକ୍ତିରୁ ଜଡ଼ଜଗତ୍ ନିସତ ହୁଏ । ଅନ୍ତରଙ୍ଗା ଶକ୍ତିକୁ ଯୋଗମାୟା ଓ ବିହରଙ୍ଗା ଶକ୍ତିକୁ ମାୟା କୁହାଯାଏ । ଜୀବ ଏହି ସଂସାରରେ ଜଡ଼ ମଧ୍ୟରେ ଥିବାରୁ ତାହାର ଜଡ଼ଭାବ ଓ ଚିତ୍‌ଭାବ ଅଛି । ତାହାର ଶକ୍ତିକୁ ତଟସ୍ଥ (କ୍ଷେତ୍ରଜ୍ଞ) ଶକ୍ତି କୁହାଯାଏ । କାରଣ ସେ ଉଭୟ ଶକ୍ତିର ଉପଯୋଗୀ । ଅନ୍ତରଙ୍ଗା ଚିତ୍ ଶକ୍ତିକୁ ପରା ଓ ଜଡ଼ଭାବର ଜନ୍ମଦାତା ବୋଲି ବିହରଙ୍ଗା ଶକ୍ତିକୁ ଅପରା କୁହାଯାଏ । ଜଡ଼ ଜଗତରେ ତ୍ରିଗୁଣ ବା ଅବିଦ୍ୟାଦ୍ୱାରା ଜଡ଼ିତ ହୋଇଥିବା ହେତୁ ଜୀବମାନେ ସଂସାର ତାପ ଭୋଗ କରନ୍ତି ।

 

ଭଗବତ୍ କୃପାବଶତଃ ଜୀବ ପ୍ରଥମତଃ କର୍ମଯୋଗ ସ୍ୱୀକାର କରି ଅର୍ଥାତ୍ ନିତ୍ୟ ନୈମିତ୍ତିକ କାର୍ଯ୍ୟ ଅବଲମ୍ବନ ଓ କାମ୍ୟକର୍ମ ତ୍ୟାଗରୂପ ପୂଣ୍ୟ କର୍ମଦ୍ୱାରା ଜୀବନରୁ ପାପକୁ ଦୂର କରିଦିଏ । ସେତେବେଳେ ସେ ତମ ଓ ରଜ ଗୁଣରୁ ବିମୁକ୍ତ ହୋଇ ସତ୍ତ୍ୱାତ୍ମାମୟ ହୁଏ । ସେତେବେଳେ ସେ ଜୀବର ଦୃଷ୍ଟି ଭଗବତ୍ ପର, ତାହାର ସ୍ଖଳନ ହୁଏ ନାହିଁ-ସେ ରଜ ଓ ତମ ଗୁଣଦ୍ୱାରା ପୁନର୍ବାର ଆକ୍ରାନ୍ତ ହୁଏ ନାହିଁ । ଯେତେବେଳେ ସେ ସତ୍ତ୍ୱମୟ ହୁଏ, ସେତେବେଳେ ସେ ଜଡ଼ରାଜ୍ୟରୁ ଚିତ୍‌ରାଜ୍ୟକୁ ଗମନ କରେ । ସେ ଜ୍ଞାନ ଓ ଧ୍ୟାନ ଯୋଗଦ୍ୱାରା ସମାଧି କ୍ରମରେ ଚିତ୍‌ତତ୍ତ୍ୱ ଉପଲବ୍ଧି କରେ ଓ ସଂସାର ବାସନାରୁ ମୁକ୍ତ ହୋଇ ଭଗବାନଙ୍କୁ ଭଜନ କରେ । ଯୋଗମାୟା କଳ୍ପିତ ସେହି ଚିତ୍‌ରାଜ୍ୟରେ ସେ ବିଳାସୀ । ସେ ସେହି ରାଜ୍ୟରେ ସତ୍ତ୍ୱମୟ ଚିନ୍ମୟ ଆନନ୍ଦମୟ ଭାବ ପ୍ରାପ୍ତ ହୁଏ ଏବଂ ଭଗବାନଙ୍କ ଲୀଳା-ପରିକର ହୋଇ ଚିଦାନନ୍ଦ ସୁଖ ଅନୁଭବ କରେ । ଭଗବାନଙ୍କ ସ୍ୱରୂପ ବ୍ରହ୍ମ-ସଂହିତାରେ ସଚ୍ଚିଦାନନ୍ଦ ବିଗ୍ରହରୂପେ କଥିତ । ଭଗବାନ ସତ୍ତ୍ୱମୟ, ଚିନ୍ମୟ (ଜ୍ଞାନମୟ) ଓ ଆନନ୍ଦମୟ (୨) । ତାଙ୍କର ଶକ୍ତି ସତ୍ତ୍ୱମୟୀ (ସନ୍ଧନୀ), ଚିନ୍ମୟୀ (ଜ୍ଞାନମୟୀ-ସଂବିତ୍), ଓ ଆନନ୍ଦମୟୀ (ହଲାଦିନୀ) (୩) । ଏହି ଚିତ୍ ରାଜ୍ୟରେ ସେହି ଭଗବାନଙ୍କ ଶକ୍ତିମାନଙ୍କର ବିଳାସ । ଭକ୍ତମାନେ ଅର୍ଥାତ୍ ବିଶୁଦ୍ଧଜୀବମାନେ ସତ୍ତ୍ୱମୟ ଜ୍ଞାନମୟ ଓ ଆନନ୍ଦମୟ ଅବସ୍ଥାମାନ ଲାଭ କରନ୍ତି । ଏହି ଶକ୍ତିମାନଙ୍କ ମଧ୍ୟରେ ହ୍ଲାଦିନୀ ଶକ୍ତି (ଆନନ୍ଦମୟୀ) ଶ୍ରେଷ୍ଠ । କୃଷ୍ଣଚନ୍ଦ୍ରଙ୍କର ପ୍ରେୟସୀମାନେ ହ୍ଲାଦିନୀ ଶକ୍ତିରୂପେ ଶାସ୍ତ୍ରମାନଙ୍କରେ କଥିତ । ତନ୍ମଧ୍ୟରେ ମହାଭାବମୟୀ ଗୋପୀମାନେ ଶ୍ରେଷ୍ଠ ଓ ଗୋପୀମାନଙ୍କ ମଧ୍ୟରେ ବ୍ରଜ କନ୍ୟାମାନେ ଶ୍ରେଷ୍ଠତରା ଏବଂ ତନ୍ମଧ୍ୟରେ ରାଧା ଶ୍ରେଷ୍ଠତମା ।

 

ବ୍ରହ୍ମସଂହିତା

(୨)

ଇଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦବିଗ୍ରଃ

 

ଅନାଦିରାଦି ଗୋବିନ୍ଦଃ ସର୍ବକାରଣକାରଣମ୍

ବିଷ୍ଣୁପୁରାଣ

(୩)

ହ୍ଲାଦିନୀ ସନ୍ଧିନୀ ସମ୍ୱିତ୍ ଦୃଯ୍ୟେକା ସର୍ବସଂସ୍ଥିତୌ

 

ହ୍ଲାଦତାପକରୀ ମିଶ୍ରା ତୃୟିନୋଗୁଣ ବର୍ଜିତେ

 

 

ଗୋପୀମାନେ ନିତ୍ୟସିଦ୍ଧା ଓ ସାଧନସିଦ୍ଧାରୂପେ ଦୁଇ ଭାଗରେ ବିଭକ୍ତ । ବ୍ରଜକନ୍ୟାମାନେ ନିତ୍ୟସିଦ୍ଧା, ମୁନିକନ୍ୟା ଓ ଦେବକନ୍ୟାମାନେ ସାଧନସିଦ୍ଧା, ସାଧନ ସିଦ୍ଧା ଅଟନ୍ତି । (ପ୍ରେମ ପଞ୍ଚାମୃତର ମୁଖବନ୍ଧ ଦ୍ରଷ୍ଟବ୍ୟ) । ବ୍ରଜକନ୍ୟାମାନଙ୍କୁ ନିତ୍ୟସିଦ୍ଧା କହିବାର କାରଣ ଏହି ଯେ, ସେମାନେ ଭଗବାନଙ୍କର ସ୍ୱରୂପ, ନିଜର ଅଙ୍ଗଭୂତ । ବ୍ରହ୍ମସଂହିତାରେ କଥିତ ଅଛି-“ଯାହାଙ୍କର ପ୍ରେୟସୀମାନେ ଆନନ୍ଦ ଓ ଚିନ୍ମୟ ରସରେ ବିଭୋର ଓ ନିଜର ସ୍ୱରୂପ ଏବଂ କଳାରୂପରେ ବିଖ୍ୟାତ (ନିଜର ହ୍ଲାନିନୀବୃତ୍ତିରୂପା ଗୋପୀକୁଳ), ସେହି ଆତ୍ମରୂପିଣୀ ଗୋପୀମାନଙ୍କ ସହିତ ଅଖିଳ ବ୍ରହ୍ମାଣ୍ଡରର ଆତ୍ମଭୂତ ଭଗବାନ କେବଳ ମାତ୍ର ଦିବ୍ୟଧାମ ଗୋଲକରେ ବାସ କରନ୍ତି (୪) । ପୁନଶ୍ଚ-ଶତଶହସ୍ର ଲକ୍ଷ୍ମୀ ଅର୍ଥାତ୍ ଗୋପସୁନ୍ଦରୀମାନେ ଯାହାଙ୍କର ସେବାକାର୍ଯ୍ୟରେ ତତ୍ପରଥାନ୍ତି (୫) । ଗୋପାଳ ତାପିନୀରେ-“ଯେ ଗୋପୀମାନଙ୍କ ମଧ୍ୟରେ ଥାନ୍ତି ଓ ଗୋପୀମାନଙ୍କୁ ପାଳନ କରନ୍ତି, ସେହି କେବଳ ଆମ୍ଭମାନଙ୍କର ସ୍ୱାମୀ (୬) । ପୁନଶ୍ଚ-ଯେ ଗୋପାଙ୍କୁ-ଜୀବଙ୍କୁ ଆତ୍ମା ରୂପରେ ସୃଷ୍ଟି ପର୍ଯ୍ୟନ୍ତ ଘେନିଥାନ୍ତି, ସେହି ଗୋପାଳ ମୁଁ, ମୁଁ କୃଷ୍ଣାତ୍ମକ ପରଂବ୍ରହ୍ମ, ମୁଁ ସେହି ନିତ୍ୟାନନ୍ଦ ସ୍ୱରୂପ (୭) । ଗୌତମୀୟ ତନ୍ତ୍ରରେ-‘ଗୋପୀଙ୍କୁ’ ପ୍ରକୃତିରୂପେ, ‘ଜନକୁ’ ସେମାନଙ୍କର ସମୂହ ରୂପେ ଜାଣିବ । ଆନନ୍ଦ ଘନପରଂ ଜ୍ୟୋତିହିଁ ବଲ୍ଲଭ ରୂପରେ କଥିତ । ଅନେକ ଜନ୍ମର ତପସ୍ୟାବଳରେ ସିଦ୍ଧି ଲାଭକରିଥିବା ଗୋପୀମାନଙ୍କର ସେ ପତି (ଏଠାରେ ଏହି ଗୋପୀମାନେ ସାଧନସିଦ୍ଧା) । ତାଙ୍କର ନାମ ନନ୍ଦନନ୍ଦନ ଓ ସେ ତ୍ରଲୌକ୍ୟର ଆନନ୍ଦ ବର୍ଦ୍ଧନକାରୀ (୮) । ରାସପଞ୍ଚାଧ୍ୟାୟୀ ପାଠକଲେ ସ୍ପଷ୍ଟ ଜଣାଯାଏ ଯେ, ଲୀଳା ବିଧୃତ କଳେବର ଆତ୍ମାରାମ ସଚ୍ଚିଦାନନ୍ଦ ବିଗ୍ରହ ନନ୍ଦନନ୍ଦ ସ୍ୱୟଂ ଭଗବାନ ଏବଂ ତାଙ୍କର ସେହି ହ୍ଲାଦିନୀଶକ୍ତିର ମହାଭାବ ସ୍ୱରୂପିଣୀ ପ୍ରେୟସୀମାନେହିଁ ମର୍ତ୍ତ୍ୟର ଗୋପୀମାନେ ।

 

 

୪-

ଆନନ୍ଦ ଚିନ୍ମୟରସ ପ୍ରତିଭାବତାଭସ୍ତାଭିର୍ଯ୍ୟ ଏଷ ନିଜରୂପତୟାଃ କଳାଭଃ ।

 

ଗୋଲକ ଏବଂ ନିବସତ୍ୟଖିଳାମୂରତୋ ଗୋବିନ୍ଦମାଦିପୁରୁଷଂ ତମହଂ ରକାମି ।

 

-ବ୍ରହ୍ମସଂହିତା-୪୧

୫-

ଲକ୍ଷ୍ମୀସହସ୍ର ଶତସମ୍ଭ୍ରମସେବ୍ୟମାନମ୍

 

-ବ୍ରହ୍ମସଂହିତା-୩୩

୬-

ଯେଽସୌ ଗୋଷୁ ତିଷ୍ଠତି ।

 

ଯୋଽସୌ ଗୋପାନ୍ ପାଳୟିତ..ସ ବୋହି ସ୍ୱାମୀ ଭବତି ।

୭-

ସ ଗୋପାନ୍ ଜୀବାତ୍ମକୁଭେଜ ସୃଷ୍ଟିପର୍ଯ୍ୟନ୍ତମାଲାକି ।

 

ସ ଗୋପାଳ ହ୍ୟୋମ୍ । ତତ୍ ସତ୍ ସୋଽହମ୍ ।

 

ପରଂବ୍ରହ୍ମ କୃଷ୍ଣାତ୍ମକୋ ନିତ୍ୟାନନ୍ଦୈକ୍ୟ ସ୍ୱରୂପଃ ସୋଽହମ୍ ।

 

ପୂର୍ବେ କୁହାଯାଇଅଛି ଯେ, ଭଗବାନ ଗୋଲକରେ ନିଜର ସ୍ୱରୂପ ଓ କଳାରୂପ ବିଖ୍ୟାତ ଗୋପୀମାନଙ୍କ ସଙ୍ଗରେ ବାସ କରନ୍ତି । ଏଥିରୁ ଜଣାଯାଏ ଯେ, ଗୋଲକରେ ପ୍ରୀତି ସ୍ୱକୀୟା ଏବଂ ଗୋକୁଳରେ ପ୍ରପଞ୍ଚଗତ ପ୍ରକଟଲୀଳାରେ କୃଷ୍ଣଚନ୍ଦ୍ର ପରଦାର ଗ୍ରହଣରେ ବାସ କରନ୍ତି । ତେଣୁ ବୃନ୍ଦାବନରେ ଭଗବାନଙ୍କ ସହିତ ତାଙ୍କର ଅଙ୍ଗୀଭୂତ ନିତ୍ୟସିଦ୍ଧାମାନେ ମଧ୍ୟ ଆବିର୍ଭୂତ ହୋଇଥିଲେ-। ସଂସାରରେ-ସଂସାରର ମର୍ଯ୍ୟଦା ମଧ୍ୟରେ ରହିଥିବା ହେତୁ ନନ୍ଦନନ୍ଦନ କୃଷ୍ଣଚନ୍ଦ୍ରଙ୍କ ସହିତ ରମଣରେ ସେମାନଙ୍କର ପରକୀୟାତ୍ୱ ପ୍ରମାଣିତ ହୁଏ । ସେମାନେ ବିଷୟ ବାସନାକୁ ଜଳାଞ୍ଜଳି ଦେଇ ସଂସାରିକ ମର୍ଯ୍ୟାଦାଦି ଲଙ୍ଘନ କରି ପରମପୁରୁଷ ଭଗବାନଙ୍କ ସହ ମିଳିତ ହେଲେ । ଏହା ହେଉଛି ସେମାନଙ୍କ ଔପପତ୍ୟ ସ୍ୱୀକାର ।

ତଳଲିଖିତ ରାସପଞ୍ଚାଧ୍ୟାୟୀର କେତେକ ଉକ୍ତି ନିଦର୍ଶନରୂପେ ଉଦ୍ଧୃତ ହେଲା :-

(୧) ଭଗବାନ କୃଷ୍ଣଚନ୍ଦ୍ର ଯୋଗମାୟାଙ୍କ ଆଶ୍ରୟ ଗ୍ରହଣ କରି ଗୋପୀମାନଙ୍କ ସହିତ ରମଣ କରିବାକୁ ଇଚ୍ଛାକଲେ (କ) ।

 

(୨) ଗୋପୀମାନେ କୃଷ୍ଣଙ୍କର ମୁରଲୀ ଧ୍ୱନି ଶୁଣି ବାଧାବିଘ୍ନ ସକଳ ଏଡ଼ି ଦେଇ ବୃନ୍ଦାବନରେ କୃଷ୍ଣଙ୍କ ନିକଟରେ ଉପସ୍ଥିତ ହେଲେ । କେତେକ ପିତା ପତି ପ୍ରଭୃତିଙ୍କର ନିଷେଧରେ ଆସି ନ ପାରି ଗୃହରେ ଅବରୁଦ୍ଧ ହୋଇ କୃଷ୍ଣଙ୍କୁ ଧ୍ୟାନରେ ପାଇଥିଲେ (ଖ) । ସେମାନେ ଉପପତି ଜ୍ଞାନରେ ପରମାତ୍ମା କୃଷ୍ଣଙ୍କ ସଙ୍ଗମ ଲଭି ଗୁଣମୟ ଶରୀର ପରିତ୍ୟାଗ ପୂର୍ବକ ସଂସାର ବନ୍ଧନରୁ ମୁକ୍ତିଲାଭ କରିଥିଲେ (ଗ) । ଏ ସମସ୍ତ ଶ୍ରବଣ କରି ରାସଲୀଳାର ପ୍ରଥମ ଅବତାରଣାରୁ ପରୀକ୍ଷିତ ସନ୍ଦିଗ୍ଧଚିତ୍ତରେ ଶୁକଦେବଙ୍କୁ ପ୍ରଶ୍ନ କରିଥିଲେ-ଗୋପୀମାନେ କୃଷ୍ଣଙ୍କୁ ପରମ କାନ୍ତରୂପେ ମଣିଥିଲେ, କିନ୍ତୁ ତାଙ୍କୁ ବ୍ରହ୍ମରୂପେ ଜାଣି ପାରି ନ ଥିଲେ । ସେମାନଙ୍କର ବୁଦ୍ଧି ତ ଗୁଣରେ ଆସକ୍ତ ଥିଲା, ତେବେ ସେମାନଙ୍କର ସଂସାର ବନ୍ଧନ କିପରି ତୁଟିଲା ? (ଘ) ତଦୁତ୍ତରରେ ଶୁକଦେବ କହିଥିଲେ-ମୁଁ ପୂର୍ବେ କହିଅଛି ଯେ, ଶିଶୁପାଳ ଶତ୍ରୁତା ଆଚରଣ କରି ଯେବେ ମୋକ୍ଷ ଲାଭ କଲା, ତେବେ ଯେଉଁମାନେ ତାଙ୍କର ପ୍ରିୟା-ତାଙ୍କ ବିଷୟ ବା ଆଉ କଣ କହିବି ? (ଙ) ଯାହାଙ୍କଠାରୁ ସ୍ଥାବର ଜଙ୍ଗମାଦି ମୁକ୍ତି ଲାଭ କରନ୍ତି, ସେହି ଭଗବାନ ଜନ୍ମରହିତ ଯୋଗେଶ୍ୱରଙ୍କ ଈଶ୍ୱର ଶ୍ରୀକୃଷ୍ଣଙ୍କଠାରେ ଏପରି ବିସ୍ମୟ ପ୍ରକାଶ ନାହିଁ (ଚ) ।

 

ଗୌତମୀୟ ତନ୍ତ୍ର

(୮)

ଗୋପୀତି ପ୍ରକୃତିଂ ବିଦ୍ୟାକ୍ଳନ ସ୍ତତ୍ତ୍ୱ ସମୂହକଃ

 

ଅନୟୋରାଶ୍ରୟଦ୍ୱେନ କାରଣଦ୍ୱେନ ବେଶ୍ୱରଃ

 

ସାନ୍ଦ୍ରାନନ୍ଦଂ ପରଂ ଜ୍ୟୋତିର୍ବଲ୍ଲରଦ୍ୱେନ କଥ୍ୟତେ

 

ଅନେକଜନୁସିନ୍ଧାନାଂ ଗୋପୀନାଂ ପତିରେବ ବା

 

ନନ୍ଦନନ୍ଦନ ଇତ୍ୟୁକ୍ତ ସ୍ତ୍ରୈଲୋକ୍ୟାନନ୍ଦବର୍ଦ୍ଧନ

 

(୩) ବୃନ୍ଦାବନରେ ଗୋପୀମାନଙ୍କର ଉପସ୍ଥିତି ଦେଖି କୃଷ୍ଣ ସେମାନଙ୍କ ଭକ୍ତିର ଐକାନ୍ତିକତା ପରୀକ୍ଷା କଲେ ଏବଂ ଲୌକିକ ମର୍ଯ୍ୟାଦା ଦୃଷ୍ଟିରେ ସେମାନଙ୍କୁ ଗୃହକୁ ଫେରିଯାଇ ପତି ଓ ଗୁରୁଜନଙ୍କୁ ସେବା କରିବା ରୂପ କୁଳସ୍ତ୍ରୀଙ୍କର ଧର୍ମ ପ୍ରତିପାଳନ କରିବାକୁ କହିଥିଲେ (ଛ) । ଉପପତି ସହ ସଙ୍ଗମ ସ୍ୱର୍ଗଚ୍ୟୁତିର କାରଣ, ଏହା ଅତି ନିନ୍ଦନୀୟ କଥା (ଜ) । ମୋର ନାମ ଶ୍ରବଣ, ମୋର ଧ୍ୟାନ ଓ ମୋର ଗୁଣକୀର୍ତ୍ତନ କଲେ ମୋଠାରେ ଯେପରି ପ୍ରୀତି ଜନ୍ମେ, ମୋ ନିକଟରେ ଥିଲେ ସେପରି ଜନ୍ମେ ନାହିଁ । ତେଣୁ ତୁମ୍ଭେମାନେ ଘରକୁ ଫେରିଯାଅ (ଝ) । ଏହି ତୀବ୍ର ପ୍ରତ୍ୟାଖ୍ୟାନ ଶ୍ରବଣ କରି ବିଶୁଦ୍ଧ ଜୀବ ସ୍ୱରୂପିଣୀ ଗୋପୀମାନେ ହୃଦୟର ଆବେଗରେ ଉତ୍ତର କଲେ: - “ଆମ୍ଭେମାନେ ସମସ୍ତ ବିଷୟ ବିଭବରେ ଜଳାଞ୍ଜଳି ଦେଇ ଆପଣଙ୍କ ପାଦମୂଳ ଭଜିଅଛୁ । ଯେପରି ଆଦି ପୁରୁଷ ମୁମୁକ୍ଷୁ ଲୋକଙ୍କୁ ଗ୍ରହଣ କରନ୍ତି, (ଞ) । ଆପଣଙ୍କ ସେବାରେ ପତି ପୁତ୍ରାଦି ସେବା ସମାହିତ ହେବ । ଆପଣ ଜୀବମାତ୍ରେ ସମସ୍ତଙ୍କର ପ୍ରିୟତମ, ବନ୍ଧୁ, ଆତ୍ମା ଓ ନିତ୍ୟପ୍ରିୟ (ଟ) । ପତିପୁତ୍ରାଦି କ୍ଳେଶଦାୟକ, ସେମାନଙ୍କୁ ପାଇ ଆମ୍ଭମାନଙ୍କର ବା କଣ ହେବ (ଠ) ? ଆପଣ ଆମ୍ଭମାନଙ୍କର ଚିତ୍ତ ହରଣ କରିଛନ୍ତି । ଆପଣଙ୍କ ପାଦ ମୂଳରୁ ପାଦେ ହେଲେ ଗୋଡ଼ ଚଳୁନାହିଁ (ଡ) । ଆପଣ ଆମ୍ଭମାନଙ୍କୁ ଗ୍ରହଣ ନ କଲେ ଆମ୍ଭେମାନେ ବିରହ ଅଗ୍ନିରେ ପୋଡ଼ି ହୋଇ ଧ୍ୟାନବଳରେ ଆପଣଙ୍କ ପାଦମୂଳ ଲାଭ କରିବୁ ।” (ଢ) ଏଥିରୁ ସ୍ପଷ୍ଟ ଜଣାଯାଏ ଯେ ଗୋପୀମାନେ ପରମଭକ୍ତ, ବିଶୁଦ୍ଧଜୀବ ଓ ସଂସାର ଗୁଣ ପାଶରୁ ମୁକ୍ତ । ସେମାନଙ୍କ ପ୍ରୀତିରେ ଲୌକିକ କାମର ଗନ୍ଧ ନାହିଁ । ସେ ପ୍ରେମ ଦିବ୍ୟ, ଅପ୍ରାକୃତ ।

 

(୪) ଗୋପୀମାନଙ୍କର ଆତ୍ମସମର୍ପଣ ପୂର୍ବକ ଆର୍ତ୍ତବାଣୀ ଶ୍ରବଣରେ ଶୁକଦେବ କହୁଅଛନ୍ତି ‘ହେ ରାଜା, ଯୋଗେଶ୍ୱରଙ୍କର ଈଶ୍ୱର ଆତ୍ମାରାମ ଗୋପୀଙ୍କ କାତରୋକ୍ତି ଶ୍ରବଣରେ ଦୟା ପରବଶ ହୋଇ ଆନନ୍ଦରେ ହାସ୍ୟ ସମ୍ବରଣପୂର୍ବକ ସେମାନଙ୍କୁ କ୍ରୀଡ଼ା କରାଇଲେ (ଣ) ।

 

(୫) ଗୋପୀମାନଙ୍କର ରାସକ୍ରୀଡ଼ାରେ ଆତ୍ମାଭିମାନ ଦେଖି ଭଗବାନ ସେମାନଙ୍କ ଚିତ୍ତବ ପ୍ରଶମ ଓ ପ୍ରସାଦ ନିମିତ୍ତ ଅନ୍ତର୍ହିତ ହୋଇଗଲେ । (ତ)

 

(୬) ଶ୍ରୀବୃନ୍ଦାବତୀଙ୍କୁ ନେଇ ଯାଇ କୃଷ୍ଣଚନ୍ଦ୍ର ଏକାନ୍ତରେ ତାଙ୍କ ସଙ୍ଗରେ ରମଣ କଲେ । ଶ୍ରୀକୃଷ୍ଣ ଆତ୍ମାରାମ, ନିଜେ ନିଜେହିଁ କ୍ରିଡ଼ା କରନ୍ତି । ସ୍ତ୍ରୀମାନଙ୍କର ବିଭ୍ରମ ତାହାଙ୍କୁ ଆକର୍ଷଣ କରିପାରେ ନାହିଁ । ତଥାପି କାମୀ ପୁରୁଷଙ୍କର ଦୈନ୍ୟ ଓ ସ୍ତ୍ରୀମାନଙ୍କର ଦୁଷ୍ଟ ସ୍ୱଭାବକୁ ଦେଖାଇବା ନିମିତ୍ତ ପ୍ରେୟସୀ ବୃନ୍ଦାବତୀଙ୍କ ସହିତ ସେ କ୍ରୀଡ଼ା କରିଥିଲେ । (ଥ)

 

(୭) ଯୋଗେଶ୍ୱରଙ୍କ ଦୃଦୟରେ ଯାହାଙ୍କର ଆସନ ବିଦ୍ୟମାନ, ଆଜି ସେହି ଭଗବାନ ଶ୍ରୀକୃଷ୍ଣ ଗୋପୀ ସଭାରେ ଗୋପୀମାନଙ୍କ ଦ୍ୱାରା କଳ୍ପିତ ଆସନରେ ଉପବେଶେନ କଲେ । (ଦ)

 

(୮) ରାସୋତ୍ସବ ଆରମ୍ଭ ହେବାରୁ ଗୋପୀ ମଣ୍ଡଳରେ ମଣ୍ଡିତ ହୋଇ ଯୋଗେଶ୍ୱରଙ୍କ ଈଶ୍ୱର କୃଷ୍ଣ ଦୁଇ ଦୁଇ ଜଣ ଗୋପୀଙ୍କ ମଧ୍ୟରେ ପ୍ରବେଶ କରି ଗୋପୀମାନଙ୍କର କଣ୍ଠ ଧାରଣ କଲେ । (ଧ)

 

(୯) ଭଗବାନ ଆତ୍ମାରାମ ହୋଇ ମଧ୍ୟ ଲୀଳାକ୍ରମେ ଗୋପୀଙ୍କ ସଂଖ୍ୟା ଅନୁସାରେ ସ୍ୱରୂପ ପ୍ରକାଶ କରି ସେମାନଙ୍କ ସହିତ କ୍ରୀଡ଼ା କରିବାକୁ ଆରମ୍ଭ କଲେ । (ନ)

 

(୧୦) ଅନୁରାଗିଣୀ ଗୋପୀ ମଣ୍ଡଳଦ୍ୱାରା ପରିବୃତ ହୋଇ ସତ୍ୟ-ସଂକଳ୍ପଶ୍ରୀ କୃଷ୍ଣ ନିଜଠାରେ ଶୁକ୍ର ରୁଦ୍ଧ କରି ସମ୍ଭୋଗ କରିବାକୁ ଲାଗିଲେ । (ପ)

କ-

ଭଗବାନଜପି ତା ରାତ୍ରୀଃ ଶରଦୋତଫୁଲମଲ୍ଲିକାଃ

 

ବୀକ୍ଷ୍ୟରନ୍ତୁ ମନଶ୍ଚକ୍ରେ ଯୋଗମାୟାମୁପାଶ୍ରିତଃ

 

-୧୦-୨୧-୧

 

ଖ-

ଅନ୍ତର୍ଗୃହତାଃ କାଶ୍ଚିଦ୍ୱୋପ୍ୟୋଽଲବ୍ଧବିନିର୍ଗମାଃ

 

କୃଷ୍ଣ ତତ୍ତାବନାଯୁକ୍ତା ଦଧ୍ୟୁର୍ମିଳିରଲୋଚନାଃ

 

-୧୦-୨୯-୯

 

ଗ-

ତ୍ୱମେବ ପରମାତ୍ମନଂ ଜାରବୁଦ୍ଧ୍ୟାପି ସଙ୍ଗତାଃ

 

ଜହୁର୍ଗୁଣମୟଂ ଦେହଂ ସଦ୍ୟଃ ପ୍ରକ୍ଷୀଣବନ୍ଧନାଃ

 

-୧୦-୨୯-୧୧

 

ଘ-

କୃଷ୍ଣଂ ବିଦୂଃ ପରଂକାନ୍ତାଂ ନତୁ ବ୍ରହ୍ମଚୟା ମୁନେ

 

ଗୁଣ ପ୍ରବାହୋପରମ ସ୍ତାସାଂ ଗୁଣାଧିୟାଂ କଥମ୍‌

ଙ-

ଉକ୍ତଂ ପୁରସ୍ତାଦେତତ୍ତେ ଚୈଦ୍ୟଃ ସିଦ୍ଧିଂ ଯଥା ଗତଃ

 

ହିଷନ୍ନପି ହୃଷୀକେଶଂ କିମୂତାଡ଼ୋକ୍ଷଜପ୍ରିୟାଃ

 

 

 

 

 

 

ଚ-

ନଚୈବ ବିସ୍ମୟ କାର୍ଯୋ ଭବତା ଭଗବତ୍ୟନେ

 

ଯୋଗେଶ୍ୱରେଶ୍ୱରେ କୃଷ୍ଣେ ଯତ ଏତଦ୍‌ ବିମୂଚ୍ୟତେ

ଛ-

ପ୍ରତିଯାତ ବ୍ରଜଂ ନେହ ସ୍ପେୟଂ ସ୍ତ୍ରୀଭିଃ ସୁମଧ୍ୟମାଃ

 

ଭର୍ତ୍ତୁଃ ଶୁଶ୍ରୂଷଣଂ ସ୍ତ୍ରୀଣାଂ ପରୋଧର୍ମୋ ହ୍ୟମାୟୟା

 

ତଦ୍‌ବନ୍ଧୁନାଂ ଚ କଲ୍ୟାଣ୍ୟଃ ପ୍ରଜାନାଂ ଚାନୁପୋଷଣମ୍‌

ଜ-

ଅସ୍ୱର୍ଗ୍ୟମପଶମ୍ୟଂଚ ଫଲ୍ଗୁକୃଚ୍ଛ୍ରଂ ଭୟାବହଂ

 

ଜଗୁପିତଂ ଚ ସର୍ବନଔପପତ୍ୟଂ କୂଳସ୍ତ୍ରୀୟାଃ

ଝ-

ଶ୍ରବଣା ଦର୍ଶନାନ୍ଧ୍ୟାନାନ୍ନୟି ହବୋଽନୁକୀର୍ତ୍ତନାତ୍‌

 

ନ ତଥା ସଂନିକର୍ଷେଣ ପ୍ରତିଯାତ ତତୋଗୃହମ୍‌

ଞ-

ମୈବଂ ବିଭୋଽର୍ହତି ଭବାନ୍‌ ଗଦିତୁଂ ନୃଶଂସଂ

 

ସନ୍ତ୍ୟଜ୍ୟ ସର୍ବ ବିଷୟାଂସ୍ତବ ପାଦମୂଳମ୍‌

 

ଭକ୍ତା ଭଜସ୍ୱ ଦୂରବିଗ୍ରହ ମା ତ୍ୟଜାସ୍ମାନ୍‌

 

ଦେବୋ ଯଥାଦିପୁରୂଷୋ ଭଜତେ ମୂମୂକ୍ଷୂନ୍‌

ଟ-

ପ୍ରେଷ୍ଠୋଭବାଂସ୍ତନୂଚତାଂ କିଳ ବନ୍ଧରାତ୍ମା

 

-୧୦-୨୯-୩୨

 

ଠ-

ପତିସୂତାଦିଭିରାର୍ତ୍ତିଦୈଃ କତମ୍‌

 

-୧୦-୨୯-୩୩

 

ଡ-

ଚିତ୍ତଂ ସୁଖେନ ଭବତାପହୃତଂ

 

-୧୦-୨୯-୩୪

 

 

 

 

ଢ-

ନୋଚେଦ୍‌ବୟଂ ବିରହଜାଗ୍ନ୍ୟୁପପୁକ୍ତାଦେହା

 

ଧ୍ୟାନେନଯାମ ପଦୟୋଃ ପଦବୀଂ ସଖେ ତେ

 

-୧୦-୨୯-୩୫

 

ଣ-

ଇତି ବିକ୍ଳବିତଂ ତାସାଂ ଶ୍ରୁତ୍ୱା ଯୋଗେଶ୍ୱରେଶ୍ୱରଃ

 

ପ୍ରହସ୍ୟ ସଦୟଂ ଗୋପୀରାତ୍ମାରାମୋଽପ୍ୟରୀରାମତ୍‌

 

-୧୦-୨୯-୪୨

 

ତ-

ତାସାଂ ତତ୍‌ସୌଭଗମଦଂ ବୀକ୍ଷ୍ୟମାନଂଚ କେଶବଃ

 

ପ୍ରଶମାୟ ପ୍ରସାଦାୟ ତତ୍ତ୍ରୌବାନ୍ତରଧୀୟତ

 

-୧୦-୨୯-୪୮

 

ଥ-

ରେମେ ତୟା ଚାତ୍ମରତ ଆତ୍ମାରାମୋଽପ୍ୟଖଣ୍ଡିତଃ

 

କାମିନାଂ ଦର୍ଶୟନ୍‌ ଦୈନ୍ୟଂ ସ୍ତ୍ରୀଣାଂ ଚୈବ ଦୂରାତ୍ମତୋମ୍‌

 

-୧୦-୩୦-୩୪

 

ଦ-

ତନ୍ତୋପବିଷ୍ଟୋ ଭଗବାନ୍‌ ସଈଶ୍ୱରୋ

 

ଯୋଗେଶ୍ୱରାନ୍ତର୍ହୃଦି କଳ୍ପିତାସନଃ

 

-୧୦-୩୨-୧୪

 

ଧ-

ଯୋଗେଶ୍ୱରେଣ କୃଷ୍ଣେନ ତାସାଂ ମଧ୍ୟେ ଦ୍ୱୟୋର୍ଦ୍ୱୟୋଃ

 

ପ୍ରବିଷ୍ଟେନ ଗୃହୀତାନାଂ କଣ୍ଠେ ପୁନିକଟଂ ସ୍ତ୍ରିୟଃ

 

-୧୦-୩୩ -୩

 

 

 

 

 

 

 

ନ-

କ୍ୟଦ୍ୱା ତାବନ୍ତମାତ୍ମାନଂ ଯାବତୀର୍ଗୋପଯୋଷିତଃ

 

ରେମେ ସ ଭଗବାଂସ୍ତାରିରାତ୍ମାରାମୋଽପି ଲୀଳୟା

 

-୧୦-୩୩-୨୦

 

ପ-

ସିଷେବ ଆତ୍ମନ୍ୟବରୁଦ୍ଧ ସୌରତଃ ଇତ୍ୟାଦି

 

-୧୦-୩୩ -୨୬

 

ଫ-

ସ କଥଂ ଧର୍ମସେତୁନାଂ ବକ୍ତା କର୍ତ୍ତାଭିରକ୍ଷିତା

 

ପଅତୀପମାବରଦ୍‌ ବ୍ରହ୍ମନ୍‌ ପରଦାରାଭିମର୍କ୍ଷଣମ୍‌

 

-୧୦-୩୩-୨୮

 

ବ-

ଧର୍ମ ବ୍ୟତିକ୍ରମୋ ଦୃଷ୍ଟ ଈଶ୍ୱରାଣାଂଚ ସାହସମ୍‌

 

ତେଜୀୟସାଂ ନ ଦୋଷାୟ ବହ୍ନେଃ ସର୍ବଭୂଜୋ ଯଥା

 

-୧୦-୩୩-୩୦

 

ଭ-

କିମୂତାଖିଳ ସତ୍ତ୍ୱାନାଂ ତିର୍ଯ୍ୟଙ୍‌ମର୍ତ୍ତ୍ୟଦିଚୌକପାମ୍‌

 

ଈଶିତୁଶ୍ଚେଶିତବ୍ୟାନାଂ କୁଶଳାକୁଶଳାନ୍ୱୟଃ

 

-୧୦-୩୩-୩୪

 

ମ-

ଯତ୍‌ପାଦପଙ୍କଜପରାଗନିଷେର୍ବତୃପ୍ତା

 

ଯୋଗପ୍ରଭାବବିଧୂତାଖିଳ କର୍ମବନ୍ଧାଃ

 

ସ୍ୱୈରଂ ଚରନ୍ତି ମୂନୟୋଽପି ନ ନହ୍ୟମାନାସ୍ତ

 

ସ୍ୟେଚ୍ଛୟାତ୍ତବପୁଷ କୃତ ଏବ ବନ୍ଧଃ

 

-୧୦-୩୩-୩୫

 

 

କିନ୍ତୁ ଏହି ରାସୋତ୍ସବ ବର୍ଣ୍ଣନର ଶେଷରେ ପରମଭାଗବତ ପରୀକ୍ଷିତ ମଧ୍ୟ ସନ୍ଦିହାନ ହୋଇ ଭୀତ ସଂକୁଚିତ ଭାବରେ ପ୍ରଶ୍ନ କଲେ-“ଧର୍ମମର୍ଯ୍ୟାଦାମାନଙ୍କର ଉପଦେଷ୍ଟା ସୃଷ୍ଟିକର୍ତ୍ତା ଓ ରକ୍ଷାକାରୀ ହୋଇ କି ନିମିତ୍ତ କୃଷ୍ଣଚନ୍ଦ୍ର ପରସ୍ତ୍ରୀ ଗ୍ରହଣ ରୂପ ଅଧର୍ମ ଆଚରଣ କଲେ ? ପୂର୍ଣ୍ଣକାମ ଯଦୁପତି କି ଅଭିପ୍ରାୟରେ ଏହି ଅଧର୍ମ ଆଚରଣ କଲେ, ଏ ବିଷୟରେ ମୋର ସନ୍ଦେହ ଦୂର କରନ୍ତୁ-।”(ଫ)

 

ରାସପଞ୍ଚାଧ୍ୟାୟୀ ଶ୍ରବଣ କଲେ ସାଧାରଣ ଲୋକର ମନରେ ଏହିପରି ପ୍ରଶ୍ନ ଜାଗରୂକ ହୁଏ । ପରୀକ୍ଷିତ ଯେ ରାସପଞ୍ଚାଧ୍ୟାୟୀର ତତ୍ତ୍ୱ ବୁଝି ନ ଥିଲେ, ଏହା କହିହେବ ନାହିଁ । ବୋଧହୁଏ ସେ ରାଜ୍ୟର ରାଜା, ସଂସାରର ଲୋକମାନେ ଏପରି ଭାବରେ ଭାବିପାରନ୍ତି –ଏହି ଆଶଙ୍କା କରି ସେ ଲୀଳାର ତତ୍ତ୍ୱ ଜନସାଧାରଣଙ୍କର ସୁନ୍ଦର ଅବରୋଧ ନିମିତ୍ତ ଟିକିଏ ସରଳ ଭାବରେ ଓ ଚୂଡ଼ାନ୍ତ ନିଷ୍ପତ୍ତି ସହିତ ଶୁଣିବାକୁ ପ୍ରାର୍ଥନା କରିଥିଲେ । ଶୁକଦେବ ଏହାର ଉତ୍ତର ଦେବାକୁ ଯାଇଁ କହିଥିଲେ-“ତେଜସ୍ୱୀଙ୍କଠାରେ ଧର୍ମ ବ୍ୟତିକ୍ରମାଦିଦ୍ୱାରା କୌଣସି ଦୋଷ ସମ୍ଭବେ ନାହିଁ । ଯେପରି ଅଗ୍ନି ସର୍ବଭକ୍ଷଣ କରି ନିଜର ପବିତ୍ରତା ନିଷ୍ଟା କରେନାହିଁ, ସେହିପରି ତେଜସ୍ୱୀ ମହାପୁରୁଷ ଅହଙ୍କାରଶୂନ୍ୟ ହୋଇଥିବାରୁ ମଙ୍ଗଳ ଓ ଅମଙ୍ଗଳରେ ଅର୍ଥ ଓ ଅନର୍ଥରେ ସେମାନଙ୍କର କୌଣସି ଦୋଷାଦୋଷ ଘଟେନାହିଁ (ବ) । ଯେ ନିଖିଳ ଜୀବବର୍ଗର ଈଶ୍ୱର ଓ ଯାବତୀୟ ଐଶ୍ୱର୍ଯ୍ୟର ଅଧିପତି, ତାଙ୍କର କୁଶଳ ଓ ଅକୁଶଳର ସମ୍ଭାବନା କେଉଁଠି ? (ଭ) ଯାହାଙ୍କର ପାଦସେବକ ଭକ୍ତ ଓ ଜ୍ଞାନୀମାନେ କର୍ମବନ୍ଧ ଦୂରକରି ସ୍ୱଚ୍ଛନ୍ଦରେ ବିଚରଣ କରିଥାନ୍ତି, କେବେହେଲେ ସଂସାରରେ ବଦ୍ଧ ହୁଅନ୍ତି ନାହିଁ । ଯେ ସ୍ୱଇଚ୍ଛାରେ ଦେହ ଧାରଣ କରିପାରନ୍ତି, ତାଙ୍କର କିପରି ବନ୍ଧ ହୋଇପାରେ ? (ମ) ଯେ ଗୋପ ଗୋପୀଙ୍କ ସ୍ୱାମୀ ଓ ଯାବତୀୟ ଜୀବଙ୍କ ଅନ୍ତରରେ ବିରାଜମାନ ଓ ଯେ ବୁଦ୍ଧି ଆଦିର ସାକ୍ଷୀ, ସେହି ଭଗବାନ କୃଷ୍ଣଚନ୍ଦ୍ର ଲୀଳାନିମିତ୍ତ ଦେହ ଧାରଣ କରିଥିଲେ । (ଯ) ଜୀବର ମଙ୍ଗଳ ସାଧନ କରିବା ନିମିତ୍ତ ସେ ମନୁଷ୍ୟ ରୂପ ଧାରଣ କରି ଏହିରୂପ ବିବିଧ କ୍ରୀଡ଼ା କରିଥାଆନ୍ତି-। ବ୍ରଜବାସୀମାନେ ଶ୍ରୀକୃଷ୍ଣଙ୍କ ପ୍ରତି ଅସୂୟା ପ୍ରକାଶ କରିନାହାନ୍ତି । କାରଣ ସେମାନେ ତାଙ୍କର ମାୟାରେ ମୁଗ୍ଧହୋଇ ସେମାନଙ୍କର ପତ୍ନୀଙ୍କୁ ସ୍ୱ ସ୍ୱ ପାର୍ଶ୍ୱରେ ଦେଖିବାକୁ ପାଉଥିଲେ (ର)-

 

ଶୁକଦେବ ଏହିପରି ଶେଷ ସମାଧାନ କରି ପରୀକ୍ଷିତଙ୍କ ମନରେ ସନ୍ତୋଷ ଦେଇ ପାରିଥିଲେ ।

 

ଏ ବିଷୟରେ ଆଉ ବେଶି ଆଲୋଚନା କରିବା ଅନାବଶ୍ୟକ । ଯେଉଁ ବିଷୟମାନ ରାସ ପଞ୍ଚାଧ୍ୟାୟୀରୁ କଥିତ ହେଲା, ସେଥିରୁ ସ୍ପଷ୍ଟ ଜଣାଯାଏ ଯେ କୃଷ୍ଣ ସାମାନ୍ୟ ମାନବ ଓ ଗୋପୀମାନେ ମଧ୍ୟ ସାଧାରଣ ସ୍ତ୍ରୀ ନୁହନ୍ତି । ଉପରୋକ୍ତ ବିଷୟମାନ ଲେଖିବାର ଉଦ୍ଦେଶ୍ୟ ମଧ୍ୟ ଏହାହିଁ ଦର୍ଶାଇବା । ସାଧାରଣତଃ ସଂସାରରେ ପରିଦୃଷ୍ଟ ହୁଏ ଯେ ଲୋକେ ଧର୍ମଭାବରେ ଆତ୍ମହରା ହୋଇ ସଂସାର ବିଷୟ ପ୍ରତି-ଜାତି, କୁଳ ଓ ମର୍ଯ୍ୟାଦା ପ୍ରତି ଜଳାଞ୍ଜଳି ପ୍ରଦାନ କରନ୍ତି । ଧର୍ମଭାବରେ ବିଭୋର ହୋଇ ଭଗବାନଙ୍କ ନାମ କୀର୍ତ୍ତନରେ ଭକ୍ତଙ୍କର ପ୍ରେମ ଉଚ୍ଛୁଳି ଉଠେ ଓ ହୃଦୟ ବିଗଳିତ ହୁଏ ଏବଂ ସେ କେତେବେଳେ ଅବଶ ଓ ଜଡ଼ ହୋଇ ଯାଆନ୍ତି, କେତେବେଳେ ଉନ୍ମତ୍ତ ପରି ଉଚ୍ଚରେ ହାସ୍ୟ କରନ୍ତି, କେତେବେଳେ ରୋଦନ କରନ୍ତି-ଚିତ୍କାର କରନ୍ତି, କେତେବେଳେ ବା ନୃତ୍ୟ କରନ୍ତି । ଏହାହିଁ ଭକ୍ତର ଚରମଭାବ । ଏହି ଭାବରେ ଲୋକ ଚିନ୍ମୟ ସୁଖ ଅନୁଭବ କରେ । ଏହି ଭାବ ଭକ୍ତର ସର୍ବଦା ରହିଲେ ସେ ଗୋପୀଭାବ ଆସ୍ୱାଦନ କରେ ଏବଂ ଭଗବତ୍ କୃପାବଶରେ ସେ ସାଧନାସିଦ୍ଧା ଗୋପୀଙ୍କ ତୁଲ୍ୟ ହୋଇ ଭଗବାନଙ୍କ ଚିନ୍ମୟ ରାଜ୍ୟରେ ଆନନ୍ଦ-ସୁଖ ଅନୁଭବ କରେ । ଏହା ହେଉଅଛି ସାଧନାର ଚରମ ପରିଣତି । ଏହାଙ୍କ ଉପରେହିଁ ନିତ୍ୟସିଦ୍ଧା ବ୍ରଜକନ୍ୟା ଗୋପୀମାନେ । ଏମାନଙ୍କ ଭାବ ସାଧକଙ୍କର ମଧ୍ୟ ଦୁର୍ଲଭ, କାରଣ ଏମାନେ ଭଗବାନଙ୍କ ଆତ୍ମକଳ୍ପ ଅଟନ୍ତି । ଏମାନେ ସର୍ବଦା ଜୀବର ଉପାସ୍ୟା ଓ ତହୁଁ ଗୁରୁକଳ୍ପା-ଏପରି ଦୃଷ୍ଟିରେ ଭାଗବତର ଗୋପୀଲୀଳାକୁ ଦେଖିବାକୁ ହେବ । ଏହି ଭାବରେ ଅନୁପ୍ରାଣିତ ହେଲେ ଲୋକ ପରମ ସୁଖ ଅନୁଭବ କରିବ । ଏହାହିଁ ବୈଷ୍ଣବ ଧର୍ମର ଚରମ ଉଦ୍ଦେଶ୍ୟ ।

 

ଦନାଇ ଦାସ ଜଣେ ପ୍ରୀତିପୂରାଭକ୍ତିଆ ଥିଲେ । ସେ କୃଷ୍ଣ ପ୍ରେମରେ ବିଭୋର, ଗୋପୀ ଭାବରେ ତନ୍ମୟ ଥିଲେ । ସେ ପ୍ରେମରସରେ ଯେ ମଜ୍ଜିଯାଏ, ସେ ଆତ୍ମହରା ହୁଏ-ସେ କୃଷ୍ଣଙ୍କ ଜନ୍ମ, କର୍ମ ଓ ନାମ ଶ୍ରବଣ କରି ନିର୍ଲ୍ଲଜ୍ଜ ଭାବରେ ଗାନ କରି ନିଷ୍ପୃହ ହୃଦୟରେ ବିଚରଣ କରେ । ତାର କି ଲୌକିକ ମର୍ଯ୍ୟାଦା ପ୍ରତି ଭ୍ରୂକ୍ଷେପ ଅଛି ? ଲୋକଙ୍କର ଭଲ ମନ୍ଦ କଥା ତାକୁ ସମାନ-ତାର ଲଜ୍ଜା ନାହିଁ, ଅଭିମାନ ନାହିଁ, ଅହଙ୍କାର ମଧ୍ୟ ନାହିଁ । ଭାଗବତର ଉକ୍ତି “ସ୍ୱଜନଂ ଆର୍ଯ୍ୟପଥଂ ଚ ହିତ୍ୱା” ର ଅର୍ଥ ଏହି ଯେ, ଗୋପୀମାନେ ନିଜର ପତି ପୁତ୍ର ଓ ଲୌକିକ ବିଧି ଅନୁମୋଦିତ ଧର୍ମ ପରିତ୍ୟାଗ କରି କୃଷ୍ଣଚନ୍ଦ୍ରଙ୍କୁ ଭଜିଥିଲେ । ଗୋପୀମାନଙ୍କ ମଧ୍ୟରେ ନିଜ ନିଜର କୃଷ୍ଣଚନ୍ଦ୍ରଙ୍କ ସହ ରମଣର ବର୍ଣ୍ଣନାରେ ବା କାହୁଁ ଲଜ୍ଜା ସଂକୋଚ ରହିବ ? କୃଷ୍ଣଚନ୍ଦ୍ରଙ୍କ ସହ ରମଣ କାଳରେ ସେମାନଙ୍କ ମଧ୍ୟରେ ଅହଙ୍କାର ଜନ୍ମିଥିଲା, ନିଜ ନିଜକୁ ପରସ୍ପରଠାରୁ ଭାଗ୍ୟବତୀ ମଣିଥିଲେ । ସେହି ଭାବ ଦୂରକରିବା ନିମିତ୍ତ କୃଷ୍ଣଚନ୍ଦ୍ର ଅନ୍ତର୍ହିତ ହୋଇ ଗୋପୀମାନଙ୍କୁ, ପରେ ବୃନ୍ଦାବତୀଙ୍କୁ ବିଶୁଦ୍ଧ ଭାବ ପ୍ରଦାନ କରିଥିଲେ । ପୂର୍ବୋକ୍ତ “ପ୍ରଶମାୟ ପ୍ରସାଦାୟ” ଓ “ ଦୁରାତ୍ମତା ” ର ମଧ୍ୟ ଏହି ଅର୍ଥ । ତତ୍‌ପରେ ଅହଙ୍କାର-ବର୍ଜିତ ଗୋପୀମାନଙ୍କରସହ ରାସ ଲୀଳା । ମଥୁରା ପ୍ରୟାଣ ପରେ ସେହି ଶୁଦ୍ଧ ସ୍ୱରୂପା ଗୋପୀମାନଙ୍କର କୃଷ୍ଣଙ୍କ ଅଭାବ ହେତୁ ବିଳାପ ମଧ୍ୟରେ କୃଷ୍ଣଚନ୍ଦ୍ରଙ୍କ ଗୁଣ ଓ କ୍ରିୟା କଳାପ ବର୍ଣ୍ଣନାରେ କାହୁଁ ବା ଲଜ୍ଜା ସମ୍ଭବିବ ? ବିଷୟ ସଂସ୍ପୃଷ୍ଟ ଥାଇ ଲୋକେ ଲୌକିକ ମର୍ଯ୍ୟାଦାନୁରୋଧରେ ଲଜ୍ଜା ଅନୁଭବ କରନ୍ତି । ଯେତେବେଳେ ଜୀବ ସଂସାରର ବିଷୟ ପ୍ରପଞ୍ଚଦ୍ୱାରା ଅସ୍ପୃଷ୍ଟ ଓ ନିର୍ଗୁଣ ଭାବ ପ୍ରାପ୍ତ ହୋଇ ଭଗବତ୍ ଲୀଳା ଓ ମାଧୁରୀ ଆସ୍ୱାଦ କରେ, ସେତେବେଳେ ବା କାହୁଁ ଲଜ୍ଜା ସମ୍ଭବ ? ସେ ତ ନିର୍ଲ୍ଲଜ, ତାର ଲଜ୍ଜା କାହିଁ ? ସେ ତ ମଧୁର ଉନ୍ମାଦନାରେ ଉନ୍ମତ୍ତ, ମହାଭାବରେ ବିଭୋର, ଧର୍ମାଧର୍ମର ବହୁ ଊର୍ଦ୍ଧ୍ୱରେ ଆସୀନ, ମାୟାରୁ ନିର୍ମୁକ୍ତ; ତାକୁ କାହୁଁ ମାୟା ଲାଗିବ ଯେ ସେ ଆତ୍ମଭାବ ପ୍ରକାଶରେ ସଂକୋଚ ଅନୁଭବ କରିବ ? ସେ ଯେଉଁ ମଧୁର ରସ ଆସ୍ୱାଦନ କରିଛି, ତାହା ସମସ୍ତ ଜଗତରେ, ଆବ୍ରହ୍ମସ୍ତମ୍ଭ ପର୍ଯ୍ୟନ୍ତ ସମସ୍ତ ସୃଷ୍ଟ ପଦାର୍ଥରେ ତାହାକୁ ଆସ୍ୱାଦିତ କରାଇବାରେ ଉନ୍ମନା । ଧନ୍ୟ ସେହି ଭାବ !! ତାହାହିଁ ଜୀବର ଚରମାବସ୍ଥା ।

 

ଓଡ଼ିଆ ସାହିତ୍ୟ ରାଜ୍ୟରେ ଗୋପୀଭାଷାର ଆସନ ଅତୁଳନୀୟ । ଉତ୍କଳର ସାଧାରଣ ଜୀବନ ଉପରେ କାବ୍ୟଟିର ପ୍ରଭାବ ଏତେ ଅଧିକ ଯେ, ତାହାର ତୁଳନା ଏକାବେଳକେ ଅସମ୍ଭବ । କାବ୍ୟ ହିସାବରେ ଗୋପୀଭାଷାର ଉପାଦେୟତା ଅତି ମହତ୍ । ବିପ୍ରଲମ୍ଭ ଶୃଙ୍ଗାରର ବର୍ଣ୍ଣନାରେ କରୁଣରସର ଲାବଣ୍ୟ ଢଳଢଳ ମୃର୍ଚ୍ଛନା କାବ୍ୟଟିର ସର୍ବତ୍ର ଲକ୍ଷିତ ହୁଏ । ତାହା ପାଠକଲେ ପାଠକର ହୃଦୟରେ ଠିକ୍ ଗୋପୀ ହୃଦୟ ପରି କି ଏକ ବିରହ-ଆକୁଳତାର ସ୍ପନ୍ଦନ ଖେଳିଯାଏ । ଯେଉଁ ଭାଷାରେ କବି ଗୋପକାମିନୀମାନଙ୍କର ବିରହ-ବେଦନାର ଚିତ୍ର ଅଙ୍କନ କରିଅଛନ୍ତି, ତାହା ଯେପରି ସରଳ, ସେହିପରି ସହଜ; ଯେପରି ମଧୁର, ସେହିପରି ମଧ୍ୟ ହୃଦୟ ସ୍ପର୍ଶୀ । ସେଥିରେ କୌଣସି କ୍ଳିଷ୍ଟ କଳ୍ପନା ବା ଶବ୍ଦାଳଙ୍କାର-ଜନିତ ଅପ୍ରାକୃତିକତା ଦେଖିବାକୁ ମିଳେନାହିଁ । ତେଣୁ ଅପାମରପଣ୍ଡିତ ପର୍ଯ୍ୟନ୍ତ ସକଳ ଶ୍ରେଣୀର ପାଠକ କାବ୍ୟଟିର ସମାଦର କରିଥାନ୍ତି । ବିରହିଣୀ ଗୋପକାମିନୀମାନଙ୍କ କରୁଣ ବିଳାପକୁ ପରିଷ୍ଫୁଟ କରିବା ପାଇଁ କବି ଯେଉଁ ଉପମା ଓ ଦୃଷ୍ଟାନ୍ତମାନ ସ୍ଥଳ ବିଶେଷରେ ଖଞ୍ଜି ଦେଇଛନ୍ତି, ତାହା ପାଠକଲେ ଉତ୍କଳର ସହଜ ପ୍ରାଣ ଉଲୁସି ଉଠେ । ଭାଷାର ସରଳ ତରଳ ମନ୍ଦାକିନୀ ଧାରାରେ ମଧୁର ଭାବାବଳିର ଉତ୍ତରଳ ଲାବଣ୍ୟ ଉତ୍କଳଭାରତୀ କୁଞ୍ଜର ଶୋଭାସଂପଦ ବର୍ନ୍ଧନପୂର୍ବକ ଏକ ସୁଖାନନ୍ଦମୟ ଅନନ୍ତ ଲକ୍ଷ୍ୟରେ ଯେପରି କି ପରିଚାଳିତ, ଏହାହିଁ ବୋଧହୁଏ ।

 

ପ୍ରଥମ ଛାନ୍ଦରେ କବି ଗୋପୀମାନଙ୍କ ମୁଖରେ ଅକ୍ରୁର ଓ କଂସ ପ୍ରତି ଅଭିଯୋଗ ଆଣି ସେମାନଙ୍କ ହୃଦୟର ସରଳତାକୁ ଯେପରି ଭାବରେ ଫୁଟାଇ ଅଛନ୍ତି, ତାହା ବଡ଼ ଚିତ୍ତାକର୍ଷକ । ଯଥା: -

 

ରଥ ବେଢ଼ିଣ ସକଳ ତରୁଣୀ

ମାରି ମରନ୍ତୁ ଅକ୍ରୁରକୁ ପୁଣି

କଂସ ଯାହା କରୁ ପଛେ କରନ୍ତା

ଗୋପପୁର ଯାକ ପଛେ ମାରନ୍ତା

ତହିଁମଲେ ସେ ହୁଅନ୍ତା କାରଣ

ଯାହା ଉପେକ୍ଷି ଗଲେ ନାରାୟଣ

ଯେବେ ଶ୍ରୀକୃଷ୍ଣ ଗୋପରେ ଥାଆନ୍ତେ

ଲକ୍ଷେ କଂସ ଆସି କିସ କରନ୍ତେ

କେତେ ଅସୁର ଗୋପକୁ ଅଇଲେ

ମନ୍ଦ ବିଚାରି ସର୍ବେ ନାଶ ଗଲେ

ୟେବେ ସେହିରୂପେ କଂସ ମରନ୍ତା

କୃଷ୍ଣ ଆମ୍ଭ ସଙ୍ଗ କିମ୍ପା ଛାଡ଼ନ୍ତା

 

ଦ୍ୱିତୀୟ ଛାନ୍ଦରେ କୃଷ୍ଣଙ୍କ ନିର୍ଦ୍ଦୟତା ଓ ମଥୁରା ଅବସ୍ଥାନ ବିଷୟ ଚିନ୍ତାକରି କବି ଗୋପୀ ହୃଦୟର ଆକୁଳତାକୁ କିପରି ଘରୋଇ କଥାର ଉଦାହରଣରେ ବ୍ୟକ୍ତ କରିଅଛନ୍ତି, ତାହା ନିମ୍ନରେ ଉଦ୍ଧୃତ ହେଲା : -

 

ଯାକୁ ନାନା ରସପଣା ମିଳିବ

ସେ ଗୋ ଗୁଡ଼ପଣା କିସ କରିବ

ଯାକୁ ମିଳିବ ଦିବ୍ୟ ଶାକଅନ୍ନ

ତାର ବଗଡ଼ା କରେ ନାହିଁ ମନ

ଯାକୁ ମିଳିବ ପଲଙ୍କ ସୁପାରି

ତାର ଭୂମି ଶଯ୍ୟାରେ କାହିଁ ମତି

ଯାକୁ ମିଳିବ ସୁବାସ ଚନ୍ଦନ

ତାର ନିମ୍ମ କାଠରେ କାହିଁ ମନ

ଯେହୁ ଗଙ୍ଗାରେ କରିବ ସ୍ନାହାନ

ତାର କୂପଜଳରେ କାହିଁ ମନ

ଯାକୁ ମିଳିବ ଅମୂଲ୍ୟରତନ

ତାର ସଷ୍ଟିକରେ ନାହିଁ ଯତନ

ଯାକୁ ମିଳଇବ ପାଟ ଯେ ପତନୀ

ଆନ ବସନ ନ ରୁଚଇ ପୁଣି

 

ଏହି ଦ୍ୱିତୀୟ ଛାନ୍ଦର ଅନ୍ୟତ୍ର କବି ଥରେ କୃଷ୍ଣଙ୍କୁ ଚୋରରୂପରେ ବାନ୍ଧିଥିବା କଥା ଜଣେ ଗୋପୀର ମନେପକାଇ ଦେଇ ଯେଉଁ ସରଳ ସହଜ ଚିତ୍ତାକର୍ଷକ ଭାଷାରେ ତାହା ବର୍ଣ୍ଣନା କରିଅଛନ୍ତି, ତାହା କିପରି ହୃଦୟଗ୍ରାହୀ - ତଳେ ତାହାର ଦୃଷ୍ଟାନ୍ତ ପ୍ରଦତ୍ତ ହେଲା: -

 

 

 

ୟେକ ଗୋପୀୟେ ବୋଇଲା ମିତଣି

ସେ ଗୋ ବଡ଼ ମାୟାବୀ ଚକ୍ରପାଣି

ଦିନେ ଗୋଗୋଷ୍ଠେ ରହିଲେ ଗୋପାଳ

ଚୋର ରୂପ ଧଇଲେ ନନ୍ଦବାଳ

ନିଶାକାଳେ ମୋ ପୁରକୁ ଅଇଲେ

ଦହି ଦୁଧ ସର ସବୁ ଖାଇଲେ

ଶାଶୁ ପଣନ୍ତ ଧରି ଓଟାରଇ

ବୋହୂ ଚୋର ବୋଲି ରଡ଼ି ଛାଡ଼ଇ

ଦୀପ ବହନ କରିଣ ଧର ଗୋ

ଆମ୍ଭ ଘରେ ପଶିଅଛି ଚୋର ଗୋ

 

ତୃତୀୟ ଛାନ୍ଦରେ ଗୋପକାମିନୀମାନଙ୍କର ଉଚ୍ଛନ୍ନ ଦଶା ପ୍ରଦର୍ଶନ କରିବା ଅଭିପ୍ରାୟରେ କବି କୃଷ୍ଣଙ୍କ ଉଦ୍ଦେଶ୍ୟରେ ଯେଉଁ ଅପ୍ରିୟ ଉକ୍ତିମାନ ସେମାନଙ୍କ ମୁଖରେ ପ୍ରକାଶ କରାଇଅଛନ୍ତି, ତାହା କିପରି ମର୍ମନ୍ତୁଦ ବିରହବ୍ୟଞ୍ଜନ ତଥା ଉନ୍ମାଦନା ସୂଚକ, ନିମ୍ନରେ ତାହାର ନିଦର୍ଶନ ଉଦ୍ଧୃତ ହେଲା:-

 

ଯାହା ସଙ୍ଗେ କଲେ ଯଉଁ ପୀରତି

ନିଶ୍ଚେ କାଳ ହୋଇଲା ସେହିମତି

ସେ ଗୋ ମରିଥିଲେ ଭଲ ହୁଅନ୍ତା

ୟେତେ ଦୁଖ କିମ୍ପା ଦେହ ସହନ୍ତା

ଗଛ ଭାଜିଲା ମାଡ଼ି ନ ପଡ଼ିଲା

ପୋଡ଼ୁ ଶଗଡ଼ହିଁ ମାଡ଼ି ନ ଗଲା

ଭୂତ ଉଡ଼ାଇ ନେଇ ନ ଗିଳିଲା

ଅଜଗର ପେଟରୁ ମୁକୁଳିଲା

କାଳୀ ତଂସିଲେ ଯାଇଥାନ୍ତା ସରି

ଆମ୍ଭେ ମରନ୍ତୁ ୟେତେ କିମ୍ପା ଭାଳି

ପୁନଶ୍ଚ ସେହି ଛାନ୍ଦର ଅନ୍ୟତ୍ର କବି ଗୋପୀହୃଦୟର ନୈରାଶ୍ୟ କିପରି ଚିତ୍ରିତ କରିଅଛନ୍ତି, ଦେଖନ୍ତୁ-

ତାଙ୍କୁ କେମନ୍ତ କରି ମୁରୁଛିବା

ଅଗ୍ନି କୁଢ଼ାଇ ଭିତରେ ପଶିବା

ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା

ଡେଇଁ ଯମୁନା ଜଳରେ ଝାସିବା

ତାର ଉପରେ ପଛେ କଥା ଥାଉ

ପରମାନନ୍ଦ ଲାଗି ଦେହ ଯାଉ

 

ଅନ୍ୟତ୍ର ସେହି ଛାନ୍ଦରେ ଅନ୍ୟ ଏକ ଗୋପୀ ମୁଖରେ ଅଭିମାନମୂଳକ କ୍ରୋଧ ଓ କୃଷ୍ଣଙ୍କୁ ପୁଣି ଫେରି ପାଇବାର ଉପାୟ କବି କିପରି ପ୍ରକାଶ କରିଅଛନ୍ତି, ତାହାର ଉଦାହରଣ ତଳେ ଉଦ୍ଧୃତ ହେଲା -

 

 

 

ୟେକ ଗୋପୀ ବୋଇଲା ନୋହେ କିଛି

ମୋତେ ଭଲ ବୁଦ୍ଧିୟେ ଦିଶୁଅଛି

ଗୋପପୁରଯାକ ରୁଣ୍ଡ ହୋଇବା

କରେ କାଉଁରୀ ନଉଡ଼ି ଧରିବା

ମଧୁପୁରକୁ ବୋଲି ଯିବା ଧାଇଁ

ଯାଇଁ କଟକେ ପଶିବା ଧଂସାଇ

ତାଙ୍କ ସନ୍ନିଧେ ହୋଇବା ପ୍ରବେଶ

ତାଙ୍କୁ ବୋଲିବା କୃଷ୍ଣ ଗୋପେ ଆସ

ଯେବେ ନ ଗଡ଼ିବେ ମଧୁଯୁବତୀ

ଗୋଳ କରି ଆଣିମା ଶିରୀପତି

ସଭା କଲେ ଲୋକେ ନ ବୋଲିବେ କି

ଗୋପୀନାଥଙ୍କୁ ଗୋପୀ ନ ନେବେ କି

 

ଚତୁର୍ଥ ଛାନ୍ଦରେ କବି କୁବୁଜା ପ୍ରତି ଗୋପୀମାନଙ୍କର ଈର୍ଷା ଦେଖାଇ ଜଣେ ଗୋପୀ ମୁଖରେ ସେମାନଙ୍କର ଦୀନତା ଓ ହୀନତା ନିମ୍ନଲିଖିତ ପ୍ରକାରେ ପ୍ରଦର୍ଶନ କରିଅଛନ୍ତି -

 

ମଥୁରାପୁର ଶୋଭା ଦିଶେ ଭଲେ

କୁବୁଜା ସୁନ୍ଦର ହେବାରୁ ଇଲେ

ଲିମ୍ୱବୃକ୍ଷ ହେଲେ ଗୋପ ତରୁଣୀ

ନନ୍ଦଯଶୋଦା ଗୋ କୋଚିଲା ପାଣି

ଗୋଧବ ବାଛୁରୀ ବରେହା ହେଲେ

ଦୁଧ ଲବଣୀ ଲୁଣି ପାଣି ତୁଲେ

ବଉଳ ଅୟେଁଳା ସେ ନାଗେଶ୍ୱର

ଫୁଟିଣ ତଳେ ପଡ଼ିଲେ ସକଳ

ଯମୁନା ଥରେ ଯିବାକୁ ନୋହିଲା

ଝୁରନ୍ତେ ଦେହରୁ ରକତ ଗଲା

ହସ୍ତରୁ କଙ୍କଣ ପଡ଼ିଲା ଗଳି

ଗୋଡ଼ ପାହୁଡ଼ ଶବଦ ନ କରି

ଦେହରେ ଲୁଗା ଯେ ଗରୁ ହୋଇଲା

ତରୁ ଉପୁଡ଼ି ଯେସନେ ପଡ଼ିଲା

ସେହିରୂପେ ହେଲୁ ଗୋପ ସୁନ୍ଦରୀ

ରାତ୍ରଦିବସ ନ ସରଇ ଝୁରି

 

 

କେଣେ ଗଲେ କାହିଁ ପୁଣି ଦେଖିବା

ଯୁବା ସମୟ କେମନ୍ତେ ଧରିବା

ତାହା ଶୁଣି ୟେକ ଗୋପୀୟେ କହି

ଆରତ ହେଲେ କି ହୋଇବ ସହି

କ୍ଷୀର ଆଉଟିଣ ଦଧି ବସାଇ

ବିଷ ଆମ୍ୱିଳ ରସ ତହିଁ ଦେଇ

ଖୁଆ ଦଣ୍ଡ ଘେନି ମନ୍ଥିଲେ ପୁଣ

ଲବଣୀ ଯେସନେ ଉପୁଜେ ଜାଣ

ସେହିରୂପେ କଥା ହେଇଲା ଆସି

ବାଛି ଘେନିଗଲେ ମଥୁରାବାସୀ

ତାହା ଶୁଣି ଏକ ଗୋପୀ ବୋଇଲା

କଂସ ମାରି ମଥୁରା ରାଜା ହେଲା

ଥିଲା ଶବରଣୀ ହାଥେ ମାଣିକ

ତାହା ଚିହ୍ନି ଘେନିଗଲା ଗୁଣିକ

ଯେହ୍ନେ ଶାମୁକୁ ବାହାର ମୁକୁତା

କାଳେ ଭୋଗ କଲେ ତାହା ଦେବତା

 

ଷଷ୍ଠ ଛାନ୍ଦର ସ୍ଥଳ ବିଶେଷରେ କବି କୃଷ୍ଣଙ୍କ ବିବାହରେ ଗୋପୀମାନଙ୍କର ଯେଉଁ ସାଧିକ୍ଷେପ ଖେଦୋକ୍ତି ବର୍ଣ୍ଣନ କରିଅଛନ୍ତି, ତାହା ଯେପରି ମର୍ମନ୍ତୁଦ ସେହିପରି ପ୍ରାଣସ୍ପର୍ଶୀ । ଯଥା:-

 

କାଳସର୍ପ ସଙ୍ଗେ ବିଶ୍ୱାସ ହେଲେ ।

ସେ କି ଖାଇଲେ ନ ମରିବା ଭଲେ

ଦୁଧ ଗୁଡ଼ ନେଇ ଲିମ୍ୱ ମୂଳରେ ।

ଯେତେ ଦେଲେ ପିତା ଯିବ କି ତାରେ

କୁଜନ ଲୋକର ଏମନ୍ତ ରୀତି ।

ସୁଜନ ଲୋକର ଶୁଣ ଗୋ ମତି

ଅଯୋଧ୍ୟାଦେଶେ ଭଗୀରଥ ରାଜା ।

ତପସ୍ୟା କରି ବୁହାଇଲା ଗଙ୍ଗା

ବଳୀ ଯେ ସତ୍ୟ କରି ଦାନ ଦେଲା ।

ପାତାଳପୁରେ ଯାଇଣ ରହିଲା

ଯେଣୁ ରାଜା ପାଳେ ଧର୍ମରେ ପୃଥ୍ୱୀ ।

ମଞ୍ଚରୁ ଯାଇଣ ସ୍ୱର୍ଗରେ ଥିତି

ପ୍ରହଲାଦ ମନ ଜାଣିଣ ହରି ।

ସ୍ୱର୍ଗପୁରରେ ଇନ୍ଦ୍ର ନେଇ କରି

ଆମେ ଗୋପଗୋରି କି ଦୋଷ କଲୁ ।

ସେବା କରି କିମ୍ପା ନିରାଶ ହେଲୁ ।

 

୭ମ ଛାନ୍ଦରେ ଗୋପୀମାନଙ୍କର ଏହି ଆକୁଳତା ଆହୁରି ସ୍ପଷ୍ଟ - ଆହୁରି ପ୍ରାଣସ୍ପର୍ଶୀ ହେଇ ଅସାଧାରଣ ଚିତ୍ରଣ-ଚାତୁରୀର ପରିଚୟ ଦେଉଅଛି । ଯଥା: -

 

‘ଆମ୍ଭେ ବିକଳ କି ଜାଣିମେ ସେହୁ

ଚନ୍ଦ୍ରକୁ ଯେସନେ ଘୋଟଇ ରାହୁ

ସୂର୍ଯ୍ୟ କୁମୁଦର ଦେଖି ନିରାଶ      

ଭ୍ରମର ନ ଯାଏ କେତକୀ ପାଶ

କାଳସର୍ପ ଭୟେ ମଣ୍ଡୁକୀ ପୁଣ      

ଦିବସେ ବାହାର ନୋହଇ ଜାଣ

ଗଙ୍ଗାଜଳ ମାଟି କଳଶ ନେଇ      

ସୁବର୍ଣ୍ଣ ଝରୀରେ ପୁରୋଇ ପିଇ

ସେହୁ ପୁଣି ହୋଏ ଯେତେକ ଦୃଶ      

କେହୁ ହେବ ମାଟି କଳସେ ତୋଷ

ଅନ୍ଧ ହସ୍ତେ ବସ୍ତ୍ର ମୁଦି ଥୋଇଲେ

ତାହାକୁ ଲାଗଇ ତିରଣ ତୁଲେ

ସୁବର୍ଣ୍ଣ ପଞ୍ଜୁରୀ ଭିତରେ ପେଚା

ରହିଲେ କୋରଡ଼ ସ୍ତନରେ ଏକା

ସେହିରୂପେ ଆମ୍ଭେ ଗୋପଯୁବତୀ

ଆମ୍ଭଙ୍କୁ ବଳିଲେ ମଥୁରା ସତୀ

 

 

 

ଷୋଡ଼ଶ ଛାନ୍ଦର ସ୍ଥଳ ବିଶେଷରେ କବି ଗେପୀମାନଙ୍କର ହୃଦୟକୁ କୃଷ୍ଣପ୍ରେମର ଅକୂଳ ପାରାବାରରେ ଭସାଇ ସେମାନଙ୍କ ମୁଖରୁ ଯେଉଁ ବାତ୍ସଲ୍ୟମୟ ଉକ୍ତି ପ୍ରକାଶ କରାଇଅଛନ୍ତି, ତାହା ପାଠକଲେ ପାଠକମାନଙ୍କର ପ୍ରାଣ ମଧ୍ୟ ସେହି ପ୍ରୀତିରସରେ ଭରପୂର ହୋଇଯାଏ । ଯଥା: -

 

ତାହା ଶୁଣି ଏକ ଗୋପୀ ବୋଇଲା

ହୃଦୟ ସେ କଥାମାନ ଦହିଲା

ନ ଯାଇ କିମ୍ପା ରହିଛି ଜୀବନ

ଯେବେ ଛାଡ଼ି ଗଲେ ପରାଣଧନ

ମୟୂର ପ୍ରାୟେ କେ ନାଚିବ ପୁଣି

କୋକିଳ ପ୍ରାୟେ କେ କହିବ ବାଣୀ

ବେଶ ଭୂଷଣ କେ ଆମ୍ଭଙ୍କୁ ଦେବ

ବାଳକ ରୂପ କେ ଯୁବା ହୋଇବ

ଲୋଟଣୀ ଛନ୍ଦେ କେ ବାନ୍ଧିବ ଚୂଳ

ଢଳି କେ ନାଚିବ ଆମ୍ଭ ସଙ୍ଗର

ମାନ କଲେ କେହୁ ଧରିବ ହସ୍ତ

ବେଶ କେ କରିବ ଗଲେଣି ସେ ତ

 

ଉନବିଂଶ ଛାନ୍ଦରେ କବି ବିରହ-ପାଗଳିନୀ ବ୍ରଜାଙ୍ଗନାଗଣଙ୍କ ହୃଦୟରେ ଅଦୂର ଭବିଷ୍ୟତରେ କୃଷ୍ଣଙ୍କୁ ଫେରି ପାଇବାର ଆଶା ଜାଗରିତ କରି ଏବଂ ବୃନ୍ଦାବିପିନରେ ଇତସ୍ତତଃ ବୁଲାଇ ସେମାନଙ୍କୁ ଯେଉଁ ଫୁଲର ଭୂଷଣରେ ସଜାଇ ଦେଇଅଛନ୍ତି, ତାହା ତାଙ୍କ ପ୍ରତିଭାର ସୁମହତ୍ ନିଦର୍ଶନ । ଯଥା: -

 

ସମସ୍ତେ ମିଶି ଫୁଲବେଶ କଲେ

ପଞ୍ଚୁବର୍ଣ୍ଣ ବେଶ ତହିଁ ହୋଇଲେ

ଫୁଲର ପାଣ୍ଢୋଇ ଫୁଲ ନେପୁର

ଫୁଲ ଝୁଣ୍ଟିଆ ଲଗାଏ ଗୋଡ଼ର

ଫୁଲର ମୁଦି ଅଙ୍ଗୁଷ୍ଠିରେ ଶୋଭା

ଫୁଲ ଶାଢ଼ୀ ଗୋଟି ପିନ୍ଧିଲେ ରାଧା

ଫୁଲ କାଞ୍ଚଲା ଶରୀରେଣ ଜଡ଼ି

ଫୁଲ ମାଳୀମାନ ଗଳାରେ ପଡ଼ି

ଫୁଲର ଚୁଡ଼ି ଫୁଲ କାଡ଼ ବିଦ

ଫୁଲର ବସଣୀ ନୋଥ ସଂପାଦ

ଫୁଲର ଗୁଣା ନାସେ ଶୋହେ ପୁଣି

ବାପ ମକଳତୀ ଫୁଲରେ ଜାଣି

ଚନ୍ଦ୍ରଫାସିଆ ଫୁଲରେ ନିବାଡ଼

ଫୁଲ ଝରାକାଠି ଜୁଡ଼ା ଉପର

ଫୁଲର ଅଳକା ଫୁଲର ଗଦା

ଫୁଲରେ ଭୂଷଣ ହୋଇଲେ ରାଧା

 

 

ଫୁଲରେ ଛବି ଗୋଟି ସଜ କରି

ଫୁଲରେ ଭୂଷଣ ପତ୍ର କାହାଳି

ଫୁଲର ଆଲଟ ଫୁଲ ବିଞ୍ଚଣୀ

ଏମନ୍ତ ବେଶ କରି ତାକୁ ପୁଣି

ଫୁଲବନରୁ ହେଇଲେ ବାହାର

ବୃନ୍ଦାବନେ ଯାଇ ମିଳେ ସତ୍ୱର

 

ବିଂଶ ଛାନ୍ଦରେ କବି ରାଧାରାଣୀଙ୍କ ଆଦେଶରେ ମଧୁମଙ୍ଗଳାଦିଙ୍କୁ ଦୂତରୂପେ ମଥୁରା ଅଭିମୂଖରେ ପଠାଇ ସେମାନଙ୍କର ଯେଉଁ ବେଶ ବର୍ଣ୍ଣନା କରିଅଛନ୍ତି, ସେ ବେଶ ଉତ୍କଳୀୟମାନଙ୍କର ସ୍ୱପରିଚିତ । ନିମ୍ନରେ ତାହା ଉଦ୍ଧୃତ ହେଲା:-

 

 

 

ଶୁଣି ତିନିଜଣ ମଥୁରା ଗଲେ

ଉତ୍ତମ ବେଶ ତିନିଜଣ ହେଲେ

ବଉଦିଆ ଛତା କାନ୍ଧରେ ଅଛି

ଖଡ଼ୁ ନୋଳି ହସ୍ତେ ଶୋଭା ପାଉଛି

କୁସୁମ ଛନ୍ଦେ ବାନ୍ଧିଛନ୍ତି ବାଳ

ବେକରେ ପଡ଼ିଛି ରଜୁର ହାର

ଅଙ୍ଗୁଷ୍ଠିରେ ପୁଣି ସୁବର୍ଣ୍ଣ ମୁଦି

ପଇତା ଉତୁରୀ ହୃଦରେ ଭେଦି

ପାନଖିଲି ମାନ ତୁଣ୍ଡରେ ଅଛି

ପାନ ବଟୁଆ ହସ୍ତେ ଧରିଛନ୍ତି

ବେନି ଗୋଡ଼େ ମଖମଲ ପାଣ୍ଢୋଇ

କ୍ଷୀରୋଦ୍ର ପିନ୍ଧା ଦୋସଡ଼ା ପିନ୍ଧାଇ

ସଜ ହୋଇଣ ହୋଇଲେ ବାହାର

ମଥୁରା ପୁରରେ ମିଳି ସବୁର

 

ପ୍ରକୃତ ବର୍ଣ୍ଣନାରେ, ପ୍ରାକୃତିକ ଦୃଶ୍ୟାବଳିର ଚିତ୍ରଣରେ କବିଙ୍କର ସିଦ୍ଧହସ୍ତତା କାବ୍ୟର ଅନେକତ୍ର ଲକ୍ଷିତ ହୁଏ । ପାଠକମାନଙ୍କର କୌତୁହଳ ଚରିତାର୍ଥ କରିବା ନିମିତ୍ତ ନିମ୍ନରେ ଚତୁର୍ବିଂଶ ଛାନ୍ଦ ବର୍ଣ୍ଣିତ ପ୍ରଭାତ ଚିତ୍ର ଉଦ୍ଧୃତ ହେଲା । ତାହା ଯେପରି ସରଳ ସହଜ-ସେହିପରି ମଧ୍ୟ ହୃଦୟସ୍ପର୍ଶୀ !!

 

ରଜନୀ ଶେଷେ କୃଷ୍ଣ ଗୁଣ ଗୁଣି

ଦୂତୀ ବୃନ୍ଦାବତୀ ମିଳିଲେ ପୁଣି

ଦ୍ୱାରେ ଡାକ ଦେଲେ ଉଠିବା ହୋଉ

ରାତି ପାହିଲା ଗୋ ସୁଷେଣା ବୋହୂ

ଦେବଥାଳେ ଶଙ୍ଖ ଶବଦ ହେଲା

କାକପକ୍ଷୀ ଯେ ଦ୍ୱାରେ ରଡ଼ି ଦେଲା

କୁଳବଧୂଙ୍କର ଭାଙ୍ଗିଲା ନିଦ

ବାସି ଆଡ଼କି କଲେ ଉଦବେଗ

ପଲଙ୍କ ଶଯ୍ୟା ଗୋ ବାସି ହୋଇଲା

ବେଶ ଭୂଷଣ ମଳିନ ଦିଶିଲା

ଗୋପ ନବରେ ହେଇଲା ଚହଳ

ଦଧି ମନ୍ଥନ ଯେସନେ ଉଲଳ

ଗୋଗୋଷ୍ଠୁ ଗୋପାଳମାନେ ଅଇଲେ

ଦୁଧସର ଘେନି ଘରେ ମିଳିଲେ

ସକଳ ଜୀବଙ୍କ ଆରମ୍ଭ ଗଲା

ପୂର୍ବଦିଗରେ ରଙ୍ଗବର୍ଣ୍ଣ ହେଲା

ଶୁଆସାରି ରାମ ଗୋବିନ୍ଦ ବୋଲି

ସୁଜ୍ଞଜନ ଲୋକେ ଗୋବିନ୍ଦ ଭାଳି

ବୃନ୍ଦାବନରେ କୋକିଳ ଶବଦ

ପକ୍ଷୀ ଜୀବମାନେ ମନେ ଆନନ୍ଦ

ମଞ୍ଜରୀ ଉଠି ଘରେ ଘରେ ପଶେ

ଇନ୍ଦର ଲୁଚିଲେ ଦେଖିଣ ତ୍ରାସେ

ପେଚା ଚଡ଼ାଇ କୋରଡ଼େ ରହିଲେ

ସର୍ପ ଭୟରେ ମଣ୍ଡୁକୀ ଲୁଚିଲେ

ଯମୁନା ଜଳ ଗୋ ଦିଶେ ନିର୍ମଳ

ସ୍ନାନକୁ ଯିବା ଉଠ ତତକାଳ

 

କବି ଦନାଇ ଦାସ ଉତ୍କଳ ଭାରତୀଙ୍କ ସମ୍ୱର୍ନ୍ଧନା ଉଦ୍ଦେଶ୍ୟରେ ଏହି ଯେଉଁ ସରଳ ସହଜ ସୁନ୍ଦର ସାହିତ୍ୟ-ସୌଧଟି ନିର୍ମାଣ କରିଅଛନ୍ତି, ତାହା ନିତ୍ୟ ନୂତନରୂପ ଚିରଦିନ ବିରାଜମାନ ହୋଇ ଭକ୍ତ, ରସିକ, ଭାବୁକ, ଓ ସୌନ୍ଦର୍ଯ୍ୟପିପାସୁ ଗ୍ରାହାକମାନଙ୍କର ଚିତ୍ତ ବିନୋଦନ କରିବ-ଏଥିରେ କୌଣସି ସନ୍ଦେହ ନାହିଁ ।

 

ଗୋପୀଭାଷା

ଭ୍ରମ-ସଂଶୋଧନ

 

ପଦ

ଅଶୁଦ୍ଧ

ଶୁଦ୍ଧ

୬୧-୨

ଆଣି ଆଣି ଦେଲା

ଆଣି ଦେଲା

୭୫-

ଜାଣେ

ଜାଣ

୯୨-

ଆମ୍ଭଙ୍କ

ଆମ୍ଭଙ୍କୁ

୭୩-

ମଥୁରା-ଦେବ

ମଥୁରା ଦେବ

୭୫-

ବନମାଳୀ

ଦିନ ମାଳୀ

୭୫-

କରି

କରେ

-

ଶୁଣ

ପୁଣ

୩୪-

କପୋଳ

କପାଳ

୪୨-

ନେରପୁ

ନେପୁର

୩୧-

ମନ

ମାନ

୧୧୭-

ଶନ୍ୟ

ଶୁନ୍ୟ

୧୧୯-୨, ୫୧-୧

ଶ୍ରୀପତୀ

ଶ୍ରୀମତୀ

୮୯-

ଦୂତ

ଦୂତୀ

୯୦-

ବ୍ରହ୍ମାବେତ୍ତା

ବ୍ରହ୍ମବେତ୍ତା

୧୦୨-୨

ମୋହଦ

ମୋହନ

୧୦୬-

ମୁଳି

ମୁନି

୧୧-

ମୁଣ୍ଡମାଳା

ମୁକ୍ତାମାଳା

-

ବାର

ବାର

୩୮-

ବନ୍ଧାଇଲେ

ବନ୍ଦାଇଲେ

୮୯-

ଶଙ୍ଖା ବସ୍ତ୍ରମାଳା

ଶଙ୍ଖ ସ୍ୱର୍ଣ୍ଣମାଳା

୩୯-

ସଙ୍ଗିତା

ସଂହିତା

୨୬-

ଉଦେକ

ଉଦକ

 

ପ୍ରଥମ ଛାନ୍ଦ

ଶ୍ରୀରାଧା-କୃଷ୍ଣାଭ୍ୟାମ୍ ନମୋନମଃ

ଜୟ ଜୟ ଜଗତ-ନାଥ ହରି

 

ତୋତେ ଚିନ୍ତିଣ ଭକ୍ତମାନେ ତରି

ମୁଁ ଯେ ସେ ପାଦରେ ମନ ନିବେଶି

 

ଗୋପୀ-ଭାଷା କହିବାକୁ ଭରସି

ଦିନେ କପିଳାସପୁରେ ପାର୍ବତୀ

 

ଗୋପୀମାନଙ୍କ କଥା ମନେ ଚିନ୍ତି

ଈଶ୍ୱରଙ୍କୁ ବୋଇଲେ ଶୁଣ ତୁମ୍ଭେ

 

ଗୋପପୁର କଥା କହି ମୋ ଆଗେ

କୃଷ୍ଣ ତହିଁରେ ରହି ବିହରିଲେ

 

ଗୋପୀମାନଙ୍କୁ ମାୟାରେ ମୋହିଲେ

ପୁଣି ମଥୁରା କିମ୍ପା ଗଲେ ହରି

 

ଗୋପୀମାନଙ୍କ ଭାବ ତେଜି କରି

ତହୁଁ ଗୋପୀମାନେ ପୁଣ କି କଲେ

 

ୟେହା କହ ହେ ପ୍ରାଣନାଥ ! ମୋରେ

ତାହା ଶୁଣିଣ ଇଶ୍ୱର କହିଲେ

 

କଂସ ମାରିବା ପାଇଁ ଜାତ ହେଲେ

 

 

ନନ୍ଦଘରେ ରହିଲେ ବେଣୁପାଣି

 

ପୂର୍ବଭାଗ୍ୟରେ ଗୋପୀମାନେ ପୁଣି

ତୁମ୍ଭେ ଶୁଣ ଗୋ ଭାଗବତି ! ପୁଣି

 

ମୋତେ ପୂଜନ୍ତି ନିତ୍ୟେ ଗୋପୀଗଣ

୧୦

ନିତ୍ୟେ ଯମୁନା ତଟେ ସ୍ନାନ କରି

 

ତହିଁ ପୂଜନ୍ତି ବାଲୁଙ୍କା ଗଉରୀ

୧୧

ଫୁଲ ଚନ୍ଦନ ସିନ୍ଦୂର ଦେଇଣ

 

ବର ମାଗନ୍ତି ନାରାୟଣ ପୁଣ

୧୨

ଦିନେ ପ୍ରସନ୍ନ ହୋଲି ମୁଁ ତାହାଙ୍କୁ

 

ତୁମ୍ଭେ ପାଇବଟି ନନ୍ଦ ପୁଅଙ୍କୁ

୧୩

ସ୍ଵୟଂ ନାରାୟଣ ଜାତ ହୋଇବେ

 

ତୁମ୍ଭମାନଙ୍କୁ ଘେନି ବିହରିବେ

୧୪

ତୁମ୍ଭେ ତାଙ୍କରେ ଭଗତି ହୋଇବ

 

ସେ ଯେ ତୁମ୍ଭଙ୍କୁ ରମିବେ ମାଧବ

୧୫

ତାହା ଶୁଣି ସର୍ବ ଗୋପୀ ଚଳିଲେ

 

ଯାଇଁ ଯେ ଯାହା ମନ୍ଦିରେ ମିଳିଲେ

୧୬

କୃଷ୍ଣ ବସୁଦେବ ଘରେ ଜନମ

 

ଡରି କଂସକୁ ଗୋପେ ଗଲେ ପୁଣ

୧୭

 

 

ନନ୍ଦଘରେ ବଢ଼ିଲେ ଦେବ ହରି

 

ଦେଖି ସନ୍ତୋଷ ହେଲେ ଗୋପନାରୀ

୧୮

କଂସ ଶୁଣିଲା ଗୋପରୁରେ ହରି

 

ମୋତେ ମାରିବେ ବୋଲି ଅବତରି

୧୯

ଗୋପପୁରକୁ ଡରିଣ ନ ଯାଏ

 

ଶାପ ପାଇଛି ଗଲେ ହେବ କ୍ଷୟେ

୨୦

ସେ ଯେ ବିଚାର କରିଣ ମନରେ

 

ଯେତେ ଅସୁର ଥିଲେ ତା ସଙ୍ଗରେ

୨୧

ରାମ ଗୋବିନ୍ଦ ମାରରେ ବୋଇଲା

 

ଶୁଣି ପୂତନା ଅସୁର ଧାଇଁଲା

୨୨

ଗୋପେ ପ୍ରବେଶ ହୋଇଲା ଅସୁରୀ

 

କ୍ଷୀର ଦିଅନ୍ତେ ମଲା ରାବ କରି

୨୩

ତହୁଁ ଶକଟା ପ୍ରବେଶ ହୋଇଲା

 

ପାଦ ବାଜନ୍ତେ ସେହୁ ନାଶ ଗଲା

୨୪

ଯେତେ ଅସୁର ଅଇଲେ ଗୋପକୁ

 

କୃଷ୍ଣ ନାଶ କଲେ ସର୍ବ ରିପୁକୁ

୨୫

ବଛା ବାଳକ ଘେନି କରେ ଲୀଳା

 

ବୃନ୍ଦାବନରେ କରେ ନାନା ଖେଳା

୨୬

ଏହିରୂପେ ଗୋପେ ଅଷ୍ଟ ବରଷ

 

ଗୋପୀମାନଙ୍କୁ ଘେନି ନନ୍ଦଶିଷ

୨୭

ରାତ୍ର ଦିବସେ ବିହାର କରନ୍ତି

 

କୃଷ୍ଣ ବିନୁ ସେ ଅନ୍ୟ ନ ଜାଣନ୍ତି

୨୮

କଂସ ମାରିବ ବୋଲି ବିଚାରିଲା

 

ଛନ୍ଦ କରିଣ କଥା ଭିଆଇଲା

୨୯

ଧନୁଯାତ୍ରାୟେ ଉଚ୍ଛବ କରିଣ

 

ବେଶ କରି ଶରାସନ ରଖିଣ

୩୦

ସର୍ବ ପୁରେ ଘୋଷଣ ଦିଆଇଲା

 

ରାଜାମାନଙ୍କୁ ଡକାଇ ଆଣିଲା

୩୧

ଦ୍ୱାରେ କୁବଳୟା ଗଜ ଜଗାଇ

 

ମାଲ ରଙ୍ଗ-ସଭାତଳେ ରଖାଇ

୩୨

ଛୟାଣୋଇ ସସ୍ର ମଞ୍ଚା ସଜାଡ଼ି

 

ରାଜାମାନେ ବସିଲେ ଆସି କରି

୩୩

ବସୁଦେବ ଦେବକୀ ବସାଇଲା

 

ନନ୍ଦ ଆସିବାକୁ ଲେଖା ଲେଖିଲା

୩୪

ଛେନା ଦଧି ଲବଣୀ ସର ଘେନି

 

ଭେଟ ମୋ ଆଗେ ହେବ ଆସି ପୁଣି

୩୫

ୟେତେ ବିଚାରି ଲେଖାୟେ ଲେଖିଲା

 

ଦିବ୍ୟ ରଥ ଗୋଟିଏ ସଜ କଲା

୩୬

ବେଗେ ଡକାଇ ଆଣିଲା ଅକ୍ରୁର

 

ତାକୁ ବୋଇଲା ଯାଅ ଗୋପପୁର

୩୭

ନନ୍ଦ ଉପନନ୍ଦ ଚନ୍ଦ୍ରସେଣାଙ୍କୁ

 

ଧନୁ ଉଚ୍ଛବ କହିବ ତାହାଙ୍କୁ

୩୮

ଛେନା ଗୋଟିକା ଲବଣୀ ଗୋରସ

 

ଲକ୍ଷେ ଭାର ଘେନାଇଁ ବେଗେ ଆସ

୩୯

ନନ୍ଦ ଯଶୋଦା ରାମ କୃଷ୍ଣ ଦୁଇ

 

ରଥେ ବସାଇ ଘେନି ଆସ ଯାଇଁ

୪୦

ଆଜ୍ଞା ପାଇ ଅକ୍ରୁର ଚଳି ଗଲା

 

ରଥ ଚଢ଼ିଣ ଗୋପରେ ମିଳିଲା

୪୧

ନନ୍ଦ ସିଂହ ଦ୍ୱାରେ ହେଲା ପ୍ରବେଶ

 

ରଥୁଁ ଓହ୍ଲାଇ ସଫଳାର ଶିଷ

୪୨

ଆଜ ନେତ୍ର ମୋ ସୁଫଳ ହୋଇବ

 

ରାମ କୃଷ୍ଣଙ୍କୁ ଦେଖି ଦୁଖ ଯିବ

୪୩

ଦୂତ ଆସିବା ନନ୍ଦ ଯେ ଜାଣିଲେ

 

ତାଙ୍କୁ ଗଉରବରେ ଘେନି ଗଲେ

୪୪

ଦିବ୍ୟ ଆସନ ବସିବାକୁ ଦେଲେ

 

କଂସ କହିବା କଥା ଯେ ଶୁଣିଲେ

୪୫

ଗୋପୁଁ ସମସ୍ତ ଗୋପାଳ ଡକାଇ

 

ରାଜା କହିବା ଲେଖିବା ଶୁଣାଇ

୪୬

ଶୁଣି ସକଳ ଗୋପାଳ ଚଳିଲେ

 

ସହସ୍ରେକ ଭାର ଯେ ସଜ କଲେ

୪୭

ଭାର ଘେନି ସମସ୍ତେ ଚଳିଗଲେ

 

ଦେଖି ଅକ୍ରୁର ନନ୍ଦକୁ କହିଲେ

୪୮

ଶୁଣି ନନ୍ଦ ଯଶୋଦା ବେନି ଜନ

 

ରାମକୃଷ୍ଣ ଘେନିଣ ସଙ୍ଗେ ପୁଣ

୪୯

ରଥେ ଯାଇଁ ଚାରିଜଣ ବସିଲେ

 

ଦେଖି ଗୋପୀ ରୋଦନ ତହିଁ କଲେ

୫୦

ଶତେପୁର କରି ରଥ ବେଢ଼ିଲେ

 

କୃଷ୍ଣ ସମସ୍ତଙ୍କୁ ତହିଁ ବୋଧିଳେ

୫୧

ଚାରିଦିନକୁ କଣ୍ଟ କରି ଗଲେ

 

ରଥ ଅକ୍ରୂର ବାହି ତହୁଁ ନେଲେ

୫୨

ରଥ ମଧୁପୁରରେ ପରବେଶ

 

ମଧୁବନରେ ରହେ ରାମକୃଷ୍ଣ

୫୩

ଯାଇଁ ଅକ୍ରୂର ରାଜାକୁ କହିଲା

 

ନନ୍ଦ ଯଶୋଦା ଗୋରସ ଅଇଲା

୫୪

ରାମକୃଷ୍ଣହିଁ ଅଇଲେ ରଥରେ

 

କାଲି ଦର୍ଶନ ହେବ ପ୍ରଭାତରେ

୫୫

କହି ଅକ୍ରୂର ଚକିଲା ଘରକୁ

 

କୃଷ୍ଣ ବିଜୟ କଲେ ନଗରକୁ

୫୬

ବାଟେ ରଜକାରୀକି ନାଶ କଲେ

 

କୁବୁଜୀକି ସୁନ୍ଦର ରୂପ ଦେଲେ

୫୭

ଧନୁ-ଘରେ ପଶି ଧନୁ ଭାଙ୍ଗିଲେ

 

ମାଲ କୁବଳୟାକୁ ନାଶକଲେ

୫୮

ରଙ୍ଗ-ସଭାରେ ହୋଇଲେ ପ୍ରବେଶ

 

ମଞ୍ଚା ଉପରୁ କଂସ କଲେ ନାଶ

୫୯

ଉଗ୍ରସେନକୁ ତହିଁ ରାଜା କଲେ

 

ନନ୍ଦ ଯଶୋଦାଙ୍କୁ ଗୋପେ ଚାଳିଲେ

୬୦

ମଧୁପୁରେ ସୁଖ ପାଇ ରହିଲେ

 

ଗୋପସୁନ୍ଦରୀ ମନୁ ପାସୋରିଲେ

୬୧

ଷୋଳ ସହସ୍ର ଦେବକନ୍ୟା ପୁଣ

 

ଇନ୍ଦ୍ର ସମର୍ପି ଦେଲା ଆଣି ଜାଣ

୬୨

ଗୋପୀ ଗୋପରେ ପହିଣ ଭାଳିଲେ

 

ରାମକୃଷ୍ଣଙ୍କ କଥା ବିଚାରିଲେ

୬୩

ମେଳ ହୋଇଣ ସହସ୍ରେ ଗୁଆଳୀ

 

ମଧ୍ୟେ ନାୟିକା ଲଳିତା ସୁନ୍ଦରୀ

୬୪

କୃଷ୍ଣ କଥା ପାଡ଼ି ଗୋପୀ ସକଳ

 

ଗୁଣ ସୁମରି ହୁଅନ୍ତି ବିକଳ

୬୫

କାହୁଁ ଦାରୁଣ ଅକ୍ରୁର ଅଇଲା

 

କଂସ ଆଜ୍ଞା ବୋଲି ଗୋପେ କହିଲା

୬୬

କୃଷ୍ଣ ଆସିବେ ବୋଲି ଗଲେ ଭଣ୍ତି

 

ତାହା ଜାଣିଲେ କିପାଁ ଦ୍ୟନ୍ତୁ ଛାଡ଼ି

୬୭

ରଥ ବେଢ଼ିଣ ସକଳ ତରୁଣୀ

 

ମାରି ମରନ୍ତୁ ଅକ୍ରୂରକୁ ପୁଣି

୬୮

କଂସ ଯାହା କରୁ ପଛେ କରନ୍ତା

 

ଗୋପପୁର ଯାକ ପଛେ ମାରନ୍ତା

୬୯

ତହିଁ ମଲେ ସେ ହୁଅନ୍ତା କାରଣ

 

ଯାହା ଉପେକ୍ଷି ଗଲେ ନାରାୟଣ

୭୦

ଯେବେ ଶ୍ରୀକୃଷ୍ଣ ଗୋପରେ ଥାଆନ୍ତି

 

ଲକ୍ଷେ କଂସ ଆସି କିସ କରନ୍ତି

୭୧

କେତେ ଅସୁର ଗୋପକୁ ଅଇଲେ

 

ମନ୍ଦ ବିଚାର ସର୍ବେ ନାଶ ଗଲେ

୭୨

ୟେବେ ସେହିରୂପେ କଂସ ମରନ୍ତି

 

କୃଷ୍ଣ ଆମ୍ଭ ସଙ୍ଗ କିମ୍ପା ଛାଡ଼ନ୍ତା

୭୩

ୟେକ ଗୋପୀୟେ ବୋଇଲା ଥାଇଣ

 

ଆମ୍ଭେ ବେଳହୁଁ ହୁଡ଼ିଗଲୁ ପୁଣ

୭୪

ଗୋଳ କରି ନ ଛାଡ଼ିଲେ ମାଧୋଇ

 

କିସ କରନ୍ତା କଂସ ଛାର ହୋଇ

୭୫

ଯେବେ ଅକ୍ରୁର ବାହୁଡ଼ି ଯାଆନ୍ତା

 

କୃଷ୍ଣ ଗୋପପୁରେ ରହି ଥାଆନ୍ତା

୭୬

ଯାଇଁ କହନ୍ତା ଅକ୍ରୁର ରାଜାକୁ

 

କଂସ ଡରେ କି ଆସନ୍ତା ଗୋପକୁ

୭୭

ସେ କି ଶୁଣିଣ ନାହିଁ କୃଷ୍ଣ କଥା

 

ସେ କି ଇନ୍ଦ୍ରହୁଁ ବଡ଼ ସାମରଥ

୭୮

ଇନ୍ଦ୍ର ସପତ ଦିନ ବୃଷ୍ଚି କଲା

 

ବଜ୍ରଘାତେ ପଥର ବରଷିଲା

୭୯

ଛତ୍ର ଆକାରେ ଗିରିବର ଧରି

 

ଗୋପ ସମ୍ପଦ ରଖିଲେ ମୁରାରି

୮୦

ଇନ୍ଦ୍ର ହାରିଣ ଶରଣ ପଶିଲା

 

ଗୋପେ ଗୋବିନ୍ଦ ନାମ ଦେଇ ଗଲା

୮୧

ସେ କି ଶୁଣିଣ ନାହିଁ କର୍ଣ୍ଣ ଘେନି

 

ଗୋପେ ଯେତେକ କଲେ ଭାଇ ବେନି

୮୨

କେତେ କେତେ ବିପତ୍ତି ନ ପଡ଼ିଲା

 

କୃଷ୍ଣ ଥିଲାକୁ କିଛି ନ ଲାଗିଲା

୮୩

ୟେବେ କେ ଅବା ଆମ୍ଭଙ୍କୁ ରଖିବ

 

ଆମ୍ଭ ବିରହ ଦୁଖ ଉପେକ୍ଷିବ

୮୪

ୟେତେ ବୋଲିଣ ଗୋପୀ ସର୍ବ ଦୁଖୀ

 

ୟେକ ଗୋପୀ ବୋଇଲା ଶୁଣ ସଖି

୮୫

ସେ ଗୋ ଦାରୁଣ ଅଟଇ କନହାଇଁ

 

ୟେଡ଼େ ନିର୍ଦ୍ଦୟା ବୋଲି ଜାଣୁ ନାହିଁ

୮୬

ଯେବେ ଜାଣିଥାନ୍ତୁ ବେଳେ କଠୋର

 

ଆମ୍ଭ ହୃଦେ କି ନଦନ୍ତେ ପଥର

୮୭

ନିଶି ଦିବସେ ଘେନି ବୁଲୁଥିଲା

 

ଏବେ ନିରାଶ କରି ଛାଡ଼ିଗଲା

୮୮

ଯାହା ଘରେ ଯେଉଁ ଦ୍ରବ୍ୟ ଅପୂର୍ବ

 

ତାଙ୍କୁ ଲୁଚାଇ ଥୋଇଥାଉଁ ସର୍ବ

୮୯

ଆମ୍ଭେ ପତି ତନୟା ଗୋ ନ ଜାଣୁ

 

ଗୁରୁ ଗଉରବ ଲାଜ ନ ମଣୁ

୯୦

ଆମ୍ଭେ ପତି ତନୟ ସବୁ ସେହି

 

ତାଙ୍କୁ ନ ଦେଖି ଯାଉଅଛି ଦେହୀ

୯୧

ତାର ମତ୍ତସାରଙ୍ଗଚାଲି ଗତି

 

ଦେଖି ଦେହ ଧରେ କଉଁ ଯୁବତୀ

୯୨

ସେ ଗୋ ବନରୁ ଆସୁ ଥାଇ ଚାଲି

 

ଶିରେ ବରହି-ପୁଚ୍ଛ ଶୋହେ ଝାଲି

୯୩

ନାସେ ବର୍ତ୍ତୁଳ ମୁକୁତା ଲୁଳଇ

 

କର୍ଣ୍ଣେ କୁଣ୍ତଳ ବେନି ବିରାଜଇ

୯୪

ଇନ୍ଦ୍ର ଫାସିଆ ଶୋହେ କର୍ଣ୍ଣ ମଝି

 

ଯେହ୍ନେ ରାତ୍ରରେ ଚନ୍ଦ୍ରମା ବିରାଜି

୯୫

ଗୋରଚନା ଚିତା ଶୋହେ କପାଳେ

 

ତଥି ଉପରେ ରୁଞ୍ଜ ଗୁଞ୍ଜମାଳୀ

୯୬

ଉରେ ଶାର୍ଦ୍ଦୁଳନଖ କଣ୍ଠିମାଳୀ

 

ଅଙ୍ଗେ ପଡ଼ିଣ ଥଇ ଗୋରଧୂଳି

୯୭

ହସ୍ତେ ମୁରଲି ଗୋଟି ଥାଇ ବେନି

 

ଇଚ୍ଛା ହୋଇଲେ କରୁଥାଇ ଧୂନି

୯୮

ଯାକୁ ମିଳିବ ସୁବାସ ଚନ୍ଦନ

 

ତାର ନିମ୍ୱ କାଠରେ କାହିଁ ମନ

୯୯

ଯେହୁ ଗଙ୍ଗାରେ କରିବ ସ୍ନାହାନ

 

ତାର କୂପ ଜଳରେ କାହିଁ ମନ

୧୦୦

କରେ ବଳୟ ବାହୁଟୀ କଙ୍କଣ

 

କଟିତଟେ ଶୋହେ ପୀତବସନ

୧୦୧

କଟିସୁତ୍ର ମୋଖଳା ଓଡ଼ିଆଣୀ

 

ଚାରୁ ଚରଣେ ନେପୁର ବାଜେଣୀ

୧୦୨

ରତ୍ନ କଠାଉ ଶୋହେ ପଦ୍ମପାୟେ

 

ଦାସ ଦନାଇଁ ସେବା ସେହିଠାୟେ

୧୦୩

 

 

ଦ୍ୱିତୀୟ ଛାନ୍ଦ

ୟେଥୁ ଅନନ୍ତରେ କଥା ପଚାରି

 

କିସ କଲେ ସେ ବରଜ-ସୁନ୍ଦରୀ

ପୁଣି କଉଁରୂପେ ଦିନ ବଞ୍ଚିଲେ

 

ରାମକୃଷ୍ଣହିଁ ଛାଡ଼ି କରି ଗଲେ

ମୋତେ କହ ହେ ବିଶ୍ୱନାଥ ପୁଣ

 

ଗୋପଲୀଳା ଶୁଣି ତ ମୋର ମନ

ପ୍ରିୟା ବଚନେ କହେ ତ୍ରିପୁରାରି

 

ତୁମ୍ଭେ ଶୁଣ ହିମବନ୍ତ ଦୁଲାଳୀ

କୃଷ୍ଣ ମଥୁରା ଯାଇଁଣ ରହିଲେ

 

ଗୋପୀ ସମସ୍ତେ ମନରେ ଭାଳିଲେ

ତହିଁ ସହସ୍ରେ ଗୋପୀରେ ନାୟିକା

 

ବନସୁନ୍ଦରୀ ଅଟଇ ବିଶାଖା

ଚାହିଁ ଗୋପୀଙ୍କି ବଚନ କହିଲେ

 

କୃଷ୍ଣ ବହୁତ ଲୀଳା ୟେଥି କଲେ

ଦାମ ସୁଦାମ ସଙ୍ଗତରେ ଘେନି

 

ମଧୁମଙ୍ଗଳ ସବଳ ସେ ପୁଣି

 

 

 

 

ଚୂଳ ଲୋଟଣି ଛନ୍ଦେଣ ବାନ୍ଧିଛି

 

ଗଳେ ବନମାଳା ମାନ ଲମ୍ବିଛି

କରେ ମୂରଲୀ ଧରି ନନ୍ଦବଳା

 

ଯହିଁ ଗୋପୀମାନଙ୍କ ଚିତ୍ତଚୋରା

୧୦

ଧୀର ଧୀର କରି ବେଣୁ ବାଉଛି

 

ସର୍ବନାରୀ ମନ ମାନ ମୋହୁଛି

୧୧

କର୍ଣ୍ଣେ କୁଣ୍ତଳ କଣ୍ଠେ ଲମ୍ବେ ମାଳ

 

ବନୁଁ ଆସଇ ଚାଲି ନନ୍ଦବାଳ

୧୨

ସର୍ବ ବାଳପୋୟେ ଥାନ୍ତି ସଙ୍ଗରେ

 

କହେ କୋମଳ ଗଭୀର ସୂପ୍ନରେ

୧୩

ମଧ୍ୟେ ବିଜୟେ କରି ଦେବ ହରି

 

ଚାରି ପାଶେଣ ବଛା ଧେନୁ ପୂରି

୧୪

ଖେଳ ଆସୁଥାନ୍ତି ନାନା ରଙ୍ଗେଣ

 

ଗୋପସୂତ ବେଢ଼ିଥାନ୍ତି ସଙ୍ଗେଣ

୧୫

ନୀଳମଣିଙ୍କି ବେଢ଼ି ହେମମାଳୀ

 

ତଥି ମଧ୍ୟେ ସୁନ୍ଦର ବନମାଳୀ

୧୬

ତାହା ଦେଶି ହଉଥାଉଁ ଉଷତ

 

ମତ୍ତଗରବେ ହୋଉଥାଉଁ ମତ୍ତ

୧୭

ତାଙ୍କୁ ପାଇବା ଆମ୍ଭେ ଆଉ କାହିଁ

 

ଭାଳି ମରିବା ସିନା ଦେହ ଦେଇ

୧୮

ଆଉ ଲୋଡ଼ିଲେ କାହିଁଛି ସେ କଥା

 

ପିଠି ଘେନଇଁ କାହିଁ ପେଟବ୍ୟଥା

୧୯

ୟେକ ଗୋପୀୟେ ବୋଇଲା ସଘାଂତ

 

ଦିନେ କୃଷ୍ଣ କଲେ ମୋତେ ଯେମନ୍ତେ

୨୦

ଲାଜ କହିବାକୁ ବଡ଼ ମାଡ଼ଇ

 

ତାର କଥା ମନରୁ ନ ଛାଡ଼ଇ

୨୧

ଦିନେ ଦେଖିଲି ପଥୁଁ ଆସୁ ବେଳେ

 

ରହ ବୋଲି ଧଇଲା ଯାଇଁ ବଳେ

୨୨

ମୁଁ ଗୋ ଭୂମିରେ ପଡ଼ିଲଇଁ ଶୋଇ

 

ମୋତେ କାଖ କରି ନେଲେ ମାଧୋଇ

୨୩

ନେଇ ନିକୁଞ୍ଜବନର ଭିତର

 

ଯେତେ ସୁରତି କଲେ ଅଗୋଚର

୨୪

କାହୁଁ ଶିଖିଲେ କାହ୍ନୁ ତେତେ ରଙ୍ଗ

 

ମୋର ଗ୍ୟାନ ହରି ନେଲେ ଶ୍ରୀରଙ୍ଗ

୨୫

ସେହି ଦିନୁ କାହ୍ନୁ ମୋର ଜୀବନ

 

ମୋର ବନରୁ ଆସୁ ନାହିଁ ମନ

୨୬

ୟେକ ଗୋପୀୟେ ବୋଇଲା ମିତଣି

 

ଦିନେ ଗଲି ମୁଁ ଘାଟେ ନୀର ଆଣି

୨୭

ମୋର ମନ୍ଦିରେ ପଶିଲେ ମାଧୋଇ

 

ଘରେ ଦେଖିଲେ ନାହିଁ ଦୁଧ ଦହି

୨୮

ଶିକା ଉପରେ ନଉତି ଦେଖିଲେ

 

ହସ୍ତ ନ ପାଇଲାକୁ ବୁଦ୍ଧି କଲେ

୨୯

ପୀଢ଼ା ଉପରେ ପୀଢ଼ାମାନ ଦେଇ

 

ତଥି ଉପରେ ଉଠିଲେ ମାଧୋଇ

୩୦

ଯଷ୍ଟି ଘେନି ଫୋଡ଼ିଲେ ଦଧିଭାଣ୍ଡ

 

ଜଳା ସଳଖେ ପାତିଅଛି ତୁଣ୍ଡ

୩୧

ମୁଁ ଗୋ ୟେମନ୍ତ ସମୟେ ଅଇଲି

 

ନୀରଭାଣ୍ଡ ତଳେ ଥୋଇ ଚାହିଁଲି

୩୨

ଦୁଧ ପିଉଛି ହାଣ୍ଡି କଣା କରି

 

ମୁଁ ଗୋ ବସିଲି ଦୁଆର ଆବୋରି

୩୩

ଆଜ ଜାଣିମା ଯିବୁ କଉଁ କତି

 

ମିଛ ପ୍ରାୟେ ମଣେ ନନ୍ଦଯୁବତୀ

୩୪

ନିତିପ୍ରତି ମୋ ଘରୁ ସର୍ବ ଖାଉ

 

ଆଜ ଜାଣିମା କଉଁ କତି ଯାଉ

୩୫

ମୋତେ ତରକ ବାଙ୍କେ ଅନାଇଲା

 

ଦୁଧ ଗଣ୍ଡୂଷ ଲୋଚନେ ମାଇଲା

୩୬

ବେନି ହସ୍ତେ ବୁଜିଲା ବେନି ଡୋଳା

 

ପେଲି ପକାଇ ଦେଲା ନନ୍ଦବଳା

୩୭

ମୁଁ ଯେ ପଡ଼ିଲି ତଳେ ମୁହଁମାଡ଼ି

 

ଘରୁ ପଳାଇ ଗଲେ ନରହରି

୩୮

ୟେକ ଗୋପୀୟେ ବୋଇଲା ମିତଣି

 

ସେ ଗୋ ବଡ଼ ମାୟାବୀ ଚକ୍ରପାଣି

୩୯

ଦିନେ ଗୋଗୋଷ୍ଠେ ରହିଲେ ଗୋପାଳ

 

ଚୋରରୂପ ଧଇଲେ ନନ୍ଦବାଳ

୪୦

ନିଶାକାଳେ ମୋ ପୁରକୁ ଅଇଲେ

 

ଦହି ଦୁଧ ସର ସବୁ ଖାଇଲେ

୪୧

ଶାଶୁ ପଣନ୍ତ ଧରି ଓଟାରଇ

 

ବୋହୂ ଚୋର ବୋଲି ରଡ଼ି ଛାଡ଼ଇ

୪୨

ଦୀପ ବହନ କରିଣ ଧର ଗୋ

 

ଆମ୍ଭ ଘରେ ପଶିଅଛି ଚୋର ଗୋ

୪୩

ଦୀପ ଲଗାଇ କୃଷ୍ଣଙ୍କୁ ଧଇଲୁଁ

 

ବାନ୍ଧ ଯଶୋଦା ଆଗରେ କହିଲୁ

୪୪

ବେଗେ ଘରୁ ଲୋ ଆସ ନନ୍ଦରାଣି

 

ଯାଇଁ ଦେଖ ତୋ ପୁଅର ବାନ୍ଧେଣୀ

୪୫

କଂସ ନୃପତି ମଲା କି ଶୁଣିଲୁ

 

ଛତ୍ର ତୋହୋରି ଆଡ଼କୁ ଆଣିଲୁ

୪୬

ପୁଅ ଗୋପପୁରେ ଷଣ୍ଢ ହୋଇଲା

 

ନାନା ଅନ୍ୟାୟମାନ ପାର ଗଲା

୪୭

 

 

 

 

ଶଏ ବେଳ କହିଲେ ନ ତିଆରୁ

 

ଆଜ ଜାଣିମା କେହୁ ରକ୍ଷା କରୁ

୪୮

ତୋର ପୁଅ-ପଦଇ ସରିଯିବ

 

ଆମ୍ଭ ଘର ପଛେ ଗୋପେ ନୋହିବ

୪୯

କେତେ ତନୟ ଗୋପପୁରେ ନାହିଁ

 

ଏଡ଼େ ଉଛୁଳି ପୁଅ ଅଛି କାହିଁ

୫୦

ମୋର ପ୍ରଂଦଳୀ ଶୁଣି ନନ୍ଦରାଣି

 

ଘରଭିତରୁ ବାହାର ତରୁଣୀ

୫୧

କୃଷ୍ଣ ଧରିଅଛନ୍ତି ବାମକର

 

କାମପାଳହିଁ ଅଛନ୍ତି ସଙ୍ଗର

୫୨

ବେନି ଭାଇ ବେନିପାଖେ ଅଛନ୍ତି

 

ଘର ଭିତରୁ ବାହାର ଯୁବତୀ

୫୩

କିଲୋ କି ତେଜ କାଟୁଛୁ ଗୁଆଳି

 

ତୋତେ କି କଲା ମୋର ବନମାଳୀ

୫୪

ମୋର ବାଳୁତ ପୁଅ ଲୋ କହ୍ନାଇ

 

ହସି ଖେଳି ଲୋ ଆଜ ଜାଣି ନାହିଁ

୫୫

ଆଜ ଘରୁ ଲୋ ନୋହିଛି ବାହାର

 

କଉଁ ବାଟେ ଲୋ ଗଲା ତୋର ପୁର

୫୬

ମୋର ସହିବା ସତ ପ୍ରାୟେ ମଣୁ

 

ଦୋଷ ଦିଅ ଲୋ କଉଁ ବଡ଼ପଣୁଁ

୫୭

ଶୁଣି ତୁଣ୍ଡୁଁ ନ ଆସଇ ବଚନ

 

ମତେ ନନ୍ଦରାଣୀ ପଦ ତେସନ

୫୮

ତହୁଁ ଲାଜେ ମୁଁ ବାହୁଡ଼ି ଅଇଲି

 

କୃଷ୍ଣ ବାନ୍ଧବା ଠାବରେ ହୋଇଲି

୫୯

ମୋର ତନୟ ବନ୍ଧା ହୋଇଅଛି

 

ତାହା ଦେଖି ମୋ ନ ସ୍ଫୂରଇ କିଛି

୬୦

ଫେଡ଼ି ଦେଇ କାହାକୁ ନ କହିଲି

 

ଲାଜେ ମୋହୋ ସୁଖେ ତୁନି ହୋଇଲି

୬୧

ସାନବେଳହୁଁ ମାୟା ଆଗୋଚର

 

ତେଣୁ ନାମ ଅଟଇ ମାୟାଧର

୬୨

ୟେକ ଗୋପୀୟେ ବୋଇଲା ବିଚାର

 

ତାର ସାନବେଳ କଥା ପଚାର

୬୩

ଦିନେ ଯଶୋଦା କୋଳେ ଖେଳୁଥିଲା

 

ତାକୁ ଦେଖି ମୋ ଶରଧା ବଳିଲା

୬୪

ମନେ ବିଚାର କଲି ତହିଁ ପୁଣି

 

ଧୃଳି ହୋଇଣଛନ୍ତି ଚକ୍ରପାଣି

୬୫

କାଖ କରି ମୋ ଶରଧା ବଳିଲା

 

ମୋର କୁଚରେ ହସ୍ତ ପକାଇଲା

୬୬

ଚାରିଦିଗକୁ ଚାହିଁ ଅନୁସରି

 

ମୁଖେ ଚୁମ୍ବନ ଦେଲା ଥିର କରି

୬୭

ମୋର ଅଙ୍ଗେ ପୀଡ଼ିଲା ପଞ୍ଚଶର

 

ଦେହ ହୋଇଲା ସାତୁକ୍ୟ ବିକାର

୬୮

ମୋତେ ଅନଙ୍ଗ ଜ୍ୱର କଲା ପୀଡ଼ା

 

ଟୋକାବେଳହୁଁ କାହ୍ନୁ ଘରବୁଡ଼ା

୬୯

ୟେକ ଗୋପୀୟେ ବୋଇଲା ସଙ୍ଗାତ

 

ମୋତେ ସବୁହୁଁ କଲା ବିପରୀତ

୭୦

ଦିନେ ଦେଖିଲି ଖେଳୁଛି ଦାଣ୍ଡର

 

ଧୂଳି ଝାଡ଼ି ମୁଁ ଧଇଲି କୋଳର

୭୧

ଦିଗାମ୍ୱର ସ୍ୱରୂପେ ବହେ ନାଳ

 

ହେମ କଣ୍ଠୀ ମଧ୍ୟେ ନଖଶାର୍ଦ୍ଦୂଳ

୭୨

ବେଣୀ ଲମ୍ବଇ ତେଲେ ଜର ଜର

 

ନୀଳମଣି ଅଙ୍ଗେ ଧୂଳି ଧୂସର

୭୩

କାଖ କରି ଘରକୁ ଘେନିଗଲି

 

ଘରେ ଲବଣୀ ସର ଭୁଞ୍ଜାଇଲି

୭୪

ଭୁଞ୍ଜୁ ଭୁଞ୍ଜୁଣ ନିଦ୍ରାଗଲେ ଯହୁଁ

 

ନେଇ ପଲଙ୍କେ ଶୁଆଇଲି ତହୁଁ

୭୫

ମୁଁ ଗୋ କୋଳରେ ଘେନିଣ ଶୋଇଲି

 

ନିଦ୍ରାଗଲେ ଛାଡ଼ିଯିବି ବୋଇଲି

୭୬

କୋଟି କନ୍ଦର୍ପ ମୂରତି ଧଇଲା

 

ବାଳ କୁମର ତରୁଣ ହୋଇଲା

୭୭

ମୁଁ ଗୋ ହୋଇଲି ତାହାର ଆୟତ୍ତ

 

ମୋର ଅଙ୍ଗରୁ ହରିନେଲା ଚିତ୍ତ

୭୮

ଚଉଷଠୀ ବନ୍ଧରେ ବିପରୀତ

 

ଯାହା ଶୁଣିଲା ନାହିଁ କର୍ଣ୍ଣି ପଥ

୭୯

ତେତେ ପରିବନ୍ଧ କେହୁ ଜାଣିମ

 

କାମଦେବହିଁ ଜାଣି ନ ଜାଣିମ

୮୦

ରତି ସାରି ମୁ ପିନ୍ଧିଲି ବସନ

 

ହେଲା ସେହି ବାଳପୁଅ ତେସନ

୮୧

ହେଜୁଥାଇଁ ମୁ ରାତ୍ରଦିବା ବସି

 

ଫେଡ଼ି କହିଲି ୟେତେ କାଳେ ଆସି

୮୨

ତାର ବାଳକାଳରୁ ୟେତେ ଭାବ

 

ଦେହ ଥିଲେ କି ତାହା ପାସୋରିବ

୮୩

ତାହା ଶୁଣି ୟେକ ଗୋପୀ ବୋଇଲା

 

ଆମ୍ଭ କଥା ତା ମନେ ନ ପଡ଼ିଲା

୮୪

ଆମ୍ଭ ମନ ଅନୁକ୍ଷଣେ ବିକଳ

 

ସେ ତ ସବୁରି ଧନ ଆଦିମୂଳ

୮୫

ଜଗନ୍ନାଥେ ତାହାଙ୍କୁ ବଡ଼ କଲେ

 

ପ୍ରଭୁପଣହିଁ ତାଙ୍କ ହସ୍ତେ ଦେଲେ

୮୬

ଏବେ ହୋଇଛି ତହୁଁ ପୁର୍ଷକାର

 

ତାକୁ ଯୁବତୀ ମିଳିଛି ଅପାର

୮୭

ରାଜା ମାରି ହୋଇଛି ବଡ଼ପଣ

 

ଆଉ ଅଛି କି ତାର ବ୍ରଜଗୁଣ

୮୮

ତୁମ୍ଭେ କି ଘେନ ମନରେ ପଡ଼ିବ

 

ତାଙ୍କୁ ନ ମିଳିଲେ ସିନା ଲୋଡ଼ିବ

୮୯

ଏବେ ବେଭାରେ ଚତୁର ହୋଇଲା

 

ତହିଁ ଚତୁରୀ ନାରୀଙ୍କି ମୋହିଲା

୯୦

ଏକେ ନାଗର ଅଟଇ ଶ୍ରୀରଙ୍ଗ

 

ଦୁଜେ ପଡ଼ିଲା ନାଗରୀଙ୍କ ସଙ୍ଗ

୯୧

ତହିଁ ରସିକ ଯୁବତୀ ଅପାର

 

ରତି ଜାଣନ୍ତି ବିବିଧ ପ୍ରକାର

୯୨

ତାଙ୍କୁ ନାନା ରସରେ ରସାଇଲେ

 

ଗୋପପୁର କଥା ପାସୋରାଇଲେ

୯୩

ରାଜ ନାଏକ କନ୍ୟା ତହିଁ ପୁଣ

 

ନାନା ବେଶରେ ମୋହିଲେ ମୋହନ

୯୪

ଆମ୍ଭେ ଯେତେ ହୋଇଲେ ଗଉଡ଼ୁଣୀ

 

ତାଙ୍କ ଭାବ ଜାଣିମା କାହିଁ ପୁଣି

୯୫

ତାଙ୍କ ସଙ୍ଗରେ ଅପୂର୍ବ ସୁନ୍ଦରୀ

 

ଖେଳ କଉତୁକରେ ମନହାରୀ

୯୬

ଯାକୁ ନାନା ରସପଣା ମିଳିବ

 

ସେ ଗୋ ଗୁଡ଼ପଣା କିସ କରିବ

୯୭

ଯାକୁ ମିଳିବ ଦିବ୍ୟ ଶାଳିଅନ୍ନ

 

ତାର ବଗଡ଼ା ଭାତେ ନାହିଁ ମନ

୯୮

ଯାକୁ ମିଳିବ ପଲଙ୍କ ସୁପାତି

 

ତାର ଭୂମି ଶଯ୍ୟାରେ କାହିଁ ମତି

୯୯

ଯାକୁ ମିଳିବ ଅମୂଲ୍ୟ ରତନ

 

ତାର ସଷ୍ଟିକରେ ନାହିଁ ଯତନ

୧୦୦

ଯାକୁ ମିଳିବ ପାଟ ଯେ ପତନୀ

 

ଆନ ବସନ ନ ରୁଚଇ ପୁଣି

୧୦୧

ତାଙ୍କୁ ଅପୂର୍ବ କିସ ଦ୍ରବ୍ୟ ଅବା

 

ଦାସ ଦନାଇଁ ନିରନ୍ତରେ ସେବା

୧୦୨

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୩୬-

ତରକ

-

ଭୟଯୁକ୍ତ

୩୬-

ଦୁଧ ଗଣ୍ଡୁଷ

-

ପାଟିରେ ଥିଲା ଦୁଧ

୪୫-

ବାନ୍ଧେଣୀ

-

ବନ୍ଧନ

୫୦-

ଉଛୁଳି

-

ଅମାନିଆ, ଚଗଲା, ଉଚ୍ଛଳ ବା (ଉଚ୍ଛୃଙ୍ଖଳ ଶବ୍ଦଜ)

୫୦-

ପ୍ରଂଦଳୀ

-

ପାଟି

୭୨-

ଦିଗମ୍ୱର ସ୍ୱରୂପେ

-

ଲଙ୍ଗଳା ରୂପରେ

୮୦-

ପରିବନ୍ଧ

-

ପ୍ରକାଶ ପ୍ରଧାନ, (ପ୍ରବନ୍ଧ ଶବ୍ଦଜ)

୮୬-

ପୁର୍ଷକାର

-

(ପୁରୁଷକାର ଶବ୍ଦଜ) ପୌରୁଷ

୯୪-

ରାଜ ନାଏକ

-

(ଆରବ୍ୟ ଲାୟକ ଶବ୍ଦଜ) ରାଜାଙ୍କ ଯୋଗ୍ୟ

୯୮-

ଶାଳିଅନ୍ନ

-

ଭଲ ଧାନର ଭାତ

୯୯-

ସୁପାତି

-

ଶେଯ

୧୦୦-

ସଷ୍ଟିକରେ

-

ସ୍ପଟିକ ପଥରରେ

 

 

ତୃତୀୟ ଛାନ୍ଦ

ୟେଥୁଁ ଅନନ୍ତରେ ଗୋପୀଙ୍କ କଥା

 

ପାର୍ବତୀ ଆଗେ କହେ ପଞ୍ଚୁମଥା

ମଲ୍ଲିକା ସଙ୍ଗତେ ସହସ୍ରେ ଗୋଈ

 

ମେଳ ହୋଇଣ କୃଷ୍ଣଗୁଣ କହି

ତାଙ୍କ ମଧ୍ୟରେ ସୁନ୍ଦରୀ ମଲ୍ଲିକା

 

ସହସ୍ରେ ଗୋପୀରେ ଅଟେ ନାୟିକା

ବୋଲନ୍ତି ଶୁଣ ଗୋ ସମସ୍ତ ସଖି

 

ଛାଡ଼ିଣ ଗଲେ ବୃନ୍ଦାବନବାସୀ

ମଥୁରାପୁରେ କଂସ ନାଶ କଲେ

 

ଗୋପପୁର ଆମ୍ଭମାନ ତେଜିଲେ

ସ୍ୱର୍ଗ ଦେବତାମାନଙ୍କ ଦୁହିତା

 

ତାହାଙ୍କୁ ଦେଖିଣ ହେଲେ ମୋହିତା

ଏମନ୍ତ ବୋଲିଣ ମଲ୍ଲିକା କହି

 

ଆମ୍ଭଙ୍କୁ ଛାଡ଼ି ରହିଲେ କହ୍ନାଇ

କେଡ଼େ ଆଶା ଥିଲା ନନ୍ଦପୁଅଙ୍କୁ

 

ପ୍ରୀତି କରିଥିଲେ ଦୁଖ ଦେବାକୁ

 

 

ମଥୁରାକୁ ଯାଇଁ ତେଣେ ରହିଲେ

 

ଦେଖା ନ ଦେଇ ଚିନ୍ତାରେ ମାଇଲେ

ତାହା ଶୁଣି ସଙ୍ଗ ଗୋପିକା କହି

 

କେଡ଼େ ସୁଖ କରିଥିଲେ ମାଧୋଇ

୧୦

ଅଷ୍ଟବରଷ ଏଥି ଲୀଳା କଲା

 

ପନ୍ଦରଦିନେ ଯୁଗ ଶଏ ଗଲା

୧୧

ନ ଚଳଇ ଦେହ ଚରଣ ପୁଣି

 

ଭାଳିଣ ମରିବୁ ଗୋପ-ତରୁଣୀ

୧୨

ହା ହା କୃଷ୍ଣ ବୋଲି କରେ ରୋଦନ

 

ଆର ଗୋପୀ ଉଠି ପ୍ରବୋଧେ ପୁଣ

୧୩

ଜଣ ଜଣକରେ ରୋଦନ୍ତି ପୁଣି

 

ବାଟ ଘାଟକୁ ବାଉନ ତରୁଣୀ

୧୪

ମଲ୍ଲିକା ବୋଲନ୍ତି ଶୁଣ ସମସ୍ତେ

 

ମାଧୋଇ ଚିନ୍ତାରେ ମରିବା ନିଶ୍ଚେ

୧୫

ସଙ୍ଗ କରିଣ ପଥେ ଛାଡ଼ିଗଲେ

 

ଦିନ ଗୋଟିକ ଯୁଗ ପ୍ରାୟେ କଲେ

୧୬

ୟେତେ ବୋଲି ମଲ୍ଲିକା ତୁନି ହେଲା

 

କିମ୍ପାଇଁ ନିରାଶ କଲ ବୋଇଲା

୧୭

ବେନି ନେତ୍ରରୁ ଅଶ୍ରୁଜଳ ବହି

 

ସଙ୍ଗ ଗୋପୀମାନେ ତାଙ୍କୁ ବୁଝାଇ

୧୮

ୟେକ ଗୋପୀୟେ ବୋଲେ ଶୁଣ ସଖି

 

ଭାଳି ମରିବା ସିନା ହୋଇ ଦୁଖୀ

୧୯

ସେ ଗୋ ପୁରୁଷ ଜାତି ଉଙ୍ଗମତି

 

ପୁଷ୍ପ ଚୁମ୍ବିବା ଯାୟେ ଭଣ୍ଡୁଥାନ୍ତି

୨୦

ବିଟ ପୁରୁଷମାନେ ସେହିମତି

 

କାର୍ଯ୍ୟ ପାଇବାଯାଏ କହୁଥାନ୍ତି

୨୧

କାର୍ଯ୍ୟ ପାଇଲେ ନ ଦ୍ୟନ୍ତି ଉତ୍ତର

 

କୃଷ୍ଣ ସେହିରୂପେ ହେଲେ ଅନ୍ତର

୨୨

ୟେକ ଗୋପୀ କଥା ଶୁଣି ଆରେକ

 

ଆଗସରି କହିଲା କଥାୟେକ

୨୩

ତୁମ୍ଭେ ସପତଣୀ କଥା ନ ପାଡ଼

 

ନିଶ୍ଚେ ମରିବା ଯେବେ ଅନ୍ନ ଛାଡ଼

୨୪

ଚାରିଆଡ଼େ ଶୁଭୁ ଅପକୀରତି

 

କୃଷ୍ଣ ଆଶେ ମଲେ ଗୋପଯୁବତୀ

୨୫

ରାଜା ପରଜା ସକଳେ ଜାଣନ୍ତୁ

 

ମଧୁପୁର ନାରୀ ଚିନ୍ତା କରନ୍ତୁ

୨୬

ସ୍ତିରୀ ହତ୍ୟା ପାତକ କୃଷ୍ଣ ପାଉ

 

ତାର ପୁଣ୍ୟ ଯେତେକ କ୍ଷୟ ଯାଉ

୨୭

ଆଗେ ପ୍ରୀତି କରିଣ ସୁଖ ହେଲା

 

ପଛେ ତାଙ୍କ ସକାଶେ ପ୍ରାଣ ଗଲା

୨୮

ତହୁଁ ରାଗେଣ ଗୋପୀୟେ ବୋଇଲା

 

ସେ ଗୋ ନ ପୋଷି ଆମ୍ଭଙ୍କୁ ନାଶିଲା

୨୯

ଜଗତରେ ଧେଣ୍ଡୁରା ଫେରିଅଛି

 

ଗୋପୀ କୃଷ୍ଣଙ୍କୁ ଘେନି ମାତିଛନ୍ତି

୩୦

ମୁଁ ଗୋ କଥାୟେ କହିବି ପରାଣ

 

ତୁମ୍ଭେ ଶ୍ରୀକୃଷ୍ଣ କଥା ଗୋ ନ ଜାଣ

୩୧

କ୍ଷୀର ଦେବାକୁ ପୂତନା ଅଇଲା

 

ବାଳ କୁମରକୁ କୋଳେ ଧଇଲା

୩୨

ଶ୍ରଦ୍ଧା କରି ଦେଉଛି କ୍ଷୀର ପାନ

 

ଦୁଧ ସଙ୍ଗତେ ଶୋଷିଲା ପରାଣ

୩୩

ତାକୁ ସ୍ତିରୀହତ୍ୟାହିଁ ନ ଲାଗିଲା

 

ଆଉ ସମସ୍ତେ ବୋଲେ ଭଲ କଲା

୩୪

ପୁଣି କଚାଡ଼ିଲା ଷଣ୍ଢ ଗୋଟାୟେ

 

ଗୋରୁ ବଧ ଲାଗିଲା କଉଁଠାୟେ

୩୫

ସାନବେଳହୁଁ ମାରି ଆହାରିଛି

 

ତାର ପାପକୁ କାହିଁ ଭୟେ ଅଛି

୩୬

ଜୀଉଁ ଜୀଉଁ ଯେ ଆମ୍ଭଙ୍କୁ ଲେଛିଲା

 

ଆମ୍ଭେ ମଲେହେଁ ତାର କିସ ଗଲା

୩୭

ୟେକ ଗୋପୀୟେ ବୋଲେ ଆଗସରି

 

ବୁଦ୍ଧି ହରାଇ ମରୁଥାଇଁ ଝୁରି

୩୮

ଆମ୍ଭେ ପୂର୍ବରେ କରିଛୁଁ ପାତକ

 

ଗୋରୁ ବ୍ରାହ୍ମଣ ମାରିଛୁଁ ଅନେକ

୩୯

କାହା ଭ୍ରଥା ଛଡ଼ାଇ ଦୁର କଲୁଁ

 

ଭୋଖୀ ଭୁଞ୍ଜିବା ଅନ୍ନ ଫିଙ୍ଗିଦେଲୁ

୪୦

ଶିବ ଥାଳରେ ଗରଳ ଭରିଲୁଁ

 

ବିଷ୍ଣୁ ପ୍ରତିମା ଅନଳେ ଦହିଲୁ

୪୧

ଆମ୍ଭେ ବଡ଼ ଅଭାଗୀ ଗୋପନାରୀ

 

ତେଣୁ ଉପେଖି ଗଲେ ନରହରି

୪୨

ସଖି ଅଛିଟି କି ତୁମ୍ଭ ମନର

 

ଦିନେ ଯାହା କଲେ କୁଞ୍ଜବନର

୪୩

ନିଶାକାଳେ ମୁରଲୀ ବଜାଇଲେ

 

ସବୁ ଗୋପୀଙ୍କି ବାଇ କରାଇଲେ

୪୪

ଯେତେ ରଙ୍ଗ କଲେ କୁଞ୍ଜବନର

 

ବୃନ୍ଦାବତୀ ଘେନି ହେଲେ ଅନ୍ତର

୪୫

ପାଦପଦ୍ମ ଚିହ୍ନି ଭେଟ ପାଇଲୁଁ

 

ତାଙ୍କ ଅଧରୁ ଅମୃତ ଖାଇଲୁଁ

୪୬

ଛାଡ଼ି ନ ଯାଏ ମନରୁ ସେ କଥା

 

କୁନ୍ତ ମାଇଲେ ଯେହ୍ନେ କରେ ବ୍ୟଥା

୪୭

ୟେକ ଗୋପୀୟେ ବୋଇଲା ବିଚାର

 

ଆମ୍ଭ ହୃଦୟ ବ୍ୟଥା ଗୋ ଅପାର

୪୮

ତହୁଁ ରାଗେଣ ଗୋପୀୟେ ବୋଇଲା

 

ପଦ୍ମ ଭ୍ରମର ପ୍ରୀତି ପ୍ରାୟେ ହେଲା

୪୯

ଯାହା ସଙ୍ଗେ କଲୁଁ ଯଉଁ ପୀରତି

 

ନିଶ୍ଚେ କାଳ ହୋଇଲା ସେହିମତି

୫୦

ସେ ଗୋ ମରିଥିଲେ ଭଲ ହୁଅନ୍ତା

 

ୟେତେ ଦୁଖ କିମ୍ପା ଦେହ ସହନ୍ତା

୫୧

ଗଛ ଭାଜିଲା ମାଡ଼ି ନ ପଡ଼ିଲା

 

ପୋଡୁ ଶଗଡ଼ହିଁ ମାଡ଼ି ନ ଗଲା

୫୨

ଭୁତ ଉଡ଼ାଇ ନେଇ ନ ଗିଳିଲା

 

ଅଜଗର ପେଟରୁ ମୁକୁଳିଲା

୫୩

କାଳୀ ତଂସିଲେ ଯାଇଥାନ୍ତା ସରି

 

ଆମ୍ଭେ ମରନ୍ତୁ ଯେତେ କିମ୍ପା ଭାଳି

୫୪

ୟେକ ଗୋପୀୟେ ବୋଇଲା ତୁରିତ

 

ତାଙ୍କୁ କିମ୍ଫା ଗାଳିଦିଅ ସଙ୍ଘାତ

୫୫

କେତେଠାରୁ ରଖି ନାହିଁ ଆମ୍ଭନ୍ତ

 

ତାର ଅରଷ୍ଟି ପଡ଼ୁ ଆମ୍ଭ ମାଥ

୫୬

ତାର ପାସୋରିବା ଗୁଣ ଯେତେକ

 

ଗୋପପୁରେ କରିଅଛି ତେତେକ

୫୭

ସର୍ପ ଗିଳିଲା ପୁଅଙ୍କୁ ରଖିଲା

 

ଆଉ କେତେ ସଙ୍କଟୁ ନ ରଖିଲା

୫୮

ଇନ୍ଦ୍ର ବିବାହୁଁ ରଖିଲେ ଯେମନ୍ତ

 

କାହା ବେଳେ କରି ନୋହେ ତେମନ୍ତ

୫୯

ବନ ପୋଡ଼ିଲେ ସମସ୍ତେ ମରନ୍ତୁ

 

ନିଆଁ ଗିଳି ରଖିଲେ ସର୍ବ ଜନ୍ତୁ

୬୦

ନନ୍ଦ ଯମୁନା ଜଳେ ବୁଡ଼ି ମଲା

 

ମଲା ଜୀଆଇ ପୁଣି ଆଣି ଆଣି ଦେଲା

୬୧

ଆଉ କରିଛି ଯେତେ ଉପକାର

 

ଗୋପପୁର ଯାକ ତାର କୋୟର

୬୨

ତାଙ୍କୁ କେମନ୍ତ କରି ମୁରୁଛିବା

 

ଅଗ୍ନି କୁଢ଼ାଇ ଭିତରେ ପଶିବା

୬୩

ପୋଡ଼ୁ ପୋଡ଼ୁ ଏ ଜୀବନ ଲେଛିବା

 

ଡେଇଁ ଯମୁନା ଜଳରେ ଝାସିବା

୬୪

ତାର ଉପରେ ପଛେ କଥା ଥାଉ

 

ପରମାନନ୍ଦ ଲାଗି ଦେଉ ଯାଉ

୬୫

ଫେଡ଼ି କହିଲେ ସଖି ଲୋ ଉତ୍ତର

 

ଫାନ୍ଦେ ପଡ଼ିଛି ସଖି ପାରି କର

୬୬

ୟେକ ଗୋପୀ ବୋଇଲା ବୁଦ୍ଧି ଏକ

 

ଲିହି କୃଷ୍ଣଙ୍କୁ ଚାଳି ଦେବା ଲେଖ

୬୭

ଆମ୍ଭେ ସତେ ଯେବେ ତାଙ୍କ ସେବକ

 

ଆସି ଭେଟ ହୋଇଯିବେ ବାରେକ

୬୮

ଆମ୍ଭେ ଆଶା କରିଅଛୁଁ ଅନେକ

 

ଯେହ୍ନେ ଗଗନ ନୀରକୁ ଚାତକ

୬୯

ତୁମ୍ଭ ଅଧରୁ ଅମୃତ ପିଆଅ

 

ମରୁଅଛି ସର୍ବ ଗୋପୀ ଜୀଆଅ

୭୦

ତୁମ୍ଭ ଲାବଣ୍ୟ କନ୍ଦର୍ପ ମୂରତି

 

ବାରେ ଦେଖିଲେ ହୋଇବୁ ମୁକତି

୭୧

ତୁମ୍ଭେ ଦୀନ ଜନ ଆଶା ବିଶ୍ରାମ

 

ଜୀବ ଧରି ରଖୁଛୁଁ ତୁମ୍ଭ ନାମ

୭୨

ତୁମ୍ଭେ ବାରେ ନଇଲେ ନନ୍ଦବଛ

 

ନିଶ୍ଚେ ମଲୁଟି ଆମ୍ଭଙ୍କୁ ମୂରୁଛ

୭୩

ନାମ ନ ବୋଲାଇବ ଗୋପୀନାଥ

 

ଯେହୁ ବୋଲିବ ସାରିବୁ ମହତ

୭୪

ତୁମ୍ଭେ ମଥୁରାନାଥ ବୋଲାଇବ

 

ଆମ୍ଭ ନାମ ଧୈଲେ ଭଲ ନୋହିବ

୭୫

ୟେକ ଗୋପୀ ବୋଇଲା ନୋହେ କିଛି

 

ମୋତେ ଭଲ ବୁଦ୍ଧିୟେ ଦିଶୁଅଛି

୭୬

ଗୋପପୁର ଯାକ ରୁଣ୍ଡ ହୋଇବା

 

କରେ କାଉଁରୀ ନଉଡ଼ୀ ଧରିବା

୭୭

ମଧୁପୁରକୁ ବୋଲି ଯିବା ଧାଇଁ

 

ଯାଇଁ କଟକେ ପଶିବା ଧଂସାଇ

୭୮

ତାଙ୍କ ସନ୍ନିଧେ ହୋଇବା ପ୍ରବେଶ

 

ତାଙ୍କୁ ବୋଲିବା କୃଷ୍ଣ ଗୋପେ ଆସ

୭୯

ଯେବେ ନ ଛାଡ଼ିବେ ମଧୁଯୁବତୀ

 

ଗୋଳ କରି ଆଣିମା ଶିରୀପତି

୮୦

ସଭା କଲେ ଲୋକେ ନ ବୋଲିବେ କି

 

ଗୋପୀନାଥଙ୍କୁ ଗୋପୀ ନ ନେବେକି

୮୧

ମୋତେ ୟେହି ଭଲ ବୁଦ୍ଧି ଦିଶୁଛି

 

ୟେକ ଗୋପୀୟେ ବୋଲେ ନୋହେ କିଛି

୮୨

ତାଙ୍କୁ ସେ ବେଳ ପ୍ରାଏ ମଣିଛି କି

 

ଗୋପପୁରେ ଯେ ଥିଲେ ବଚ୍ଛା ରଖି

୮୩

ୟେଥି ହୋଇଥିଲେ ନନ୍ଦକୁମର

 

ଯାହା କରି ସେ ଆୟତ୍ତ ଆମ୍ଭର

୮୪

ୟେବେ ହୋଇଛି ରାଜାଧିରାଜନ

 

ତାଙ୍କୁ ଦେଖିବାକୁ କାହିଁ ଭାର୍ଜନ

୮୫

ଜଗନ୍ନାଥେ ଏମନ୍ତ କରିବେନି

 

ତାହା ଦେଖିବା ବେନି ଚକ୍ଷୁ ଘେନି

୮୬

ଭାଜି ଯିବନି ମଥୁରା ନବର

 

କୃଷ୍ଣ ସତେ ଆସିବେ ଗୋପପୁର

୮୭

ତାକୁ ଋଷିଣ କଥା ବ କହିବା

 

ଯେତେ ଚାଟୁ କହିଲେ ନ ଶୁଣିମା

୮୮

ଗୋପୀ ୟେସନ ବୋଲି ସର୍ବଜନ

 

ତହିଁ ଶୁଭିଲା କୋକିଳର ସ୍ୱନ

୮୯

ଚାହିଁ ବୋଲନ୍ତି ବରଜ ସୁନ୍ଦରୀ

 

ପିକ ନୋହୁଁ ଆମ୍ଭେ ତୋର ଭଗାରୀ

୯୦

ଆମ୍ଭେ ବଡ଼ ଅଭାଗୀ ଗୋପନାରୀ

 

ତେଣୁ ଉପେଖି ଗଲେ ନରହରି

୯୧

ୟେବେ ଚଳି ଯା ମଥୁରା ନବର

 

କୃଷ୍ଣ ଆଗେ କର ଧୂନି ସୁସ୍ୱର

୯୨

ତାଙ୍କୁ କନ୍ଦର୍ପ ବାଧା ଲଗାଇବୁ

 

ଆଣି ପାରିଲେ ତୋତେ ସେବିଥିବୁ

୯୩

ଖାଇବାକୁ କ୍ଷୀରରେ ଖଣ୍ଡ ଦେବୁଁ

 

ଯେବେ କୃଷ୍ଣଙ୍କୁ ଆଣି ଦେଖାଇବୁ

୯୪

ଶୁଣି ମଉନ ହୋଇଲା କୋକିଳ

 

ଚନ୍ଦ୍ର ଉଦୟେ ଦେଖିଣ ବିକଳ

୯୫

ତାଙ୍କୁ ଗୋପୀୟେ କରନ୍ତି ଦଇନି

 

ତୋତେ ଦେଖିଲେ ହୁଦ ହୋଏ ହାଣି

୯୬

ପୂର୍ବ ଗଲା କଥା ମନେ ପଡ଼ଇ

 

ଆମ୍ଭ ହାଡ଼ରୁ ମାୟେଁସ ଝଡ଼ଇ

୯୭

ଆଉ ୟେଡ଼େ ହୋଇ ଉଦେ ନୋହିବୁ

 

ଆମ୍ଭେ ମଲେ ତୁ କି ସୁଖ ପାଇବୁ

୯୮

ମନେ ବିଚାରି ଗୋପୀୟେ ବୋଇଲା

 

କୃଷ୍ଣ ଏଥୁ ଗଲା ଭଲ ହୋଇଲା

୯୯

ଥାନ ବିଶେଷେ ଦିବ୍ୟ ପୂଜା ପାଇ

 

ଯଉଁ ଥାନେ ଯଉଁ ଦ୍ରବ୍ୟ ବିକାଇ

୧୦୦

ଏଥି ଥିଲେ ହୁଅନ୍ତି ମହାଖୁଡ଼

 

ଏବେ ହୋଇଲେ ସବୁରି ଠାକୁର

୧୦୧

ତାଙ୍କ ପଦ୍ମ ପାଦରେ ଦେଇ ଚିତ୍ତ

 

ଦାସ ଦନାଇ ସେବେ ଗୋପୀନାଥ

୧୦୨

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨୧-

ବଟ

-

ଲକ୍ଷଟ

୩୬-

ଆହାବିଛି

-

ମୁହିଁ ପାଇଛି, ଆଶ୍ୱାସନା ପାଇଛି

୩୭-

ଲେନ୍ଥିଲା

-

ପଡ଼ିଲା ତ୍ୟାଗ କଲା

୫୬-

ଆମ୍ଭନ୍ତ

-

ଆମ୍ଭମାନଙ୍କୁ

୬୨-

କୋୟର

-

କିଣା ଚାକର

୬୮-

ଧଂସାରି

-

ପେଲି ହୋଇ, ଜବରଦସ୍ତି, ବଳେ ବଳେ

୧୦୧-

ମହାଖୁଡ଼

-

ଗଉଡ଼

 

ଚତୁର୍ଥ ଛାନ୍ଦ

ଏଥୁଁ ଅନନ୍ତରେ ଗୋପୀୟେ ପୁଣି

 

କିସ କଲେ ହେ କହ ଶୂଳପାଣି

ଗଉରୀ ବଚନ ଶୁଣିଣ ହର

 

ଗୋପୀମାନଙ୍କର ଯେତେ ବିଚାର

ମାଳତୀ ସଙ୍ଗରେ ସହସ୍ରେ ଗୋଈ

 

ସମସ୍ତ କଳାବର୍ଣ୍ଣ ଅଟେ ଦେହୀ

ମାଳତୀ ନାୟିକା ବ୍ରଜସୁନ୍ଦରୀ

 

ସମସ୍ତଙ୍କୁ ଘେନି ଭାଳେଣି କରି

ବୋଲନ୍ତି ଛାଡ଼ିଣ ଗଲେ ମାଧୋଇ

 

ଗୋପପୁରରୁ ଶିରୀ ଘେନି ଯାଇ

ମଥୁରାପୁର ଶୋଭା ଦିଶେ ଭଲେ

 

କୁବୁଜା ସୁନ୍ଦର ହେବାରୁ ଭଲେ

ଲିମ୍ୱ ବୃକ୍ଷ ହେଲେ ଗୋପ ତରୁଣୀ

 

ନନ୍ଦ ଯଶୋଦା ଗୋ କୋଚିଲା ପାଣି

ଗୋଧନ ବାଛୁରୀ ବରେହା ହେଲେ

 

ଦୁଧ ଲବଣୀ ଲୁଣି ପାଣି ତୁଲେ

 

 

 

 

ବଉଳ ଅୟୋଁଳା ସେ ନାଗେଶ୍ୱର

 

ଫୁଟିଣ ତଳେ ପଡ଼ିଲେ ସକଳ

ଯମୁନା ଥରେ ଯିବାକୁ ନୋହିଲା

 

ଝୁରନ୍ତେ ଦେହରୁ ରକତ ଗଲା

୧୦

ହସ୍ତରୁ କଙ୍କଣ ପଡ଼ିଲା ଗଳି

 

ଗୋଡ଼ ପାହୁଡ଼ ଶବଦ ନ କରି

୧୧

ଦେହରେ ଲୁଗା ଯେ ଗରୁ ହୋଇଲା

 

ତରୁ ଉପୁଡ଼ି ଯେସନେ ପଡ଼ିଲା

୧୨

ସେହି ରୂପେ ହେଲାଁ ଗୋପସୁନ୍ଦରୀ

 

ରାତ୍ର ଦିବସ ନ ସରଇ ଝୁରି

୧୩

କେଣେ ଗଲେ ପୁଣି କାହିଁ ଦେଖିବା

 

ଯୁବା ସମୟ କେମନ୍ତେ ଧରିବା

୧୪

ତାହା ଶୁଣି ୟେକ ଗୋପୀୟେ କହି

 

ଆରତ ହେଲେ କି ହୋଇବ ସହି

୧୫

କ୍ଷୀର ଆଉଟିଣ ଦଧି ବସାଇ

 

ବିଷ ଆମ୍ୱିଳ ରସ ତହିଁ ଦେଇ

୧୬

ଖୁଆଦଣ୍ଡ ଘେନି ମନ୍ଥିଲେ ପୁଣି

 

ଲବଣୀ ଯେସନେ ଉପୁଜେ ଜାଣ

୧୭

ସେହି ରୂପେ କଥା ହୋଇଲା ଆସି

 

ବାଛି ଘେନି ଗଲେ ମଥୁରାବାସୀ

୧୮

ତାହା ଶୁଣି ୟେକ ଗୋପୀ ବୋଇଲା

 

କଂସ ମାରି ମଥୁରା ରାଜା ହେଲା

୧୯

ଥିଲା ଶବରଣୀ ହାଥେ ମାଣିକ୍ୟ

 

ତାହା ଚିହ୍ନି ଘେନିଗଲା ଗୁଣିକ

୨୦

ଯେହ୍ନେ ଶାମୁକୁଁ ବାହାର ମୁକୁତା

 

କାଳେ ଭୋଗ କଲେ ତାହା ଦେବତା

୨୧

ଗୁଣ ଘୋଷିଲେ ଗ୍ୟାନ ନ ସରିବ

 

ଜୀବ ଥିଲେ କି ପାସୋର ହୋଇବ

୨୨

ଗୁଣ ଘୋଷୁ ଘୋଷୁ ଗ୍ୟାନ ହୋଇଲା

 

ଏକ ଗୋପୀୟେ ଥାଇଣ ବୋଇଲା

୨୩

ଯାହା ମହିମା ଦେବେ ଆଗୋଚର

 

ତାଙ୍କୁ ବିଚାର କେମନ୍ତ ପ୍ରକାର

୨୪

ଯାର ମହିମା ଦେବରେ ଦୁର୍ଲ୍ଲଭ

 

କାହିଁ ପ୍ରାପତ ଆମ୍ଭଙ୍କୁ ସୁଲଭ

୨୫

ଭାରା ଉଶ୍ୱାସିବା ପାଇଁ ଜନମ

 

କାହାବେଳେ କରି ହୋ ଏ ୟେ କର୍ମ

୨୬

ଭାଗ୍ୟ ଯେତେ ଦିନ ଥିଲା ଆମ୍ଭର

 

କୃଷ୍ଣ ଘେନି ବୁଲୁଥିଲୁ ସଙ୍ଗର

୨୭

ୟେବେ କେ ଅବା ଆମ୍ଭଙ୍କୁ ରଖିବ

 

ଆମ୍ଭ ବିରହ ଦୁଖ ଉପେଖିବ

୨୮

ଏତେ ବୋଲିଣ କରନ୍ତି ବିଚାର

 

ପୁଣି ମାଳତୀ ମଉନ ପ୍ରକାର

୨୯

ହୃହ ପଦ୍ମରେ ଚିନ୍ତା ନାରାୟଣ

 

ପ୍ରଭୁ ଏ ଜନ୍ମକୁ କର କାରଣ

୩୦

ମୁଖ ଦର୍ଶନ ପାଇ ପ୍ରାଣ ଯାଉ

 

ଗୋପ ନାରୀଙ୍କଠାରେ ଦୟା ହୋଉ

୩୧

ୟେତେ ବୋଲି କରନ୍ତି ମନେ ଧ୍ୟାନ

 

ଯହୁଁ ସବୁଙ୍କରି ମନ ପ୍ରସନ୍ନ

୩୨

ଏକ ଗୋପୀ ବୋଇଲା ଶୁଣ ସଖି

 

ଦିନେ ମୋ ପୁରେ ବିଜେ ଦାଶରଥି

୩୩

ମୁଁ ଯେ ଭୋଜନେ ବସିଅଛି ପୁଣ

 

ମୋତେ ଦେଖିଣ ବୋଇଲେ ବଚନ

୩୪

କିସ ଖାଉଛ ଗୋ ପ୍ରାଣସଜନି

 

ଆମ୍ଭେ କାଲିହୁଁ ଉପବାସେ ପୁଣି

୩୫

କାଲି ଜନନୀ ମାଇଲେ ଆମ୍ଭଙ୍କୁ

 

ଆମ୍ଭେ ଋଷି ଗଲୁ କୁଞ୍ଜବନକୁ

୩୬

ତହିଁ କାହାକୁ ନ ଦେଖି ରାତ୍ରରେ

 

ଆମ୍ଭେ ଶୋଇଲୁ ବନସ୍ତ ଭିତରେ

୩୭

ତେଣୁ କ୍ଷୁଧା କରୁଛି ଆମ୍ଭ ଅଙ୍ଗ

 

ସର ଲବଣୀ ଆଣ ଦିଅ ବେଗ

୩୮

ଶୁଣି ବହନ କରି ମୁଁ ଉଠିଲି

 

ଛେନା ଲବଣୀ ସର ଆଣି ଦେଲି

୩୯

ବେଗେ ଭୋଜନ ସାରି ନନ୍ଦସୂତ

 

ମୋତେ ବୋଇଲେ ଶୁଣ ରେ ସଙ୍ଘାତ

୪୦

ଆମ୍ଭ ଶୟନ ଆଜ ତୁମ୍ଭ ପୁରେ

 

ୟେତେ ବୋଲିଣ ପଲଙ୍କ ଉପରେ

୪୧

ଯାଇଁ ବିଜୟେ କଲେ ଦେବହରି

 

ମୋତେ ବୋଇଲେ ଆସ ବେଗ କରି

୪୨

ତୁ ଗୋ ସୁରତି ରସ ଦିଅ ବେଗେ

 

ଏତେ ବୋଲି ଧଇଲେ ମୋତେ ବେଗେ

୪୩

ମୁଁ ଯେ ହେଇଲି ତାଙ୍କଠାରେ ମୋହି

 

ନାନା ପ୍ରବନ୍ଧେ କଲେ ରତି ସେହି

୪୪

ତହୁଁ ବେଗେଣ ଚଳି କେଣେ ଗଲେ

 

ଦେଖିବାକୁ ସ୍ୱପନ ସେହୁ ହେଲେ

୪୫

ଏକ ଜଣେ ଗୋପୀ ଶୁଣି ବୋଇଲା

 

ବଡ଼ ତରକ ଜାଣେ ନନ୍ଦବଳା

୪୬

ଦିନେ ମୋର ପୁରେ ବିଜେ ଶ୍ରୀରଙ୍ଗ

 

ବେଗେ ଧରିଣ କଲେ ରତିରଙ୍ଗ

୪୭

ରତି ସରନ୍ତେ ପିନ୍ଧଲି ବସନ

 

ମୋତ ପୁରରୁ ଚଳିଲେ ମୋହନ

୪୮

ତାହା ଶୁଣି ଏକ ଗୋପୀ ବୋଇଲା

 

ତ।ଙ୍କ କଥା ମୋ ମନରେ ପଡ଼ିଲା

୪୯

ଦିନେ ଯମୁନା ଗଲି ମୁଁ ଗାଧୋଇ

 

ମୋତେ ବାଟରେ ଦେଖିଲେ ମାଧୋଇ

୫୦

କି ଗୋ ସୁନ୍ଦରି କେଣିକି ଯାଉଛ

 

ଆମ୍ଭଠାରେ କିମ୍ଫା ଦୁଖ କରୁଛ

୫୧

ଆସ ଆସ ଗୋ ଯିବା କୁଞ୍ଜବନ

 

ଆଜ ଭେଟ ପଡ଼ିଛ ଅଯୋଗେଣ

୫୨

ମାୟା ମୋହନୀ ଜାଣେ ନନ୍ଦବଳା

 

ମୋର ଚିତ୍ତ ବଳିଣ ମନ ତୋରା

୫୩

ମୋର ହସ୍ତ ଧରିଣ ଗୋପୀନାଥ

 

କୁଞ୍ଜବନେ ଯାଇଁ ହେଲେ ପ୍ରବେଶ

୫୪

ନାନା ବନ୍ଧେ କଲେ ଅତି ସୁରତ

 

ତାର ପାସୋର ନୁହଇ ପୀରତି

୫୫

କୁଞ୍ଜବନରୁ ମୁଁ ଅଇଲି ଖରେ

 

କୁମ୍ଭ ଘେନି ମିଳିଲି ଯାଇଁ ଘରେ

୫୬

ତାହା ଶୁଣି ବୋଇଲା ୟେକ ଗୋପୀ

 

ଦିନେ ଘରେ ମୁଁ ପଲଙ୍କେ ଶୋଇଛି

୫୭

ଯାଇଁ ମିଳିଲେ ନଟବର କାହ୍ନୁ

 

ମୋର ପଲଙ୍କେ ବସି ଉରେ ତେଣୁ

୫୮

ବେନି କୁଚ ଧଇଲେ ବେନି ହସ୍ତେ

 

ମୋତେ ବିବସନ କରି ତୁରିତେ

୫୯

ରତି କରନ୍ତେ ମୋତେ ନନ୍ଦନାନ

 

ନିଦ୍ରା ତେଜି ଉଠିଲି ମୁଁ ବହନ

୬୦

ମୋତେ କୋଳେ ବସାଇ ଚୁମ୍ୱ ଦେଲେ

 

ମନ ସନ୍ତୋଷେ ରତିରସ କଲେ

୬୧

ତାଙ୍କ ସଙ୍ଗେ ମୋର ଭାବ ପୀରତି

 

ମୋତେ ମୁକୁତାମାଳ ଦେଲେ ଯାଚି

୬୨

ସେହିଦିନୁ ମୁଁ ସନ୍ତୋଷ ହୋଇଲି

 

ତାଙ୍କ ସଙ୍ଗତେ ସେ ରାତ୍ର ବଞ୍ଚିଲି

୬୩

ସେ ଯେ ସେହିଦିନୁ ମୋତେ ସପନ

 

ମୁଁ ଯେ ଦାଣ୍ଡ ହାଟରେ ପ୍ରତିଦିନ

୬୪

ତାଙ୍କୁ ଖୋଜିଲେ ନ ପାଇଲି ଆଉ

 

ସେ ଯେ ୟେମନ୍ତ ରୂପ ମହାବାହୁ

୬୫

ତାହା ଶୁଣି ୟେକ ଗୋପୀ ବୋଇଲା

 

ସେ ଯେ ଦାରୁଣ ଦୁଖ ଦେଇଗଲା

୬୬

ଆମ୍ଭଠାରେ ତାର ଯେତେ ସେନେହ

 

ତେଜି ମଥୁରା ଗଲେ ଦେବରାଜ

୬୭

ସେ ଗୋ ବୋଲାନ୍ତି ଦେବଙ୍କ ଠାକୁର

 

ଥୋଇ ଆମ୍ଭଙ୍କୁ ଗଲେ ଗୋପପୁର

୬୮

ଯେତେ ପୀରତି କଲେ ତେତେ ଦୂର

 

ଯେହ୍ନେ ପଦରେ ମରଇ ଭ୍ରମର

୬୯

ଯେହ୍ନେ ବୃଷଭ ଆଶ କରେ ଗାଈ

 

ଧନ କୃପଣ ଯେସନେ ସଞ୍ଚଇ

୭୦

ନୀତ ଲୋଡ଼ଇ ଯେହ୍ନେ ବଡ଼ପଣ

 

ପିତୃ ସନ୍ତୋଷେ ଯେସନେ ତର୍ପଣ

୭୧

କୁଳ ସ୍ତିରୀ ଯେସନେ କରେ ଲଜ୍ୟା

 

ଅନ୍ୟ ପୁରୁଷେ ନୁହଇ ଭାରିଜା

୭୨

ଯୁବା ସ୍ତିରୀକି ଛାଡ଼ିକରି ପୁଣ

 

ଯେହ୍ନେ ପୁରୁଷ ବିଦେଶେ ଗମନ

୭୩

କ୍ଷୀର ନୀର ପୀରତି ଜାଣେ ୟେକ

 

ପୁଣି ଭତୁରି ଅଗ୍ନିରେ ସମ୍ଭୁତ

୭୪

ନୀର ଥୋଇଣ କ୍ଷୀର ନାଶ ଯାଇ

 

ପୁଣି ତେସନ ପ୍ରାଏ ମୁଁ ମଣଇ

୭୫

ସୋହିରୂପେ ହରି ହେଲେ ଅନ୍ତର

 

ଆମ୍ଭ ମନ ଯେ ହଉଛି ବିକଳ

୭୬

ତାହା ଶୁଣି ବୋଲାଇ ଏକ ଗୋପୀ

 

ସେ ଗୋ ମଥୁରା ନାରୀ ବଡ଼ ତପୀ

୭୭

ଗନ୍ଧ ଚନ୍ଦନ ଦେଇଣ କୁବୁଜୀ

 

ଭେଟ ହୋଇଣ ସେ ପାଦରେ ଭଜି

୭୮

ଆମ୍ଭ ଅଭାଗ୍ୟବନ୍ତ ଯେତେ ନାରୀ

 

ତେଣୁ ଉପେଖି ଗଲେ ଦଇତାରି

୭୯

ଦିନେ ଏମନ୍ତ କଲେ ବନମାଳୀ

 

ନିଶାରାତ୍ରରେ ମୋର ପୁରେ ମିଳି

୮୦

ମୁଁ ଗୋ ବାହାରେ କରିଛି ଶୟନ

 

ଯାଇଁ ମିଳିଲେ ମୋର ପାଶେ ପୁଣ

୮୧

ମୋତେ ବୋଲନ୍ତି ମଧୁର ବଚନ

 

କି ଗୋ ଭୂମିରେ କିମ୍ପାଇ ଶୟନ

୮୨

ତୁମ୍ଭେ ବଡ଼ ଦୟାଳୁ ବୋଲି ଜାଣି

 

ଆମ୍ଭେ ଆସିଛୁ କିଛି ମାଗି ପୁଣି

୮୩

ତୁମ୍ଭେ ଦେବ କି ନ ଦେବ ଆମ୍ଭରେ

 

ଆମ୍ଭେ ଆଶା କରିଅଛୁ ତୁମ୍ଭରେ

୮୪

ଏତେ କହି ମୋତେ ଯାଇଁ ଧଇଲେ

 

ଭାବ ସୁରତି ରତି ବନ୍ଧେ କଲେ

୮୫

ମୋର ମନ ମୋହିଲେ ବେନୁପାଣି

 

ନିଶି ରଜନୀ ବଞ୍ଚେ ମୋତେ ଘେନି

୮୬

ନିଶି ପାଇଲା ମୋ ପାଶୁଁ ଅଇଲେ

 

ଏବେ ସେ କଥାମାନ ପାସୋରିଲେ

୮୭

ତାଙ୍କୁ ଦେଖିବା ଆଉ କିସ ବେଳେ

 

ସତେ ଗୋପକୁ ଆସିବେ କି ଥରେ

୮୮

ତାଙ୍କୁ ଦେଖିଲେ କୁ ଆଉ ଛାଡ଼ିବା

 

ଯେବେ ନ ନେବେ ସଙ୍ଗେ ଗୋଡ଼ାଇବା

୮୯

ଏକ ଗୋପୀଏ ବୋଇଲା ସଙ୍ଘାତ

 

ସେ ଗୋ ନିଦାରୁଣଟି ନନ୍ଦସୁତ

୯୦

ଯେବେ ମଥୁରା ରହିଲେ ଶ୍ରୀହରି

 

ନିଶ୍ଚେ ଆମ୍ଭଙ୍କ ଗଲେ ଦୂର କରି

୯୧

ପୁଣି ମାତା ପିତାଙ୍କୁ ମୁରୁଛୁଲେ

 

କିଂସ ବିନାଶି ମଥୁରା ରହିଲେ

୯୨

ନାନା ବିନୋଦେ ଲୀଳା କଲେ ତହିଁ

 

ରାଜାମାନଙ୍କ ସଙ୍ଗେ ମେଳ ହୋଇ

୯୩

ବଡ ସୁଭାଗ୍ୟ ଦେବକୀର ପୁଣ

 

କୋଳେ ବସାଏ ପ୍ରଭୁ ଭଗବାନ

୯୪

ବସୁଦେବହିଁ ଭାଗ୍ୟ କରିଥିଲା

 

ରାମକୃଷ୍ଣଙ୍କୁ କୋଳେ ବସାଇଲା

୯୫

ରାଜା ଉଗ୍ରେସେନଇ ବଡ଼ ସୁଖୀ

 

ରାମ ଗୋବିନ୍ଦ ନିତିଦିନ ଦେଖି

୯୬

ଏତେ ବିତାରି ଶତେ ଗୋପୀ ଜାଣ

 

କୃଷ୍ଣ କରିଣଛନ୍ତି ଯେତେ ଗୁଣ

୯୭

ଏତେ କହି ସର୍ବଗୋପୀ ଶୋକରେ

 

ଦଇବକୁ ସୁମରଣା ଯେ କରେ

୯୮

ହା ହା ପରାଣ ଧନ ହେ ମାଧୋଇ

 

ତୁମ୍ଭ ବିନୁଟି ଅନ୍ୟ ଆଶ୍ରେ ନାହିଁ

୯୯

ଏତେ କହି ଗୋପୀମାନେ ନିରାଶେ

 

ଦାସ ଦନାଇଁ ସେବେ ଗୋପୀନାଥେ

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

ଶୂଳପାଣି

-

ମହାଦେବ, ତାଙ୍କ (ପାଣି) ବାତରେ ଶୂଳ ଅସ୍ତ୍ର ଥାଏ

ଶିରୀ

-

ଲକ୍ଷ୍ମୀ ବା ଶୋଭା

୧୧

କଙ୍କଣ

-

ହାତର ଖଡ଼ୁ

୩୦

କାରଣ

-

ସାର୍ଥକ, ସଫଳ

୩୩

ଦାଶରଥି

-

ବିଷ୍ଣୁଙ୍କ ଅବତନ ଦଶରଥଙ୍କ ପୁଅ

 

 

-

ଏଠାରେ କୃଷ୍ଣଙ୍କୁ ବୁଝିବାକୁ ହେବ

୪୬

ଶ୍ରୀରଙ୍ଗ

-

କୃଷ୍ଣ

୫୩

ମାନମୋହନୀ

-

ସମସ୍ତଙ୍କୁ ଭୁଲାଇ ପାରିବାର କୌଶଳ ବା ଚାଲାଖି

୫୯

ଉରେ

-

ଗତିରେ

୭୫

ଅଇରେ ସମ୍ଭୁତ

-

ନିଆଁରେ ଉତୁରି ପଡ଼ିବା

୭୮

ବଡ଼ ତପୀ

-

ବଡ଼ ଭାଗ୍ୟବତୀ

୮୧

ନିଶାରାତ୍ରରେ

-

ରାତି ଅଧରେ

୮୭

ନିଶି ରଜନୀ

-

ପ୍ରତି ରାତ୍ରିରେ

୯୪

ନାନାବିନୋଦେ

-

ନାନା ପ୍ରକାର ଅମାଦ ପ୍ରମୋଦରେ

 

ଗୋପୀଭାଷା

ପଞ୍ଚମ ଛାନ୍ଦ

ଏଥୁ ଅନନ୍ତରେ ଗୋପୀଙ୍କ ବାଣୀ

 

ପାର୍ବତୀ ଆଗେ ଈଶ୍ୱର ଯେ ଭଣି

କୃଷ୍ଣ ମଥୁରାକୁ ଯିବାରୁ ପୁଣି

 

ରାଧିକା ମନରେ କଲେ ଭାଳେଣି

ସହସ୍ରେ ଗୋପୀ ସଙ୍ଗତରେ ଘେନି

 

ଶ୍ରୀକୃଷ୍ଣ କଥା ସେ କହନ୍ତି ପୁଣି

ବୋଲନ୍ତି ଶୁଣ ଗୋ ବ୍ରଜସୁନ୍ଦରି

 

କୃଷ୍ଣ ନଇଲେ ମଥୁରାରୁ ଫେରି

କହି କରି ଗଲେ ଚାରିଦିନକୁ

 

ପକ୍ଷେ ହୋଇଲା ନଇଲେ ଗୋପକୁ

ଯେବେ ଛାଡ଼ିବାର ମନରେ ଥିଲା

 

ବାଲି ଖେଡ଼େ କିମ୍ପା ବିଭା ହୋଇଲା

ଜନମ ତିନି ଦିନଠାରୁ ପୁଣି

 

ମୋର ସଙ୍ଗେ ରତି ସୁରତି ଜାଣି

ସେହିଦିନୁ ଅଷ୍ଟ ବରଷ ହେଲା

 

ମୋର ସଙ୍ଗରେ ଲୀଳା ନନ୍ଦବଳା

ଯେଉଁଦିନ ନେତ୍ରେ ନ ଦେଖେ ମୁହିଁ

 

କଦମ୍ବ ମୂଳକୁ ଏକାରେ ଯାଇଁ

ମୁରଲୀଧରକୁ ଦେଖିଲେ ପୁଣ

 

ମୋ ଚିତ୍ତ ସୁଖ ହୋଏ ସଖି ଜାଣ

୧୦

ମୋ ମନ ଜାଣି ମଦନମୋହନ

 

ରତି ସୁରତିରେ ମିଳନ୍ତି ପୁଣ

୧୧

ଦିନେ ମଥୁରା ଗଲୁଁ ସର୍ବ ଗୋଈ

 

ଦୁଧ ଦହି ଛେନା ବିକିବା ପାଇଁ

୧୨

ମୁଁହି ପଛେ ସଜ ହୋଇଣ ଗଲି

 

ଯମୁନାକୂଳରେ ଯାଇଁ ମିଳିଲି

୧୩

ଦେଖିଲି ଯମୁନା ବଢ଼ିଛି ତହିଁ

 

ସବୁ ଗୋପୀମାନେ କୂଳରେ ରହି

୧୪

ବିଚାର କରନ୍ତି ସର୍ବ ସୁନ୍ଦରୀ

 

ଯମୁନା ଖରାକାଳେ କିମ୍ପା ବଢ଼ି

୧୫

ମେଘବରଷା ନ କଲା ତ ପୁଣ

 

ନୋହଇ ଆଷାଢ଼ ଭାଦ୍ରବ ଜାଣ

୧୬

ପୂରି ଯମୁନା ପୁଅ ବଡ଼ ଜାଣ

 

ପୁଞ୍ଜି ପୁ଼୍ଞ୍ଜି ହୋଇ ପଡ଼ୁଛି ଫେଣ

୧୭

ସମସ୍ତେ ଦେଖିଣ ହେଲୁଁ କାତର

 

ଏହି ସମୟରେ ନନ୍ଦକୁମର

୧୮

ଦଦରା ନାବ ଖଣ୍ଡେ ଘେନି ଆସି

 

କେରୁଆଳ ଧରି ମଙ୍ଗରେ ବସି

୧୯

ମାୟାରୂପ ଗୋଟି ହୋଇଛି ପୁଣ

 

ନେଙ୍କଡ଼ା ବୁଢ଼ା ବାଳ ପାଚେ ଜାଣ

୨୦

ଘାଟ ତୁଠରେ ନାବ ଆଣି କଲା

 

ଦେଖିଣ ଆମ୍ଭେମାନେ ହେଲୁଁ ତୋରା

୨୧

ବୋଇଲୁଁ ଆମ୍ଭେ ମଥୁରାକୁ ଯିବୁଁ

 

ହାଟ କରିଣ ଗୋରସ ବିକିବୁଁ

୨୨

ଆମ୍ଭମାନଙ୍କର ବଚନ ଶୁଣି

 

ବୋଇଲେ ନାବରେ ବସ ତରୁଣୀ

୨୩

ତାଙ୍କଠାରୁ ପୁଣି ଏସନ ଶୁଣି

 

ଶତେ ତରୁଣୀ ନାବେ ବସେ ପୁଣି

୨୪

ଚାହିଁବା ଛଟକେ ସେ ପାରି କଲେ

 

ସବୁ ସୁନ୍ଦରୀ ଦେଖୁଁ ଦେଖୁଁ ଗଲେ

୨୫

ମୁହିଁ କୂଳେ ଅଛି ସଙ୍ଗରେ ଦୂତୀ

 

ବେଳ ବେନି ଘଡ଼ି ହୋଇଲା ଆସି

୨୬

ନାବ ଘେନି ଯହୁଁ ଅଇଲେ ବେଗେ

 

ବୋଇଲେ ବସ ଦୁଇଜଣ ଏବେ

୨୭

ଦୂତୀକି ଘେନିଣ ନାବେ ବସିଲି

 

ଦଧି ପସରା ନାବରେ ଥୋଇଲି

୨୮

ବାହି ଦେଲେ ନାବ ମଝି ନଈକି

 

କୁହୁଡ଼ି ମାଡ଼ି ଅଇଲା ତହିଁକି

୨୯

ବୋଇଲେ ଶୁଣ ଗୋ ରାଧା ସୁନ୍ଦରି

 

ତୁମ୍ଭ ସକାଶେ ଆଜ ନାବକେଳି

୩୦

ଆମ୍ଭେଟି ନନ୍ଦନନ୍ଦନ ଶ୍ରୀହରି

 

ଆଜ ନାବରେ କରିବାକ କେଳି

୩୧

ମୁଁ ତାଙ୍କୁ ବୋଇଲି ଦିବସ ବେଳ

 

ଦଧି ବିକିଯିବି ଉଛୁର ବେଳ

୩୨

ସଙ୍ଗରେ ଦୂତୀ ଅଛି ସହଚରୀ

 

ରାତ୍ର ହେଲେ ପଛେ ଯିବ ଶ୍ରୀହରି

୩୩

ତୁମ୍ଭେ ତ ହୋଇଛ ବୁଢ଼ା କେଉଟ

 

ଅତି ଅପ୍ରଛନ୍ନ ଲେଙ୍କଡ଼ା ବେଶ

୩୪

ମୁହିଁ ତ ଗୋପରେ ଅତି ସୁନ୍ଦରୀ

 

ମୋର ମନ ଏକା ଜାଣନ୍ତି ହରି

୩୫

ମୋରଠାରୁ ଏହୁ ବଚନ ଶୁଣି

 

ନଟବର ବେଶ ଧଇଲେ ପୁଣି

୩୬

ମୋତେ ଧରିଣ ନାବକେଳି କଲେ

 

ରତି ସୁରତିରେ ମନ ମୋହିଲେ

୩୭

ନାବ କୂଳେ ଲାଗେ ଗଲୁଁ ମଥୁରା

 

ଗୋରସ ବିକି ହାଟ ବାଟ ତୋରା

୩୮

ଆଗେ ମୁଁ ଆସିଲି ପଛେ ସମସ୍ତେ

 

ସେ କାଳକଥା ଗୋ କହିବି କେତେ

୩୯

ତାହା ଶୁଣି ଗୋପୀ ଆରେକ କହି

 

ମୋତେ ଯାହା କଲେ ନନ୍ଦ କହ୍ନାଇ

୪୦

କେହି ନାହାନ୍ତି ମିଳିଲେ ମୋ ଘରେ

 

ମୁହିଁ କିରତି କରେ ହାଣ୍ଡିଶାଳେ

୪୧

ମୋର ପାଶେ ଯାଇ ହେଲେ ପ୍ରବେଶ

 

ବୋଇଲେ ସୁରତି କରିବି ଆସ

୪୨

କୋଳ କଲେ ମୋତେ ଦେବାଧିରାଜ

 

ତାଙ୍କ ଭାଷା ଶୁଣି ଛାଡ଼ିଲି ଲାଜ

୪୩

ତା ଶୁଣି ରାଧିକା ବଚନ କହି

 

ଦିନେ ଯାହା କଲେ ମୋତେ ମାଧୋଇ

୪୪

ଯମୁନା ଜଳକୁ ଗଲି ମୁଁ ଏକା

 

କଦମ୍ବ ମୂଳରେ କାହ୍ନୁକୁ ଦେଖା

୪୫

ମୋତେ ସୁରତି ମାଗିଲେ ସେ ପୁଣି

 

ମୁଁ ବୋଇଲି ତୁମ୍ଭେ ନିର୍ଲଜ୍ଜ ପୁଣି

୪୬

ତୁମ୍ଭଙ୍କୁ ବୟସ ହେବ ଅଢ଼ାଇ

 

ସୁରତି ରତି ମାଗ କାହିଁପାଇ

୪୭

ମୁଁ ତ ମଉଳାଣୀ ତୁମ୍ଭେ ଭଣଞ୍ଜା

 

ଅବିହିତ କହ ନନ୍ଦତନୁଜା

୪୮

ଏହି ସମୟରେ ଯଶୋଦା ମିଳି

 

ଦୂରରୁ ଦେଖିଣ ଦିଅନ୍ତି ଗାଳି

୪୯

କି ଲୋ ରାଧା ତୋର ଏଡ଼େ ନନ୍ଦର

 

ଶ୍ରୀରଙ୍ଗ ପଛେ ଗୋଡ଼ାଇଛି ତୋର

୫୦

ମୁଁ ବୋଇଲି ଅପା ଜାଣ ନାହିଁ କି

 

ପୁଅ ପଛେ ଆସେ ଯହିଁ ପାଇଁକି

୫୧

ଏକା ହୋଇ କରି କଦମ୍ବମୂଳେ

 

ମୁଁ ଯାଇଁ ତାହାକୁ ଦେଖିଲି ଡୋଳେ

୫୨

ବୋଇଲି ତୁମ୍ଭ ମାତାଙ୍କୁ କହିବି

 

ମାଡ଼ ମରାଇ ଘରେ ରଖାଇବି

୫୩

ତା ଶୁଣି ଚରଣେ ପଡ଼ିଲେ ମୋର

 

ବୋଇଲେ ନ କହ ମାତା ଆଗର

୫୪

ତେଣୁ ମୋର ପଛେ ଆସନ୍ତି ହରି

 

ତୁମ୍ଭେ ମୋତେ କିମ୍ପା ଦେଉଛ ଗାଳି

୫୫

ତାହା ଶୁଣି କରି କହ୍ନାଇ କହି

 

ନାଟ ଯୋଡ଼ି ମୋର ଆଣିଲେ ମାଇଁ

୫୬

ସେଠାରୁ ମୁଁ ଯେ ପଛରେଣ ଆସି

 

ନାନା କଥା ପୁଣି ତୋ ଆଗେ ଭାଷି

୫୭

ଶୁଣିଣ ଯଶୋଦା କ୍ରୋଧ ହୋଇଲେ

 

ଅଙ୍ଗୁର ବସନ ମୋର କାଢ଼ିଲେ

୫୮

ନାଟ ଯୋଡ଼ି ତଳେ ପଡ଼ିଲା ପୁଣ

 

ଦଉଡ଼ି ଖଣ୍ଡିଏ ଅଛି ସଙ୍ଗେଣ

୫୯

ମନରେ ମୋହୋର ବିଚାର ହେଲା

 

ମାୟାବୀ ପୁରୁଷ ମାୟା ରଚିଲା

୬୦

ସଙ୍ଗେ ସଙ୍ଗେ ତାଙ୍କ ଘରକୁ ଗଲି

 

ଭୋଜନ ଶୟନ ସେଠାରେ କଲି

୬୧

ମୋହୋର କୋଳେ ଶୋଇଲେ ମାଧୋଇ

 

ନାନା ବନ୍ଧରେ ରତିରସ ତହିଁ

୬୨

ରୋହିଣୀ ମୋ ପୁରେ ଛାଡ଼ିଣ ଦେଲେ

 

ନଣନ୍ଦ ଶାଶୁଙ୍କୁ କହି ଚଳିଲେ

୬୩

ସେଦିନୁ ଜାଣଇ ସେ ମୋର ପ୍ରାଣ

 

ପ୍ରତିଦିନ ବିଜେ ମୋ ପୁରେ ପୁଣ

୬୪

ଏକଦିନ କରେ ଛଇଳବର

 

ଦୂତୀସଙ୍ଗରେ ଗଲେ ମୋର ପୁର

୬୫

ତୁମ୍ଭେ ସର୍ବସଖୀ ସେଦିନ ଥିଲ

 

ମୋପୁରେ ପ୍ରବେଶ ହେଲେ ନାଗର

୬୬

ମାଳ ଗୋଟିଏ ଗୁନ୍ଥି କରି ହରି

 

ଚନ୍ଦ୍ରଶାଳା ପୁରେ ବିଜୟେ କରି

୬୭

ପଲଙ୍କ ଉପରେ ଆସି ବସିଲେ

 

ଜୂଡ଼ାପରେ ନେଇଁ ଫୁଲ ରଞ୍ଚିଲେ

୬୮

ଚନ୍ଦନ କର୍ପୂର ବୋଳିଲେ ଅଙ୍ଗେ

 

ମୁଖେ ଚୁମ୍ବନ ଦେଲେ ଶିରୀରଙ୍ଗେ

୬୯

ବେନି କୁଚ ଧରି କରେ ମର୍ଦ୍ଦନ

 

ମୁଖରେ ମୁଖ ଲଗାଇ ଚୁମ୍ବନ

୭୦

ରତି ସୁରତି ନାନା ବନ୍ଧେ କଲେ

 

ମୋତେ ଘେନିଣ ପଲଙ୍କେ ଶୋଇଲେ

୭୧

ରଜନୀ ପାଇଲା ସମସ୍ତେ ଗଲ

 

ନାଗରବର ଚଳିଲେ ବନର

୭୨

ସେଦିନ କଥା କି ମନେ ପଡ଼ିବ

 

ସବୁ ତେଜି ଗଲେ ମଥୁରା-ଦେବ

୭୩

ସେଦିନ କଥା କି ମନରେ ଅଛି

 

ଆମ୍ଭ ସଙ୍ଗତେ ଯେତେ ରଙ୍ଗେ ବସି

୭୪

କଉଁ ବନମାଳୀ ହୁଅନ୍ତି ପୁଣି

 

କୁସୁମମାଳ ଧଣ୍ଡା କରି ଘେନି

୭୫

ଫୁଲ ବିକି ଆସି ମୋପୁରେ ଠଣା

 

ପଚାରିଲେ କହେ ମୁ ବାପୁ ରଣା

୭୬

କଉଁଦିନ ହୋଏ କାଚରା ବେଶ

 

କାଚତିଖା ବିକି ମନେ ହରଷ

୭୭

ମୋର ପୁରେ ଡାକି ଆଣନ୍ତି ସଖୀ

 

ଦିବ୍ୟ କାଚବାହି ପିନ୍ଧାନ୍ତି ବସି

୭୮

ନିଜ ସ୍ୱରୂପ ଧରି ନନ୍ଦସୁତ

 

ମୋ ପୁରେ ରହି ନାନା କଉତୁକ

୭୯

କଉଁ ଦିନ ପୁଣି ବଣିଆ ହୋଇ

 

ଦିବ୍ୟ ଅଳଙ୍କାର ବିକି ଆସଇ

୮୦

ସେ ଦିନ ବାଟରେ ଭେଟ ପଡ଼ିଲେ

 

ଗୋପୀମାନଙ୍କୁ ଅଳଙ୍କାର ଦେଲେ

୮୧

ମୋତେ ପିନ୍ଧାଇଲେ ରତନ ଚୂଡ଼ି

 

ପାସୁକ କଣ୍ଠି ପଦକ ଘାଗୁଡ଼ି

୮୨

କଉଡ଼ି ପାଇଁକି ଗୋପୀ ଅଇଲେ

 

ମୋତେ ଘେନିଣ କୁଞ୍ଜବନ ଗଲେ

୮୩

ନାନା ବନ୍ଧରେ ରତିରସ କରି

 

ଅଇଲୁଁ ଆମ୍ଭେ ରହିଲେ ଶ୍ରୀହରି

୮୪

ତା ଶୁଣି ୟେକ ଗୋପୀୟେ ବୋଇଲା

 

ଦିନେ ମୋ ପୁରେ ହରି ଯାହା କଲା

୮୫

ସ୍ନାହାନ କରି ମୁଁ ଘରରେ ମିଳି

 

ଶାଶୁ ନଣନ୍ଦ ନାହାନ୍ତି ମୋହୋରି

୮୬

ଏହି ସମୟରେ ମୁରଲୀଧର

 

ଗୁରସ୍ତ ପ୍ରାୟେଟି ମୋହୋ ଆଗର

୮୭

ଓଦାବସନରେ ଧଇଲେ ମୋତେ

 

ରତି ସୁରତି କଲେ ନାନାମତେ

୮୮

ଲାଜ ଲାଜ ହୋଇ ଉଠିଲି ମୁହିଁ

 

ଦେଖିଲି କାହ୍ନୁ ଗଲେଣି ପଳାଇ

୮୯

ଝୀନ ବସନ ପିନ୍ଧଣ ମୁଁ ବେଗେ

 

ଶାଶୁ ନଣନ୍ଦ ମିଳିଲେ ମୋ ଆଗେ

୯୦

ସେଦିନ କଥା ଗୋ ପଡ଼ଇ ମନେ

 

ଛାଡ଼ିଣ ମାଧୋଇ ଗଲେ ଗୋ କେଣେ

୯୧

ରାଧିକା ବୋଇଲେ ଶୁଣ ସଙ୍ଘାତ

 

ମୋର ସଙ୍ଗେ ଯେତେ ସୁରତି ରତ

୯୨

କେତେ ଦୁର୍ବାଦ ଗୋ ଦିଅନ୍ତି ପୁଣି

 

ଶାଶୁ ନଣନ୍ଦ ସାହୀ ପଡ଼ୁଶୁଣୀ

୯୩

ଗୋପପୁରେ ହଟା ସବୁଦିନରେ

 

ରାଧିକା ମାତିଲେ କୃଷ୍ଣ ସଙ୍ଗରେ

୯୪

ମାଇଁ ଭଣଞ୍ଜାରେ ବଡ଼ ପୀରତି

 

କୁଳକୁ ଲଜ୍ଜା ହଉଛି ଅକୀର୍ତ୍ତି

୯୫

କହିବା କଥା ଶୁଣିମାକୁ ବ୍ୟଥା

 

ବାଟ ନ ଚାଲଇ ଟେକିଣ ମଥା

୯୬

ସେ ପୁଣି ମୋଠାରେ ଏମନ୍ତ କଲେ

 

ଟେକି ଧରିଣ ଫୋପଡ଼ାଇ ଦେଲେ

୯୭

ଧର୍ମ ଦେବତା ସତେ ଯେବେ ଥିବ

 

ମୋ ପୁରେ ନିଶ୍ଚେ ଆସିବେ ମାଧବ

୯୮

ଏତେ ବୋଲି ରାଈ କଲେ ରୋଦନ

 

ଦୂତୀ ମିତଣୀ କହେ ବୁଝାଇଣ

୯୯

ଏମନ୍ତ ମନରେ ହୋଇ ବିରସ

 

ଦାସ ଦନାଇଁ ପଦ୍ମପାଦେ ଆଶ

୧୦୦

 

ପଦ

କଠିନ ଶବ୍ଦ

ଶବ୍ଦାର୍ଥ

୧୯-

କେରୁଆଳ

-ଆହୁଲା

୨୪-

ନେଙ୍କଡ଼ା ବୁଢ଼ା

-ଅତି ବୁଢ଼ା

୨୧-

ତୋରା

-ଚଞ୍ଚଳ

୨୨-

ଗୋରସ

-ଦୁଧ

୩୪-

ଅପ୍ରଛନ ଲେଙ୍କଡ଼ା ବେଶ

-ମଳିମୁଣ୍ଡିଆ ଚିରାକନା ପିନ୍ଧିଥିବା ବୁଢ଼ା ରୂପ

୩୮-

ତୋରା

-ଝଟ, ବେଗାବେଗି

୪୧-

କିରତି

-କାମ ଦାମ (ବୃତି ଶବ୍ଦଜ)

୪୮-

ନନ୍ଦ ତନୁଜା

-ନନ୍ଦଙ୍କପୁଅ କୃଷ୍ଣ

 

 

-ଏଠାରେ ଯତିର ଅନୁରୋଧରେ କବି ତନୁଜ ସ୍ଥାନରେ ତନୁଜା ଲେଖନ୍ତି

୫୦-

ନଦର

-ନଜର

୫୬-

ନାଟ

-ନଟୁ (ନାଟ, ନଟ ନଟୁ ପ୍ରଭୃତି ଏକାର୍ଥ ବାଚକ ଶବ୍ଦ)

 

 

-ଖଳନା ବିଶେଷ

୬୫-

ଛଇଳବର

-ଚତୁର ଓ ସୁନ୍ଦର ଲୋକମାନଙ୍କ ଭିତରେ ଶ୍ରେଷ୍ଠ-କୃଷ୍ଣ

୭୬-

ଠଣା

-ରହିବା (ସ୍ଥାନ ଶବ୍ଦଜ)

୮୨-

ପାସୁକ

-କଣ୍ଠି

 

 

-ଚୂଡ଼ୀ ପାଖରେ ହାତର ଏହି ଅଳଙ୍କାର ଘେନିବାକୁ ହୁଏ

୯୩-

ଦୁର୍ବାଦ

-ଅପବାଦ ବା କଳଙ୍କ ଲଗା କଥା

 

ଷଷ୍ଠ ଛାନ୍ଦ

ଏଥୁ ଅନନ୍ତରେ ଗୋପୀଙ୍କ କଥା

 

ପାର୍ବତୀ ଆଗେ କହେ ପଞ୍ଚୁମଥା

ସହସ୍ରେକ ଗୋପୀ ଘେନି ଦୁତିକା

 

କୃଷ୍ଣ ଥିବାରୁ ଯେତେ ଗୁଣ କଥା

ସହସ୍ରେ ଗୁଆଳୀ ମେଳରେ ପୁଣି

 

ରୋଦନ କରି କହେ ପୂର୍ବବାଣୀ

ଦୂତିକା କହନ୍ତେ ଶୁଣନ୍ତି ଗୋଈ

 

ଦିନେ ଯାହା ମୋତେ କଲେ ମାଧୋଇ

ବହୁତ ବିରହ ସେଦିନ ପୁଣି

 

ଭେଟ ନୋହିଲେ କେଉଣି କାମିନୀ

ଯମୁନା ଜଳେ ଏକା ଗଲି ମୁହିଁ

 

କଦମ୍ବ ମୂଳେ ବିଜେ ଭାବଗ୍ରାହୀ

ମୋତେ ଦେଖି କରି ଛଇଳବର

 

ବୋଇଲେ ଦୂତୀ ଗୋ ଶୁଣ ଉତ୍ତର

ତୁମ୍ଭେ ସହଚରି ଜାଣ ଗୋ ସବୁ

 

ଚନ୍ଦ୍ରାବଳୀକି ବଚନ କହିବୁ

 

 

ବୋଲିବ ଗୋବିନ୍ଦ ବଡ଼ ବିରହ

 

ତୋ ପୁରେ ଆସିବେ ନନ୍ଦଙ୍କ ପୁଅ

ଦୁଇ ଚାରିଦିନ ନୋହିଲା ପ୍ରୀତି

 

ନ ଦେଖି ମନ ବିକଳ କରନ୍ତି

୧୦

ବିଜୟେ କରିବେ ବ୍ରହ୍ମାଣ୍ଡସାଇଁ

 

ଏମନ୍ତ ବଚନ କହିବୁ ଯାଇଁ

୧୧

ତାଙ୍କଠାରୁ ମୁହିଁ ବଚନ ଶୁଣି

 

ନୀର ଘେନି ପୁରେ ମିଳିଲି ପୁଣି

୧୨

ବେଗ ହୋଇଣ ଚଳିଗଲି ପୁଣି

 

ଚନ୍ଦ୍ରାବଳୀ ପୁରେ ମିଳଲି ଜାଣି

୧୩

ମୋତେ ଦେଖିଣ ଚନ୍ଦ୍ରାବଳୀ ତୋଷ

 

ଶୀତଳ ବଚନ କଲେ ପ୍ରକାଶ

୧୪

କି ଗୋ ସଙ୍ଗାତୁଣି କେଣେ ଅଇଲ

 

ବାରତା କଉଁ କଥା ନ କହିଲ

୧୫

ଏମନ୍ତ ବୋଲନ୍ତେ ବସିଲି ମୁହିଁ

 

କଥା ବଞ୍ଚାଇ ଛନ୍ଦ କରି କହି

୧୬

ତୁମ୍ଭ ମନ ତ ହୋଇଛି ନିରାଶ

 

ତୁମ୍ଭ ପୁରେ ତ ନ ଆସିଲେ କୃଷ୍ଣ

୧୭

ଶୁଣି କହେ ଚନ୍ଦ୍ରବଦନୀ ପୁଣି

 

କାହୁଁ ପାଇବି ଗୋପ-ଶିରୋମଣି

୧୮

ଦିନାକେତେ ହେଲା ଦେଖିଲା ନାହିଁ

 

ନିରାଶ ମୋତେ ଗୋ କଲେ ମାଧୋଇ

୧୯

ତାଙ୍କଠାରୁ ମୁଁ ଯେ ଏମନ୍ତ ଶୁଣି

 

ବୋଲଇି ଶୁଣ ଚନ୍ଦ୍ରାବଳୀ ପୁଣି

୨୦

ବିରହ ବଡ଼ ଗୋ ଦେବାଧିରାଜ

 

ଯେଣୁ ନୋହିଲା ତୁମ୍ଭ ସଙ୍ଗେ ସଜ

୨୧

ଦେଖି କରି ଆଜ କହିଲେ ମୋତେ

 

ବୋଇଲେ ଦୂତି ଗୋ ଯିବ ତୁରିତେ

୨୨

ଆମ୍ଭେ ତାଙ୍କ ପୁରେ କରିବୁ ବିଜେ

 

ତୁମ୍ଭେ ଜଣାଇଁ ଥିବ ତାଙ୍କ ଆଗେ

୨୩

ତେଣୁ କରି ମୁଁ ଯେ କହି ଅଇଲି

 

ନିଶ୍ଚେ ବିଜୟ କରିବେ ଶୁଣିଲି

୨୪

ଏମନ୍ତ ବଚନ କହନ୍ତେ ମୁହିଁ

 

ଗୋପ ଦାଣ୍ଡରେ ଚହଳ ଶୁଭଇ

୨୫

କେ ବୋଲେ ବଣିଆ ଦିଅ ସିନ୍ଦୂର

 

କେ ବୋଲେ ଦିଅ ଚନ୍ଦନ କର୍ପୂର

୨୬

ଚନ୍ଦ୍ରାବଳୀ ବୋଲେ ଦୂତିକା ଶୁଣ

 

କିସ ପଦାର୍ଥ ବିକା ଆସେ ପୁଣ

୨୭

ତା ଶୁଣି ବଚନ କହିଲି ମୁହିଁ

 

ଜୀରା ମରିଚ ବଣିଆ ବିକଇ

୨୮

କଥା ହୁଅନ୍ତେ ବଣିଆ ମିଳିଲା

 

ଶବଦ କରିଣ ଉଚ୍ଚେ ଡାକିଲା

୨୯

ତାହା ଶୁଣି ଚନ୍ଦ୍ରସେଣା ବୋଇଲା

 

ଆପୁ କିଣ ଲୋ ମୋର ପ୍ରାଣ ଗଲା

୩୦

ଶୁଣି ଚନ୍ଦ୍ରାବଳୀ ଉଠିଲେ ବେଗେ

 

ବଣିଆ ଆଗରେ ମିଳିଲେ ଯୋଗେ

୩୧

ଆପୁ କିଣି ନେଇ ଶାଶୁରେ ଦେଲେ

 

ନଣନ୍ଦ ଦେଖି ଗାଳି ମନ୍ଦ କଲେ

୩୨

କଉତି ମାଗନ୍ତେ ବଣିଆ ପୁଣ

 

ନଣନ୍ଦ ଶାଶୂ ନ ଶୁଣିଲେ ପୁଣ

୩୩

ମନ ନୀରସ କରି ଚନ୍ଦ୍ରାବଳୀ

 

ବୋଇଲେ ରହିଲା କଉଡ଼ି କାଳି

୩୪

ଦୂତୀ ଚନ୍ଦ୍ରାବଳୀ ଅଛନ୍ତି ଏକା

 

ଛଇଳ ନାଗର କହନ୍ତି କଥା

୩୫

ନିଜ ରୂପ ଧରି ସେ ବେଣୁପାଣି

 

ମୋହ ଚନ୍ଦ୍ରାବଳୀ ଦେଖିଣ ପୁଣି

୩୬

ଦୂତୀ ବୋଇଲେ ବିଜେ କଲେ ହରି

 

ଦିଅ ସୁରତି ତୋଷ ବେଗ କରି

୩୭

ମୁଁ କହିବାରୁ ଚନ୍ଦ୍ରାବଳୀ ଗଲା

 

ଶ୍ରୀକୃଷ୍ଣ ସଙ୍ଗରେ ପୀରତି କଲା

୩୮

ରତ ସୁରତି ସାରି ନନ୍ଦବଳା

 

ଅନ୍ତର୍ଦ୍ଧାନେ ଗଲେ ସେଠାରୁ ପରା

୩୯

ଚନ୍ଦ୍ରାବଳୀ ମୋତେ ହସି କହିଲେ

 

ମନ ତୋଷ ହେଲା ଯାଅ ବୋଇଲେ

୪୦

ତାଙ୍କଠାରୁ ସୁଖବଚନ ଶୁଣି

 

ମୋର ଘରକୁ ଗୋ ଅଇଲି ପୁଣି

୪୧

ଶୁଣି କରି କହେ ଏକ ଗୋପିକା

 

ତାଙ୍କ କଥା ମୋତେ ଲାଗେ ତାଟକା

୪୨

ମୋର ପୁଅକୁ ଗୋ ମାଇଲେ ଦିନେ

 

ଧୂଳି-ଧୂସର ଦିଶେ ନନ୍ଦନାନେ

୪୩

ଝୀନ ବସନ ଘେନି ଦିନେ ଗଲି

 

ଶ୍ରୀଅଙ୍ଗ ଧୂଳି ପୋଛି ପକାଇଲି

୪୪

ବୋଇଲେ ପୁଅ ଲଗାଇ ମାଇଲ

 

ଆଉ କିମ୍ପା ମନେ ଶରଧା କଲ

୪୫

ଏତେ ବୋଲିଣ କୋଳ କଲେ ମୋତେ

 

ରତି ସୁରତି କଲେ ବଳକୃତେ

୪୬

ମୋ ମନ ତୋଷିଣ କେଣିକି ଗଲେ

 

ତାହା ଶୁଣି ଏକ ଗୋପୀ ବୋଇଲେ

୪୭

ଦିନେ ମୁଁ ବେଶ ହୋଇ ବସିଅଛି

 

ଜୂଡ଼ାପରୁ ଫୁଲବାସ କରିଛି

୪୮

ବଉଳ ଯୂଇ ଚମ୍ପା ମଲ୍ଲୀ ମିଶା

 

କେତକୀ ଦଳରେ ଚିଟାଉ ଭାଷା

୪୯

ନୟନେ ଅଞ୍ଜନ ମୁଣ୍ତେ ସିନ୍ଦୂର

 

ଗଳାରେ ପଦକ ଲୁଳଇ ହାର

୫୦

ଝୀନ ବସନ ମୋ ଦେହରେ ପଡ଼ି

 

ନାସାରେ ବସିଣ କର୍ଣ୍ଣେ ପଗଡ଼ି

୫୧

ଭାତ ଭୁଞ୍ଜିଣ ପଲଙ୍କ ଉପରେ

 

ପାନ ଝାଉଛି ମିଳିଲେ ନାଗରେ

୫୨

ମୋହୋର ସଙ୍ଗରେ ବସିଲେ ଯାଇଁ

 

ଦେହକୁ ଦେହ ମୂଖକୁ ଲଗାଇ

୫୩

ଧରି ବିବସନ କଲେ ତୁରିତେ

 

ବେଶ ହୋଇଥିଲି ତାଙ୍କ ନିମିତ୍ତେ

୫୪

କୋଳ କରିଣ ଘେନି ମୋତେ ଶୋଇ

 

ରଜନୀ ପାଇଲା କେଣିକି ଯାଇ

୫୫

ତହୁଁ ବଉଳ ଗୋପାଳୁଣୀ କହି

 

ମୋରଠାରେ ସ୍ନେହ କରନ୍ତି ସେହି

୫୬

ଦନେ ଖରାବେଳେ ଯମୁନା ଗଲି

 

କଦମ୍ବମୂଳେ ଗୋ ତାଙ୍କୁ ଦେଖିଲି

୫୭

ବାଳକ ସଙ୍ଗତେ ଭୁଞ୍ଜନ୍ତି ଅନ୍ନ

 

ମୋତେ ଦେଖିଣ ମନ ଛନ ଛନ

୫୮

ମୋହୋର ସେଦିନ ଶୁଦ୍ଧ ସ୍ନାହାନ

 

ବାମ ପଦାର୍ଥ ଘେନିଅଛି ପୁଣ

୫୯

ଯମୁନାଜଳରେ ପଶନ୍ତେ ମୁହିଁ

 

ଭୋଜନ ସାରି ଉଠିଲେ ମାଧୋଇ

୬୦

ହସ୍ତ ଧୋଇଣ ମୁଖ ପଖାଳିଲେ

 

ହସି କରି ମୋର ପାଶେ ମିଳିଲେ

୬୧

ବୋଇଲେ ଭଲା ସମୟେ ଅଇଲ

 

ଆମ୍ଭେ ଆଜ ଯିବୁଁ ତୁମ୍ଭରି ପୁର

୬୨

ଶୁଣିଣ ମୁହିଁ ବୋଇଲି ତାହାକୁ

 

ଭାଗ୍ୟ କରିଛି କି ତୁମ୍ଭ ସଙ୍ଗକୁ

୬୩

ଏମନ୍ତ ବଚନ ଶୁଣି ଶ୍ରୀହରି

 

ପଞ୍ଚୁଶର ବାଣ ଅଙ୍ଗେ ପ୍ରହାରି

୬୪

ଛନ ଛନ ହୋଇ ମୋହରି ମନ

 

ଧୀର ଧୀର ହୋଇ କଲି ଗମନ

୬୫

ଘରଠାରେ ଯାଇ ପ୍ରବେଶ ହେଲି

 

କଳସି ଥୋଇ ଚରଣ ଧୋଇଲି

୬୬

ଲୋଟଣୀ ଛନ୍ଦେ ନାନାବେଶ ହୋଇ

 

ଝୀନ ପତନୀ ବାଛି ପିନ୍ଧଲଇଁ

୬୭

ଏମନ୍ତ ସମୟେ ରଜନୀ ହେଲା

 

ମୋ ପୁରେ ବିଜେ କଲେ ନନ୍ଦବଳା

୬୮

ମୋତେ ଘେନିଣ ପଲଙ୍କେ ଶୋଇଲେ

 

ରତି ସୁରତି ନାନାବନ୍ଧେ କଲେ

୬୯

ପହରେ ରଜନୀ ଥିଲା ସେ ଗଲେ

 

ପୁଣି କେତେ ଦିନ ସ୍ୱପନ ହେଲେ

୭୦

ତାହା ଶୁଣିଣ ଗୋପୀୟେ ବୋଇଲା

 

ଗୋପପୁରେ କାହିଁ ଜନ୍ମ ହୋଇଲା

୭୧

ମୋହିନୀ ଲଗାଇ ସେ ନନ୍ଦସୁତ

 

ମୂରଲୀସ୍ୱନରେ କଲେ ଉଚ୍ଛାଟ

୭୨

ଶୟନ ଭୋଜନ ହୋଇଲା ବିଷ

 

ତେଜ୍ୟା କରିଣ ତାଙ୍କ ପାଦେ ଆଶ

୭୩

କାଳସର୍ପ ସଙ୍ଗେ ବିଶ୍ୱାସ ହେଲେ

 

ସେ କି ଖାଇଲେ ନ ମରିବା ଭଲେ

୭୪

ଦୁଧ ଗୁଡ଼ ନେଇ ଲିମ୍ବ ମୂଳରେ

 

ଯେତେ ଦେଲେ ପିତା ଯିବ କି ତାରେ

୭୫

କୁଜନ ଲୋକର ଏମନ୍ତ ରୀତି

 

ସୁଜନ ଲୋକର ଶୁଣ ଗୋ ମତି

୭୬

ଅଯୋଧ୍ୟା ଦେଶେ ଭଗୀରଥ ରାଜା

 

ତପସ୍ୟ କରି ବୁହାଇଲା ଗଙ୍ଗା

୭୭

ବଳୀ ଯେ ସତ୍ୟ କରି ଦାନ ଦେଲା

 

ପାତାଳ ପୁରେ ଯାଇଣ ରହିଲା

୭୮

ଯେଣୁ ରାଜା ପାଳେ ଧର୍ମ୍ମରେ ପୃଥୀ

 

ମଞ୍ଚରୁ ଯାଇଣ ସ୍ୱର୍ଗରେ ଥିତି

୭୯

ପ୍ରହଲାଦ ମନ ଜାଣିଣ ହରି

 

ସ୍ୱର୍ଗ ପୁରରେ ଇନ୍ଦ୍ର ନେଇ କରି

୮୦

ଆମ୍ଭେ ଗୋପ ଗୋଈ କି ଦୋଷ କଲୁ

 

ସେବା କରି କିମ୍ପା ନିରାଶ ହେଲୁ

୮୧

ତାହା ଶୁଣି ଏକ ଗୋପୀ ବୋଇଲା

 

ମନ-ମୀନ ଚିନ୍ତା ଜଳେ ବୁଡ଼ିଲା

୮୨

ତାଙ୍କ ଗୁଣ ନୋହେ ପାସୋରି

 

କେମନ୍ତେ ବଞ୍ଚିବା ନ ଦେଖି ହରି

୮୩

ଦୂତୀକି ବୋଇଲେ ଶୁଣ ସଙ୍ଘାତ

 

ଦିନେ ଯାହା କଲେ ସେ ନନ୍ଦସୁତ

୮୪

କହିବାକୁ ଲାଜ ମାଡ଼ଇ ମୋତେ

 

ଏଡ଼େ ହଟିଆ ଗୋ ଯଶୋଦା-ସୁତେ

୮୫

ଚନ୍ଦ୍ରାବଳୀ ପେଷେ ତାଙ୍କ ପାଶକୁ

 

ବେଶ ହୋଇଗଲି କୁଞ୍ଜ ବନକୁ

୮୬

ଦେଖିଣ ମାଧୋଇ ଧଇଲେ ମୋତେ

 

ନାନା ବନ୍ଧରେ ପ୍ରୀତି ହୋଏ ଯେତେ

୮୭

ସେ ଦିନ ଶୁଦ୍ଧ ସ୍ନାହାନ ମୋହୋର

 

ବ୍ରହ୍ମାଣ୍ତ ଠାକୁର କଲେ ବିହାର

୮୮

ଅକ୍ଷୟ ବୀଜ ଯେ କ୍ଷୟ ନୋହିଲା

 

ଗର୍ଭରୁ ଦୁଇ ପୁତ୍ର ଜାତ ହେଲା

୮୯

ତଳରେ ପଡ଼ନ୍ତେ ଉଠିଲେ ବେଗେ

 

ତାଙ୍କୁ ଆଜ୍ଞା ଦେଲେ ଦେବାଧିରାଜେ

୯୦

ଚୋରି ରତିରେ ତୁମ୍ଭେ ଜାତ ହେଲ

 

ଚୋର ହୋଇ ରହ ଏହୁ ବନର

୯୧

ଯେତେବେଳେ ଆମ୍ଭେ ପେଷିବୁ ଯେଣେ

 

ଅଦୃଶ୍ୟ ହୋଇ କାର୍ଯ୍ୟ କର ତେଣେ

୯୨

କୁଞ୍ଜବନରେ ତାଙ୍କୁ ରଖାଇଲେ

 

ମୋତେ ବୋଇଲେ ଯାଅ ନିଜପୁରେ

୯୩

ଆଜଠାରୁ ନବଯୁବା ବୟସ

 

ଶୁଣିଣ ମୋ ମନ ହୋଇଲା ତୋଷ

୯୪

ତତକ୍ଷଣେ ନବ ତରୁଣ ହେଲି

 

ଚନ୍ଦ୍ରାବଳୀ କଥା ତାଙ୍କୁ କହିଲି

୯୫

ବୋଇଲେ ଆମ୍ଭେ ଯିବୁ ନିଶାକାଳେ

 

ତୁମ୍ଭେ ଯାଇଁ କହ ତାଙ୍କ ଛାମୁରେ

୯୬

ତହୁଁ ମୁଁ ବେଗେଣ ଫେରି ଅଇଲି

 

ଚନ୍ଦ୍ରାବଳୀ ପୁରେ ଖରେ ମିଳିଲି

୯୭

ସକଳ କଥା ତାଙ୍କ ଆଗେ କହି

 

ଶୁଣିଣ ହସିଲେ ସେ ଚାନ୍ଦ ମୁହୀଁ

୯୮

ବେଶ ଭୂଷଣ ସେ ହୋଇଲେ ତୋରା

 

ଏହି ସମୟେ ମିଳେ ଶ୍ୟାମ ଗୋରା

୯୯

ଦେଖି ଚନ୍ଦ୍ରାବଳୀ ମନେ ହରଷ

 

ଦାସ ଦନାଇ ସେବେ ତାଙ୍କ ପାଶ

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୧-

ପଞ୍ଚୁମଥା

-

ମହାଦେବ, ତାଙ୍କର ପାଞ୍ଚୋଟି ମଥା ବା ମୁଣ୍ଡ

୮-

ଚନ୍ଦ୍ରାବଳୀ

-

ରାଧା

୩୦-

ଆପୁ

-

ଅଫିମ

 

 

-

କବି ଯେତେବେଳେ ଏ ବାକ୍ୟ ରଚନା କଲେ

 

 

 

ସେତେବେଳେ ଏ ଦେଶରେ ଅଫିମ ଖାଇବା ପ୍ରଥା ଥିଲା

 

 

-

ସ୍ତ୍ରୀମାନେ ମଧ୍ୟ ପୁରୁଷମାନଙ୍କ ଭଳି ଖାଉଥିଲେ

୪୯-

ଦଳ

-

ପାଖୁଡ଼ା

୫୦-

ଅଞ୍ଜନ

-

କଳା

୫୧-

ଝୀନ, ବସନ

-

ସବୁ ଲୁଗା

୬୪-

ପଞ୍ଚୁଶର

-

କନ୍ଦର୍ପ

୮୦-

ହଟିଆ

-

ରଙ୍ଗିଆ, କୌତୁକିଆ

 

ସପ୍ତମ ଛାନ୍ଦ

ଗଉରୀ ବୋଇଲେ ଶୁଣ ହେ ପ୍ରଭୁ

 

ଗୋପର ଗୋଈ କିସ କଲେ ସବୁ

ତାଙ୍କ କଥା ମୋତେ କହ ହେ ପୁଣ

 

ଗୋପ ତେଜିଣ ଗଲେ ନାରାୟଣ

କଉଁ କଥା ଗୋପୀ ଭାଷିଲେ ପୁଣ

 

ମୋ ଆଗେ କହ ହେ ପ୍ରଭୁ ଈଶାନ

କହନ୍ତି ଈଶ୍ୱର ଶୁଣ ଗଉରି

 

ପୁଣି ଯାହା କଲେ ସେ ଗୋପନାରୀ

ସହସ୍ରେ ଗୋପୀଙ୍କ ମଧ୍ୟେ ନାୟିକା

 

ମରୁଆ ନାମେ ସୁନ୍ଦରୀ ଗୋପିକା

ସମସ୍ତଙ୍କ ମେଳେ ଯାଇଣ ବସି

 

କୃଷ୍ଣ ଗୁଣମାନ କହେ ପ୍ରଶଂସି

ଯେତେବେଳେ ଯାହା ମାଧୋଇ କଲେ

 

ସେ ଗୁଣମାନ ଗୋପୀ ଗାୟେ ଭଲେ

ମରୁଆ ବୋଲନ୍ତି ଶୁଣ ଗୋ ସଖି

 

ଏକ ଦିନକରେ ସକଳ ଗୋପୀ

 

 

ବୈଶାଖମାସ ଗ୍ରୀଷମର କାଳେ

 

ଯମୁନାକୁ ଗଲୁଁ ସନ୍ଧ୍ୟାବେଳରେ

ହଳଦି ଅୟେଁଳା ସୁଗନ୍ଧ ଘେନି

 

ଘାଟରେ ପ୍ରବେଶ ହୋଇଲୁଁ ପୁଣି

୧୦

ସ୍ନାହାନ ନିମନ୍ତେ ପଶିଲୁଁ ଜଳେ

 

ବସନମାନ ପାଲଟିଣ କୂଳେ

୧୧

ଉଲଗ୍ନ ହୋଇ କରନ୍ତେଣ ସ୍ନାନ

 

ଛଇଳ ନାଗର ପ୍ରବେଶ ପୁଣ

୧୨

ସମସ୍ତଙ୍କ ଶାଢ଼ୀ ଘେନିଣ ଯାଇଁ

 

କଦମ୍ବ ଡ଼ାଳରେ ବାନ୍ଧିଲେ ନେଇ

୧୩

ମତ୍ତ ହୋଇ ଆମ୍ଭେ ଜଳରେ ଖେଳୁଁ

 

ଯେତେବେଳେହଁ କୂଳକୁ ଉଠିଲୁଁ

୧୪

ଦେଖିଲୁଁ ବସନ ନାହିଁ କାହାରି

 

ତାଟକା ହୋଇଲୁଁ ସକଳ ନାରୀ

୧୫

ଏହି ସମୟରେ ମୂରଲୀଧର

 

ମୁରଲୀ ବାୟେ କଦମ୍ବମୂଳର

୧୬

ଶୁଣି ସର୍ବ ସଖୀ ତାଙ୍କୁ କହିଲୁଁ

 

ବହୁତ ବିନତି ଚରଣେ ହେଲୁଁ

୧୭

ଦନ୍ତରେ ତିରଣ ଧଇଲୁଁ ପୁଣ

 

ବୋଇଲୁଁ ରଖ ପ୍ରଭୁ ନାରାୟଣ

୧୮

ଶୁଣିଣ ସୁଦୟା କଲେ ଶ୍ରୀହରି

 

ବୋଇଲେ ଶୁଣ ଗୋ ବ୍ରଜସୁନ୍ଦରି

୧୯

ଯେ ଯାହା ବସନ ଫେଡ଼ିଣ ନିଅ

 

ଏଡ଼େ ଆରତ ଗୋ କାହିଁକି ହୁଅ

୨୦

ଏହା ଶୁଣି ଆମ୍ଭେ ହରଷ ହେଲୁଁ

 

ଯେ ଯାହା ବସନ ନେଇ ପିନ୍ଧିଲୁଁ

୨୧

ପୁଣି ମାୟା କଲେ ସେ ବନମାଳୀ

 

କାମ ଜାଲାରେ ଦେହ ଦ୍ୱୋୟେ ଘାଲି

୨୨

ଛନ ଛନ ହୋଇ ନ ରହେ ମନ

 

ଦେଖିଣ ଗୋବିନ୍ଦ ହେଲେ ପ୍ରସନ୍ନ

୨୩

ସମସ୍ତଙ୍କ ସଙ୍ଗେ ବିହାର କଲେ

 

କୁଞ୍ଜବନରେ ଘେନିଣ ବୁଲିଲେ

୨୪

ରଜନୀ ପାଇଲା ଅଇଲୁଁ ଘର

 

ତୁମ୍ଭେ ସମସ୍ତେ ଜାଣ ସେ ଦିନର

୨୫

ସଖୀ ଗୋଟିକେ ଗୋଟିଏ ନାଗର

 

କାହୁଁ ଭିଆଇଲେ ନନ୍ଦକୁମର

୨୬

ସେଦିନ କଥା ମୋ ମନେ ପଡ଼ିଲା

 

ସେ ସୁଖ ଛାଡ଼ି ହରି କେଣେ ଗଲା

୨୭

ତାହା ଶୁଣି ଏକ ଗୁଆଳୀ କହି

 

ଦିନେ ଯାହା କଲେ ନନ୍ଦକହ୍ନାଇ

୨୮

ରାଧା ମନ୍ଦିରେ ସେ ପ୍ରବେଶ ହେଲେ

 

ଇନ୍ଦୁର ରୂପ ଗୋଟିଏ ହୋଇଲେ

୨୯

ନଣନ୍ଦ ଖୋସାକୁ କାଟିଣ ନେଇ

 

ନାଣ୍ତିମୁଣ୍ତି କରିଦେଲେ ଗୋସାଇଁ

୩୦

ଶୁଆ ରୂପରେ ପ୍ରବେଶ ହୋଇଲେ

 

ରାଧା ସତୀ ବୋଲି ବୋଲିଣ ଗଲେ

୩୧

ନଣନ୍ଦ ମୁଣ୍ତ ଯେ ରାଧା ଛୁଇଁଲା

 

ଯଉଁ ରୂପେ ବାଳ ସେ ରୂପେ ହେଲା

୩୨

ତାହା ଶୁଣି ଆର ଗୋପୀ ବୋଇଲା

 

ଦିନେ ଯାହା କଲେ ସେ ନନ୍ଦବଳା

୩୩

ରଜନୀ ଶେଷ ହୋଇଅଛି ପୁଣି

 

ମୋ ପୁର ପ୍ରବଶ ସେ କମ୍ବୁପାଣି

୩୪

ଶୟନ ଠାବରେ ମିଳିଲେ ଯାଇଁ

 

ମୋତେ ବୋଇଲେ ଗୋ ସଙ୍ଘାତ ସହି

୩୫

ଆଜ ତୁମ୍ଭ ପୁରେ ହେବ ବିହାର

 

କେହି ନ ମିଳିଲେ ମୋର ସଙ୍ଗର

୩୬

ଏତେ ବୋଲି ମୋର ସଙ୍ଗେ ପୀରତି

 

ନାନାବନ୍ଧରେ ଗୋ କଲେକ ରତି

୩୭

ରତି ସୁରତି ସାରି ଗଲେ ବନ

 

ମୋ ମନ ତୋଷ ହେଲା ସେହୁ ଦିନ

୩୮

ତାହା ଶୁଣି ରୂପବନ୍ତୀ ବୋଇଲା

 

ଛଇଳ ନାଗର କେଣିକି ଗଲା

୩୯

ମୋତେ ସେ ଦେଖିଲେ ଏକଦିନରେ

 

ମୁହିଁ ଯାଇଥିଲି ମଥୁରାପୁରେ

୪୦

ଦଧି ଲହୁଣୀ ଛେନା ଦୁଧ ପୁଣି

 

ବିକା କିଣା କରି ଆସିବା ଜାଣି

୪୧

ବାଟରେ ଭେଟିଲେ ଇନ୍ଦ୍ରଗୋବିନ୍ଦ

 

ବୋଇଲେ ମୋତେ ଶୁଣ ଆଗୋ ଚାନ୍ଦ

୪୨

କିସ ଆଣିଅଛ ମଥୁରା ହାଟୁଁ

 

ଦେଇଣ ବୋଧ କର ଗୋ ଆମ୍ଭଙ୍କୁ

୪୩

ଏତେ ବୋଲି ବୋଝ ଦେଖିଲେ ଯାଇଁ

 

ପାଚଲା କଦଳୀ ନବାତ ନେଇଁ

୪୪

ମୁଣୋହି କରିଣ ସନ୍ତୋଷ ହେଲେ

 

ମୋତେ ଧରି କୁଞ୍ଜବନକୁ ନେଲେ

୪୫

କେତେ ପ୍ରବନ୍ଧରେ ରତି ସୁରତି

 

କଲେ ଗୋ ତୋଷହେଲା ମୋର ମତି

୪୬

ନିଉଛାଳି ଯିବ ତାଙ୍କ ଚରଣ

 

କଉଁ କଥା ଗୋ ନ ଜାଣନ୍ତି ପୁଣ

୪୭

ତାଙ୍କଠାରୁ ଶୁଣି ସୁନ୍ଦରୀ କହେ

 

ଦିନେ ମୋ ପୁରେ ବିଜେ ନନ୍ଦ ପୋୟେ

୪୮

ମୋତେ ବୋଇଲେ ଗୋ ମାଗିବ କିସ

 

ନ ଦେଇ ମୋତେ ନ କର ନିରାଶ

୪୯

ଶୁଣିଣ ଲବଣୀ ସର ମୁଁ ଦେଲି

 

ଗୋଟିକା ଛେନା ଆଣି ପରଶିଲି

୫୦

ଗଙ୍ଗାବାସ ବାଣ ପଇଡ଼ ଦେଇ

 

ବୋଇଲି ଭୋଜନ କର ମାଧୋଇ

୫୧

ମୋତେ ବୋଇଲେ ଗୋ ବ୍ରଜସୁନ୍ଦରି

 

ତୁମ୍ଭଠାରେ ସୁଖ ବହୁତ ମୋରି

୫୨

ତୁମ୍ଭ ସଙ୍ଗତେ ଆଜ ଭାବ ହେବ

 

ସବୁଦିନେ ତୁମ୍ଭ ମନରେ ଥିବ

୫୩

ମୁଁ ବୋଇଲି ନୋହେ ରଜନୀ କାଳ

 

ଏ କଥା କିମ୍ପା କହ ନନ୍ଦବାଳ

୫୪

ସବୁବେଳେ ଆମ୍ଭେ ତୁମ୍ଭରି ସିନା

 

ଏ କଥା କିମ୍ପା କହ ନନ୍ଦକହ୍ନା

୫୫

ଶାଶୂ ନଣନ୍ଦ ମୋ ଘରେ ଅଛନ୍ତି

 

ଦେଖିଲେ ମୋତେ ବାଦ ଦେବେ ନିତି

୫୬

ନ ଦେଖି କେତେ କଥା କହୁଥାନ୍ତି

 

ଛାଇକି ଅନାଇ ଢଗ ମେଲନ୍ତି

୫୭

ବେଶ ହୋଇଲେ ବୋଲନ୍ତି ନାଗରୀ

 

ଯମୁନା ଗଲେ ଜଗନ୍ତି ପାହାରି

୫୮

ଭୋଗ ନ କରି ଏଥୁଁ ବେଗେ ଯାଅ

 

ଚରଣ ଧରୁଛି ହେ ନନ୍ଦପୁଅ

୫୯

ଦନ୍ତରେ ତିରଣ ଧରି ଶୋଇଲି

 

କ୍ଷମା କର ଦୋଷ ବୋଲି ବୋଇଲି

୬୦

ମାୟା କଥା ପୁଣି କଲା ରଞ୍ଚନ

 

ଦିବସ ହୋଇଲା ରଜନୀ ପୁଣ

୬୧

ଉଠିଣ ଦେଖିଲି ହୋଇଛି ନିଶି

 

ଅନ୍ଧାର କାଳ ନ ଦିଶଇ କିଛି

୬୨

ବାସ ଫୁଲ ମୋର ବେଣୀରେ ଦେଇ

 

ଚନ୍ଦନ ଅଗର ଦେହେ ବୋଳଇ

୬୩

ତା ଦେଖି ମୋହୋର ବଳିଲା ଚିତ୍ତ

 

ନାନା ଛନ୍ଦରେ କଲେ ବିପରୀତ

୬୪

ଲାଳା ସାରି ପୁଣି ଭୋଜନ କଲେ

 

ମୋର ପୁରରୁ ଅନ୍ତର ହୋଇଲେ

୬୫

ନିଶି କେଣେ ଗଲା ଦିନ ହୋଇଲା

 

ନଣନ୍ଦ ଆସି ମୋତେ ଗାଳି ଦେଲା

୬୬

କିସ କରୁ ତୁ ଗୋ ସୁନ୍ଦରି ବସି

 

ଭୋଜନ ବେଳ ତ ବୋଇଲା ଆସି

୬୭

ଶୁଣି କରି ଉଠି ଜଞ୍ଜାଳ ସାରି

 

ଅନ୍ନ ବେଞ୍ଜନ ବେଗେଣ ତିଆରି

୬୮

ଭୋଜନ କଲେ ଜଟିଳା ଯେ ମୋର

 

ସେ କୃଷ୍ଣ କଥା ଗୋ ଏହୁ ପ୍ରକାର

୬୯

ମରୁଆ ଗୋପିକା ତହୁଁ କହିଲେ

 

କେତେ ଲୀଳା କରି ମଥୁରା ଗଲେ

୭୦

ତାଙ୍କ ଆଶାରେ ଆମ୍ଭେ ସର୍ବନାରୀ

 

ଗୁରସ୍ତ ପୁତ୍ର ଘର ଦୂର କରି

୭୧

ଅନୁକ୍ଷଣେ ମନ ତାଙ୍କରି ଠାରେ

 

ଶୋଇବା ବସିବା ଖାଇବା ବେଳେ

୭୨

ଆଡତୀ ଜଞ୍ଜାଳ ଦଧି ମନ୍ଥନ

 

ସବୁ ବେଳରେ ତାଙ୍କ କଥାମାନ

୭୩

ଆମ୍ଭ ବିକଳ କି ଜାଣିମେ ସେହୁ

 

ଚନ୍ଦ୍ରକୁ ଯେସନେ ଘୋଟଇ ରାହୁ

୭୪

ସୂର୍ଯ୍ୟ କୁମୁଦକୁ ଦେଖି ନିରାଶ

 

ଭ୍ରମର ନ ଯାଏ କେତକୀ ପାଶ

୭୫

କାଳ ସର୍ପ ଭୟେ ମଣ୍ତୁକୀ ପୁଣ

 

ଦିବସେ ବାହାର ନୋହଇ ଜାଣ

୭୬

ଗଙ୍ଗାଜଳ ମାଟି କଳସ ନେଇ

 

ସୁବର୍ଣ୍ଣ ଝରୀରେ ପୂରୋଇ ପିଇ

୭୭

ସେହୁ ପୁଣି ହୋୟେ ଯେତେକ ଦୃଶ

 

କେହୁ ହେବ ମାଟି କଳସେ ତୋଷ

୭୮

ଅନ୍ଧହସ୍ତେ ବଛା ମୁଦି ଥୋଇଲେ

 

ତାହାକୁ ଲାଗଇ ତିରଣ ତୁଲେ

୭୯

ସୁବର୍ଣ୍ଣ ପଞ୍ଜୁରୀ ଭିତରେ ପେଚା

 

ରହିଲେ କୋରଡ଼ ସୁମରେ ଏକା

୮୦

ସେହିରୂପେ ଆମ୍ଭେ ଗୋପ ଯୁବତୀ

 

ଆମ୍ଭଙ୍କୁ ବଳିଲେ ମଥୁରା ସତୀ

୮୧

ଆମ୍ଭ ଗରବ ଭାଙ୍ଗିବାର ପାଇଁ

 

ମଥୁରାପୁରକୁ ଗଲେ ମାଧୋଇ

୮୨

ରାଜା ମାରିଣ ତହିଁ ପ୍ରଭୁ ହେଲେ

 

ଦେବ କନ୍ୟା ଭୋଗ କରି ରହିଲେ

୮୩

ଏମନ୍ତ ବିଚାର କରନ୍ତେ ବସି

 

ଦକ୍ଷିଣ ପବନ ବହିଲା ଆସି

୮୪

ଶୀତଳ ଲାଗିଲା ଗୋପୀଙ୍କ ଦେହ

 

ବୋଇଲେ ଆମ୍ଭରେ ବହୁତ ସ୍ନେହ

୮୫

ଅଗ୍ନି ଲାଗିଲେ ପାଣି ଯେହ୍ନେ ପଡ଼େ

 

ଚନ୍ଦନ ସେ ଘେନେ ଗ୍ରୀଷମ କାଳେ

୮୬

ଘୃତ ଯେସନେ ଅନ୍ନରେ ବାସଇ

 

ପ୍ରାସ ବେଳରେ ମଲ୍ଲୀ ବେକେ ଥାଇ

୮୭

ଶୁଦ୍ଧ ସ୍ନାହାନ ସ୍ତିରୀ ମନ ତୋଷ

 

ପୁରୁଷ ଥିଲେ ହୋୟେ ଦିବ୍ୟ ବେଶ

୮୮

ଚୁଆ ଚନ୍ଦନ ନାନା ବାସ ଘେନି

 

ପୁରୁଷ ସଙ୍ଗରେ ବିହାର ପୁଣି

୮୯

ଉତ୍ତମ ମଣଇ ସେଦିନ ସୁଖ

 

ନ ଥିଲେ ମନରେ ହୋୟେ ବିମୁଖ

୯୦

ସେହିରୂପେ ପୁଣି ସକଳ କଥା

 

ହରି ଗଲାରୁ ହେଲା ମନ ବ୍ୟଥା

୯୧

ଅନ୍ନ ଜଳ ଯେ ନ ରୁଚଇ ପୁଣ

 

ଚିନ୍ତି ଚରଣ ହରାଇବା ପ୍ରାଣ

୯୨

ତାହା ଶୁଣି ଏକ ଗୋପୀ ବୋଇଲା

 

ଗୁଣ ଶୁଣିଣ ଦିନ ନ ସରିଲା

୯୩

ଆମ୍ଭଙ୍କୁ ଭଗାରୀ ଅକ୍ରୁର ହୋଇ

 

ସେହି ନ ମଲା ଗୋ ଅଛି କିମ୍ପାଇ

୯୪

ଆଉ ବେଳେ ଯେବେ ଗୋପେ ଆସନ୍ତା

 

ପରାଣ ଘେନି ଯମପୁରେ ଯାନ୍ତା

୯୫

ଆମ୍ଭମାନଙ୍କର ଜାଣନ୍ତା ବଳ

 

ମୁଣ୍ତ ଛେଚିଣ ପୂରାନ୍ତୁ ତା କାଳ

୯୬

ଏବେ ହେଲୁ ଆମ୍ଭେ ବିଦେଶୀ ନାରୀ

 

ସ୍ୱାମୀକି ନ ଦେଖି ମରୁଛୁ ଝୁରି

୯୭

ଏତେ ବୋଲି ଗୋପୀ ରୋଦନ କରି

 

ଯେସନେ ଶୁଭେ ସମୁଦ୍ର ଲହରୀ

୯୮

କେହୁ ପଡ଼ିଯାଏ କେ ବସି ରୋବେ

 

କେହୁ ପ୍ରବୋଧ କରେ ନାନାଭାବେ

୯୯

ସେଠାରୁ ଗୋପୀ ଯେଝା ଘରେ ଗଲେ

 

ଦାସ ଦନାଇ ମାଧବେ ସେବିଲେ

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୧-

ଗଉରୀ

-

ପାର୍ବତୀ

୩-

ଈଶାନ

-

ମହାଦେବ

୧୮-

ତିରଣ

-

କୁଟା (ତୃଣ, ଘାଲି ହୋଏ-ଚଞ୍ଚଳ ହେବା)

 

 

-

ଘୋଟି ଯିବା (ଘାଲ ଶବ୍ଦଜ)

୩୪-

କମ୍ୱୁପାଣି

-

କୃଷ୍ଣ, ଯାହା ଶଙ୍ଖ ଥାଏ

୪୭-

ନିଉଗଳି

-

ଦଣ୍ଡବତ କରିବା

୫୧-

ଗାଙ୍ଗା ବାସ ବାଣ ପଇଡ଼

-

ଜାତି

୭୩-

ଆଡ଼ଶ

-

ଘରକାମ

 

ଅଷ୍ଟମ ଛାନ୍ଦ

ଏଥୁ ଅନନ୍ତରେ ଗୋପୀଙ୍କ କଥା

 

ପାର୍ବତୀ ଆଗେ କହେ ପଞ୍ଚୁମଥା

ଶୁଣ ଶାକମ୍ଭରି ଗୋପୀଙ୍କ ବାଣୀ

 

କୃଷ୍ଣ ଯିବାରୁ ଗୋପୀ ଦୁଖ ପୁଣି

ବିକଳ ହୋଇଣ ମନରେ ଜାଣ

 

କୃଷ୍ଣ କରିବା ଥିଲା ଯେତେ ଗୁଣ

ସହସ୍ରେ ଗୋପୀ ଗୋଟିଏ ନାୟିକା

 

ସମସ୍ତଙ୍କ ଶିରୋମଣି ରାଧିକା

ରାଧିକା ପାଇଁ କୃଷ୍ଣ ଗୋପେ ଜାତ

 

ଅଷ୍ଟ ବରଷ ରହିଲେ ଅନନ୍ତ

କଂସ ମାରିବାକୁ ମଥୁରା ଗଲେ

 

ଗୋପର ଯୁବତୀ ଅନାଥ ହେଲେ

ପୂର୍ବ କଥାମାନ ମନେ ହେଜନ୍ତି

 

ଏକ ଆରକେ କୋହାକୋହି ହୋନ୍ତି

ଏକ ଦିନରେ କୁଞ୍ଜଲତା ପୁଣି

 

ସହସ୍ରେ ସୁନ୍ଦରୀ ସଙ୍ଗରେ ଘେନି

 

 

ଅମ୍ବିକାକୁ ଚାହିଁ ବଚନ କହି

 

କେଣେ ଛାଡ଼ିଗଲ ଯଶୋଦା ପୋଇ

ଅଛିଟି କି ସଖି ତୁମ୍ଭ ମନର

 

ଦିନେ ଯାହାକଲେ ରାଧା ମନ୍ଦିର

୧୦

ଏନ୍ତୁଡ଼ି ଶାଳରେ ତିନିଦିନର ।

 

ବିଜେ କଲେ ଚନ୍ଦ୍ରବଦନୀପୁର

୧୧

ସହଜେ ବାଳୁତ ଅଟନ୍ତି ସେହି

 

ରାଧିକା ଯୁବା ତୋରା ଅଟେ ଦେହୀ

୧୨

କେହି ନାହିଁ ଏକା ପଲଙ୍କେ ଥିଲେ

 

ଦୂତୀକୁ ଘେନି କହ୍ନାଇ ଚଳିଲେ

୧୩

ନଟବର ବେଶ ଗୋଟିଏ ହୋଇ

 

ନିଶି ଦୁଇଘଡ଼ି ମିଳିଲେ ଯାଇଁ

୧୪

ଦେଖିଲି ରାଧିକା ଭାଙ୍ଗୁଛି ପାନ

 

ମଦନ ମୋହନ ବିଜୟେ ପୁଣ

୧୫

ଦେଖି ଚନ୍ଦ୍ରାବଳୀ ବଚନ କହି

 

ଏ ଜଣକ ତୁମ୍ଭ ସଙ୍ଗେ କେ ସହି

୧୬

ଦୂତିକା ବୋଇଲେ ଜାଣ ନାହିଁ କି

 

ନନ୍ଦପୁଅ ବିଜେ ତୁମ୍ଭ ତହିଁକି

୧୭

ତୁମ୍ଭେ ତାଙ୍କୁ ରତି ସୁରତି ଦେବ

 

ପଛେ ସିନା ସର୍ବ ଗୋପୀ ରମିବ

୧୮

ତାହା ଶୁଣି ରାଧା କ୍ରୋଧ ହୋଇଲେ

 

ମୁଁ ତ ନଟକାରୀ ନୁହଇ ଭଲେ

୧୯

ମୋର ପୁରକୁ ନାଗର ଆଣିଛୁ

 

ନାନା କଥାମାନ ତୁଣ୍ତେ କହୁଛୁ

୨୦

ନନ୍ଦ ପୁଅ ମୋର ଅଟେ ଭଣଞ୍ଜା

 

ତିନି ଦିନର ବାଳୁତ ତନୁଜା

୨୧

ସେ ପୁଣି କିରୂପେ ନାଗରବର

 

ଏ କଥା ମୋତେ ନୁହଇ ଗୋଚର

୨୨

ବେଗେ ଘେନି ଚଳ ମୋ ପୁରୁ ପୁଣି

 

ଶାଶୁ ନଣନ୍ଦ ଆସିବେ ଏକ୍ଷଣି

୨୩

ୟାଙ୍କୁ ଦେଖିଲେ ମୋତେ ନ ରଖିବେ

 

ବାତ ଲଗାଇ ଦୋଚାରୀ କରିବେ

୨୪

ଶୁଣିଣ ଶ୍ରୀକୃଷ୍ଣ ବୋଇଲେ ପୁଣି

 

ତୁ ମୋର ପରାଣ କହୁ କି ବାଣୀ

୨୫

ତୁମ୍ଭପାଇଁ ମୁଁ ଯେ ଗୋପେ ଜନମ

 

ପୂର୍ବେ ହେତୁ କଥା ନାହିଁ କି ମନ

୨୬

ଆଗେ ତୁମ୍ଭେ ମୋତେ ସୁରତି ଦିଅ

 

ବ୍ରଜସୁନ୍ଦରି ପଛେ ହେବେ ପ୍ରିୟ

୨୭

ଶୁଣିଣ ରାଧା କଥା ନ କହିଲା

 

ଦୂତୀକା ଲେଉଟି ଘେନି ଚଳିଲା

୨୮

ଦୂତୀକି କହେ ମଦନ ମୋହନ

 

ଆଜ ରାଧାସଙ୍ଗ ନୋହିଲା ପୁଣ

୨୯

ତୁମ୍ଭେ ପୁଣି ତୁମ୍ଭ ଘରକୁ ଯାଅ

 

କେଡ଼େ ନିଷ୍ଠୁର ଚନ୍ଦ୍ରାବଳୀ ଦେହ

୩୦

କେଡ଼େ ନୀବି ବନ୍ଧେ ରହିବ ଆଜ

 

ଦେଖିବା ତାର କେଡ଼େ ଅଛି ଦମ୍ଭ

୩୧

ଦୂତିକା ଚଳିଲେ ନିଜ ପୁରକୁ

 

କାହ୍ନୁ ଚଳିଗଲେ ନୀପମୂଳକୁ

୩୨

ବସି ବିଧାତାକୁ ସୁମରେ ତହିଁ

 

ଜାଣିଣ ବିଧାତା ମିଳିଲେ ଯାଇ

୩୩

ଶ୍ରୀକୃଷ୍ଣ ବୋଇଲେ ଶୁଣ ହେ ଧାତା

 

ଛାର ଗୋପାଳୁଣୀ ନ ଘେନେ କଥା

୩୪

କେତେହେଁ ଏହାକୁ ଚାଟୁ କରିବା

 

ଗୋପରୁ ଆମ୍ଭେ ମଥୁରା ଚଳିବା

୩୫

ଶୁଣିକରି ବ୍ରହ୍ମା ବଚନ କହି

 

ସଦାଶିବ ବର ବିଅର୍ଥ ହୋଇ

୩୬

ଅଷ୍ଟ ବରଷ ଏଥି ଲୀଳା ହେବ

 

ତେବେ ସିନା କଂସ ନାଶ ହୋଇବ

୩୭

ମୂରଲୀ ଗୋଟିଏ ଦେଇଣ ଗଲେ

 

ବୋଇଲେ ମୋହ ହୋଇବେ ସକଳେ

୩୮

ବ୍ରହ୍ମା ଦେଇଣ ନିଜପୁରେ ଗଲେ

 

ମୂରଲୀ ଧରି ଛଇଳ ବାଇଲେ

୩୯

ରାଧା ରାଧା ବୋଲି ଡାକିଲେ ଯହୁଁ

 

ବ୍ରଜସୁନ୍ଦରୀ ମୋହ ହେଲେ ତହୁଁ

୪୦

ଲାଗିଲା ବିରହ ହୋଇଲେ ତୋରା

 

ବୋଲନ୍ତି କେଣେ ଗଲା ଦୂତୀ ପରା

୪୧

ସଖୀ ଦୁଇଜଣ ଘେନି ସଙ୍ଗରେ

 

ପ୍ରବେଶ ହୋଇଲେ ଦୂତୀ ମନ୍ଦିରେ

୪୨

ଦୂତୀକି ଘେନି ଚଳେ ବେଗେ ରାଇ

 

କଦମ୍ବ ମୂଳରେ ମିଳିଲେ ଯାଇଁ

୪୩

ରାଧାଙ୍କୁ ଦେଖିଣ ମାଧୋଇ ପୁଣ

 

ମୂରଲୀସ୍ୱନେ ଗୋପୀଙ୍କି ରାଇଣ

୪୪

ଷୋଳ ସସ୍ର ଗୋପୀ ମିଳିଲୁଁ ପୁଣ

 

ସମସ୍ତଙ୍କୁ ଦେଖି ସେ ନାରାୟଣ

୪୫

ଗୋଟିକେ ଗୋଟିଏ ରୂପ ହୋଇଲେ

 

ସମସ୍ତଙ୍କୁ ରତି ସୁରତି କଲେ

୪୬

ରଜନୀ ଅଛି ଦୁଇଘଡ଼ି ପୁଣ

 

ସେଠାରୁ ଅନ୍ତର ହେଲେ ଆପଣ

୪୭

ତାଙ୍କୁ ନ ଦେଖି ଯେଝା ଘର ଗଲୁ

 

ପଲଙ୍କ ଉପରେ ଯାଇଁ ଶୋଇଲୁ

୪୮

ଜାଣି ତ ଅଛ ଗୋ ସେ ଦିନ ରୀତି

 

ଦିନ ଦିନର ନନ୍ଦପୁଅ ଗତି

୪୯

ତେଡ଼େ ସୁଖ କରି ଛାଡ଼ିଣ ଗଲେ

 

ଯାଇଣ ମଥୁରାପୁରେ ରହିଲେ

୫୦

ତା’ ଶୁଣି ଆର ଗୋପିକା ବୋଲଇ

 

ଦିନେ ଯାହା କଲେ ମୋତେ ମାଧୋଇ

୫୧

ଖରାବେଳେ ମୁଁ ଯମୂନାକୁ ଗଲି

 

କଦମ୍ବ ମୂଳରେ ଯାଇଁ ମିଳିଲି

୫୨

ମୋତେ ଦେଖିକରି ଦେବାଧିରାଜ

 

କୁଞ୍ଜବନରୁ ହୋଇ ଦିବ୍ୟସଜ

୫୩

ମୋର ପାଶେ ଯାଇଁ ହେଲେ ପ୍ରବେଶ

 

ବୋଇଲେ ଚଳ ଗୋ ଯମୁନା ପାଶ

୫୪

ଗ୍ରୀଷମ ବେଳରେ ଜଳେ ପଶିବା

 

ଜଳକ୍ରୀଡ଼ା କରି ଶୀତଳ ହେବା

୫୫

ତାଙ୍କ ବୋଲରେ ଯମୁନା ପଶିଲି

 

ସେହି ପଶିଲେ ଜଳକ୍ରୀଡ଼ା କଲି

୫୬

ଜଳକ୍ରୀଡ଼ା କରି ଅଇଲି ଘର

 

ସେହି ଚଳିଗଲେ କୁଞ୍ଜବନର

୫୭

ସେଦିନ ପ୍ରୀତି ମୋ ଏକାନ୍ତେ ହୋଇ

 

ମନରୁ ସେ କଥା ଛାଡ଼ି ନୁହଇ

୫୮

ଆର ଗୋପୀ ଶୁଣି ଥାଇ ବୋଇଲା

 

ମୋ ପୁରେ ନାଗର ଦିନେ ମିଳିଲା

୫୯

ଶାଶୁ ଗୁରସ୍ତ ନାହାନ୍ତି ମୋହର

 

ଏହି ସମୟେ ଯଶୋଦା କୁମର

୬୦

ଗୁଆ ପାନ ଆଣି ଦେଲି ମୁଁ ଖରେ

 

ବସ ବୋଇଲି ପଲଙ୍କ ଉପରେ

୬୧

ବସିଣ ପାନ ଭାଙ୍ଗିଣ ଭୁଞ୍ଜିଲେ

 

ମୋତେ କୋଳ କରି ଚୁମ୍ବନ ଦେଲେ

୬୨

ବୋଇଲେ ମୁଁ ଫୁଲ ଆଣିଛି ମାଳ

 

ଜୁଡ଼ାରେ ମୁଣ୍ଡ ଗୋ ସୁନ୍ଦର ତୋର

୬୩

ଏତେ ବୋଲି ମାଳ ହସ୍ତରେ ଦେଇ

 

କୋଳ କରି ମୋତେ ବସାଏ ନେଇ

୬୪

ଗଭା କରି ମୁଣ୍ଡେ ଫୁଲ ଖଞ୍ଜିଲେ

 

ବେଶ କରିଣ ରତିରସ କଲେ

୬୫

ବାଳକ ରୂପ ଦେଖିଣ ଗୋସାଇଁ

 

ବାଳକ ହୋଇଣ ଖେଳିଲେ ଯାଇଁ

୬୬

ବେଳ ବୁଡ଼ିଲା ନିଜଘର ଗଲେ

 

ସେ ଦିନ କଥା ଗୋ ମନରେ ଭାଳେ

୬୭

ତାହା ଶୁଣି ଏକ ଗୋପୀ ବୋଇଲା

 

ଏଥୁଁ ଗଲା କୃଷ୍ଣ ଭଲ ହୋଇଲା

୬୮

ରାଜା ମାରିଣ କଲେ ବଡ଼ପଣ

 

କାଳକୁ ଯେ କଥା ରଖିଲେ ଜାଣ

୬୯

ଦଶରଥ ଘରେ ରାମ ଜନମ

 

ସୀତାର ଛଳେ ସେତୁବନ୍ଧ ପୁଣ

୭୦

ରାବଣ ମାରି ବିଭୀଷଣ ରାଜା

 

ଦେବତାମାନେ ହରଷରେ ପୂଜା

୭୧

ରଘୁନାଥ ନାମ ବିଖ୍ୟାତ ତେଣୁ

 

ଅସୁରମାନେ ଡରିଲେକ ଯେଣୁ

୭୨

ଅଯୋଧ୍ୟା ଲୋକଙ୍କୁ ସୁଦୟା କଲେ

 

ସ୍ୱର୍ଗପୁରକୁ ସଙ୍ଗେ ଘେନି ଗଲେ

୭୩

ଏବେ ଅସୁରଙ୍କୁ ନାଶିଣ ହରି

 

ମଥୁରାପୁରୁ ଆସିବେ ମୁରାରି

୭୪

ଗୋପାଳ କୁଳରେ ଭାଗ୍ୟ ହୋଇଲା

 

କୃଷ୍ଣ ଗୋପାଳ କଂସକୁ ମାଇଲା

୭୫

ଏ କଥାମାନ ତ କେଣେ ନ ଯିବ

 

ଅନ୍ୟ ଯୁଗରେ ଗୋ ପୋଥା ହୋଇବ

୭୬

ତାହା ଶୁଣି ଆର ସୁନ୍ଦରୀ କହେ

 

ବିରହ ଜାଳାରେ ଶରୀର ଦହେ

୭୭

ସମୟ ବେଳରେ ହେଲେ ଅନ୍ତର

 

ବଡ ଲୋକ ହେଲେ ନନ୍ଦକୁମର

୭୮

ଆମ୍ଭମାନଙ୍କୁ କିମ୍ପା ଅନେଇବେ

 

ରାଜକୁମାରୀ ସଙ୍ଗେ ବିହରିବେ

୭୯

ତିନି ପୁରର ପ୍ରଭୁ ଯେଉଁ ହରି

 

ସେ କିମ୍ପା ଆମ୍ଭଙ୍କୁ ଆଦର କରି

୮୦

ଯେତେ ଦିନ ଆମ୍ଭ ତପସ୍ୟା ଥିଲା

 

ବନ ପର୍ବତ ଘେନି ଖେଳୁଥିଲା

୮୧

ଏବେ ସେ କଥାମାନ ସବୁ ଛାଡ଼

 

ଗୋବିନ୍ଦ ଚରଣେ ସେବିବା ଗାଢ଼

୮୨

ଏ ଜନ୍ମରୁ ଯେବେ ହୋଇବା ପାର

 

ନାରାୟଣଙ୍କୁ ସୁମରଣା କର

୮୩

ତାହା ଶୁଣି କୁଞ୍ଜଲତା କହଇ

 

ତାଙ୍କ ଭାବ କି ମନରୁ ଯିବଇ

୮୪

ଏକ ଦିନକରେ ଯମୁନା ଘାଟ

 

ପ୍ରବେଶ ହୁଅନ୍ତେ ଦେଖିଲେ ନାଟ

୮୫

ବାଳକ ମାନଙ୍କୁ ଘେନି ସଙ୍ଗରେ

 

ଲୀଳା କରୁଛନ୍ତି ରହି ମଧ୍ୟରେ

୮୬

ମୟୂର ଚନ୍ଦ୍ରିକା ଚୂଳରେ ଅଛି

 

ଢଳି ଢଳିଣ ନାଚେ ଶିରୀବଛି

୮୭

ତାହା ଦେଖି ମୁଁ ଯେ ଆନନ୍ଦ ହେଲି

 

ପହରେ ଛିଡ଼ା ହୋଇଣ ଚାହିଁଲି

୮୮

ତାହା ଶୁଣି ଏକ ଗୋପୀ କହିଲା

 

ଯେତେ କଥା ସବୁ ସପନ ହେଲା

୮୯

ନେତ୍ରରେ ଯେବେ ଦେଖିବାକୁ ପୁଣ

 

ସନ୍ତୋଷ ହୋଇବ ସବୁରି ମନ

୯୦

କହିଲେ କି ଭୋଖ ଯିବ ଆମ୍ଭର

 

ଗ୍ରୀଷମ କାଳେ ଯେହ୍ନେ ଶଶଧର

୯୧

ଉଇଁଲେ ସମସ୍ତେ ଆନନ୍ଦ ହୋନ୍ତି

 

କ୍ଷୁଧା କି ଭାଗଇ ଦିବସ ରାତି

୯୨

ପାଣି ଶୀତଳ ଗୋ ସବୁ ଦିନରେ

 

ଫୁଲ ସୁନ୍ଦର ବୟସ ଥିବାରେ

୯୩

ବାସ ସୁନ୍ଦର ଗୋ ଚୂଳରେ ପୁଣ

 

ଅଳଙ୍କାର ଶୋଭା ସବୁ ଦିନେଣ

୯୪

ଝୀନ ବସନ ସବୁ ଦିନେ ତୋରା

 

ରୂପବନ୍ତୀର ଯେହ୍ନେ ରୂପ ଗୋରା

୯୫

ମେରୁ ଶୃଙ୍ଗରୁ ଗଙ୍ଗା ବହି ଆସେ

 

ସବୁଦିନେ ସେହୁ ନିର୍ମ୍ମଳ ଦିଶେ

୯୬

ଏତେ ବୋଲି ଗୋପୀ ରୋଦନ କଲେ

 

ଛାଡ଼ିକରି ଯାଇଁ କେଣେ ରହିଲେ

୯୭

ଗୋବିନ୍ଦ, ମାଧବ, ମଧୂସୂଦନ

 

କେଣେ ଲୁଚାଇଲ କଳାବଦନ

୯୮

ଏମନ୍ତେ ବିଳାପ ବଚନ କହି

 

ମେଳ ଭାଙ୍ଗିଣ ଯେଝା ଘର ଯାଇ

୯୯

ସମସ୍ତଙ୍କ ମନ ହୋଇ ନୀରସ

 

ଦାସ ଦନାଇ ସେବେ ଗୋପୀନାଥ

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨-

ଶାକମ୍ୱରୀ

-

ପାର୍ବତୀ

୯-

ଅମ୍ୱିକା

-

ପାର୍ବତୀ

୧୯-

ନଟକାରୀ

-

ବେଶ୍ୟା

୩୨-

ଜୀପ ମୂଳକୁ

-

କଦମ୍ୱଗଛ ତଳକୁ

 

 

ନବମ ଛାନ୍ଦ

ପାର୍ବତୀ ବୋଇଲେ ଶୁଣ ଈଶାନ

 

କିସ କଲେ ସବୁ ଗୋପୀୟେ ପୁଣ

କିସ କଥାମାନ ପୁଣ କହିଲେ

 

କେମନ୍ତ ପ୍ରକାରେ ଦିନ ବଞ୍ଚିଲେ

ଦେବତା ଦୁର୍ଲ୍ଲଭ କହ ହେ ମୋତେ

 

ହରି କଥା ଶୁଣି ଶରଧା ଚିତ୍ତେ

ତାଙ୍କଠାରୁ ଶୁଣି ଈଶ୍ୱର କହି

 

ପୂର୍ଣ୍ଣମାସୀ ସଙ୍ଗେ ସହସ୍ରେ ଗୋଈ

ମେଳ ହୋଇଣ କଥା ହୋନ୍ତି ପୁଣ

 

ବିଚାର କରନ୍ତି ଶ୍ରୀକୃଷ୍ଣ ଗୁଣ

ପୂର୍ଣ୍ଣମାସୀ ବୋଲେ ଶୁଣ ସୁନ୍ଦରୀ

 

ତେଜି କରି ଗଲେ କୁଞ୍ଜବିହାରୀ

ପକ୍ଷେ ହୋଇଲା ମଥୁରା ରହିଲେ

 

ଯାଦବମାନ ଘେନି ବିହରିଲେ

ପ୍ରତିଦିନ ସଭା କରନ୍ତି ତହିଁ

 

ରାମ ଗୋବିନ୍ଦ ଦୁଇ ଭାଇ ଯାଇଁ

ରଙ୍ଗସଭାରେ ବିଜେ ସାତବଂଶ

 

ଉଗ୍ରସେନ ରାଜା ଘେନି ବିଶେଷ

ଗୋପର କଥା ପାସୋର ହୋଇଲା

 

ବୃନ୍ଦାବନ ଲୀଳା କେଣିକି ଗଲା

୧୦

ଦିନେ ମୋ ପାଶେ ଅଇଲେ ମାଧୋଇ

 

ବୋଇଲେ ପ୍ରସନ୍ନ ହୋଇବୁ ତୁହି

୧୧

ରାଧା ପୁରେ ଆମ୍ଭେ ହୋଇବୁ ଭୂତ

 

ସମସ୍ତେ ଦେଖି ହେବେ ସ୍ତମ୍ଭୀଭୂତ

୧୨

ଗୋପ ନବରେ ହାଲୋଳ ପଡ଼ିବ

 

ମାଜଣା ମୁଣୋହିଁ ତୋଠାରେ ହେବ

୧୩

ପ୍ରସନ୍ନ ହୋଇ ଗୋପାଳେ କହିବୁ

 

ଯାଇଁ ଭୂତ ପୂଜା କରରେ ବାବୁ

୧୪

ତୁମ୍ଭେ କହିବାରୁ ସତ ହୋଇବ

 

ଗୋପୀ ଗୋପାଳଙ୍କୁ ଭୟ ଲାଗିବ

୧୫

ଏତେ ବୋଲି ମୋତେ କହିଣ ହରି

 

ରାଧା ମନ୍ଦିରେ ଭୂତ ରୂପ ଧରି

୧୬

କେ ବୋଲେ ରାଧାକୁ ଖାଇଲା ଭୂତ

 

ଚନ୍ଦ୍ରସେଣା ପୁଣି ହେଲା ଅନାଥ

୧୭

କେ ବୋଲେ କେମନ୍ତ କରିବା ପୁଣି

 

କେ ବୋଲେ ମଲା ରାଧା ଠାକୁରାଣୀ

୧୮

କେ ବୋଲେ ବିପତ୍ତି ପଡ଼ିଲା ଆସି

 

କେ ବୋଲେ କେମନ୍ତେ ରହିବା ଏଥି

୧୯

କେ ବୋଲଇ ଗୋପେ ବହୁତ ଦ୍ୱନ୍ଦ

 

ବେଳକୁ ବେଳ ପଡ଼ୁଛି ପ୍ରମାଦ

୨୦

ଏମନ୍ତ ବୋଲି ସର୍ବେ କଥା ହୋଇ

 

ଗୋପ ନଗରେ ହାଲୋଳ ପଡ଼ଇ

୨୧

ସମସ୍ତ ଗୋପାଳ ରୁଣ୍ଡ ହୋଇଣ

 

ବିଚାର କଲେ ନନ୍ଦଦ୍ୱାରେ ପୁଣ

୨୨

ମେଳ ହୋଇକରି ତହୁଁ ଆସିଲେ

 

ଚନ୍ଦ୍ରସେଣା ଦ୍ୱାରା ପ୍ରବେଶ ହେଲେ

୨୩

ପ୍ରବୋଧ କରି କହିଲେ ଭୂତକୁ

 

ସେ ବୋଇଲେ ପୂଜା ଦିଅ ଆମ୍ଭଙ୍କୁ

୨୪

ଗ୍ରାମଦେବତୀ କି ସନ୍ତୋଷ କର

 

ସେ ପୁଣି କହିବେ ଆମ୍ଭ ବେଭାର

୨୫

ଶୁଣି କରି ମୋତେ ପ୍ରସନ୍ନ କଲେ

 

ମୋଠାରୁ ଶୁଣି କରି ପୂଜା ଦେଲେ

୨୬

ସେହିଦିନରୁ ଗୋ ଜାଣଇ ମୁହିଁ

 

ଗୋପରେ ନାରାୟଣ ଜାତ ହୋଇ

୨୭

ଅଷ୍ଟବରଷ ପରିଯନ୍ତେ ଲୀଳା

 

ଗୋପପୁରେ କଲେ ଯଶୋଦାବଳା

୨୮

ସମସ୍ତଙ୍କ ସଙ୍ଗେ ବିହାର କରି

 

ମୁରଲୀ ସ୍ୱନେ ବାଇ ଗୋପନାରୀ

୨୯

ରାତ୍ରଦିବସେ ଘେନିଣ ବୁଲିଲ

 

ନାନା କଥାରେ ଗାଳିମନ୍ଦ କଲ

୩୦

ଏବେ ତ ଅନ୍ତର ହୋଇଲେ ହରି

 

କିମ୍ପାଇ ଝୁରୁଛ ଗୋପ-ଗୁଆଳି

୩୧

ଲୋଡ଼ିଲେ କି ଆଉ ପାଇବ ପୁଣ

 

ତେଜି କରି ଗଲେ ନନ୍ଦନନ୍ଦନ

୩୨

ଏହା ଶୁଣି ଆର ଗୋପୀ ବୋଇଲା

 

ସଙ୍ଗେ ନ ନେଇ କିମ୍ପା ଛାଡ଼ିଗଲା

୩୩

ଯାହା ସଙ୍ଗେ ଯେହୁ ପୀରତି କରେ

 

ଛାଡ଼ି କରି ଗଲେ କି ଭାବ ତାରେ

୩୪

ତା ଶୁଣି ଏକ ଗୋପୀୟେ କହିଲା

 

ପୋଡ଼ା ଘାଆରେ ହରି ଚୂନ ଦେଲା

୩୫

ବିଶ୍ୱାସ କରିଣ ଥିଲୁଁ ସମସ୍ତେ

 

ନ ଦେଖିଲେ ପ୍ରାଣ ଯାଏ ତୁରିତେ

୩୬

ଏକ ଦିନକରେ ଛଇଳବର

 

ଖେଳି ଖେଳି ଗଲେ ମୋହ ମନ୍ଦିର

୩୭

ଧୂଳିରେ ଧୂସର ହୋଇଣ ସେହି

 

ଦେଖିଣ ମୁଁ ତାଙ୍କୁ ଦେଲି ଗାଧୋଇ

୩୮

ଝୀନ ବସନରେ ପୋଛିଲି ପୁଣ

 

ବାସ ପଦାର୍ଥ ଦେହରେ ଘଷିଣ

୩୯

ଖାଇବାକୁ ଦେଲି ସର ଲବଣୀ

 

ବସିଣ ପାନ ଭୁଞ୍ଜାଇଲି ପୁଣି

୪୦

କୋଳରେ ଘେନିଣ ଶୋଇଲି ସୁଖେ

 

ବାଳକ ଯୁବା ହୋଇଲେ ପ୍ରତକ୍ଷେ

୪୧

ବିବସନ କରି କଲେକ ରତି

 

ନାନା ବନ୍ଧରେଣ କରି ସୁରତି

୪୨

ପହରେ ପରିଯନ୍ତେ କଲେ ଲୀଳା

 

ଯେସନେ ମଞ୍ଚକୁ ସ୍ୱରଗ ପରା

୪୩

ମୋତେ ଲାଗିଲା ତେସନ ପ୍ରକାର

 

ଗ୍ରୀଷମକୁ ଯେହ୍ନେ ଚନ୍ଦନନୀର

୪୪

ସୁରତି ସାରିଣ ହେଲେ ବାଳକ

 

ଦେଖିଣ ମୁହିଁ ହେଲି ସ୍ତମ୍ଭୀଭୁତ

୪୫

ତୁରିତେ ବସନ ପିନ୍ଧିଲି ମୁହିଁ

 

ଚାରିଦିନରେ ଦେହୁ ଶ୍ରମ ଯାଇ

୪୬

ସେହି ଦିନରୁ ମୁଁ ଜାଣିଲି ଭଲେ

 

ସେ କଥା ତେଜି ମଥୁରାକୁ ଗଲେ

୪୭

ଲବଙ୍ଗଲତା ଗୋପୀ ତହୁଁ କହି

 

ଯମୁନାଜଳକୁ ଗଲି ଗୋ ମୁହିଁ

୪୮

ବାଟରେ ଦେଖିଲି ନନ୍ଦସ୍ପତିଙ୍କୁ

 

ଘାଟ ମାଗିଲେ ଦେଖିଣ ଆମ୍ଭଙ୍କୁ

୪୯

ବୋଇଲେ ତୁମ୍ଭେ ପ୍ରତିଦିନ ଆସ

 

ଘାଟ ନ ଦେଇ ଯ଼ାଅ ନିଜ ବାସ

୫୦

ଆଜ ଭେଟ ହେଲ ଯିବ କେଣିକି

 

ସବୁଦିନ କଥା ଛାଡ ତେଣିକି

୫୧

କଂସ ରାଜାର ବହୁତ ଆକଟ

 

ମୋତେ ଇଜରା ଦେଇଅଛି ଘାଟ

୫୨

ଘାଟ ଦେଇ ବାଟେ ଯାଅ ଗୋ ଘର

 

ନୋହିଲେ ରହିବ କୁଞ୍ଜବନର

୫୩

ଘଞ୍ଚାଳ କରି କୁଞ୍ଜବନେ ନେଲେ

 

ନାନା କଉତୁକେ ସୁରତି କଲେ

୫୪

ଲୀଳା ସରିଲା ମୁଁ ଅଇଲି ଘର

 

କଳସୀ ଗୋଟିଏ ଘେନି କାଖର

୫୫

ମୋତେ ଦେଖିଣ ନଣନ୍ଦ ବୋଇଲା

 

ଆଜ ତ ବହୁତ ଉଛୁର ହେଲା

୫୬

ମୋତେ ନେଲ ନାହିଁ କିମ୍ପା ସଙ୍ଗରେ

 

ଶ୍ରୀକୃଷ୍ଣ ସଙ୍ଗରେ ପୀରତି କରେ

୫୭

ମୁହିଁ ତ ତୁମ୍ଭଙ୍କୁ କରି ଭରସା

 

ଯୁବାବୟସରେ ହର ମୋ ଦଶା

୫୮

କୃଷ୍ଣ ସଙ୍ଗେ ମୋତେ ଭେଟ କରାଅ

 

ବିରହ ବ୍ୟାଧୀ ମୋଠାରୁ ହରାଅ

୫୯

ଏତେ ବୋଲି ମୋର ଚରଣେ ପଡ଼ି

 

ବୋଇଲି ବିଚାରି ଦିନ ସମ୍ଭାଳ

୬୦

ଭେଟ କରିବ ନେଇ ନନ୍ଦବାଳ

 

ପାସୋର ହୋଇଗଲା ଦିନଚାରି

୬୧

ମୋ ମନ ଜାଣିଣ କୁଞ୍ଜବିହାରୀ

 

ଦୁଇ ପହର ଖରାବେଳେ ପୁଣ

୬୨

ମୋ ପୁରେ ପ୍ରବେଶ ହେଲେ ଆପଣ

 

ଦେଖିଲି ଜଟିଳା ଶୋଇଛି ପୁଣି

୬୩

ନଣନ୍ଦ ବସିଛି କରି ଭାଳେଣୀ

 

ଶ୍ରୀକୃଷ୍ଣଙ୍କୁ ଦେଖି ହରଷ ହେଲି

୬୪

ଗଙ୍ଗାଜଳ ନେଇ ପାଦ ଧୋଇଲି

 

ବସିବାକୁ ଦିବ୍ୟ ଆସନ ଦେଇ

୬୫

ଶୀତଳ ପଦାର୍ଥ ଖ୍ୱାଇଲି ନେଇ

 

ନଣନ୍ଦକୁ ଘେନି ଆସିଣ ବେଗେ

୬୬

ଭେଟ କରାଇଲି ତାଙ୍କର ଆଗେ

 

ବୋଇଲି ଏହାକୁ ସୁଦୟା କର

୬୭

ବିରହ ଜାଳା ବେଗେ ୟାର ହର

 

ଶୁଣିଣ ଶ୍ରୀହରି ବୋଇଲେ ହଉ

୬୮

କୋଳରେ ନେଇ ବସାଇଲେ ପ୍ରହୁ

 

ନାନା କଉତୁକ ରତି ରସରେ

୬୯

ମୁଖରେ ଚୁମ୍ବନ ଦେଇ ସତ୍ନରେ

 

ନାନା ବନ୍ଧରେ ରତି ରସ କରି

୭୦

ଯୁବା ବୟସ ସମୟ ତାହାରି

 

ଉଠିଣ ବାଳୀ ବେଗେ ଚଳିଗଲା

୭୧

ମୋଠାରେ ଆସିଣ ପ୍ରବେଶ ହେଲା

 

ଚରଣେ ଓଳଗି ଶୋଇଲା ମୋର

୭୨

ମୁଁ ଯାଇଁ ମିଳିଲି ତାଙ୍କ ଛାମୁର

 

ମୋତେ ଦେଖି କହେ ନବ ନାଗର

୭୩

ଭଲ ପଦାର୍ଥ ଗୋ ଦେଇ ଆଗର

 

ଆସ ଆସ ଆମ୍ଭ ପାଶରେ ବସ

୭୪

କୋଳ କରିଣ ନେଲେ ନନ୍ଦଶିଷ

 

ନାନା ସୁରତି ରତି ମୋର ସଙ୍ଗେ

୭୫

ପ୍ରୀତି ବଢ଼ାଇଲେ ଭାବନାଯୋଗେ

 

ଲୀଳା ସାରିଣ ପିନ୍ଧିଲି ବସନ

୭୬

ବେଗେ ଚଳିଗଲେ ଯଶୋଦା ଧନ

 

ସେହି ଦିନୁ ମୋର ସଙ୍ଗେ ନଣନ୍ଦ

୭୭

କୃଷ୍ଣ ସଙ୍ଗରେ ପ୍ରୀତିଭାବ ଛନ୍ଦ

 

ମିନତି ହୋଇ କହେ କର ଯୋଡ଼ି

୭୮

ଗୋପୀ ଶୁଣିଣ ବୋଲଇ ସଙ୍ଘାତ

 

ପ୍ରାଣ ଆମ୍ଭର ଅଟେ ନନ୍ଦସୁତ

୭୯

ଯେତେ ଉପକାର ଅଛି ସେ କରି

 

ତାର ପାଦକୁ ନୋହୁଁ ଆମ୍ଭେ ସରି

୮୦

ପୁଅ ମାନଙ୍କୁ ବନସ୍ତରେ ପୁଣ

 

ଅଜଗର ଗିଳିଦେଲା ତକ୍ଷଣ

୮୧

ସର୍ପକୁ ମାରି ପୁତ୍ର ଜିଆଇଲେ

 

ସେ କଥା ମାନ କେ କରିବ ଭଲେ

୮୨

ଦିନେ ବ୍ୟାଘ୍ର ହେଲେ ଗୋପ ନଗରେ

 

ରାଧାଙ୍କୁ ସତୀ କଲେ ଦୁର୍ବାଦରେ

୮୩

ନଣନ୍ଦଙ୍କୁ ମାୟା କରିଣ ହରି

 

ନାନା ରୂପ ଧରି ବିହାର କରି

୮୪

କେତେ ଦିନରେ କେତେ କଥା କଲେ

 

ଏବେ ଛାଡ଼ିକରି ମଥୁରା ଗଲେ

୮୫

ମଥୁରା ନାରୀଙ୍କ ସମ୍ପଦ ଆଜ

 

ଉଷତ ହୋଇଲେ ଦେଖି ଗୋବିନ୍ଦ

୮୬

ନେତ୍ର ତାଙ୍କର ସୁଫଳ ହୋଇଲା

 

ଦେଖିବାରୁ ଦୁଖ ପଳାଇ ଗଲା

୮୭

ସ୍ୱର୍ଗରୁ ଦେବତାମାନେ ଅଇଲେ

 

ହରି ସଙ୍ଗତେ ଅଙ୍ଗ ସଙ୍ଗ ହେଲେ

୮୮

ପୁଷ୍ପ ବରଷନ୍ତି ଦେବତା ପୁଣ

 

ନୃତ୍ୟ କରନ୍ତି ନୃତ୍ୟକାରିଗଣ

୮୯

ବଡ ଭାଗ୍ୟ କରିଥିଲେ ଦେବକୀ

 

ରାମକୃଷ୍ଣଙ୍କୁ ଅନ୍ନ ପରଶନ୍ତି

୯୦

ବସୁଦେବ କୋଳେ ଘେନି ଶୋଇଲେ

 

ଯାହା କୁମର ରାମକୃଷ୍ଣ ଭଲେ

୯୧

ତା ଶୁଣି ବ୍ରଜସୁନ୍ଦରୀ କହିଲା

 

ଆମ୍ଭ କରମ ଗୋ ମନ୍ଦ ହୋଇଲା

୯୨

ପାଇଲା ପଦାର୍ଥ ହଜିଲା ଯେବେ

 

ନ ପାଇ ବିକଳ ହଉଛୁ ଯୋଗେ

୯୩

ଫଳିଲା ବେଳେ ଗୋ ବୃକ୍ଷ ସୁନ୍ଦର

 

ଆମ୍ବ ପାଚିଲେ ନୀଚ ଅଧିକାର

୯୪

ଆଖୁ ଗଛରୁ ଗୁଡ଼ ଯେହ୍ନେ ହୋଇ

 

ଅମୃତ ବୋଲିଣ ସମସ୍ତେ ଖାଇ

୯୫

ସେହିରୂପେ ରାମ ଗୋବିନ୍ଦ ପୁଣ

 

ଯାହାର ନାମ ଧରି ପାପିଜନ

୯୬

ମୁକତ ହୋଇ ସ୍ୱର୍ଗ ପୁର ଯାଇ

 

ଆମ୍ଭେମାନେ କି ନିରୋଧିଲେ ରହି

୯୭

ବ୍ରହ୍ମା ରୁଦ୍ର ଯାକୁ କରନ୍ତି ପୁଜା

 

ସ୍ୱୟଂ ନାରାୟଣ ଦେବାଧିରାଜା

୯୮

ଏତେ ବିଚାର କରି ଗୋପାଳୁଣୀ

 

ମେଳ ଭାଙ୍ଗି ଘରେ ଚଳିଲେ ପୁଣି

୯୯

ପାର୍ବତୀ ଶୁଣନ୍ତି କହେ ଈଶ୍ୱର

 

ଦାସ ଦନାଇ ସେବେ ନିରନ୍ତର

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୧୩-

ହାଲୋଳ

-

କୋଳାହଳ

୫୨-

ଇଜରା

-

(ପ୍ରାରମ୍ଭିକ ଶବ୍ଦ) କର ଆଦାୟ ପାଇଁ ଯୁକ୍ତି ପତ୍ର କରି କ୍ଷମତା ଦେବା

୫୩-

ଘଞ୍ଚାଳ

-

ତାକିତ୍ କରିବା, ବାଟ ବନ୍ଦ କରିବା

 

 

ଗୋପୀଭାଷା

ଦଶମ ଛାନ୍ଦ

ଏଥୁ ଅନନ୍ତରେ ଗୋପୀଙ୍କ ଭାଷା

 

ପାର୍ବତୀ ଶୁଣୀଣ କଲେ ପ୍ରଶଂସା

ବୋଇଲେ ଶୁଣ ଗୋକୁଳ-ସୁନ୍ଦରି

 

ମେଳ ହୋଇଣ କି ବିଚାର କରି

ଈଶ୍ୱର ବୋଇଲେ ଶୁଣ ଗୋ ସହି

 

ପୂର୍ବ ତପସ୍ୟାରେ ଗୋପର ଗୋଇ

ବାସୁଦେବ ସଙ୍ଗେ କରିଣ ଲୀଳା

 

ସୁରତି ଦେଇ ହୋଇଥିଲେ ଭୋଳା

ଆସନ ଶୟନେ ନ ଜାଣେ କିଛି

 

ଗୋବିନ୍ଦ ନାମ ରାତ୍ରଦିନେ ଘୋଷି

ଗଣ୍ଠିଧନ କଣ୍ଠିମାଳା ଯେସନେ

 

ବ୍ରଜସୁନ୍ଦରୀ ହୋଇଣ ତେସନେ

ରାମକୃଷ୍ଣଙ୍କୁ ଘେନି ତୋଷେ ଥିଲେ

 

ଛାଡ଼ି ଯିବାରୁ ବାତୁଳ ହୋଇଲେ

ପୂର୍ବ କଥାମାନ ମନରେ ହେଜି

 

ବିରହେ ଯେହ୍ନେ ବିରହିଣୀ ଗଞ୍ଜି

ସେହିରୂପେ ହେଲେ ଗୋପସୁନ୍ଦରୀ

 

ଅନୁଭବ କଥା ମନରେ ଭାଳି

ଏକ ଦିନକରେ ସରଳ ଗୋଈ

 

ବୃନ୍ଦାବତୀ ସଙ୍ଗେ ମିଳିଲେ ଯାଇଁ

୧୦

ସହସ୍ରେ ସୁନ୍ଦରୀ ମଧ୍ୟେ ନାୟିକା

 

ବୃନ୍ଦାବତୀକି ବେଢ଼ି ସର୍ବସଖା

୧୧

ବୋଇଲେ ଦିନ ଗୋ ନ ସରେ ପୁଣ

 

କୃଷ୍ଣକଥାମାନ କରି ଗାୟନ

୧୨

ଏମନ୍ତେ ହେଲେ ଦିନ ସରୁଥାଉ

 

ବିରହ ଜାଳା ନ ଲାଗିବ ଆଉ

୧୩

ତା ଶୁଣି ବୃନ୍ଦାବତୀ ବୋଲେ ପୁଣ

 

ଦିନେ ଯାହା କଲେ ସେ ନାରାୟଣ

୧୪

ସମସ୍ତ ସଖୀ ସଙ୍ଗେ ଥିଲା ପୁଣି

 

ରଜନୀ ନିଶାରେ ସେ ବେନୁପାଣି

୧୫

ମୁରଲୀ ଧରି ବଜାଇଲେ ପୁଣ

 

ସର୍ବ ଗୋପୀମନ କଲେ ଉଚ୍ଛନ

୧୬

ଘର ଛାଡ଼ିଣ ସର୍ବେ ପଳାଇଲେ

 

କୁଞ୍ଜବନରେ ଯାଇଣ ମିଳିଲେ

୧୭

କେ ବୋଲେ ଆଗ ମୁଁ କୃଷ୍ଣେ ରମିବି

 

କେ ବୋଲେ ସପତଶିଳ କରିବି

୧୮

କେ ବୋଲେ ମୋଠାରେ ସ୍ନେହ ତାଙ୍କର

 

କେଉଁ ଗୋପୀ ବୋଲେ କୃଷ୍ଣ ମୋହର

୧୯

କେ ପୁତ୍ର ଦୁହିତା ଛାଡ଼ିଣ ଗଲେ

 

କେଉଁ ଗୁରସ୍ତ ପାଶୁ ପଳାଇଲେ

୨୦

କେ ଗାଇ ଦୁହନ୍ତେ ଛନ୍ଦିଛି ଗୋଡ଼

 

କେଉଁ ଗୋପୀ ଗୋଟି ଗୀତରେ ଗାଢ଼

୨୧

କେଉଁ ଅନ୍ନ ଭୁଞ୍ଜି ବସିଣ ଥିଲେ

 

ମୁରଲୀ ଶୁଣିଣ ବେଗେ ଧାଇଁଲେ

୨୨

ଦୁଆର ଲିପଇ କେବଣ ଗୋଈ

 

କେବଣ ତରୁଣୀ ଦଧି ମନ୍ଥଇ

୨୩

ମୁରଲୀ ଶୁଣି ଧାଇଁ ବେଗେ ଗଲେ

 

ନିକୁଞ୍ଜ ବଳେ ମାଧୋଇ ଭେଟିଲେ

୨୪

ରାଧା ଦୁତୀ ଦୁହେଁ ହେଲେ ପ୍ରବେଶ

 

ପଛେ ଯାଇଁ ମୁଁ ଯେ ମନେ ହରଷ

୨୫

ଅନ୍ଧାର ନିଶି ନ ଦିଶଇ ବାଟ

 

ମୁରଲୀ ସ୍ୱନରେ ହୋଇ ଉଚାଟ

୨୬

ସମସ୍ତେ ପ୍ରବେଶ ହେଲୁଁ ସେଠାରେ

 

ମାଣିକକୁ ଧରି ଗୁରସ୍ତ ତାରେ

୨୭

ଛାଡ଼ି ନ ଦେଇ ନିବିଡ଼େ ବାନ୍ଧିଲା

 

ହା କୃଷ୍ଣ ବୋଲି ପ୍ରାଣ ହରାଇଲା

୨୮

ଆମ୍ଭେ ନ ଜାଣୁ ଗୋ ଏମନ୍ତ ଗୁଣ

 

ଆଉଦିନ କଥା ଶୁଣିଲୁ ଜାଣ

୨୯

ସେଦିନ ରାତ୍ରରେ ନନ୍ଦ କହ୍ନାଇ

 

ମୋତେ ଘେନି କରି ଗଲେ ପଳାଇ

୩୦

ନାନା ବନ୍ଧରେ ରତିରସ କଲେ

 

ଯମୁନା କୂଳରେ ଘେନି ବୁଲିଲେ

୩୧

ମୋହର ମନରେ ଗର୍ବ ହୋଇଲା

 

ଖଳ ଆସିଣ ଦେହେ ସମ୍ଭାଳିଲା

୩୨

ମୁଁ ବୋଇଲି ମୋତେ କାନ୍ଧରେ ନିଅ

 

ମୋଠାରେ ଅଛି ଯେବେ ତୁମ୍ଭ ସ୍ନେହ

୩୩

ମୋଠାରୁ ଏମନ୍ତ ବଚନ ଶୁଣି

 

କାନ୍ଧରେ ବସାଇଲେ ବେଣୁପାଣି

୩୪

କେତେ ଦୂର ନେଇ ଅନ୍ତର ହେଲେ

 

ବନସ୍ତ ଭିତରେ ପକାଇ ଗଲେ

୩୫

ଆଣ୍ଠୁ ଗଣ୍ଠି ମୋର ହୋଇଲା ପ୍ରାସ

 

ଅନ୍ଧାର ନିଶି ନ ଦିଶଇ ପଥ

୩୬

ବାଲି ବନ୍ଧରେ ପଡ଼ି କାନ୍ଦୁଥିଲି

 

ବହୁତ ବେଳେ ଗୋପୀଙ୍କି ଦେଖିଲି

୩୭

ଆରତ ହେଇଣ ସର୍ବ ତରୁଣୀ

 

କୃଷ୍ଣ ଲୋଡ଼ିଲୁଁ ସେହି ବନେ ପୁଣି

୩୮

ବହୁତ ବେଳରେ ହୋଇଲେ ଦେଖା

 

କାନି ପଣନ୍ତରେ ବାନ୍ଧି ରାଧିକା

୩୯

ସମସ୍ତେ କହନ୍ତେ ଫିଟାଇ ଦେଲେ

 

ପଶାଖେଳ ତହିଁ ଆରମ୍ଭ କଲେ

୪୦

ପଶାରେ ହାରିଲେ ସେ ଯଦୁମଣି

 

ବଂଶୀ ଗୋଟି ନେଲେ ରାଧିକା ପୁଣି

୪୧

ପାହୁଡ଼ ନେପୁର ଗଳାର ମାଳ

 

ସର୍ବ ସଖୀ ନେଲୁଁ କରିଣ ଜୂର

୪୨

ଅଲଗା ଦିଶିଲେ ସେ ନନ୍ଦସୁତ

 

ଚନ୍ଦ୍ରାବଳୀ ଦେଖି ହେଲେ ଚକିତ

୪୩

ବେଶ ଭୂଷଣ ସବୁ ନେଇ କଲେ

 

ଚୂଳେ ମାଳ ଗୋଡ଼େ ନେପୁର ଦେଲେ

୪୪

ବୋଇଲେ ସମସ୍ତ କର ହେ ବୋଧ

 

ଅନ୍ଧାର ନିଶିରେ ଯେତେ ପ୍ରମାଦ

୪୫

ଶୁଣିଣ ଶ୍ରୀହରି ଆନନ୍ଦ ହେଲେ

 

ବୃନ୍ଦାବନରେ ରାହାସ ଭ୍ୟାଇଲେ

୪୬

ଗୋଟିଏ ଗୋପୀରେ ଗୋଟିଏ କୃଷ୍ଣ

 

ଘେନିଣ ଫୁଲ ଶଯ୍ୟାରେ ପ୍ରବେଶ

୪୭

ରତି ସୁରତି ନାନା ବନ୍ଧେ ଲୀଳା

 

ସମସ୍ତ ସୁନ୍ଦରୀ ହୋଇଲୁଁ ଭୋଳା

୪୮

ସପତ ବେଳ ତହି ଲୀଳା କଲୁ

 

ରଜନୀ ପାଇଲା ଘରକୁ ଗଲୁଁ

୪୯

ସେଦିନ କଥା ତ ଜାଣିଛ ତୁମ୍ଭେ

 

ସେହୁ ସ୍ନେହ ଆଉ ହେବ କି ଏବେ

୫୦

ସେଦିନ ଆମ୍ଭ ଭାବେ ଥିଲେ ପୁଣ

 

ଏବେ ତ ହୋଇଲେ ସବୁରି ଜାଣ

୫୧

ଶୁଣିଣ ତହୁଁ ଗୋପୀୟେ ବୋଇଲା

 

ଘରେ ଘରେ ପଶି ସେ ଯାହା କଲା

୫୨

ସବୁରି ମନ ସବୁଠାରେ ହରି

 

ବଶ କଲା ସେହୁ ମୁରଲୀଧାରୀ

୫୩

କେତେ ପ୍ରକାରେ ଗୋ ଗୋପୀ ମୋହିଲେ।

 

ସବୁଦିନ ଥାନ୍ତି ରାଧିକା ପୁରେ

୫୪

ଗୋପପୁରରେ ରାଧା ଠାକୁରାଣୀ

 

ଆମ୍ଭେ ସମସ୍ତେ ତାଙ୍କ ସଖୀ ପୁଣି

୫୫

ଗୋବିନ୍ଦ ଆମ୍ଭ ସମସ୍ତଙ୍କ ପତି

 

ତାଙ୍କ ବିନରୁ ଆନଇ ନ ରୁଚି

୫୬

ଦିନେ ମୋତେ ଯାହା କଲେ ଗୋବିନ୍ଦ

 

ସେ ଦିନ ମୋହୋର ବଡ଼ ଆନନ୍ଦ

୫୭

ମେଘ ବରଶି ଛାଡ଼ିଗଲା ବେଳେ

 

ଶୀତଳ ପବନ ବହୁଛି ଧୀରେ

୫୮

ବସିଛି ମୁହିଁ ବାହାର ପିଣ୍ଡାରେ

 

ପ୍ରବେଶ ହୋଇଲେ ନନ୍ଦ କୁମରେ

୫୯

ହସ ହସ ହୋଇ ଦେବ କହ୍ନାଇ

 

ମୋତେ ବୋଇଲେ ଗୋ ବସିଛ ସହି

୬୦

ଆଜ ରାଧାପୁରେ ବିଜୟେ କଲୁଁ

 

ଧିକ୍କାର ବଚନ ତହୁଁ ଶୁଣିଲି

୬୧

ଗାଳିଦେଲେ ଆଜ ବହୁତ ସେହୁ

 

ନୋହିଲା ପାରତି ଅଇଲୁ ତହୁଁ

୬୨

ତୁମ୍ଭଙ୍କୁ ଆମ୍ଭେ କରିଅଛୁ ଆଶ

 

ଦିଅ ସୁରତି ମନ କର ତୋଷ

୬୩

ମୁଁ ବୋଇଲି ବସ୍ତ୍ର ଭୂଷଣ ନାହିଁ

 

ସକାଳବେଳ ସର୍ବେ ଛନ୍ତି ଶୋଇ

୬୪

କଉଁ କଥା ତୁମ୍ଭେ ନ ଜାଣ ହରି

 

ସବୁଦିନେ ଅଟେ ମୁହିଁ ତୁମ୍ଭରି

୬୫

ହସ୍ତ ଧରିଣ ତହୁଁ ଘେନି ଗଲେ

 

ଗମ୍ଭୀରି ଘରରେ ସୁରତି କଲେ

୬୬

ସ୍ନାହାନ ଭୋଜନ ମୋ ପୁରେ ପୁଣି

 

ବାଳକ ରୂପ ଧରିଣ ତକ୍ଷଣି

୬୭

ଖେଳି ଖେଳି ନନ୍ଦ ଘରେ ପ୍ରବେଶ

 

ସେ ଦିନ କଥା ଗୋ ଏମନ୍ତ ରସ

୬୮

ଆଉ କଥା ମାନ କେତେ କହିବା

 

ତାଙ୍କ ଗୁଣ ଗୁଣି ଦିନ ସାରିବା

୬୯

ତାହା ଶୁଣି ଏକ ସୁନ୍ଦରୀ କହେ

 

ଦିନେ ମୋ ପୁରେ ବିଜେ ଦେବରାୟେ

୭୦

ସେଦିନ ଦୁଧ ଚୁଲିରେ ବସାଇ

 

ଉତୁରିଲା ବୋଲି ଉଙ୍କୀ ମାରଇ

୭୧

ଏହି ସମୟରେ ଦେଖିଲି ହରି

 

ଚରଣ ଧରି ଶୋଇଲି ତାଙ୍କରି

୭୨

ବୋଇଲି ମୋତେ ତ ନିରାଶ କଲ

 

ବହୁତ ଦିନ ହେଲା ନ ଆସିଲ

୭୩

ତାହା ଶୁଣିଣ ହରସେ କହିଲେ

 

ଆଜ ବିଜେ କଲୁ ତୁମ୍ଭରି ପୁରେ

୭୪

ଖାଇବାକୁ ମୋତେ ଦେଇଣ ତୁମ୍ଭେ

 

ଆଜକ ରଖ ତୁମ୍ଭପୁରେ ଏବେ

୭୫

ତାଙ୍କଠାରୁ ଏହି ବଚନ ଶୁଣି

 

ଚୁଲିରୁ ଦୁଧ ଓହ୍ଲାଇଲି ପୁଣି

୭୬

ବଡ଼ ଘରକୁ ତାଙ୍କୁ ଘେନିଗଲି

 

ପଲଙ୍କ ପରେ ନେଇ ବସାଇଲି

୭୭

ଦୁଖ ସୁଖ କଥା କହିଲି ପୁଣ

 

ଉଠିଣ ମୋତେ କୋଳ କଲେ ଜାଣ

୭୮

ବୋଇଲେ ସଖି ଗୋ ! ଦୋଷ ନ ଘେନ

 

ବିପରୀତ ରତି ହୋଇବ ପୁଣ

୭୯

ଏତେ ବୋଲିଣ ବିବସନ କଲେ

 

ମୁହିଁ ଉପରେ ସେହୁ ହେଲେ ତଳେ

୮୦

ନାନା ବନ୍ଧେ ରତି ସୁରତି କରି

 

ପହରେ ମୋ ସଙ୍ଗେ ଯୁଝେ ଶ୍ରୀହରି

୮୧

ଅଣଆୟତ୍ତ ମୁଁ ହୋଇଲି ଯେଣୁ

 

ଭାବ ବିଷୟ ଛାଡ଼ିଲେକ ତେଣୁ

୮୨

ମୁଁ ଲୁଗା ପିନ୍ଧନ୍ତେ ଦାଣ୍ଡକୁ ଗଲେ

 

ଚାହିଁବା ବେଳକୁ ଅନ୍ତର ହେଲେ

୮୩

ତହୁଁ ପୁଣି ମୁଁ ଯେ ସ୍ନାହାନେ ଗଲି

 

କଦମ୍ବ ମୂଳରେ ତାଙ୍କୁ ଦେଖିଲି

୮୪

ଚିତ୍ରରେଖା ସଙ୍ଗେ କଥା ହୁଅନ୍ତି

 

ମୁହଁ ଯାଇଣ ହେଲି ତାଙ୍କ କତି

୮୫

ମୋହ ପଛେ ସଖୀ ଗଲେ କୋଡ଼ିଏ

 

ଚନ୍ଦ୍ରାବଳୀ ସଙ୍ଗେ ଦୂତିକା ଯାଏ

୮୬

ସମସ୍ତେ ଯହୁଁ ଏକଠାବ ହେଲୁଁ

 

ହାସ ରସ କରି କଥା କହିଲୁଁ

୮୭

ଢେଗ ଢମାଳୀ ଘେନିଲୁ ଅନେକ

 

କୁଞ୍ଜବନକୁ ଗଲେ ନନ୍ଦସୁତ

୮୮

ମୁରଲୀ ଧରି ସୁସ୍ୱରେ ରାଇଲେ

 

ବିରହ ଲଗାଇ ଅଧିର କଲେ

୮୯

ଏକେତ ହୋଇଛି ଦିବସ ବେଳ

 

ଲଜ୍ଜା ଭୟ ତେଜ୍ୟା ହେଲା ଆମ୍ଭର

୯୦

ଧାଇଁଲୁ ସମସ୍ତେ ବାତୁଳ ମତି

 

କୁଞ୍ଜବନରୁ ସେ ଗଲେ କେଣିକି

୯୧

ନ ଦେଖି ମନରେ ବିରସ ହୋଇ

 

ବୃନ୍ଦାବନରେ ମୁରଲୀ ଶୁଭଇ

୯୨

ବୃନ୍ଦାବନେ ଯାଇଁ ହେଲୁ ପ୍ରବେଶ

 

ସେଠାରେ ତାଙ୍କର ନ ପାଇ ଲେଶ

୯୩

ତହୁଁ ଫେରି ଆସି ଯମୁନା ଘାଟେ

 

ସ୍ନାହାନ ସାରି ଗଲୁଁ ଓଦା ବାସେ

୯୪

ଯେଝା ଘରେ ଯାଇଁ ହେଲୁ ପ୍ରବେଶ

 

ସେଦିନ ସମସ୍ତେ ହେଲୁ ବିରସ

୯୫

ଚାରିଦିନ ଯାଏ ନ ଦେଖି ତାଙ୍କୁ

 

ଭୋଜନ ଶୟନ ନୋହେ ଆମ୍ଭଙ୍କୁ

୯୬

ଗର୍ବ ଗଞ୍ଜନ ଗୋ ଅଟନ୍ତି ହରି

 

ଢମାଳି କରିବାରୁ ଦୂର କରି

୯୭

ଏତେ କହି ସର୍ବେ ରୋଦନ କଲେ

 

ପରାଣ ପିତୁଳା କେଣେ ରହିଲେ

୯୮

ସର୍ବେ ରହିଲେ ଯେଝା ଘରେ ପୁଣ

 

ଦାସ ଦନାଇ ପଶିଲା ଶରଣ

୯୯

 

କଠିନ ଶବ୍ଦ

 

ଶବ୍ଦାର୍ଥ

ସପତଶୀଳ

-

ରାଣଦେଇ ମର୍ଯ୍ୟାଦା ରକ୍ଷା (ଶପଥଥୀଳ ଶବ୍ଦଜ)

ଖଳ

-

ଖଳବୁଦ୍ଧି

 

ଏକାଦଶ ଛାନ୍ଦ

ଏଥୁ ଅନନ୍ତରେ ଈଶ୍ୱର କହି

 

କୃଷ୍ଣଠାରେ ଭାବ ଗୋପର ଗୋଈ

ଲବଙ୍ଗଲତା ସଙ୍ଗେ ସସ୍ରେ ନାରୀ

 

ମେଳ ହୋଇଲେ ଯାଇଁ ତାଙ୍କ ପୁରୀ

ବୋଇଲେ ତୁ ଯେ ଆମ୍ଭର ନାୟିକା

 

ଦିନ ନ ସରଇ ହୋଇ ତାଟକା

ତୁମ୍ଭ ସଙ୍ଗେ କଥା ହୋଇବା ପାଇଁ

 

ଗୋଟି ଗୋଟି ହୋଇ ଅଇଲୁଁ ଗୋଈ

ପୂର୍ବେ କୃଷ୍ଣ ପୁଣି କରିଛି ଯେତେ

 

ସେ କଥାମାନ ଅଛି ହୃଦଗତେ

ସଙ୍ଗରେ ଘେନି ବନେ ବୁଲୁଁ ପୁଣ

 

ଦେଖି ସନ୍ତୋଷ ହେବା ବୃନ୍ଦାବନ

ଲବଙ୍ଗଲତା ଶୁଣିଣ କହିଲା

 

ଦେଖିଛ ଯାହା କଲେ ନନ୍ଦବଳା

ଏକଦିନେ କଂସ ପେଷିଲା ଦୂତ

 

ଗୋପକୁ ଅଇଲା ଚାଣୂର ସୁତ

 

 

ଲେଖା ଗୋଟି ଆଣି ନନ୍ଦକୁ ଦେଲା

 

ବୋଇଲା କଂସ ଯେ ମୋତେ ପେଷିଲା

ବୋଇଲା ପଦ୍ମ ଶତେଭାର ଘେନି

 

ଦଣ୍ଡେ ନ ରହି ଆସ ଏହି କ୍ଷଣି

୧୦

ପଦ୍ମାବତୀ ରାଣୀ କରିଛି ଓଷା

 

ନନ୍ଦ ଶୁଣିଣ ହେଲେ ଅଭରସା

୧୧

ବୋଇଲେ କାଳନ୍ଦୀ ଭିତରେ ଫୁଲ

 

କାଳିଆ ତେଜରେ ପାଣି ଗରଳ

୧୨

ଖାଇଲେ ମରିବା ଛୁଇଁଲେ ବିଷ

 

କେମନ୍ତେ ଆଣିମି ରାଜା ସନ୍ଦେଶ

୧୩

ଗୋପାଳଙ୍କୁ ଡାକି ଭାଳିଲା ପୁଣ

 

ତା ଶୁଣି ଚଳିଲେ ସେ ନାରାୟଣ

୧୪

ବଛା ବାଳକ ସଙ୍ଗେ ଘେନି ଗଲେ

 

କାଳନ୍ଦୀରେ ପଶି ଫୁଲ ତୋଳିଲେ

୧୫

ଶତେ ଶଗଡ଼ ଫୁଲ ଦେଲେ ତୋଳି

 

ବାଳକେ ବୋହି ନେଇ ଗଦା କରି

୧୬

କାଳିଆ ଜାଣିଣ ପ୍ରବେଶ ହେଲା

 

ପଦ୍ମଚରଣରେ ଯାଇଁ ଦଂଶିଲା

୧୭

ଶବଦଶୁଭିଲା ଗୋପପୁରରେ

 

କାଳୀ ଦଂଶି ଦେଲା କୃଷ୍ଣ ପାଦରେ

୧୮

ଗୋପାଳମାନଙ୍କୁ ଘେନିଣ ନନ୍ଦ

 

ପ୍ରବେଶ ହୋଇଲା ମନ ବିଭଙ୍ଗ

୧୯

ଆମ୍ଭେ ସକଳେ ଗୋ ଯଶୋଦା ସଙ୍ଗେ

 

କାଳନ୍ଦୀ ନିକଟେ ପ୍ରବେଶ ବେଶେ

୨୦

ଦେଖିଲୁ ଶ୍ରୀହରି ଜଳରେ ଶୋଇ

 

ସମସ୍ତେ ରୋଦନ କଲାଇଁ ତହିଁ

୨୧

ରାମ ଯାଇଁ କରି ହେଲେ ପ୍ରବେଶ

 

ଦେଖିଣ ମନରେ ବଡ଼ ବିରସ

୨୨

ରମ୍ୟକ ଦୀପେ ଗରୁଡ଼ର ଘର

 

ସୁମରଣା କଲେ ତାଙ୍କୁ ବେଗର

୨୩

ଗରୁଡ଼ ଆସି କୃଷ୍ଣଙ୍କୁ ତୋଳିଲା

 

କାଳନ୍ଦୀ ଛାଡ଼ି କାଳୀ ପଳାଇଲା

୨୪

ବିଷଜଳ ସବୁ ମଧୁର ହେଲା

 

କୂଳରେ ପ୍ରବେଶ ନନ୍ଦର ବଳା

୨୫

ସେ ଦିନ ରହିଲୁଁ ସମସ୍ତେ ତହିଁ

 

ପ୍ରଭାତେ ସମସ୍ତେ ଗୋ ଅଇଲାଇଁ

୨୬

ନନ୍ଦ ଯଶୋଦା ଗୋ ଅଇଲେ ଘର

 

ରାମକୃଷ୍ଣ ଦୋହେଁ ବଛା ସଙ୍ଗର

୨୭

ସମସ୍ତେ ଗୋପେ ହେଲଇଁ ପ୍ରବେଶ

 

ସେ ଦିନ ରୀତି ଗୋ ଏମନ୍ତ ରସ

୨୮

ନନ୍ଦ କହିଦେଲେ ଶତେ ଗୋପାଳ

 

ଶତେ ଭାର ଘେନି ମଥୁରାପୁର

୨୯

ଦୂତ ସଙ୍ଗତେ ରାଜାପୁରେ ଦେଇ

 

ଗୋପକୁ ଗୋପାଳେ ଅଇଲେ ଯାଇ

୩୦

ଦୂତ କଂସ ଆଗେ ସବୁ କହିଲା

 

ନନ୍ଦ ସାନପୁଅ ଫୁଲ ତୋଳିଲା

୩୧

କାଳନ୍ଦୀରୁ କାଳୀ ବାହାରି ଗଲା

 

ବିଷଜଳ ସବୁ ଅମୃତ ହେଲା

୩୨

କଂସ ଶୁଣିଣ ଯେ ବିଷାଦ ହେଲା

 

ନିଶ୍ଚୟ ମୋତେ ମାରିବ ବୋଇଲା

୩୩

ସାତ ପାଞ୍ଚଜଣ ପେଷିଲା ପୁଣ

 

କାଳନ୍ଦୀ ଜଳ ନେଲା ତତକ୍ଷଣ

୩୪

ଉଗ୍ରସେନ ବସୁଦେବଙ୍କୁ ଡାକି

 

କାଳନ୍ଦୀ ଜଳ ସମସ୍ତେ ପିଅନ୍ତି

୩୫

ଅମୃତ ପ୍ରାୟେକ ସୁଆଦଜଳ

 

କଂସ ପିଇଲେ ପିଇଲେ ସକଳ

୩୬

କଂସ ବୋଇଲା ମୁଁ ଜାଣିଲି ପୁଣ

 

ରାମକୃଷ୍ଣ ମୋର ବଇରୀ ଜାଣ

୩୭

ତୁମ୍ଭେ ତ ସମସ୍ତେ ଜାଣ ସେ କଥା

 

ତାଙ୍କ କଥାମାନ ହୋଇବ ପୋଥା

୩୮

ତାହା ଶୁଣି ଆର ଗୁଆଳୀ କହି

 

ଦିନେ ବିପରୀତ କଲେକ ସେହି

୩୯

ଦିବ୍ୟ ଝୀନ ପାଟ ବସନ ମାନ

 

ବିକିବାକୁ ଗୋପେ ପ୍ରବେଶ ପୁଣ

୪୦

ସାହୀ ସାହୀ ହୋଇ ବୁଲି ବିକନ୍ତି

 

କନ୍ଦି ବିକନ୍ଦି ସମସ୍ତ ଗୋପୀଙ୍କି

୪୧

କେ ରଙ୍ଗ କିଣଇ କେ କିଣେ ଧଳା

 

କଉଁ ଗୋପୀ କିଣେ ହଳଦି ପରା

୪୨

କଉଁ କଳା ନେଳୀ କିଣନ୍ତି ବସି

 

ଚନ୍ଦ୍ରାବଳୀ କିଣେ ବସନ୍ତ ଆସି

୪୩

ଏମନ୍ତେ ସମସ୍ତେ ସୁନ୍ଦରୀ ପୁଣ

 

ଝୀନ ପତନୀ କିଣିଲେ ବହନ

୪୪

ଫୁଲ ତୋଳି ସବୁ ଧଣ୍ଡା ଗୁନ୍ଥିଲେ

 

ଯେଝା ରୂପେ ବେଶ ଭୂଷଣ ହେଲେ

୪୫

ଟଙ୍କୀ କଉଡ଼ି ସବୁ ହେଲା କାଳି

 

ଆମ୍ଭମାନଙ୍କର ସେ ଦିନ କେଳି

୪୬

ସମସ୍ତଙ୍କ ପୁରେ ବିଜୟେ କଲେ

 

ଭ୍ରମର ଯେସନେ ଚୁମ୍ବଇ ଫୁଲେ

୪୭

ସେଦିନ ସମସ୍ତେ ହେଲୁଁ ଆନନ୍ଦ

 

ସମସ୍ତଙ୍କ ସଙ୍ଗେ ସେ ଆଦିକନ୍ଦ

୪୮

ନାନା ରଙ୍ଗରେ ରତିରସ କରି

 

ରଜନୀ ପ୍ୱାଇଲେ କୁଞ୍ଜ ବିହାରୀ

୪୯

ସେଦିନ ଗୋପରେ ହସି ନ ଜାଣୁ

 

ଚନ୍ଦ୍ର ଉଇଁଲା ପ୍ରାୟେ ଘରେ ମଣୁ

୫୦

ତାହା ଶୁଣି ବ୍ରଜସୁନ୍ଦରୀ କହି

 

ଦିନେ ଯାହା କଲେ ମୋତେ ମାଧୋଇ

୫୧

ମଥୁରା ଦଧି ବିକି ଯାଇଥିଲି

 

ଲେଉଟି ଯମୁନାକୂଳରେ ହେଲି

୫୨

ସ୍ନାହାନ କରନ୍ତେ ପଶିଣ ଜଳେ

 

କହ୍ନାଇଁ ଯାଇଁ ମିଳିଲେ ସେ ବେଳେ

୫୩

ବୋଇଲେ ସଙ୍ଘାତ ଚାହଁ ଏଣିକି

 

କିସ ଆଣିଅଛ ହାଟଇ ନିକି

୫୪

ଏତେ ବୋଲିଣ ଯେ ନନ୍ଦ କହ୍ନାଇ

 

ଯମୁନା ଜଳରେ ପଶିଲେ ଯାଇଁ

୫୫

ମୋତେ ଘେନିଣ ଜଳକ୍ରୀଡ଼ା କଲେ

 

ମନ ତୋଷ କରି ବନକୁ ଗଲେ

୫୬

ସେଦିନ କେଳି ଗୋ ପଡ଼ୁଛି ମନେ

 

ମୋତେ ଯାହା କଲେ ନନ୍ଦନନ୍ଦନେ

୫୭

ଜୀବ ଥିଲେ ତ ପାସୋରି ନ ଯିବ

 

ଦେଖିଲେ ସିନା କହିବାର ହେବ

୫୮

ସେ କାଳ କଥା କି ଆଉ ମିଳିବ

 

ବଡ଼ ଲୋକକୁ ଯେ ଡରନ୍ତି ସର୍ବ

୫୯

ସାନବେଳେ ପୁଣ ଯେମନ୍ତ ହୋଇ

 

ବଡ଼ ହୋଇଲେ ଭେଟ ନ ମିଳଇ

୬୦

ତାହା ଶୁଣି ଗୋପ ଗୋଈ କହଇ

 

ମୋର ପୁରେ ଦିନେ ଗଲେ ମାଧୋଇ

୬୧

ସନ୍ଧ୍ୟାବେଳରେ ହୋଇଲେ ପ୍ରବେଶ

 

ତେତେବେଳରେ ଆଡ଼ତି ବିଶେଷ

୬୨

ଦୀପ କରିଣ ଜଣାଣ କରୁଛି

 

ସାନ ଭୟେଣୀ ମୋ ପାଖରେ ଅଛି

୬୩

ନୂଆ ବୟସ ହୋଇଛି ତାହାର

 

ଅନୁକ୍ଷଣେ ଚିନ୍ତା ପତି ସଙ୍ଗର

୬୪

କୃଷ୍ଣଙ୍କୁ ଦେଖି ଉଲୁସିଲା ଦେହ

 

ଅନଳ ଦେଖି ପତଙ୍ଗ ସେନେହ

୬୫

ନିଆଁକୁ ଦେଖି ଜଉ ତରଳିଲା

 

ସେହିରୂପେ ମୋର ଭୟେଣୀ ହେଲା

୬୬

ତାର ଅସମ୍ଭାଳ ଦେଖିଲି ଯହୁଁ

 

ଅଙ୍ଗୁଷ୍ଠି ଦେଖାଇ ଠାରିଲି ତହୁଁ

୬୭

ଅନ୍ତର ହୋଇଣ ସେଠାରୁ ଗଲି

 

ଆର ଘରେ ଯାଇଁ ଚୂଲି ଜାଳିଲି

୬୮

ମୁହିଁ ଯିବାର ଦେଖିଣ ଶ୍ରୀହରି

 

ସାନ ଭୟେଣୀ ସଙ୍ଗେ ପ୍ରୀତି କରି

୬୯

ପହରେ କାଳ ବୋହି ଗଲା ପୁଣ

 

ମୁଁ ଯାଇଁ ମିଳିଲି ତାଙ୍କ ପାଶେଣ

୭୦

ଦେଖିଲି ନୀବିବନ୍ଧ ପ୍ରତି ଗାତ

 

ଅଣଆୟତ୍ତ ଭୟେଣୀ ମୋହୋର

୭୧

ଠାରି ଦେଲା ମୋତେ ପିଇବି ପାଣି

 

ବେଗେ ଜଳ ଦେଲି ଝୁରୀରେ ଆଣି

୭୨

ସୁରତି ସରିଲା ପିଇଲା ଜଳ

 

ମୋତେ ଧଇଲେ ମଦନ ଗୋପାଳ

୭୩

ନାନା ରସରେ ଲୀଳା ରତି କଲେ

 

ଅର୍ଦ୍ଧ ରଜନୀ ଅନ୍ତର ହୋଇଲେ

୭୪

ଭୟେଣୀ ମୋତେ ପରଶଂସା କଲା

 

ତୁମ୍ଭ ସକାଶୁଁ ମନ ତୋଷ ହେଲା

୭୫

ଭୋଜନ ସାରିଣ ପଲଙ୍କେ ଶୋଇ

 

ଅଳପ ନିଦ୍ରାରେ ରଜନୀ ପାହି ।

୭୬

ସେ କାଳ କଥା ଗୋ ଅଛି ମନରେ

 

କେଡ଼େ ସୁଖ ହୋୟେ କୁଞ୍ଜବନରେ

୭୭

କୁଞ୍ଜବନେ ଯାଇଁ ଭାବ ସୁରତି

 

କେତେ ଛନ୍ଦରେ ଗୋ କଥା କହନ୍ତି

୭୮

ସେହି ସେ ନାଗର ଆମ୍ଭର ପ୍ରାଣ

 

କେଡ଼େ ସୁଖ ଭାଙ୍ଗ ଗଲେ ଆପଣ

୭୯

ବିରହ ଜାଳାରେ ଦହେ ମୋ ମନ

 

ରାତ୍ର କାଳେ ଯେବେ ପଡ଼ନ୍ତି ମନ

୮୦

ସେହିରୂପେ ଗଲେ ଛଇଳ ବର

 

ଯେସନେ ପୁଷ୍ପକୁ ଭଣ୍ଡେ ଭ୍ରମର

୮୧

ବାସ ଥିଲା ଯାକ ପାଶରେ ଥାଇ

 

ବାସ ସରିଲେ ଅନ୍ତର ହୁଅଇ

୮୨

ତାହା ଶୁଣି ଏକ ଗୋପୀ ବୋଇଲା

 

ପଦ୍ମରେ ଭ୍ରମର ପ୍ରାଣ ରହିଲା

୮୩

ସ୍ତିରୀ ହୋଇ କରି ପୁରୁଷ ମାରି

 

ସେହି ଦୋଷ ଦେଇ ଗଲେ ମୁରାରି

୮୪

କହିବାକୁ ତାଙ୍କୁ ଆଡ଼ା ହୋଇଲା

 

କାଳ ଯୁଗରେ ଏ କଥା ରହିଲା

୮୫

ସପତଣୀ ହେଲା ସେ ପଦ୍ମଫୁଲ

 

ସ୍ତିରୀ କୁଳକୁ ସେ ହୋଇଲା ଶଲ

୮୬

କଳଙ୍କ ହୋଇଲା ସବୁ ଦିନରେ

 

ଗୁରସ୍ତକୁ ମାରେ ରତିଶୃଙ୍ଗାରେ

୮୭

ତାହା ଶୁଣି ଏକ ଗୋପୀୟେ କହି

 

ସଙ୍ଗ ଛାଡ଼ି ସେ ଯେ ଜଳରେ ରହି

୮୮

ଦୋଷ କରିବାରୁ ଅଲଗା ହେଲା

 

କାହାରି ସଙ୍ଗ ମେଳ ନ ବସିଲା

୮୯

ବିଟପ ସ୍ତିରୀଙ୍କର ଏହୁ ଗୁଣ

 

କଥା ରୁହାଇଲା କାଳକୁ ପୁଣ

୯୦

ଦୋଷ ତାର କେବେ ନୋହିଲା ପାର

 

ବନସ୍ତୁ ଯେହ୍ନେ ଓଶସ୍ତ ବାହାର

୯୧

ତାହା ଶୁଣି ଚିତ୍ରରେଖା ବୋଇଲା

 

ନନ୍ଦସୁତ ଗୋ ସେହିରୂପେ କଲା

୯୨

ଛାଡ଼ି କରି ଗଲେ ପ୍ରାଣେ ନ ମାରି

 

କୁଆ କୋଇଲି ବାଳକର ପରି

୯୩

କୋଇଲି ଡିମ୍ବକୁ ନେଇଣ ପୁଣ

 

ବାୟେସା ବସାରେ ଛାଡ଼ଇ ପୁଣ

୯୪

ଗୁପତ କରି ଯେ ରଖଇ ନେଇ

 

ବାୟେସା ଡିମ୍ବକୁ ପକାଇ ଦେଇ

୯୫

ବିଶ୍ୱାସଘାତକା ହୁଅଇ ପୁଣ

 

ସେହିରୂପେ ହେଲେ ନନ୍ଦନନ୍ଦନ

୯୬

ଏମନ୍ତେ କଥା କୁହାକୋହି ହେଲେ

 

କୃଷ୍ଣ ଗୁଣ ଗୁଣି ରୋଦନ କଲେ

୯୭

ମେଳ ଭାଙ୍ଗିଣ ଯେଝା ଘରେ ଯାଇ

 

ଈଶ୍ୱର ଗଉରୀ ଆଗରେ କହି

୯୮

ମଥୁରା ରହିଲେ ଦେବ କହ୍ନାଇ

 

ହରି ପାଦେ ସେବେ ଦାସ ଦନାଇ

୯୯

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୪୬-

ଧଣ୍ଡା

-

ଫୁଲମାଳ (ପୁଷ୍ପଦଣ୍ଡ ଶବ୍ଦଜ)

୮୬-

ଆଡ଼ା

-

ଯୋଗ, ଦାଉ

୯୫-

ବାୟେସା

-

ବାୟସ, କୁଆ

 

 

ଦ୍ୱାଦଶ ଛାନ୍ଦ

ଏଥୁ ଅନନ୍ତରେ ପାର୍ବତୀ ପୁଣ

 

ଈଶ୍ୱରଙ୍କ ପାଶେ କଲେ ଜଣାଣ

ଚରଣ ଧରିଣ ବଚନ କହି

 

ଗୋପ ସୁନ୍ଦରୀ କିସ କଲେ ତହିଁ

ପୁଣି ମେଳ ହୋଇ କିସ ବିଚାର

 

ଏହା ମୋତେ କହ ତ୍ରିଶୂଳଧର

ଗଉରୀ ଭଗତି ଦେଖି ଈଶାନ

 

ବୋଲନ୍ତି ଗୋପୀ କହିବାର ପୁଣ

ସହସ୍ରେ ଗୋପିକା ହୋଇଣ ମେଳ

 

ରଙ୍ଗଦେବୀ ପୁରେ ମିଳି ସକଳ

ସମସ୍ତେ ଅଟନ୍ତି ବର୍ଣ୍ଣ ଗଉରୀ

 

ବଡ଼ ସୁନ୍ଦର ରୂପବନ୍ତୀ ନାରୀ

ରଙ୍ଗଦେବୀ ତାଙ୍କ ପରେ ନାୟିକା

 

ବସିଣ ଭାଳିଲେ ଶ୍ରୀକୃଷ୍ଣ କଥା

ରଙ୍ଗଦେବୀ ବୋଲେ ଶୁଣ ସଙ୍ଘାତ

 

ଅଷ୍ଟ ବରଷ ହେଲା ଗୋପୀନାଥ

 

 

କେତେ ନବରଙ୍ଗ ଗୋପେ ହୋଇଲେ

 

ସବୁ ତେଜ୍ୟା କରି ମଥୁରା ଗଲେ

ଏବେ ତ ହୋଇଲା ରାଜାଧୀଶ୍ୱର

 

ଆମ୍ଭର ସୁଖ ମନ ହେଲା ଦୂର

୧୦

ଆଉ କି ଗୋପକୁ ଆସିବେ ପୁଣ

 

ନେତ୍ର ସୁଫଳ କି ହେବ ଦେଖିଣ

୧୧

ଏବେ ଶୁଣା ଗଲା ନାହାନ୍ତି ହରି

 

ବିଦ୍ୟା ପଢ଼ିଗଲେ ଅବନ୍ତୀ ପୁରୀ

୧୨

ଗୋପରେ ବଛା ବାଳକ ରଖିଲେ

 

ବିଦ୍ୟା ନ ଶିଖି ରାଜ-ଭୋଗ କଲେ

୧୩

ନାରଦ ମାରକଣ୍ଡ ଯେ ବଶିଷ୍ଠ

 

ଗାର୍ଗବ ବ୍ୟାସଦେବ ଅଷ୍ଟବକ୍ର

୧୪

ଏମାନେ ବୋଇଲେ ନୋହିଲା କିଛି

 

ବିଦ୍ୟା ପତି ହେ ବସୁଦେବ ବଛି

୧୫

ସମସ୍ତ କୁଶଳ ବିଦ୍ୟାରେ ପୁଣ

 

ବିଦ୍ୟା ଅଟଇ ଦେହକୁ କାରଣ

୧୬

ତାହାଶୁଣି ରାମ ଗୋବିନ୍ଦ ଦୁଇ

 

ବିଦ୍ୟା ପଢ଼ିଗଲେ ଶୁଣ ଗୋ ସହି !

୧୭

ତାହା ଶୁଣି ଏକ ଗୋପୀ ବୋଇଲା

 

ଏବେ ତ ବଡଲୋକ ସିଦ୍ଧି ହେଲା

୧୮

ଯେଉଁଦିନେ ଥିଲେ ଆମ୍ଭ ସଙ୍ଗରେ

 

ଚୋରି କରନ୍ତି ଗୋ ସବୁରି ଘରେ

୧୯

କାହା ଘରେ ସର ଲବଣୀ ଖାଇ

 

କଉଁ ସଖୀ ଘରେ ଖାଆନ୍ତି ଦହି

୨୦

କାହା ପୁଅ ସଙ୍ଗେ କଳି କରନ୍ତି

 

କାହା ଝିଅକୁ ଧରିଣ ମାରନ୍ତି

୨୧

କା’ଘରେ ପଶି ଛେନା ଦୁଧ ଖାଇ

 

କଉଁ ମାନଙ୍କର ଭାଣ୍ଡ ଭାଙ୍ଗଇ

୨୨

ଏମନ୍ତେ ହାଲୋଳ ହେଲା ବରଷେ

 

ପକ୍ଷେ ହେଲା ଗଲେ ମଥୁରା ଦେଶେ

୨୩

କଂସ ମାରିବାରୁ ପ୍ରଭୁ ହୋଇଲେ

 

ସ୍ୱର୍ଗରୁ ଦେବତାମାନେ ଅଇଲେ

୨୪

ଆଉ ଯେତେ ପୁଣ ନୃପତି ଗଣ

 

ସମସ୍ତେ ଭେଟରେ ହେଲେ କାରଣ

୨୫

ତାହା ଶୁଣିଣ ଗୋପୀ କହେ ପୁଣ

 

ବନମାଳତୀ ହେଲୁ ଆମ୍ଭେ ଜାଣ

୨୬

ସର୍ପ ମଝି-ଗରେ ବସିଲେ ବାଡ଼ି

 

ଦୁଇ ଆଡ଼କୁ ଗୋ ଚଳି ନ ପାରି

୨୭

ସେହିରୂପେ ହେଲୁଁ ଗୋପଯୁବତୀ

 

କୃଷ୍ଣ ସଙ୍ଗରେ କରିବାରୁ ପ୍ରୀତି

୨୮

ମଥୁରା ଯିବାର ବାଟ ପଡ଼ିଲା

 

ସଂସାର ଯାକରେ ହାଟ ବସିଲା

୨୯

ଗୋପୀଙ୍କ ସଙ୍ଗରେ କୃଷ୍ଣ ପୀରତି

 

ରାଜା ପରଜା ଜାଣିଲେ ସବୁନ୍ତି

୩୦

ଲୋକ ଲଜ୍ଜା ହେଲା ଯିବାକୁ ପୁଣ

 

ଆମ୍ଭର ସ୍ୱାମୀ ଅଟେ ନାରାୟଣ

୩୧

ତିନି ଭୁବନରେ ନାମ ବିଖ୍ୟାତ

 

ଆମ୍ଭେ ଗଲେ ଲଜ୍ଜା ହେବ ବହୁତ

୩୨

ବୋଲିବେ ଗୋପର ବ୍ରଜସୁନ୍ଦରୀ

 

ନଟ ପରି ସଙ୍ଗେ ପସନ୍ଦ କରି

୩୩

ବେଭାରେ ମହତ ୟାଙ୍କର ନାହିଁ

 

ଗଉଡ଼ୁଣୀ ସିନା ଜାତିରେ ଏହି

୩୪

କେଣିକି ନ ଯାଇ ଗୋପରେ ଥିବା

 

କୃଷ୍ଣ ସକାଶୁ ବଡ ଲୋକ ହେବା

୩୫

ଦୟା ଥିବ ଯେବେ ତାଙ୍କ ମନରେ

 

ଲୋକ ଭେଜି ଦେବେ ଆମ୍ଭର ପୁରେ

୩୬

ଅନ୍ତର୍ଯ୍ୟାମୀ ନାଥ ଅଟନ୍ତି ଯେହୁ

 

ତିନିପୁର କଥା ଜାଣନ୍ତି ପ୍ରହୁ

୩୭

ଗୋପୀନାଥ ନାମ ସେହୁ ବହିଲେ

 

ତେଣୁ କରି ଗୋପୀ ତାଙ୍କର ହେଲେ

୩୮

ଇନ୍ଦ୍ର ଯେ ବିବାଦ କରି ହାରିଲା

 

ଗୋବିନ୍ଦ ନାମ ତାଙ୍କୁ ଦେଇଗଲା

୩୯

ଦେବଙ୍କ ଉପରେ ହୋଇଲେ ସାର

 

ବଡ଼ ବିଖ୍ୟାତ ଗୋ ଏ ଗୋପପୁର

୪୦

ମଦନମୋହନ ରୂପ ଧଇଲେ

 

ବ୍ରହ୍ମାର ଗର୍ବ ଚୂର କରିଦେଲେ

୪୧

ଦେଖିଲ କାଳୀ ତ ଗଲା ପଳାଇ

 

ମୁରଲୀ ସ୍ୱନେ ତର ପଲ୍ଲବଇ

୪୨

ଯମୁନାଜଳ ଥିର ହୋଇ ରହେ

 

ସବୁ ତ ଦେଖିଥାଇଁ ଏହି ଦେହେ

୪୩

ତାହା ଶୁଣି ଏକ ଗୋପୀ ବୋଇଲା

 

ଆମ୍ଭ ବିରହ ଦେହରୁ ନ ଗଲା

୪୪

ଏକ ଦିନକରେ ଶରଦ କାଳେ

 

ଗୋବିନ୍ଦ ପ୍ରବେଶ ହେଲେ ମୋ ପୁରେ

୪୫

ମେଘ ବରଷା କଲେ ମନ୍ଦମନ୍ଦ

 

ବୋଇଲେ କଥାୟେ ଶୁଣ ଗୋ ଛନ୍ଦ

୪୬

ଏହି ସମୟରେ ହୁଅନ୍ତି ପ୍ରୀତି

 

ସୁଖ ଉପୁଜନ୍ତା ବରଷା ରୀତି

୪୭

ବାହାର ଦୁଆରେ ମୁଁ ବସିଥିଲି

 

ବଢ଼େ ବରଷନ୍ତେ ଘରକୁ ଗଲି

୪୮

କୋଳ କରି ମୋତେ ଧଇଲେ ନେଇଁ

 

ମୁଖରେ ଚୁମ୍ବନ ଦେଲେ ଗୋସାଇଁ

୪୯

ନୀବିବନ୍ଧ ମୋର ଫିଟାଇ ପୁଣ

 

ନାନା ବନ୍ଧରେ ସୁରତି ଭିଆଣ

୫୦

ପହରେ କାଳ ବହିଗଲା ତହିଁ

 

ରତି ସୁରତି ସାରି ତୋଷ ମୁହିଁ

୫୧

ବସନ ପିନ୍ଧ ପାଶରେ ବସିଲି

 

କୋମଳ କରି ବଚନ ଭାଷିଲି

୫୨

ବୋଇଲି ମୋତେ ନ କରିବ ଦୂର

 

ନିତିଦିନ ଆସୁଥିବ ମୋ ଘର

୫୩

ହଉ ବୋଲି କରି ବହନ ଗଲେ

 

ମାସେ ଯାଏ ଆଉ ନଇଲେ ପୁରେ

୫୪

ତାହା ଶୁଣି ଆର ଗୋପୀ ବୋଇଲା

 

ମାୟାବୀ ପୁରୁଷ ଜାଣନ୍ତି ଲୀଳା

୫୫

ଷୋଳସା ବୟସ ହୋଇଛି ମୋର

 

ସୁରତି ରସରେ ଶ୍ରଦ୍ଧା ଅପାର

୫୬

ମକର ମାସେ ଶୀତକାଳେ ପୁଣି

 

ଯମୁନାକୁ ଗଲି ମୁଁ ପାଣି ଆଣି

୫୭

କଦମ୍ବ ମୂଳରେ ଦେଖିଲି କାହ୍ନୁ

 

ପଛ ଆଡ଼କୁ ଚାହିଁ ଦେଲି ତେଣୁ

୫୮

ଦେଖିଲି କେହି ନାହାନ୍ତି ସୁନ୍ଦରୀ

 

ବିଚାରିଲି ମନେ ଭାବନା କରି

୫୯

ଆଜ ମାଧବ ସଙ୍ଗେ ବିହରିବି

 

ମନ ମୋହୋର ସନ୍ତୋଷ କରିବି

୬୦

ଏମନ୍ତ ବିଚାର କରନ୍ତେ ମନେ

 

ଆଗରେ ପ୍ରବେଶ ଯଶୋଦାନାନେ

୬୧

ବୋଇଲେ ଶୁଣ ଗୋ ବ୍ରଜସୁନ୍ଦରି

 

ତୁମ୍ଭ ସକାଶେ ଆମ୍ଭେ ଏତେ ସରି

୬୨

ପ୍ରଭାତରୁ ଉଠି ତୁମ୍ଭରି ପାଇଁ

 

ଫୁଲ ଗୁନ୍ଥି ମାଳ କରିଛି ମୁହିଁ

୬୩

କଳସୀ ଥୁଅ କୁଞ୍ଜବନେ ଯିବା

 

ବେଶଭୂଷଣ ତୁମ୍ଭଙ୍କୁ କରିବା

୬୪

କଳସୀ ଥୋଇ ତାଙ୍କ ସଙ୍ଗେ ଗଲି

 

କୁଞ୍ଜବନେ ଯାଇଁ ପ୍ରବେଶ ହେଲି

୬୫

ବସିଣ ବେଶ କଲେ ମୋତେ ପୁଣ

 

ମଳୟ ଚନ୍ଦନ ଦେହେ ବୋଳିଣ

୬୬

ମୋତେ ଘେନି ରତି ସୁରତି କଲେ

 

ଯେତେ ବିପରୀତ ନ ଦେଖି ଡୋଳେ

୬୭

କେତେ ଛନ୍ଦରେ ଗୋ ଜାଣନ୍ତି ଲୀଳା

 

ପହରେ ପରିଯନ୍ତେ ନନ୍ଦବଳା

୬୮

ମୋର ଆୟତ୍ତ ଭାଙ୍ଗିଗଲା ଯେଣୁ

 

ଚରଣ ଧରିଣ କହିଲି ତେଣୁ

୬୯

ବୋଇଲି ମୋତେ ଛାଡ଼ିଦିଅ ହରି

 

ଉଛୁର ହେଲା ଘରେ ଦେବେ ଗାଳି

୭୦

ତୁମ୍ଭେ ତ ଜାଣ ମୋ ଶାଶୁ ଦୁର୍ଜନ

 

କେତେ କଥା ମୋତେ କହିବ ପୁଣ

୭୧

ଶୁଣିଣ ବୋଇଲେ ନନ୍ଦ କହ୍ନାଇ

 

ନୂଆ ବୟସ ତ ତୁମ୍ଭର ସହି

୭୨

ଏ ସମୟରେ କିମ୍ପା ଧଡ଼ପଡ଼

 

ମନୋରଥ କରି ସୁରତି କର

୭୩

ଆଜ ତ କେହି ନାହାନ୍ତି ସଙ୍ଗରେ

 

ମନ ଇଚ୍ଛା ଭୋଗ ହେଲା ତୁମ୍ଭରେ

୭୪

ମୁଁ ପୁଣି ବୋଇଲି ଶୁଣ ଶ୍ରୀହରି

 

ଏଡ଼େ ସୁଖକୁ ଘରେ ହେବ କଳି

୭୫

ବୋଇଲେ କିଛି ନ ବୋଲିବେ କେହି

 

ଆମ୍ଭେ ତୁମ୍ଭ ମୁଖେ ମୋହିନୀ ଦେଇ

୭୬

ଏତେ ବୋଲି ଉଠି ବହନ ଗଲେ

 

ପତର ଗୋଟିଏ ତୋଳି ଆଣିଲେ

୭୭

ତାଙ୍କ ବଚନରେ ବେଗେ ମୁଁ ନେଲି

 

ଖାଇକରି ମନେ ସନ୍ତୋଷ ହେଲି

୭୮

ପୁଣି ବିପରୀତ କଲେ ସେ ମୋତେ

 

ଦେହରୁ ବସନ କାଢ଼ି ତୁରିତେ

୭୯

ବେନି ଅଙ୍ଗ ଏକ ଅଙ୍ଗ ହୋଇଲା

 

ତେତେବେଳେ ସ୍ୱର୍ଗ ପ୍ରାପତ ହେଲା

୮୦

ବିଚାରିଲି ଆଜ ପରି ଏ ଦିନ

 

ମୋତେ ନ ମିଳିବ ଏ ଯୁଗେ ପୁଣ

୮୧

ରତି ସରିଲା ଦେହୁଁ ବହେ ଝାଳ

 

ମେଲାଣି ହୋଇଲି ତାଙ୍କ ଛାମୁର

୮୨

ସହାନ କରି ଘରକୁ ଅଇଲି

 

ବସନ ପିନ୍ଧିଣ ଭୋଜନ କଲି

୮୩

ଜଟିଳା ବୋଇଲେ କେଣିକି ଗଲୁ

 

କାହା ପାଶେ ଯାଇଁ କଥା ହୋଇଲୁ

୮୪

କେତେ ଆଡତି ସରନ୍ତାନି ଏବେ

 

ତୁ ଘର କରିବୁ କେମନ୍ତ ବାଗେ

୮୫

ଏତେ କହି ପୁଣ ହୋଇଲେ ତୁନି

 

ତା ଶୁଣି ରଙ୍ଗଦେବୀ କହେ ପୁଣି

୮୬

ଶୁଣ ସର୍ବ ସଖୀ ଆମ୍ଭର କଥା

 

ଦିନେ ମୋ ପୁରେ ଗଲେ ଜଗଜିତା

୮୭

ବସିଣ ଅଛି ମୋ ନଣନ୍ଦ ପାଶେ

 

ପ୍ରବେଶ ହେଲେ ନିଶି ଅବଶେଷେ

୮୮

ବୋଇଲେ ସଙ୍ଗ ହୋଇଅଛ ବସି

 

ଆମ୍ଭ ସଙ୍ଗ ତ ମିଳିଲାଣି ଆସି

୮୯

ନଣନ୍ଦ ଜଗିଲେ ଦୁଆର ପୁଣ

 

ଭିତର ଘରକୁ ଗଲି ମୁ ଜାଣ

୯୦

ମୋର ସଙ୍ଗରେ ସେହୁ ଗଲେ ପୁଣି

 

ପଲଙ୍କ ଉପରେ ବିଜୟେ ପୁଣି

୯୧

ହାସ ରସ କରି ସୁରତି କଲେ

 

ଛନ୍ଦ ବନ୍ଧ ଚଉଷଠି ପ୍ରକାରେ

୯୨

ଦୁଇଘଡ଼ିରେ ମୋତେ ଛାଡ଼ିଦେଲେ

 

ମୁଁ ଆସିବାରୁ ନଣନ୍ଦ ମିଳିଲେ

୯୩

ତାଙ୍କଠାରେ ପୁଣ କଲେ ରହସ

 

ରତି ସାରିଣ ମନରେ ହରଷ

୯୪

ହସ ହସ ହୋଇ ନନ୍ଦନାଗର

 

ସେଠାରୁ ଚଳିଲେ ଆପଣା ଘର

୯୫

ଆମ୍ଭେ ଦୁଇଜଣେ ହରଷ ହେଲୁଁ

 

ଦୁଧ ଛେନା ଘେନି ଭୋଜନ କଲୁଁ

୯୬

ସେଦିନ କଥା ଗୋ ପଡ଼ିଲା ମନେ

 

କରତି ହୋଉଛି ଶରୀର ତେଣେ

୯୭

ତାଙ୍କୁ ଆଶକରି ଦିନ ବଞ୍ଚିଲୁଁ

 

କେତେ ଅପକୀର୍ତ୍ତି ରାଜ୍ୟେ ଶୁଣିଲୁଁ

୯୮

ମେଳ ଭାଙ୍ଗିଗଲେ ଯେ ଯାହା ପୁର

 

ଦନାଇଁ ଦାସ ସେବିଲା ପୟର

୯୯

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୩-

ତ୍ରିଶୂଳଧର

-

ମହାଦେବ, ସେ ତ୍ରିଶୂଳ ଧରିଥାନ୍ତି

୬-

ଗଉରୀ

-

ଗୋରା

୩୬-

ରେଜି ଦେବେ

-

ପଠାଇ ଦେବେ

୫୬-

ଷୋଳସା

-

ଷୋଳ ବର୍ଷିଆ

୯୪-

ରହସ

-

ଥଟା

 

 

ତ୍ରୟୋଦଶ ଛାନ୍ଦ

ଏଥୁ ଅନନ୍ତରେ କହେ ଗଉରୀ

 

କିସ କଲେ ପୁଣି ଗୋପନାଗରୀ

ନାଗରବର ପୁଣି କିସ କଲେ

 

କଉଁ ଭାବରେ ଗୋପୀଙ୍କି ମୋହିଲେ

ବଡ ବିନୋଦିଆ ନନ୍ଦର ସୁତ

 

ଗୋପନାରୀଙ୍କି ମାୟାରେ ମୋହିତ

ଏ କଥା ମୋତେ କହ ବିଶ୍ୱନାଥ

 

ଶୁଣିଲେ ମନ ହୋଇବ ଉଷତ

ଗୋପୀ ସମାନେ ଭାଗ୍ୟବନ୍ତ ନାହିଁ

 

ରତି ସୁରତିରେ ମୋହେ କହ୍ନାଇ

ଭଲା ତପସ୍ୟା କରିଥିଲେ ପୁଣି

 

ଗୋବିନ୍ଦ ସଙ୍ଗେ ବସି ଅନୁକ୍ଷଣି

ଏ କଥା ଶୁଣିତ ବଡ଼ ଶରଧା

 

ଆମ୍ଭଙ୍କୁ ହଉ ହେ ବିରହ ବାଧା

ଭଗବତୀଠାରୁ ବଚନ ଶୁଣି

 

କହନ୍ତି କପିଳାସ-ବାସୀ ପୁଣି

 

 

ସହସ୍ରେ ଦେବୀରେ ସୁଦେବୀ ପୁଣ

 

ସ୍ନାହାନ କରି ବସିଛନ୍ତି ଜାଣ

ଏହି ସମୟରେ ବ୍ରଜସୁନ୍ଦରୀ

 

ସମସ୍ତେ ଯାଇଁ ମିଳେ ତାଙ୍କ ପୁରୀ

୧୦

ମାନ୍ୟ ଧର୍ମ୍ମ ତାଙ୍କୁ କରି ବସିଲେ

 

ସଙ୍ଖୋଳା ପଚରା ସମସ୍ତେ ହେଲେ

୧୧

କୃଷ୍ଣର କଥାମାନ ମନେ ଭାଳି

 

ସୁଦେବୀ ବୋଇଲେ ଶୁଣ ସୁନ୍ଦରି

୧୨

ପୂର୍ବଦିନେ କୃଷ୍ଣ କରିଛି ଯାହା

 

ଶୁଣ ଗୋ ସମସ୍ତେ କହିବା ତାହା

୧୩

ଏକ ଦିନକରେ ନନ୍ଦଦୁଲାଳ

 

ମୋର ପୁରେ ବିଜେ ରଜନୀକାଳ

୧୪

ସେ ଦିନ ମଦନମୋହନ ବେଶ

 

ଫୁଲ ଚନ୍ଦନ ଘେନି ନାନା ବାସ

୧୫

ମୁରଲୀ ଗୋଟି ହସ୍ତେ ତାର ଅଛି

 

ଧୀର ଧୀର କରି ଦିନେ ସେ ଭାଷି

୧୬

ବୋଇଲେ କୁଣିଆଁ କରିବ ଆଜ

 

ଚନ୍ଦ୍ରାବଳୀ ପୁରୁ ପାଇଛୁଁ ଲାଜ

୧୭

କାଲି ଯାଇଥିଲି ତାଙ୍କ ଘରକୁ

 

ଗୋଇଠା ମାଡ଼ ଗୋ ଦେଲେ ଆମ୍ଭଙ୍କୁ

୧୮

ବହୁତ କରି ବିନୋଇ କହିଲୁଁ

 

ଦନ୍ତରେ ତିରଣ ଧରି ଶୋଇଲୁଁ

୧୯

ଚରଣ ଧରିଲୁଁ ତାଙ୍କର ପୁଣ

 

ସୁରତି ମାଗିଲୁଁ ହୋଇ କାର୍ପୁଣ୍ୟ

୨୦

ନାହିଁ କରିଣ ନିରାଶ ବୋଇଲେ

 

ନନ୍ଦ ଘର ଟୋକା ନିଲଜ ତୁ ରେ

୨୧

ଚରଣ ଚାଳିଣ ମାଇଲେ ମୋତେ

 

ନେପୁର ବସିଲା ମୋର ମସ୍ତକେ

୨୨

ଝର ଝର ହୋଇ ରକତ ବହି

 

ଲାଜରେ ସେଠାରୁ ଅଇଲି ମୁହିଁ

୨୩

ଦୂତିକା ମୋ ସଙ୍ଗେ ଉଠି ଅଇଲେ

 

ଚରଣ ଧରି ବିନୋତି ହୋଇଲେ

୨୪

ମସ୍ତକରୁ ପୁଣ ରକତ ପୋଛି

 

ବହୁତ ବିକଳ ହୋଇଲେ ଦୂତୀ

୨୫

ମୁହିଁ ବନ ଗଲି ସେ ଗଲେ ଘରେ

 

ତାହା ଶୁଣିଣ ମୁଁ ଉଠିଲି ଭଲେ

୨୬

ଦେଖିଲି ମସ୍ତକ ହୋଇଛି ଘାଆ

 

ବୋଇଲି କି କଲୁ ଲୋ ରାଧା ଏହା

୨୭

ଶୀତଳ ମୁଣୋହିଁ ଆଣିଣ ଦେଲି

 

ଭୋଜନ କରାଇ ପଲଙ୍କେ ନେଲି

୨୮

ବିଞ୍ଚଣି ଧରିଣ ବିଞ୍ଚିଲି ବସି

 

ପଦ୍ମଚରଣ ଧୀରେ ଧୀରେ ଘଷି

୨୯

ଶୟନ କରାଇ ପ୍ରାଣନାଥଙ୍କୁ

 

ବେଶ ହୋଇଲି ମୋହୋର ମନକୁ

୩୦

ଜୁଡ଼ା ବାନ୍ଧଣ ଝରକାଠି ଲାଇ

 

ଥୋପି ଝିଞ୍ଜରୀ ବେଡ଼ାଇଲି ତହିଁ

୩୧

ଅଳକା ଗୋଟିଏ ମସ୍ତକେ ଦେଲି

 

ନେଇକରି ଫୁଲ ଗଭା ଖଞ୍ଜିଲି

୩୨

ଫୁଲ ପରେ ତେଲି ଟାହିଆ ପୁଣ

 

ବାସ କରାଇ ମଲ୍ଲୀ ଗଭା ଜାଣ

୩୩

ସିନ୍ଦୂର ବିନ୍ଦୁ କପୋଳରେ ଦେଲି

 

ନୟନେ ରଞ୍ଜନ ନେଇ ରଞ୍ଚିଲି

୩୪

କାପ ମଲକଢ଼ୀ ଖଞ୍ଜିଲି କର୍ଣ୍ଣେ

 

ଚନ୍ଦ୍ର ଫାସିଆ ଲଗାଇ ବହନେ

୩୫

ନାସାରେ ବସିଣ ଗୁଣା ଖଞ୍ଜିଲି

 

ତହିଁ ପାଖେ ନୋଥ ଗୋଟିଏ ଦେଲି

୩୬

ବେକରେ ବାନ୍ଧିଲି ପଦକ ମାଳା

 

ଛେଚା କଣ୍ଠି ସଙ୍ଗେ ହରିଡ଼ା ବେତା

୩୭

ଚାପସରୀ ମାଳ ଉପରେ ଲାଇ

 

ଚନ୍ଦ୍ରହାରା ତହିଁ ତଳେ ଲୁଳଇ

୩୮

କଳା କାଞ୍ଚେଲା ବକ୍ଷସ୍ଥଳେ ମୋର

 

ରୂପା ଜରି ଲାଗି ଅଛି ତହିଁର

୩୯

କଳା ପୀତାମ୍ବରୀ ପାଟେ ପିନ୍ଧିଲି

 

ବାହାରେ ବାହୁଟି ତାଡ ଲାଇଲି

୪୦

ବେନି ହସ୍ତେ ଶୋଦେ ସୁବର୍ଣ୍ଣ ଚୁଡୀ

 

ମୁଖ ଦିଶିଲା ଯେହ୍ନେ ଚମ୍ପାକଢ଼ୀ

୪୧

ପାହୁଡ଼ ନେରପୁ ଖଞ୍ଜିଲି ପାଦେ

 

ଅଙ୍ଗୁଷ୍ଠିମାନଙ୍କରେ ମୁଦି ଖଞ୍ଜେ

୪୨

ଅଳତା ଦୁଇ ପାଦରେ ଘେନିଣ

 

ବେଶ ହୋଇଲି ଦୁଇ ଘଡ଼ି ଜାଣ

୪୩

ପୀତାମ୍ବରୀ ଖଦି ଯୋଡ଼ିଏ ଘେନି

 

ପଲଙ୍କ ଉପରେ ବସିଲି ପୁଣି

୪୪

ନିଦ୍ରା ଭାଙ୍ଗିଣ ଉଠିଲେ କେଶବ

 

ହରଷେ ମୋତେ ଚାହିଁ ବାସୁଦେବ

୪୫

ବୋଇଲେ ଆଜ ବେଶ ତୋରା ହୋୟେ

 

ମୋତେ ତ ଲାଗିଲା ରାଧିକା ପ୍ରାୟେ

୪୬

ପ୍ରତିଦିନ ରାଧା ବେଶରେ ତୋରା

 

ରୂପବନ୍ତୀ ତୋ ଦେହ ଶୋହେ ଗୋରା

୪୭

ବଚନ ମିଠା ଗୋ ମୂର୍ଚ୍ଛି ନୋହଇଁ

 

ୟେମନ୍ତ ବଚନ କହିଲେ ସେହି

୪୮

ତାହା ଶୁଣି ମୁଁ ଯେ କର ଯୋଡ଼ିଲି

 

ପୀତାମ୍ବରୀ ଖଦି ଯୋଡ଼ି ଘେନିଲି

୪୯

ଗୋଟିଏ ନେଇ ପିନ୍ଧାଇଲି ପୁଣି

 

ଆର ଗୋଟି ଦେହେ କାଛେଟି ଜାଣି

୫୦

ଛଟକେ ନାଗର କହ୍ନାଇ ପୁଣ

 

ନଟବର ବେଶ ହେଲେ ଆପଣ

୫୧

କୋଳ କରି ମୋତେ ଚୁମ୍ବନ ଦେଲେ

 

ପଲଙ୍କ ଉପରେ ସୁରତି କଲେ

୫୨

ରତି ରସରେ ମୋର ମନ ଭୋଳ

 

ନାନା ରସ ଜାଣେ ସେ ନନ୍ଦବାଳ

୫୩

କୋଳରେ ଘେନିଣ ମୋତେ ଶୋଇଲେ

 

ରଜନୀ ଶେଷରେ କେଣିକି ଗଲେ

୫୪

ପଲଙ୍କ ଉପରୁ ଉଠିଲି ମୁହିଁ

 

ଘର ଜଞ୍ଜାଳ ବେଗେ ସାରିଲଇଁ

୫୫

ବେଶଭୂଷଣ ଉଲାଗି ଚହନ

 

ଯମୁନାଜଳେ ସ୍ନାନ କଲି ପୁଣ

୫୬

କଳାମେଘୀ ପାଟ ଗୋଟିଏ ପିନ୍ଧି

 

ଭୋଜନ ସାରି ପାନ ଗୁଆ ଭୁଞ୍ଜି

୫୭

ଶୟନ କଲି ପଲଙ୍କ ଉପରେ

 

ଶୟନ ତେଜି ସଖୀଗଣ ମେଳେ

୫୮

ଚନ୍ଦ୍ରାବଳୀ ପୁରେ ଚଳିଲି ପୁଣ

 

ପ୍ରବେଶ ଯାଇ ହୋଇଲି ବେଗେଣ

୫୯

ଦୂତିକା ଲଳିତା ମଲ୍ଲିକା ଅଛି

 

ରାଧିକା ସୁନ୍ଦରୀ ମଧ୍ୟେ ବସିଛି

୬୦

ନୀରସ ଦିଶୁଛି ଚନ୍ଦ୍ରବଦନ

 

ନୟନୁ ଅଶ୍ରୁଧାରା ବୋହେ ପୁଣ

୬୧

ମାଳ ଗୋଟିଏ ହସ୍ତେ ଧରି ପୁଣି

 

କଥା ନ କହି ହୋଇଛନ୍ତି ତୁନି

୬୨

ଦୂତିକା ବୋଲେ ଚନ୍ଦ୍ରାବଳୀ ଶୁଣ

 

ମେଲାଣି ଦେଲେ ସଖୀ ଯିବେ ପୁଣ

୬୩

ଶୁଣିଣ ରାହୀ ବୋଲନ୍ତି ଉତ୍ତର

 

ଦୋଷୀ ହୋଇଲି ବ୍ରହ୍ମାଣ୍ଡଠାକୁର

୬୪

କାଲି ନିଶିରେ ହରି ଆସିଥିଲେ

 

ମୋହୋଠାରେ ବଡ ଜଞ୍ଜାଳ କଲେ

୬୫

ଭର୍ତ୍ସନା କରି ଗାଳି ଦେଲି ତାକୁ

 

ବୋଇଲି ନ ଆସ ମୋର ପୁରକୁ

୬୬

ନିଊନ ହୋଇ ଚରଣ ଧଇଲେ

 

ବୋଧ କରିଣ ବହୁତ କହିଲେ

୬୭

କେଉଣି କଥା ନ ଶୁଣିଲି ପୁଣ

 

ଚରଣ ଛିଞ୍ଚାଡ଼ି ଦିଅନ୍ତେ ପୁଣ

୬୮

ନେପୁର ବାଜନ୍ତେ ମସ୍ତକେ ଯାଇ

 

ଝର ଝର ହୋଇ ରୁଧିର ବୋହି

୬୯

ମୋ ପାଶୁ ଅନ୍ତର ହୋଇଣ ଗଲେ

 

ଦୂତୀ କହନ୍ତେ ଆଉ ନ ଆସିଲେ

୭୦

ମୋହୋର ସୁଖ ସରିଲା ଗୋ ସଖି

 

ପତି ବିହୀନେ ହେଲି ନିରିମାଖୀ

୭୧

ଯାଅ ତୁମ୍ଭେ ସର୍ବେ ଯେ ଯାହା ପୁର

 

ଶ୍ରୀକୃଷ୍ଣଙ୍କୁ ଯାଇଁ ସମ୍ଭାଳ କର

୭୨

ଶୁଣିଣ ମୁଁ ତାଙ୍କୁ ବୋଇଲି ବାଣୀ

 

କାଲି ଭେଟିଥିଲେ ନାଗର ପୁଣି

୭୩

ତୁମ୍ଭର ଚରିତ କହିଲେ ମୋତେ

 

ବୋଇଲେ ନିଷ୍ଠୁର ରାଧିକା ଏଥେ

୭୪

ତାର ପାଇଁ ସିନା ଗୋପରେ ଜାତ

 

ମନରୁ ପାସୋର ନୋହିବ ସେ ତ

୭୫

ଏତେ କହି ମୋର ପୁରେ ରହିଲେ

 

ଆଜ ସକାଳୁ ବନକୁ ଚଳିଲେ

୭୬

ଶୁଣି ଚନ୍ଦ୍ରାବଳୀ ସନ୍ତୋଷ ହେଲା

 

ଆମ୍ଭମାନଙ୍କୁ ବହୁତ କହିଲା

୭୭

ମେଲାଣି ହୋଇ ଯେଝା ଘର ଗଲୁଁ

 

ଏମନ୍ତ କଥା ତହୁଁ ଜାଣିଥିଲୁଁ

୭୮

ତାହା ଶୁଣି ଗୋପୀ ଯାଇ ବୋଇଲା

 

ବାଟରେ ଦିନେ ଗୋ ଭେଟ ପଡ଼ିଲା

୭୯

ରଙ୍ଗ ପୁଷ୍ପମାଳ ଧରିଣ ହସ୍ତେ

 

ମୋ ବେକେ ପକାଇ ଦେଲେ ତୁରିତେ

୮୦

ମୁଁ ବୋଇଲି ବାଟେ ବହ ଶରଧା

 

ନ ରହିଲା ମୋର କନ୍ଦର୍ପ ବାଧା

୮୧

ବୋଇଲେ ଆଜ ତୋର ପୁର ଯିବା

 

ରତି ରସରେ ରଜନୀ ବଞ୍ଚିବା

୮୨

ଏତେ କହି କୁଞ୍ଜବନକୁ ନେଲେ

 

ଚଉଷଠି ବନ୍ଧେ ରମଣ କଲେ

୮୩

ରତି ସାରି ଗଲି ଯମୁନା ଜଳ

 

ସ୍ନାହାନ କରିଣ ଚଳିଲି ଘର

୮୪

ଅନ୍ନ ବ୍ୟଞ୍ଜନ ଗୋ ତୁରିତେ କରି

 

ଜଟିଳାକୁ ଦେଇ ଭୋଜନ କରି

୮୫

ଗୁରସ୍ତ ପୁତ୍ରଙ୍କୁ ଦେଲି ମୁଁ ପୁଣି

 

ଦିବସ ଶେଷରେ ହେଲା ରଜନୀ

୮୬

ପହରେ ନିଶି ହୋଇଲାକ ଯହୁଁ

 

ଘରର ଆଡ଼ତି ସାରିଲି ତହୁଁ

୮୭

ବେଶ ଭୂଷଣ ମୁଁ ତୁରିତେ ହେଲି

 

ପଲଙ୍କ ଉପରେ ଯାଇଁ ଶୋଇଲି

୮୮

ନିଦ୍ରାବେଳରେ ମିଳିଲେ ନାଗର

 

ରତି ସୁରତି କଲେ ଅଗୋଚର

୮୯

ରଜନୀ ପହରେ ଅଛି ଚଳିଲେ

 

ସେ ଦିନ କଥା ମୋ ମନେ ପଡ଼ିଲେ

୯୦

ବିକଳ ହୁଅଇ ମୋହୋର ପ୍ରାଣ

 

ଛାଡ଼ି କରି ଗଲେ ସେ ନାରାୟଣ

୯୧

ତାହା ଶୁଣି ଇନ୍ଦୁମତୀ ବୋଇଲା

 

ଦିନେ ଯାହା କଲେ ସେ ନନ୍ଦବଳା

୯୨

ମୋର ଘରଠାରେ ହେଲେ ପ୍ରବେଶ

 

ଜଟିଳା ସଙ୍ଗରେ କଥା ହରଷ

୯୩

ଜଟିଳା ବୋଇଲା କହ୍ନାଇଁ ଶୁଣ

 

ଆମ୍ଭ କୁଳରେ ତୁ ଚନ୍ଦ୍ରମା ଜାଣ

୯୪

ଏତେ ବୋଲି ଦାଣ୍ଡଘରକୁ ଯାଇ

 

ମାୟା ଲଗାଇଲେ ନନ୍ଦ କହ୍ନାଇଁ

୯୫

ଅନ୍ଧାର ଘରେ ମୋର ସଙ୍ଗେ ଲୀଳା

 

ନାନା ରସରେ କଲେ ରତି କ୍ରୀଡ଼ା

୯୬

ଜଟିଳା ମୋର ଦାଣ୍ଡ ଘରେ ଥିଲେ

 

କଉଁ ତରୁଣୀ ସଙ୍ଗେ କଥା ହେଲେ

୯୭

ଅଇଲା ବେଳକୁ ନାଗରବର

 

ବସିଛନ୍ତି ଘର ପିଣ୍ଡା ଉପର

୯୮

ବୋଇଲେ ମାଉସୀ ଯାଉଛୁଁ ଆମ୍ଭେ

 

ମାନ୍ୟ ଧର୍ମ୍ମ କରି ଚଳିଲେ ବେଗେ

୯୯

ମେଳ ଭାଙ୍ଗିଣ ସର୍ବେ ଗଲେ ଘର

 

ଦାସ ଦନାଇ ସେବିଲା ପୟର

୧୦୦

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨୪-

ବନୋତି

-

ବନତି ଶବ୍ଦ

୩୧ -

ଝରାକାଠି

-

ଜାକିଏ ବାହଣା

 

 

-

ମାଇପେ ଜୁଡ଼ାରେ ଖୋଷନ୍ତି

 

କାଲ

-

ପନ୍ଧି ବା ଘେନ

 

ଥୋପି ଝିଝିରା

-

ଜାକିଏ ଗହଣା

୩୨-

ଥଳକା

-

ମୁଣ୍ଡର ଗହଣା

୩୮ -

କୁଳଲ

-

ଝୁଲେ

୫୬-

ଉଲାଗି

-

ଓଲହାଲ

 

ଗୋପୀଭାଷା

ଚତୁର୍ଦ୍ଦଶ ଛାନ୍ଦ

ୟେଥୁ ଅନନ୍ତରେ କହେ ପାର୍ବତୀ

 

କିସ କଲେ ପୁଣ ବ୍ରଜଯୁବତୀ

ମେଳ ହୋଇ ପୁଣ କିସ ବିଚାର

 

କହ ବିଶ୍ୱନାଥ ମୋର ଆଗର

ଈଶ୍ୱର କହେ ପୁଣ ଭଗବତି

 

ପୁଣି ମେଳ ହେଲେ ବ୍ରଜଯୁବତୀ

ତୁଙ୍ଗବିଦ୍ୟା ଦେବୀ ମନ୍ଦିରେ ଯାଇଁ

 

ସହସ୍ରେ ଗୋପୀ ମିଳିଲେ ସେଠାଇଁ

ବିଦ୍ୟା ଦେବୀ ଘେନି ବିଚାର କଲେ

 

କିସ କରିବା ନନ୍ଦସୁତ ଗଲେ

ମଦନମୋହନ କଂସକୁ ମାରି

 

ଦେଖା ଦରଶନ ନ ଦେଲେ ହରି

ଏବେ ଶୁଣାଗଲା ଗଲେଣି କାହିଁ

 

କେ ବୋଲେ ମଥୁରା ନାହାନ୍ତି ସେହି

ତାହା ଶୁଣି ତୁଙ୍ଗବିଦ୍ୟା ବୋଇଲା

 

କାଳୀ ଦହନ ନିଶି ଯାହା କଲା

 

 

ବନସ୍ତେ ବଛା ବାଳକ ରହିଲେ

 

ଆମ୍ଭେ ସମସ୍ତେ ରହିଲୁ ସେଠାରେ

ଜଳିଲା ନିଆଁ ପୋଡ଼ିଲାକ ବନ

 

ବିକଳ ହୋଇଲୁ ସମସ୍ତେ ପୁଣ

୧୦

ଗିଳିଲେ ଅନଳ ରଖିଲେ ତହୁଁ

 

ଗୋପରେ ଯେତେ କଥା କଲେ ପ୍ରହୁ

୧୧

ଦିନେ ଜନନୀ କ୍ରୋଧ ତାକୁ ହେଲେ

 

ଶକଟ ଭାଙ୍ଗି ପଳାଇଣ ଗଲେ

୧୨

ଯଶୋଦା ଗୋଡ଼ାଇ ଗଲେ ପଛରେ

 

ଧାଇଁ ଧାଇଁ ପଛେ ସେ କ୍ରୋଧଭରେ

୧୩

ଧରିଣ ବାନ୍ଧିଲେ ରୋଳ ଦଉଡ଼ି

 

ଜାମଳା ବୃକ୍ଷ ତଳେ ରହେ ହରି

୧୪

ରୋଳ ଦଉଡ଼ି ଧରି ଟାଣି ଦେଲେ

 

ଜାମଳା ବୃକ୍ଷ ଉପୁଡ଼ି ପଡ଼ିଲେ

୧୫

ସେ ଦିନ କଥା ତ ସମସ୍ତେ ଜାଣ

 

ଆଉ କଥାମାନ ଶୁଣ ଗୋ ପୁଣ

୧୬

କଦମ୍ୱ ମୂଳରେ ବସିଣ ଥାନ୍ତି

 

ପାଣି ପାଇଁ ଗଲେ ଘାଟ ମାଗନ୍ତି

୧୭

କୁଞ୍ଜବନକୁ ଗୋ ନିଅଇ ଧରି

 

ରତି ସୁରତି କରେ ନରହରି

୧୮

ଏକ ଦିନକରେ ବୋଇଲେ ପଥେ

 

ଆଜ କୁଞ୍ଜବନ ଯିବା ସଙ୍ଗାତେ

୧୯

ମୁଁ ବୋଇଲି ବେଶ ଭୂଷଣ ନାହିଁ

 

ମୋର ପୁରେ ବିଜେ କର ଗୋସାଇଁ

୨୦

ବୋଇଲେ ଭୂଷଣ ଇଚ୍ଛା ଯେତେକ

 

ଆମ୍ଭେ ଦେବା ଗୋ ସଙ୍ଗେ ମୋର ଆସ

୨୧

ଏତେ କହିଣ କୁଞ୍ଜବନ ନେଲେ

 

ନାନା ଫୁଲ ତୋଳି ମାଳ ଗୁନ୍ଥିଲେ

୨୨

ପୀତାମ୍ୱରୀ ପାଟ ପତନୀ ଶାଢ଼ି

 

ମୋତେ ପିନ୍ଧାଇଲେ ଯତନ କରି

୨୩

ମଥା ସାମଳି ଜୂଡ଼ା ଆପେ ବାନ୍ଧି

 

ଜୂଡ଼ାପରେ ମଲ୍ଲୀ ସେବତୀ ଛନ୍ଦି

୨୪

ଶିରରେ ଅଳକା କର୍ଣ୍ଣରେ କାପ

 

ଚନ୍ଦ୍ରଫାସିଆ ମଲକଢ଼ୀ ଧାପ

୨୫

ନୟନେ ଅଞ୍ଜନ ରଞ୍ଜିଲେ ନେଇ

 

ବେନି ହସ୍ତେ ଚୁଡ଼ୀ ସୁବର୍ଣ୍ଣ ବାହି

୨୬

ଗଳେ ଚାପସରୀ ମୁକୁତାମାଳ

 

ପଦକ ଛେଚା କଣ୍ଠି ବେକେ ହାର

୨୭

ନାସାରେ ବସଣୀ ନେଇଣ ଦେଲେ

 

ଫୁଲୁଗୁଣୀ ସଙ୍ଗେ ନୋଥ ଖଞ୍ଜିଲେ

୨୮

ବିଦ ତାଡ଼ ବାହେ କରି ଭୂଷଣ

 

ଫୁଲ ମେଣ୍ଟା ଦେଲେ ମସ୍ତକେ ପୁଣ

୨୯

ଚରଣେ ପାହୁଡ଼ ନେପୁର ଦେଇ

 

କାଞ୍ଚଲା ଦେଲେ ବକ୍ଷସ୍ଥଳେ ନେଇ

୩୦

ଅଳତା ପୟରେ ମୁଣ୍ଡେ ସିନ୍ଦୂର

 

ଏମନ୍ତେ ବେଶ ମୋତେ ସେ ନାଗର

୩୧

ଆପଣେ ବେଶ ଯେ ଗୋଟିଏ ହେଲେ

 

ଶ୍ରୀମୁଖ ଗୋଟି ଦିଶେ ପଦ୍ମ ତୁଲେ

୩୨

ବାହୁ ଦୁଇ ଗୋଟି ଯେହ୍ନେ ବାସୁକି

 

ଚରଣକୁ କଲେ ପଞ୍ଜୁରୀ ପକ୍ଷୀ

୩୩

ରତ୍ନ ମୁକୁଟ ଚୂଳ ପୁଣି କଲେ

 

କେତକୀ ପାଖୁଡ଼ା ତହିଁ ଖଞ୍ଜିଲେ

୩୪

କଟି ଗୋଟି ପୁଣି ଯେସନେ ସିଂହ

 

ହୃଦୟ ଦିଶିଲା ଯେହ୍ନେ ମାତଙ୍ଗ

୩୫

ଦିବସ ହୋଇଲା ରଜନୀ ପରି

 

ମାଣିକ ଦୀପ ଜଳେ ଗୋଟି ଚାରି

୩୬

ବସନ୍ତ ପତନୀ ପିନ୍ଧିଲେ କାଛି

 

ବସନ୍ତ ଦୋସଡ଼ା ଦେହରେ ଅଛି

୩୭

ଏମନ୍ତ ବେଶ ଗୋଟିଏ ହୋଇଲେ

 

ଦର୍ପଣ ଗୋଟିଏ ମୋ ହସ୍ତେ ଦେଲେ

୩୮

ବୋଇଲେ ଦେଖ ଗୋ ତୁମ୍ଭର ଦେହ

 

ଏଥୁଁ ଅଧିକ କି ହୋଇବ କହ

୩୯

ତାଙ୍କଠାରୁ ଶୁଣି ଦର୍ପଣେ ଦେଖି

 

ମନକୁ ମୋହୋର ହୋଇଲା ସୁଖୀ

୪୦

ବିଚାର କଲି ମୁଁ ମନରେ ପୁଣ

 

ଏ ବେଶକୁ ସୁଖ ପଲଙ୍କ ପୁଣ

୪୧

ଭାବ ପୀରତି ତଳେ ସିନା ହେବ

 

ବେଶ ଭୂଷଣ ତଳେ ନାଶ ଯିବ

୪୨

ଏମନ୍ତ ବିଚାର ମନରେ କରି

 

ଫେଡ଼ି ନ କହି ହୋଇଲି ସମ୍ଭାଳି

୪୩

କେମନ୍ତେ ଜାଣିଲେ ଛଇଳବର

 

କୁଞ୍ଜ ଗୋଟିଏ ହୋଇଲା ତିଆର

୪୪

ତହିଁରେ ପଲଙ୍କ ଶଯ୍ୟା ହୋଇଛି

 

ପବନକୁ ଦୋଳି ପହଞ୍ଚୁ ଅଛି

୪୫

ଚାରି ପାଶେ ଶୋହେ ରତ୍ନ ପାଚେରୀ

 

ରତ୍ନ ଖମ୍ୱମାନ ବସିଛି ଘେରି

୪୬

ନଟକାରୀମାନେ ଶୂନ୍ୟରୁ ଆସି

 

ନାଟ ଗୀତରେ କୁଞ୍ଜବନ ତୋଷି

୪୭

ତାହା ଦେଖି ମୋର ମନରେ ସୁଖ

 

ମୋତେ କୋଳେ ଧରି ପଙ୍କଜ-ମୁଖ

୪୮

ପଲଙ୍କ ପରେ ରସଲୀଳା କଲେ

 

କୁଞ୍ଜ ଭିତରେ ଗୋ ଘେନି ଶୋଇଲେ

୪୯

ରତି ସୁରତି କରି ନନ୍ଦବଳା

 

ମୁରଲୀ ଘେନି ତୁମ୍ଭଙ୍କୁ ଡାକିଲା

୫୦

ଗୋଟି ଗୋଟି ହୋଇ ତୁମ୍ଭେ ସମସ୍ତେ

 

ପ୍ରବେଶ ହୋଇଲ ସେ କୁଞ୍ଜ ପାଶେ

୫୧

କୁଞ୍ଜ ମଧ୍ୟରେ ଯାଇଣ ଦେଖିଲେ

 

ମୋତେ ସଙ୍ଗେ ଘେନି ନାଗରବରେ

୫୨

ତୁମ୍ଭେ ଦେଖିକରି ହେଲ ତାଟକା

 

ବୋଇଲେ କେଡ଼େ ଭାବ କଲୁ ଏକା

୫୩

ସହସ୍ରେ କୃଷ୍ଣ ତକ୍ଷଣେ ହୋଇଲେ

 

ତୁମ୍ଭମାନଙ୍କ ସଙ୍ଗେ ବିହରିଲେ

୫୪

ରତି ସୁରତି ଉଚ୍ଛବ ସାରିଣ

 

ଲୀଳା ବିନୋଦ ଭାଙ୍ଗି ନାରାୟଣ

୫୫

ସେମାନେ କେଣେ ଗଲା ପୁଣ କାହିଁ

 

ବେଶ ଭୂଷଣ ଯେ ଶରୀରେ ନାହିଁ

୫୬

ଯେଉଁ ରୂପେ ଆଗେ ସେ ବନ ଥିଲା

 

ତେସନ ପ୍ରକାରେ ସବୁ ହୋଇଲା

୫୭

ଯଶୋଦା ସୁତ ହୋଇଲେ ଅନ୍ତର

 

ସମସ୍ତେ ଗଲାଇଁ ଯେ ଯାହା ପୁର

୫୮

ସେ ଦିନ କଥା କି ମିଳିବ ଆଉ

 

ଯେଉଁ ଦିନୁ ଗଲେ ଏ ପୁରୁ ସେହୁ

୫୯

ସମସ୍ତେ ଜାଣନ୍ତି ଗୋପୀରେ ପ୍ରୀତି

 

ଲୋକ ଲଜ୍ଜା ହେବ ଗଲେ ତେଣିକି

୬୦

ଆଗେ ତ ପୀରତି ଆମ୍ଭର ସଙ୍ଗେ

 

ପଛେ ବଡ଼ଲୋକ ହୋଇଲେ ଏବେ

୬୧

ସମସ୍ତେ ବୋଲିବେ ଗୋପ ତରୁଣୀ

 

ପୋଥା ହୋଇବ ଆମ୍ଭ କଥା ଶୁଣି

୬୨

ରାଧିକା ଅଟନ୍ତି ନିଜ ତାଙ୍କର

 

ତାଙ୍କ ଭାବେ ଆମ୍ଭେ ଗୋପୀ ସକଳ

୬୩

ଷୋଳ ନାୟେକା ପରେ ସାଆନ୍ତାଣୀ

 

ଚନ୍ଦ୍ରାବଳୀ କଥା ସମସ୍ତେ ଶୁଣି

୬୪

ଏମନ୍ତ ତୁଙ୍ଗବିଦ୍ୟା ଯେ କହିଲେ

 

ସ୍ନାହାନ ସାରି ଯେଝା ଘର ଗଲେ

୬୫

ପୁଣି ଗୋପୀ ବୋଲେ ତୁମ୍ଭେ ଶୁଣସି

 

ଦିନେ ଯାହା କଲେ ସେ ମୋତେ ଆସି

୬୬

ବୋଇଲେ ଶୁଣ ଗୋ ତୁମ୍ଭେ ଆମ୍ଭର

 

ସବୁଦିନେ ପଡ଼ ତୁମ୍ଭେ ମନର

୬୭

ଆଜ ତୁମ୍ଭ ସଙ୍ଗେ ପୀରତି ହେବ

 

ଅଳପ ଦିନ ସିନା ଆମ୍ଭ ଭାବ

୬୮

ଅଳପ ଦିନରେ ମଥୁରା ଯିବୁଁ

 

କଂସକୁ ମାରି ତୁମ୍ଭଙ୍କୁ ଛାଡ଼ିବୁଁ

୬୯

ଅଷ୍ଟ ବରଷ ଗଲେ ପୁଣଇ ଆମ୍ଭେ

 

ଦ୍ୱାରକା ରହିବୁ ବଡ଼ ସମ୍ଭବେ

୭୦

ତେବେ ତୁମ୍ଭକୁ ଗୋ ମିଳିବ ସୁଖ

 

ଜାରାସନ୍ଧ ଭୟ ହୋଇବ ଦୁଖ

୭୧

ଏତେ କହିଣ ମୋର ସଙ୍ଗେ ଲୀଳା

 

ବହୁତ ଭାବ ଗୋ ମୋ ସଙ୍ଗେ କଲା

୭୨

ନାନା ରସରେ ସେ କଲେ ରମଣ

 

ପହରକେ ଦେହ ହେଇଲା ଖିନ

୭୩

ତେଜି କରି ଗଲେ ପରାଣଧନ

 

ଚାଲି ନ ପାରିଲି ମୁଁ ଚାରିଦିନ

୭୪

ପାଞ୍ଚ ସାତଦିନେ ଦମ୍ଭ ହୋଇଲି

 

ରତି ରସରେ ପୁଣ ମନ କଲି

୭୫

ତହା ଶୁଣି ସତ ଗୋପୀ ବୋଇଲା

 

ଭଲା ପୁରୁଷ ଗୋପେ ମିଳିଥିଲା

୭୬

ସମସ୍ତଙ୍କ ସଙ୍ଗେ ଏକ ପୀରତି

 

ମୁରଲୀ ସ୍ୱନରେ ମନ ବୋଧନ୍ତି

୭୭

ଦିନେ ମୋ ପୁରେ ବିଜେ କଲେ ହରି

 

ତିନି ବରଷ ସମୟ ତାହାରି

୭୮

ବାଳକଙ୍କ ସଙ୍ଗେ ଖେଳିଣ ରଙ୍ଗେ

 

ବୋଇଲେ ଦିଅ ଗୋ ଲବଣୀ ବେଗେ

୭୯

ଦେହ ମୋ ବିକଳ ହଉଛି ଦେଖ

 

ଖେଳି ଖେଳି ମୋତେ ଲାଗିଛି ଭୋଖ

୮୦

ହସିଣ ମୁଁ ପୁଣି ଦେଲି ଗୋଟିକା

 

ଗୋରସ ସଙ୍ଗରେ ଲବଣୀ ମେଞ୍ଚା

୮୧

ଛେନା ସଙ୍ଗରେ ବସା ଦହି ଦେଲି

 

ଦୁଧ ସର ନେଇ ପାଖେ ରଖିଲି

୮୨

ସକଳ ପଦାର୍ଥ ଖାଇଲେ ବେଗେ

 

ବୋଇଲେ ତୁମ୍ଭେ ଗୋ ନିଷ୍ଠୁର ଏବେ

୮୩

ମାଗିଲା ଲୋକକୁ ପାଣି ନ ଦେବ

 

ଦଧି ବିକି ଗଲେ ଉଜାଣେ ଥିବ

୮୪

ଆଉ କି ପଦାର୍ଥ ଦେବ ଯେ ତୁମ୍ଭେ

 

ଜାଣିଲୁଁ ନିଷ୍ଠୁର ତୁମ୍ଭେ ଗୋ ଏବେ

୮୫

ତାହା ଶୁଣିଣ ମୁଁ ବୋଇଲି ତାଙ୍କୁ

 

କିସ ମାଗିଲ ନ ଦେଲି ତୁମ୍ଭଙ୍କୁ

୮୬

ସେ ବୋଇଲେ ମୋତେ ଦେବ ସୁରତି

 

ସେ କଥାରେ ମୋର ମନ ବଳୁଛି

୮୭

ମୁଁ ତାଙ୍କୁ ବୋଇଲି ତୁମ୍ଭେ ବାଳୁତ

 

ମୁହିଁତ ଯୁବା ଅଟଇ ସମ୍ଭୂତ

୮୮

ତୁମ୍ଭେ କି ଜାଣିମ ରତି ସୁରତି

 

ଖେଳିବା ଖାଇବା ତୁମ୍ଭର ମତି

୮୯

ବଡ଼ ଲୋକଙ୍କର ବେଭାର ସେହୁ

 

ବାଳୁତ ପୁଅ ଅବେଭାର କହୁ

୯୦

ମୋଠାରୁ ଏମନ୍ତ ବଚନ ଶୁଣି

 

ଯୁବା ପୁଅ ହେଲେ ସେ ସେହିକ୍ଷଣି

୯୧

ଦିବ୍ୟ ମୂରତି ମଦନମୋହନ

 

ଚାହିଁଲା ଛଟକେ ମୋହିଲେ ପୁଣ

୯୨

ଦେଖିଣ ଚରଣେ ପଡ଼ିଲି ମୁହିଁ

 

ଶରଣ ପଶୁଛି ରଖ ଗୋସାଇଁ

୯୩

ୟେମନ୍ତ ବୋଲି ମୁଁ ପଶିଲି ଘରେ

 

ସେହିକ୍ଷଣି ଗଲେ ମୋର ସଙ୍ଗରେ

୯୪

କୋଳେ ଧରି ମୋର ଚୁମ୍ୱିଲେ ମୁଖ

 

ରତି ସୁରତି କଲେ ମହାସୁଖ

୯୫

ପୁଣି ବାଳୁତ ଗୋଟିଏ ହୋଇଲେ

 

ଖେଳିବା ପାଇଁକି ଦାଣ୍ଡକୁ ଗଲେ

୯୬

ସେହି ଦିନୁ ମୁହିଁ ଜାଣୁଲ ପୁଣ

 

ଗୋପରେ ଜନମ ପୁରୁଷୋତ୍ତମ

୯୭

ତା ଶୁଣି ସଙ୍ଗ ଗୋପିକା ବୋଇଲା

 

ଦିନେ ମଥୁରା ବାଟେ ହଟା କଲା

୯୮

ବୋଇଲା ଆଜ ଗୋ ଯିବ କେଣିକି

 

ଭେଟ ପଡ଼ିଅଛ ଏତେଦିନେ କି

୯୯

ମୁଁ ବୋଇଲି ତୁମ୍ଭେ ହେଇଲ ବାଇ

 

ଦିବସ ବେଳେ କି ସୁରତି ହୋଇ

୧୦୦

ଦିବସ ହୋଇଲା ରଜନୀ କାଳ

 

ରତି ରସେ ଲୀଳା ହେଲା ଅପାର

୧୦୧

ମୁଁ ଗଲି ଯମୁନା ସେ ଗଲେ ବନ

 

ସେ ଦିନ କଥା ଗୋ ଏମନ୍ତ ଜାଣ

୧୦୨

ଏତେ କହି ସର୍ବେ ଘରକୁ ଗଲେ

 

ଦାସ ଦନାଇଁ ସେ ପାଦେ ସେବିଲେ

୧୦୩

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୩୫-

ମାତଙ୍ଗ

-

ହାତୀ

୫୬-

ଦୋସଡ଼ା

-

ଚଦର

୭୦-

ସମ୍ଭର୍ବେ

-

ଆଡ଼ମ୍ବରରେ

 

ପଞ୍ଚଦଶ ଛାନ୍ଦ

ଏଥୁ ଅନ୍ତରେ ହୈମବନ୍ତୀ ପୁଣ

 

ଗୋପପୁର କଥା ଶୁଣି ମନେଣ

ବୋଇଲେ ଈଶାନ ସେ କଥା କହ

 

ଶୁଣିଣ ଶାନ୍ତି ହୋଉ ମୋର ଦେହ

ମହେଶ୍ୱର ବୋଲେ ଶୁଣ ଗୋ ତୁମ୍ଭେ

 

ଗୋପ ସୁନ୍ଦରୀ ଯାହା କଲେ ଏବେ

ଛାଡ଼ି କରି କୃଷ୍ଣ ମଥୁରା ଗଲେ

 

ଗୋପୀମାନେ ସବୁ ଆରତ ହେଲେ

ସହସ୍ରେ ସୁନ୍ଦରୀ ହୋଇଣ ମେଳ

 

ଚଳିଣ ଗଲେ ଇନ୍ଦୁରେଖା ପୁର

ଶୋଇଛନ୍ତି ସତୀ ପଲଙ୍କ ପରେ

 

ଫୁଲ ଶଯ୍ୟା ଗୋଟି ବାସନା କରେ

ଦଶ ପାଞ୍ଚ ସାତ ହୋଇଣ ନାରୀ

 

ଶୋଇବାଠାରେ ମେଳ ହେଲେ ବାଳୀ

ଦେଖିଲେ ଦିବ୍ୟପୁର ପାଏ ଶୋଭା

 

ଚମ୍ପା ବଉଳ ଗୋ ଜୁଡ଼ାରେ ଗଭା

 

 

ଅଳକା ସିନ୍ଦୂର କପୋଳେ ଅଛି

 

ନୋଥ ବସଣୀ ନାକେ ଶୋଭା ଦିଶି

ସୁନ୍ଦର ବେଶ ହୋଇଣ ଚତୁରୀ

 

ରତ୍ନ ଖଟ ପରେ ଶୟନ କରି

୧୦

ମଳୟ ବାସନା ଶୀତଳ ଘର

 

ଗହଳ ଶୁଣି ଉଠିଲେ ସତ୍ୱର

୧୧

ଦେଖିଲେ ବେଶ ହୋଇ ଗୋପନାରୀ

 

ବସିଛନ୍ତି ପାଶେ ଗୋପସୁନ୍ଦରୀ

୧୨

ବୋଇଲେ ଭାଗ୍ୟ ମୋର ଆଜ ଦିନ

 

ତୁମ୍ଭଙ୍କୁ ଦେଖିଲି ବେନି ନୟନ

୧୩

ଆଜକୁ ସତର ଦିନ ହୋଇଲା

 

ଛାଡ଼ି କରି କୃଷ୍ଣ ମଥୁରା ଗଲା

୧୪

ଏତେ ଦିନରେ ସଙ୍ଖୋଳିଲେ ମୋତେ

 

ନିରାଶ କରି ଗଲେ ଗୋପୀନାଥେ

୧୫

ବଡ଼ ନିଦାରୁଣ ନନ୍ଦ କହ୍ନାଇ

 

ବଡ଼ ପୀରତି କଲେ ନ ରହଇ

୧୬

କେଡ଼େ ସ୍ନେହ କରିଥିଲେ ଯଶୋଦା

 

ଚନ୍ଦ୍ର ପକ୍ଷରେ ଯେହ୍ନେ ଚୂନ ତୋରା

୧୭

କଦମ୍ୱ ଯେସନେ ଫୁଲ ଫୁଟିଲେ

 

ତେଳି ଡ଼େମ୍ଫ ତାର ଛିଣ୍ଡାଇ ଦେଲେ

୧୮

ବାରଣ ନ ଯାଏ ତାହାର ମୂଳ

 

ସେହି ପ୍ରକାରେ ହେଲେ ନନ୍ଦବାଳ

୧୯

ମାଆକୁ ଝିଅ ଯେସନେ ସୁନ୍ଦର

 

ଯେତେ ଦୋଷ କଲେ ନ ଘେନେ ତାର

୨୦

କେତେ କହିବା ଗୋ ତାଙ୍କର ଗୁଣ

 

ଦିନେ ଯାହା କଲେ ସେ ନାରାୟଣ

୨୧

ଦୋଳପୂର୍ଣ୍ଣମୀ ସେ ଦିନ ଅଟଇ

 

ଉତ୍ସବ ଆନନ୍ଦ କେ ପାରେ କହି

୨୨

ଦୁଧ ବନ୍ଦାଣ ସବୁଙ୍କରି ଘରେ

 

ଏହି ସମୟରେ ନନ୍ଦ କୁମରେ

୨୩

ପଦ୍ୱରେ ବେଳ ହୋଇଅଛି ପୁଣ

 

ମୁରଲୀ ଧରି ବାଇଲେ ଆପଣ

୨୪

ସେତେ ସମ୍ପତ୍ତିମାନ ଛାଡ଼ିକରି

 

ପଳାଇଲୁଁ ବେଗେ ଗୋପ ଗୁଆଳୀ

୨୫

ବୃନ୍ଦାବନେ ଯାଇଁ ହେଲେ ପ୍ରବେଶ

 

ଆମ୍ଭଙ୍କୁ ଦେଖିଣ ସେ ହୃଷୀକେଶ

୨୬

ବୋଇଲେ ଉଚ୍ଛବ ଦିନ ଗୋ ଆଜ

 

ଅଇଲ ଗୋ ତୁମ୍ଭେ ନ ପାଇ ଲାଜ

୨୭

ଯେବେ ଅଇଲ ଗୋ ଆମ୍ଭ ପାଶକୁ

 

ଉଚ୍ଛବ ଯାତ୍ରା କରିବା ମନକୁ

୨୮

ଏତେ ବୋଲି ମନେ ବିଚାର କଲେ

 

ଦିବ୍ୟ ମଣ୍ଡପ ତିଆରିଲେ ଭଲେ

୨୯

ତହିଁରେ ଚାନ୍ଦୁଆ ଇନ୍ଦ୍ର ଗୋବିନ୍ଦ

 

ତଳେ ରତ୍ନବେଦୀ କରିଣ ଛନ୍ଦ

୩୦

ତୃଣା ଖମ୍ୱ ଦୁଇଗୋଟି ତିଆରି

 

ଦୋଳି ଗୋଟିଏ ତହିଁ ବାନ୍ଧି କରି

୩୧

ନଟବର ବେଶ ହୋଇଣ ପୁଣ

 

ଦୋଳି ଉପରେ ବିଜେ ନାରାୟଣ

୩୨

ରାଧାକୁ କୋଳେ ବସାଇଲେ ନେଇ

 

ଲଳିତା ବିଶାଖା ଦେଖିଣ କହି

୩୩

ଦୋଳି ପହଞ୍ଚାଅ ଷୋଳ ନାୟିକା

 

ପୁଣି ବୋଇଲେ ଗୋ ଶୁଣ ଦୂତିକା

୩୪

ଛତି ତରାସ ଗୋ ଟୋକାଅ ଏବେ

 

ପୂର୍ଣ୍ଣମାସୀ ଆଜ କାହାଳୀ ଦେବେ

୩୫

ଗୋପୀମାନେ ସର୍ବେ ଖଟିବେ ଜାଣ

 

କଂସାଳ ମର୍ଦ୍ଦଳ ଧରିଣ ପୁଣ

୩୬

ଥୋକେ ଗୋପୀ ହୁଳି ଖେଳରେ ଥିବେ

 

ଥୋକେ ମଣିମା ମଣିମା ଡାକିବେ

୩୭

ଥୋକେ ଫଗୁ ଗୁଣ୍ଡି କରିବେ ବୃଷ୍ଟି

 

ରଙ୍ଗମୟ ଏବେ ଦିଶିବ ସୃଷ୍ଟି

୩୮

ସମସ୍ତଙ୍କ ଦେହ ହୋଇବ ଫଗୁ

 

ଆନ ଏମନ୍ତ ଯାତ୍ରା ହେବ ସବୁ

୩୯

ଶୁଣିଣ ସମସ୍ତେ ହଉ ବୋଇଲୁ

 

ଯାତ୍ରା ହେବ ବୋଲି ଆନନ୍ଦ ହେଲୁଁ

୪୦

ନାୟିକାମାନେ ଦୋଳି ହଲାଇଲେ

 

ପୂର୍ଣ୍ଣମାସୀ ବେଗେ କାହାଳୀ ଦେଲେ

୪୧

ଛତି ତରାସ ଟେକା ହେଲା ପୁଣ

 

ଫଗୁ ବହୁତ ହୋଇଲା ଭୂଷଣ

୪୨

କଂସାଳ ମର୍ଦଳ ଶବଦ ଘୋର

 

ଦେଖି ଅଇଲେ ଦେବତା ସକଳ

୪୩

ଗୋରୁବଛାମାନେ ଶ୍ରବଣ ଡେରି

 

ଗୋପପୁରରେ ପଡ଼ିଲା ହାଲୋଳି

୪୪

ଗୋପରୁ ଗୋପାଳେ ଅଇଲେ ଦେଖି

 

ରାଧିକା କୋଳରୁ ଗଲେ ଉପେକ୍ଷି

୪୫

ନନ୍ଦ ଯଶୋଦା ଅଇଲେକ ପୁଣ

 

ଗୋବିନ୍ଦ ଦେଖିଲେ ଦୋଳି ପରେଣ

୪୬

ସ୍ୱର୍ଗ ସମ୍ପତ୍ତି ସେହିଠାରେ ରୁଣ୍ଡ

 

ରଙ୍ଗମୟ ଦିଶୁଅଛି ବ୍ରହ୍ମାଣ୍ଡ

୪୭

ଦୋଳଗୋବିନ୍ଦ ଯେ ବୃନ୍ଦାବନରେ

 

ଉଚ୍ଛବ ଯାତ୍ରା ହୋଇଲା ତହିଁରେ

୪୮

ବେଳ ବୁଡ଼ିଲା ସର୍ବେ ଗଲୁଁ ଘର

 

ବଛା ବାଳକ ଘେନିଣ ସଙ୍ଗର

୪୯

ଘଣ୍ଟି ଘାଗୁଡ଼ି ନାନା ସଜ ଘେନି

 

ପ୍ରବେଶ ହେଲେ ରାମକୃଷ୍ଣ ବେନି

୫୦

ନିଶିରେ ମୋ ପୁରେ ପ୍ରବେଶ ହେଲେ

 

ପଲଙ୍କେ ଘେନିଣ ମୋତେ ଶୋଇଲେ

୫୧

ରତି ସୁରତି କଲେ ମନ ଇଚ୍ଛା

 

ମୋହୋର ପୂର୍ଣ୍ଣ କରି ମନବାଞ୍ଛା

୫୨

ପ୍ରଭାତରୁ ଉଠି କେଣିକି ଗଲେ

 

ସେଦିନ ଉଚ୍ଛବ ଏମନ୍ତ କଲେ

୫୩

ସେଡ଼େ ସୁଖମାନ କେଣିକି ଗଲା

 

ମଥୁରା ଯିବାରୁ ପରାଣ ନେଲା

୫୪

ତାହା ଶୁଣି କହେ ଗୋପ-ତରୁଣୀ

 

ଏକଦିନେ ଯାହା ସେ କଲେ ପୁଣି

୫୫

ମୋର ପୁରେ ଯାଇଁ ବିଜୟେ କଲେ

 

କେହି ନାହାନ୍ତି ସେଦିନ ମୋ ଘରେ

୫୬

ହାସ ରସରେ ନାନା ପ୍ରୀତି ହେଲା

 

ରଜନୀ ପାଇଣ ବେଳ ଉଇଁଲା

୫୭

ସେଦିନ ନିଦ୍ରା ଯେ ନେତ୍ରେ ନୋହିଲା

 

ଉଠି କରି ହରି ବନକୁ ଗଲା

୫୮

ସେଦିନ ମନ ମୋ ପୂର୍ଣ୍ଣ ହୋଇଲା

 

ମୋର ସଙ୍ଗ ସେହି ଦିନରୁ ଗଲା

୫୯

କି କହିବି ତାହାଙ୍କର ମୁଁ ଗୁଣ

 

କର୍ମ୍ମଦୋଷରୁ ଛାଡ଼ି ଗଲେ ପୁଣ

୬୦

ତାହା ଶୁଣିଣ ଗୋପୀୟେ କହଇ

 

ଦିନେ କୋଳି ବିକା ଅଇଲା ସହି

୬୧

ତାହା ଶୁଣିଣ ମୋଧୋଇ ଧାଇଁଲେ

 

ଘରଠାରୁ ଧାନ ଗୁଡ଼ିଏ ନେଲେ

୬୨

ଚାଣ୍ଡାଳୁଣୀକି ଦେଲେ ନେଇ କରି

 

କୋଳି ଦେଲା ସେହୁ ଶରଧା କରି

୬୩

ଯେତେ କୋଳି ଥିଲା ତାହା ବୋଝରେ

 

ସବୁ ଦେଲା ନେଇ କୃଷ୍ଣ ହସ୍ତରେ

୬୪

ଦେଖିଣ ସନ୍ତୋଷ ହୋଇଲେ ହରି

 

ବୋଇଲେ ଦାରିଦ୍ର୍ୟ ଯାଉ ତୋହରି

୬୫

ଯେତେ ଧାନ ଅଛି ତୋହ ବୋଝରେ

 

ସୁବର୍ଣ୍ଣ ହେଲା ତୁ ଦେଖ ନେତ୍ରରେ

୬୬

ଆଜଠାରୁ ତୋର ଦୁଖ ସରିଲା

 

ଆମ୍ଭର ମନ ସନ୍ତୋଷ ହୋଇଲା

୬୭

ଚାଣ୍ଡାଳୁଣୀ ଦେଖି ତୋଷ ହୋଇଲା

 

ହରଷ ହୋଇ ନିଜ ପୁର ଗଲା

୬୮

ସେ ଦିନୁ ସେକଥା ସମସ୍ତେ ଜାଣି

 

ସେବା କରିଥାଉଁ ସେ ପାଦେ ପୁଣି

୬୯

ଯେଉଁ ଦିନୁ ଗୋପେ ହେଲେ ଜନମ

 

ଧନ ସମ୍ପତ୍ତି ସବୁ ଘରେ ପୁଣ

୭୦

ପଲଙ୍କ ସୁପାତି ରତ୍ନ ଗରିଆ

 

ଧାନ ଚାଉଳ ମରାଇ ନାଳିଆ

୭୧

ଟଙ୍କା ସୁନା କଉଡ଼ି ଯେତେ ଯେତେ

 

ସକଳ ପଦାର୍ଥ ହୋଇଲା ଗୋପେ

୭୨

ଗୋରୁମାନେ ପୁଣି ସୁରଭି ହେଲେ

 

ଯେତେ ଦୁହିଁବ ତେତେ କ୍ଷୀର ଦେଲେ

୭୩

ଲବଣୀ ଘୃତ ଉପୁଜେ ବହୁତ

 

ସୁଖୀ ହେଇଲୁଁ ଗୋପେ ଯେତେ ଲୋକ

୭୪

ନୋହିଲେ କିମ୍ପାଇ ବଡ଼ ହୋଇଲେ

 

ବାମ କରରେ ମନ୍ଦର ଧଇଲେ

୭୫

ଦେବତାମାନେ ଡରନ୍ତି କଂସକୁ

 

ବାଳକ ହୋଇ ମାଇଲେ ତାହାକୁ

୭୬

ସେ ହରି ମନରେ ପଡ଼ିଲେ ପୁଣ

 

ଦହିଯ୍ୟ ହଉଛି ପରାଣ ଜାଣ

୭୭

କେତେକାଳ ପୁଣ ଦୁଖ ହୋଇବ

 

କାନ୍ତକୁ ନ ଦେଖି ପରାଣ ଯିବ

୭୮

ତାହା ଶୁଣି ଚମ୍ପା ଗୋପିକା କହି

 

କେଡ଼େ ଦୁଖ ଦେଲେ ନନ୍ଦ କହ୍ନାଇଁ

୭୯

ନୂଆ ସମୟେ ବିଦେଶେ ରହିଲେ

 

କେଳିମାନ ସବୁ ପାସୋର କଲେ

୮୦

କୁଞ୍ଜବନ ହେଲା ଅପୂର୍ବ ପୁଣ

 

ସ୍ୱପନ ହୋଇଲା ମୁରଲୀ ସ୍ୱନ

୮୧

ଗୋପ ଦାଣ୍ଡ ନାଟ କେଣିକି ଗଲା

 

ବେଶ ଭୂଷଣ ଅଲଗା ହୋଇଲା

୮୨

ଅଙ୍ଗ ସଙ୍ଗ ଆଉ ନୋହିଲା ପୁଣ

 

ଚାହିଁ କରି ତନୁ ହୋଇଲା କ୍ଷୀଣ

୮୩

ଲୁଣ ଯେସନେ କଳସିକି ଖାଏ

 

ଆମ୍ୱୁଲ ଯେସନେ ସଢ଼ିଣ ରହେ

୮୪

ଦଧି ଯେସନେ ଘୋଳେ ପୋଚା ହୋଇ

 

କଦଳୀ ପାଚିଲେ ମିଳାଇ ଯାଇ

୮୫

ନିଦ୍ରାରେ ଅଚେତ ଯେସନେ ପୁଣ

 

ସପନ ଦେଖିଲେ ନ ରହେ ମନ

୮୬

ତେସନ ପରାୟେ ହୋଇଲୁ ଆମ୍ଭେ

 

ଦିନକ ଯୁଗ ହୋଇଲାଣି ଏବେ

୮୭

ତାହା ଶୁଣି କହେ ବ୍ରଜସୁନ୍ଦରୀ

 

ଦିନେ ମେ ପୁରକୁ ଅଇଲେ ହରି

୮୮

ମୋର ସଙ୍ଗେ ବସି କଥା ହୋଇଲେ

 

ଉଚିତ ସୁରତି ଦିଅ ବୋଇଲେ

୮୯

ଅଳପ ଦିନ ତୁମ୍ଭ ସଙ୍ଗେ ସଙ୍ଗ

 

ଆମ୍ଭଙ୍କୁ ମନରେ ନୋହିବ ଖଙ୍ଗ

୯୦

ପଛରେ ଗାଳି ଗୋ ନ ଦେବ କେହି

 

ବହୁତ ଅଳି ତୁମ୍ଭ ସଙ୍ଗେ ହୋଇ

୯୧

ଆମ୍ଭର ଜନମ ଦୁଷ୍ଟ ମାରିବୁ

 

ସନ୍ଥ ଜନକୁ ପାଳଣା କରିବୁ

୯୨

ଦେବତା ବ୍ରାହ୍ମଣ କଷ୍ଟ ସାରିବୁ

 

ପୃଥ୍ୱୀ ଭାରାକୁ ଉଶ୍ୱାସ କରିବୁ

୯୩

ଏତେ ବୋଲି କୋଳ କରିଣ ନେଲେ

 

ରତି ସୁରତି ନାନା ବନ୍ଧେ ଦେଲେ

୯୪

ବୋଧ କରିଣ କହି କରି ଗଲେ

 

ସେହିଦିନୁ ଦେଖା ନାହାନ୍ତି ମୋରେ

୯୫

ଏତେ ବୋଲିଣ କହି ତୁନି ହେଲେ

 

ସମସ୍ତେ ରୋଦନ ତହିଁରେ କଲେ

୯୬

ଶୋକ କରିଣ ଯେଝା ଘରେ ଗଲେ

 

ଇନ୍ଦୁରେଖାକୁ କହିଣ ସକଳେ

୯୭

ଇନ୍ଦୁରେଖା ମନେ ବିରସ ହୋଇ

 

ମନରେ ଭାବନ୍ତି ନନ୍ଦ କହ୍ନାଇଁ

୯୮

ତାଙ୍କ ଚରଣେ ମୋର ଚିତ୍ତ ରହେ

 

ଦାସ ଦନାଇଁ ସେ ପାଦରେ କହେ

୯୯

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୩୧

ତୃଣା

-

ତୋରଣା, ଫାଟକ

୩୬

କଂସାଳ

-

ଜାଳିଏ ବାଜା

୩୭

ହୁଳି ଖେଳ

-

ଖେଳ

୭୩

ସୁରଭି

-

କାମଧେନୁ

୯୦

ଗଙ୍ଗ

-

ବୁଖିତ

 

ଷୋଡ଼ଶ ଛାନ୍ଦ

ଏଥୁ ଅନନ୍ତରେ ଅମୂଲ୍ୟ ରସ

 

ପାର୍ବତୀ ଆଗେ କହେ ବିଶ୍ୱବାସ

ବୋଇଲେ ଶୁଣ ଗୋ ଦେବି ଗଉରି

 

ପୁଣଇ ଯାହା କଲେ ଗୋପ-ସୁନ୍ଦରୀ

କୃଷ୍ଣ ଯିବାର ସତର ଦିନରେ

 

ସହସ୍ରେ ଗୋପିକା ବିଚାର କଲେ

ପୁଞ୍ଜି ପୁଞ୍ଜି ହୋଇ ହେଲେ ବାହାର

 

ଯାଇଁ ମିଳିଲେ ଚିତ୍ରରେଖା ପୁର

ଦେଖିଲେ ବସିଛି ଦିବ୍ୟସୁନ୍ଦରୀ

 

ସିଂହାସନ ପରେ ଆଉଜି କରି

ରାମ ଗୋବିନ୍ଦ ବୋଲୁଅଛି ତୁଣ୍ଡେ

 

ଫୁଲ ଗଭା ଶୋଭା ଦିଶୁଛି ମୁଣ୍ଡେ

ଚିନ୍ତା କରୁଅଛି ଶ୍ରୀହରି ମନ

 

ତାମ୍ୱୁଳେ ତୁଣ୍ଡ ଦିଶେ ରଙ୍ଗବର୍ଣ୍ଣ

ମୁଖ ହଲିବାରେ ହଲଇ ନୋଥ

 

ବସଣି ଗୁଣା ଶୋଭାପାଏ ସେ ତ

 

 

କପୋଳେ ସିନ୍ଦୂର ନିନ୍ଦଇ ରବି

 

ଚରଣେ ଅଳତା ନେପୁର ଖଞ୍ଜି

ବିଚିତ୍ର ପତନୀ ପିନ୍ଧିଣ ବାମା

 

ମସ୍ତକେ ଅଳକା ଦିଶେ ଉପମା

୧୦

ହସ୍ତରେ ସୁବର୍ଣ୍ଣ କଙ୍କଣ ଶୋହେ

 

କଳା କାଞ୍ଚେଲା ଗୋ ଜଡ଼ିଛି ଦେହେ

୧୧

ଗୋରା ଦେହକୁ ରୂପା ତାଡ଼ ଶୋହେ

 

କୋମଳ ବଚନ ସୁନ୍ଦରୀ କହେ

୧୨

ଅଙ୍ଗୁଷ୍ଠିରେ ମୁଦି ମାଳେ ରତନ

 

ହୀରା ନୀଳା ତହିଁ ବସିଛି ପୁଣ

୧୩

ମୃଗନୟନୀ ରଞ୍ଜନ ନୟନେ

 

ବଦନ ଦିଶଇ ଚନ୍ଦ୍ର ଯେସନେ

୧୪

ତେଜରେ ଅନ୍ଧାର ଆଲୁଅ ହୋଇ

 

ଚନ୍ଦ୍ରାବଳୀ ପ୍ରାୟେ ଦିଶଇ ସେହି

୧୫

ଦେଖି ଗୋପୀମାନେ ଓଳଗ ହେଲେ

 

ସମସ୍ତେ ଯାଇଁ ପାଶରେ ବସିଲେ

୧୬

ବୋଇଲେ ସୁନ୍ଦରି କରିବା କିସ

 

ମଥୁରା ଗଲେ ନ ଆସିଲେ କୃଷ୍ଣ

୧୭

ତାହା ଶୁଣି ଚିତ୍ରରେଖା କହିଲେ

 

ସବୁ କଥା ହରି ପାସୋରି ଗଲେ

୧୮

ଯେଉଁଦିନ ଥିଲେ ଆମ୍ଭ ସଙ୍ଗର

 

ଗହଳ ହୋଇଥିଲା ଗୋପପୁର

୧୯

ମୁରଲୀ ସ୍ୱନରେ ସମସ୍ତେ ବାଇ

 

ରାତ୍ର ଦିବସ ଗୋପରେ ନ ରହି

୨୦

ଏବେ ତ ହେଲା ଭୟ କୁଞ୍ଜବନ

 

କୃଷ୍ଣ ଯିବାରୁ ତୁଚ୍ଛା ହେଲା ପୁଣ

୨୧

ଦିନେ ମୁଁ ଗଲି ଯମୁନା ଜଳକୁ

 

ଭୟ ଲାଗିଲା ଆସିଲା ବେଳକୁ

୨୨

ବିଚାରିଲି ମନେ ଆରେ ବିଧାତା

 

କି କରିଥିଲେ କାହିଁ ଗଲେ କାନ୍ତା

୨୩

ତରତର ହୋଇ ଅଇଲି ଘର

 

ନୟନରୁ ମୋର ବହିଲା ନୀର

୨୪

ତାହା ଶୁଣି ଏକ ଗୋପୀ ବୋଇଲା

 

ହୃଦୟ ସେ କଥାମାନ ଦହିଲା

୨୫

ନ ଯାଇ କିମ୍ପା ରହିଛି ଜୀବନ

 

ଯେବେ ଛାଡ଼ିଗଲେ ପରାଣଧନ

୨୬

ଗୋଟି ଗୋଟିକେ କେହୁ ବୁଝାଇବ

 

ରତି ସୁରତିରେ ମନ ମୋହିବ

୨୭

ମୟୂର ପ୍ରାୟେ କେ ନାଚିବ ପୁଣି

 

କୋକିଳ ପ୍ରାୟେ କେ କହିବ ବାଣୀ

୨୮

ବେଶ ଭୂଷଣ କେ ଆମ୍ଭଙ୍କୁ ଦେବ

 

ବାଳକ ରୂପ କେ ଯୁବା ହୋଇବ

୨୯

ଲୋଟଣି ଛନ୍ଦେ କେ ବାନ୍ଧିବ ଚୂଳ

 

ଢଳି କେ ନାଚିବ ଆମ୍ଭ ସଙ୍ଗର

୩୦

ମନ କଲେ କେହୁ ଧରିବ ହସ୍ତ

 

ବେଶ କେ କରିବ ଗଲେଣି ସେ ତ

୩୧

ତାହା ଶୁଣି ଆର ଗୋପୀ ବୋଇଲା

 

ଜନନୀ କେମନ୍ତେ ଦେହ ବହିଲା

୩୨

ଆମ୍ଭର ପରାଣ ଯାଉଛି ଛାଡ଼ି

 

କେମନ୍ତେ ନନ୍ଦ ମୁରୁଛିଲେ ହରି

୩୩

ତାହା ଶୁଣି ଆର ଗୋପୀ ବୋଇଲା

 

ଦିନେ ମୋ ପୁରେ ମାଧୋଇ ମିଳିଲା

୩୪

ବୋଇଲେ ମୋତେ ଗୋ ଶୀତଳ କରି

 

ରତି ସୁରତିରେ ତୋଷ ଗୋ ନାରି

୩୫

ମୁଁ ବୋଇଲି ତୁମ୍ଭେ ନାଗରବର

 

କେତେ ଯୁବତୀ ଅଛନ୍ତି ତୁମ୍ଭର

୩୬

ତାହା ଶୁଣି ହସି କୋଳେ ଧଇଲେ

 

ବୋଇଲେ ମନଦୁଖ କିମ୍ପା ମୋରେ

୩୭

ମୁଖେ ଚୁମ୍ୱ ଦେଇ ସୁରତି କଲେ

 

ରତି ସାରି କୁଞ୍ଜବନକୁ ଗଲେ

୩୮

ବିଶାଖା ଗୋପାଳୁଣୀ କହେ ପୁଣି

 

ଦିନେ ମୋ ପୁରେ ବିଜେ କମ୍ୱୁପାଣି

୩୯

ଅନ୍ନ ଭୁଞ୍ଜୁଅଛି ବସିଣ ମୁହିଁ

 

ରଜନୀ ପହରେ ଅଛଇ ହୋଇ

୪୦

ବୋଇଲେ ଅଇଲୁଁ ତୁମ୍ଭରି ଘର

 

ଦିଅରକୁ ଆଜ ଚରଚା କର

୪୧

ତାହା ଶୁଣି କରି ମୁହିଁ ବୋଇଲି

 

ଦୁଖ ଘରେ ରାଜ-କୁଣିଆ ମିଳି

୪୨

ଭାଇ ତ ନାହାନ୍ତି ଘରେ ତୁମ୍ଭର

 

ଦେଠାଇ ଶୋଇଲେ ଗମ୍ଭୀରି ଘର

୪୩

ଅନ୍ନ ବ୍ୟଞ୍ଜନ ସରିଲାଣି ଆସି

 

କିସ ଦେଇଣ ତୁମ୍ଭ ମନ ତୋଷି

୪୪

ବୋଇଲେ ସକଳ ଅଛି ତୁମ୍ଭର

 

ବେନି ଗୋଟି କୁଚ ଅମୃତସାର

୪୫

ଲାବଣ୍ୟ ମୂରତି ଅଟଇ ଦେହ

 

ତୁମ୍ଭଠାରେ ମୋର ବହୁତ ସ୍ନେହ

୪୬

ଏତେ ବୋଲି ମୋତେ ଘରକୁ ନେଲେ

 

ରତି ସୁରତି ଶେଯ ପରେ କଲେ

୪୭

ମୋ ମନ ତୋଷ କରି ଦେବ ହରି

 

ମୋର ଅଗଣାରେ ସେ ସ୍ନାନ କରି

୪୮

ଝୀନ ପତନୀ ଆଣଇ ଦେଲି ମୁହିଁ

 

ପିନ୍ଧି ବସିଲେ ଭୁଞ୍ଜିବାର ପାଇଁ

୪୯

ସର ଲବଣୀ ଛେନା ଦଧି ଦେଲି

 

ଗୋଟିକା ସର ନେଇଁ ପରଶିଲି

୫୦

ଅନ୍ନ ବ୍ୟଞ୍ଜନ ଗୋ ଦେଲି ମୁଁ ନେଇ

 

ଭୋଜନ ସାରିଣ କେଣିକି ଯାଇ

୫୧

ତାହା ଶୁଣି ଚିତ୍ରରେଖା ବୋଇଲା

 

ସମସ୍ତେ ବୃନ୍ଦାବନେ ଥିଲେ ପରା

୫୨

ଯଉଁଦିନ ରାଈ ହୋଇଲେ ରାଜା

 

ସମସ୍ତେ ହୋଇଲେ ତାଙ୍କ ପରଜା

୫୩

ବାସୁକି ଆସି ସିଂହାସନ ଦେଲା

 

ବିଶ୍ୱକର୍ମା ଚାଳ ଉପରେ କଲା

୫୪

କୁବେର ଭଣ୍ଡାର ସମର୍ପେ ଆଣି

 

ଇନ୍ଦ୍ର ଚାନ୍ଦୁଆ ଟାଣିଲେକ ପୁଣି

୫୫

ଚାରି ଯୁଗ ଚାରି ଖମ୍ୱ ହୋଇଲେ

 

ବେଦବର ଆସି ମର୍ଦ୍ଦଳ ଧରେ

୫୬

କଳା ଧଳା ଛତି ତରାସ ପୁଣି

 

ଟେକି ଧଇଲେ ଦେବତାୟେ ପୁଣି

୫୭

ନାୟିକାମାନେ ଖଟଣି ଖଟିଲୁଁ

 

ଗୋପୀମାନେ ସବୁ ଗରବ ହେଲୁଁ

୫୮

ରାଉତ ବେଶ ଗୋଚି ରାଧା ହେଲେ

 

ଶିରରେ ଜରି ପାଗକୁ ବାନ୍ଧିଲେ

୫୯

ମୁକୁତା ଥୋପି ପାଟ ପରେ ଦେଇ

 

ଇନ୍ଦ୍ର ଫାସିଆ କର୍ଣ୍ଣରେ ଖଞ୍ଜାଇ

୬୦

ରତ୍ନ କୁଣ୍ଡଳ ଯେ ଶୋହେ କର୍ଣ୍ଣରେ

 

ପଦକ ଦ୍ୱାରା ଲମ୍ୱଇ ଗଳାରେ

୬୧

ତା’ ପରେ ଖଞ୍ଜେ ତାପସରୀ ନେଇ

 

ଗଳାରେ ଭୂଷଣ ସୁନ୍ଦର ହୋଇ

୬୨

ଦିବ୍ୟ କାଞ୍ଚଲା ଯେ ଶରୀରେ ପିନ୍ଧି

 

ଅଙ୍ଗୁଷ୍ଠି ମାନବେ ସୁବର୍ଣ୍ଣ ମୁଦି

୬୩

ଗୋଡ଼ ଅଙ୍ଗୁଷ୍ଠିରେ ହସ୍ତେ କଙ୍କଣ

 

କଟିରେ କାଛେଣି ସେ ଶୋଭାବନ

୬୪

ଏମନ୍ତ ବେଶ ହୋଇ ଚନ୍ଦ୍ରାବଳୀ

 

ସିଂହାସନ ପରେ ବିଜୟେ କରି

୬୫

ସେଦିନ କୃଷ୍ଣ ହେଲେ କଟୁଆଳ

 

ବାଳକେ ହୋଇଲେ ଦୂର କିଙ୍କର

୬୬

ଦାମ ସୁଦାମ ଯେ ମଧୁମଙ୍ଗଳ

 

ରଥୀ ହୋଇ ରହେ ସିଂହଦୁଆର

୬୭

ବୃନ୍ଦାବତୀ ମନ୍ତ୍ରୀ ଲଳିତା ପାତ୍ର

 

ବିଶାଖା ରଙ୍ଗଦେବୀ ସାଧବ ତ

୬୮

ମଲ୍ଲୀ ମାଳତୀ ଖୁଣ୍ଟିଆ ହୋଇଲେ

 

ସୁଦେବୀ ମରୁଆ ଡାକୁଆ ହେଲେ

୬୯

ଛୁମୁ ପଢ଼ିଆରୀ ହେଲେ ଦୂତିକା

 

ପୂର୍ଣ୍ଣମାସୀ ଭଣ୍ଡାରରେ ପରୀକ୍ଷା

୭୦

କୁନ୍ଦଲତା ହେଲେ ବିଡ଼ିଆ ଭାଙ୍ଗି

 

ତୁଙ୍ଗଦେବୀ ପାଣି ଘେନିଣ ଜଗି

୭୧

ତଳୀ ପରୀକ୍ଷା ଚିତ୍ରରେଖା ହେଲେ

 

କାହାଳୀ ଇନ୍ଦୂରେଖା ବଜାଇଲେ

୭୨

ଚାରି ସହସ୍ର ଗୋପୀ ଯାନ୍ତି ପୁଣି

 

ରଥୀ ହୋଇଲେ ଚାରିସସ୍ର ଜାଣ

୭୩

ସିପାଇ ହୋଇଲେ ଦୁଇ ସହସ୍ର

 

ସହସ୍ରେ ନାରୀ ଖଟଣି ବିହିତ

୭୪

ପାଞ୍ଚସସ୍ର ନାରୀ ପରଜା ପୁଣି

 

ୟେମନ୍ତେ ରାଜା ହେଲେ ଠାକୁରାଣୀ

୭୫

ସ୍ୱର୍ଗ ଦେବତାୟେ ପାଶରେ ବସି

 

ଆଜ୍ଞାକାରୀ ହେଲେ ବୈକୁଣ୍ଠବାସୀ

୭୬

ରାଈ ରଜା ବୋଲି ସର୍ବେ ବୋଇଲେ

 

ହୁଳହୁଳି ଦେଇ ମଙ୍ଗଳ ଦଲେ

୭୭

ସେଦିନ କଥା ଗୋ ଦେଖିଛ ଡୋଳେ

 

କେଡ଼େ ଉଛବ ଗୋ କୁଞ୍ଜବନରେ

୭୮

କୃଷ୍ଣ କଟୁଆଳ ଛାମୁରେ ଥାନ୍ତି

 

ଯେଣିକି ପେଷିବ ତେଣିକି ଯାନ୍ତି

୭୯

ବଡ ମାୟା କଲେ ନନ୍ଦଙ୍କ ପୁଆ

 

ବୃନ୍ଦାବନରେ ସମସ୍ତଙ୍କ ସ୍ନେହ

୮୦

ଦୁଧ ସର ଛେନା ନବାତ ଆଣି

 

ପାଚଲା ଲୀଳା ସରିଲା ସେଠାରେ

୮୧

ଦିବସ ଲୀଳା ସରିଲା ସେଠାରେ

 

ଭୋଜନ କରାଇ ଛଡ଼ ରସରେ

୮୨

ସିଂହାସନ ରାଈ ଉଠିଣ ପୁଣି

 

କୃଷ୍ଣଙ୍କୁ ବୋଇଲେ ନାଗରମଣି

୮୩

ସବୁ ତ ସୁଖ ହୋଇଲା ଆମ୍ଭର

 

ରତି ସୁରତି ଭାବ ବେଳେ କର

୮୪

ସମସ୍ତଙ୍କର ମନ ସୁସ୍ଥ ହଉ

 

ଏ କଥାମାନ କାଳଯୁଗେ ଥାଉ

୮୫

ସମସ୍ତଙ୍କ ମନ ସନ୍ତୋଷ କର

 

ନିକୁଞ୍ଜ ବନରେ ହୋଉ ବିହାର

୮୬

ବସ୍ତ୍ର ହରଣ ଉଲଗ୍ନ ଯେସନେ

 

ତେସନେକ ହେବ ନିକୁଞ୍ଜ ବନେ

୮୭

ବାସ ଜଳରେ ନୋହିଲାକ ରସ

 

ଆଜ ତ ହୋଇଛି ବୈଶାଖ ମାସ

୮୮

ଚନ୍ଦନ କେଳି ଆଜ କରାଇବ

 

ଦିବସ ପରମ ଶୀତଳ ହେବ

୮୯

ମୋତେ ତୁମ୍ଭେ ଦେବ ସବୁରି ସଙ୍ଗ

 

ଏହା ଶୁଣି ନବ ନାଗର ବେଗ

୯୦

ଗୋପୀ ଗୋଟିକେ ଗୋବିନ୍ଦ ଗୋଟିଏ

 

ଏ ମନ୍ତ ରୂପେ ହେଲେ ଦେବରାୟେ

୯୧

ସଲସ୍ତଙ୍କ ପାଇଁ ଚନ୍ଦନ କୁଣ୍ଡା

 

ଯେଝା କେଳି ପରେ ହୋଇଲେ ରୁଣ୍ଡ

୯୨

ଷୋଳ ସସ୍ର ଘର ତୁରିତେ କରି

 

ସମସ୍ତଙ୍କ ପୁରେ ବିଜେକ ହରି

୯୩

ଚନ୍ଦନ କୁଣ୍ଡେ ଆମ୍ଭ ସଙ୍ଗ ପୁଣ

 

ଗୋଟି ଗୋଟିକରେ କ୍ରୀଡ଼ା ଯେ ପୁଣ

୯୪

ରାଈ ସଙ୍ଗରେ ମଦନମୋହନ

 

ଚନ୍ଦ୍ରାବଳୀ ହସ୍ତ ଧରିଣ ପୁଣ

୯୫

ସମସ୍ତଙ୍କ କେଳି ଦେଖିଲେ ଯାଇଁ

 

ଦେଖିଣ ଶ୍ରୀମତୀ ସନ୍ତୋଷ ହୋଇ

୯୬

ରତି ସୁରତି ଗୋବିନ୍ଦ ସଙ୍ଗରେ

 

ରଜନୀ ଶେଷେ ଗଲୁଁ ଯେଝା ଘରେ

୯୭

ତହୁଁ ତିନି ମାସ ପନ୍ଦର ଦିନେ

 

ମଥୁରା ଗଲେ ଛାଡ଼ି ନନ୍ଦନାନେ

୯୮

ଗୋପରେ ରହିଲେ ଅଷ୍ଟ ବରଷ

 

ରତି ସୁରତିରେ ସମସ୍ତେ ତୋଷ

୯୯

ତିନି ଦିନଠାରୁ ଲୀଳା ହୋଇଲା

 

ଏତେ ଦିନେ ହରି ମଥୁରା ଗଲା

୧୦୦

ଶୁଣି ଭଗବତୀ ସନ୍ତୋଷ ହେଲେ

 

ଦାସ ଦନାଇ ସେ ପାଦେ ସେବିଲେ

୧୦୧

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୫୧-

ରାଉତ

-

ଏଠାରେ ‘ରାଜା’ ଅର୍ଥରେ ପ୍ରଯୁକ୍ତ

୬୯-

ଡାକୁଆ

-

ଦଣ୍ଡାମି, ବୋଲକରା

 

 

ସପ୍ତଦଶ ଛାନ୍ଦ

ଏଥୁ ଅନନ୍ତରେ ଭଗବତୀ କହି

 

ପୁଣି କିସ କଲେ ଗୋପର ଗୋଈ

ଗୋବିନ୍ଦଙ୍କୁ କେତେ ଦିନେ ଦେଖିଲେ

 

ଏ କଥା ମୋତେ କହ ଦେବ ହରେ

ବିରହ କେମନ୍ତେ ଶାନ୍ତି ହୋଇଲା

 

ରାଧା ଠାକୁରାଣୀ କେମନ୍ତ କଲା

ଷୋଳ ନାୟିକା ବୃନ୍ଦାବତୀ ପୁଣି

 

ପୂର୍ଣ୍ଣମାସୀ ସଙ୍ଗେ ଦୂତୀ କାମିନୀ

ଷୋଳସହସ୍ର ଗୋ ବ୍ରଜସୁନ୍ଦରୀ

 

କେମନ୍ତ କଲେ କହ ତ୍ରିପୁରାରି

ପ୍ରିୟବତୀଠାରୁ ଶୁଣିଣ ହର

 

ବୋଇଲେ ଗୋପୀ ବିରହେ ବିକଳ

ରାତ୍ର ଦିବସରେ ଚିନ୍ତା ସବୁରି

 

ଶ୍ରୀକୃଷ୍ଣ କଥା ମନେ ଗୁଣି କରି

ଏକ ଦିନକରେ ସକଳ ଗୋଈ

 

ନାୟିକାମାନଙ୍କ ସଙ୍ଗରେ ଯାଇଁ

 

 

ରାଧାକୁ ଦେଖିବା ପାଇଁ ବିକଳ

 

ଚନ୍ଦ୍ରଶାଳା ପୁରେ ମିଳି ସକଳ

ଦେଖିଲେ ବସିଛନ୍ତି ଠାକୁରାଣୀ

 

ଶ୍ରୀମୁଖକୁ ପୋତି ତଳକୁ ପୁଣି

୧୦

ଗହଳ ଦେଖିଣ ଚନ୍ଦ୍ରବଦନୀ

 

ବସିବା ଠାବରୁ ଉଠିଲେ ପୁଣି

୧୧

ବୋଇଲେ ଆଜ ତ ଭାଗ୍ୟ ଦିଶିଲା

 

କୃଷ୍ଣ କି ଗୋପପୁରକୁ ଆସିଲା

୧୨

ନୋହିଲେ କିସ ବାରତା ଶୁଣିଲ

 

ମୋହୋର ଆଗେ କୁ କହି ଆଇଲ

୧୩

ଲଳିତା ବୋଇଲେ ନୋହେ ଏମନ୍ତ

 

ଚିନ୍ତାରେ ମରିବା ଗୋପୀ ସମସ୍ତ

୧୪

ସତର ଦିନ ଗୋ ହୋଇଲା ଜାଣ

 

ନନ୍ଦ କହ୍ନାଇଁ ଉପେକ୍ଷିଲେ ପୁଣ

୧୫

ବସିଣ ଦିନ ନ ସରଇ ଏବେ

 

ତୁମ୍ଭଙ୍କୁ କହିଣ ଅଇଲୁଁ ସର୍ବେ

୧୬

ପୂର୍ବ ଦିନ ପ୍ରାୟେ ଯମୁନା ଯିବା

 

ଯମୁନା କୂଳେ ମେଳି ସର୍ବେ ହେବା

୧୭

ବଂଶୀବଟକୁ କରିବା ଦର୍ଶନ

 

କ୍ରୀଡ଼ା ଥାନମାନ ଦେଖିବା ପୁଣ

୧୮

ଗୋବିନ୍ଦ ପାଦପପ୍ମରେ ସେବିବା

 

ଚରଣ ଧୃଳି ଅଙ୍ଗରେ ବୋଳିବା

୧୯

ବିରହ ବଡ଼ ହୋଇଲାକ ପୁଣ

 

ମଦନ ପ୍ରହାର କରଇ ଜାଣ

୨୦

ତୁମ୍ଭେ ତ ଅଟ ଗୋପପୁର ଶିରୀ

 

ତୁମ୍ଭ ସକାଶୁଁ ସକଳ ଗୁଆଳୀ

୨୧

ତୁମ୍ଭେ ଗୋ ଆମ୍ଭଙ୍କୁ ସମ୍ଭାଳ କର

 

ବୃନ୍ଦାବନେ ଘେନି ଆମ୍ଭଙ୍କୁ ଫେର

୨୨

ତୁମ୍ଭଠାରେ ଅଛି ବହୁତ କାର୍ଯ୍ୟ

 

ବନସ୍ତ ବୁଲାଇ କର ଧଉର୍ଯ୍ୟ

୨୩

ଶୁଣିଣ ରାଧିକା ବୋଇଲେ ହସି

 

ସ୍ତିରୀ ପୁରୁଷ ଗୋ ନୋହଇ ସଖି

୨୪

ରତି ସରତ ମୁଁ ଲୋଡ଼ଇ ପୁଣ

 

କେମନ୍ତେ ତୋଷ ମୁଁ କରିବି ପୁଣ

୨୫

ତାହା ଶୁଣି କରି ବିଶାଖା କହି

 

କୃଷ୍ଣଠାରୁ ବଂଶୀ ରଖିଲ ସହି

୨୬

ସେ ମୂରଲୀ ଗୋଟି ବଜାଅ ଏବେ

 

ଶାନ୍ତି କରାଅ ମୁରଲୀ ଶବଦେ

୨୭

ରାଧିକା ବୋଇଲେ ହୋଇଲ ବାଈ

 

କଉଁଠାରେ ବଂଶୀ ସ୍ତିରୀ ବଜାଇ

୨୮

ମଲ୍ଲୀ ବୋଇଲା ଛୋପରା ତୁମ୍ଭର

 

ବଂଶୀ ଛଡ଼ାଇ ରଖିଲ ନାଗର

୨୯

ବଂଶୀ ନ ଦେବାରୁ କୃଷ୍ଣ ନିରାଶ

 

ଛାଡ଼ି କରି ଗଲେ ମଥୁରା ଦେଶ

୩୦

ଆନ ବୋଇଲା ଗୋପୀ ମନ୍ଦ କଲେ

 

ମୂରଲୀ ନେଇ ମୋତେ ଘଉଡ଼ିଲେ

୩୧

ତାହା ଶୁଣିଣ ଚନ୍ଦ୍ରାବଳୀ କହି

 

ଜ୍ଞାନ ଗୋଚର ଗୋ ତୁମର ନାହିଁ

୩୨

ମାଇଲେ ବୋଇଲେ ପାଶରୁ ପୁଣ

 

କ୍ଷଣେ ଅନନ୍ତର ନୋହେ ନନ୍ଦନାନ

୩୩

ଗୋପରେ କେତେ ହଟା ବସିଥାଇ

 

ମୋର ପୁରେ ନିତ୍ୟେ ନନ୍ଦ କହ୍ନାଇଁ

୩୪

ବିହାର କରନ୍ତି କେତେ ରୂପରେ

 

ବହୁତ ମାୟା ଜାଣନ୍ତି ନାଗରେ

୩୫

ତାହା ଶୁଣି କରି ମାଳତୀ କହେ

 

ଆମ୍ଭଙ୍କୁ ଘେନି ବୁଲିଲ ତୁମ୍ଭେହେଁ

୩୬

ମନ ଆମ୍ଭର ସନ୍ତୋଷ ହୋଇବ

 

ଦିନ ସରିବ ବିରହ ନୋହିବ

୩୭

ଠାକୁର ଗଲେ ଠାକୁରାଣୀ ଅଛ

 

ତୁମ୍ଭଙ୍କୁ ଆମ୍ଭେ କରିଅଛୁ ଆଶ

୩୮

ସମସ୍ତଙ୍କଠାରୁ ଏମନ୍ତ ଶୁଣି

 

ସନ୍ତୋଷ ହେଲେ ଚନ୍ଦ୍ରାବଳୀ ପୁଣି

୩୯

ବୋଇଲେ କାଲି ଯିବା ଯମୁନାକୁ

 

ଦର୍ଶନ କରିବା ବଂଶୀବଟକୁ

୪୦

ତୁମ୍ଭେ ସମସ୍ତେ ସେଠାରେ ମିଳିବ

 

ସ୍ନାହାନ କରି ବାଲୁଙ୍କା ପୂଜିବ

୪୧

ନବଗ୍ରହ ଗନ୍ଧ ହଳଦି ଘେନି

 

ପ୍ରବେଶ ହୋଇବ ସବୁ କାମିନୀ

୪୨

ଗୋପେଶ୍ୱରଙ୍କୁ ଦର୍ଶନ କରିବା

 

ଦୁଖ ଜଣାଇ ଘରକୁ ଆସିବା

୪୩

ୟେତେ କହି ରାଧା ହୋଇଲେ ତୁନି

 

ଦୂତିକା ବୋଇଲା ଶୁଣି ମିତଣି

୪୪

ଯେ ଯାହା ପୁରକୁ ଚଳ ବହନ

 

ଶୁଣିଣ ଗଲେ ଯେ ଯାହାରେ ପୁଣ

୪୫

ଆଡ଼ତୀ କରିଣ ଭୋଜନ ସାରି

 

ରଜନୀ ପ୍ରଭାତେ ସମସ୍ତେ ଚଳି

୪୬

ଯାଇ ଯମୁନା ବଂଶୀ ବଟ ମୂଳେ

 

ମେଳ ହୋଇଣ ଯମୁନାର ଜଳେ

୪୭

ତହିଁ ସ୍ନାହାନ ସାରି ଗୋପନାରୀ

 

ପୂଜା କଲେ ବାଲୁଙ୍କା ଥାପି କରି

୪୮

ମନେ ମନାସିଣ ବର ମାଗନ୍ତି

 

ବେଗେ କୃଷ୍ଣଙ୍କୁ ଦିଅ ଆଣି ଏଥି

୪୯

ଏବେ ଗଉରୀକାନ୍ତ ରକ୍ଷା କର

 

ଗନ୍ଧ ଚନ୍ଦନ ପୁଷ୍ପ ଦେଲେ ଶିର

୫୦

ତାକୁ କହିଣ ଗୋପର ସୁନ୍ଦରୀ

 

ଗୋପେଶ୍ୱରଙ୍କ ଠାରେ ଯାଇଁ ମିଳି

୫୧

ରାଧା ଦୂତିକା ପୂର୍ଣ୍ଣମାସୀ ସଙ୍ଗେ

 

ଷୋଳସହସ୍ର ଗୋପୀ ଯେଝା ଭାବେ

୫୨

ଦୁଖ ଜଣାଇ କହିଲେ ତାହାଙ୍କୁ

 

ମଧୁରାରୁ ଆଣି ଦିଆ କୃଷ୍ଣଙ୍କୁ

୫୩

ଚମ୍ଫା ବେଲପତ୍ର ନେଇ ଚଢ଼ାଇ

 

ଆମ୍ଭ ଜଣାଣ ଘେନ ଉମାସାଇଁ

୫୪

କେହୁ ବୋଲନ୍ତି ଶୁଣି ହେ ଇଶ୍ୱର

 

ବେଗେ ଆଣି ଦିଅ ନବନାଗର

୫୫

କେହୁ ବୋଲନ୍ତି ଶୁଣ ହେ ଈଶାନ

 

କିମ୍ପା କୃଷ୍ଣଙ୍କୁ କରାଇଲ ଭିନ୍ନ

୫୬

ତୁମ୍ଭେ ଥାଉଁ ଥାଉଁ ଦେବ ଶଙ୍କର

 

ନନ୍ଦପୁଅ କିମ୍ପା ହେଲେ ଅନ୍ତର

୫୭

ଆଗେ ଦେଇଣ ଯେ ପଛେ ହରିଲ

 

ଆମ୍ଭମାନଙ୍କୁ ଅନାଥ କରିଲ

୫୮

ତାହା ଶୁଣିଣ ଗୋଟିଏ ବୋଇଲା

 

କୃଷ୍ଣ ଗଲାରୁ ଦିନ ନ ସରିଲା

୫୯

ଏବେ କେମନ୍ତେ ମାଧୋଇ ଆସିବେ

 

ଆମ୍ଭ ବିରହ ଦୁଖକୁ ନାଶିବେ

୬୦

ଗୋପେ ଗୋବିନ୍ଦ ହୋଇବେ ପ୍ରବେଶ

 

ଏହି ବର ଦିଅ ଦେବ ମହେଶ

୬୧

ତୁମ୍ଭେ ଅକର୍ମ କର୍ମ ଯେ ଦାୟକ

 

ଆମ୍ଭ ଜାଣଣ ଘେନ ଈଶାନିକ

୬୨

ଯେବେ ହରି ଗୋପକୁ ନ ଆସିବେ

 

ଗୋପେ ଗୋପୀ ଥାଇ କିସ କରିବେ

୬୩

ପୁଣି ଲଳିତା କରଇ ଜଣାଣ

 

ଛେନା ଦୁଧ ସର ଯେବେ ଭୋଜନ

୬୪

ତେବ ନନ୍ଦସୁତକୁ ଭେଟ କର

 

ସବୁ ଦିନେ କଥା ରହୁ ତୁମ୍ଭର

୬୫

ଏତେ ବୋଲିଣ ପାଏ ପଡ଼ି ଶୋଇ

 

ଉଠି କର ଯୋଡ଼ିଣ ଉଭା ହୋଇ

୬୬

ତହିୁ ରଙ୍ଗଦେବୀ ବୋଲେ ବଚନ

 

କେଣେ ଗଲେ ଆମ୍ଭ କଳାବଦନ

୬୭

କେଡ଼େ ନିଷ୍ଠୁର ଅଟ ଉମାପତି

 

ତୁମ୍ଭ ସୁଖ ତ ତୁମ୍ଭଙ୍କୁ ଭୁପୁଛି

୬୮

ତୁମ୍ଭେ ପାର୍ବତୀଙ୍କୁ ଘେନି କୋଳରେ

 

ଛାଡ଼ ନୋହହେ କେଉଁଣି ବେଳରେ

୬୯

ଘେନି ବୃଷଭ ପିଠିରେ ଭ୍ରମଣ

 

ଆମ୍ଭେ ପାଇଣ କିପାଁ ହେଲୁ ଭିନ୍ନ

୭୦

ତୁମ୍ଭ କଥା ସୁଖ ହୋୟେ ତୁମ୍ଭଙ୍କୁ

 

ଆମ୍ଭ ସେବା ଗଲା କଉଁ ଆଡ଼କୁ

୭୧

ତୁମ୍ଭେ ସୁନ୍ଦରୀ ଦେଖି ଲୋଭ କଲ

 

କୋଳ କରିଣ ଦିଆ କାଳ ନେଲ

୭୨

ଆମ୍ଭେ ପ୍ରଥମ ବୟସରେ ପୁଣ

 

ପତି ବିଚ୍ଛେଦେ ଯାହା ହଉ ଜାଣ

୭୩

ଛାଡ଼ି କରି ଗଲେ ନନ୍ଦ ସୋଦର

 

ତୁମ୍ଭେ କିପାଁ ଅଛ ବୃନ୍ଦାବନର

୭୪

ତାହା ଶୁଣିଣ ସୁଦେବୀ ବୋଇଲା

 

ୟାଙ୍କ ଦେହ ଗୋ ଦେଖି ନ ସହିଲା

୭୫

ସେ ଯେ ମୂରଲୀ ଧରିଣ ହସ୍ତରେ

 

ଯେତେବେଳେ ବଜାନ୍ତି ଧୀରେ ଧୀରେ

୭୬

ବୃନ୍ଦାବନ ଯାକ ସବୁ କମ୍ପଇ

 

ୟାଙ୍କୁ ଗୁପତ ପୀରତି ଭାଗଇ

୭୭

ତେଣୁ ବିମନ ହୋଇଲେ ମନରେ

 

କୃଷ୍ଣ ମେଲାଣି ଦେଲେ ମଧୁପୁରେ

୭୮

କୁନ୍ଦଲତା ବୋଇଲା ହସି କରି

 

କଥା ନ କହ କିପାଁ ତ୍ରିପୁରାରି

୭୯

ଆମ୍ଭେ ବିରହ ଜାଳାରେ ମରୁଛୁ

 

ଲାଜ କୁଳକୁ ତେଜ୍ୟା କରି ଅଛୁ

୮୦

ତୁମ୍ଭେ କିମ୍ପା ଆମ୍ଭଠାରେ ବିମନା

 

ଆମ୍ଭେ ତୁମ୍ଭର ସବୁଦିନେ ସିନା

୮୧

ତୁମ୍ଭେ ସବୁଦିନେ ଗୋପେ ଠାକୁର

 

ଆମ୍ଭମାନଙ୍କ ଦୁଃଖ ଏବେ ହର

୮୨

ଆମ୍ଭେ ସର ଲବଣୀ ଭୁଞ୍ଜାଇବୁଁ

 

ଦୁଧ ଆଣିଣ ଶିରରେ ଢାଳିବୁଁ

୮୩

କନ୍ଦ ନବାତ ସଙ୍ଗରେ କଦଳୀ

 

ପେଡ଼ା ପରିଡ଼ ଛାଡ଼ିଦେବୁଁ ଆଣି

୮୪

ପ୍ରତିଦିନ ସେବା କରିଣ ଥିବୁଁ

 

ଯେବେ ଯଶୋଦା ପୁତ୍ରକୁ ପାଇବୁଁ

୮୫

ତାହା ଶୁଣି ତୁଙ୍ଗବିଦ୍ୟା ବୋଇଲା

 

ମହାଦେବହିଁ ପଥର ହୋଇଲା

୮୬

ରାମ ଗୋବିନ୍ଦ ଥିଲା ଦିନେ ପୁଣ

 

ଯାହା ଜଣାଇଲେ କହେ ବଚନ

୮୭

ଏବେ କହିଲେ ନ ଶୁଣେ କାହିଁକି

 

ଆମ୍ଭ କରମ ମନ୍ଦ ତ ଏଣିକି

୮୮

ଆମ୍ଭେ ବିରହ ହେବାରୁ ତରୁଣୀ

 

କାଲ ହୋଇଲେ ଗୋପେଶ୍ୱର ପୁଣି

୮୯

ତାହା ଶୁଣିଣ ଗୋପିକା ବୋଇଲା

 

ଆମ୍ଭେ ମଲେ ତାଙ୍କର କିସ ଗଲା

୯୦

ଯେବେ ସ୍ତିରୀ-ହତ୍ୟାକୁ ଭୟ ଥାନ୍ତା

 

କିମ୍ପା ଗୋବିନ୍ଦ ଆମ୍ଭଙ୍କୁ ତେଜନ୍ତା

୯୧

ଏ ଗୋ ସମସ୍ତ ଦେବତା ବିଚାରି

 

କଂସ ଅଟଇ ସବୁରି ବଇରୀ

୯୨

ତାଙ୍କୁ ମାରିବାକୁ ସର୍ବେ ପାଞ୍ଚିଲେ

 

ରାମ କୃଷ୍ଣଙ୍କୁ ଏଥୁଁ ଘେନି ଗଲେ

୯୩

ଆମ୍ଭ ମାନଙ୍କୁ ଦୁଖ ଦେଇ ପୁଣ

 

ସୁଖ ଲଭିଲେ ସ୍ୱର୍ଗ-ବାସୀ ଜାଣ

୯୪

ତାହା ଶୁଣିଣ ରାଧିକା ବୋଇଲେ

 

କୃଷ୍ଣ ଯାଇ ମଥୁରାରେ ରହିଲେ

୯୫

ଦୁଇ ହଜାର ପାଞ୍ଚଶ ଚାଳିଶି

 

ଏତେ ଦିନ ଗୋପରେ ହରି ଆସି

୯୬

ଆମ୍ଭ ସଙ୍ଗରେ ପୀରତି ସେ କଲେ

 

ଭୋଗ ମଉଜ ଦିନେ ଛାଡ଼ି ଗଲେ

୯୭

ଗୋପେଶ୍ୱରଙ୍କୁ ବୋଇଲେ ରାଧିକା

 

ତୁମ୍ଭେ କିପାଁଇ ହୋଇଛ ତାଟକା

୯୮

ତହୁଁ ଗୋପେଶ୍ୱର କହେ ବଚନ

 

ତୁମ୍ଭେ ବିରହ କିମ୍ପା ପୁଅ ପୁଣ

୯୯

ସେ ତ ନନ୍ଦପୁଅ କହ୍ନା ସବୁରି

 

ତୁମ୍ଭେ ବୋଲ ଯେ ଆମ୍ଭରି ଆମ୍ଭରି

୧୦୦

କେତେ ଦିନ ମଥୁରାରେ ରହିବେ

 

ଜରାସନ୍ଧ ଭୟରେ ପଳାଇବେ

୧୦୧

ପୁଣି କୁଶସ୍ଥଳୀ ହେବ ରାଧିକା

 

ଅଷ୍ଟ ବରଷ ନାହିଁ ତୁମ୍ଭ ଦେଖା

୧୦୨

ଏବେ ଅବନ୍ତୀ ନବର ଯାଉଛି

 

ବିଦ୍ୟା ସାନ୍ଦୀପନି ଘରେ ପଢ଼ୁଛି

୧୦୩

ପୁଣି ଅଳପ ଦିନରେ ଆସିଣ

 

ମଥୁରାରୁ ଭେଜିବେ ଦୁତ ଜାଣ

୧୦୪

ସେ ଗୋ ମନରେ ତୁମ୍ଭଙ୍କୁ ଭାବନା

 

ତୁମ୍ଭେ ଧଉର୍ଯ୍ୟ ହୁଅ ଗୋପାଙ୍ଗନା

୧୦୫

ତୁମ୍ଭେ ବାଲୁଙ୍କା ପୂଜା ନିତି କର

 

ଗନ୍ଧ ଚନ୍ଦନ ପୁଷ୍ପ ଦେଇ ଶିର

୧୦୬

ନିତି ଯମୁନା ଜଳେ ସ୍ନାନ କରି

 

ସୂର୍ଯ୍ୟ ବନ୍ଦାଣ କର ଗୋ ସୁନ୍ଦରି

୧୦୭

ଗୋପୀ ଘେନିଣ ଏ ବନେ ବିହର

 

ରାଜା କରି ଯାଇଛି ଚକ୍ରଧର

୧୦୮

ଶିରେ ଧବଳ ଛତିଏ ଟେକାଇ

 

ବୃନ୍ଦାବନରେ ବିହର ଗୋ ରାଇ

୧୦୯

ତେବେ ପ୍ରସନ୍ନ ହୋଇବେ କହ୍ନାଇ

 

ଭୋଗ କରିବ ଦ୍ୱାରିକାରେ ଯାଇଁ

୧୧୦

ଯେବେ ଚିନ୍ତା କରିଣ ନ ଭଜିବ

 

ତେବେ କାରଣ କିଛି ନ ପାଇବ

୧୧୧

ଏତେ ବୋଲିଣ ଗୋପେଶ୍ୱର ପୁଣ

 

ନିଜ ମନ୍ଦିରୁ ଛତିଏ ଆଣିଣ

୧୧୨

ଲଳିତାର ମୂଳରେ ଦେଲେ ନେଇ

 

ରାଧା ଛାମୁରେ ଟେକିଥିବୁ ତୁହି

୧୧୩

ଦୁତୀ ମଣିମା ମଣିମା ଡାକିବ

 

ରଙ୍ଗଦେବୀ ବିଞ୍ଚଣୀରେ ବିଞ୍ଚିବ

୧୧୪

ମଲ୍ଲୀ ମାଳତୀ ହେବେ ପଢ଼ିହାରୀ

 

ପାତ୍ର ହୋଇବେ ପୂର୍ଣ୍ଣମାସୀ ନାରୀ

୧୧୫

ବୃନ୍ଦାବନ ସିଂହାସନ ଉପରେ

 

ବିଜେ କରିବ ପ୍ରତି ଯେ ଦିନରେ

୧୧୬

ଆଜଠାରୁ ଦିନେ ଶୁନ୍ୟ ନୋହିବ

 

ମୋତେ କହି କରି ଗଲେ ମାଧବ

୧୧୭

ତାହା ଶୁଣି ରାଧା ତୋଷ ହୋଇଲେ

 

ଶିରେ ଧବଳ ଛତି ଟେକାଇଲେ

୧୧୮

ଗୋପେଶ୍ୱରଙ୍କୁ ଦରଶନ କରି

 

ନିଜ ପୁରକୁ ଚଳିଲେ ସୁନ୍ଦରୀ

୧୧୯

ଡାକ ମଣିମା ଶବଦ ହୋଉଛି

 

ଆଗ ପଛେ ଗୋପୀ ଯାଉଅଛନ୍ତି

୧୨୦

ରାଧା ଚନ୍ଦ୍ରଶାଳା-ପୁରେ ପ୍ରବେଶ

 

ଗୋପେ ଦେଖିଣ ସମସ୍ତେ ହରଷ

୧୨୧

ରାଈ ରାଉତ ବେଶ ଉଲାଗିଲେ

 

ସର୍ବ ଗୋପୀୟେ ମେଲାଣି ହୋଇଲେ

୧୨୨

ଯାଇଁ ଯେଝା ଘରେ ହେଲେ ପ୍ରବେଶ

 

ରାଈ ରହେ ଚନ୍ଦ୍ରସେଣା ଉଆସ

୧୨୩

ଶାଶୁ ନଣନ୍ଦ ଦେଖି ଚମତ୍କାର

 

ଦାସ ଦନାଇ ସେବେ ନିରନ୍ତର

୧୨୪

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୪୨-

ନାବଗ୍ରହୁ ଗନ୍ଧ ହଳଦି

-

ଏକପ୍ରକାର ହଳଦି

୭୪-

ନନ୍ଦ ସୋଦର

-

ନନ୍ଦଙ୍କ ପୁଅ

୭୮-

ରୂପିଛି

-

ଯୋଗାଉଛି

୮୪-

ପରିଡ଼

-

ପଇଡ଼

 

ଅଷ୍ଟାଦଶ ଛାନ୍ଦ

ପାର୍ବତୀ ବୋଲନ୍ତି ଶୁଣ ଈଶ୍ୱର

 

ଗୋପୀମାନଙ୍କର କହ ବିଚାର

ପୁଣି କିସ କଲେ ଗୋପସୁନ୍ଦରୀ

 

ସଞ୍ଚପି କହିବ ତ୍ରିଶୁଳଧାରି

ଶୁଣି ନୀଳକଣ୍ଠ ସନ୍ତୋଷ ହେଲେ

 

ଗୋପୀମାନଙ୍କ କଥା ଶୁଣାଇଲେ

ବୋଇଲେ ଶୁଣ ଗୋ ଦକ୍ଷନନ୍ଦନି

 

ଯାହା କଲେ ପୁଣି ବ୍ରଜ କାମିନୀ

ଆରଦିନ ନିଶି ଘଡ଼ିଏ ଅଛି

 

ରାଧିକା ପୁରରେ ସମସ୍ତ ଗୋପୀ

ରାଧାକି ଦେଖି ଦରଶନ କଲେ

 

ଯମୁନା ଯିବା ବୋଲିଣ ବୋଇଲେ

ଦାସୀ ଗଣେ ସଙ୍ଗେ ଚଳିଲେ ପୁଣ

 

ଆଗରେ ଗୋପ ଯେ ସୁନ୍ଦରୀ ଜାଣ

ପଛରେ ଅଛନ୍ତି ଷୋଳ ନାୟିକା

 

ମଧ୍ୟେ ବୃନ୍ଦାବତୀ ସଙ୍ଗ ଦୂତିକା

 

 

ରାଧିକା ସଙ୍ଗେ ପୂର୍ଣ୍ଣମାସୀ ଜାଣ

 

ଏମନ୍ତେ ଚଳିଲେ ଯମୁନା ପୁଣ

ପ୍ରବେଶ ହେଲେ ରାଧିକା ଘାଟରେ

 

ସ୍ନାହାନ କଲେ ଯମୁନା ଜଳରେ

୧୦

ଓଦା ବସନରେ ଗୋପସୁନ୍ଦରୀ

 

ବାଲୁଙ୍କା ପୂଜା ଗୋ ସମସ୍ତେ କରି

୧୧

ବୁଡ଼ି ଯମୁନାରୁ ଆଣିଣ ବାଲି

 

ଦିଅ କରି ତାଙ୍କୁ ପୂଜନ୍ତି ବାଳୀ

୧୨

ଗନ୍ଧ ଚନ୍ଦନ ଅଗର ଦେଇଣ

 

ସିନ୍ଦୂର ଫୁଲ ନାନା ବର୍ଣ୍ଣେ ପୁଣ

୧୩

ଦେଇଣ ବାଲୁଙ୍କା ପୂଜା ସାରିଲେ

 

କୃଷ୍ଣଙ୍କୁ ବେଗେ ଦିଅ ବୋଲି ବୋଲେ

୧୪

ସେଠାରୁ ଉଠିଣ ସକଳ ଗୋଈ

 

ସୂର୍ଯ୍ୟଙ୍କୁ ଦର୍ଶନ କରନ୍ତି ଯାଇ

୧୫

ହରିଦ୍ରା ଚାଉଳ ଦୁବ ଘେନିଣ

 

ନାନା ରଙ୍ଗ ପୁଷ୍ପ ତା ସଙ୍ଗେ ଜାଣ

୧୬

ହୁଳହୁଳି ଦେଉ ବ୍ରଜସୁନ୍ଦରୀ

 

ବୋଇଲେ ଶୁଣ ଛାୟା ମନୋହାରୀ

୧୭

କୃଷ୍ଣକୁ ଦେଲେ ସେଠାରୁ ଚଳିବ

 

ନୋହିଲେ ସେହିଠାରେ ରହିଥିବ

୧୮

କେ ବୋଲେ ସବୁ କଥା ତୁମ୍ଭେ ଜାଣ

 

ଶୂନ୍ୟରେ ଯେଣୁ କରୁଛ ଗମନ

୧୯

ଆମ୍ଭେ ଗୋପନାରୀ ନିରେଖ ହେଲୁଁ

 

କୃଷ୍ଣ ଛାଡ଼ିବାରୁ ଝୁରିଣ ମଲୁଁ

୨୦

କେ ବୋଲଇ ତୁମ୍ଭେ କହିବ ସତ

 

କେତେ ଦିନରେ ଆସିବେ ଅଚୁତ

୨୧

ଆମ୍ଭଙ୍କୁ ଘେନି ବିହାର କରିବେ

 

ରତି ସୁରତିରେ ମନ ମୋହିବେ

୨୨

ପଛ ଦିନ ଭାବ କରିବେ ପୁଣ

 

ତୋଷ ହୋଇବୁଁ ପାଇ ନାରାୟଣ

୨୩

ଦୂତିକା ବୋଇଲେ ହେ ଛାୟାପତି

 

କେତେ ଦିନରେ ପାଇବୁଁ ଶ୍ରୀପତି

୨୪

କୃଷ୍ଣ ମୁଖ ଦେଖି ଦୁଃଖ ହରିବୁ

 

ଏ ଜନ୍ମରୁ ପୁଣି ମୁକତ ହେବୁଁ

୨୫

ତାହା ଶୁଣି ବୃନ୍ଦାବତୀ ବୋଇଲେ

 

କେଡ଼େ ନିଦାରୁଣ ମାଧୋଇ ହେଲେ

୨୬

ଛାୟାପତି ତୁମ୍ଭେ ଦେଖିଛ ପୁଣ

 

ଏ ବନେ ଯାହା କଲେ ନାରାୟଣ

୨୭

ବେଗେ କହିଣ ଭେଟ କରାଇବ

 

ମିନତି କରି କହୁଅଛୁଁ ସର୍ବ

୨୮

ଲଳିତା ବୋଇଲେ ଶୂନ୍ୟ ପୁରୁଷ

 

ତୁମ୍ଭେ ତ କରୁଛ ରାତ୍ର ଦିବସ

୨୯

ବିରହ ବାଧା ଦେଇଣ ମୁରାରି

 

ଛାଡ଼ି କରିଗଲେ ମଥୁରା ପୁରୀ

୩୦

ଦିନ ନୋହି ଯେବେ ରଜନୀ ହୋନ୍ତା

 

କଳାବଦନ ମଥୁରା କି ଥାନ୍ତା

୩୧

ସକଳ ସୁନ୍ଦରୀ ମିଳି ମଥୁରା

 

ଆଣି ବୃନ୍ଦାବନେ କରନ୍ତୁ ଲୀଳା

୩୨

ବିଶାଖା ବୋଇଲେ ନାହିଁ ଆୟତ୍ତ

 

ବଡ଼ ହୋଇଲେଣି ଯଶୋଦା-ସୁତ

୩୩

ଲୋକ ନିନ୍ଦା ଅପବାଦ ହୋଇବ

 

ବାଟ ତ ପକାଇ ଦେଲା ଦଇବ

୩୪

ତାହା ଶୁଣି ରଙ୍ଗଦେବୀ ବୋଇଲା

 

ନାଗର ଗଲେ ନାଗରୀ ରହିଲା

୩୫

ରାଧା ବୋଇଲେ ଗୋପନାରି ଶୁଣ

 

କେତେ ବିରହ ଗୋ ହୋଉଛ ପୁଣ

୩୬

ସମସ୍ତେ ଶାନ୍ତି ହୁଅ ଗୋ ସୁନ୍ଦରି

 

ଭେଟ ହୋଇବେ ପୁଣି ଚକ୍ରଧାରୀ

୩୭

ବୋଇଲେ ଶୁଣ ହେ ଶୂନ୍ୟ ପୁରୁଷ

 

ବିଳମ୍ବ କିଁପା କର ଛାୟା-ଈଶ

୩୮

ଶୂନ୍ୟେ ଚଳି ଯାଅ ଶୂନ୍ୟ ବିହାରୀ

 

ବିରହ ବାଧାରେ ସେ ଗୋପନୀରୀ

୩୯

ଏତେ ବୋଲି ରାଈ ଯୋଡ଼ିଣ କର

 

ଶୂନ୍ୟ ପୁରୁଷକୁ କହି ଶୀତଳ

୪୦

ଗଗନବିହାରୀ ତହୁଁ ଚଳିଲେ

 

ରାଧା ସୁନ୍ଦରୀ ମୁରଲୀ କାଢ଼ିଲେ

୪୧

ଧବଳ ଛତି ଟେକାଇଲେ ଶିରେ

 

ପ୍ରବେଶ ହୋଇଲେ ବୃନ୍ଦାବନରେ

୪୨

ସିଂହାସନ ପରେ ବସିଲେ ଯାଇ

 

ଦଣ୍ଡେ ରାଜନୀତି ହୋଇଲା ତହିଁ

୪୩

ମୁରଲୀ ଗୋଟି ଧରି ଚନ୍ଦ୍ରାବଳୀ

 

ଧୀର ଧୀର କରି ବାଏ ସ୍ମସାରି

୪୪

ସମସ୍ତଙ୍କ କର୍ଣ୍ଣେ ଧୁନି ଶୁଭିଲା

 

ଗନ୍ଧ ଘେନିଣ ଶୀତଳ ବୋହିଲା

୪୫

ବୃନ୍ଦାବନରେ ଯେତେ ଜୀବ ଥିଲେ

 

ହିଂସା ରାଗ ଛାଡ଼ି ପୀରତି ହେଲେ

୪୬

ସମସ୍ତଙ୍କ ଦେହୁଁ ଛାଡ଼ିଲେ ଚିନ୍ତା

 

ବୃନ୍ଦାବନେ କି ବିଜେ ନନ୍ଦସୁତା

୪୭

ମୁରଲୀ ଶୁଣିଣ ବ୍ରଜସୁନ୍ଦରୀ

 

ବିରହ ଜାଳାରେ ହୁଅନ୍ତି ଘାରି

୪୮

ରାଧା ସୁନ୍ଦରୀ ସମସ୍ତଙ୍କୁ କହି

 

ଅଳପ ଦିନେ ଦେଖିବ ମାଧୋଇ

୪୯

ରାଧା ଠାକୁରାଣୀ ବଚନ ଶୁଣି

 

ସମସ୍ତଙ୍କ ମନ ସନ୍ତୋଷ ଗୁଣି

୫୦

ସିଂହାସନ ପରୁ ଉଠି ଶ୍ରୀମତୀ

 

କୁଞ୍ଜବନକୁ ବିଜେ କଲେ ସତୀ

୫୧

କୁଞ୍ଜବନ ଫେରି ଦେଖନ୍ତି ପୁଣ

 

ଯେବଣ ଠାବରେ ଯେଉଁ ବିଧାନ

୫୨

ଦେଖି ଦେଖିଣ ଗଲେ ତହୁଁ ଚଳି

 

ରାହାସ ମଣ୍ଡଳ ସ୍ଥାନରେ ମିଳି

୫୩

ଗୋପୀ ବୋଇଲେ ଦେଖ ଏହୁ ଥାନ

 

ବାସକସଜ୍ଜା ଏହିଠାରେ ପୁଣ

୫୪

କେ ବୋଲେ ଏଠାରେ ପୂର୍ବରେ ହରି

 

କେତେ ଲିଳା କଲେ ସଙ୍ଗେ ଆମ୍ଭରି

୫୫

କେ ବୋଲେ ବୃନ୍ଦାବତୀ ଘେନିଗଲେ

 

ଅନ୍ଧାର ନିଶିରେ ସେ ଯାହା କଲେ

୫୬

କେ ବୋଲେ ସେଦିନ ପାଇବା କାହୁଁ

 

ଏ ଯୁଗ ଯାକରେ ନୋହିବ ଯେହୁ

୫୭

କେ ବୋଲେ ସେ ଦିନ ଭାବ ପୀରତି

 

ଆଉବେଳେ କି ଉପୁଜିବ ଏଥି

୫୮

କେ ବୋଲଇ ଭାଗ୍ୟ ସେଦିନ ବଡ଼

 

ସେ ଦିନ ରଜନୀ କେଡ଼େ ସମ୍ଭାର

୫୯

ଗୋପି ଗୋଟିକେ ଗୋବିନ୍ଦ ଗୋଟିଏ

 

ସେଦିନ ପୀରତି ଏମନ୍ତ ହୋଏ

୬୦

ଫୁଲ ଶଯ୍ୟା ହେଲା ସବୁରି ପାଇଁ

 

ରତି ସୁରତି ମନ ତୋଷ ହୋଇ

୬୧

ରାହାସ ଉତ୍ସବ ହୋଇଲା ପୁଣ

 

ପଶା ଖେଳ ହେଲା ଏଠାରେ ଜାଣ

୬୨

ରାଧା ମୁରଲୀ ଛଡ଼ାଇଣ ନେଲେ

 

ଲଳିତା ନେପୁର ଯୋଡ଼ି ଘୋନିଲେ

୬୩

ପାହୁଡ଼ ନେଲେ ରଙ୍ଗଦେବୀ କାଢ଼ି

 

ସୁଦେବୀ ନେଲେ ଗଳା ରତ୍ନମାଳି

୬୪

ବୃନ୍ଦାବତୀ ନେଲେ ପଦକ ହାରା

 

କୁଞ୍ଜଲତା ନେଲେ ବସନ ପରା

୬୫

ମରୁଆ କଙ୍କଣ ହସ୍ତରୁ ନେଲେ

 

ରତ୍ନ ମୁଦି ତୁଙ୍ଗଲତା ଘେନିଲେ

୬୬

ଏମନ୍ତେ ସେଦିନ ହୋଇଲା ଖେଳ

 

ଆମ୍ଭ ସଙ୍ଗରେ ମଦନ ଗୋପାଳ

୬୭

ରଜନା ଶେଷରେ ଅନ୍ତର ହେଲା

 

ଆମ୍ଭେ ସମସ୍ତେ ଗଲୁ ଯେଝା ଘରେ

୬୮

ସେଠାରେ ଦେଖି ଚନ୍ଦ୍ରାବଳୀ ଚଳି

 

ଦୋଳପୂର୍ଣ୍ଣମୀ ଯାତ୍ରାଠାରେ ମିଳି

୬୯

ଦେଖିଲେ ସେ ସ୍ଥାନ ଅତି ନିର୍ମଳ

 

ରଙ୍ଗବର୍ଣ୍ଣ ଦିଶ ଯେହେଁ ମନ୍ଦାର

୭୦

ସୁନ୍ଦର ଜ୍ୟୋତି ରଙ୍ଗବର୍ଣ୍ଣ ଦିଶେ

 

ରଙ୍ଗମାଟି ଯେହ୍ନେ ତଳେ ପ୍ରକାଶେ

୭୧

ଦେଖିଣ ରାଧିକା ବୋଇଲେ ସହି

 

ଏହିଠାରେ ଦୋଳପୂର୍ଣ୍ଣମୀ ହୋଇ

୭୨

ସେଦିନ ଯାତ୍ରା ତ ଦେଖିଛ ଡୋଳେ

 

ଦୋଳଗୋବିନ୍ଦ ହେଲେ ନନ୍ଦବାଳେ

୭୩

ଛତି କାହାକୁ ତରାସ ଧରାଇ

 

ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଟଣାଇ

୭୪

ଦୋଳରେ ବସନ୍ତେ ପବନ ବହେ

 

ମନକୁ ଦୋଳ ପହଞ୍ଚାଇ ହୋୟେ

୭୫

ଶୁଣିଣ ନନ୍ଦ ଯଶୋଦା ଅଇଲେ

 

ଗୋପୀ ଗୋପାଳ ସମସ୍ତେ ଦେଖିଲେ

୭୬

ଏତେ କହି ଚଳି ଗଲେ ସେଠାରୁ

 

ପାଦ ଚିହ୍ନ ଦେଖି ଶୁଣନ୍ତି ଦୂରୁ

୭୭

କେଉଁ ଗୋପୀ ବୋଲେ ଶୁଣ ରେ ସହି

 

ଏ ଠାବରେ ବସିଥିଲେ ମାଧୋଇ

୭୮

ପାଦ ଚିହ୍ନମାନ ପଡ଼ିଛି ପୁଣ

 

କାହିଁ ଗଲ ଆହେ ପରାଣଧନ

୭୯

କେବଣ ତରୁଣୀ ପଡ଼ଇ ଶୋଇ

 

ପାଦପଦ୍ମ ଧୂଳି ଦେହେ ବୋଳଇ

୮୦

କେବଣ ସୁନ୍ଦରୀ ପଡ଼େ ଭୂମିରେ

 

କୃଷ୍ଣ ପାଦ ଚିହ୍ନ ଧରିଣ କରେ

୮୧

ହା ହା କୃଷ୍ଣ ! ବୋଲି ଛାଡ଼ଇ ରଡ଼ି

 

କେଣେ ଗଲ ଆହେ କୁଞ୍ଜବିହାରି

୮୨

କେବଣ ଗୋପୀ ବିଳାପ କରଇ

 

କେବଣ ଗୋପୀ ପ୍ରେମଭର ହୋଇ

୮୩

କେବଣ ସୁନ୍ଦରୀ ରାଧା ଛାମୁରେ

 

ମଣିମା ଡାକ ଦିଅଇ ଆଗରେ

୮୪

କେବଣ ଗୋପୀ ଯୋଡ଼ା ବେତ ଘେନି

 

ଆଡ଼ ହୋଅ ବୋଲି କରଇ ଧ୍ୱନି

୮୫

ଲଳିତା ଧବଳ ଛତି ଧରିଣ

 

ବିଶାଖା କାହାଳି ବଜାଏ ପୁଣ

୮୬

ଇନ୍ଦ୍ରରେଖା ଧରି ଆଲଟ ବିଞ୍ଚେ

 

ସେଠାରୁ ଚଳନ୍ତି ଗୋପୀ ସମସ୍ତେ

୮୭

ବସ୍ତ୍ର ହରଣଠାରେ ହେଲେ ଯାଇଁ

 

କଦମ୍ବମୂଳେ ରତ୍ନବେଦି ଶୋହି

୮୮

ରାଧିକା ସେଠାରେ ପ୍ରଳମ୍ବ କଲେ

 

ସର୍ବସୁନ୍ଦରୀ ତଳରେ ଶୋଇଲେ

୮୯

ଉଠିଣ ଚନ୍ଦ୍ରାବଳୀ ବୋଲେ ପୁଣ

 

ଏଠାରେ ଯାହା କଲେ ନାରାୟଣ

୯୦

ଆମ୍ଭେ ସମସ୍ତେ ଉଲଗ୍ନ ହୋଇଣ

 

ଜଳକ୍ରୀଡ଼ାରେ ମାତିଲାଇଁ ପୁଣ

୯୧

ସେଦିନ ହରି ଯଉଁ ଭାବ କଲେ

 

ବସନଯାକ ବୃକ୍ଷରେ ବାନ୍ଧିଲେ

୯୨

କେତେ କହିବାରୁ ଦେଲେ ଆମ୍ଭଙ୍କୁ

 

ଦେଖିଲେ ମନେ ପଡ଼ଇ ତାହାଙ୍କୁ

୯୩

ସେଠାରୁ ଗୋପ ଗୋପାଳୁଣୀ ଚଳି

 

ନାବକେଳିଠାରେ ତୁରିତେ ମିଳି

୯୪

ଦେଖିଣ ଗୋପୀ ବସିଲେ ସେଠାରେ

 

ପୂର୍ବ କଥାମାନ ବିଚାର କଲେ

୯୫

କେ ବୋଲେ ଏହିଠାରେ ନାବକେଳି

 

ଦଦରା ନାବରେ କେଉଟ ହରି

୯୬

କେ ବୋଲେ ଘାଟ ସେଦିନ ମାଗିଲେ

 

ନବରଙ୍ଗ କରି ନାବ ବାହିଲେ

୯୭

ରାଧିକା ବୋଲନ୍ତି ସେଦିନ କଥା

 

କହିଲେ ନ ସରିବ ମନକଥା

୯୮

ଏକାକରି ନାବେ ବସାଇ ନେଲେ

 

ମଝି ନଦୀରେ ନିଜରୂପ ହେଲେ

୯୯

ରତି ସୁରତି କଲେ ନାବପରେ

 

ସାରିଣ ଲଗାଇ ଦେଲେ କୂଳରେ

୧୦୦

ମଥୁରା ହାଟେ ବିକା କିଣା କରି

 

ଯମୁନା ଘାଟରେ ସ୍ନାହାନ ସାରି

୧୦୧

ଘରଠାରେ ଯାଇଁ ହେଲୁ ପ୍ରବେଶ

 

ସେଦିନ କଥା ଗୋ ଏମନ୍ତ ରସ

୧୦୨

ତାହା ଶୁଣି ବୃନ୍ଦାବତୀ ବୋଇଲା

 

ସେ କଥାମାନ ଗୋ କେଣିକି ଗଲା

୧୦୩

ଏବେ ଠାକୁରାଣୀ ବିଚାର କର

 

ଘରକୁ ଯିବା ହେଲାଣି ଉଛୁର

୧୦୪

ଶାଶୁ ନଣନ୍ଦ ଚଳି ହୋଉଥିବେ

 

ଗୋପନଗରେ ଚହଳ କରିବେ

୧୦୫

ଶୁଣିଣ ରାଧିକା ତୋଷ ହୋଇଲେ

 

ମୂରଲି ଧରି ଅଧରେ ବାଇଲେ

୧୦୬

ନାଟ ଗୀତରଙ୍ଗ କରିଣ ପଥେ

 

ଚାଲନ୍ତି ଯେସନେ ଗହଳ ଥାଟେ

୧୦୭

ଧବଳ ଛତି ସଙ୍ଗତରେ ଅଛି

 

ମଣିମା ଡାକ ଆଗରେ ପଡ଼ୁଛି

୧୦୮

କାହାଳି ବାଜନ୍ତେ ଅପୂର୍ବ ସ୍ୱର

 

ଗୋପରେ ସମସ୍ତେ ଦେଖି ବିଚାର

୧୦୯

ଧୀର ଧୀର ହୋଇ ଚାଲନ୍ତି ରାଧା

 

ପଞ୍ଚଶର ଯେହ୍ନେ ଶରୀରେ ବାଧା

୧୧୦

ରାଜବେଶରେ ତୋରା ଦିଶେ ପୁଣି

 

ମୁଣ୍ତ ଗୋଟି ଫୁଲ ଭୂଷଣ ଜାଣି

୧୧୧

ରତ୍ନ କାଞ୍ଚଲା ଉପରେ ପଦକ

 

ଯେସନେ ରବି କରଇ ଝଟକ

୧୧୨

ଆଗରେ ଅଛନ୍ତି ଷୋଳନାୟିକା

 

ପଛରେ ଷୋଳସସ୍ର ଗୋପୀ ଶାଖା

୧୧୩

ବୃନ୍ଦବନରୁ ଗୋପ ପରିଯନ୍ତେ

 

ଆଳି ଗହଳ ଲାଗିଣ ସମସ୍ତେ

୧୧୪

ନାନାବେଶରେ ଦିଶୁଛନ୍ତି ତୋରା

 

କଳା ଧଳା ରଙ୍ଗ ବସନ୍ତ ପରା

୧୧୫

ଦେଖି ଗୋପଲୋକେ ସନ୍ତୋଷ ହେଲେ

 

ବୃଦ୍ଧ ବାଳକ ଦେଖିଣ ଅଇଲେ

୧୧୬

ରାଜହଂସ ପ୍ରାୟେ ଗମନ କରେ

 

ମିଳିଲେ ଯାଇଁ ଚନ୍ଦ୍ରସେଣା ପୁରେ

୧୧୭

ଚନ୍ଦ୍ରାବଳୀ ଶାଶୁ ନଣନ୍ଦ ପୁଣି

 

ଦେଖିଣ ବିଚାର କରନ୍ତି ଜାଣି

୧୧୮

ଏଡ଼େ ସମ୍ପତ୍ତି ଯାକୁ ଭୋଗଥିଲା

 

ଗୋପନଗରେ ଯେ ରାଜୁତି କଲା

୧୧୯

ଏବେ ମୋକୁଳ ହୋଇଲା ଉଚ୍ଛୁଳ

 

କଥା ଜଣାଇଲା କାଳଯୁଗର

୧୨୦

ଷୋଳସସ୍ର ଗୋପୀ ଯାହାର ଶାଖା

 

ଶ୍ରୀକୃଷ୍ଣ ଭଣଜା ଯାହାକୁ ରକ୍ଷା

୧୨୧

ପୂର୍ଣ୍ଣମାସୀ ଯାର ସଙ୍ଗତେ ଅଛି

 

ଗୋପେଶ୍ୱର ଯାକୁ ସାହା ହୋଇଛି

୧୨୨

ତାରଠାରେ ମୁହଁ ହୋଇଲି ଦୋଷୀ

 

ଏତେ ବିଚାର ରାଧା ଆଗେ ଆସି

୧୨୩

ମାଆ ଝିଅ ଦୋହେଁ ହୋଇଲେ ଉଭା

 

ଜଟିଳା ଚରଣେ ଓଳଗେ ରାଧା

୧୨୪

ଚନ୍ଦ୍ରାବଳା ପାଦେ ନଣନ୍ଦ ପଡ଼ି

 

ମୋ ଦୋଷ କ୍ଷମା କର ଗୋ ସୁନ୍ଦରି

୧୨୫

ରାଧା ରାଜବେଶ ଓଲାଗି ହୋଇ

 

ଛତି କାହାଳି ମନ୍ଦିରେ ବଜାଇ

୧୨୬

ଗୋପୀମାନେ ଗଲେ ଯେ ଯାହା ଘର

 

ଦାସ ଦନାଇ ରହେ ପାଦତଳ

୧୨୭

 

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨-

ସମପି

-

ସକ୍ଷେପ କରି

୩-

ନୀଳକଣ୍ଠ

-

ମହାଦେବ

୫୨-

ସମ୍ବାର

-

ଉତ୍ସବ

୧୦୮-

ଶିଶର

-

କନ୍ଦର୍ପ

 

ଗୋପୀଭାଷା

ଊନବିଂଶ ଛାନ୍ଦ

ଏଥୁ ଅନନ୍ତରେ ଅପୂର୍ବ ରସ

 

ପାର୍ବତୀ ଆଗେ କହେ ବିଶ୍ୱବାସ

ଭଗବତି ତୁମ୍ଭେ ଶୁଣ ବୋଇଲେ

 

ବୃନ୍ଦାବନେ ରାଜା ରାଧା ହୋଇଲେ

ଧବଳ ଛତି କୃଷ୍ଣ ଦେଇଥିଲେ

 

ରାଜା କରି ପୁଣି ମଥୁରା ଗଲେ

ଗଲାବେଳେ କହି ଗଲେ ରାଧାଙ୍କୁ

 

ଗୋପନଗର ଲାଗିଲା ତୁମ୍ଭଙ୍କୁ

କାହାକୁ ମନରେ ଭୟ ନ କରି

 

ବୋଧ କରୁଥିବ ଗୋପସୁନ୍ଦରୀ

ବୃନ୍ଦାବନରେ ରାଜା ତୁମ୍ଭେ ହେଲ

 

ଆମ୍ଭେ ଯାଉଁଅଛୁ ମଥୁରାପୁର

କଂସକୁ ମାରି ମେଦୀନି ରଖିବୁ

 

ଦୁଷ୍ଟ ନିବାରି ସନ୍ଥକୁ ପାଳିବୁ

ବିପତ୍ତି ଯେବେ ପ୍ରବେଶ ହୋଇବ

 

ଗୋପେଶ୍ୱରଙ୍କୁ ଯାଇଁ ପଚାରିବ

 

 

ସେ ପୁଣି କହିବେ ସର୍ବ ବିଚାର

 

ବୃନ୍ଦାବନରେ କରିବ ବିହାର

ଏତେ କହି ହରି ମଥୁରା ଗଲେ

 

କଂସକୁ ମାରି ପ୍ରଭୁପଣ କଲେ

୧୦

ସେ କଥା ରାଧା ମନେ ରଖିଥିଲେ

 

ଗୋପେଶ୍ୱରଙ୍କୁ କହିବାରୁ ଦେଲେ

୧୧

ଏବେ ରାଜା ବୃନ୍ଦାବନରେ ରାଈ

 

ଗୋପସୁନ୍ଦରୀ ତାଙ୍କ ବୋଲେ ରହି

୧୨

ଛତି ଟେକାଇ କାହାଳି ବଜାଇ

 

ମୂରଲୀ ସ୍ୱନେ ଗୋପୀ ମନ ମୋହି

୧୩

କୃଷ୍ଣ ଯଉଁରୂପେ ଗୋପରେ ଥିଲେ

 

ସେହିରୂପେ ରାଧା ଗୋପୀ ପାଳିଲେ

୧୪

ରତି ସୁରତି ଛାଡ଼ିଣ କେବଳ

 

ଆଉ ସର୍ବ କଥା ଆନନ୍ଦ ଘୋର

୧୫

ତାହା ଶୁଣି ହିମବନ୍ତ ଦୁଲଣୀ

 

ବୋଇଲେ କହ ଆହେ ଶୂଳପାଣି

୧୬

ଏଥୁ ଅନନ୍ତରେ କି କଲେ ଗୋପୀ

 

ଏହା ମୋତେ କହ କଳପତପି

୧୭

ତା ଶୁଣି କହେ ଶମଶାନବାସୀ

 

ଆରଦିନ ଗୋପୀ ସକଳ ଆସି

୧୮

ରଜନୀ ବେନି ଘଡ଼ି ଅଛି ପୁଣ

 

ଚନ୍ଦ୍ରସେଣା ପୁରେ ମିଳିଲେ ଜାଣ

୧୯

ଶ୍ରୀମତୀକି ସଙ୍ଗେ ଘେନି ଚଳିଲେ

 

କଦମ୍ବ ମୂଳରେ ଯାଇ ମିଳିଲେ

୨୦

ସମସ୍ତ ଗୋପିକା ମିଳିଣ ପୁଣ

 

ଯମୁନା ଜଳରେ କଲେ ସ୍ନାହାନ

୨୧

ଓଦା ବସନରେ ବାଲୁକା ପୂଜି

 

ଗନ୍ଧ ଚନ୍ଦନ ଦେଲେ ମନେ ହେଜି

୨୨

ଫୁଲ ଚନ୍ଦନ ମସ୍ତକରେ ଦେଲେ

 

ମନାସିଲା ବର ତାଙ୍କୁ ମାଗିଲେ

୨୩

ବୋଇଲେ ଜଣାଣ ଘେନ ଆମ୍ଭର

 

ନନ୍ଦପୁଅକୁ ଦିଅ ତତକାଳ

୨୪

ନୋହିଲେ ପ୍ରାଣ ନିଷ୍ପେ ହରାଇବୁ

 

ସ୍ତିରୀହତ୍ୟା ଦୋଷ ତୁମ୍ଭଙ୍କୁ ଦେବୁ

୨୫

ଏତେ କହିଣ ଯୋଡ଼ି ବେନି କର

 

ଓଳଗା ହୋଇ ସେଠାରୁ ବାହାର

୨୬

ରାଧିକା ଘାଟେ ପରବେଶ ହେଲେ

 

ସୂର୍ଯ୍ୟଙ୍କୁ ଦେଖି ନମସ୍କାର କଲେ

୨୭

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ପୂରାଇ

 

ବନ୍ଦାପନା କଲେ ସୂର୍ଯ୍ୟଙ୍କୁ ତହିଁ

୨୮

ବୋଇଲେ ଗଗନବିହାରି ଶୁଣ

 

ବେଗେ କୃଷ୍ଣଙ୍କୁ ଆଣିଦିଅ ପୁଣ

୨୯

ଗୋବିନ୍ଦ ଆମ୍ଭର ଅଟନ୍ତି ଧନ

 

ନେଇଣ ରଖିଛ ଗୁପତେ ପୁଣ

୩୦

ଜଣାଗଲା ତୁମ୍ଭ କୁଟିଳ ବୁଦ୍ଧି

 

ଡାକି ନେଇଗଲେ ଲାବଣ୍ୟନିଧି

୩୧

କେତେ ମୋହନୀ ଜାଣ ଦେବଗଣ

 

ଆମ୍ଭ ପତିଙ୍କୁ କେଣେ ନେଲ ପୁଣ

୩୨

କେ ବୋଲେ ଦଇନି ତୁମ୍ଭରି ପାଦେ

 

ଯଶୋଦା-ସୁତକୁ ଦିଅ ହେ ଏବେ

୩୩

ଗୋପସୁନ୍ଦରୀ ଏତେ କହି ପୁଣ

 

ସେଠାରୁ ଟଳିଗଲେ ତତକ୍ଷଣ

୩୪

ଗୋପେଶ୍ୱରଙ୍କୁ କରନ୍ତି ଦର୍ଶନ

 

ପାୟେ ପଡ଼ି ଶୋଇ କହେ ବଚନ

୩୫

ମାୟା କିମ୍ପାଇ ଲଗାଇଛ ହର

 

ଆମ୍ଭ ଗୁହାରିକି ତଲୟ କର

୩୬

ସବୁ ଦିନେ ତୁମ୍ଭେ ଆମ୍ଭଠାକୁର

 

ତୁମ୍ଭ ଚରଣରେ ଆମ୍ଭେ କିଙ୍କର

୩୭

ବୃନ୍ଦାବନବାସୀ ତୁମ୍ଭେ ତ ଅଟ

 

ଏବେ ଆମ୍ଭର ଫିଟାଅ ସଂକଟ

୩୮

ପାଇଲା ଧନ ହରାଇଲା ଯେହ୍ନେ

 

ବିକଳ ହୁଅଇ ମନ ତେସନେ

୩୯

ଖାଇବା ଅନ୍ନେ ପଡ଼େ ଯେବେ ଧୂଳି

 

ତେମନ୍ତ ହୋଇଲେ ସେ ବନମାଳୀ

୪୦

ଘୃତ ନୋହିଲେ ଯେମନ୍ତେ ଭୋଜନ

 

ସନ୍ତୋଷ ନୋହଇ ଦେବତା ମନ

୪୧

ଯୁବା ସ୍ତ୍ରୀରୀପାଶେ ନ ଥିଲେ କାନ୍ତ

 

ଯେମନ୍ତେ ବିରହ ହୁଏ ସେହୁ ତ

୪୨

ତୁମ୍ଭେ ତ ସକଳ କଥାହିଁ ଜାଣ

 

କୃଷ୍ଣଙ୍କୁ ଦେଇ ରଖ ଆମ୍ଭ ପ୍ରାଣ

୪୩

କହି ଚଳିଲେ ସର୍ବ ଗୋପନାରୀ

 

ଫୁଲବନରେ ଯାଇଁ ବେଗେ ମିଳି

୪୪

ଦେଖିଲେ ଫୁଲ ଫୁଟୁଛି ଅପାର

 

ବଉଳ ଚମ୍ପା ମଲ୍ଲୀ ଯୂଇ ସାର

୪୫

ବାସ କରଇ ଅମୂଲ୍ୟ ରତନ

 

ପୁଷ୍ପ ବର୍ଣ୍ଣ ମାନ ଦିଶଇ ଭିନ୍ନ

୪୬

ରଙ୍ଗ ବସନ୍ତ ଯେ ଶାମଳି କଳା

 

ନାନା ବର୍ଣ୍ଣେ ପୁଷ୍ପ ତହିରେ ମେଳା

୪୭

ତିନି କୋଣ ଅଟେ ପୁଷ୍ପର ବନ

 

ଦଶ କୋଣକୁ ବାସକରେ ପୁଣ

୪୮

କଳା ଭ୍ରମର କରନ୍ତି ଚୁମ୍ବନ

 

ଦେଖି ଗୋପୀମାନେ ବିରହ ପୁଣ

୪୯

କେ ବୋଲେ ସଙ୍ଘାତ ଚାହାଁ ଏଣିକି

 

କଳା ଭ୍ରମର ଗୋ ଫୁଲ ଚୁମ୍ବୁଛି

୫୦

ବାସକୁ ବାଇ ହୋଇଛି ନାଗର

 

କ୍ରୀଡ଼ା କରୁଅଛି ପୁଷ୍ପ ଉପର

୫୧

କେ ବୋଲେ ଦେଖ ଗୋ ପରାଣ ସହି

 

ନାଗର କେଡ଼େ ଶୋରତାରେ ରହି

୫୨

ଉଡ଼ଇ ବସଇ ଫୁଲ ଉପରେ

 

ଫୁଲର କେଶର ଚୁମ୍ବେ ଅଧର

୫୩

ଫଳ ହୋଇଲେ ଛାଡ଼ି କରି ଯିବ

 

ଯେଉଁରୂପେ ତେଜି ଗଲେ ମାଧବ

୫୪

ତା’ଶୁଣି ସୁନ୍ଦରୀ କହେ ମିତଣି

 

ଫୁଟିଲା ଫୁଲରେ ନାଗର ମଣି

୫୫

କେମନ୍ତେ ଲୀଳା କରୁଛି ଭ୍ରମର

 

ଫୁଲ ବାସ ସୁଙ୍ଘି ଆନନ୍ଦ ତାର

୫୬

କେ ବୋଇଲେ ହରି ରୂପରେ

 

ଲୀଳା କରୁଥିଲେ ଆମ୍ଭ ସଙ୍ଗରେ

୫୭

ଏବେ ଅନ୍ତର ହୋଇଲେ ଶ୍ରୀହରି

 

ଛାଡ଼ି କରିଗଲେ ମଥୁରା ପୁରୀ

୫୮

କେ ବୋଲେ ଦେଖ ଗୋ ପରାଣ ସହି

 

ଫୁଲ ଭିତରେ ଭ୍ରମର ଲୁଚଇ

୫୯

ଆମ୍ଭ ମେଳ ଯେହ୍ନେ ନନ୍ଦ କହ୍ନାଇ

 

ପୀରତି ବେଳେ ଦେହେ ଲୁଚି ଯାଇ

୬୦

ତେସନ ପ୍ରାୟେକ ଫୁଲ-ନାଗର

 

ଫୁଲ ବାସରେ ଭୋଳ ମଧୁକର

୬୧

ବୃନ୍ଦାବତୀ ବୋଲେ କଳାଭ୍ରମର

 

ବାସଫୁଲରେ ପୀରତି ତୁମ୍ଭର

୬୨

ତୁମ୍ଭେ ଭଣ୍ଡି ଗଲ ଗୋପସୁନ୍ଦରୀ

 

ପୁରୁଣା ଦେଖି ପାସୋରିଲେ ନାରୀ

୬୩

ନୂଆରେ ମଲ୍ଲୀ ସେବତୀ ହୋଇଲୁଁ

 

ପୁରୁଣାରେ ଶୋନ ଫୁଲ ହୋଇଲୁଁ

୬୪

ଛଇଲ-ନାଗର ଅଟୁରେ ତୁହି

 

ଏକା ଭ୍ରମର କେତେ ଫୁଲ ହୋଇ

୬୫

ତା’ ଶୁଣି ଦୁତିକା ଥାଇ ବୋଇଲା

 

ଆମ୍ଭଙ୍କୁ ଭଣ୍ଡି ହରି ଯେହ୍ନେ ଗଲା

୬୬

ବାହୁଡ଼ି ନଇଲେ ନବନାଗର

 

ଏହି ରୂପେ ପ୍ରତି ଫୁଲେ ଭମର

୬୭

ରାଧିକା ବୋଇଲା କଳା କହ୍ନାଇ

 

ଫୁଲ ବନରେ କିସ ଅଛି ଥୋଇ

୬୮

କଳାଭ୍ରମର ତୋତେ ଲାଜ ନାହିଁ

 

ନିୟମ କରିଥିଲ ପରା ତୁହି ?

୬୯

ପୁରୁଷ ପ୍ରୀତି ଯେହ୍ନେ ପାଣି ଗାର

 

ତେସନ ହୋଇଲେ ନନ୍ଦକୁମର

୭୦

ଇନ୍ଦୁରେଖା ବୋଲେ ସେ କଥା ଛାଡ଼

 

ଫୁଲ ବନେ ପଶ ତୋଳିବା ଫୁଲ

୭୧

ଫୁଲମାଳମାନ ଧଣ୍ଡା କରିବା

 

ଭୂଷଣ ହୋଇ ଯେଝା ଘର ଯିବା

୭୨

ଶୁଣିଣ ସମସ୍ତ ବ୍ରଜସୁନ୍ଦରୀ

 

ଫୁଲବନରେ ଆସି ଫୁଲ ତୋଳି

୭୩

କଉଁ ଫୁଲ ତୋଳି ପଣନ୍ତେ ରଖି

 

କୃଷ୍ଣ ଅଇଲେ ଦେବା ଚନ୍ଦ୍ରମୁଖି

୭୪

କେ ବୋଲେ ବଡ଼ ବାସ କରେ ଫୁଲ

 

ଯେ ଫୁଲକୁ ସଙ୍ଗେ ନାହିଁ ନାଗର

୭୫

ମଲ୍ଲୀ ସେବତୀ ଚମ୍ପା କେହୁ ତୋଳେ

 

ଶ୍ରୀକୃଷ୍ଣ କଥା କେ ମନରେ ଭାଳେ

୭୬

କିଏ ଫୁଲ ତୋଳି ଗୁନ୍ଥନ୍ତି ମାଳ

 

କେ ଫୁଲ ଧଣ୍ଡା ଲମ୍ବାଏ ଗଳାର

୭୭

କେଉଁ ଗୋପୀ ଫୁଲ ପଣନ୍ତେ ତୋଳେ

 

ମନେ ବିଚାରଇ ନାଗରା ଥିଲେ

୭୮

ଏ ଫୁଲ ଭୂଷଣ ହୁଅନ୍ତି ମୁହିଁ

 

ମାଧୋଇ ସଙ୍ଗତେ ମିଳିଲେ ଯାଇ

୭୯

କେଉଁ ଗୋପୀ ଯାଇ ଯୂଇ ତୋଳିଣ

 

ନାଗେଶ୍ୱର ସଙ୍ଗ ତରାଟ ପୁଣ

୮୦

ତୋଳିଣ ଗୁନ୍ଥଇ ଯତନ କରି

 

ଜୁଡ଼ା ଉପରେ ଗଭା କରେ ନାରୀ

୮୧

ଷୋଳ ନାୟିକାଏ ତୋଳିଣ ମାଳ

 

ଗୁନ୍ଥିଣ ଭୂଷଣ ହେଲେ ଶରୀର

୮୨

ଷୋଳସସ୍ର ଗୋପୀ ଫୁଲ ତୋଳନ୍ତି

 

ନଟ ନାରୀର ସେ ବେଶ ହୋଅନ୍ତି

୮୩

ବୃନ୍ଦାବତୀ ପାଶେ ସମସ୍ତେ ମିଳି

 

ଅପୂର୍ବ ବେଶ କରାନ୍ତି ସୁନ୍ଦରୀ

୮୪

ପୂର୍ଣ୍ଣମାସୀକ ବେଶ କରାଇଲେ

 

ବସନ୍ତ ବେଶ ଦୂତୀକା ହୋଇଲେ

୮୫

ସମସ୍ତେ ତୋଳି ପଞ୍ଚୁବର୍ଣ୍ଣେ ଫୁଲ

 

ଅମୂଲ୍ୟ ହାର ଗୁନ୍ଥି ମାଳ ମାଳ

୮୬

ଚନ୍ଦ୍ରାବଳୀ ପାଶେ ମିଳିଲେ ଯାଇ

 

ଫୁଲ ମାଳ ମାଳ ଭେଟିଲେ ନେଇ

୮୭

ବସିଛନ୍ତି ରାଧା ଫୁଲ ବନରେ

 

ମନ ନିବେଶି ଶ୍ରୀକୃଷ୍ଣ ପୟରେ

୮୮

ବିଚାର କରନ୍ତି କି ଦୁଖୀ ହେଲି

 

କଉ ଯୋଗେ ମୁ ଯେ ଜାତ ହୋଇଲି

୮୯

ରାଜା ଘରେ ଜେମା ରାଜ-ଦୁଲାଳୀ

 

ଗୋପରେ ଗୋପାଳୁଣୀ ପୁଣି ହେଲି

୯୦

ଅପୁଂସକର ମୁଁ ଧଇଲି ହସ୍ତ

 

ମଦନ ଶର ମୋତେ କଲା ଘାତ

୯୧

ତେଣୁ କୃଷ୍ଣ ସଙ୍ଗେ ପୀରତି କଲି

 

ଏମନ୍ତ ବିଚାର କରିଣ ମନେ

୯୨

ପବନ କହିଲା ଯାଇଣ କର୍ଣ୍ଣେ

 

ଚିନ୍ତା ନ କର ତ୍ରୈଲୋକ୍ୟ-ଜନନି

୯୩

ବିକଟେ ଲଭିବୁ କୃଷ୍ଣକୁ ପୁଣି

 

ତାହା ଶୁଣି ଚନ୍ଦ୍ରାବଳୀ ହରଷ

୯୪

ଗୋପସୁନ୍ଦରୀ ହୋଇ ଫୁଲ ବେଶ

 

ସମସ୍ତେ ମିଶି ଫୁଲ ବେଶ କଲେ

୯୫

ପଞ୍ଚୁବର୍ଣ୍ଣ ବେଶ ତହିଁ ହୋଇଲେ

 

ଫୁଲର ପାଣ୍ଢୋଇ ଫୁଲ ନେପୁର

୯୬

ଫୁଲ ଝୁଣ୍ଟିଆ ଲଗାଏ ଗୋଡ଼ର

 

ଫୁଲ ମୁଦି ଅଙ୍ଗୁଷ୍ଠିରେ ଶୋଭା

୯୭

ଫୁଲ ଶାଢ଼ୀ ଗୋଟି ପିନ୍ଧିଲେ ରାଧା

 

ଫୁଲ କାଞ୍ଚଲା ଶରୀରେଣ ଜଡ଼ି

୯୮

ଫୁଲ ମାଳୀମାନ ଗଳାରେ ପଡ଼ି

 

ଫୁଲର ଚୁଡ଼ି ଫୁଲତୀଡ ବିଦ

୯୯

ଫୁଲର ବସଣି ନୋଥ ସମ୍ପାଦ

 

ଫୁଲର ଗୁଣା ନାସେ ଶୋହେ ପୁଣି

୧୦୦

କାପ ମଲକଢ଼ି ଫୁଲରେ ଜାଣି

 

ଚନ୍ଦ୍ର ଫାସିଆ ଫୁଲରେ ନିବାଡ଼

୧୦୧

ଫୁଲ ଝରାକାଠି ଜୂଡ଼ା ଉପର

 

ଫୁଲର ଅକକା ଫୁଲର ଗଭା

୧୦୨

ଫୁଲରେ ଭୂଷଣ ହୋଇଲେ ରାଧା

 

ଫୁଲରେ ଛତି ଗୋଟି ସଜ କରି

୧୦୩

ଫୁଲରେ ଭୂଷଣ ପତ୍ର କାହାଳି

 

ଫୁଲର ଆଲଟ ଫୁଲ ବିଞ୍ଚଣି

୧୦୪

ଏମନ୍ତ ବେଶ କରି ତାକୁ ପୁଣି

 

ଫୁଲବନରୁ ହୋଇଲେ ବାହାର

୧୦୫

ବୃନ୍ଦାବନେ ଯାଇ ମିଳେ ସତ୍ୱର

 

ଫୁଲ ଭୂଷଣ ସିଂହାସନ କଲେ

୧୦୬

ତହିଁ ପରେ ଚନ୍ଦ୍ରାବଳୀ ବସିଲେ

 

ବେନି ଘଡ଼ି ରାଜା ହୋଇଲେ ତହିଁ

୧୦୭

ରାଜନୀତି ଯଉଁ ରୂପେ ଭିଆଣ

 

ସେହି ରୂପେ ରାଇ ହୁକୁମ ପୁଣ

୧୦୮

ସଭା ଭାଜିଣ ସେଠାରୁ ଚଳିଲେ

 

ପହଣ୍ଡି ମଣାଇଁ ଗୋପୀୟେ ନେଲେ

୧୦୯

ମଣିମା ଡାକ ପଡ଼ଇ ଆଗରେ

 

ଭାଟ କୟେବାର ଗୋପୀୟେ କରେ

୧୧୦

ଲଳିତା ବିଶାଖା ଆଗେ ପରୀକ୍ଷା

 

ଧବଳ ଛତିକି ଧରେ ଦୂତିକା

୧୧୧

ଚନ୍ଦ୍ରାବଳୀ ରାଈ ସଙ୍ଗତେ ଚଳେ

 

ଅଗେ ପୂର୍ଣ୍ଣମାସୀ ଆସନ୍ତି ଧୀରେ

୧୧୨

କାହାଳି ବଜାଏ ସୁଦେବୀ ପୁଣି

 

ରଙ୍ଗଦେବୀ ପାତ୍ର ପଛରେ ଜାଣି

୧୧୩

ଇନ୍ଦୁରେଖା ହେଲେ ସେ ଦିନ ମନ୍ତ୍ରୀ

 

ଯେତେକ ନାୟିକା ସାମନ୍ତେ ଲେଖି

୧୧୪

ଆଗର ନାୟିକା ପଛରେ ଗୋପୀ

 

ମଧ୍ୟରେ ରାଧିକା ଧୀରେ ଚାଲନ୍ତି

୧୧୫

ବୃନ୍ଦାବନରୁ ହୋଇଲେ ବାହାର

 

ଚହଳ ଶୁଭଇ ଯେସନେ ଗୋଳ

୧୧୬

ଗୋପପୁରେ ଯେତେ ତରୁଣୀ ଥିଲେ

 

ଗୋପାଳ ସହିତ ଦେଖି ଆସିଲେ

୧୧୭

ସ୍ୱର୍ଗର ଦେବତା ମିଳିଣ ପୁଣ

 

କୁସୁମ ଫୁଲ ବରଷନ୍ତି ଜାଣ

୧୧୮

ଅପକ୍ଷରୀମାନେ ନୃତ୍ୟ କରନ୍ତି

 

ଗୋପ ନଗରେ ପ୍ରବେଶ ଶ୍ରୀପତି

୧୧୯

ଚନ୍ଦ୍ରଶାଳା ପୁରେ ମିଳିଲେ ଯାଇଁ

 

ଫୁଲ ବେଶରେ ଅତି ଶୋଭା ପାଇ

୧୨୦

ଗହଳ ଲାଗେ ଚନ୍ଦ୍ରସେଣା ପୁର

 

ଶାଶୁ ନଣନ୍ଦ ଦେଖିଲେ ସମ୍ଭର

୧୨୧

ବେଶ ଓଲାଗି ହେଲେ ଚନ୍ଦ୍ରାବଳୀ

 

ଝୀନ ପତନୀ ପିନ୍ଧେ ଆଣିକରି

୧୨୨

ପଲଙ୍କେ ବସି ବିଡ଼ିଆ ଭାଙ୍ଗିଲେ

 

ମେଲାଣି ମାଗି ଗୋପୀମାନେ ଗଲେ

୧୨୩

ଯେ ଯାହା ଘରରେ ହେଲେ ପ୍ରବେଶ

 

ଛଡ଼ ରସରେ ରାଧା କରେ ଗ୍ରାସ

୧୨୪

ପଲଙ୍କ ପରେ ଗୋପୀ ନିଦ୍ରା ଗଲେ

 

ଦାସ ଦନାଇଁ ପାଦ ମଞ୍ଚାଳିଲେ

୧୨୫

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୧-

ବିଶ୍ୱନାଥ

-

ମହାଦେବ

୩୫-

ତଳୟକର

-

(କତଲୟ ଶବ୍ଦକ) ମନଦେଇ ଶୁଣ

୪୨-

ନଟନାରୀ

-

ବାଚ କରିବା ସ୍ତ୍ରୀ

୧୦୦-

କୟେବାର

-

ସ୍ତୁତି

୧୦୧-

ସମ୍ଭର

-

ଉତ୍ସବ

 

ବିଂଶ ଛାନ୍ଦ

ଏଥୁ ଅନନ୍ତରେ ପାର୍ବତୀ କହ

 

ଗୋପୀଙ୍କ ଲୀଳା ତ ବ୍ରହ୍ମାଣ୍ଡେ ନାହିଁ

ଯାହା ମୁ ଶୁଣି ନ ଥିଲି କର୍ଣ୍ଣରେ

 

ସେ କଥା କହିଲ ମୋହୋ ଆଗରେ

ରାଧ୍ୱକା କିଏ ମୋତେ ନାହିଁ ଜଣା

 

କୃଷ୍ଣ ଯିବାରୁ ରାଜା ହେଲେ ସିନା

କାହାର ନାରୀ ପୃର୍ବରେ ସେ ପୁଣ

 

ପୁଣି ବୃନ୍ଦାବନେ କଉଁ ଭିଆଣ

ଗଙ୍ଗାଧର ବୋଲେ ଶୁଣ ଗୋ ସହି

 

ଗୋଲୋକ ଦ୍ୱାରୀ ରାଧିକା ଯେ ହୋଇ

ଗୋଲୋକରେ ଯେତେ ସର୍ବେ ଅଯୋନି

 

ବୃନ୍ଦାବନରେ ରାସ ହେବା ଜାଣି

ଗୋଲୋକ ତେଜି ଆଇଲେ ତ୍ରିପୁରା

 

ରାଧା ନାମ ଗୋଟି ତାଙ୍କରି ପରା

କୃଷ୍ଣ କଂସକୁ ମାରିବାକୁ ପୁଣ

 

ଅଷ୍ଟ ବରଷ ଗୋପେ ଲୀଳା ଜାଣ

 

 

ମଥୁରାକୁ ଗଲେ ଅକୁର ସଙ୍ଗେ

 

ସେ କଥାମାନ ତ ଶୁଣିଛି ଆଗେ

କୃଷ୍ଣ ଥାଇ ରାଈ ରାଜା ହୋଇଲେ

 

ବୃନ୍ଦାବନ ତାଙ୍କୁ ଦେଇଣ ଗଲେ

୧୦

ୟେବେ କହିବା ଶୁଣ ଶାକମ୍ଭରି

 

ଅପୂର୍ବ ରସ ଗୋ ଶୁଣ ସୁନ୍ଦରି

୧୧

ସେ ଦିନ ନିଶି ଗୋପରେ ଚହଳ

 

ରାଈ ରାଜା ହେଲେ ୟେ ଗୋପପୁର

୧୨

ନିଶା ପାହିଲା ଗୋପୀ ଯେ ଅଇଲେ

 

ଚନ୍ଦ୍ରସେଣା ପୁରେ ପ୍ରବେଶ ହେଲେ

୧୩

ସର୍ବ ଗୋପାଳୁଣୀ ହୋଇଣ ମେଳ

 

ରାଧାଙ୍କୁ ବୋଇଲେ ଯମୁନା ଚାଲ

୧୪

ରାଧିଙ୍କୁ ବୋଇଲେ ଶୁଣ ଗୋ ସର୍ବେ

 

ଯେଝା ଘରକୁ ଚଳି ଯାଅ ଏବେ

୧୫

ଦଧି ଛେନା ସରେ ଲବଣୀ ଆଣ

 

ପାଚଲ କଦଳୀ ନବାତ ପୁଣ

୧୬

ଯାହାକୁ ଯାହା ମିଳିବ ଘେନିଣ

 

ସଜ ହୋଇ ଯାଅ ଯାଅ ଯମୁନା ପୁଣ

୧୭

ବାଲୁଙ୍କା ପୂଜି ଗୋପେଶ୍ୱର ଯିବା

 

ପୂଜା କରି ବନ ଭୋଜି କରବା

୧୮

ଆମ୍ଭେ ନେଉଛୁ ଶତ ଭାର ପୁଣ

 

ଆସ ବହନ ହେଳା ନ କରିଣ

୧୯

ଶୁଣି ଗୋପୀମାନେ ଗଲେ ଘରକୁ

 

ଛେନା ଦୁଧ ସର ଲବଣୀ ତାଙ୍କୁ

୨୦

ସମସ୍ତେ ଘେନି ହୋଇଲେ ବାହାର

 

ପ୍ରବେଶ ଯାଇ ତଗୋବର୍ଦ୍ଧନ ତଳ

୨୧

ଶ୍ୟାମ କୁଣ୍ଡ ରାଧା କୁଣ୍ଡ ନିକଟେ

 

ଠୂଳ ହୋଇଲେ ଗୋପିକା ସମସ୍ତେ

୨୨

ଗୋଟିକା ଲବଣୀ ଛେନା ଶାକର

 

ଘେନି ବୃନ୍ଦାବତୀ ଚଳେ ସତୃର

୨୩

ଦଶ ବିଂଶ ଦ୍ରବ୍ୟ ଦୂତିକା ନେଲେ

 

ଗୋପୀଙ୍କ ସଙ୍ଗରେ ଯାଇ ମିଳିଲେ

୨୪

ଚନ୍ଦ୍ରାବଳୀ ପୁଣି ବାହାର ହୋଇ

 

ପୂର୍ଣ୍ଣମାସୀ ସଙ୍ଗେ ଅଛନ୍ତି ରହି

୨୫

ନିଜ ସେବାକାରୀମାନେ ସଙ୍ଗରେ

 

ଦୁଧ ଭାର ମାନ ଚଳେ ଆଗରେ

୨୬

ପାଚିଲା କଦଳୀ ପଇଡ଼ ଚାଳି

 

ବାହାର ହୋଇଲେ ଗୋପ ସୁନ୍ଦରୀ

୨୭

ଆଗେ ପୂର୍ଣ୍ଣମାସୀ ପଛେ ନଣନ୍ଦ

 

ଧୀର ଧୀର ହୋଇ ଚାଲିବା ମନ୍ଦ

୨୮

ବୃନ୍ଦାବନରେ ହୋଇଲେ ପ୍ରବେଶ

 

ଯେଉଁଠାରେ ଛନ୍ତି ଗୋପୀ ସମସ୍ତ

୨୯

ଗୋବର୍ଦ୍ଧନ ଗିରି ତଳରେ ଯାଇ

 

କେଳି କଦମ୍ବ ଘାଟ ଠାରେ ରହି

୩୦

ଯମୁନାକୁ ଚାହିଁ ସମସ୍ତେ ପୁଣ

 

ହୁଳହୁଳି ଦେଲେ ସକଳେ ଜାଣ

୩୧

ଦାନ୍ତ ଘଷିଣ ଯମୁନା ପଶିଲେ

 

ସ୍ନାହାନ ସାରି କୂଳେ ଉଭା ହେଲେ

୩୨

ବାଲୁଙ୍କା ପୂଜିଲେ ସକଳ ଗୋଈ

 

ଗନ୍ଧ ଚନ୍ଦନ ଫୁଲ ଶିରେ ଦେଇ

୩୩

ସିନ୍ଦୁର କଜ୍ଜ୍ୱଳ ନେଇଣ ଦେଲେ

 

ଛେନା ଗୋଟିକା ପୂଜା ତାଙ୍କୁ କଲେ

୩୪

କର ଯୋଡ଼ିଣ ଜଣାନ୍ତି ସୁନ୍ଦରୀ

 

ନନ୍ଦସୁତକୁ ଦିଅ ବେଗ କରି

୩୫

ଶଙ୍କର ଗଉରୀ ସୁଦୟା କର

 

ସେବା ଘେନ ବାରେ ପାର୍ବତୀବର

୩୬

ପୂର୍ବରେ ଯଉଁ ରୂପେ ଲୀଳା ହୋଲା

 

ସେ କଥା ପ୍ରାପତ ପରାଅ ପରା

୩୭

ଏମନ୍ତ ଜଣାଇ ଗୋପକାମିନୀ

 

ସେଠାରୁ ସମସ୍ତେ ଉଠିଲେ ପୁଣି

୩୮

କେଳି କନ୍ଦବ ମୂଳେ ଉଭା ହୋଇ

 

ଓଦା ବସନ ପାଲଟିଲେ ତହିଁ

୩୯

ଝୀନ ପତନୀମାନ ଆଣିଥିଲେ

 

ପିନ୍ଧି ପହୁରାଣ ସମସ୍ତେ ହେଲେ

୪୦

ସିନ୍ଦୂର କଜ୍ଜ୍ୱଳ ଘେନିଣ ପୁଣ

 

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ଘେନିଣ

୪୧

ହରିଦ୍ରା ତଣ୍ଡୁଳ ସୁବର୍ଣ୍ଣ ଦୂବ

 

ରଙ୍ଗ ବବର୍ଣ୍ଣ ପୁଷ୍ପ ତହିଁ ସଂଯୋଗ

୪୨

ହୁଳହୁଳି ଦେଇ ସକଳ ନୀରୀ

 

ବନ୍ଦାପନା କଲେ ଶୂନ୍ୟବିହାରୀ

୪୩

ପୁଷ୍ପ ଚନ୍ଦନ ଧୂପ ଦେଲେ

 

ଆଳତି କରି ଦୁଖ ଜଣାଇଲେ

୪୪

କେ ବୋଲେ ଦିଅ ଦହେ କଳାବଦନ

 

ନ ଦେଖି ଆମ୍ଭେ ହଉଛୁ ଉଛନ

୪୫

କେ ବୋଲେ ଯଶୋଦା-କୁମର ଆସୁ

 

କୋଳ କରି ଆମ୍ଭ ମନ ତୋଷୁ

୪୬

ନୟନ ସୁଫଳ ହଉ ଆମ୍ଭର

 

ଗଗନବିହାରି ସୁଦୟା କର

୪୭

କେ ବୋଲେ ରାତ୍ର ଦିବସ କରୁଛ

 

କଳା ପୁରୁଷକୁ ଲୁଚାଇ ଅଛ

୪୮

ଆମ୍ଭ ନୟନମାନଙ୍କରେ ପୁଣ

 

ପରଳ ମାଡ଼ିଲେ ଯେସନେ ଜାଣ

୪୯

ସେହିରୂପେ ହେଲେ ଗୋପ ଗୁଆଳୀ

 

ରାଧା ନ ଥିଲେ ମରନ୍ତୁଣି ଝୁରି

୫୦

କେ ବୋଲେ ତୁମ୍ଭେ ତ ଜାଣ ସକଳ

 

ଆମ୍ଭର ମାଗୁଣି ନନ୍ଦକୁମର

୫୧

ତାଙ୍କୁ ଦେଖିଲେ ସବୁ ସୁଖ ହେବ

 

ରତି ସୁରତି ବିରହ ଯେ ଯିବ

୫୨

କେ ବୋଲେ ଶୁଣ ଦିନକର ନାଥ

 

ଗୋବିନ୍ଦ କରିଗଲେ କିପାଁ ଦୁଖ

୫୩

ବଡ଼ ପ୍ରଭୁ ପଣ ହୋଇଲା ଯେବେ

 

ଦାସୀ ମାନଙ୍କୁ ଦୂର କଲେ ଭାବେ

୫୪

ୟେତେ କହ ତହିଁ ବ୍ରଜସୁନ୍ଦରୀ

 

ବାସ ପଇଡ଼ ଦୁଧ ସର ଭରି

୫୫

ସୂର୍ଯ୍ୟ ପୁଜା ବିଧି ସାରିଣ ବେଗ

 

କହିଣ ସେଠାରୁ ଚଳିଲେ ସର୍ବେ

୫୬

ଆଗ ପଛ ହୋଇ ଚାଲନ୍ତି ପୁଣ

 

ପ୍ରଦକ୍ଷିଣ କଲେ ଗିରି କି ଜାଣ

୫୭

କୃଷ୍ଣର ପାଦ ଚିହ୍ନମାନ ଦେଖି

 

କର ଯୋଡ଼ିଣ ପ୍ରଣାମ କରନ୍ତି

୫୮

କେ ବୋଲେ ସଙ୍ଘାତ ଏହାକୁ ଦେଖ

 

ୟେ ଗିରି ଧରି ଥିଲେ ପ୍ରାଣନାଥ

୫୯

କେ ବୋଲେ ମିତଣି ସେକାଳ କଥା

 

ଯଉଁ ଦିନ ଗୋପେ ଇନ୍ଦ୍ର ଦେବତା

୬୦

ବାଦ କରିଣ ବରଷିଲା ଜଳ

 

ଚଡ଼କ ବଜ୍ର ସୂଚୀ ଅତି ଘୋର

୬୧

ସେଦିନ ୟେ ଗିରି ଟେକିଲେ ହରି

 

ସପ୍ତଦିନ ୟେଥେ ବଞ୍ଚିଲୁ ନାରୀ

୬୨

ୟେ ଗିରି ନେଇ ଗୋପ ଘୋଡ଼ାଇଲେ

 

ଦେବଙ୍କ ଗରବ ଭାଙ୍ଗିଲେ ଭଲେ

୬୩

ତାହା ଶୁଣି ବୃନ୍ଦାବତୀ ବୋଇଲେ

 

ସେ କାଳ କଥା ଗୋ ମନେ ପଡ଼ିଲେ

୬୪

ହୃଦୟ ଦହଇ ଆମ୍ଭର ପୁଣ

 

ଯେସନେ ଅଗ୍ନି ଦହେ ଘୃତ ଜାଣ

୬୫

ଶ୍ରୀମତୀ ବୋଇଲେ ଶୁଣ ଗୋ ତୁମ୍ଭେ

 

ବିରହ ସମ୍ଭାଳ ସୁନ୍ଦରି ଏବେ

୬୬

ଚାଲ ଏଠାରୁ ବେଗେ ଚଳି ଯିବା

 

ଗୋପେଶ୍ୱରଙ୍କୁ ଦର୍ଶନ କରିବା

୬୭

ପୂର୍ଣ୍ଣମାସୀ ବୋଲେ ଶୁଣ ଗୋ ସହି

 

ଗିରି ପୂଜା ଆଜି କରିବା ସହି

୬୮

କାଳ ଯୁଗେ କଥା ରହିବ ପୁଣ

 

ଗୋବର୍ଦ୍ଧନ ପୂଜା ହେବ ଭିଆଣ

୬୯

ସକଳ ପଦାର୍ଥ ଅଣାଇ ବେଗ

 

ଗୋବର୍ଦ୍ଧନ ପୂଜା କଲେ ଆରମ୍ଭ

୭୦

ପୂଜା ସାରି ସର୍ବ ଗୋପସୁନ୍ଦରୀ

 

ଗିରିବରକୁ ପ୍ରଣମିର କରି

୭୧

ସେଠାରୁ ଚଳିଲେ ସମସ୍ତ ଗୋଈ

 

ଧବଳଛତି ତଳେ ରାଧା ଯାଇ

୭୨

ଗୋପେଶ୍ୱରଙ୍କ ଠାରେ ପରବେଶ

 

ଦର୍ଶନ କରି ଗୋପୀମାନେ ତୋଷ

୭୩

ଯମୁନା ଜଳେ କରାଇଲେ ସ୍ନାନ

 

ଶିରରେ ଦେଲେକ ଫୁଲ ଚନ୍ଦନ

୭୪

ବେଲପତ୍ରୀ ଉଆ ତଣ୍ଡୁଳ ଦେଲେ

 

କରଯୋଡ଼ି ସର୍ବେ ଉଭା ହୋଇଲେ

୭୫

ବୋଇଲେ ଶୁଣ ଦେବଙ୍କ ଈଶ୍ୱର

 

ବେଗେ ଭେଟ କର ମୁରଲୀଧର

୭୬

ଆମ୍ଭମାନଙ୍କର ବିରହ ତୁଟୁ

 

ସଙ୍କଟ ଫେଡ଼ ହେ ପାର୍ବତୀ-ଚକ୍ଷୁ

୭୭

ଯେତେ ଦେବତା ତୁମ୍ଭଙ୍କୁ ସେବିଲେ

 

ସେବା କରି ପୁଣି ଅମର ହେଲେ

୭୮

ଅପକ୍ଷରୀରଣେ ସେବି ତୁମ୍ଭଙ୍କୁ

 

ସ୍ୱର୍ଗ ପ୍ରାପତ ହୋଇଲା ତାହାଙ୍କୁ

୭୯

ଦଶରଥ ପୁଅ ଶ୍ରୀରାମ ପୁଣ

 

ରାମନାଥ ଲିଙ୍ଗ ପୂଜିଲେ ଜାଣ

୮୦

ରାବଣ ମାରି ସୀତାଙ୍କୁ ଆଣିଲେ

 

ସେତୁବନ୍ଧ ବାନ୍ଧ କୀର୍ତ୍ତି ରଖିଲେ

୮୧

ଇନ୍ଦ୍ର ସେବା କଲ ଶତେ ବରଷ

 

ଐରାବତ ଗଜ ଦେଲେ ମହେଶ

୮୨

କିସ ଜଣାଇବୁ ଗୋପର ନାରୀ

 

ଆମ୍ଭଙ୍କୁ ଦିଅ ହେ କୁଞ୍ଜବିହାରୀ

୮୩

ତେବେ ସନ୍ତୋଷ ହେବ ଆମ୍ଭ ମନ

 

ଏହି କଥା ଆମ୍ଭେ ମାଗୁଛୁଁ ପୁଣ

୮୪

କଳା ପୁରୁଷକୁ ପାଇଲେ ତୋଷ

 

ଆମ୍ଭମାନଙ୍କ ଦେହୁଁ ଯିବ କ୍ଳେଶ

୮୫

ରାଧା ବୋଇଲେ ଶୁଣ ତ୍ରିପୁରାରି

 

ଗୋବିନ୍ଦଠାରେ ଚିତ୍ତ ସବୁଙ୍କରି

୮୬

ଭେଳକି ବିରହ ଦେହରୁ ହର

 

ଆମ୍ଭପାଇଁ ତାଙ୍କ ପାଶକୁ ଚଳ

୮୭

କହିନ ତ୍ରୈଲକ୍ୟ ଚିନ୍ତାମଣିକି

 

ସେବକମାନଙ୍କୁ ଦୂର କରି କି

୮୮

କଳା ବୋଲାଅ ପତିତପାବନ

 

ଗୋପୀନାଥ ନାମ ବିଖ୍ୟାତ ପୁଣ

୮୯

ଯେତେ କହିବ ଆମ୍ଭପାଇଁ ଯାଇଁ

 

ଆମ୍ଭର ମିନତି ଘେନ ଗୋସାଇଁ

୯୦

ଏତେ ବୋଲି ରାଧା ଶୋଇଲେ ତଳେ

 

ଉଭା ହୋଇଣ ଗୋପୀଙ୍କି ବୋଇଲେ

୯୧

ସକଳ ପଦାର୍ଥ ଆଣ ଗୋ ବେଗେ

 

ପୂଜା କରାଅ ଗୋପେଶ୍ୱର ଆଗେ

୯୨

ଶୁଣି ଗୋପାଳୁଣୀ ହରଷ ହେଲେ

 

ସକଳ ପଦାର୍ଥ ଆଣି ଥୋଇଲେ

୯୩

ପୂଜା ବଢ଼ାଇଲେ ସନ୍ତୋଷ କରି

 

ସେଠାରୁ ଚଳି ଗଲେ ଗୋପନାରୀ

୯୪

ବୃନ୍ଦାବନର ଭିତରେ ପଶିଲେ

 

ସକଳ ପଦାର୍ଥ ଘେନାଇଁ ଗଲେ

୯୫

ସିଂହାସନରେ ରାଈ ରାଜା ହେଲେ

 

ଧବଳ ଛତି ଅଛି ମସ୍ତକରେ

୯୬

କାହୀଳୀ ବଜାଏ କେବଣ ନାରୀ

 

ଆଲଟ ଚାମର କେ କରେ ଧରୀ

୯୭

ବିଞ୍ଚଣୀ ବିଞ୍ଚନ୍ତି କେଉଁ ସୁନ୍ଦରୀ

 

ମଣିମା ଡାକ ନିରନ୍ତରେ କର

୯୮

ରାଈ ରାଳା ଆଜ୍ଞା ଦେଲେକ ପୁଣ

 

ଶତେ ଗୋପାଳିଣୀ ଯାଅ ବହନ

୯୯

ରମ୍ଭା ପତ୍ର ଆଣ ବଲରୁ ତୋଳି

 

ଭୋଜନ କରିବା ସମସ୍ତେ ମିଳି

୧୦୦

ବନଭୋଜି ଆଜି ବନରେ ହେବ

 

ତାହା ଶୁଣି ଗୋପୀ ଗଲେକ ବେଗ

୧୦୧

ବନରୁ ପତର ତୋଳି ଆଣିଲେ

 

ଶତେ ଗୋପୀ ପୁଣି ଯମୁନା ଗଲେ

୧୦୨

ଶତେ କଳସୀ ଯମୁନାରୁ ଜଳ

 

ଘେନିଣ ଅଇଲେ ଯାଇଁ ସତ୍ୱର

୧୦୩

ଶତେ ଗୋପାଳୁଣୀ ଗୋପକୁ ଗଲେ

 

ରାଈ ରାଜା ଆଜ୍ଞା ହୋଇଛି ବୋଲେ

୧୦୪

ବାଳକ ତରୁଣୀ ବୃଦ୍ଧା ସହିତେ

 

ଘେନାଇଁ ଅଇଲେ ସଙ୍ଗେ ତୁରିତେ

୧୦୫

ଯଶୋଦା ରୋହିଣୀ ଆଣିଲେ ପଣ

 

ସମସ୍ତେ ମିଳିଲେ ଶ୍ରୀବୃନ୍ଦାବନ

୧୦୬

ଦେଖିଲେ ରାଜା ଚନ୍ଦ୍ରାବଳୀ ହୋଇ

 

ମଣିମା ଡାକ ପାଶରେ ପଡ଼ଇ

୧୦୭

ଧବଳ ଛତି ଆଲଟ ବିଞ୍ଚଣି

 

କାହାଳୀ ଶବଦେ କମ୍ପେ ମେଦିନୀ

୧୦୮

ଗୋପରୁ ଯେତେ ଲୋକ ଆସିଥିଲେ

 

ରାଧିକା ରାଜା ହେବାର ଦେଖିଲେ

୧୦୯

ଯଶୋଦା ରୋହଣୀ ଦେଖିଣ ପୁଣ

 

ବିଚାର କରନ୍ତି ମନେ ହେଜିଣ

୧୧୦

ସ୍ୱର୍ଗ ସମ୍ପତ୍ତ ତ ଏ ଭୋଗ କରେ

 

କମଳା କି ଜାତ ଗୋପ ନବରେ

୧୧୧

ତାହା ଜାଣି ରାଧା ସୁନ୍ଦରୀ ପୁଣ

 

ସିଂହାସନରୁ ଉଠିଲେ ବହନ

୧୧୨

ଯଶୋଦା ପାଦେ ଓଳଗିଲେ ଯାଇ

 

କର ଧରିଣ ଯଶୋଦା ତୋଳଇ

୧୧୩

ସମସ୍ତେ ବସି କରନ୍ତି ଭୋଜନ

 

ଷୋଳ ନାୟିକାୟେ ପରଶେ ପୁଣ

୧୧୪

ରାଧିକା ଦୁତିକା ସେ ପୂର୍ଣ୍ଣମାସୀ

 

ବୃନ୍ଦାବତୀକି ଘେନିଣ ଚରଚି

୧୧୫

ଯଶୋଦା ସଙ୍ଗତେ ବସିଲେ ରାଈ

 

ରୋହିଣୀ ସଙ୍ଗେ ବୃନ୍ଦାବତୀ ଯାଇଁ

୧୧୬

ଦୂତୀ ଜଟିଳା ସଙ୍ଗରେ ବସିଲା

 

ପୂର୍ଣ୍ଣମାସୀ ସର୍ବ ଚରଚି ଦେଲା

୧୧୭

ଭୋଜନ ସାରି ଆଗମନ କଲେ

 

ଷୋଳ ନାୟିକାୟେ ଭୁଞ୍ଜି ବସିଲେ

୧୧୮

ସମସ୍ତେ ମିଳି ବନଭୋଜି କରି

 

ଦୁଧ ଛେନା ସର ଗୋଟିକା ଭରି

୧୧୯

ପଇଡ଼ ନବାତ କଦଳୀ ସଙ୍ଗେ

 

ଆମ୍ୱ ପଣସ ଖାଇ ସର୍ବେ ବେଗେ

୧୨୦

ଗୋପପୁରକୁ ଚଳିଲେ ବହନ

 

ଆଗ ପଛରେ ଗୋପ ଗୋପୀ ପୁଣ

୧୨୧

ମଧ୍ୟରେ ଷୋଳ ନାୟିକା ସଙ୍ଗରେ

 

ଚନ୍ଦ୍ରାବଳୀ ଚାଲେ ରାଜବେଶରେ

୧୨୨

ଗୋପ ନବରେ ହେଲେ ପରବେଶ

 

କାହାଳୀ ବଜୀଇ ଅତି ହରଷ

୧୨୩

ଧବଳ ଛତି ତଳେ ରାଧା ବିଜେ

 

ସମସ୍ତେ ମେଲାଣି ହୋଇଣ ବେଗେ

୧୨୪

ଚନ୍ଦ୍ରସେଣାପୁର ଶ୍ରୀମତୀ ଗଲେ

 

ଦନାଇ ଦାସ ସଙ୍ଗେ ଗୋଡ଼ାଇଲେ

୧୨୫

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୮୩-

ପାଏଡ଼ା

-

ରଜା ବିଜେ କଲେ ଭୁଇଁରେ ବିଛା ହୋଇଥିବା ଲୁଗା

 

ଏକବିଂଶ ଛାନ୍ଦ

ଏଥୁ ଅନନ୍ତରେ କହନ୍ତି ହର

 

ଶୁଣ ଗୋ ଗଉରି ଗୋପୀ ବିହାର

ଗୋପ ନବରେ ସମସ୍ତେ ଜାଣିଲେ

 

ରାଧିକା ଏପୁରେ ରାଜା ହୋଇଲେ

ଯଶୋଦା କହିଲେ ନନ୍ଦଙ୍କୁ ପୁଣ

 

ଆଜ ବୃନ୍ଦାବନ ଦୋଖିଲୁ ଜାଣ

ଗୋପ କାମିନୀ ଆସି ଡାକି ନେଲେ

 

ବନଭୋଜି ଅଛି ବୋଇଲେ ମୋରେ

ତାଙ୍କ ସଙ୍ଗେ ଯାଇଁ ଦେଖିଲି ପୁଣ

 

ରାଈ ରାଜା ହୋଇ ବୃନ୍ଦାବନେଣ

ନାନା ପଦାର୍ଥ ଭୋଜନ କରିଣ

 

ସମସ୍ତେ ଅଇଲୁଁ ଯେଝା ଭୁବନ

ନନ୍ଦ ବୋଇଲା ସେ ଅଟେ କମଳା

 

କୃଷ୍ଣ ତାହାଙ୍କୁ ରାଜା କରିଗଲା

ତାହା ଶୁଣିଣ ପାର୍ବତୀ ବୋଇଲେ

 

ପୁଣି କିସ ଲୀଳା ରାଧିକା କଲେ

 

 

ଆର ଦିନ ପୁଣି କିସ ହୋଇଲା

 

ତାହା ଶୁଣି ମୋର ମନ ବଳିଲା

ଈଶ୍ୱର କହନ୍ତେ ପାର୍ବତୀ ଶୁଣି

 

ପ୍ରଭାତୁ ଉଠି ସର୍ବ ଗୋପାଳୁଣୀ

୧୦

ଚନ୍ଦ୍ରାବଳୀ ପୁରେ ମିଳିଲେ ଯାଇଁ

 

ଛେନା ଗୋଟିକା ସର ସଙ୍ଗେ ନେଇ

୧୧

ସମସ୍ତେ ମେଳ ହୋଇଣ ସୁନ୍ଦରୀ

 

ବୃନ୍ଦାବନକୁ ଗଲେ ବେଗ କରି

୧୨

କାଳିନ୍ଦୀ କୂଳେ ପ୍ରବେଶ ହୋଇଲେ

 

ସ୍ନାହାନ ସାରି ବାଲୁଙ୍କା ପୂଜିଲେ

୧୩

ମନାସିଲା ବର ମାଗିଣ ତାଙ୍କୁ

 

ଛେନା ଦୁଧ ସର ଦେଇ ତାହାଙ୍କୁ

୧୪

ସେଠାରୁ ଚଳିଲେ ଗୋପୀ ବହନ

 

ଯାଇଁ ମିଳିଲେ ଶ୍ୟାମକୁଣ୍ଡେ ପୁଣ

୧୫

ଯୁଗଳ କୁଣ୍ଡରେ ସ୍ନାହାନ କଲେ

 

ଝୀନ ଶାଢ଼ୀମାନ ଭନେ ପିନ୍ଧଲେ

୧୬

ଅର୍ଘ୍ୟ ବନ୍ଦାଇଲେ ସୂର୍ଯ୍ୟଙ୍କୁ ପୁଣି

 

ପୂଜା କରିଣ ମାଗିଲେ ମାଗିଲେ ମେଲାଣି

୧୭

ସେଠାରୁ ଚଳ ଯାନ୍ତି ଗୋପନାରୀ

 

ଯାଇଁ ଗୋପେଶ୍ୱର ଦର୍ଶନ କରି

୧୮

ଛେନା ଗୋଟିକା ସର ଯେତେ ଥି୍ଲା

 

ଗୋପେଶ୍ୱରଙ୍କୁ ତାହା ଭୋଗ ହେଲା

୧୯

ସମସ୍ତେ ବସିଣ ଭୁଞ୍ଜିଲେ ପୁଣ

 

ସନ୍ତୋଷ ହୋଇ କଲେ ଆଚମନ

୨୦

ବର ମାଗିଣ ତହୁଁ ଚଳ ଦଲେ

 

ବୃନ୍ଦୀବନର ନିତ୍ୟ ସ୍ଥଳୀ ଠୀରେ

୨୧

ରାଈ ବେଶ ହୋଇ ସିଂହାସନରେ

 

ବସିଣ ଭୋଜନ ବିଡ଼ିଆ କରେ

୨୨

ଧବଳ ଛତି ଟିକି ଧରେ ଗୋପୀ

 

ଆଲଟ ବିଞ୍ଚଣି ଆଗେ ପଡ଼ୁଛି

୨୩

କାହାଳି ବଜାଏ ଦୂତିକା ପୁଣ

 

ସମସ୍ତ ଗୋପୀ ଅଛନ୍ତି ପାଶେଣ

୨୪

ବୃନ୍ଦାବାତୀ କଲେ ମୁରଲୀ ଧୁନି

 

ରାଧିକା ବୋଲିଲେ ଶୁଣ କାମିନି

୨୫

କୃଷ୍ଣର ସନ୍ଦେଶ କିସ ପାଇଛ

 

କେଉଁଠାରେ ଅଛି ନନ୍ଦର ବଛ

୨୬

ଲଳିତା ବୋଇଲେ ନ ଗଲା ଜଣା

 

ବିଦ୍ୟାପତି ଯାଇ ଛିଲେ ଯେ କହ୍ନା

୨୭

ରାଧିକା ବୋଇଲେ ଭେଜିବା ଦୂତ

 

କେଉଁଠାରେ ଛନ୍ତି ଆମ୍ଭର ନାଥ

୨୮

ତୁମ୍ଭେ ପାଞ୍ଚ ଜଣ ଗୋଗୋଷ୍ଠେ ଚଳ

 

ଦାମ ସୁଦାମ ଯେ ମଧୁ ମଙ୍ଗଳ

୨୯

ଏହାଙ୍କୁ ଡାକିଣ ଆଣ ତୁରିତ

 

ତାଙ୍କୁ ଭେଜିବା ମଥୁରା ପୁରେ ତ

୩୦

ଶୁଣିଣ ସୁନ୍ଦରୀ ବହନ ଗଲେ

 

କୁଞ୍ଜବନେରେ ତାଙ୍କୁ ଭେଟ ହେଲେ

୩୧

ବୋଇଲେ ରାଜ ହୁକୁମରେ ଆସ

 

ଭେଟ ହୋଇଲେ କହିବେ ସନ୍ଦେଶ

୩୨

ଶୁଣ ତିନି ଜଣ ଅଇଲେ ବେଗେ

 

ପ୍ରବେଶ ହେଲେ ରାଈ ରାଜା ଆଗେ

୩୩

ରାଧିକା ବୋଇଲେ ଶୁଣ ପଣ୍ଡାଏ

 

ମଥୁରା ପୁରକୁ କର ବିଜୟେ

୩୪

ଦାମ ସୁଦାମ ସଙ୍ଗତରେ ନିଅ

 

ଉଗ୍ରସେନ ରାଜା ଆଗରେ କହ

୩୫

ହରି ଥିଲେ ତାଙ୍କୁ କହିବ ପୁଣି

 

ବୋଲିବ ମଲେଟି ଗୋପ ତରୁଣୀ

୩୬

ଗୋପକୁ ଥରେ ବିଜୟ କରିବ

 

ଦେଖା ଦରଶନ ତାହାଙ୍କୁ ଦେବ

୩୭

ତୁମ୍ଭେ ଆସିଲା ଦିନୁଁ ବଡ଼ ଦୁଃଖୀ

 

ନ ଗଲେ ମଲେଟି ଗୋପ ଯୁବତୀ

୩୮

ଶୁଣି ତିନି ଜଣ ମଥୁରା ଗଲେ

 

ଉତ୍ତମ ବେଶ ତିନି ଜଣ ହେଲେ

୩୯

ବଉଦିଆ ଛତା କନ୍ଧରେ ଅଛି

 

ଖଡ଼ୁ ନୋଳି ହସ୍ତେ ଶୋଭା ପାଉଛି

୪୦

କୁସୁମ ଛନ୍ଦେ ବାନ୍ଧଛନ୍ତି ବାଳା

 

ବେକରେ ପଡ଼ିଛି ରତ୍ନର ହାର

୪୧

ଅଙ୍ଗୁଷ୍ଠିରେ ପୁଣି ସୁବର୍ଣ୍ଣ ମୁଦି

 

ପଇତା ଉତୁରି ହୃଦରେ ଭେଦି

୪୨

ପାନ ଖିଲିମାନ ତୁଣ୍ଡରେ ଅଛି

 

ପାନ ବଟୁଆ ହସ୍ତେ ଧରିଛନ୍ତି

୪୩

ବେନି ଗୋଡ଼େ ମଖମଲ ପାଣ୍ଡେଇ

 

କ୍ଷୀରୋଦ୍ର ପିନ୍ଧା ଦୋସଡ଼ା ପିନ୍ଧାଇ

୪୪

ସଜ ହୋଇଣ ହୋଇଲେ ବାହାର

 

ମଥୁରା ପୁରରେ ମିଳି ସତ୍ୱର

୪୫

ପ୍ରବେଶ ହେଲେ ରାଜ ସିଂହଦ୍ୱାର

 

କହିଣ ଭିତରେ ମିଳିଲେ ଚାର

୪୬

ବୋଲିବ ପୋଷିଲେ ରାଈ ନୃପତି

 

ବୃନ୍ଦାବନେ ବିଜେ କରି ଅଛନ୍ତି

୪୭

କୃଷ୍ଣଙ୍କୁ ଷାଡ଼ି ଦେବ ତାଙ୍କ ପାଶ

 

ନୋହିଲେ ଏଥିରେ ଦେବ ସନ୍ଦେଶ

୪୮

ଅଛନ୍ତି କି ନାହିଁ ମଥୁରା କୃଷ୍ଣ

 

ଦେଖି ବୁଝିଣ ଆସିବ ତୁରିତ

୪୯

ସଭା ତଳରେ ପ୍ରବେଶ ହୋଇଲେ

 

ରାମକୃଷ୍ଣ ବସିଛନ୍ତି ସଭାରେ

୫୦

ଉଗ୍ରସେନ ରାଜା ସହିତେ ପୁଣ

 

ସାତ ବଂଶ ଛନ୍ତି ଯାଦବ ପୁଣ

୫୧

ଗାର୍ଗବ ଋଷି ଅନେକ ବ୍ରାହ୍ମଣ

 

ବିଜେ କରିଛନ୍ତି ସଭାରେ ପୁଣ

୫୨

ଉଦ୍ଧବ ବସୁଦେବ ବସିଛନ୍ତି

 

ପାତ୍ର ମନ୍ତ୍ରୀ ଯେ ସାମନ୍ତ ଅଛନ୍ତି

୫୩

ରାମକୃଷ୍ଣ ଉଗ୍ରସେନ କହେ

 

କେତେ ଦିନ ଯାଏ ପ୍ରବେଶ ହୋଏ

୫୪

ଅବନ୍ତୀ ନବର ଅଟନ୍ତି କେଡ଼େ

 

କେତେକ ଘର ଅଛନ୍ତି ତହିଁରେ

୫୫

ସନ୍ଦୀପନୀ ପଣ୍ଡା କିସ କହିଲେ

 

କେତେ ଦିନ ବିଦ୍ୟା ପଢ଼ି ତହିଁରେ

୫୬

ତୁହି କିସ କଲ କହ ହେ ହରି

 

ଶୁଣିଣ କହିଲେ କୁଞ୍ଜବିହାରୀ

୫୭

ବୋଇଲେ ଶୁଣ ରାଜାଧିରାଜନ

 

ଏଠାରୁ ଗଲୁଁ ଆମ୍ଭେ ତିନି ଜଣ

୫୮

ପାଞ୍ଚ ଦିନେ ଯାଇ ସେଠାରେ ହେଲୁ

 

ସାତ ଦିନ ବିଦ୍ୟା ତହିଁ ପଢ଼ିଲୁ

୫୯

ଦକ୍ଷିଣା ଯାଚିଲୁଁ ଗୁରୁଙ୍କୁ ପୁଣି

 

ସେ ବୋଇଲେ ଦିଅ ମଲା ନନ୍ଦନ

୬୦

ତାଙ୍କଠାରୁ ଶୁଣି ଚହନ ଗଲୁ

 

ଯମ ଭୁବନେ ପ୍ରବେଶ ହୋଇଲୁ

୬୧

ଯମକୁ କହିଲୁ ସକଳ କଥା

 

ବୋଇଲେ ନାହିଁ ସାନ୍ଦୀପନୀ ସୁତା

୬୨

ତୁମ୍ଭର ଭାଇ ବସୁଦେବ ପୁତ୍ରେ

 

ତାହାଙ୍କୁ ମୁହିଁ ରଖିଛି ଗୁପତେ

୬୩

ମୋର ବ୍ୟାଧି ତୁମ୍ଭେ ଖଣ୍ଡନ କର

 

ଛଡ଼ ଭାଇଙ୍କି ଯେ ନିଅ ତୁମ୍ଭର

୬୪

ଶୁଣନ୍ତେ ବ୍ୟାଧି ହରଣ ହୋଇଲା

 

ଛଡ଼ ଭାଇ ଆଣି ପାଶରେ ଦେଲା

୬୫

ତହୁଁ ବରୁଣ ପୁରରେ ମିଳିଲୁ

 

ସାନ୍ଦୀପନୀ ଛଡ଼ ପୁତ୍ର ଆଣିଲୁ

୬୬

ଅବନ୍ତୀ ନବରେ ହେଲୁ ପ୍ରବେଶ

 

ପୁତ୍ର ପାଇବାର ଯେତେ ସନ୍ତୋଷ

୬୭

ମେଲାଣି ମାଗି ଅଈଲୁ ସେଠାରୁ

 

କୁଣ୍ଡି ନଗ୍ରରେ ଉଚ୍ଛବ ଦେଖିଲୁ

୬୮

ଭୀଷ୍ମଙ୍କ ଦୁଲଣୀ ଅଟେ ରୁକ୍ମଣା

 

ତାଙ୍କ ନିମନ୍ତେ ସ୍ୱୟମ୍ବର ସିନା

୬୯

ଲକ୍ଷେ ରାଜା ଛନ୍ତି ତାଙ୍କର ପୁରେ

 

ଆମ୍ଭଙ୍କୁ ଦେଖି ଭାଷିଲେ ସକଳେ

୭୦

ସେଠାରୁ ସୁରଥ ସଙ୍ଗରେ ପୁଣ

 

ଛଡ଼ ଭାଇଙ୍କୁ ଭେଜି ଦେଲୁ ଜାଣ

୭୧

ଆମ୍ଭେ ଦୁଇ ଭାଇ ସ୍ୱର୍ଗକୁ ଗଲୁଁ

 

ଯଶୋବନ୍ତୀ ପୁରେ ପ୍ରବେଶ ହେଲୁଁ

୭୨

ଗାୟତ୍ରୀ ସାବିତ୍ରୀ ସେ ଚତୁର୍ମୁଖ

 

ଆମ୍ଭଙ୍କୁ ଦେଖିଣ ବହୁତ ସୁଖ

୭୩

ବେଦ ବିଦ୍ୟା ହୋମ ବେଗେ ସେ କଲେ

 

ଦୁଇ ଭାଇଙ୍କି ଯଜ୍ଞସୁତ୍ର ଦେଲେ

୭୪

ବରତ ହୋଇ ସେଠାରୁ ଅଇଲୁ

 

କାଲି ରଜନୀରେ ପ୍ରବେଶ ହେଲୁ

୭୫

ସକଳ କଥା କହିଲେ ଶ୍ରୀହରି

 

ମଧୁ ମଙ୍ଗଳ ସଭା ପରେ ମିଳି

୭୬

ବୋଇଲେ ଶୁଣ ହେ ମଥୁରା ରାଜା

 

ହୁକୁମ କରିଛନ୍ତି ରାଈ ରାଜା

୭୭

ପାହାଡ଼ା ପାଡ଼ିଣ ହୁକୁମ ଘେନ

 

ଯାହା ଲେଖିଛନ୍ତି କର ଶ୍ରବଣ

୭୮

ବୃନ୍ଦାବନରେ ରାଜା ହେଲା ଦିନୁଁ

 

ଦେଖା ଦରଶନ ନ ଦେଲେ ଯେଣୁ

୭୯

ଦୂତ ପଣରେ ଆମ୍ଭଙ୍କୁ ଭେଜିଲେ

 

ତାହା ଶୁଣି ଉଗ୍ରସେନ କହିଲେ

୮୦

ଆମ୍ଭଙ୍କୁ ତ ଜଣା ନାହିଁ ଏ କଥା

 

କିସ ଲେଖିଛନ୍ତି ତ୍ରୈଲୋକ୍ୟମାତା

୮୧

ଆମ୍ଭେ ସବୁ ଦିନେ ତାଙ୍କର ସିନା

 

ସେ ମୋତେ ରାଜା ପଣ ଦେଲେ କି ନା

୮୨

ଉଠିଣ ପାୟେଡ଼ା ପାଡ଼ି ଶୋଇଲେ

 

ଲେଖା ନେଇଣ ଶିରେ ଲଗାଇଲେ

୮୩

ଋଷି ବୋଇଲେ ଏ କେଉଁ ଭିଆଣ

 

କଥା ନ ଚିହ୍ନି ମାନ କର ପୁଣ

୮୪

ରାଜା ବୋଇଲେ ତୁମ୍ଭେ ହେ ନ ଜାଣ

 

ସେ ରାଜା ଆଗେ ଆମ୍ଭେ ପଛେ ପୁଣ

୮୫

ଯାର ଛାମୁରେ କୃଷ୍ଣ କଟୁଆଳ

 

ହୁକୁମ ମାନଟି ଶିର ଉପର

୮୬

ଯାହାର ବୋଲେ ରାହାସ ମଣ୍ଡଳୀ

 

ରାମ କୃଷ୍ଣ ଅଟେ ଯା ଆଜ୍ଞାକାରୀ

୮୭

ପୂର୍ଣ୍ଣମାସୀ ଗୋପେଶ୍ୱର ଦେବତା

 

ଯାହାର ପାଶରେ ନିତ୍ୟେ ଭଗତା

୮୮

ସେ ରାଧା ଚରଣେ ମୋର ଶରଣ

 

ସେ ଲେଖା ଗୋଟି ଯେ ପଢ଼ ଆପଣ

୮୯

ଋଷି ତକ୍ଷଣେ ଲେଖାଇ ଧଇଲେ

 

ରାଜାଙ୍କ ଆଗରେ ପଢ଼ିଲେ ଭଲେ

୯୦

ରାଈ ରାଜାର ମଥୁରା ରାଜାକୁ

 

ଶ୍ରୀମୁଖ ଲେଖା ଲେଖିଲୁ ତୁମ୍ଭଙ୍କୁ

୯୧

ରାମ କୃଷ୍ଣଙ୍କୁ ଏଥୁ ନେଇଗଲ

 

ନିଶ୍ଚିନ୍ତ ହୋଇଣ ତେଣେ ରଖିଲ

୯୨

ଆମ୍ଭେ ନ ଦେଖି ଝୁରି ମରୁଅଛୁ

 

ପଠିଆଇ କିମ୍ପା ନ ଦେଲ ତାଙ୍କୁ

୯୩

ଏବେ ଭଲ ପଣ ଜଣା ଗଲାଣି

 

ଦୂତ ସଙ୍ଗେ ତାଙ୍କୁ ଭେଜିବ ପୁଣି

୯୪

ନୋହିଲେ ଏଥିର ଭାଷା କହିବ

 

ଲକ୍ଷେ ସୁବର୍ଣ୍ଣ ଏହା ସଙ୍ଗେ ଦେବ

୯୫

କନକ ସ୍ନାହାନ ହେବ ଆମ୍ଭର

 

ଅଭିଷେକ ହେବୁ ବୃନ୍ଦାବନର

୯୬

ଯେବେ ଏ କଥା ତୁମ୍ଭେ ନ କରିବ

 

ତେବେ ଜୁଝିବାକୁ ସଜ ହୋଇବ

୯୭

ତୁମ୍ଭେ ତ ରାଜା ମଥୁରାରେ ଅଟ

 

ସାତ ବଂଶ ଘେନି କୃଷ୍ଣକୁ ଖଟ

୯୮

ଆମ୍ଭେ ତ ରାଜା ଅଟୁ ବୃନ୍ଦାବନେ

 

ଷୋଳସସ୍ର ଗୋପୀ ଖଟେ ଚରଣେ

୯୯

ଆମ୍ଭର ସ୍ୱାମୀ ଅଟେ ନାରାୟଣ

 

ନବଲକ୍ଷ ଘର ଗୋପରେ ପୁଣ

୧୦୦

ଏମନ୍ତ ଲେଖା ସେ ରାଜା ଶୁଣିଲେ

 

ରାମକୃଷ୍ଣଙ୍କୁ ଚାହିଁଣ ବୋଇଲେ

୧୦୧

ତୁମ୍ଭ ଯିବାକୁ ଲେଖିଛନ୍ତି ରାଈ

 

ଯିବ କି ରହିବ କହ ଗୋସାଇଁ

୧୦୨

ଶ୍ରୀକୃଷ୍ଣ ବୋଇଲେ ଯିବାକୁ ଜାଣ

 

ସମୟେ ହେଲେ ଆମ୍ଭେ ଯିବୁ ପୁଣ

୧୦୩

କାଲି ତ ଆମ୍ଭେ ଆସିଛୁ ଏଥିକୁ

 

ବିଚାର କରି ଯିବା ସେ ଠାବକୁ

୧୦୪

ରାଈ ରାଜାର ଦୂତ ଆସିଛନ୍ତି

 

ଯାହା ମାଗନ୍ତି ଦିଅ ହେ ନୃପତି

୧୦୫

ଶୁଣି ଭୋଜରାଜା ବୋଇଲେ ପୁଣ

 

ତାଙ୍କୁ ହୁକୁମ କି ହେବ ମେଣ୍ଟଣ

୧୦୬

ଏତେ ବୋଲିଣ ବେଗେ ଉଠିଗଲେ

 

ଭଣ୍ଡାର ଘରେ ପ୍ରବେଶ ହୋଇଲେ

୧୦୭

ଲକ୍ଷ ସୁବର୍ଣ୍ଣ ଗଣି ତତକାଳେ

 

ଶତେ ଭାରିଆ ଡାକି ମହାପାଳେ

୧୦୮

ଦାମ ସୁଦାମ ମଧୁମଙ୍ଗଳଙ୍କୁ

 

ବହୁତ ବୁଝାଇ କହିଲେ ତାଙ୍କୁ

୧୦୯

ଠାକୁରାଣୀଙ୍କି ମୋର ନମସ୍କାର

 

ମୋଠାରେ ସୁଦୟା ଥିବ ତାଙ୍କର

୧୧୦

ମୋର ମିନତି ତାଙ୍କ ଆଗେ କହ

 

ମୋଠାରେ ସବୁଦିନେ ଥିବ ସ୍ନେହ

୧୧୧

ଖଡ଼ୁ ନୋଳି ନାନ ବେଶ କରିଣ

 

କହିଣ ମୋଲାଣୀ କଲେ ବହନ

୧୧୨

ସେଠାରୁ ତିନି ଜଣ ଚଳିଗଲେ

 

ରାମ କୃଷ୍ଣଙ୍କ ଚରଣେ ନମିଲେ

୧୧୩

ବୋଇଲେ ବିଜେ କର ଗୋପପୁର

 

ଗୋପୀମାନଙ୍କର ବିରହ ବଡ଼

୧୧୪

ରାଧା କହିଛନ୍ତି ତୁମ୍ଭେ ଯିବାକୁ

 

ଯଶୋଦା ଗୋଡ଼ାଇ ଆସେ ବାଟକୁ

୧୧୫

ଝୁରି ମରୁଛନ୍ତି ସକଳ ପୁଣ

 

ଯାଇଣ ପ୍ରବୋଧି ଆସ ଆପଣ

୧୧୬

କୃଷ୍ଣ ବୋଇଲେ ବଡ ଦ୍ୱନ୍ଦ ଏଥି

 

ଜରାସନ୍ଧ ଆମ ଶତ୍ରୁ ହୋଇଛି

୧୧୭

ଲକ୍ଷେ ରାଜା ଘୋନି କରିବ ଦ୍ୱନ୍ଦ

 

କହିବ ଆସି ନ ପାରେ ଗୋବିନ୍ଦ

୧୧୮

ପତ୍ର ଗୋଟିକେ ଲେଖିଲେ ଶ୍ରୀହରି

 

ମଧୁମଙ୍ଗଳ ହସ୍ତେ ମୁଦ କରି

୧୧୯

ଉଗ୍ରସେନ ରାଜା ଚିଟାଉ ଦେଲେ

 

ବହୁତ ମିନତି ତହିଁ ଲେଖିଲେ

୧୨୦

ମେଲାଣି ହୋଇ ତହୁଁ ଚଳି ଗଲେ

 

ବୃନ୍ଦାବନରେ ପ୍ରବେଶ ହୋଇଲେ

୧୨୧

ଭାଷା ଲେଖା ଛାମୁରେଣ ଦେଇଣ

 

ରାମ କୃଷ୍ଣଙ୍କ କଥା କହି ପୁଣ

୧୨୨

ଶତେ ଭାରୁଆ ଭାର ଥୋଇ କରି

 

ଦର୍ଶନ କଲେ ରାଜା ଦଣ୍ଡଧାରୀ

୧୨୩

ସିଂହାସନରୁ ଉଠି ରାଈ ରାଜା

 

ବୋଇଲେ ଚାଲ ଗୋ ଗୋପକୁ ଯିବା

୧୨୪

ଲକ୍ଷେ ସୁବର୍ଣ୍ଣ ସଙ୍ଗତରେ ଘେନି

 

ଚନ୍ଦ୍ରଶାଳା ପୁରେ ପ୍ରବେଶ ପୁଣି

୧୨୫

ବ୍ରଜ ସୁନ୍ଦରୀଙ୍କି ମେଲାଣି ଦେଲେ

 

ରାଜାଲୋକଙ୍କୁ ପଉରୋଷେ ଚାଲେ

୧୨୬

ଗୋପୀମାନେ ସବୁ ମିଳିଲେ ଘର

 

ଦାସ ଦନାଇଁ ସେବିଲା ପୟର

୧୨୭

 

ଦ୍ୱାବିଂଶ ଛାନ୍ଦ

ଉମା ବୋଇଲେ ମହେଶ୍ୱର ଶୁଣ

 

ପୁଣି କିସ କଲେ ଗୋପିକାଗଣ

ଅଭିଷେକ ପୁଣି କିରୂପେ ହେଲେ

 

କନକ ସ୍ନାନ କେହୁ କରାଇଲେ

କଉଁ ମୁନି ଆସି ନୀତି ନୀତି କହିଲେ

 

ଏ କଥା କହ ଦେବ ମୋତେ ଭଲେ

କହନ୍ତି ଈଶ୍ୱର ଶୁଣନ୍ତି ଉମା

 

ଯେଝା ଘରେ ଗୋପକାମିନୀ ସିନା

କୃଷ୍ଣ ଗୁଣ ଗୁଣି ରଜନୀ ପାହି

 

ଆରଦିନ ରାଧା ପୁରକୁ ଯାଇ

ପଞ୍ଚି ପଞ୍ଚି ହୋଇ ପ୍ରବେଶ ହେଲେ

 

ଚନ୍ଦ୍ରଶାଳା ପୁରେ ତୁରିତେ ମିଳେ

ବୋଇଲେ ଚାଲ ଯିବା ଯମୁନା

 

ସ୍ନାହାନ କରି ପୂଜିବା ହରିଙ୍କୁ

ଗୋପେଶ୍ୱରଙ୍କୁ ଦର୍ଶନ କରିବା

 

ଉଦୟନାଥ ଅର୍ଘ୍ୟ ବନ୍ଦାଇବା

 

 

ଏତେ ବୋଲି ଉଠି ସକଳ ଗୋପୀ

 

ଆଗେ ବୃନ୍ଦାବତୀ ସଙ୍ଗରେ ଦୂତୀ

ପହର୍ଣ୍ଣମାସୀ ସଙ୍ଗେ ରାଧିକା ପୁଣ

 

ତାଙ୍କ ପଛେ ସର୍ବ ଗୋପିକାଗଣ

୧୦

ଯମୁନା ଯାଇଣ ହେଲେ ପ୍ରବେଶ

 

ସ୍ନାହାନ କଲେ ବଂଶୀବଟ ପାଶ

୧୧

ବାଲୁଙ୍କା ପୂଜି ତହୁଁ ଚଳି ଗଲେ

 

କାଳନ୍ଦୀକୂଳେ ପ୍ରବେଶ ହୋଇଲେ

୧୨

ଚହିଁ ରବିଙ୍କି ଅର୍ଘ୍ୟ ବନ୍ଦାଇଣ

 

ଗୋପେଶ୍ୱରଙ୍କୁ କଲେ ଦରଶନ

୧୩

ସେଠାରୁ ଚଳିଲେ ବୃନ୍ଦାବନକୁ

 

ପୁଷ୍ପବନରୁ ପୁଷ୍ପ ତୋଲିବାକୁ

୧୪

ସମସ୍ତେ ପଶିଣ ତୋଳିଲେ ଫୁଲ

 

ଫୁଲବନରୁ ହୋଇଲେ ବାହାର

୧୫

ଫୁଲମାନ ସବୁ ମାଳ ଗାନ୍ଥିଲେ

 

ରାଧିକା ପାଶେ ପରବେଶ ହେଲେ

୧୬

ଦେଖି ଚନ୍ଦ୍ରାବଳୀ ମନେ ହରଷ

 

ବୋଇଲେ ଶୁଣ ଗୋ କୃଷ୍ଣ ସନ୍ଦେଶ

୧୭

ଲେଖିଛନ୍ତି ହରି କେଉଁ ପ୍ରକାରେ

 

ମଧୁମଙ୍ଗଳ ପଣ୍ଡାଙ୍କ ହସ୍ତରେ

୧୮

ଶୁଣି ସର୍ବ ଗୋପୀ ସନ୍ତୋଷ ହେଲେ

 

ଲେଖା ନେଇଣ ଲଳିତାଙ୍କୁ ଦେଲେ

୧୯

ଚନ୍ଦ୍ରାବଳୀଙ୍କି ଆମ୍ଭର ଚିଟାଉ

 

ମନରେ ଦୁଃଖ ନ କରିବ ଆଉ

୨୦

ଯହିଁ ଥିଲେ ଆମ୍ଭେ ତୁମ୍ଭର ସିନା

 

ନ ଦେଖି କିମ୍ପାଇଁ ହୁଅ ବିମନା

୨୧

ଦୁଷ୍ଟ ନିବାରଣେ ଆମ୍ଭର ଜାତ

 

ଏବେ ଆମ୍ଭଙ୍କୁ ପଡ଼ିଛି ସଙ୍କଟ

୨୨

କଂସ ଶଶୁର ଜରାସନ୍ଧ ପୁଣ

 

ଆମ୍ଭର ବଇରୀ ସେ ଆଟେ ଜାଣ

୨୩

ଲକ୍ଷେ ରାଜା ଘେନି କରିଛି ମେଳ

 

ଆମ୍ଭଙ୍କୁ ମାରିବ ବୋଲିଣ ଭାଳି

୨୪

ଆମ୍ଭେ ଗଲେ ରାଜା ନ ରହେ କ୍ଷଣେ

 

ସମସ୍ତେ ବୋଲିବେ ଲୁଟିଲେ କେଣେ

୨୫

ଦିନା କେତେ ପୁଣ ରହି ଏଠାରେ

 

ଗୋପପୁରକୁ ଯିବୁ ଆମ୍ଭେ ଥରେ

୨୬

ବ୍ରଜସୁନ୍ଦରୀଙ୍କି କହି ବୋଧିବ

 

ଗୋପ ନବର ପରଜା ପାଳିବ

୨୭

ପୂର୍ଣ୍ଣମାସୀଙ୍କି ଘେନି ସଙ୍ଗତରେ

 

ଚିନ୍ତା ନ କରିଥିବ ନିଶ୍ଚିନ୍ତରେ

୨୮

ତାତ ଜନନୀଙ୍କି କହିବ ମୋର

 

ବୋଲିବ ଗୋବିନ୍ଦ ଆସିବ ତୋର

୨୯

ଏମନ୍ତ ବୋଲି ଲଳିତା କହିଲେ

 

ଦାମ ସୁଦାମଙ୍କ ମୁଖୁ ଶୁଣିଲେ

୩୦

ଶୁଣିଣ ବିରହ ଗୋପର ନାରୀ

 

ହା ହା କୃଷ୍ଣ ବୋଲି ଭୂମିରେ ପଡ଼ି

୩୧

ରୋଦନ କରନ୍ତି ସକଳ ଗୋଈ

 

ଯେସନେ ସମୁଦ୍ର ଉଲୋଳ ହୋଇ

୩୨

କେ ବୋଲଇ କେଣେ ଗଲ ହେ ହରି

 

ଗୋପ ଯୁବତୀଙ୍କି ଅନାଥ କରି

୩୩

କେ ବୋଲେ ବୃନ୍ଦାବନେ ଲୀଳା କର

 

ଛାଡ଼ କରି କେଣେ ଗଲେ ନାଗର

୩୪

କେ ବୋଲେ ନୟନ-ପିତୁଳା ତୁମ୍ଭେ

 

ଜାଣିଥିଲୁଁକି ତେଜି ଯିବ ଏବେ

୩୫

କେତେ ଭାବ କେତେ ଦିନକୁ କଲ

 

ଚାରି ଦିନକୁ କହ ନ ଆସିଲ

୩୬

ରୋଦନ କରି ବାଉନନ୍ତି ଗୁଣ

 

ପ୍ରବୋଧ କଲେ ଚନ୍ଦ୍ରାବଳୀ ପୁଣ

୩୭

ଜଣେ ଜଣେ କରି ବୁଝାଇ କହ

 

ଅଳପ ଦିନେ ଆସିବେ ମାଧୋଇ

୩୮

ଆରତ ହେଲେ ନ ସରିବ ଦିନ

 

ବିଦେଶେ ଯାଇଛନ୍ତି କାନ୍ତ ପୁଣି

୩୯

ପ୍ରତିଦିନ ରତି ସୁରତି ନୁହେଁ

 

ଭୋଜନ କି ସମତୁଲରେ ରହେ

୪୦

ସ୍ତିରୀ କି ବାପଘରକୁ ନ ଯାନ୍ତି

 

ପୁରୁଷ ତହୁଁ କି ଝୁରି ମରନ୍ତି

୪୧

ବାପା ଥାନ୍ତେ ପୁଅ ମରଇ ପୁଣ

 

କେହି କାହା ସଙ୍ଗେ ନ ଯାଏ ଜାଣ

୪୨

ମାଆ ସଙ୍ଗେ ଝିଅ ନ ରହେ ପୁଣ

 

ଜନନୀର କେତେ ସୁଖ ତ ଜାଣ

୪୩

ରୋଦନ ନ କର ଗୋପସୁନ୍ଦରି

 

ବଡ଼ ଜଞ୍ଜାଳ ହୋଇଛି ତାଙ୍କରି

୪୪

ଦୁଇ ରାଜାଙ୍କୁ ଲକ୍ଷେ ରାଜା ପୁଣ

 

ଘୋଟିଛନ୍ତି ରାହୁ ଚନ୍ଦ୍ରେ ଯେସନ

୪୫

ମାରିଣ ଶତ୍ରୁ ଜୟ ହୋଇ ପୁଣ

 

ଜଗତ ଜିଣା ହୋନ୍ତୁ ନାରାୟଣ

୪୬

ପ୍ରଭୁ ହୋଇଲେ ହେବା ଠାକୁରାଣୀ

 

ଗୋପାଳ ହେଲେ ଗୋପାଳୁଣୀ ଜାଣି

୪୭

ନୀଚ ହୋଇଲେ କେହି ନ ମାନିବ

 

ବଡ଼ ହେଲେ ପୂଜା ଆମ୍ଭଙ୍କୁ ହେବ

୪୮

ସମସ୍ତେ ଧର୍ମ ସୁମରଣା କର

 

ଲକ୍ଷେ ରାଜା ମାରୁ ନନ୍ଦକୁମର

୪୯

ଦୈତ୍ୟଙ୍କୁ ନାଶି ଆମ୍ଭେ ପୁର ଆସୁ

 

ରତି ସୁରତି ଦେଇ ମନ ତୋଷୁ

୫୦

ଶ୍ରୀମତି କହିବାରୁ ତୋଷ ହେଲେ

 

ଅଙ୍ଗିରା ଯାଇ ପ୍ରବେଶ ହୋଇଲେ

୫୧

ଦେଖି ଚନ୍ଦ୍ରାବଳୀ ପାଦେ ଓଳଗ

 

ଋଷି ବୋଇଲେ ହୋଇ ଭକ୍ତି ଭାବ

୫୨

ନାରାୟଣ ଦଣ୍ଡେ ନ ଛାଡ଼ୁ ତୋତେ

 

ଯୁଗକୁ ଯୁଗ ଥାଅ ଗୋ ସଙ୍ଗତେ

୫୩

ଗୋପ-ସୁନ୍ଦରୀ ସ୍ୱର୍ଗପୁର ଯିବ

 

ଏ ଜନ୍ମ ନାରାୟଣ ସଙ୍ଗେ ଥିବ

୫୪

ରାଧିକା ବୋଇଲେ ହେ ଦେବଋଷି

 

କର୍ଣ୍ଣ ଉପଦେଶ ଆମ୍ଭଙ୍କୁ ଦେ’ସି

୫୫

ସମସ୍ତଙ୍କ କର୍ଣ୍ଣ କହିବ ଜ୍ଞାନ

 

ଆମ୍ଭର ଭକ୍ତି ଘେନି ମୁନି ପୁଣ

୫୬

ଶୁଣି ମହାମୁନି ସନ୍ତୋଷ ହେଲେ

 

ରାଧିକା କର୍ଣ୍ଣେ ମହାମନ୍ତ୍ର ଦେଲେ

୫୭

ଗୋପସୁନ୍ଦରୀ ସମସ୍ତଙ୍କୁ ପୁଣ

 

ମନ୍ତ୍ର ଦେଇଣ କଲେକ କାରଣ

୫୮

ବୋଇଲେ ଶୁଣ ଗୋ ଶ୍ରୀମତି ତୁମ୍ଭେ

 

କନକ ସ୍ନାନ କରାଇବା ଆମ୍ଭେ

୫୯

ବେଗେ ଅଣାଇ ଲକ୍ଷେକ ସୁବର୍ଣ୍ଣ

 

ଆଜର ଦିନ ଭଲ ଅଛି ପୁଣ

୬୦

ତାହା ଶୁଣି ଚନ୍ଦ୍ରାବଳୀ ଆନନ୍ଦ

 

ବୋଇଲେ ଚଳ ଗୋ ଗୋପୀକାବୃନ୍ଦ

୬୧

ଗୋପରେ ଯେତେକ ଅଛନ୍ତି ଜନ

 

ଡାକିଣ ଆଣ ଯାଇ ତତକ୍ଷଣ

୬୨

ଯଶୋଦା ଗୋହିଣୀ ସଙ୍ଗେ ସମସ୍ତ

 

ଘେନିଣ ବେଗେ ଆସିବ ତୁରିତ

୬୩

ତାଙ୍କ ଠାରୁ ଶୁଣି ସୁନ୍ଦରୀ ଗଲେ

 

ଗୋପ-ତରୁଣୀ ଗୋପାଳ ଆଣିଲେ

୬୪

ନନ୍ଦ ଯଶୋଦା ରୋହିଣୀକି ଘେନି

 

ପ୍ରବେଶ ହେଲେ ବୃନ୍ଦାବନେ ପୁଣି

୬୫

ଗହଳ ଦେଖି ରାଧା ବେଗେ ଗଲେ

 

ସହସ୍ରେ ସୁନ୍ଦରୀ ସଙ୍ଗରେ ନେଲେ

୬୬

ଚନ୍ଦ୍ରଶାଳା ପୁରେ ମିଳିଲେ ଯାଇ

 

କବାଟ ଫେଡ଼ିଣ ପଶିଲେ ତହିଁ

୬୭

ଲକ୍ଷେକ ସୁବର୍ଣ୍ଣ ଘେନି ବହନ

 

ଧୀର ଧୀର କରି କରେ ଗମନ

୬୮

ବୃନ୍ଦାବନରେ ପରବେଶ ହେଲେ

 

ହୁଳହୁଳି ଦେଖି ସମସ୍ତେ ଦେଲେ

୬୯

ବେଦ ଧୂନି କଲେ ଅଙ୍ଗିରା ଋଷି

 

ସିଂହାସନ ପରେ ରାଧିକା ବସି

୭୦

ଲକ୍ଷେ ସୁବର୍ଣ୍ଣ କୁଢ଼ କଲେ ତହିଁ

 

ମଧ୍ୟରେ ବସିଛନ୍ତି ଚାନ୍ଦମୁହୀଁ

୭୧

କନକ ସ୍ନାନ ହେଲା ଯେତେବେଳେ

 

ସ୍ୱର୍ଗ ଦେବତା ପୁଷ୍ପ ବୃଷ୍ଟି କଲେ

୭୨

ଅପକ୍ଷରୀ ଗଣ କରନ୍ତି ନୃତ୍ୟ

 

ଦୁନ୍ଦୁଭି ଶବଦ ହେଲା ବହୁତ

୭୩

ହୁଳୁ ହୁଳି ଦେଲେ ସକଳ ନାରୀ

 

ଶବଦ ବୃନ୍ଦାବନ ଯାକ ପୂରି

୭୪

ଧବଳ ଛତି ଚନ୍ଦ୍ରାବଳୀ ଶିରେ

 

ନେଇଣ ଦୂତିକା ଟେକେ ଉପରେ

୭୫

କାହାଳୀ ବଜାଏ ଲଳିତା ପୁଣି

 

ବିଶାଖା ଧରି ବିଞ୍ଚଇ ବିଞ୍ଚଣି

୭୬

ରଙ୍ଗ ଦେବୀ ତହିଁ ଆଲଟ ଢାଳେ

 

ପଖା ସୁଦେବୀ ପକାଏ ଆଗରେ

୭୭

ମଣିମା ଡାକ ଦିଅଇ ମାଲତୀ

 

ସାବଧାନ ହୁଅ ମଲ୍ଲୀ ବୋଲନ୍ତି

୭୮

କୁଞ୍ଜଲତା ତହିଁ ଚଅଁର ଢାଳେ

 

ଖଟଣି ଲୋକେ ଖଟନ୍ତି ଆଗରେ

୭୯

ବୃନ୍ଦାବତୀ ପୂର୍ଣ୍ଣମାସୀ ଯେ ପୁଣ

 

ପରୀକ୍ଷା ପଣ କଲେ ସେହୁ ଦିନ

୮୦

ଅଙ୍ଗିରା ଋଷି ବେଦ ଧ୍ୱନି କଲେ

 

ନାୟିକା ମିଳି ସ୍ନାନ କରାଇଲେ

୮୧

କନକ ସ୍ନାନ ଚନ୍ଦ୍ରାବଳୀ ସାରି

 

ସିଂହାସନରୁ ଉଠିଲେକ ନାରୀ

୮୨

ବୃନ୍ଦାବତୀ ବସେ ସିଂହାସନରେ

 

କନକ ସ୍ନାନ କଲେକ ସହରେ

୮୩

ପୂର୍ଣ୍ଣମାସୀଙ୍କୁ ସ୍ନାନ କରାଇଲେ

 

ଲଳିତା ବିଶାଖା ସ୍ନାହାନ କଲେ

୮୪

ବାର ନାୟିକା ଏ ସ୍ନାହାନ କଲେ

 

କନକ ସ୍ନାନ ସରିଲା ସେଠାରେ

୮୫

ଅଙ୍ଗିରା ଋଷିଙ୍କି ଦେଲେ ସୁବର୍ଣ୍ଣ

 

ଦଶ ସହସ୍ର ନେଲେ ଋଷି ପୁଣ

୮୬

ବୃନ୍ଦାବତୀ ଦଶ ସହସ୍ର ନେଲେ

 

ସହସ୍ର ଲେଖାଏଁ ନାୟିକା ନେଲେ

୮୭

ପାଞ୍ଚଟି ସୁନିଆଁ ଗୋପୀ ଗୋଟିକେ

 

ବାଣ୍ଟିଣ ଦେଲେ ଚନ୍ଦ୍ରାବଳୀ ହସ୍ତେ

୮୮

ପୂର୍ଣ୍ଣମାସୀ ଦୂତୀ ନେଲେକ ପୁଣ

 

ଚାରି ସହସ୍ର ଲେଖାୟେଁ ପ୍ରମାଣ

୮୯

ରାଈ ଯଶୋଦାଙ୍କୁ ଡାକିଣ ପୁଣ

 

ଦୁଇ ସସ୍ର ଦେଲେ ସୁବର୍ଣ୍ଣ ଜାଣ

୯୦

ବିନତି ହୋଇ ବହୁତ କହିଲେ

 

ଶୋକ ନ କର ତୁମ୍ଭେ ଗୋ ମନରେ

୯୧

ଆସିବେ ନନ୍ଦନ ଅଳପ ଦିନେ

 

କିମ୍ପାଇଁ ଦୁଃଖ କରୁଅଛ ମନେ

୯୨

ଦାମ ସୁଦାମ ମଧୁ ମଙ୍ଗଳଙ୍କୁ

 

ସୁବର୍ଣ୍ଣ ଦେଇ ମେଲାଣି ତାହାଙ୍କୁ

୯୩

ସମସ୍ତଙ୍କ ମନ ତୋଷ କରିଣ

 

ଗୋପେଶ୍ୱରଙ୍କୁ ଦେଇ ସସ୍ର ପୁଣ

୯୪

ସମସ୍ତଙ୍କୁ ଘେନି ହେଲେ ବାହାର

 

ହୁଳହୁଳି ଦେଲେ କାମିନୀ ମେଳେ

୯୫

ଆଗେ ଗୋପୀଗଣ ଗମନ କରେ

 

ପଛରେ ନାୟିକା ଚାଲନ୍ତି ଧୀରେ

୯୬

ମଧ୍ୟେ ପୂର୍ଣ୍ଣମାସୀ ସଙ୍ଗେ ରାଧିକା

 

ବୃନ୍ଦାବତୀ ସଙ୍ଗେ ଦୁତିକା ସାଖା

୯୭

ଗୋପ ତରୁଣୀ ବାଳକ ଯେତେକ

 

ପଛରେ ଚାଲନ୍ତି ସମସ୍ତ ଲୋକ

୯୮

ଧରଣୀ ସୁନ୍ଦର ପାଉଛି ପୁଣି

 

ଉପରେ ଦେବ ଲୋକ ଦେଖେ ଜାଣି

୯୯

ଧବଳ ଛତି ତଳେ ଚନ୍ଦ୍ରାବଳୀ

 

ଆଗରେ ଦୁନ୍ଦୁଭି ବଜାନ୍ତି ଘେରି

୧୦୦

କାହାଳୀ ଲଳୀତା ବଜାଏ ଧୀରେ

 

ବୃନ୍ଦାବତୀ ବଂଶୀ ଧରିଣ କରେ

୧୦୧

ମୁରଲୀ ବଜାନ୍ତେ କୁହୁକେ ବନ

 

ସର୍ବ ଜୀବ ଶୁଣି ଥମ୍ବିତ ପୁଣ

୧୦୨

ବଚ୍ଛା ବାଳକ କର୍ଣ୍ଣ ଡେରି ରହେ

 

ଯଶୋଦା ଦେବୀ ନନ୍ଦ ଆଗେ କହେ

୧୦୩

ସ୍ୱର୍ଗ ସମ୍ପତ୍ତି ରାଧା ଭୋଗ କଲା

 

କୃଷ୍ଣର ଯେଣୁ ପ୍ରିୟବତୀ ହେଲା

୧୦୪

ନନ୍ଦ ବୋଇଲା ଗୋ ନୋହେ ୟେମନ୍ତ

 

ସାକ୍ଷାତେ କମଳା ଅଟଇ ସେ ତ

୧୦୫

ଯେଉଁଦିନ ମୁଁ ଯମୁନାକୁ ଗଲି

 

ସ୍ନାହାନ କରନ୍ତେ ଜଳେ ହଜିଲି

୧୦୬

ମୋତେ ବରୁଣ ଘେନି ଗଲେ ଆସି

 

ରତ୍ନ ସିଂହାସନେ ବସାୟେ ସେ ଟି

୧୦୭

ନାନା ଭୁଷଣ କରିଣ ଶରୀରେ

 

ବୋଲେ ନାରାୟଣ ଜାଚ ତୋ କୋଳେ

୧୦୮

ଆମ୍ଭେ ନୟନ ପୁରାଇ ଦେଖିବା

 

ତାଙ୍କୁ ଦେଖିଲେ ମୁକତି ହୋଇବା

୧୦୯

ୟେହି ସମୟରେ କୃଷ୍ଣ ମିଳିଲେ

 

ବରୁଣ ଦେଖି ଭୂମିରେ ଶୋଇଲେ

୧୧୦

କର ଯୋଡ଼ିଣ କହେ ରତ୍ନାକର

 

ମୋ ଦୋଷ କ୍ଷମା କର ଚକ୍ରଧର

୧୧୧

ବହୁତ ବିନତି ହୋଇଲା ପୁଣି

 

ତା’ରାଣୀ ଅର୍ଘ୍ୟ ବନ୍ଦାଇଲା ଜାଣି

୧୧୨

ସେଠାରୁ ମେଲାଣି ହୋଇଣ ପୁଣି

 

ପ୍ରବେଶ ହେଲୁ ଗୋପପୁରେ ଜାଣି

୧୧୩

ସେହିଦିନ ମୁହିଁ ଜାଣିଲି ପୁଣି

 

ଦୁଷ୍ଟ ନିବାରିବେ କୁମର ବେନି

୧୧୪

ତୁମ୍ଭେ କିମ୍ପା ମନେ ହୁଅ ବିମାନ

 

ରାଧିକା ଅଟେ ମହାଲକ୍ଷ୍ମୀ ପୁଣ

୧୧୫

ୟେମନ୍ତ ବଚନ ଯଶୋଦା ଶୁଣି

 

ଶାନ୍ତି ହୋଇଲା ମନେ କୃଷ୍ଣ ଗୁଣି

୧୧୬

ଚନ୍ଦ୍ରାବଳୀ ଗୋପୀ ହେଲେ ପ୍ରବେଶ

 

ଗହଳ ଶବଦେ ପୁରେ ଆକାଶ

୧୧୭

ଚନ୍ଦ୍ରଶାଳା ପୁରେ ପ୍ରବେଶ ହୋଇ

 

ବେଶ ଭୁଷଣ ଉଲାଗିଲେ ତହିଁ

୧୧୮

ପଞ୍ଚାଶ ସହସ୍ର ସୁବର୍ଣ୍ଣ ପୁଣ

 

ଭଣ୍ଡାରେ ସାଇତି ରଖିଲେ ଜାଣ

୧୧୯

ଗୋପ-ସୁନ୍ଦରୀଙ୍କି ମେଲାଣି ଦେଲେ

 

ଗୋପ ନଗ୍ର ଲୋକେ ସମସ୍ତେ ଗଲେ

୧୨୦

ରାଧିକା ଦୁତିକା ସେ ପୂର୍ଣ୍ଣମାସୀ

 

ବୃନ୍ଦାବତୀ ପୁଣି ଅଙ୍ଗିରା ଋଷି

୧୨୧

ଚାରିଜଣ ରାଧା ପୁରରେ ରହି

 

ଭୋଜନ ଛଡ଼ ରସେ କଲେ ତହିଁ

୧୨୨

ବଡ଼ିଆ ତାମ୍ବୁଳ ଭୁଞ୍ଜିଣ ତହିଁ

 

ରତ୍ନ ପଲଙ୍କରେ ଶୋଇଲେ ଯାଇଁ

୧୨୩

ଚନ୍ଦ୍ରବଳୀ ପୁଣି ଭୋଜନ କଲେ

 

ଜଟିଳା ସଙ୍ଗେ ବସି କଥା ହେଲେ

୧୨୪

ବିଡ଼ିଆ ଭୁଞ୍ଜି ରାଧା ଠାକୁରାଣୀ

 

ରତ୍ନ ପଲଙ୍କରେ ପହୁଡ଼େ ପୁଣି

୧୨୫

ଚରଣ ମଞ୍ଚାଳେ ମିଳିଣ ଦାସୀ

 

ସେ ପାଦ ଦନାଇଁ ଦାସ ନିବେଶି

୧୨୬

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୮୮-

ସ୍ତନିଆଁ

-

ସୁବର୍ଣ୍ଣ ମୁଦ୍ରା

 

ତ୍ରିୟୋବିଂଶ ଛାନ୍ଦ

ଏଥୁ ଅନନ୍ତରେ ଅପୂର୍ବ ରସ

 

ଶୁଣନ୍ତି ଗଉରୀ କହେ ମହେଶ

କନକ ସ୍ନାହାନ ରାଧିକା କଲା

 

ଷୋଳ ନାୟିକାୟେ ପବିତ୍ର ହେଲେ

ବୃନ୍ଦାବତୀ ପୂର୍ଣ୍ଣମାସୀ ସହିତେ

 

କନକ ସ୍ନାହାନ କଲେ ସମସ୍ତେ

ତହୁଁ କିସ କଲେ କହ ହେ ମୋତେ

 

ଶୁଣିମାକୁ ବଡ଼ ଶରଧା ଚିତ୍ତେ

ଯୋଗଧାରଣା କହୁଛନ୍ତି ପୁଣ

 

ରାଧିକା ଚରିଚ ପାର୍ବତି ଶୁଣ

ରଜନୀ ଶେଷେ ଦିନ ହେଲା ପୁଣ

 

ଚନ୍ଦ୍ରଶାଳା ପୁରେ ଋଷି ବସିଣ

ବୋଇଲେ ଅଭିଷେକ ଦିନ ଆଜ

 

ଇନ୍ଦ୍ର ଦେବତାଙ୍କୁ ସୁମର ବେଗ

ସକଳ ତୀର୍ଥରୁ ସେ ଜଳ ଦେବେ

 

ତେବେ ଅଭିଷେକ ହୋଇବ ୟେବେ

 

 

ମୁନିଙ୍କଠାରି ଏ ବଚନ ଶୁଣି

 

ପୂର୍ଣ୍ଣମାସୀଙ୍କି ରାଧା କହେ ପୁଣି

ତୁମ୍ଭେ ବିଜେ କର ସ୍ୱର୍ଗପୁରକୁ

 

ସକଳ ତୀର୍ଥ ଜଳ ଆଣିବାକୁ

୧୦

ଯମୁନା ଜଳରେ ଛନ୍ତି ସମସ୍ତ

 

ଯେଉଁଦିନୁ ହରି ଗୋପରେ ଜାତ

୧୧

ସେଦିନୁ ଯମୁନା ସକଳ ତୀର୍ଥ

 

ଚାଲି ଯମୁନାକୁ ଯିବା ସମସ୍ତ

୧୨

ବୃନ୍ଦାବତୀ ଆଦି ସଖୀ ସମସ୍ତେ

 

ସ୍ନାହାନ କରିବା ମିଳିଣ ଘାଟେ

୧୩

ଯୋଗ ବୋଳରେ ଅଣାଇବା ଜଳ

 

ଅଭିଷେକ ହେବ ବୃନ୍ଦାବନର

୧୪

ୟେମନ୍ତ ବିଚାର ମୁନିଙ୍କି କହି

 

ଚନ୍ଦ୍ରଶାଳା ପୁରୁ ବାହାର ହୋଇ

୧୫

ଆଗେ ପୂର୍ଣ୍ଣମାସୀ ପଛେ ରାଧିକା

 

ସଙ୍ଗତେ ବୃନ୍ଦାବତୀ ଯେ ଦୁତିକା

୧୬

ଅଙ୍ଗିରା ଋଷି ଆଗ ହୋଇ ଗଲେ

 

ଯମୁନା ଜଳରେ ସ୍ନାହାନ କଲେ

୧୭

ନିତ୍ୟ କର୍ମ ଋଷି ସାରନ୍ତି ତହିଁ

 

ମିଳିଣ ଘାଟେ ରାଧା ହେଲେ ଯାଇଁ

୧୮

ଗୋପ-ସୁନ୍ଦରୀ ପୁଞ୍ଜ ପୁଞ୍ଜ ହୋଇ

 

ରାଧିକା ପାଶରେ ମିଳିଲେ ଯାଇ

୧୯

ସମସ୍ତ ଗୋପୀ ଯହୁଁ ଠୁଳ ହେଲେ

 

ଯମୁନା ଜଳେ ପଶି ସ୍ନାନ କଲେ

୨୦

ଓଦା ବସନରେ ବାଲୁଙ୍କା ପୂଜି

 

ଫୁଲ ଚନ୍ଦନ ତାଙ୍କ ଅଙ୍ଗେ ମଣ୍ଡି

୨୧

ହୃଦୟ ବେଦନା କଲେ ଜଣାଣ

 

ସେଠାରୁ ଚଳିଲେ ସକଳ ପୁଣ

୨୨

ସୁବର୍ଣ୍ଣ ଥାଳିରେ ଅର୍ଘ୍ୟ ବନ୍ଦାଇ

 

ମୁରୁଜ ବାଣ ପୁଷ୍ପ ତାଙ୍କୁ ଦେଇ

୨୩

ଦୁଖ ଜଣାଇ କଲେ ନିବେଦଲ

 

ସେଠାରେ ଚଳିଲେ ସମସ୍ତ ପୁଣ

୨୪

କୁଞ୍ଜବନରେ ପ୍ରବେଶ ହୋଇଲେ

 

ପଦ୍ମପାଦରେ ନିବେଦନ କଲେ

୨୫

ସେଠାରେ କେଳି କଦମ୍ବ ମୂଳରେ

 

କଦମ୍ବ ବଟ ପ୍ରତିକ୍ଷଣ କଲେ

୨୬

ସେଠାରୁ ଚଳନ୍ତି ସର୍ବ ସୁନ୍ଦରୀ

 

ଗୋପେଶ୍ୱରଙ୍କ ଠାରେ ଯାଇଁ ମିଳି

୨୭

ଦର୍ଶନ କରି ଜଣାଇଲେ ଦୁଖ

 

ବେଲପତ୍ରୀ ଚମ୍ପା ଦେଲେ ବହୁତ

୨୮

କହିଣ ଚଳିଲେ ସକଳ ଗୋଈ

 

ବୃନ୍ଦାବନରେ ମିଳିଲେକ .ଯାଇଁ

୨୯

ଋଷି ଆସିଣ ପ୍ରବେଶ ହୋଇଲେ

 

ସକଳ ଗୋପୀ ମାନ୍ୟ ଧର୍ମ କଲେ

୩୦

ଋଷି ଯେ ତାଙ୍କୁ ସୁକଲ୍ୟାଣ କଲେ

 

ସକଳ ବିଧି ତାଙ୍କୁ ବତାଇଲେ

୩୧

ଗୋପ ନଗରେ ଚହଳ ପଡ଼ିଲା

 

ରାଈ ରାଜା ଅଭିଷେକ ହୋଇଲା

୩୨

ଗୋପ ନବରୁ ସମସ୍ତ ଅଇଲେ

 

ବୃନ୍ଦାବନରେ ପ୍ରବେଶ ହୋଇଲେ

୩୩

ସ୍ୱର୍ଗରେ ଦେବତା ଗଣ ମିଳିଲେ

 

ବୃନ୍ଦାବନକୁ ସର୍ବେ ଦୃଷ୍ଟି ଦେଲେ

୩୪

ତୀର୍ଥ ଜଳ ଇନ୍ଦ୍ର ଦେଲେକ ଭେଦି

 

ବିକସା ଗନ୍ଧର୍ବ ଆଣିଲା ବେଗି

୩୫

ଚନ୍ଦ୍ରାବଳୀର ଚ୍ଛାମୁରେ ମିଳିଲା

 

ଇନ୍ଦ୍ର ତାର୍ଥ ଜଳ ଦେଲେ ବୋଇଲେ

୩୬

ଦେଖିଣ ମୁନି ହୋଇଲେ ସନ୍ତୋଷ

 

ବୋଇଲେ ଯାଇ ସିଂହାସନେ ବସ

୩୭

ସିଂହାସନ ପରେ ବସିଲେ ରାଧା

 

ଦିବ୍ୟ ବେଶହୁଁ ପାଉଅଛି ଶୋଭା

୩୮

ଶୁକଳ ବର୍ଣ୍ଣ ଜରି ପାଗ ଶିରେ

 

ଧବଳ ଛତି ଟେକିଲେ ଉପରେ

୩୯

ଆଳଟ ପାଖା ବିଞ୍ଚଣି ପଡ଼ଇ

 

ହୁଳୁହୁଳିରେ ବନସ୍ତ ପୁରଇ

୪୦

ହରି ଶବଦ ନିରନ୍ତର କଲେ

 

ତୀର୍ଥ ଜଳ ନେଇ ଶିରେ ଢ଼ାଳିଲେ

୪୧

ଫୁଲ ଚନ୍ଦନ ଦେଲେ ନେଇ ପୁଣ

 

କୁସୁମ ବୃଷ୍ଟି କଲେ ଦେବଗଣ

୪୨

ଦୁନ୍ଦୁର୍ଭି ଶବଦ ସ୍ୱର୍ଗରେ ଶୁଭେ

 

ଚନ୍ଦ୍ରାବଳୀ ଆଗେ କାହାଳୀ ବାଜେ

୪୩

ମୁରଲୀ ଧରି ବୃନ୍ଦାବତୀ ବାୟେ

 

ଯମୁନା ଜଳ ଥକିତରେ ରହେ

୪୪

ସର୍ପ ସଙ୍ଗରେ ମଣ୍ଡକୀ ଶେଯାଇ

 

କାକ ପେଚା ଏକ ଆସନ ହୋଇ

୪୫

ବ୍ୟାଘ୍ର ସଙ୍ଗତେ ସଙ୍ଗ ହୋୟେ ଛେଳି

 

ଶୃଗାଳ ଶଶା ହୋୟେ ଏକ ମେଳି

୪୬

ବରେହା କୁକୁର ହୁଅନ୍ତି କଥା

 

ଭାଲୁ ମର୍କଟର ନୁହଇ ବ୍ୟଥା

୪୭

ଶୁଆ ଶାରୀ ରାମ କୃଷ୍ଣ ପଢ଼ନ୍ତି

 

କୋକିଳ ମଧୁର ଭାଷା ରାବନ୍ତି

୪୮

ଗାଇ ବଚ୍ଛା ପୁଣ ବୃଷଭ ଜାଣ

 

କର୍ଣ୍ଣ ଡେରିଣ ଛିଡ଼ା ହୋଇ ପୁଣ

୪୯

ଯେତେକ ତରୁ ବୃନ୍ଦାବନେ ଥିଲେ

 

ମୁରଲୀ ଶୁଣି ପଲ୍ଲବିତ ହେଲେ

୫୦

ମଳୟ ଘେନି ବହିଲା ପବନ

 

ଶୀତଳ ହୋଇଲା ସେ ବୃନ୍ଦାବନ

୫୧

ଗୋପୀମାନେ ସର୍ବେ ମନେ ହରଷ

 

କୃଷ୍ଣ ଥିଲା ଦିନେ ଯେମନ୍ତ ରସ

୫୨

ରାଧା ଅଭିଷେକ ହୋଇଣ ପୁଣ

 

ଗୋପୀଙ୍କି ଡାକି ବୋଇଲେ ଗୋ ଶୁଣି

୫୩

ଛେନା ଗୋଟିକା ଗୋ ସର ଲହଣୀ

 

ଭୋଜନ କରିବାକୁ ଆଣ ପୁଣି

୫୪

ଶୁଣିଣ ସନ୍ତୋଷେ ସମସ୍ତେ ଗଲେ

 

ଗୋପବନରେ ପ୍ରବେଶ ହୋଇଲେ

୫୫

ଯେଝା ମତେ ଘେନି ଗୋରସ ପୁଣି

 

ପ୍ରବେଶ ହେଲେ ବୃନ୍ଦାବନେ ଜାଣି

୫୬

ଭୋଜନ କରନ୍ତି ସକଳେ ମିଳି

 

ଆନନ୍ଦ ଦେଖି ହୋଏ ମହୀଆଳୀ

୫୭

ଆଗମନ କରି ସମସ୍ତେ ପୁଣ

 

ଦିଗ ପୂରୋଇ ଗହଳରେ ଜାଣ

୫୮

ସିହାଂସନରୁ ଉଠିଲେ ରାଧିକା

 

ଋଷିଙ୍କ ଚରଣେ ହେଲେ ଭଗତା

୫୯

ସକଳ ଗୋପୀୟେ ଚରଣେ ପଡ଼ି

 

ଛିଡ଼ା ହୋଇଣ କରଦୁଇ ଯୋଡ଼ି

୬୦

କହିଣ ମୁନି ନିଜ ସ୍ଥାନ ଗଲେ

 

ରାଧିକାଙ୍କୁ ଘେନି ଗୋପୀ ରହିଲେ

୬୧

ସେଠାରେ ସମସ୍ତେ ସଙ୍ଗ ହୋଇଣ

 

ଗୋପବନରେ ମିଳିଲେକ ପୁଣ

୬୨

ନନ୍ଦ ପୁରରେ ପ୍ରବେଶ ହୋଇଲେ

 

ଦେଖି ଯଶୋବନ୍ତୀ ଆନନ୍ଦ ହେଲେ

୬୩

ଗହଳ ଉଚ୍ଛବ ଲାଗିଲା ପୁର

 

ରାମ କୃଷ୍ଣ ଥିଲେ ଯେଉଁ ବେଭାର

୬୪

ରୋହିଣୀ ଆଣି ଗଙ୍ଗା ଜଳ ଦେଲେ

 

ଚରଣ ଧୋଇ ରାଧିକା ବସିଲେ

୬୫

ଯଶୋଦା ବୋଇଲେ ଶୁଣ ସୁନ୍ଦରି

 

କାହାକୁ ଦେଖି ଅଇଲ ଏ ପୁରୀ

୬୬

ରାମ କୃଷ୍ଣ ଦୋହେଁ ମଥୁରା ଗଲେ

 

ପରାଣ ନେଇ ପଞ୍ଜରୀ ରଖିଲେ

୬୭

ଆଉ କି ଦେଖିବି କଳା ବଦନ

 

ନ ଯାଇ ରହିଛି ଜୀବନ ପୁଣ

୬୮

କେଡ଼େ ସୁଖ ଭାଙ୍ଗି ମଥୁରା ଗଲେ

 

ରାମ ଗୋବିନ୍ଦ ବାହୁଡ଼ି ନେଇଲେ

୬୯

ସବୁ ସୁଖ ମୋର କେଣିକି ଗଲା

 

ମାଧବ ବିନା ଦିନ ନ ସରିଲା

୭୦

ଅନୁକ୍ଷଣେ ନେତ୍ରୁ ବହୁଛି ବାରି

 

ମୁଖ ନ ଦେଖିଲି ଶୁଣ ସୁନ୍ଦରି

୭୧

ଲବଣୀ ସର ମୋର ନ ସରିଲା

 

ରାମ କୃଷ୍ଣ ଡାକ ପାସୋର ଗଲା

୭୨

ସପନ ହେଲେ ଗୋପୀମାନେ ମୋତେ

 

କେହି ନ ବସିଲେ ମୋର ସଙ୍ଗତେ

୭୩

ତୁମ୍ଭର ସୁଦୟା ଆଜ ହୋଇଲା

 

ମୋର ମନ୍ଦିର ଆଜ ଭାଗ୍ୟ କଲା

୭୪

ଗୋପ ସମ୍ପତ୍ତି ଗୋ ଅଟଇ ତୋର

 

ଆମ୍ଭେ ମନରୁ ନୋହିବୁ ଅନ୍ତର

୭୫

ତାହା ଶୁଣି ଚନ୍ଦ୍ରାବଳୀ ବୋଇଲେ

 

ତ୍ରୌଲୋକ୍ୟନାଥ ମାତା ତୁମ୍ଭେ ଭଲେ

୭୬

ଦର୍ଶନ କଲେ ପାପ କ୍ଷୟ ଯାଇ

 

ୟେମନ୍ତ ବଚନ କହ କିମ୍ପାଇ

୭୭

ଚିନ୍ତା ନ କର ଠାକୁର-ଜନନି

 

ନିକଟେ ଆସିବେ କୁମର ପୁଣି

୭୮

ମଧୁମଙ୍ଗଳଙ୍କୁ ଥିଲୁ ପଠ୍ୟାଇ

 

ଆସିବେ ବେଲି କହିଲେ ଗୋସାଇଁ

୭୯

ବିଦ୍ୟା ପଢ଼ିଣ ବ୍ରାହ୍ମଣ ହେଲେଣି

 

ଜରାସନ୍ଧ ଦର୍ପ କରିଛି ପୁଣି

୮୦

ଦର୍ପ ଭାଙ୍ଗିଣ ଏଥିକି ଆସିବେ

 

ଅଳପ ଦିନ ଗୋ ସମ୍ଭାଳ ୟେବେ

୮୧

ଶୁଣିଣ ଯଶୋଦା ଉଠି ଅଇଲେ

 

ରାଧା କୋଳ କରି ରୋଦନ କଲେ

୮୨

ଯଶୋଦା ରୋଦନ ଦେଖି ସମସ୍ତେ

 

ମନରେ ଭାଳି ବିଚାରନ୍ତି ଚିତ୍ତେ

୮୩

ହା ହା କୃଷ୍ଣ ବୋଲି ରୋଦନ କଲେ

 

ଭୁମିରେ ଗୋପ-ସୁନ୍ଦରୀ ପଡ଼ିଲେ

୮୪

ରାଧା ବୋଇଲେ ଏ ହେଲା ପ୍ରମାଦ

 

ଏ କଥା ବିଚାରି ଥିଲୁ ଦଇବ

୮୫

ଦେଖାଇ ହରି କେଣେ ଘେନି ଗଲୁ

 

ଗୋପ ଯୁବତିଙ୍କୁ ଅନାଥ କଲୁ

୮୬

ଏତେ ବୋଲି ରାଧା ପଡ଼ିଲେ ତଳେ

 

ରୋଦନ କରନ୍ତି ଗଡ଼ନ୍ତି ଭୁମିରେ

୮୭

ତାଙ୍କୁ ଦେଖିଣ ବୃନ୍ଦାବତୀ ପୁଣ

 

ସେହି ଭୂମିରେ କଲେକ ଶୟନ

୮୮

ଦୂତ ଧଉର୍ଯ ହୋଇ ନ ପାରିଲା

 

ରାଧାଚରଣ ଧରିଣ ଶୋଇଲା

୮୯

ଲାଗିଲା ରୋଦନ ନନ୍ଦ ପୁରରେ

 

ସମୁଦ୍ର ଯେସନେ ଗର୍ଜେ କୂଳରେ

୯୦

ଗୋପପୁରରେ ଯେତେ ଲୋକଥିଲେ

 

ସମସ୍ତେ ଆସି ପ୍ରବେଶ ହୋଇଲେ

୯୧

କେ ବୋଲେ ରାଧା ଠାକୁରାଣୀ ମଲା

 

କେ ବୋଲେ ଗୋପ ସମ୍ପଦ ସରିଲା

୯୨

କେ ବୋଲେ ବୃନ୍ଦାବନେ ଥିଲେ ରାଈ

 

କେ ବୋଲେ ଆଭିଷେକ ଦେଖିଲଇ

୯୩

କେ ବୋଲେ ଏହିକ୍ଷଣି ମୁଁ ଅଇଲି

 

କେଉଣି କଥା କର୍ଣ୍ଣେ ନ ଶୁଣିଲି

୯୪

ନନ୍ଦ ଗୋଗୋଷ୍ଠୁ ଶୁଣିଣ ଅଇଲେ

 

ଦେଖିଲେ ରୋଦନ ଲାଗିଛି ପୁରେ

୯୫

ପୂର୍ଣ୍ଣମାସୀଙ୍କି ବୋଇଲେ ରାଜନ

 

ତୁମ୍ଭେ ଥାଆନ୍ତେ ଏ କିସ ଭିଆଣ

୯୬

ଦେବୀ ବୋଇଲେ ସମ୍ଭାଳ ନୋହନ୍ତି

 

ଯଶୋଦା ରୋଦନେ ସର୍ବେ ରୋଦନ୍ତି

୯୭

ନନ୍ଦଇ ଦେଖିଣ ରୋଦନ କଲେ

 

ପୂର୍ଣ୍ଣମାସୀ ତାଙ୍କୁ କହିଲେ ଧୀରେ

୯୮

ବୋଇଲେ ରୋଦନ କଲେ କି ହେବ

 

ଯାହା କର୍ମେ ଲେଖାଅଛି ଦଇବ

୯୯

ନନ୍ଦଙ୍କୁ କହି ବୋଧ କଲେ ପୁଣ

 

ରାଧାଙ୍କୁ ବୋଇଲେ ଶୁଣ ବଚନ

୧୦୦

ତୁମ୍ଭଙ୍କୁ ହରି ଲେଖିଥିଲେ ଯାହା

 

ମନରୁ ପାସୋର ହେଲା କି ତାହା

୧୦୧

ସମସ୍ତଙ୍କୁ ଏବେ ଧଉର୍ଯ୍ୟ କର

 

ବେଳ ଉଛୁର ଯିବା ଚାଲ ଘର

୧୦୨

ଶୁଣି ଚନ୍ଦ୍ରାବଳୀ ଧଉର୍ଯ୍ୟ ହେଲେ

 

ସମସ୍ତ ଗୋପୀଙ୍କି କହି ବୋଧିଲେ

୧୦୩

ବୃନ୍ଦାଦେବୀ ଦୂତୀ ବୋଧ କରାଇ

 

ଯଶୋଦା ରୋଦନ ସମ୍ଭାଳେ ଯାଇଁ

୧୦୪

ସମସ୍ତେ ଯହୁଁ ଶୋକ ସମ୍ଭାଳିଲେ

 

ନନ୍ଦ ତାହାଙ୍କୁ ବୁଝାଇ କହିଲେ

୧୦୫

ଗୋପବନରେ ରାଜା କରିଗଲେ

 

ଅଇଲା ବେଳେ ମୁଁ କହିଲି ଥରେ

୧୦୬

ବୋଇଲେ ରାଧା ଠାକୁରାଣୀ ଅଛି

 

ଗୋପପୁର ଚିନ୍ତା ତାକୁ ଲାଗିଛି

୧୦୭

କିଛିଦିନ ଆମ୍ଭେ ମଥୁରା ରହି

 

ଗୋପକୁ ଯିବୁ ଶୁଣ ତାତ ତୁହି

୧୦୮

ରାଧା ଥିଲା ଯାକ ପ୍ରମାଦ ନାହିଁ

 

ଗୋପପୁରରେ ରାଜା ରାଧା ଅଟଇ

୧୦୯

ଶୁଣିଣ ରାଧିକା ବୋଇଲେ ପୁଣ

 

ଯଶୋଦା ଶୋକ କି ସହେ ପାଷାଣ

୧୧୦

ମୋହର ଦେହ ତରଳ ହୋଇଲା

 

ଧଉଯ୍ୟ ଦେଲେ ବୁଦ୍ଧି ବଣା ହେଲା

୧୧୧

ଯଶୋଦା ବୋଇଲେ ଶୁଣ ଗୋ ରାଇ

 

ତୁମ୍ଭଙ୍କୁ ଦେଖିଲେ ହୃଦୟ ଦହି

୧୧୨

କହ୍ନାଇ ମୋର କେଣେ ଗଲା ପୁଣ

 

ଗୋପୀଙ୍କ କଷ୍ଟ ଦେଖିଲି ନେତ୍ରେଣ

୧୧୩

ଏତେ ବୋଲିଣ ପ୍ରବୋଧ ହୋଇଲେ

 

ଅନ୍ନ ବ୍ୟଞ୍ଜନ ଭୁଞ୍ଜ ମୋର ଘରେ

୧୧୪

ରାଧାଙ୍କୁ ବୋଇଲେ ଚଳ ଗୋ ତୁମ୍ଭେ

 

ସମସ୍ତଙ୍କୁ ଯାଇ ଚରଚ ଏବେ

୧୧୫

ଶୁଣିଣ ରାଧା ବହନ ଉଠିଲେ

 

ବୃନ୍ଦାବତୀ ସଙ୍ଗେ ଲଳିତା ଗଲେ

୧୧୬

ଷୋଳ ନାୟିକା ଦୂତୀ ପୁର୍ଣ୍ଣମାସୀ

 

ରୋହିଣୀ ଯଶୋଦା ସଙ୍ଗତେ ମିଶି

୧୧୭

କୋଡ଼ିଏ ମିଶି ପରଶିଲେ ଅନ୍ନ

 

ସମସ୍ତେ ଭୁଞ୍ଜି ସନ୍ତୋଷ ଯେ ପୁଣ

୧୧୮

ଗୋଟିକା ସର ଲବଣୀ ସହିତେ

 

ଅନ୍ନପୂର୍ଣ୍ଣା ରାଧା ଦେଲେ ତୁରିତେ

୧୧୯

ଯଶୋଦା ରୋହିଣୀ ବୋଧ କରିଣ

 

ସକଳ ଲୋକଙ୍କୁ ମେଲାଣି ପୁଣ

୧୨୦

ଗୋପୀଙ୍କି ବୋଇଲେ ଯାଅ ଘରକୁ

 

ପ୍ରଭାତେ ଯିବ ଆମ୍ଭ ମନ୍ଦିରକୁ

୧୨୧

କହିଣ ରାଇ ବୃନ୍ଦାବତୀ ଗଲେ

 

ଯେଝା ଘରେ ଯାଇଁ ପ୍ରବେଶ ହେଲେ

୧୨୨

ଚନ୍ଦ୍ରଶାଳା ପୁରେ ରାଧା ପ୍ରବେଶ

 

ଦାସ ଦନାଇ ସେବେ ରାଧା ପାଶ

୧୨୩

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୫-

ଯୋଗଧାରଣା

-

ମହାଦେବ

୨୬-

ପ୍ରଦକ୍ଷିଣ

-

ଚାରିପଟେ ବୁଲିବା (ପ୍ରଦକ୍ଷିଣ ଶବ୍ଦକ)

 

ବରେହା

-

ବାରହା (ବରାହ ଶବ୍ଦକ)

୫୨-

ମହୀଆଳି

-

(ମହାୟାନ ଶବ୍ଦକ) ଆଜି ଅଧିକ

 

ଗୋପୀଭାଷା

ଚତୁର୍ବିଂଶ ଛାନ୍ଦ

ୟେଥୁ ଅନନ୍ତରେ ଇଶ୍ୱର କହି

 

ଗୋପ ସୁନ୍ଦରୀ କଥା ଶୁଣ ସହି

ତହୁଁ ଯାହା କଲେ ସେ ଚନ୍ଦ୍ରାବଳୀ

 

ଶୁଣ ହୈମବନ୍ତି ମୋ ମନହାରୀ

ରଜନୀ ଶେଷେ କୃଷ୍ଣ ଗୁଣ ଗୁଣି

 

ଦୂତୀ ବୃନ୍ଦାବତୀ ମିଳିଲେ ପୁଣି

ଦ୍ୱାରେ ଡାକ ଦେଲେ ଉଠିବା ହୋଉ

 

ନିଶି ପାହିଲା ଗୋ ସୁସେଣା-ବୋହୂ

ଦେବ ଆଳେ ଶଙ୍ଖ ଶବଦ ହେଲା

 

କାକ ପକ୍ଷୀ ଯେ ଦ୍ୱାରେ ରଡ଼ି ଦେଲା

କୂଳବଧୂଙ୍କର ଭାଙ୍ଗିଲା ନିଦ

 

ବାସି ଆଡ଼ତି କଲେ ଉଦବେଗ

ପଲଙ୍କ ଶଯ୍ୟା ଗୋ ବାସି ହୋଇଲା

 

ବେଶ ଭୂଷଣ ମଳିଣ ଦିଶିଲା

ଗୋପ ନବରେ ହୋଇଲା ଚହଳ

 

ଦଧି ମନ୍ଥନ ଯେସନେ ଉଲଳ

 

 

ଗୋଗୋଷ୍ଠୁ ଗୋପାଳମାନେ ଅଇଲେ

 

ଦୁଧ ଭାର ଘେନି ଘରେ ମିଳିଲେ

ସକଳ ଜୀବଙ୍କ ଆରମ୍ଭ ଗଲା

 

ପୂର୍ବ ଦିଗରେ ରଙ୍ଗବର୍ଣ୍ଣ ହେଲା

୧୦

ଶୁଆ ସାରୀ ରାମ ଗୋବିନ୍ଦ ବୋଲି

 

ସୁଜ୍ଞଜନ ଲୋକେ ଗୋବିନ୍ଦ ଭାଳି

୧୧

ବୃନ୍ଦାବନରେ କୋକିଳ ଶବଦ

 

ପକ୍ଷୀ ଜୀବମାନେ ମନେ ଆନନ୍ଦ

୧୨

ମଞ୍ଜାରୀ ଉଠି ଘରେ ଘରେ ପଶେ

 

ଇନ୍ଦୁର ଲୁଚିଲେ ଦେଖିଣ ତ୍ରାସେ

୧୩

ପେଚା ଚଡ଼ାଇ କୋରଡ଼େ ରହିଲେ

 

ସର୍ପ ଭୟରେ ମଣ୍ଡୁକୀ ଲୁଚିଲେ

୧୪

ଯମୁନାଜଳ ଗୋ ଦିଶେ ନିର୍ମଳ

 

ସ୍ନାନକୁ ଯିବା ଉଠ ତତକାଳ

୧୫

ବାଲୁଙ୍କା ପୂଜା ହୋଉଛି ଉଛୁର

 

ବହୁତ ନିଦ୍ରା କିମ୍ପା ଯେ ତୁମ୍ଭର

୧୬

ୟେତେ ବୋଲିଣ ଡାକନ୍ତି ସୁନ୍ଦରୀ

 

ପୂର୍ଣ୍ଣମାସୀ ଦେବୀ ଦୁଆରେ ମିଳି

୧୭

ବୋଇଲେ ଉଠ ଗୋ ରାଧା ସୁନ୍ଦରି

 

ଆଜ ତ ନିଦ୍ରା ହୋଇଲାଣି ଭାରି

୧୮

ଆଜ କି ନାଗର ସଙ୍ଗରେ ଅଛି

 

ସକଳ ଚିନ୍ତା କି ଦୂର ହୋଇଛି

୧୯

ମଥୁରା ପୁରୁ ଗୋବିନ୍ଦ କି ଆସି

 

ତୁମ୍ଭ ପୁରେ କି ବିଜେ ଆଜ ନିଶି

୨୦

ୟେତେ ବୋଲି ଦ୍ୱାରେ ଡାକନ୍ତେ ପୁଣ

 

ପ୍ରବେଶ ହୋଇଲେ ନାୟିକା ଗଣ

୨୧

ଦେଖିଲେ ଚନ୍ଦ୍ରାବଳୀ ଶୋଇଛନ୍ତି

 

ପଲଙ୍କ ଶଯ୍ୟାରୁ ଉଠି ନାହାନ୍ତି

୨୨

ଗହଳ ଶବଦ ଦ୍ୱାରେ ଶୁଭିଲା

 

ଚନ୍ଦ୍ରବଦନୀର ନିଦ୍ରା ଭାଜିଲା

୨୩

ପଲଙ୍କ ଉପରୁ ଉଠିଲେ ରାଈ

 

ଯନ୍ତ୍ର କିଲଣି ଫିଟାଇଲେ ଯାଇ

୨୪

ଦେଖିଲେ ରଜନୀ ପାହି ଆଲୋଳ

 

ପୂର୍ବେ ଦିନକର ଉଦୟ ବେଳ

୨୫

ବାହାରି ଦେଖିଲେ ସମସ୍ତ ଗୋପୀ

 

ଦାସୀ ଗଣ ଘେନି ବାହାର ସତୀ

୨୬

ହଂସଗମନୀ ଧୀରେ ଧୀରେ ଚାଲେ

 

ଯମୁନା କୂଳରେ ପ୍ରବେଶ ହେଲେ

୨୭

କୀରତି ସାରି ଯମୁନାରେ ପଶି

 

ରାମ କୃଷ୍ଣ ନାମ ଟାଣରେ ଘୋଷି

୨୮

ସ୍ନାହାନ କଲେ ସକଳ ସୁନ୍ଦରୀ

 

ଓଦା ବସନେ ପୂଜା ବିଧି ସାରି

୨୯

ବାଲୁଙ୍କା ଆଣି ଥାପିଲେ କୂଳରେ

 

ଫୁଲ ଚନ୍ଦନ ନେଇ ଦେଲେ ଶିରେ

୩୦

ସିନ୍ଦୂର କଜ୍ଜ୍ୱଳ ଗନ୍ଧ ନେଇଣ

 

ଫୁଲ ଦେଇଣ ବେଶ କଲେ ପୁଣ

୩୧

ଛେନା ଗୋଟିକା ସର ଭୋଗ ଦେଲେ

 

କର ଯୋଡ଼ିଣ ବିନତି କହିଲେ

୩୨

ବୋଇଲେ ହରିଙ୍କି ଦିଅ ଆମ୍ଭର

 

ସ୍ତିରୀ ହତ୍ୟା ହେଲୁଁ ଶୁଣିମା ହର

୩୩

ୟେତେ ବୋଲିଣ ସକଳ ସୁନ୍ଦରୀ

 

ରୋଦନ କଲେ ତହିଁ ବସି କରି

୩୪

ବିରହ ବାଦ୍ୱଲା ସମସ୍ତ ଦେହେ

 

ଭୂମିରେ ପଡ଼ିଲେ ରୋଦନ କୋହେ

୩୫

ଯୋଡ଼ି ଯୋଡ଼ି ହୋଇ ଗଡନ୍ତି ପୁଣ

 

କେ ବୋଲେ କେଣେ ଗଲେ ନାରାୟଣ

୩୬

କେ ବୋଲେ କହ୍ନାଇ କେଣିକି ଗଲ

 

କଳା ବଦନ ମୁଖ ଲୁଚାଇଲ

୩୭

ମୟୂର ଚୂଳ ନ ଦେଖିଲୁ ନେତ୍ରେ

 

ଆମ୍ଭର ଚିତ୍ତ ଯାହା ହୋୟେ ଏତେ

୩୮

ୟେଥିକି ସାକ୍ଷୀ ଦିନକର ନାଥ

 

ବିରହ ହର ହେ କମଳାକାନ୍ତ

୩୯

ୟେତେ ବୋଲି ଗୋପୀ ବିରହ ଜଳେ

 

କୂପରେ ଯେସନେ କଳସୀ ପଡ଼େ

୪୦

ୟେମନ୍ତ ବୋଲିଣ ବିଳାପ କଲେ

 

ପୂର୍ଣ୍ଣମାସୀ ସମସ୍ତଙ୍କୁ ବୋଧିଲେ

୪୧

ସେଠାରୁ ଉଠିଲେ ସକଳ ଗୋଈ

 

ରାଧା ବୃନ୍ଦାବତୀ ଆଗରେ ଯାଇଁ

୪୨

ପୂର୍ଣ୍ଣମାସୀ ସଙ୍ଗେ ଦୂତିକା ପୁଣ

 

ଷୋଳ ନାୟିକା ତାଙ୍କ ପଛେ ଜାଣ

୪୩

ଗୋପର ସୁନ୍ଦରୀ ସମସ୍ତେ ପଛେ

 

ପ୍ରବେଶ ହୋଇଲେ କାଳନ୍ଦୀ ତଟେ

୪୪

ଅମଳାଣ ଶାଢ଼ୀ ସମସ୍ତେ ପିନ୍ଧ

 

ଫୁଲବନୁ ଫୁଲ ଆଣିଲେ ବେଗି

୪୫

ଦୁବ ଚାଉଳ ଚନ୍ଦନ ରଖିଣ

 

ସୁବର୍ଣ୍ଣ ଥାଳି ସମସ୍ତେ ଧରିଣ

୪୬

ଅର୍ଘ୍ୟ ବନ୍ଦାପନା ସୂର୍ଯ୍ୟଙ୍କୁ କଲେ

 

ନାନା ପୁଷ୍ପ ଦେଇ ବର ମାଗିଲେ

୪୭

ବୋଇଲେ ପ୍ରଜାପତି ଦୟା କର

 

କଳା କହ୍ନାଇକି ଦିଅ ଆମ୍ଭର

୪୮

ପୁଷ୍ପବନରେ ଭ୍ରମର ଉଡ଼ନ୍ତି

 

ଫୁଲ ବୃକ୍ଷେଣ ଛାଡ଼ି ନ ଯାବନ୍ତି

୪୯

ଆମ୍ଭଙ୍କୁ କିମ୍ପା ଛାଡ଼ିଲେ ମାଧୋଇ

 

ୟେ କଥା ତୁମ୍ଭେ ବୁଝ ଛାୟାସାଇଁ

୫୦

କେ ବୋଲେ ଗୋବିନ୍ଦ ନିରାଶ କଲେ

 

ଅନ୍ତର ହୋଇ ମଥୁରା ରହିଲେ

୫୧

ୟେମନ୍ତ ବୋଲି କରନ୍ତି ରୋଦନ

 

ଯମୁନା କୂଳେ ସମୁଦ୍ର ଗର୍ଜନ

୫୨

କେହୁ ଭୂମିରେ ଗଡ଼ି କାନ୍ଦୁଛନ୍ତି

 

ଧରା ଧରି ହୋଇ ରାବ କରନ୍ତି

୫୩

ଏମନ୍ତେ ବିଳାପ ସେଠାରେ ପୁଣ

 

ପୂର୍ଣ୍ଣମାସୀ ବୋଲେ ରାଧିକା ଶୁଣ

୫୪

ବୃନ୍ଦାବତୀଙ୍କି ବୋଇଲେ ସମ୍ଭାଳ

 

ରୋଦନ କଲେ କିସ ହେବ ତାର

୫୫

ସେ ଗଲେ ମଥୁରା ତୁମ୍ଭେ ତ ଗୋପେ

 

ରୋଦନ ନ କର ଗୋପୀ ସମସ୍ତେ

୫୬

ଚନ୍ଦ୍ରାବଳୀ ସମସ୍ତଙ୍କୁ ବୋଧିଲେ

 

ପୂର୍ଣ୍ଣମାସୀ ଘେନି ସେଠାରୁ ଗଲେ

୫୭

କୁଞ୍ଜବନରେ ହୋଇଲେ ପ୍ରବେଶ

 

କୁଞ୍ଜମାନ ଦେଖି ମନେ ବିରସ

୫୮

କେ ବୋଲେ ଏ କୁଞ୍ଜ ବୃନ୍ଦାବତୀର

 

ବୃନ୍ଦାବତୀ ସଙ୍ଗେ ମୁରଲୀଧର

୫୯

କେ ବୋଲେ ୟେ କୁଞ୍ଜରେ ଥାନ୍ତି ରାଈ

 

ମଦନମୋହନ ସଙ୍ଗରେ ରହି

୬୦

ନାନା ବିନୋଦ ଗୋ ୟେଥିରେ କରେ

 

ରତି ସୁରତି ରାଧିକା ସଙ୍ଗରେ

୬୧

ନାନା କଉତୁକ ୟେଥିରେ ଜାଣ

 

କୃଷ୍ଣ ଦେହେ ମିଶେ ଲଳିତା ପୁଣ

୬୨

କେ ବୋଲେ ଏହି କୁଞ୍ଜଘରେ ହରି

 

ବିଶାଖାଙ୍କୁ ଘେନି ବିହାର କରି

୬୩

କେ ବୋଲେ ମଲ୍ଲୀ ମାଳତୀ ଦି’ଜଣ

 

ୟେ କୁଞ୍ଜରେ ଘେନି ନନ୍ଦ-ନନ୍ଦନ

୬୪

ଭାବ-ବିନୋଦିଆ କରନ୍ତି ଭାବ

 

ଦୁଇ ସୁନ୍ଦରୀ ଅତି ଦୁଲଭ

୬୫

ପୂର୍ଣ୍ଣମାସୀ ବୋଲେ ଶୁଣ ଗୋ ଗୋଈ

 

ରଙ୍ଗଦେବୀ ପୁଣ ୟେ କୁଞ୍ଜେ ରହି

୬୬

ଚଉଷଠି ବନ୍ଧେ କରନ୍ତି ଲୀଳା

 

କେତେ ଭାବ ଜାଣେ ନନ୍ଦର ବଳା

୬୭

ୟେ ଯେଉଁ କୁଞ୍ଜ ଗୋ ଦେଖୁଛ ପୁଣ

 

ତୁଙ୍ଗଦେବୀ ସଙ୍ଗେ ମାଧବ ଜାଣ

୬୮

କୋଳରେ ଘେନି ଭାବ ରସେ ଲୀଳା

 

ମୁଖେ ଚୁମ୍ବ ଦ୍ୟନ୍ତି ଯଶୋଦାବଳା

୬୯

ସେଠାରୁ ସର୍ବ ଗୋପୀ ଚଳିଗଲେ

 

ଆର କୁଞ୍ଜଠାରେ ପ୍ରବେଶ ହେଲେ

୭୦

ଦୂତିକା ବୋଇଲେ ଶୁଣ ଗୋ ସହି

 

ସୁଦେବୀ କୁଞ୍ଜ ଗୋ ଏହି ବୋଲାଇ

୭୧

ତାଙ୍କ ସଙ୍ଗେ ହରି ରହସ କଲେ

 

ହାସ ରସେ ପ୍ରୀତି ସେ କରେ ଭଲେ

୭୨

କୁଞ୍ଜଲତାର ଏ ଅଟଇ ଥାନ

 

ୟେ କୁଞ୍ଜେ କ୍ରୀଡ଼ା କରେ ଭଗବାନ

୭୩

ସେଠାରୁ ଚଳନ୍ତି ଗୋପ ସୁନ୍ଦରୀ

 

ଆର କୁଞ୍ଜଠାରେ ଯାଇଣ ମିଳି

୭୪

କେ ବୋଲେ ଏ କୁଞ୍ଜେ କଞ୍ଚନ ଥାଇ

 

ମୁରଲୀଧର ନଟବର ହୋଇ

୭୫

ତାଙ୍କ ସଙ୍ଗରେ କରନ୍ତି ପ୍ରୀତି

 

ଭାବ ବିନୋଦେ କରେ ନାନା ରତି

୭୬

ଆର କୁଞ୍ଜେ ଯାଇ ବୁଲନ୍ତି ରାଇ

 

ଏ କୁଞ୍ଜ ଗୋଟି ମରୁଆର ସହି

୭୭

ଏଥିରେ ଲାଳା କରନ୍ତି ଶ୍ରୀହରି

 

ପଶା ଖେଳ ଖେଳେ ଉଛବ କରି

୭୮

ସେଠାରୁ ଚଳିଲେ ଗୋପୀକା ଗଣ

 

ଆର କୁଞ୍ଜଠାରେ ପ୍ରବେଶ ପୁଣ

୭୯

ଦୁତିକା ବୋଇଲେ ଶୁଣ ମିତଣି

 

ଚିତ୍ରରେଖାଙ୍କର ଏ କୁଞ୍ଜ ପୁଣି

୮୦

ଲବଙ୍ଗଲତା ୟାଙ୍କ ସଙ୍ଗେ ଥାଇ

 

ଦୁଇ ଜଣ ସଙ୍ଗେ ନନ୍ଦ କହ୍ନାଇ

୮୧

ମଧ୍ୟରେ ବସିଥାନ୍ତି ଦେବ ହରି

 

ନାନା ବିନୋଦ ତାଙ୍କଠାରେ କରି

୮୨

ୟେତେ କହିଣ କୁଞ୍ଜ ବନୁ ଗଲେ

 

ଗୋପେଶ୍ୱରଙ୍କ ପାଶେ ଯାଇ ହେଲେ

୮୩

ଫୁଲ ବେଲପତ୍ରୀ ନେଇଣ ଥିଲେ

 

ଗୋପଶ୍ୱରଙ୍କ ଶିରେ ଚଢ଼ାଇଲେ

୮୪

କର ଯୋଡ଼ିଣ ଶୋଇଲେ ଆଗରେ

 

ଉଠିଣ ଜଣାନ୍ତି ତାଙ୍କ ଛାମୁରେ

୮୫

ସୁଦୟା କର ଭଗବତୀ-ବରେ

 

କଳା ଲହ୍ନାଇଙ୍କି ଦେଖାଅ ଥରେ

୮୬

ତୁମ୍ଭ ବିନୁ ଅନ୍ୟ ଶରଣ ନାହିଁ

 

କେତେ କହିବୁ ନ ଜାଣୁ କି ତୁହି

୮୭

ଏତେ ବୋଲି ତହିଁ ଜଣାଣ କଲେ

 

ସର ଲବଣୀ ଆଣି ଭୋଗ ଦେଲେ

୮୮

ସମସ୍ତେ ସେଠାରୁ ବାଣ୍ଟି ଭୁଞ୍ଜିଲେ

 

ଯମୁନା ଜଳରେ ହସ୍ତ ଧୋଇଲେ

୮୯

ସେଠାରୁ ଗୋପସୁନ୍ଦରୀ ଚଳିଲେ

 

ବୃନ୍ଦାବନରେ ଯାଇ ସେ ମିଳିଲେ

୯୦

ସିଂହାସନ ପରେ ବସାଇ ରାଈ

 

ଧବଳ ଛତି ଟେକିଲେକ ନେଇ

୯୧

କାହାଳୀ ବଜାଏ ଲବଙ୍ଗଲତା

 

ଆଲଟ ଚାମର ଧରେ ବନିତା

୯୨

ମଣିମା ଡାକ ଆଗରେ ଡାକନ୍ତି

 

ଆଡ଼େ ହୁଆ ବୋଲି କେହୁ ବୋଲନ୍ତି

୯୩

ଦୁତୀ ଲଳିତା ପରିଚ୍ଛା ସେଦିନ

 

ପୂର୍ଣ୍ଣମାସୀ ଯେ କଟୁଆଳ ପୁଣ

୯୪

ଷୋଳ ନାୟିକା ଖଟଣି ଖଟିଲେ

 

ସବୁ ଗୋପୀ ତହିଁ ପରଜା ହେଲେ

୯୫

ରଙ୍ଗଦେବୀ ଧରି ମୁରଲୀ ପୁଣ

 

ସୁସର ଶବଦ କଲା ସେ ଜାଣ

୯୬

ଉପରୁ କୁସୁମ ହୋଇଲା ବୃଷ୍ଟି

 

ବୃନ୍ଦାବନ ଯାକ ବାସ ଚହଟି

୯୭

ପାରିଜାତକ ପୁଷ୍ପ ବରଷିଲେ

 

ବୃନ୍ଦାବନ ଯାକ ରଙ୍ଗ ଦିଶିଲେ

୯୮

ଶୋଭା ଦିଶିଲା ବୃନ୍ଦାବନ ପୁଣ

 

ଯେ ବନେ ରାଧା ରାଜା ହୋୟେ ଜାଣ

୯୯

ଦୁଇ ପହର ଯହୁଁ ବେଳ ହେଲା

 

ମଲ୍ଲୀ ଦେବୀ କର ଯୋଡ଼ି କହିଲା

୧୦୦

ଚାଲ ଗୋ ଯିବା ୟେବେ ନିଜ ଘର

 

ବେଳ ତ ଉଛୁର ଆଜ ଦିନର

୧୦୧

ସିଂହାସନରୁ ଶୁଣି ରାଇ ଉଠେ

 

ଧବଳ ଛତି ଧରାଇଣ ମାଥେ

୧୦୨

ଧୀରେ ଧୀରେ ହୋଇ କରେ ଗମନ

 

ଆଗେ ନାୟିକା ପରେ ଗୋପୀଗଣ

୧୦୩

ମଧ୍ୟରେ ଚାଲେ ରାଧା ଠାକୁରାଣୀ

 

ଶୋଭା ପାଉଅଛି ଧରଣୀ ପୁଣି

୧୦୪

ଚନ୍ଦ୍ରଶାଳା ପୁରେ ପ୍ରବେଶ ହେଲେ

 

ରତ୍ନ ପଲଙ୍କରେ ଯାଇ ବସିଲେ

୧୦୫

ହୁଳହୁଳି ଦେଲେ ଗୋପ-ତରୁଣୀ

 

ବେଶ ଉଲାଗି ହେଲେ ରାଧା ପୁଣି

୧୦୬

ଭଣ୍ଡାରେ ସାଇତି ସବୁ ରଖିଲେ

 

ବସିଣ ସମସ୍ତେ କଥା ହୋଇଲେ

୧୦୭

ବୋଇଲେ ପୁଣ ଦିନାକେତେ ଗଲେ

 

ବନକୁ ଯିବା ଗୋ ଶରଧା ହେଲେ

୧୦୮

ରାଧା ବୋଇଲେ ମୋତେ ଦେଖୁଥିବ

 

ପାସୋର ଆଉ ମନୁ ନ କରିବ

୧୦୯

ଜଣେ ଜଣେ ହୋଇ ମେଲାଣି ହେଲେ

 

ଯେଝା ଘରକୁ ବୋଲି ଚଳିଗଲେ

୧୧୦

ବୃନ୍ଦାବତୀ ଦୂତୀ ହେଲେ ମେଲାଣି

 

କହି ପୂର୍ଣ୍ଣମାସୀ ଚଳିଲେ ପୁଣି

୧୧୧

ଷୋଳ ନାୟିକା କହି କରି ଗଲେ

 

ଯେଝା ମନ୍ଦିରରେ ପ୍ରବେଶ ହେଲେ

୧୧୨

ସମସ୍ତେ ଗଲେ ରାଧା ରହେ ୟେକା

 

ନିଜ ସଖୀମାନେ ସଙ୍ଗତେ ସାଖା

୧୧୩

ଚରଣ ଧୋଇ ରାଧା ଘରେ ପଶି

 

ନଣନ୍ଦ ଆସିଣ ଅନ୍ନ ପରଶି

୧୧୪

ଛଡ଼ ରସରେ କଲେକ ଭୋଜନ

 

ସଖୀଗଣମାନେ ସଙ୍ଗରେ ପୁଣ

୧୧୫

ଆଗମନ କରି ଉଠିଣ ରାଈ

 

ରତ୍ନ ପଲଙ୍କରେ ବସିଲେ ଯାଇ

୧୧୬

ସଖୀଗଣ ଆଣି ବିଡ଼ିଆ ଦେଲେ

 

ତାମ୍ବୋଳ ଭୁଞ୍ଜି ସନ୍ତୋଷ ହୋଇଲେ

୧୧୭

ଶୟନ କଲେ ପଲଙ୍କ ଉପରେ

 

ସଖୀଗଣ ପାଦ ମଞ୍ଚାଳେ ଧୀରେ

୧୧୮

ଯୋଗ ନିଦ୍ରା ଗଲେ ଗୋଲକବାସୀ

 

ଶୁଣିଣ ପାର୍ବତୀ ହୋଇଲେ ତୋଷୀ

୧୧୯

କିଛୁ ବେଳରେ ଭାଙ୍ଗିଲେ ଆଳସ

 

ଜଟିଳା ନଣନ୍ଦ ସଙ୍ଗେ ପ୍ରବେଶ

୧୨୦

ଘର ଜଞ୍ଜାଳ କଲେ ଚନ୍ଦ୍ରାବଳୀ

 

ସକଳ ପଦାର୍ଥ ଘର ସମ୍ଭାଳି

୧୨୧

ଦାସ ଦନାଇ ସେ ପାଦେ ଶରଣ

 

ଅନୁକ୍ଷଣେ ଧ୍ୟାୟେ ରାଧା ଚରଣ

୧୨୨

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨୫-

ଆଲୋକ

-

ଚହଳ, ଗୋଳମାଲ

୨୮-

କରତି

-

କାମ (କୃତି ଶବ୍ଦକ)

 

 

-

କ୍ରୋଧରେ, ଦୁଃଖରେ

 

ପଞ୍ଚବିଂଶ ଛାନ୍ଦ

ଏଥୁ ଅନ୍ତରେ ଗୋ ଶୁଣିମା ଉମା

 

ମଥୁରା ଗଲେ ନନ୍ଦ ପୁଅ କହ୍ନା

ଯିବାରୁ ଚିନ୍ତା ଗୋପୀମାନେ କରି

 

ପୂର୍ବ କଥାମାନ ମନେ ସୁମରି

କେଉଣି କଥା ମନେ ନାହିଁ ଚିନ୍ତା

 

କୃଷ୍ଣ କଥାରେ ମନ କରି ବ୍ୟଥା

ଏହା ଶୁଣି କରି ଗଉରୀ ବୋଲେ

 

ପୁଣି ଗୋପୀମାନେ କିସ ସେ କଲେ

ତାଙ୍କ କଥା ମୋତେ ବୁଝାଇ କହ

 

ରାଧା କୃଷ୍ଣ କଥା ଶୁଣି ତ ସ୍ନେହ

ଏକାନ୍ତ ବେଳେ ବନସ୍ତ ଭିତରେ

 

ଈଶ୍ୱର କହେ ଗଉରୀ ଆଗରେ

ମଥୁରା ପୁରେ ରାମ କୃଷ୍ଣ ତୁଲେ

 

ଉଗ୍ରସେନ ସଙ୍ଗେ ଛନ୍ତି ସଭାରେ

ସାତବଂଶର ଯାଦବ ଅଛନ୍ତି

 

ଏହି ସମୟେ ନାରଦ ମିଳନ୍ତି

 

 

ଦେଖିଣ ସମସ୍ତେ ଉଠିଲେ ପୁଣ

 

ବିନୋଇ ହୋଇ ନାରଦ ଚରଣ

ବସିବାକୁ ନେଇ ଆସନ ଦେଲେ

 

କୁଶଳ ବାରତା ସବୁ ପୁଚ୍ଛିଲେ

୧୦

ମୁନି ବୋଇଲେ ଆମ୍ଭେ ଅଛୁଁ ଭଲେ

 

ତୁମ୍ଭ କୁଶଳ କହ ନୃପବରେ

୧୧

ଉଗ୍ରସେନ ବୋଲେ ସବୁ କୁଶଳ

 

ରାମକୃଷ୍ଣ ଯେବେ ଛନ୍ତି ମୋହୋର

୧୨

ନାରଦ ବୋଲେ ଦେବ ନରହରି

 

ଦୁଷ୍ଟ ଜନକୁ ନାଶ ଦେବ କରି

୧୩

ଜରାସନ୍ଧ ଧାଡ଼ି ତୁମ୍ଭଙ୍କୁ ହେବ

 

ବହୁତ ଦିନ ଦୁଖୀ କରାଇବ

୧୪

ଅଠର ବେଳ ଯୁଝିବ ସଙ୍ଗରେ

 

ଦେବକାର୍ଯ୍ୟ ଅଛି ବହୁତ ତାରେ

୧୫

ଏତେ କହିଣ ମୁନି ଯେ ଉଠିଲେ

 

ସଭା ଭାଗିଲା ସମସ୍ତେ ହେଁ ଗଲେ

୧୬

ରାମ କୃଷ୍ଣ ସଙ୍ଗେ ମୁନି ଅଇଲେ

 

ବସୁଦେବ ଘରେ ପ୍ରବେଶ ହେଲେ

୧୭

ବଳରାମ ଚଳିଗଲେ ଭିତର

 

କୃଷ୍ଣ ରହିଲେ ମୁନିଙ୍କ ସଙ୍ଗର

୧୮

କୃଷ୍ଣ ବୋଇଲେ ଶୁଣମା ନାରଦ

 

ଗୋପର ଗୋଈ ମନର ବିଚ୍ଛେଦ

୧୯

ତୁମ୍ଭେ ମୁନି ଗୋପପୁରକୁ ଯିବ

 

ଗୋପୀମାନଙ୍କୁ ବୁଝାଇ କହିବ

୨୦

ତାତ ଜନନୀଙ୍କି ପ୍ରବୋଧ କରି

 

ବୋଲିବ ନିକଟେ ଆସିବେ ହରି

୨୧

ଶୁଣିଣ ନାରଦ ଅଇଲେ ବେଗେ

 

ପ୍ରବେଶ ହୋଇଲେ ଯମୁନା ଲାଗେ

୨୨

ଯମୁନାରେ ପଶି ସ୍ନାହାନ କଲେ

 

ନିତ୍ୟ କର୍ମ ସାରି ଗୋପେ ମିଳିଲେ

୨୩

ରଜନୀ ଶେଷେ ଉଠି ଚନ୍ଦ୍ରାବଳୀ

 

ନିଜ କର୍ମ୍ମ ସାରି ସ୍ନାହାନ କରି

୨୪

ସଖୀମାନଙ୍କୁ ବୋଇଲେ ରାଧିକା

 

ଦଧି ମନ୍ଥନ ଗୋ କର ଜୀବିକା

୨୫

ତାଙ୍କଠାରୁ ଶୁଣି ଦାସୀ ଚଳିଲେ

 

ଶକଟେ ଗୋରସ ମେଲି ମନ୍ଥିଲେ

୨୬

ରାଧିକା ପାଶେ ପୂର୍ଣ୍ଣିମାସୀ ମିଳେ

 

ସହସ୍ରେ ସୁନ୍ଦରୀ ଘେନି ସଙ୍ଗରେ

୨୭

ଚନ୍ଦ୍ରାବଳୀ ଦେଖି ହରଷ ହେଲେ

 

ମାନ୍ୟ ଧର୍ମ କରି ବସ ବୋଇଲେ

୨୮

ଏହି ସମୟେ ସହସ୍ରେ ସୁନ୍ଦରୀ

 

ନିଜ ସଖୀଗଣ ଆସିଣ ମିଳି

୨୯

ଦୁଇ ସସ୍ର ନାରୀ ଗୋପିକା ମେଳ

 

ଚନ୍ଦ୍ରଶାଳା ପୁର ହେଲା ଗହଳ

୩୦

ପୂର୍ଣ୍ଣମାସୀ ବୋଲେ କିସ କରିବା

 

ଗୋପିକା ବୋଇଲେ ଯମୁନା ଯିବା

୩୧

ରାଧା ବୋଇଲେ ଦିନାକେତେ ଗଲେ

 

ବୃନ୍ଦାବନ ପୁଣି ଯିବା ଗୋ ମେଳେ

୩୨

ଏମନ୍ତେ କଥା ହୁଅନ୍ତେଣ ପୁଣ

 

ନାରଦ ଆସି ମିଳିଲେ ତକ୍ଷଣ

୩୩

ଦେଖିଣ ରାଧା ସୁନ୍ଦରୀ ଉଠିଲେ

 

ନାରଦଙ୍କ ପାଦ ତଳେ ଶୋଇଲେ

୩୪

ପୂର୍ଣ୍ଣମାସୀ ପୁଣି ଚରଣେ ପଡ଼ି

 

ଉଠିଣ ଉଭା ହୋଇ କହେ ନାରୀ

୩୫

ରାଧିକା ଉଠି କର ଯୋଡ଼ି କହି

 

ସୁବର୍ଣ୍ଣ ଝରୀରେ ନୀର ପୂରୋଇ

୩୬

ଚରଣ ଦୁଇ ଧୋଇ ମୁନିଙ୍କର

 

ଝୀନ ବସନରେ ପୋଛି ସତ୍ୱର

୩୭

ବସିବାକୁ ଦିବ୍ୟ ଆସନ ଦେଲେ

 

ଫୁଲ ଚନ୍ଦନ ଦେଇ ସେବା କଲେ

୩୮

ଛେନା ଦୁଧସର ଅଣାଇ ପୁଣ

 

ସୁବର୍ଣ୍ଣ ଥାଳିରେ ସମ୍ପାଦି ଜାଣ

୩୯

ମୁନି ଭୋଜନ କରନ୍ତି ସନ୍ତୋଷେ

 

ଭୋଜନ ସାରି ଉଠିଲେ ହରଷେ

୪୦

ଦିବ୍ୟ ଆସନ ଆଣି ରାଈ ଦେଲେ

 

ସନ୍ତୋଷ ହୋଇ ମୁନି ବିଜେ କଲେ

୪୧

ମୁନି ବୋଇଲେ ଶୁଣ ଚନ୍ଦ୍ରାବଳି

 

ମନ ନୀରସ ତୁମ୍ଭର ସୁନ୍ଦରି

୪୨

କଉଁ କଥାକୁ ମନେ ଚିନ୍ତା କର

 

ସତ କରି କହ ଆମ୍ଭ ଆଗର

୪୩

ଚନ୍ଦ୍ରାବଳୀ ବୋଲେ ଶୁଣିମା ହୋଉ

 

ଆମ୍ଭର ଦୁଖ କିମ୍ପା କହ ଆଉ

୪୪

କଉଁ ସୁଖ ଆଉ ଅଛି ହେ ମୁନି

 

ଗୋପରୁ କୃଷ୍ଣ ଗଲା ଦିନୁ ପୁଣି

୪୫

ତୁମ୍ଭେ ତ ଜାଣ ପୂର୍ବ କଥାମାନ

 

ବାଲି ଖେଡ଼ଠାରେ କଲେ ଯେସନ

୪୬

ସେଦିନେ ବ୍ରିଖଭାନୁ ଘରେ ଥିଲି

 

ଏବେ ଗୋପପୁରେ ଆସି ରହିଲି

୪୭

ମନରେ ଚେତିଣ ସେ କାଳ କଥା

 

କୃଷ୍ଣ ସଙ୍ଗରେ ଅଙ୍ଗ ସଙ୍ଗ ଶ୍ରୋତା

୪୮

ସେହି ମନେ ରଖି ମୋ ସଙ୍ଗ ମେଳ

 

ପ୍ରତିଦିନରେ ମଦନ ଗୋପାଳ

୪୯

ରତି ସୁରତିରେ କରିଛି ଲୀଳା

 

ପ୍ରତିଦିନରେ ବିଜେ ନନ୍ଦବଳା

୫୦

ମୋତେ ବୋଲନ୍ତି ତୋ ପାଶୁ ଅନ୍ତର

 

ନୋହିବୁ କହୁଛି ତୁମ୍ଭ ଆଗର

୫୧

ନିୟମ କରି ମୋ ଦେହ ଛୁଇଁଲେ

 

ଏବେ ତ ମଥୁରା ଯାଇ ରହିଲେ

୫୨

ତାଙ୍କ ବଚନ ଯେବେ ମିଥ୍ୟା ହେଲା

 

ଏ ଦେହ ଥିଲେ କିସ ହେବ ପରା

୫୩

ଜୀବନ ଯିବାକୁ କରୁଛି ଲଏ

 

ମଦନ ଜାଳା ଦହୁଅଛି ଦେହେ

୫୪

ଏତେ ନିଲଜ୍ଜରେ କେତେ ଜୀଇବା

 

ଶ୍ରୀକୃଷ୍ଣ ଲାଗି ପରାଣ ତେଜିବା

୫୫

ଗଲେ ନଇଲେ ଏ ପୁର କିମ୍ପାଇ

 

ନୂଆ ଦିନେ ଯେଉଁ ଭୋଗ କରଇ

୫୬

ପୁରୁଷ ହେଲେ କି ଛାଡ଼ଇ ତାକୁ

 

ଏ କଥା ବିଚାର ତୁମ୍ଭ ମନକୁ

୫୭

ତାହା ଶୁଣିଣ ବ୍ରହ୍ମାଙ୍କ କୁମର

 

ବୋଇଲେ ମନେ ନ ଧର ଅନ୍ତର

୫୮

ଜାଣ ତ ଶ୍ରୀହରି ତ୍ରୈଲୋକ୍ୟ-ନାଥ

 

ଦୁଷ୍ଟ ନାଶିବାକୁ ହୋଇଲେ ଜାତ

୫୯

ମେଦିନୀ ଭାରା ଉଶ୍ୱାସ କରିବେ

 

ଦେବତାମାନଙ୍କ କଷ୍ଟ ହରିବେ

୬୦

ସନ୍ଥ ପାଳିଣ ନାମ ଜଗାଇବେ

 

ତେବେ ସିନା ନିଶ୍ଚିନ୍ତ ଦେବେ ହେବେ

୬୧

ତୁମ୍ଭେ କିମ୍ପା ଦୁଖ ମନରେ ଘେନ

 

ସବୁରି ବାପ ଅଟେ ନାରାୟଣ

୬୨

ଦୁଷ୍ଟ ରାବଣ ହେ ଏଥିରେ ଥିଲା

 

ତିନିପୁର ସାଧି ପ୍ରବଳ ହେଲା

୬୩

ଦଶରଥ ଘରେ ଶ୍ରୀରାମ ରୁପେ

 

ଜନମ ହୋଇଲେ ଯାଇଁ ସାକ୍ଷାତେ

୬୪

ଜନକ ଋଷି ଘରେ ବିଭା ହୋଇ

 

ସୀତା ଶୁଭ୍ରକେଶୀ ସେଥିରୁ ନେଇ

୬୫

ପିତାସତ୍ୟରେ ବନବାସ ଗଲେ

 

ଦଶଶିର ସୀତା ହରିଲା ବଳେ

୬୬

ବାଳିକି ମାରି ସୁଗ୍ରୀ ସଙ୍ଗ କଲେ

 

ସମୁଦ୍ରେ ବାନର ବନ୍ଧ ବାନ୍ଧିଲେ

୬୭

ରାବଣ ମାରି ଜାନକୀଙ୍କି ନେଲେ

 

ଦେବଙ୍କ ଦୁଖ ନିବାରଣ କଲେ

୬୮

ଜାନକୀ ଯେତେ କଷ୍ଟ ତହିଁ ପାଏ

 

ତୁମ୍ଭର ଦୁଖ ଯେ ନାହିଁ ଗୋ ମାଏ

୬୯

ଅଳପ ଦିନ ଯେ ଆସିବେ ହରି

 

ମନ ନିବେଶ ପାଦରେ ତାଙ୍କରି

୭୦

ଆମ୍ଭେ ଅଇଲୁଁ ଏବେ ତୁମ୍ଭ ପୁର

 

କଥାଏ କହିବୁଁ କର ବିଚାର

୭୧

ଯାହା ଦେଖିଲେ ସର୍ବେ ହେବେ ତୋଷ

 

ସେ କଥା ତୁମ୍ଭଙ୍କୁ ଦେବା ଅବଶ୍ୟ

୭୨

କୃଷ୍ଣଙ୍କୁ ଚିତ୍ରପଟେ ରଖି କରି

 

ପ୍ରତିଦିନରେ ପୂଜା ବିଧି ପରି

୭୩

ଦୁଖ ତୁମ୍ଭର ତାଙ୍କୁ ଜଣାଇବ

 

ରାତ୍ର ଦିବସେ ନେତ୍ରେ ଦେଖୁଥିବ

୭୪

ମାଳା ଘେନି କରି ଜପ କରିବ

 

ଗୋବିନ୍ଦ ନାମ ହୃଦଗତେ ଥିବ

୭୫

ତେବେ କୃଷ୍ଣଙ୍କୁ ଗୋ ପାଇବ ନାରି

 

ଶୁଣିକରି ରାଧା ଚରଣେ ପଡ଼ି

୭୬

କାରଣ କରାଅ ହେ ମାହାମୁନି

 

ଚିତ୍ରପଟ ଦିଅ ଆମ୍ଭଙ୍କୁ ପୁଣି

୭୭

ବ୍ରହ୍ମଗ୍ୟାନ ମାଳି ମାତରା ଦିଅ

 

ଶୁଣି ସନ୍ତୋଷ ବ୍ରହ୍ମାଙ୍କର ପୁଅ

୭୮

ବୋଇଲେ ଚିତ୍ରକାର ଡାକ ବେଗେ

 

ମନ୍ଦିରମାନ ଗୋ ସଜାଡ଼ ଏବେ

୭୯

କୃଷ୍ଣଙ୍କୁ ଯାଇଣ ବେଗେ କହିବ

 

ଚିତ୍ରକାର ଶତେ ଘେନି ଆସିବ

୮୦

ଶୁଣି ଚନ୍ଦ୍ରାବଳୀ ତୋଷ ହୋଇଲେ

 

ଦାମ ସୁଦାମ ଡକାଇ ଆଣିଲେ

୮୧

ମଧୁମଙ୍ଗଳ ସଜ ହୋଇ ଆସ

 

ରାଧିକା ପାଶରେ ମିଳିଣ ତୋଷ

୮୨

ଶ୍ରୀମତୀ ବୋଇଲେ ଶୁଣ ହେ ତୁମ୍ଭେ

 

ମଥୁରା ଯାୟେ ଯାଅ କିବା ଏବେ

୮୩

କୃଷ୍ଣଙ୍କୁ ଯାଇଣ ବେଗେ କହିବ

 

ଚିତ୍ରକାର ସଙ୍ଗେ ଘେନି ଆସିବ

୮୪

ତାହା ଶୁଣିଣ ନାରଦ ବୋଇଲେ

 

ଆମ୍ଭେ ଚିତ୍ରକାର ଦେବା ଗୋ ଭଲେ

୮୫

ଶୁଣି ପୂର୍ଣ୍ଣମାସୀ ତାଙ୍କୁ ବୋଇଲା

 

ଏବେ ଆମ୍ଭଠାରେ ସୁଦୟା ହେଲା

୮୬

ଅଣାଅ ୟେବେ ବ୍ରହ୍ମାଙ୍କ କୁମର

 

ରଜନୀ ନିଶି ହୋଇବ ଏଥର

୮୭

ଶୁଣି ବ୍ରହ୍ମଋଷି ବୋଇଲେ ଜାଣ

 

ରଜନୀ କାଳେ କରିବା ଭିଆଣ

୮୮

ଏମନ୍ତ ବିଚାରୁ ହୋଇଲା ରାତି

 

ସହସ୍ରେ ରୂପକାର ମିଳେ ଆସି

୮୯

ପୂର୍ଣ୍ଣମାସୀଙ୍କି କହେ ବ୍ରହ୍ମାବେତ୍ତା

 

ତୁମ୍ଭ ମନ୍ଦିରକୁ ଯିବ ଗୋ ମାତା

୯୦

ପହିଲେ ତୁମ୍ଭ ମନ୍ଦିରରେ ରୂପ

 

ଚନ୍ଦ୍ରଶିଖର ମାଧବ ସ୍ୱରୂପ

୯୧

ରାଧିକା ସଙ୍ଗରେ ଗୋପସୁନ୍ଦରୀ

 

ନାରଦଙ୍କୁ ଘେନି ସେଠାରେ ମିଳି

୯୨

ନାଟ ଆରମ୍ଭରେ ଚନ୍ଦ୍ରଶିଖର

 

ମାଧବରୂପ ଲେଖିଲେ ପାଖର

୯୩

ସହସ୍ରେ ଗୋପିକା ଘରରେ ଜାଣ

 

ଚନ୍ଦ୍ରଶିଖର ମାଧବ ଭିଆଣ

୯୪

ଦୁଇ ରୂପକୁ ଚିତ୍ରପଟେ ଲେଖି

 

ସମସ୍ତଙ୍କ ମନ କରିଣ ସୁଖୀ

୯୫

ଘରେ ଘରେ ପଶି ଦେଖିଲେ ଯାଇଁ

 

ଦୁଇ ରୂପ ଦିବ୍ୟଶୋଭା ଦିଶଇ

୯୬

ମାଧବ ଚନ୍ଦ୍ରଶିଖର ଯେ ଉଭା

 

ତେସନ ପ୍ରାଏ ପୁର ଦିଶେ ଶୋଭା

୯୭

ସେଠାରୁ ଚଳିଗଲେକ ବହନ

 

ଚନ୍ଦ୍ରଶାଳା ପୁରେ ମିଳି ବହନ

୯୮

ରାଧା ମନ୍ଦିରେ ଚିତ୍ରପଟ ଲେଖି

 

ମଦନ ମୋହନ ରୂପ ପ୍ରକାଶି

୯୯

ତାଙ୍କ ସଙ୍ଗେ ବହୁ ଦେବତା ଗଣ

 

ନାଟ ଆରମ୍ଭରେ ଯେମନ୍ତ ଗୁଣ

୧୦୦

ସେଠାରୁ ଗୋପୀଙ୍କ ଘରେ ମିଳିଲେ

 

ଚିତ୍ରପଟ ରୂପ ଲେଖନ କଲେ

୧୦୧

ସହସ୍ରେ ଗୋପୀଙ୍କ ଘରରେ ପୁଣ

 

ମଦନ ମୋହନ ରୂପ ଲେଖନ

୧୦୨

ଦିବ୍ୟ ମୂରତି ଲେଖି ରୂପକାର

 

ନାଟ ଆରମ୍ଭ ଯେମନ୍ତ ପ୍ରକାର

୧୦୩

ଦୁଇସସ୍ର ଚିତ୍ର ବିଚିତ୍ର କରି

 

ମଦନ ମୋହନ ମାଧବ ଘେରି

୧୦୪

ଲାବଣ୍ୟ ମୁରତି ଦେଖିଣ ଶୋଭା

 

ଗୋପର ଗୋଈ ମନେ କଲେ ଲୋଭା

୧୦୫

ଦୁଇସସ୍ର ଗୋପୀ ଡାକିଣ ମୁନି

 

ବୋଇଲେ ପୂଜାବିଧି କର ପୁଣି

୧୦୬

ଚିତ୍ରପଟ ଜୀବନ୍ୟାସ ନ ହେବ

 

ବିଚାରିଲେ ଦେଖା ଦେବ ମାଧବ

୧୦୭

ତାହା ଶୁଣି ଗୋପୀ ବହନ ଗଲେ

 

ଯେଝା ଘରେ ଯାଇଁ ପ୍ରବେଶ ହେଲେ

୧୦୮

ଦଧି ସର ଦୁଧ ଛେନା ଲବଣୀ

 

ନବାତ ପାଚଲା କଦଳୀ ପୁଣି

୧୦୯

ଗୁଆ ନଡ଼ିଆ ନେଉଆ ତଣ୍ଡୁଳ

 

ସମସ୍ତଙ୍କ ଘରେ କଲେ ସମ୍ଭର

୧୧୦

ପ୍ରବେଶ ହୋଇଲେ ରାଧିକା ପୁରେ

 

କହିଲେ ନାରଦ ଋଷି ଆଗରେ

୧୧୧

ଚନ୍ଦ୍ରାବଳୀ ସର୍ବ ଆଣିଣ ପୁଣ

 

ଋଷିଙ୍କ ଆଗେ ଦେଲେ ତତକ୍ଷଣ

୧୧୨

ଦେଖିଣ ନାରଦ ଚରଣ ଧୋଇ

 

ଚିତ୍ରପଟକୁ ଜୀବଦାନ ଦେଇ

୧୧୩

ମନ୍ତ୍ର ପଢ଼ିଣ ଜୀବନ୍ୟାସ କଲେ

 

ମନ୍ତ୍ର ପୂଜା କରିଣ ଭୋଗ ଦେଲେ

୧୧୪

ରାଧାଙ୍କୁ ଗୋପାଳ ମନ୍ତ୍ର କହିଲେ

 

ମନ୍ତ୍ର ଉପଦେଶ ସକଳ ଦେଲେ

୧୧୫

ବେଶ କରିବା ମନ୍ତ୍ର କହିଗଲେ

 

ସ୍ନାହାନ ତର୍ପଣ କରିବ ବୋଲେ

୧୧୬

ମାଳା ଜପିବା ମହାମନ୍ତ୍ର ଦେଲେ

 

ଶୟନ କରିବା ମନ୍ତ୍ର କହିଲେ

୧୧୭

ଏହିପରି ଦୁଇ ସହସ୍ର ନାରୀ

 

ସମସ୍ତଙ୍କ ପୁରେ ବିଜୟେ କରି

୧୧୮

ସବିଙ୍କ ଘରରେ ନାଟ ଆରମ୍ଭ

 

ଜୀବନ୍ୟାସ କରି କହିଲେ ସର୍ବ

୧୧୯

ପୂଜାର ମନ୍ତ୍ର ସମସ୍ତଙ୍କୁ ଦେଲେ

 

ସ୍ନାହାନ ବିଧି ତର୍ପଣ କହିଲେ

୧୨୦

ବେଶ ଭୂଷଣ ଯଉଁ ମନ୍ତ୍ର ହେବ

 

ବିଧାନ ବିଧି ସକଳ ଯେ ସର୍ବ

୧୨୧

ପହୁଡ଼ି କହିବେ ଯଉଁ ପ୍ରକାରେ

 

ସକଳ କଥା କହିଲେ ତାଙ୍କରେ

୧୨୨

ସମସ୍ତେ ଶୁଣି ଯେଝା ଘରେ ଯାଇଁ

 

ଫୁଲ ଚନ୍ଦନ ଯେ ବେଶ କରାଇ

୧୨୩

ପୂର୍ଣ୍ଣମାସୀ ସଙ୍ଗେ ରାଧିକା ମୁନି

 

ତିନିଜଣ ଯାଇ ଦେଖିଲେ ପୁଣି

୧୨୪

ସମସ୍ତଙ୍କ ଘରେ ଶ୍ରୀହରି ଦେଖି

 

ମନରେ ବହୁତ ହୋଇଲେ ସୁଖୀ

୧୨୫

ସେ ରାଧା ଗୋପୀ ଚରଣେ ଶରଣ

 

ଦନାଇଁ ଦାସ ହୋଇଲା କାରଣ

୧୨୬

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୪୮-

ଶ୍ରୋତା

-

ଶୋରତା, ଶ୍ରଦ୍ଧା

୧୧୦-

ସମ୍ଭର

-

ଉତ୍ସବ

 

ଷଡ଼ବିଂଶ ଛାନ୍ଦ

ଏଥୁ ଅନନ୍ତରେ ଶୁଣ ଗୋ ଦେବି

 

ନାରଦ ଚରଣେ ସମସ୍ତେ ସେବି

ଚନ୍ଦ୍ରାବଳୀ ସଙ୍ଗେ ସହସ୍ରେ ଗୋଈ

 

ପୂର୍ଣ୍ଣମାସୀ ସଙ୍ଗେ ସହସ୍ରେ ରହି

ନାରଦ ବୋଇଲେ ଶୁଣ ଗୋ ତୁମ୍ଭେ

 

ରାଧାକୁ ପ୍ରବୋଧ କର ଗୋ ଏବେ

ପୂଜା ସୁମରଣ ବେଶ କରିବ

 

ଯେତେ ଦିନ ତୁମ୍ଭ ଶରୀର ଥିବ

ଚିତ୍ରପଟକୁ ସୁମରଣା କଲେ

 

ସକଳ ପଦାର୍ଥ ମିଳିବ ଭଲେ

ସକଳ କହିବେ ଏହୁ ପୁରୁଷ

 

ଆଗତ ଭବିଷ ଯେତେ ଉଛାତ

ଏତେ ବୋଲିଣ ନାରଦ ସୁମରି

 

ସହସ୍ରେ ସୁବର୍ଣ୍ଣମାଳାକୁ ଧରି

ରାଧିକାକୁ ନେଇ ସେ ମାଳା ଦେଲେ

 

ସମସ୍ତଙ୍କୁ ବାଣ୍ଟିଦିଅ ବୋଇଲେ

 

 

ସହସ୍ରେ ଗୋପୀଙ୍କି ବାଣ୍ଟିଣ ଦେଲେ

 

ଗୋଟିଏ ମାଳା ରାଧିକା ରଖିଲେ

ମୁନି ବୋଇଲେ ଗୋ ଚନ୍ଦ୍ରବଦନି

 

ମହାମନ୍ତ୍ରେ ମାଳା ଜପିବ ପୁଣି

୧୦

ମୁଣ୍ଡମାଳା ଦେଲେ ପୂର୍ଣ୍ଣମାସୀଙ୍କି

 

ରତ୍ନମାଳା ନେଲେ ସହସ୍ରେ ଗୋପୀ

୧୧

ମହାମନ୍ତ୍ର ତାଙ୍କୁ କହିଣ ଗଲେ

 

ଲଳିତା ପୁରେ ପରବେଶ ହେଲେ

୧୨

ବିଶାଖା ଅଛି ଯେ ସେହି ମନ୍ଦିରେ

 

ବିଚାର କରନ୍ତି କୃଷ୍ଣ କଥାରେ

୧୩

ମୁନିଙ୍କି ଦେଖି ଚରଣ ଧୋଇଲେ

 

ଝୀନବସନେ ଚରଣ ପୋଛିଲେ

୧୪

ରତ୍ନ ପଲଙ୍କରେ ବସାଏ ନେଇ

 

ବୋଇଲେ ସୁଫଳ ଦିନ ଅଟଇ

୧୫

ଶୁଣି ବ୍ରହ୍ମବେତ୍ତା ହୋଇଲେ ତୋଷ

 

ପଲଙ୍କ ଉପରେ ବସି ହରଷ

୧୬

ବୋଇଲେ ଶୁଣ ଗୋ ଗୋପ-ସୁନ୍ଦରି

 

କିସ ବିଚାରେ ଗଲେ ତ ଶ୍ରୀହରି

୧୭

ଏହି ସମୟରେ ବିଶାଖା ମିଳି

 

ମୁନିଙ୍କି ଦେଖି ତଳେ ଶୋଏ ବାଳୀ

୧୮

ଉଠିଣ କର ଯୋଡ଼ି ଉଭା ହେଲା

 

ବିନତି ହୋଇ ବଚନ କହିଲା

୧୯

ଆଜି ନିଶି ପାଏ ସୁଫଳ ପୁଣ

 

ଦୁଖୀ ନେତ୍ରରେ ରତ୍ନକୁ ତ ଜାଣ

୨୦

ଅଳସୁଆ କର୍ମେ ଗଙ୍ଗା କି ବିଜେ

 

ଆମ୍ଭଙ୍କୁ ଏମନ୍ତ ପରାଏ ସାଜେ

୨୧

ଶୁଣିଣ କଳହ ପରମ ତୋଷ

 

ବୋଇଲେ ବିଶାଖା ବସ ଗୋ ପାଶ

୨୨

ତୁମ୍ଭ ସଙ୍ଗରେ ଯେତେ ଗୋପାଳୁଣୀ

 

ତାହାଙ୍କୁ ଘେନାଇ ଆମ୍ଭ ଗୋ ପୁଣି

୨୩

ଆମ୍ଭେ ଆସିବାର ତାଙ୍କୁ କହିବ

 

ଦୂତ ଭେଜିଣ ବେଗେ ଅଣାଇବ

୨୪

ଶୁଣିଣ ବିଶାଖା ସଖୀଙ୍କି କହି

 

ସମସ୍ତଙ୍କୁ ଡାକି ଆଣ ଗୋ ଯାଇଁ

୨୫

ମୁନି ବୋଇଲେ ଗୋ ଲଳିତା ଶୁଣ

 

ତୁମ୍ଭ ସାଖାଗଣ ଡକାଇ ଆଣ

୨୬

ପାଞ୍ଚ ସାତ ସଖୀ ବହନ ଗଲେ

 

ଦୁଇସସ୍ ଗୋପୀ ଡାକି ଆଣିଲେ

୨୭

କେ ବୋଲେ ନାରଦ ଆସି ଅଛନ୍ତି

 

ଦର୍ଶନ କରିବା କଳପଋଷି

୨୮

କେ ବୋଲେ ବିଜେ କଲେ ବ୍ରହ୍ମବେତ୍ତା

 

ଦେଖିଲେ ଦୂର ଯିବ ଦଶା ବ୍ୟଥା

୨୯

କେ ବୋଲେ ନାରଦ କିମ୍ପା ଅଇଲେ

 

ଏମନ୍ତ ବୋଲି ସମସ୍ତେ ଧାଇଁଲେ

୩୦

ସକଳ ଗୋପୀ ଯାଇ ବେଶ ହେଲେ

 

ଲଳିତା ବିଶାଖା ମୁନି ଦେଖିଲେ୩୦

୩୧

ଗୋଟି ଗୋଟି ହୋଇ ଚରଣେ ଶୋଇ

 

ସମସ୍ତଙ୍କୁ ଋଷି କଲ୍ୟାଣ ଦେଇ

୩୨

ଗହଳ ହୋଇଲା ଲଳିତା ପୁରେ

 

ପୁଞ୍ଜ ପୁଞ୍ଜ ହୋଇ ବିଚାର କଲେ

୩୩

କେ ବୋଲେ ଆମ୍ଭର ଭାଗ୍ୟ ଦିଶିଲା

 

ନାରଦ ଦର୍ଶନ ଆଗ ମିଳିଲା

୩୪

କେ ବୋଲେ କେଣେ ଆସିଛନ୍ତି ଋଷି

 

କେ ବୋଲେ ଆମ୍ଭଙ୍କୁ ଦେଖି ଆସିଛି

୩୫

ଏମନ୍ତେ ଗୋପୀଏ କରେ ବିଚାର

 

ନାରଦ ବୋଇଲେ ଶୁଣ ସକଳ

୩୬

ଗୋବିନ୍ଦ ଗଲେ ତ ତୁମ୍ଭଙ୍କୁ ଛାଡ଼ି

 

ବିରହ ଜଳେ ତୁମ୍ଭେ ଅଛ ବୁଡ଼ି

୩୭

କିସ ବିଚାର କର ଗୋ ସୁନ୍ଦରି

 

ଆମ୍ଭ ଆଗେ କିମ୍ପା ନ କହ ଫେଡ଼ି

୩୮

ଲଳିତା ବୋଇଲେ ଶୁଣିମା ହୋଉ

 

ଯଉଁ ଦିନୁ ଗଲେ ଗୋପରୁ ପ୍ରହୁ

୩୯

ସେହି ଦିନୁ ଆମ୍ଭେ ହୋଇଲୁଁ ଦୁଖୀ

 

ଗୋବିନ୍ଦ କରି ଗଲେ ନିରିମାଖୀ

୪୦

ଝୁରି ମରୁଅଛୁଁ ସକଳ ଗୋଈ

 

ଜୀବ ଗଲାଣି ପ୍ରାଣ ଅଛି ରହି

୪୧

ନିଲଜ ହୋଇଲୁଁ ଗୋପର ଗୋଲି

 

ଛାଡ଼ି କରି ଗଲା ଦିନୁଁ ମାଧୋଇ

୪୨

ତାହା ଶୁଣି କରି କହିଲେ ଋଷି

 

ଅପୁର ମରିବାକୁ ଜାତ ଏଥି

୪୩

ଦୁଷ୍ଟ ନାଶ ଗଲେ ଦେବତା ସୁଖୀ

 

ଧରଣୀ ଭାରା ହୋଇବ ଉଶ୍ୱାସି

୪୪

ଆଗେ ଦତ୍ୟ ଥିଲା ହିରଣ୍ୟ ବୀର

 

ପୁନେକ ଜାତ ପ୍ରହଲାଦ ତାର

୪୫

ବାପ ଈଶ୍ୱରଙ୍କ ବରରେ ପୁଣ

 

ତିନିପୁର ଯାକ ସାଧିଲା ଜାଣ

୪୬

ଧରଣୀ ତାର ରିପୁ ନ ସହିଲା

 

ନାରାୟଣ ଆଗେ ଗୁହାରି କଲା

୪୭

ତାକୁ ମାରିବାକୁ ପାଞ୍ଚିଣ ହରି

 

ପ୍ରହଲାଦ ଭକ୍ତି ହେଲା ତାଙ୍କରି

୪୮

ପୁତ୍ରର ଛଳେ ପିତା ନାଶ କଲେ

 

ସ୍ୱର୍ଗେ ଇନ୍ଦ୍ରପଣ ତାହାକୁ ଦେଲେ

୪୯

ଏମନ୍ତେ ଉଶ୍ୱାସ କରନ୍ତେ ମହୀ

 

ସମସ୍ତଙ୍କର ସେ ନନ୍ଦ କହ୍ନାଇ

୫୦

ତୁମ୍ଭେ ଯେ ବୋଲୁଛ ଆମ୍ଭର ପୁଣ

 

ଏ କଥା ତୁମ୍ଭର ନୋହେ ପ୍ରମାଣ

୫୧

ଏବେ ଜରାସନ୍ଧି ଧାଡ଼ି ଦେଇଛି

 

କେମନ୍ତେ ଆସିବେ ନନ୍ଦର ବଛି

୫୨

ଏହା ଶୁଣି କରି ବିଶାଖା କହି

 

ଯେତେବେଳେ ଗୋପେ ଥିଲେ ମାଧୋଇ

୫୩

କେତେ ଅସୁର ଏଥି ନାଶ ଗଲେ

 

ଏବେ ଏ ପୁର କିମ୍ପା ନ ଆସିଲେ

୫୪

ତୁମ୍ଭେ ତ ଜ୍ଞାନୀ ଅଟ ବ୍ରହ୍ମବେତ୍ତା

 

କେମନ୍ତେ ଆମ୍ଭେ ହୋଇବୁଁ ଅଚନ୍ତା

୫୫

ଏକଥା ବିଚାର ଆମ୍ଭଙ୍କୁ କହ

 

ବ୍ରହ୍ମଜ୍ଞାନ ଦେଇ ବୋଧ କରାଅ

୫୬

ନାରଦ ବୋଇଲେ ଆରତ ନୋହ

 

ଯେମନ୍ତେ ଶ୍ୟାନ୍ତି ହେବ ଦେଖି ଦେହ

୫୭

ଚିତ୍ରପଟରେ ଗୋବିନ୍ଦ ଲେଖାଇ

 

ସମସ୍ତଙ୍କ ପୁରେ ଯିବା ରଖାଇ

୫୮

ଜୀବନ୍ୟାସ କରି ଦେବା ତାହାଙ୍କୁ

 

ଗ୍ୟାନବନ୍ତ କରି ଯିବା ତୁମ୍ଭଙ୍କୁ

୫୯

ତୁମ୍ଭେ ସମସ୍ତେ ଯେଝା ଘର ଯାଅ

 

ମନ୍ଦିର ନିର୍ମଳ ବେଗେ କରାଅ

୬୦

ଉଆ ତଣ୍ଡୂଳ ଗୋ ନଡ଼ିଆ ଗୁଆ

 

ଛେନା କଦଳୀ ଗୋ ନବାତ ଭିଆ

୬୧

ଦୁଧ ଦହି ସର ଲବଣୀ ଫୁଲ

 

ଚନ୍ଦନ ଗନ୍ଧ ଭିଆଇ ସକଳ

୬୨

ସକଳ ପଦାର୍ଥ ଥୋଇଣ ଆସ

 

ବ୍ରହ୍ମଜ୍ଞାନ ଦେବା ସେ ଉପଦେଶ

୬୩

ତେବେ ତୁମ୍ଭେମାନେ ହେବ କାରଣ

 

ଅଳପ ଦିନେ ଭେଟ ନାରାୟଣ

୬୪

ଶୁଣିଣ ସମସ୍ତେ ତୋଷ ହୋଇଲେ

 

ଯେ ଯାହା ଘରକୁ ବେଗେ ଚଳିଲେ

୬୫

ମନ୍ଦିରମାନ ନିର୍ମ୍ମାଣ କରିଣ

 

ସକଳ ପଦାର୍ଥ ସଜାଡ଼ି ପୁଣ

୬୬

ଭୋଗ ଫୁଲ ପାନ ଗୁଆ ଥୋଇଲେ

 

ଗୋଟି ଗୋଟି ହୋଇ ଆସି ମିଳିଲେ

୬୭

ତୁଣ୍ଡରେ ରାମ କୃଷ୍ଣ ନାମ ଗାଏ

 

ମୁନିଙ୍କ ପାଶରେ ଯାଇ ବିନୋୟେ

୬୮

ଲଳିତା ଉଠି ଭିତରକୁ ଗଲେ

 

ଠାବ ଠାବ କରି ସବୁ ରଖିଲେ

୬୯

ମୁନିଙ୍କ ପାଶେ ପରବେଶ ଯାଇ

 

ବିଶାଖା ଉଠି ନିଜଘରେ ଯାଇ

୭୦

ମନ୍ଦିର ଗୋଟିଏ ଯତନ କରି

 

ତହିଁରେ ସବୁ ଦ୍ରବ୍ୟ ନେଇ ଭରି

୭୧

ସଖୀଗଣ ସଙ୍ଗେ ଘେନିଣ ପୁଣ

 

ପ୍ରବେଶ ନାରଦ ଋଷି ପାଶେଣ

୭୨

ନାରଦ ବହନ ହୋଇଣ ଜାଣି

 

ଚିତ୍ରପଟକୁ ସୁମରଣା ପୁଣି

୭୩

ଆସିଣ ମିଳିଲେ ସହସ୍ରେ ରୂପ

 

ତାଙ୍କୁ ଲେଖି କରି କହିଲେ କଳ୍ପ

୭୪

ବୋଇଲେ ଉଠ ଗୋ ଗୋପସୁନ୍ଦରି

 

ୟାଙ୍କୁ ଘେନିଣ ନିଜ ଘରେ ଚଳି

୭୫

ମନ୍ଦିରମାନ ଦେଖାଇଣ ଦେବ

 

ଯତନ କରି ରୂପ ଲେଖାଇବ

୭୬

ଆମ୍ଭ ପାଶରେ ହୋଇବ ପ୍ରବେଶ

 

ଆମ୍ଭେ ଯାଇଣ ଦେବା ଜୀବନ୍ୟାସ

୭୭

ରୂପକାରକୁ ବୋଇଲେ କଳହ

 

ଗୋବିନ୍ଦ ରୂପ ଚିତ୍ରପଟେ ଲିହ

୭୮

ସହସ୍ରେ ମନ୍ଦିରେ ଲେଖିବ ପୁଣି

 

ବାମ ହସ୍ତେ ଗିରି ଧରିବା ଜାଣି

୭୯

ଯେସନେ ଇନ୍ଦ୍ର ବିବାଦ କାଳରେ

 

ଗୋପ ସମ୍ପଦ ରଖେ ହରଷରେ

୮୦

ସେହି ସାଦୃଶରେ ରୂପ ଲେଖିବ

 

ରୂପ ଦେଖିଲେ ମୋହ ଯିବେ ସର୍ବ

୮୧

ଆଉ ରୂପକ ଲେଖିବ ପ୍ରମାଣ

 

ବ୍ରହ୍ମା ଯେସନେ ଦେଖେ ନାରାୟଣ

୮୨

ବଛା ହରଣ କଲାବେଳେ ପୁଣ

 

ଶଙ୍ଖ ଚକ୍ର ଗଦା ଶ୍ରୀହସ୍ତେ ଜାଣ

୮୩

ଚତୁର୍ଭୁଜ ଅଟେ ଯେ ରୂପ ପୁଣ

 

ବିଶାଖାପୁରେ ଲେଖିବ ପ୍ରମାଣ

୮୪

ବିଶାଖାର ସାଖା ସହସ୍ରେ ନାରୀ

 

ସମସ୍ତଙ୍କ ପୁରେ ଲିଖିତ କରି

୮୫

ନାରାୟଣ ରୂପ ଦେଖିଲେ ମୋହ

 

ଶଙ୍ଖ ଚକ୍ର ଗଦା ଅତି ସେନେହ

୮୬

ଏମନ୍ତ ଶୁଣି ରୂପକାର ଗଲେ

 

ଘରେ ଘରେ ପଶି ରୂପ ଲେଖିଲେ

୮୭

ଇନ୍ଦ୍ର ଗୋବିନ୍ଦ ଯଉଁ ରୂପେ ପୁଣ

 

ବାମହସ୍ତେ ଗିରି ଅଛି ପ୍ରମାଣ

୮୮

ସହସ୍ରେ ମନ୍ଦିରେ ସହସ୍ରେ ରୂପ

 

ଲେଖିଲେ ଚିତ୍ରପଟରେ ସ୍ୱରୂପ

୮୯

ଲଳିତା ପୁରେ ଲାଟ ବନ୍ଦୀ କରି

 

ଗୋବିନ୍ଦ ଚାରିପାଶେ ଦେବେ ଘେରି

୯୦

ସେଠାରୁ ବିଶାଖା ପୁରକୁ ଗଲେ

 

ନାରାୟଣ ରୂପ ଲିଖିତ କଲେ

୯୧

ଖଙ୍ଖ ଚକ୍ର ଗଦା ପଦ୍ମ ହସ୍ତରେ

 

ଚତୁର୍ଭୁଜ ରୂପ ଦେଖି ସକଳେ

୯୨

ମନ ସନ୍ତୋଷ ହୋଇଲା ତାଙ୍କର

 

ସହସ୍ରେ ରୂପ ଲେଖେ ରୂପକାର

୯୩

ସେଠାରୁ ଗୋପୀ ଘରେ ଯାଇଁ ଲେଖେ

 

ନାରାୟଣ ମୂର୍ତ୍ତି ଯଉଁ ସ୍ୱରୂପେ

୯୪

ସହସ୍ରେ ଗୋପାଳୁଣୀ ଘରେ ରୂପ

 

ଲେଖିଣ ନାରଦ ପାଶେ ପ୍ରବେଶ

୯୫

ନାରଦ ବୋଇଲେ ଯାଅ ଶୂନ୍ୟରେ

 

ଆଉ ଛଡ଼ ଦିନ ଆସ ଏ ପୁରେ

୯୬

ଶୁଣିଣ ରୂପକାର ଚଳି ଗଲେ

 

ଅମର ପୁରରେ ଯାଇଁ ମିଳିଲେ

୯୭

ଲଳିତା ବିଶାଖା ସଙ୍ଗରେ ଗୋଈ

 

ଓଳଗ ହୋଇ ନାରଦଙ୍କୁ କହି

୯୮

ଶୁଣିଣ ନାରଦ ପାଦ ଧୋଇଲେ

 

ଲଳିତା ମନ୍ଦିରେ ପ୍ରବେଶ ହେଲେ

୯୯

ଜୀବନ୍ୟାସ କଲେ ଗୋବିନ୍ଦ ରୂପ

 

ବୋଇଲେ ସଜୀବ ହୁଅ ସ୍ୱରୂପ

୧୦୦

ଦେଖା ଦରଶନ ଭାବରେ ଦେବ

 

ସୁରତି ରତି କେବଳ କରିବ

୧୦୧

ଏତେ ବୋଲି ପୂଜା ମନ୍ତ୍ରରେ କଲେ

 

ଛେନା ଦୁଧ ସର ସକଳ ତୁଲେ

୧୦୨

ଗନ୍ଧ ଚନ୍ଦନ ଧୂପ ଦୀପ ଦେଲେ

 

ଆଳତି ନେଇ ବନ୍ଦାପନା କଲେ

୧୦୩

ପୂଜାମନ୍ତ୍ର ଲଳିତାରେ କହିଲେ

 

ବେଶ କରିବାର ଶିଖାଇ ଦେଲେ

୧୦୪

ଧୂପ ଦୀପ ସ୍ନାନ ଯେରୂପେ ହୋଇ

 

ସକଳ ବିଧି ଦେଲେ ତାଙ୍କୁ କହି

୧୦୫

ନାରାୟଣ ପୂଜା ଗୋପାଳ ମନ୍ତ୍ରେ

 

ବ୍ରହ୍ମଜ୍ଞାନ କହି ଦେଲେ ଗୁପତେ

୧୦୬

ତୁଳସୀମାଳ ଗୋଟି ଦେଲେ ନେଇ

 

ବୋଇଲେ ଏଥେ ଜପ କର ତୁହି

୧୦୭

ସହସ୍ରମାଳା ଦେଲେ ଆଣି କରି

 

ସର୍ବ ଗୋପୀଙ୍କି ଗୋ ଦେବ ସୁନ୍ଦରି

୧୦୮

ତୁମ୍ଭ ସଙ୍ଗ ସଖା ଅଟେ ସହସ୍ରେ

 

ଡାକି ସମସ୍ତଙ୍କୁ ଋଷି ହରଷେ

୧୦୯

ଗହଳ ହୋଇ ଚଳିଗଲେ ପୁଣ

 

ଘରେ ଘରେ ରୂପ ଦେଖନ୍ତି ଜାଣ

୧୧୦

କଉଁ ବେଶ କରେ ରଙ୍ଗ ବାସରେ

 

କେ କଳା କାଛ ପିନ୍ଧାଏ ଯତରେ

୧୧୧

କଉଁ ବସନ୍ତ ପୁଷ୍ପେ ବେଶ କରି

 

ବସନ୍ତ ପତନୀ କାଛେଟୀ କରି

୧୧୨

ଧବଳ ବେଶ କରେ କଉଁ ନାରୀ

 

ନୀଳ ଉଛୁଳ ବେଶ କଉଁ କରି

୧୧୩

ସମସ୍ତଙ୍କ ଘରେ ଦେଖିଲେ ଫେରି

 

ବିଶାଖା ପୁରେ ମୁନି ଯାଇ ମିଳି

୧୧୪

ଦେଖିଲେ ଦିବ୍ୟପୁର ଗୋଟି ତାର

 

ଧବଳ ଦିଶଇ ଚୂନ ମନ୍ଦିର

୧୧୫

ଶଙ୍ଖ ଚକ୍ର ଗଦା ପଦ୍ମ ଧରିଣ

 

ବିଜୟେ କରିଛନ୍ତି ନାରାୟଣ

୧୧୬

ଦେଖି କରି ମୁନି ହରଷ ହେଲେ

 

ଚରଣ ଧୋଇ ନିଶ୍ଚଳେ ବସିଲେ

୧୧୭

ଜୀବନ୍ୟାସ କଲେ ନାରାୟଣଙ୍କୁ

 

ପୂଜା କଲେ ଦିବ୍ୟ ପଦାର୍ଥ ତାଙ୍କୁ

୧୧୮

ବ୍ରହ୍ମଜ୍ଞାନ ତାଙ୍କୁ ଗୁପତେ କହି

 

ନାରାୟଣ ପୂଜା ମନ୍ତର କହି

୧୧୯

ସଷ୍ଟିକ ମାଳା ସମସ୍ତଙ୍କୁ ଦେଲେ

 

ଏ ମାଳା ଜପ କରିବା ବୋଇଲେ

୧୨୦

ମହାମନ୍ତ୍ରରେ କର ସୁମରଣା

 

ସମସ୍ତ ଗୋପୀଙ୍କୁ ଶିଖାଇ ସିନା

୧୨୧

ବିଶାଖାକୁ ଘେନି ସଙ୍ଗରେ ଚଳି

 

ଘରେ ଘରେ ପଶି ଦେଖନ୍ତି ଫେରି

୧୨୨

ନାରାୟଣ ବିଜେ ସମସ୍ତ ପୁରେ

 

ବେଶ ହୋଇଣ ସକଳ ମନ୍ଦିରେ

୧୨୩

ଦିବ୍ୟରୂପ ସମସ୍ତଙ୍କୁ ମୋହିଲେ

 

ଦେଖିଣ ଗୋପୀ ସନ୍ତୋଷ ହୋଇଲେ

୧୨୪

ସେଠାରୁ ନାରଦ ଚଳିଣ ଗଲେ

 

ଦାସ ଦନାଇ ସେବେ ନିରନ୍ତରେ

୧୨୫

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨-

କହଳ

-

କଳିଆ ନାରଦ

୮୯-

ଲଟ ବନ୍ଦୀ କର

-

ଚାରିପଟେ ଲୁଗା ଘେରାଇ

 

 

ସପ୍ତବିଂଶ ଛାନ୍ଦ

ଶୁଣିଣ ଗଉରୀ ବୋଇଲେ ଶୁଣ

 

ଚାରି ନାୟିକା ଗଲେ ପରମାଣ

ବାରା ନାୟିକା ଯେ ରହିଲେ ଗୋପେ

 

ତାହାଙ୍କୁ କିସ କହେ ବ୍ରହ୍ମସୁତେ

ଏହା ମତେ ତୁମ୍ଭେ ସଞ୍ଚପି କହ

 

ଶୁଣିମାକୁ ମୋର ବଳିଲା ସ୍ନେହ

ଶୁଣି ତ୍ରିଲୋଚନ ସନ୍ତୋଷ ହେଲେ

 

ଗୋପପୁରେ କଥା ତାଙ୍କୁ କହିଲେ

ବୋଇଲେ ନାରଦ ସେଠାରୁ ଯାଇ

 

ମାଳତୀ ପୁରେ ବିଜେ କଲେ ସେହି

ସ୍ନାହାନ କରୁଛି ଗୋପ ସୁନ୍ଦରୀ

 

ଚାରିପାଶେ ସଖୀ ଅଛନ୍ତି ଘେରି

ମୁନିଙ୍କି ଦେଖି ତରତରେ ପୁଣ

 

ଓଦା ବସନରେ ଚଲାକ ପୁଣ

ସୁବର୍ଣ୍ଣ ଝରୀରେ ଅଣାଇ ନୀର

 

ବେଗେ ଧୋଇଲା ମୁନିଙ୍କ ପୟର

 

 

ବସିବାକୁ ଦେଲା ସୁବର୍ଣ୍ଣ ପୀଢ଼ା

 

ଚରଣେ ଓଳଗି ହୋଇଲା ଛିଡ଼ା

ମୁନି ବୋଲିଲେ ଗୋ ବସନ ପିନ୍ଧି

 

ଓଦା ବସନକୁ ପାଲଟ ବୋଗ

୧୦

ଆମ୍ଭେ ଯେ ଆସିଛୁଁ ତୁମ୍ଭ ପୁରକୁ

 

ତୁମ୍ଭ ସଙ୍ଗତରେ କଥା ହେବାକୁ

୧୧

ଶୁଣିଣ ମାଳତୀ ବହନ ଗଲା

 

ଅମଳାଣ ଶାଢ଼ୀ ଗୋଟି ପିନ୍ଧିଲା

୧୨

ସଖୀମାନଙ୍କୁ ସଙ୍ଗତରେ ଘେନି

 

ମୁନିଙ୍କ ଛାମୁରେ ମିଳିଲା ପୁଣି

୧୩

ଓଳଗି ହୋଇ ମାନ୍ୟ ଧର୍ମ୍ମ କଲା

 

ମୋପୁରେ ବିଜେ କିମ୍ପା ବ୍ରହ୍ମବଳା

୧୪

ନାରଦ ବୋଇଲେ ଶୁଣ ଚତୁରି

 

ଶ୍ରୀକୃଷ୍ଣ ଗଲେ ତ ମଥୁରା ପୁରୀ

୧୫

ତୁମ୍ଭେ କିମ୍ପାଇ ବିରସ ହୋଇଛ

 

ନିକଟେ ଆସିବେ ତ୍ରିଲୋକ୍ୟନାଥ

୧୬

ତୁମ୍ଭଙ୍କୁ ବୋଧ କରିବାକୁ ପୁଣ

 

ଗୋପୀନାଥ ରୂପ ପ୍ରତି ଘରେଣ

୧୭

ଲେଖା ଦେଇଯିବା ଚିତ୍ରପଟରେ

 

ଶୁଣିଣ ମାଳତୀ ପଡ଼େ ପାଦରେ

୧୮

ମୁନି ବୋଲିଲେ ତୁମ୍ଭ ସଖାଗଣ

 

ବେଗ କରି ଯାଇ ଡକାଇ ଆଣ

୧୯

ଶୁଣି ମାଳତୀ ଖଟଣି ଚଳିଲେ

 

ସହସ୍ରେ ଗୋପୀଙ୍କୁ ଡାକି ଆଣିଲେ

୨୦

ବୋଇଲେ ନାରଦ ଆସି ଅଛନ୍ତି

 

ତୁମ୍ଭମାନଙ୍କୁ ଡାକିବାକୁ ପେଶି

୨୧

ଶୁଣିଣ ସମସ୍ତେ ବେଗେ ଚଳିଲେ

 

ମାଳତୀପୁରେ ପ୍ରବେଶ ହୋଇଲେ

୨୨

ଦେଖିଲେ ବିଜେ କରିଛନ୍ତି ମୁନି

 

ଗୋଟି ଗୋଟି ହୋଇ ଚରଣେ ନମି

୨୩

ମୁନି ଦେଖିଣ ସନ୍ତୋଷ ହୋଇଲେ

 

ରୂପକାରକୁ ସୁମରଣା କଲେ

୨୪

ସହସ୍ରେ ରୂପ ଚିତ୍ରକାର ଆସି

 

ମୁନିଙ୍କ ଛାମୁରେ ସ୍ୱର୍ଗର ବାସୀ

୨୫

ଉଭା ହୋଇଣ ବୋଇଲେ ଶୁଣିମା

 

କିସ କରିବୁ କହି ଦିଅ କି ନା

୨୬

ଗୋପୀମାନଙ୍କ ସଙ୍ଗତରେ ଯାଅ

 

ମାଧବ ରୂପ ମାଧୁର୍ଯ୍ୟେ ଭିଆଅ

୨୭

ତିନିପୁର ଲୋକେ ହୋଇବେ ମୋହି

 

ଏମନ୍ତ ରୂପ ଲେଖ ତୁମ୍ଭେ ଯାଇଁ

୨୮

ଗୋପୀଙ୍କି ବୋଇଲେ ଚଳ ବହନ

 

ମନ୍ଦିରମାନ ଦେଖାଇଣ ପୁଣ

୨୯

ଚିତ୍ରପଟ ରୂପ ଲେଖିଣ ବେଗେ

 

ଆସିଣ ମିଳ ତୁମ୍ଭେ ଆମ୍ଭ ଆଗେ

୩୦

ଶୁଣି ଗୋପୀଗଣ ଚଳିଣ ଗଲେ

 

ରୂପକାରଙ୍କୁ ସଙ୍ଗତରେ ନେଲେ

୩୧

ଯେଝା ମନ୍ଦିରେ ହୋଇଲେ ପ୍ରବେଶ

 

ମାଧବ ରୂପ ଲେଖିଲେ ସନ୍ଦେଶ

୩୨

ଲେଖି ଚିତ୍ରକାର ବେଗେ ଅଇଲେ

 

ମୁନିଙ୍କ ପାଶେ ପରବେଶ ହେଲେ

୩୩

ଗୋଟି ଗୋଟି ହୋଇ ଅଇଲେ ଗୋଈ

 

ତାଙ୍କୁ ଦେଖି ମୁନି ସନ୍ତୋଷ ହୋଇ

୩୪

ସ୍ନାହାନ କଲେ ବ୍ରହ୍ମାଙ୍କ କୁମର

 

ଅମଳାଣ ବସ୍ର ପିନ୍ଧ ସତ୍ୱର

୩୫

ଗୋପୀଙ୍କି ବୋଇଲେ ଯାଅ ଗୋ ଘର

 

ପୂଜାଦ୍ରବ୍ୟ ବିଧି ରଞ୍ଚନା କର

୩୬

ଧୂପ ଆଳତି ଯେ ଫୁଲ ଚନ୍ଦନ

 

ସକଳ ପଦାର୍ଥ କର ଭିଆଣ

୩୭

ସତେ ବୋଲି ପୁଣି ମାଳତୀପୁରେ

 

ଜୀବନ୍ୟାସ କଲେ ଚିତ୍ରପଟରେ

୩୮

ପୂଜା କଲେ ନେଇ ନଡ଼ିଆ ମୁଗ

 

ପାଚିଲା କଦଳୀ ଛେନା ସଂଯୋଗ

୩୯

ଆଳତୀ ଧୂପ ଦୀପ ନେଇ ଦେଲେ

 

ଫୁଲ ଚନ୍ଦନେ ବେଶ କରାଇଲେ

୪୦

ଅମଳାଣ ଖଦି ବାସ ପିନ୍ଧାଇ

 

ନଟବର ବେଶ ତାଙ୍କୁ କରାଇ

୪୧

ସେଠାରୁ ମାଳତୀ ସଙ୍ଗରେ ଘେନି

 

ଘରେ ଘରେ ଯାଇଁ ପ୍ରବେଶ ମୁନି

୪୨

ରୂପ ଲେଖିଣ ଜୀବନ୍ୟାସ କଲେ

 

ପାଟ ପତନୀ କାଛ ପିନ୍ଧାଇଲେ

୪୩

ଫୁଲ ଚନ୍ଦନ ଦେଇ କଲେ ବେଶ

 

ସମସ୍ତଙ୍କ ପୁରେ ଏହି ସାଦୃଶ

୪୪

ସେଠାରୁ ଲଳିତା ପୁରେ ମିଳିଲେ

 

ସହସ୍ରେ ଗୋପୀଙ୍କି ଚାହିଁ ବୋଇଲେ

୪୫

ପୂଜା ମନ୍ତ୍ର ତାଙ୍କୁ ଶିଖାଇ ଦେଲେ

 

ଆଳତି ଧୂପ ଦୀପ ବେଶ ଭଲେ

୪୬

ସ୍ନାହାନ ତର୍ପଣେ କରାଇ ସର୍ବେ

 

ଏମନ୍ତ ବିଧିରେ ରହିବ ଯେବେ

୪୭

ତେବେ ନାରାୟଣ ପୁଣି ପାଇବ

 

ବ୍ରହ୍ମଜ୍ଞାନ ତାଙ୍କୁ କହିଲେ ସର୍ବ

୪୮

ରୁଦ୍ରାକ୍ଷ ମାଳା ସହସ୍ରେକ ଦେଲେ

 

ମହାମନ୍ତ୍ରେ ଜପ କର ବୋଇଲେ

୪୯

ସେଠାରୁ ଉଠି ଭୋଜନ କରିଣ

 

ଛେନା ଦୁଧ ସର ଲବଣୀ ପୁଣ

୫୦

ବିଡ଼ିଆ ଭୁଞ୍ଜି ତହୁଁ ଚଳି ଗଲେ

 

ସହସ୍ରେ ଗୋପୀଙ୍କି ମେଲାଣି ଦେଲେ

୫୧

ସହସ୍ରେ ରୂପକାର ସଙ୍ଗେ ଘେନି

 

ମଲ୍ଲିକାପୁରରେ ପ୍ରବେଶ ପୁଣି

୫୨

ଆସନେ ମଲ୍ଲିକା ବସିଣ ଥିଲା

 

ମୁନିଙ୍କି ଦେଖି ବହନ ଉଠିଲା

୫୩

ଚରଣେ ଓଳଗି ଶୋଇଲେ ଯାଇ

 

ଉଠିଣ କର ଯୋଡ଼ି ଉଭା ହୋଇ

୫୪

ସୁବର୍ଣ୍ଣ ଝରୀରେ ଯମୁନା ଜଳ

 

ନେଇଣ ଧୋଇଲା ବେଲି ପୟର

୫୫

ରାଜଦନ୍ତ ଦୋଳି ପଲଙ୍କ ପରେ

 

ନେଇ ବସାଇଲେ ବ୍ରହ୍ମା କୁମରେ

୫୬

ମୁନିଙ୍କି ବିନତୀ ହୋଇ ପୁଛିଲା

 

କିସ ଅର୍ଥେ ଆଜ ବିଳମ୍ବ ହେଲା

୫୭

ଗୋପ ନବର କି ସୁଭାଗ୍ୟ ହେଲା

 

କଳ୍ପଋଷି ଯେ ଏଥି ବିଜେ କଲା

୫୮

କୃଷ୍ଣ କି ଆସିବେ ଗୋପ ନଗର

 

ନୋହିଲେ ଗୋପୀ ଯିବେ ଯମପୁର

୫୯

ଏମନ୍ତ ପ୍ରାୟେ ମୁଁ ମଣଇ ଚିତ୍ତେ

 

ବଳିକି ଭଣ୍ଡିଲେ ବ୍ରାହ୍ମଣ ରୂପେ

୬୦

ଦାନରେ ତିନିପୂର ହରି ନେଲେ

 

ଏଡ଼େ ନିଦାରୁଣ ସେଠାରେ ହେଲେ

୬୧

ବିଚାର ନ କଲେ ଧର୍ମ କଥାକୁ

 

ଅନ୍ଧାର ପୁରେ ରଖିଲେ ତାହାଙ୍କୁ

୬୨

ସେହିରୂପେ କଲେ ଆମ୍ଭମାନଙ୍କୁ

 

ଦଶା ଦେଇ ଗଲେ ବେଳକାଳକୁ

୬୩

ଦୁଖ ଦିନେ ଆମ୍ଭ ପାଶରେ ଥିଲେ

 

ସୁଖ ଦିନକୁ ଛାଡ଼ିକରିଗଲେ

୬୪

ସବୁ କଥା ଏହି ରୂପରେ ପୁଣ

 

ନ ମାରି କିମ୍ପାଇ ଦେଲେ କଷଣ

୬୫

ତାଙ୍କଠାରୁ ଶୁଣି ବୋଇଲେ ମୁନି

 

କିମ୍ପାଇ ଆରତ ହୁଅ ତରୁଣି

୬୬

ନନ୍ଦସୁତ ଅଟେ ସବୁରି ପୁଣି

 

ଜନମ ହେଲେ ଦେବତାଙ୍କ ଘେନି

୬୭

ଦୁଷ୍ଟ ନାଶ କରି ସନ୍ଥ ପାଳିବେ

 

ମେଦିନୀ ଭାର ଉଶ୍ୱାସ କରିବେ

୬୮

ତୁମ୍ଭେ ଆରତ ନୁହ ଗୋପନାରୀ

 

ତୁମ୍ଭଙ୍କୁ ବୋଧିବେ ନିକଟେ ହରି

୬୯

ଦେଖା ଦରଶନ ତୁମ୍ଭଙ୍କୁ ଦେବେ

 

ଚିନ୍ତା ନ କର ଗୋ ସୁନ୍ଦରି ଏବେ

୭୦

ଆସେ ଆସିଅଛି ଯେବଣ ପାଇଁ

 

ଦେଖି ଯିବା କିସ କରନ୍ତି ଗୋଈ

୭୧

ଚିତ୍ରପଟ କରି ମଧୂସୂଦନ

 

ତୁମ୍ଭ ମନ୍ଦିରେ ଲେଖାଇଲା ପୁଣ

୭୨

ସଖାଗଣ ମାନି ଡକାଇ ଆଣ

 

ସମସ୍ତଙ୍କ ପୁରେ ରୂପ ଭିଆଣ

୭୩

ଏମନ୍ତ ସମୟେ ସହସ୍ରେ ଗୋଈ

 

ମଲ୍ଲିକା ପୁରରେ ମିଳିଲେ ଯାଇଁ

୭୪

ଦେଖିଲେ ବିଜେ କରିଛନ୍ତି ଋଷି

 

ସମସ୍ତେ ଚରଣେ ନମିଲେ ଆସି

୭୫

ଋଷି ବୋଇଲେ ସୁଲକ୍ଷଣୀ ହୁଅ

 

ଭକ୍ତି ଭାବରେ ତୁମ୍ଭେ ଦିନ ନିଅ

୭୬

ତୁମ୍ଭେ ସମସ୍ତେ ଚଳ ଯେଝା ଘର

 

ରୂପକାରମାନେ ଯିବେ ସଙ୍ଗର

୭୭

ମନ୍ଦିର ମାନ ନିର୍ମଳ କରିଣ

 

ଲେଖାଇବ ମଧୂସୁଦନ ପୁଣ

୭୮

ଫୁଲ ଚନ୍ଦନ ଗନ୍ଧ ଧୂପ ଦୀପ

 

ମାଳତୀ ପୂଜାଦ୍ରବ୍ୟମାନ ରଖ

୭୯

ବେଗେ ଆସିଣ ଆମ୍ଭଙ୍କୁ କହିବ

 

ସାଙ୍ଗ ହୋଇ କରି ଯିବା ଗୋ ସର୍ବ

୮୦

ଶୁଣି ଗୋପାଳୁଣୀ ସନ୍ତୋଷ ହେଲେ

 

ରୂପକାରକୁ ଘେନିଣ ଚଳିଲେ

୮୧

ନାରଦ ବୋଇଲେ ରୂପକାରକୁ

 

ଲାବଣ୍ୟ ମଧୂସୁଦନ ରୂପକୁ

୮୨

ଲେଖିଥିବ ତୁମ୍ଭେ ଏମନ୍ତ ଭାବେ

 

ବଇଲୋଚନେ ଥିବେ ତାଙ୍କ ସଙ୍ଗେ

୮୩

କୋଟିଏ ଦେବତା ଚାରି ପାଶରେ

 

ନାଟ ଆରମ୍ଭ ଯେମନ୍ତ ପ୍ରକାରେ

୮୪

ମଧ୍ୟରେ ମଧୂସୁଦନ ରହିବେ

 

ଦେଖିଲେ ସକଳ ମୋହିତ ହେବେ

୮୫

ଶୁଣିଣ ରୂପକାରମାନେ ଗଲେ

 

ମଣ୍ଡଳ ଆକାର କରି ଲେଖିଲେ

୮୬

ମଲ୍ଲିକା ପୁରେ କଲେକ ଲେଖନ

 

ମଧୁସୁଦନ ରୂପ ନାରାଣଣ

୮୭

ନାଟ ଆରମ୍ଭ ମଣ୍ଡଳ ପ୍ରକାରେ

 

ସଦାଶିବ ଛନ୍ତି ତାଙ୍କ ଆଗରେ

୮୮

ବେଦ ପଢ଼ି ବାମ କରେ ଅଛନ୍ତି

 

କୋଟିଏ ଦେବତା ସଙ୍ଗେ ଅଛନ୍ତି

୮୯

ବଇଲୋଚନେ ବିଜେ ପାଦତଳେ

 

ଏମନ୍ତ ରୂପ ଲେଖିଣ ସୁତଳେ

୯୦

ଯାଇଁ ଜଣାଇଲେ ଋଷିଙ୍କ ଠାରେ

 

ଉଠିଣ ମୁନି ଦେଖିଣ ମନ୍ଦିରେ

୯୧

ରୂପ ଦେଖିଣ ସନ୍ତୋଷ ହୋଇଲେ

 

ମଲ୍ଲିକା ଦେଖି ଚରଣେ ଶୋଇଲେ

୯୨

ସମସ୍ତଙ୍କ ପୁରେ ରୂପ ଲେଖିଣ

 

କହିଣ ମୁନିଙ୍କ ଗଲେକ ପୁଣି

୯୩

ଅମର ପୁରେ ହୋଇଲେ ପ୍ରବେଶ

 

ଏଥୁ ଅନନ୍ତରେ ଶୁଣିମା ରସ

୯୪

ଗୋପସୁନ୍ଦରୀ ସକଳ ରଖିଣ

 

ପ୍ରବେଶ ହେଲେ ମୁନି ପାଶେ ପୁଣ

୯୫

ଦେଖି ବ୍ରହ୍ମ ମୁନି ହରଷ ହେଲେ

 

ଚରଣ ଧୋଇ ମନ୍ଦିରେ ପଶିଲେ

୯୬

ଜୀବନ୍ୟାସ କଲେ ମଧୂସୁଦନ

 

ତାଙ୍କ ସଙ୍ଗତରେ କୋଟିଏ ପୁଣ

୯୭

ଜୀବନ୍ୟାସ ମନ୍ତ୍ର ଦେଲେ ତାହାଙ୍କୁ

 

ବୋଲିଲେ ପ୍ରସନ୍ନ ହେବ ଏହାଙ୍କୁ

୯୮

ବୋଧ କରିବ କହିଣ ବଚନ

 

ଯେମନ୍ତ ତୋଷ ହେବେ ଗୋପୀଗଣ

୯୯

ଖଇ ଦହି ଦୁଧ ଛେନା ଶାକର

 

ପୂଜା କଲେ ନେଇ ତାଙ୍କ ଛାମୁର

୧୦୦

ଧୂପ ଦୀପ ଗନ୍ଧ ଆଳତୀ ଦେଇ

 

ଫୁଲ ଚନ୍ଦନରେ ବେଶ କରାଇ

୧୦୧

ଗୋପାଳ ମନ୍ତ୍ର ସମସ୍ତଙ୍କୁ କହି

 

ପୂଜାବିଧି ମାନ ଦେଲେ ଶିଖାଇ

୧୦୨

ଆଳତି ବନ୍ଦାପନା କହି ଦେଲେ

 

ବେଶ ଭୂଷଣ ସକଳ କହିଲେ

୧୦୩

ସ୍ନାହାନ ବେଳେ ତର୍ପଣ କରିବ

 

ପାଟ ପତନୀ କାଛ ପିନ୍ଧାଇବ

୧୦୪

ବ୍ରହ୍ମଜ୍ଞାନ ମନ୍ତ୍ର କହିଲେ ପୁଣ

 

ଯାହା ଜପିଲେ ତୋଷ ନାରାୟଣ

୧୦୫

ପୁଷ୍କରମାଳା ସହସ୍ରେକ ଦେଲେ

 

ଗୋଟିଏ ଗୋଟିଏ ସମସ୍ତେ ନେଲେ

୧୦୬

ମହାମନ୍ତ୍ର ତାଙ୍କୁ ଚେତାଇ ଦେଲେ

 

ଏମନ୍ତ ଜପ କରିବ ବୋଇଲେ

୧୦୭

ତେବେ ସମସ୍ତେ ପାଇବ କାରଣ

 

ହୃଦ ପଦ୍ମରେ ଚିନ୍ତ ନାରାୟଣ

୧୦୮

ଏତେ କହିଣ ସେଠାରୁଁ ଉଠିଲେ

 

ଘରେ ଘରେ ଯାଇଁ ରୂପ ଦେଖିଲେ

୧୦୯

ରୂପମାନଙ୍କୁ ଜୀବନ୍ୟାସ କଲେ

 

ସହସ୍ରେ ପୁରଯାକ ଦେଖି ଗଲେ

୧୧୦

ସମସ୍ତ ସଜୀବ କରିଣ ପୁଣ

 

ଗୋପୀଙ୍କୀ ପ୍ରବୋଧୀ ଗଲେ ଆପଣ

୧୧୧

ମରୁଆ ପୁରରେ ହେଲେ ପ୍ରବେଶ

 

ଦେଖି ଗୋପାଳୁଣୀ ମନେ ହରଶ

୧୧୨

ମଲିକା ପୁରୁ ନାରଦ ଗଲେ

 

ମଲିକା ଯାଇ ମାଳତୀ ଭେଟିଲେ

୧୧୩

ସେଠାରୁ ଦୁଇ ଜଣ ଚଳିଗଲେ

 

ଚନ୍ଦ୍ରସେଣା ପୁରେ ଯାଇ ମିଳିଲେ

୧୧୪

ଲଳିତା ବିଶାଖା ଅଇଲେ ପୁଣ

 

ଚନ୍ଦ୍ରାବଳୀଙ୍କି କଲେ ମାନ୍ୟ ଧର୍ମ

୧୧୫

ପୁର୍ଣ୍ଣମାସୀ ଦେବୀ ପ୍ରବେଶ ହେଲେ

 

ଯହୁଁ ଗୋପୀଏ ସମସ୍ତେ ମିଳିଲେ

୧୧୬

ବୋଇଲେ ନାରଦ ଋଷି ଆସିଣ

 

ଆମ୍ଭମାନଙ୍କୁ କରିଣ କାରଣ

୧୧୭

ମନ୍ତ୍ର ପଜା ବେଶ ଶିଖାଇ ଦେଲେ

 

ମହାମନ୍ତ୍ର ଜପ କର ବୋଇଲେ

୧୧୮

ବ୍ରହ୍ମଜ୍ଞାନ ଦେଲେ ଆମ୍ଭମାନଙ୍କୁ

 

ରୂପ ପ୍ରତିଘରେ ଦେଖିବା ତାଙ୍କୁ

୧୧୯

ଯମୁନା ସ୍ନାହାନ କରିଣ ଯିବା

 

ଚିତ୍ରପଟ ରୂପ ବେଶ କରିବା

୧୨୦

ଉଠିଣ ସକଳେ ଯମୁନା ଗଲେ

 

ସ୍ନାହାନ କରି ବାଲୁଙ୍କା ପୂଜିଲେ

୧୨୧

ସୂର୍ଯ୍ୟ ପୂଜା ବନ୍ଦାପନା କରିଣ

 

ଗୋପେଶ୍ୱରଙ୍କୁ କଲେ ଦରଶନ

୧୨୨

ବୃନ୍ଦାବନ ଫେରି କୁଞ୍ଜକୁ ଗଲେ

 

ଫୁଲବନରୁ ଫୁଲମାଳ ତୋଳେ

୧୨୩

ଛଡ଼ ସସ୍ର ଗୋପୀ ସଙ୍ଗରେ ଘେନି

 

ଗୋପ ନଗ୍ରରେ ପରବେଶ ପୁଣି

୧୨୪

ଦେଖି ଘରକୁ ତହୁଁ ଚଳିଗଲେ

 

ଦନାଇ ଦାସେ ପାଦେ ସେବିଲେ

୧୨୫

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

ତ୍ରିଲୋଚନ

-

ତିନିଆଖିଆ ମହାଦେବ

୧୪

ବ୍ରହ୍ମାବଳା

-

ବ୍ରହ୍ମାଙ୍କ ପୁଅ ନାରଦ

୯୦

ବଇଲେଚନ

-

ବିଲୋଚନଙ୍କ ପୁଅ ବଳି

୧୦୬

ପୁଷ୍କରମାଳା

-

ପଦ୍ମଫୁଲର ମାଳ

 

ଅଷ୍ଟବିଂଶ ଛାନ୍ଦ

ଏଥୁ ଅନନ୍ତରେ ପାର୍ବତୀ କହି

 

ପୁଣି କିସ କଲେ ଗୋପର ଗୋଈ

ସେ କଥା ମୋତେ ବୁଝାଇଣ କହ

 

ଶୁଣିମାକୁ ମନେ ବଡ ସେନେହ

ଶୁଣିକରି ଗଙ୍ଗାଧର କହନ୍ତି

 

ମରୁଆ ଦେଖିଣ ନାରଦ ତପୀ

ଯମୁନା ଜଳେ ପାଦ ଧୋଇଦେଲେ

 

ଝୀନ ବସନରେ ପାଦ ପୋଛିଲେ

ପଦ୍ମ ଆସନ ପୀଢ଼ା ଆଣି ଦେଲା

 

ଏଥିରେ ବସ ହେ ବ୍ରହ୍ମାଙ୍କ ବଳା

ଯାଇଁଣ ନାରଦ ବସିଲେ ତହିଁ

 

ମରୁଆ ଦେବୀ ଚରଣେ ନମଇ

ତେତେବେଳେ ବେଳ ଘଡ଼ିଏ ଜାଣ

 

ସ୍ନାହାନ କରି ନାହିଁ ଦେବୀ ପୁଣ

ହରିଦ୍ରା ଗନ୍ଧ ନବଗ୍ରହ ଥୋଇ

 

ଘର ଜଞ୍ଜାଳ କରୁଥିଲା ସେହି

 

 

ଏହି ସମୟେ ଋଷି ମିଳି ପୁଣ

 

ଦେଖିଣ ବିଳମ୍ବ ହୋଇଲା ଜାଣ

ସହସ୍ରେ ଗୋପୀକା ସଙ୍ଗେ ତାଙ୍କର

 

ସ୍ନାହାନ ନିମନ୍ତେ ମିଳିଲେ ପୁର

୧୦

ଦେଖିଲେ ବିଜେ କରିଛନ୍ତି ମୁନି

 

ଆଗରେ ସୁନ୍ଦରୀ ଅଛନ୍ତି ପୁଣି

୧୧

ସର୍ବ ଗୋପାଳୁଣୀ ଚରଣେ ସେବେ

 

କରଯୋଡ଼ି ଉଭା ଆଗରେ ବେଗେ

୧୨

ତପୀ ସମସ୍ତଙ୍କୁ କଲ୍ୟାଣ କଲେ

 

ଅଇ ସୁଲକ୍ଷଣୀ ହୁଅ ବୋଇଲେ

୧୩

ଏହି ସମୟରେ ଗୋପସୁନ୍ଦରୀ

 

କୁଞ୍ଜଲତା ଘେନି ତୁରିତେ ମିଳି

୧୪

ସହସ୍ରେ ସୁନ୍ଦରୀ ସଙ୍ଗରେ ଛନ୍ତି

 

ସ୍ନାହାନ ନିମନ୍ତେ ହରଷେ ଯାନ୍ତି

୧୫

ଦେଖିଲେ ମରୁଆ ପୁରେ ନାରଦ

 

ସମସ୍ତେ ଯାଇ ଓଳଗଲେ ପାଦ

୧୬

ଦେଖିଣ ନାରଦ ସନ୍ତୋଷ ହେଲେ

 

ସୁକଲ୍ୟାଣ କରି ତାହାଙ୍କୁ ବୋଲେ

୧୭

ସମସ୍ତେ ମେଳ ହୋଇ କେଣେ ଯାଅ

 

ଆମ୍ଭ ଆଗେ କହ ହରିର ପ୍ରିୟ

୧୮

କୁଞ୍ଜଲତା ବୋଲେ ସ୍ନାହାନ କରି

 

ଯମୁନା ଜଳଇ ସକଳ ନାରୀ

୧୯

ମରୁଆ ଦେବୀ ସଙ୍ଗେ ହୋଇ ସଙ୍ଗ

 

ଯମୁନା କୁଳରେ ପୂଜିବା ଲିଙ୍ଗ

୨୦

ସୂର୍ଯ୍ୟଙ୍କୁ ଦେଖି ଗୋପଶ୍ୱର ଯିବୁ

 

ସୂର୍ଯ୍ୟଙ୍କୁ ଦେଖି ଗୋପେଶ୍ୱର ଯିବୁ

୨୧

ଦର୍ଶନ କରି ଘରକୁ ଆସିବୁ

 

କେଉଁ ସୁଖ ଅଛି ଆଉ ଆମ୍ଭର

୨୨

କୃଷ୍ଣଛାଡ଼ିଣ ଗଲେ ମଧୁପୁର

 

କେତେ ସୁଖ କରି ଅନ୍ତର ହେଲେ

୨୩

ଗୋପ ଗଉଡ଼ୁଣୀ ଗୋପେ ରହିଲେ

 

ତୁମ୍ଭର ଆଉ କିସ ଅଛି ଏଥି

୨୪

କୃଷ୍ଣଙ୍କୁ ନେଲ ତ ସମସ୍ତେ ପାଞ୍ଚି

 

ଦେବତା ମୁନି ସମସ୍ତେ ବିଚାରି

୨୫

ଘେନି ଗଲ ଗୋପନବର ଶିରୀ

 

ଏତେ ବୋଲିଣ ଦୁଇସସ୍ର ନାରୀ

୨୬

ଭୂମିରେ ପଡ଼ିଲେ ରୋଦନ କରି

 

ହା ହା କୃଷ୍ଣ ବୋଲି ବୋବାଳି କରି

୨୭

ରୋଦନ ସ୍ୱରେ ଗୋପପୁର ପୂରି

 

ଦେଖିଣ ନାରଦ ଚକିତ ହେଲେ

୨୮

ଧନ୍ୟରେ ଗୋପ ତରୁଣୀ ବୋଇଲେ

 

କିମ୍ପା କୃଷ୍ଣ ମନୁଁ ତେଜ୍ୟା କରିବେ

୨୯

ଏମନ୍ତ ଭାବ ଦେଖା ନାହିଁ କେବେ

 

ନାରଦ ବୋଇଲେ ସମସ୍ତେ ଶୁଣ

୩୦

ଆମ୍ଭଙ୍କୁ ଭେଜିଛନ୍ତି ନାରାୟଣ

 

ଅଳପ ଦିନେ ଆସିବାରୁ ପାଇଁ

୩୧

ଗୋପକୁ ଆମ୍ଭଙ୍କୁ ଦେଲେ ପଠାଇ

 

ତୁମ୍ଭେ ସମସ୍ତେ ଗୋ ପ୍ରବୋଧ ହୁଅ

୩୨

ବିରହ ସମ୍ଭାଳ କୃଷ୍ଣର ପ୍ରିୟ

 

ଶୁଣିଣ ସକଳ ଗୋପୀ ଉଠିଲେ

୩୩

କର ଯୋଡ଼ିଣ ମୁନିଙ୍କି କହିଲେ

 

ସ୍ନାହାନ କର ହେ କଳପ ଋଷି

୩୪

ଆମ୍ଭଠାରେ ଯେବେ ସୁଦୟା ଅଛି

 

ମୁନି ବୋଇଲେ ତୁମ୍ଭ ସଙ୍ଗେ ଆଜ

୩୫

ଯମୁନା ଯିବା ଉଠ ଗୋ ସର୍ବ

 

ନାରଦ ଉଠି ବେଗେ ଚଳି ଗଲେ

୩୬

ତାଙ୍କ ପଛେ ଗୋପୀ ସମସ୍ତେ ଚଳେ

 

ଯମୁନା କୂଳରେ ହେଲେ ପ୍ରବେଶ

୩୭

ସମସ୍ତେ ସ୍ନାହାନ ସାରି ହରଷ

 

ବାଲୁଙ୍କା ପୂଜି ହରଷରେ ଜାଣ

୩୮

ସୂର୍ଯ୍ୟହ୍କୁ ଦେଖି ବନ୍ଧାଇଲେ ପୁଣ

 

ନାରଦ ସ୍ନାହାନ ଯମୁନା କଲେ

୩୯

ନିତ୍ୟକର୍ମ୍ମ ସାରି ବେଗେ ଉଠିଲେ

 

ଗୋପେଶ୍ୱରଙ୍କୁ କଲେ ଅଭିଷେକ

୪୦

ଦର୍ଶନ କଲେ ଗୋପୀଏ ଯେତେକ

 

ନାରଦଙ୍କୁ ଘେନି ଚଳିଲେ ସର୍ବେ

୪୧

ପ୍ରବେଶ ହେଲେ ଗୋପପୁରେ ନଗ୍ରେ

 

କୁଞ୍ଜଲତା ପୁରେ ସମସ୍ତେ ମିଳି

୪୨

ନାରଦ ବୋଇଲେ ଚଳ ଗୁଆଳୀ

 

ମନ୍ଦିରମାନ ନିର୍ମଳ କରିବ

୪୩

ଭୋଜନ ସାରିଣ ବେଗେ ଆସିବ

 

ଚିତ୍ରପଟ ରୂପ ଲେଖିଣ ଦେବା

୪୪

ଯେଝା ମନ୍ଦିରେ ରଖି କର ସେବା

 

ଶୁଣିଣ ଗୋପୀଏ ଘରକୁ ଗଲେ

୪୫

କୁଞ୍ଜଲତା ପୁରେ ମୁନି ରହିଲେ

 

ଖଇ, ଦହି, ଛେନା, ଶାକର ଆଣି

୪୬

କଦଳୀ ଦୂଧସର ଦେଲେ ପୁଣି

 

ବ୍ରହ୍ମଋଷି ବସି ଭୋଜନ କଲେ

୪୭

ଆଗମନ କରି କଷା ସାରିଲେ

 

ଦିବ୍ୟ ପଲଙ୍କରେ ଶୟନ କଲେ

୪୮

କୁଞ୍ଜଲତା ମୁନି ପାଶରୁ ଗଲେ

 

ବସି ଛଡ଼ରସେ ଭୋଜନ କଲେ

୪୯

ଆଗମନ କରି ତାମ୍ବୁଳ ଦେଲେ

 

ଗୋବିନ୍ଦ ନାମ ସୁମରନ୍ତି ମନେ

୫୦

ସମସ୍ତ ଗୋପୀ ମିଳିତ ତକ୍ଷଣେ

 

ମରୁଆ ଦେବୀ ପ୍ରବେଶ ହୋଇଲେ

୫୧

ଗହଳ ଶୁଣି ନାରଦ ଉଠିଲେ

 

ରୂପକାରକୁ ସୁମରଣା କଲେ

୫୨

ସହସ୍ରେ ରୂପକାର ଆସି ହେଲେ

 

ବୋଇଲେ ଚଳ ସହସ୍ରେକ ପୁର

୫୩

ଚିତ୍ରପଟ କରି ଲେଖ ସତ୍ୱର

 

ବାସୁଦେବ ରୂପ ମଧ୍ୟରେ ଥିବ

୫୪

ଚାରି ପାଶରେ ଦେବତା ରହିବ

 

ଏମନ୍ତ କରିଣ ରୂପ ଲେଖିବ

୫୫

ରୂପ ଦେଖିଣ ବିରହ ଭାଜିବ

 

ମୋହ ହୋଇବେ ଯେ ଗୋପସୁନ୍ଦରୀ

୫୬

ଯେଉଁ ରୂପେ କୃଷ୍ଣ ଥିଲେ ତାଙ୍କରି

 

ତାହା ଶୁଣିଣ ରୂପକାର ଗଲେ

୫୭

ସହସ୍ରେ ଗୋପାଳୁଣୀ ଘେନି ଚଳେ

 

ଯେଝା ମନ୍ଦିରେ ପରବେଶ ହେଲେ

୫୮

ରୂପକାରକୁ ଦେଖାଇଣ ଦେଲେ

 

ଚିତ୍ରପଟରେ ବାସୁଦେବ ରୂପ

୫୯

ଲେଖିଣ ସମସ୍ତେ ଦେଲେ ତୂରିତ

 

ଚାରିପାଶେ ଛନ୍ତି ଦେବତାଗଣ

୬୦

ମଧ୍ୟରେ ବାସୁଦେବ ରୂପ ପୁଣ

 

ଯେମନ୍ତେ ଗୋପ କାମିନୀ ମୋହିବେ

୬୧

ତେମନ୍ତ ରୂପ ଲେଖି ସର୍ବ ଭାବେ

 

ରୂପକାରମାନେ ଚଳିଣ ଗଲେ

୬୨

ନାରଦଙ୍କଠାରେ ପ୍ରବେଶ ହେଲେ

 

କୁଞ୍ଜଲତା ପୁରେ ଲେଖିଣ ପୁଣ

୬୩

ମରୁଆ ସଙ୍ଗତେ କଲେ ଗମନ

 

ସହସ୍ରେ ବଜ୍ରସୁନ୍ଦରୀ ଘେନିଣ

୬୪

ରୂପକାରକୁ ଭେଜି ଦେଲେ ପୁଣ

 

ବୋଇଲେ ଲେଖିବ ଚିତ୍ରପଟରେ

୬୫

ବାମନ ରୂପ ଯେବଣ ପ୍ରକାରେ

 

ଶୁଣି ରୂପକାର ଗଲେ ତୁରିତ

୬୬

ବାମନ ରୂପ ଲେଖିଲେ ସନ୍ତତ

 

ଚାରିପାଶେ ଛନ୍ତି ଋଷି ସମସ୍ତେ

୬୭

ମଧ୍ୟରେ ବାମନ ରୂପ ସାକ୍ଷାତେ

 

ଲେଖି ରୂପକାର ଶୂନ୍ୟକୁ ଗଲେ

୬୮

ନାରଦ ଚରଣ ଧୋଇ ବସିଲେ

 

ଜୀବନ୍ୟାସ କଲେ ବାମନଦେବ

୬୯

ସଙ୍ଗ ଋଷିଗଣ ଦେଇଣ ଜୀବ

 

ଧୂପ ଦୀପ ନେଇ ଆଳତୀ ଦେଲେ

୭୦

ଫୁଲ ଚନ୍ଦ୍ନେ ବେଶ କରାଇଲେ୭୦

 

ରତ୍ନରେ ଭୂଷଣ କରିଣ ପୁଣ

୭୧

ବାମନରୂପ ମୋହେ ତ୍ରିଭୁବନ

 

ପୁରି ରୁଟି ଗଜା ଜାଳିମ୍ବ ନେଇ

୭୨

କଦଳୀ ଛେନା ସର ସଙ୍ଗେ ଦହି

 

ଅଙ୍ଗନ୍ୟାସ କରି ମନ୍ତ୍ର ପଢ଼ିଲେ

୭୩

ନାରାୟଣ ମନ୍ତ୍ରେ ତାକୁ ପୂଜିଲେ

 

ମରୁଆକୁ ଡାକି ମନ୍ତ୍ର ଶିଖାଇ

୭୪

ବ୍ରହ୍ମଜ୍ଞାନ ତାକୁ ଗୁପତେ କହି

 

ପୂଜା ବିଧି ଧୂପ ଆଳତୀ ଦୀପ

୭୫

ସ୍ନାହାନ ବେଶ ଭୂଷଣ ଯେତେକ

 

ମନ୍ତ୍ର ଉପଦେଶ ଅଙ୍ଗନ୍ୟାସକୁ

୭୬

ଶିଖାଇ ସର୍ବ ଚଳିଲେ ତାହାଙ୍କୁ

 

ଏହିରୂପେ ପୁଣି ସହସ୍ରେ ପୁର

୭୭

ଜୀବନ୍ୟାସ କଲେ ରୂପ ସକଳ

 

ବେଶ ଭୂଷଣ ସମସ୍ତଙ୍କ ପୁରେ

୭୮

ନାନା ଦ୍ରବ୍ୟ ପୂଜା ତହିଁରେ

 

ମନ୍ତ୍ର ସୁମରଣା ଶିଖାଇ ଦେଲେ

୭୯

ବ୍ରହ୍ମଜ୍ଞାନ ସମସ୍ତଙ୍କୁ କହିଲେ

 

ପୋଏଳା ମାଳ ସହସ୍ରେକ ପୁଣ

୮୦

ସମସ୍ତଙ୍କୁ ବାଣ୍ଟିଦେଲେ ଆପଣ

 

ବୋଇଲେ ଏ ମାଳେ କରିବ ଜପ

୮୧

ମହାମନ୍ତ୍ର ଯାହା କର୍ଣ୍ଣେ ସମ୍ଭୁତ

 

ଅଙ୍ଗିରା ଋଷି କହିଛନ୍ତି ଯାହା

୮୨

ଚେତା ହୋଇଣ ଜପ କର ତାହା

 

ଏମନ୍ତ କହି ସମସ୍ତଙ୍କୁ ଗଲେ

୮୩

କୁଞ୍ଜଲତା ଗୋପୀ ପୁରେ ମିଳିଲେ

 

ଚରଣ ଧୋଇ ମନ୍ଦିରେ ପଶିଲେ

୮୪

ବାସୁଦେବ ରୂପ ତହିଁ ଦେଖିଲେ

 

ଜୀବନ୍ୟାସ କଲେ ବାସୁଦେବଙ୍କୁ

୮୫

ସଙ୍ଗର ଦେବତାଗଣ ମାନଙ୍କୁ

 

ମନ୍ତ୍ର ଆଘ୍ରାଣେ ପୂଜାବିଧି କଲେ

୮୬

ପଣା ପଇଡ କନ୍ଦ ଛାତି ତୁଲେ

 

ମନ୍ତ୍ର ପୂଜାବିଧି ଧୂପ ଦୀପରେ

୮୭

ବେଶ ଭୂଷଣ ସ୍ନାନ ଶଉଚରେ

 

ବ୍ରହ୍ମଜ୍ଞାନ ଦେଲେ ମନ୍ତ୍ର ସହିତେ

୮୮

ଶିଖାଇ କୁଞ୍ଜଲତା ତୁରିତେ

 

ଶଙ୍ଖା ବସ୍ତ୍ରମାଳା ସଙ୍ଗତେ ନେଇ

୮୯

ସହସ୍ରେ ଗୋପୀଙ୍କୀ ବାଣ୍ଟିଣ ଦେଇ

 

ସେଠାରୁ ଉଠି ସମସ୍ତଙ୍କ ପୁରେ

୯୦

ଜୀବନ୍ୟାସ କଲେ ସବୁ ମନ୍ଦିରେ

 

ସମସ୍ତଙ୍କୁ ବ୍ରହ୍ମଜ୍ଞାନ କହିଲେ

୯୧

ପୂଜା ଧୂପ ଦୀପ ଶିଖାଇ ଦେଲେ

 

ଆଳତି ବେଶ ସ୍ନାହାନ ଯେମନ୍ତେ

୯୨

ଶଙ୍ଖ ବର୍ଣ୍ଣ ମାଳୀ ଜପିବା ମନ୍ତ୍ରେ

 

ସହସ୍ରେ ଗୋପିକା କହିବା ପୁଣ

୯୩

ବୋଧ କଲେକ ଋଷି ଦେଇ ପୁଣ

 

କୁଞ୍ଜଲତା ସଙ୍ଗେ ସହସ୍ରେ ଗୋଈ

୯୪

ନାରଦଙ୍କୁ ଘେନି ସେଠାରୁ ଯାଇ

 

ମରୁଆ ପୁରରେ ହେଲେ ପ୍ରବେଶ

୯୫

ଦେଖିଣ ମରୁଆ ମନେ ହରଷ

 

ମରୁଆର ଯେତେ ସାଖା ସହିତେ

୯୬

ସହସ୍ରେ ସୁନ୍ଦରୀ ମିଳି ତୁରିତେ

 

ସମସ୍ତେ ହୋଇ ନାରଦ ସେବିଲେ

୯୭

କୋମଳ ବଚନ ତାଙ୍କୁ କହିଲେ

 

ବୋଇଲେ କେତେଠାରେ କୃଷ୍ଣ ଛନ୍ତି

୯୮

ଏହା ଆମ୍ଭଙ୍କୁ କହିବା ସଞ୍ଚପି

 

ନାରଦ ବୋଇଲେ ଶୁଣ ସୁନ୍ଦରି

୯୯

ପାତାଳ ପୁରରେ କୁଞ୍ଜବିହାରୀ

 

ଗୋଲୋକ ବୈକୁଣ୍ଠ ପୁରରେ କୃଷ୍ଣ

୧୦୦

ନିଜ ସ୍ଥାନେ ସେହୁ ଅଟେ ପ୍ରତ୍ୟକ୍ଷ

 

ରାଧାକୁ କୋଳେ ଘେନି ଦେବ ହରି

୧୦୧

ରାତ୍ର ଦିବସରେ ରାହାସ କରି

 

ଷୋଳ ସସ୍ର ଗୋପୀ କରନ୍ତି ଲୀଳା

୧୦୨

ମର୍ଦ୍ଦଳ ଝାଞ୍ଜରେ ହୋଇଣ ଭୋଳା

 

ଏକାନ୍ତେ ସେ ସ୍ଥାନେ ଅଛନ୍ତି ରହି

୧୦୩

ଦେବ ଦାନବ ତହିଁ ଭେଟ ନାହିଁ

 

ଯୁଗ ଗୋଟିକ ଦିଲେ ହୋୟେ

୧୦୪

କେଉଣି କଥାରେ ନ ଥାଏ ଭୟେ

 

ସେହି ରୂପ ତୁମ୍ଭେମାନେ ଦେଖିଲ

୧୦୫

ଏ ଜନ୍ମରୁ ଗତି ମୁକତି ହେଲ

 

ସହସ୍ର ମନୁରେ ଗୋଲୋକ ଶୂନ୍ୟ

୧୦୬

ମଧ୍ୟ ପୁରରେ ହୋଇଛନ୍ତି ଜନ୍ମ

 

କେତେ କଥା ହେବ ଦେଖିବ ଡୋଳେ

୧୦୭

କେତେ ଭୋଗ ଗୋ କରିବ ସଙ୍ଗରେ

 

ସାତ ବରଷରେ ଦ୍ୱାରିକା ଯିବ

୧୦୮

ରାହାସ ମଣ୍ଡଳେ ଯାଇ ରହିବ

 

ତୁମ୍ଭେ ଗୋପାଳୁଣୀ ଷୋଳ ସହସ୍ର

୧୦୯

ରାଜକନ୍ୟା ହେବ ଷୋଳ ସହସ୍ର

 

ଦେବକନ୍ୟା ଷୋଳ ସହସ୍ର ଜାଣ

୧୧୦

ବ୍ରାହ୍ମଣ କନ୍ୟା ଷୋଳ ସସ୍ର ପୁଣ

 

ଏମନ୍ତ ଚଉଷଠି ସସ୍ର ନାରୀ

୧୧୧

ଏକା କୃଷ୍ଣ ଭୋଗ ଏତେକ କରି

 

ସ୍ୱର୍ଗରୁ ସୁଧର୍ମା ସଭା ଆସିବ

୧୧୨

ଦ୍ୱାରକା ପୁର ଯେ ସ୍ୱର୍ଗ ହୋଇବ

 

କିସ ଚିନ୍ତା ତୁମ୍ଭେ କରୁଛ ଗୋଈ

୧୧୩

ସାତ ବରଷ କୃଷ୍ଣ ନ ଆସଇ

 

ତୁମ୍ଭର ରାଧିକା ଅଟନ୍ତି ମୂଳ

୧୧୪

ସମସ୍ତେ ତୁମ୍ଭେ ସିନା ଅଟ ଡ଼ାଳ

 

ରାଧା ସଙ୍ଗେ ତୁମ୍ଭେ ମନ ମିଳାଅ

୧୧୫

ତେବେ ଦେଖିବ ତୁମ୍ଭେ ନନ୍ଦ ପୁଅ

 

କମଳା ଜାତ ହୋଇଛି ରୁକ୍ମଣୀ

୧୧୬

ସମସ୍ତଙ୍କ ପୁରେ ଶିରୋମଣୀ

 

ନାରାୟଣ ଅଟେ ସବୁରି ପୁଣ

୧୧୭

ଦେବକନ୍ୟା ଷୋଳ ସହସ୍ର ଜାଣ

 

ଦେବତାଙ୍କ ତୁଲେ ଜନମ ପୁଣ

୧୧୮

ଅସୁର ମାରି ମେଦିନୀ ରଖିବେ

 

ତେବେ ସମସ୍ତେ ସୁଖକୁ ଲଭିବେ

୧୧୯

ତୁମ୍ଭେ ଜପ କର ମାଳ ଧରିଣ

 

ତେବେ ଲଭିବ ନାରାୟଣ ପୁଣ

୧୨୦

ଶୁଣିଣ ଗୋପୀଏ ତୋଷ ହୋଇଲେ

 

ନାରଦ ଚରଣେ ଓଳଗି ହେଲେ

୧୨୧

ନାରଦ ବୋଇଲେ ଶୁଣ ସୁନ୍ଦରି.

 

ଏବେ ସମସ୍ତେ ଯାଅ ଯେଝା ପୁରୀ

୧୨୨

ରୂପମାନ ତୁମ୍ଭେ ବେଶ କରିବ

 

ପ୍ରତିଦିନ ପୂଜା ବିଧିରେ ଥିବ

୧୨୩

ସେରୂପ ତୁମ୍ଭଙ୍କୁ ପ୍ରସନ୍ନ ହେବ

 

ଭଲ ମନ୍ଦ ଯାହା ତାଙ୍କୁ ପୁଚ୍ଛିବ

୧୨୪

ଶୁଣି ଗୋପାଳୁଣୀ ଘରକୁ ଗଲେ

 

ମନ୍ଦିରେ ଯାଇ ପ୍ରବେଶ ହୋଇଲେ

୧୨୫

ନାରଦ ସେଠାରୁ ଚଳିଣ ଗଲେ

 

ଗୋପୀଙ୍କ ସଙ୍ଗେ ଦନାଇ ରହିଲେ

୧୨୬

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୮-

ନବଗ୍ରହ

-

ଏକପ୍ରକାର ହଳଦି

୧୩-

ଅଇ (ଅହିଅ,ଅହ୍ୟ) ସୁଲକ୍ଷଣୀ

-

ସଧବା ଓ ଲକ୍ଷା ବତ

୪୭-

କଷା ସାରିଲେ

-

କଷାଫଳ ଅର୍ଥାତ୍ ହରଡ଼ା ଇତ୍ୟାଦି

 

 

 

ଖିଆ ପିଆ ଶେଷ କରି ପାଟିକା ପକାଇଲେ

 

ଗୋପୀଭାଷା

ଊନତ୍ରିଂଶ ଛାନ୍ଦ

ଏଥୁ ଅନନ୍ତରେ ଶୁଣିବା ରସ

 

ପାର୍ବତୀ ଆଗେ କହେ ବିଶ୍ୱବାସ

ପ୍ରଭାତ ସମୟରେ ଦୂତୀ ପୁଣ

 

ଘର ଜଞ୍ଜାଳ କରଇ ଉଠିଣ

ଜଞ୍ଜାଳ ସାରି ଦଧି ମନ୍ଥନରେ

 

ଲଗାଇ ଦେଲା ସଖୀଙ୍କି ସେଥିରେ

ବାହାର ପ୍ରାଙ୍ଗଣ ପରେ ସୁନ୍ଦରୀ

 

ବସିଛି ଯାଇଁ ଚିନ୍ତା କରି ହରି

ରାମ ଗୋବିନ୍ଦ ବୋଲୁଅଛି ତୁଣ୍ଡେ

 

ଶୁଆକୁ ପଢ଼ାଏ ଆନନ୍ଦ ଭାବେ

ଏହି ସମୟରେ ନାରଦ ମିଳି

 

ଦେଖିଣ ଦୂତିକା ଉଠେ ସମ୍ଭାଳି

ଚରଣେ ଶୋଇଣ ବିନୋତି ହେଲା

 

ସୁବର୍ଣ୍ଣ ଝରୀରେ ନୀର ଆଣିଲା

ଚରଣ ଧୋଇ ଦେଲା ମୁନିଙ୍କର

 

ଝୀନ ବସନେ ପୋଛିଲା ପୟର

 

 

ବସିବାକୁ ଦିବ୍ୟ ଆସନ ଦେଲା

 

କର ଯୋଡ଼ିଣ ବଚନ କହିଲା

ବୋଇଲା ଭାଗ୍ୟ ହୋଇଲା ମୋହୋର

 

ପ୍ରଭାତେ ଦେଖିଲି ବ୍ରହ୍ମାକୁମର

୧୦

ଖୋଜିଲେ ଯାହାକୁ ନ ପାଉ ପୁଣ

 

କଉଁ ଭାଗ୍ୟରେ ମିଳିଲା ଦର୍ଶନ

୧୧

କୃଷ୍ଣ ଗଲା ଦିନୁଁ ଦୁଖ ଆମ୍ଭର

 

କହିଲେ ନ ସରଇ ମୁନିବର

୧୨

ରାତ୍ର ଦିବସରେ ନିଜ ନୋହିଲା

 

ଯେଉଁ ଦିନୁଁ କୃଷ୍ଣ ମଥୁରା ଗଲା

୧୩

କେମନ୍ତେ ବଞ୍ଚିବୁଁ ଗୋପ ଯୁବତୀ

 

ଆମ୍ଭେ ତାଙ୍କର, ସେ ଆମ୍ଭର ପତି

୧୪

ଭଲ ପଦାର୍ଥ ଯେ ଖାଅଇ ନିତି

 

ମନ୍ଦରେ କି ମନ ହୁଏ ତ୍ରିପୁତି

୧୫

ବଡଲୋକକୁ ଯେ କରଇ ଆଶ

 

ସାନଲୋକରେ ସେହୁ ନୁହେ ବଶ

୧୬

ଚାରିଆଡ଼େ ହେଲା ଅପକୀରତି

 

ଗୋପୀ ଶ୍ରୀକୃଷ୍ଣରେ ବଡ଼ ପୀରତି

୧୭

ତାଙ୍କଠାରୁ ଶୁଣି ନାରଦ ବୋଲେ

 

ତୁମ୍ଭେ ପାଶେ ଥିଲେ କିସ କରିବେ

୧୮

ପୃଥିବୀ ଭାରା ଉଶ୍ୱାସର ପାଇଁ

 

ଦେବତାଙ୍କ ଦୁଖ ସୁହା ନ ଯାଇ

୧୯

ଅସୁର ମାରିବାକୁ ଜାତ ହେଲେ

 

ଦୈତ୍ୟ ନାଶିଲେ ସର୍ବେ ସୁଖ ଭଲେ

୨୦

ସେ କଥାମାନ ଗୋ ଛାଡ଼ ମନରୁ

 

ଆମ୍ଭେ ଆସିଛୁଁ ଯେବଣହିତରେ

୨୧

ତୁମ୍ଭମାନଙ୍କୁ ବାଟ ଦେଇ ଯିବୁଁ

 

ତାଙ୍କ ସଙ୍ଗରେ ସଙ୍ଗ କରାଇବୁ

୨୨

କାରଣ ପାଇବ କାଳବେଳକୁ

 

ଅଳପ ଦିଲେ ଲଭିବ ତାହାଙ୍କୁ

୨୩

ଶୁଣିଣ ଦୁତିକା ଓଳଗି ହେଲେ

 

ସନ୍ତୋଷ ହୋଇ ବଚନ କହିଲେ

୨୪

ସୁଦୟା କର ହେ କଳହ ଋଷି

 

ତୁମ୍ଭର ଗୁଣ ଘୋଷୁଥିବା ବସି

୨୫

ନାରଦ ବୋଇଲେ ଉଠ ବହନ

 

ବୃନ୍ଦାବତୀ ପୁରେ ଯିବା ଗୋ ପୁଣ

୨୬

ନାରଦ ଉଠି ଆଗରେ ଚଳନ୍ତି

 

ପଛରେ ଦୂତୀ ଗମନ କରନ୍ତି

୨୭

ବୃନ୍ଦାବତୀପୁରେ ପ୍ରବେଶ ହେଲେ

 

ବସିଛି ସୁନ୍ଦରୀ ପଲଙ୍କ ପରେ

୨୮

ସହସ୍ରେ ଗୋପୀ ବେଢ଼ି ବସିଛନ୍ତି

 

ଆଉ ଗୋପୀମାନେ ବସି ଅଛନ୍ତି

୨୯

ଝାଞ୍ଜ ମର୍ଦଳ ବାଜଣା ବଜାଇ

 

ବୀଣା ତମ୍ବୁରା ସିତାର ସ୍ୱରଇ

୩୦

ରାଧାକୃଷ୍ଣ ଗୁଣ କରେ ଗାୟନ

 

ମଧ୍ୟରେ ବସି ଚନ୍ଦ୍ରମୁଖୀ ପୁଣ

୩୧

ଗୋଟି ଗୋଟି ହୋଇ ଗୋପୀ ସମସ୍ତେ

 

ଦୁଇ ସସ୍ର ନାରୀ ବସିଲେ ପାଶେ

୩୨

ନାଟ ଆରମ୍ଭ ଗୀତମାନ କଲେ

 

ଦଶ ପାଞ୍ଚ ଗୋପୀ ବେଶ ହୋଇଲେ

୩୩

ନାଟକାରୀ ବେଶ ତରୁଣୀଗଣ

 

ମଧ୍ୟରେ ନାଚେ ତଳି ତଳି ପୁଣ

୩୪

ଘୁଙ୍ଗୁର ଝୁଣ୍ଟିଆ ପାଦେ ଶବଦ

 

ଗାଇବା ନାଚିବାରେ ମନ ଭେଦ

୩୫

ବୃନ୍ଦାବତୀ ବସି ଦେଖୁ ଅଛନ୍ତି

 

ଏହି ସମୟରେ ମିଳିଲେ ଦୂତି

୩୬

ଦୂତୀକି ଦେଖି ହରଷ କାମିନୀ

 

ହରଷ ମନରେ ସମସ୍ତେ ପୁଣି

୩୭

ବୃନ୍ଦାବତୀ ପାଶେ ଦୂତୀ ବସିଲେ

 

ହାସ ରସରେ ନୃତ୍ୟ ରଙ୍ଗ କଲେ

୩୮

ମଧ୍ୟମ ହୋଇଛି ନୃତ୍ୟର ବେଳ

 

ଅର୍ଥ ସଙ୍ଗିତା ଲାଗିଅଛି ମେଳ

୩୯

ଏହି ସମୟରେ ନାରଦ ମିଳେ

 

ଦେଖି ବୃନ୍ଦାବତୀ ଉଠି ସତ୍ୱରେ

୪୦

ନୃତ୍ୟରଙ୍ଗ ପୁଣି ରଖିଲେ ଗୋପୀ

 

ବୃନ୍ଦାବତୀ ଯାଇ ଚରଣେ ଲୁଟି

୪୧

ସମସ୍ତେ ଶୋଇଲେ ମୁନି ଚରଣ

 

କଲ୍ୟାଣ କଲେ ବ୍ରହ୍ମାଙ୍କ ନନ୍ଦନ

୪୨

ଅଇ ସୁଲକ୍ଷଣୀ ହୁଅ ଗୋ ତୁମ୍ଭେ

 

ମନାସିଲା ବର ଲେଉଟୁ ଏବେ

୪୩

କୃଷ୍ଣ ସଙ୍ଗରେ ଦିନ ନିଶି ଯାଉ

 

ବୃନ୍ଦାବନ ଥାନ ନ ମିଳୁ ଆଉ

୪୪

ଜୀଅନ୍ତେ ହରି ସଙ୍ଗେ ଭାବ ହେବ

 

ମଲେ ଗୋଲୋକ ବୈକୁଣ୍ଠ ମିଳିବ

୪୫

ସାତ ବରଷ ଛ’ମାସେ ଯେ ପୁଣ

 

ବୃନ୍ଦାବନରେ କରିବ ଭ୍ରମଣ

୪୬

ତେବେ ହରି ସଙ୍ଗେ ସଙ୍ଗ ମିଳିବ

 

ସବୁ ଦୁଖମାନ ପାସୋର ଯିବ

୪୭

ଶୁଣି ଗୋପାଳୁଣୀ ତାଟକା ହେଲେ

 

କି ଦୋଷ କଲୁ ହେ ମୁନି ତୁମ୍ଭରେ

୪୮

ଏଡ଼େ ନିଷ୍ଠୁର କଥା କିମ୍ପାକହ

 

ମଲା ଉପରେ ଶଗଡ଼ ମଡ଼ାଅ

୪୯

ହରି ଛାଡ଼ି କରି ଆମ୍ଭଙ୍କୁ ଗଲେ

 

ଦାରୁଣ ଦଶା ଅକ୍ରୁର ଭ୍ୟାଇଲେ

୫୦

ତୁମ୍ଭେ ଛଡ଼ାଇଲ ବୃନ୍ଦାବନକୁ

 

ଏ ଯେଉଁ ବେଭାର କଲ ଆମ୍ଭଙ୍କୁ

୫୧

ସମସ୍ତେ ବିଚାର କରିଣ ମନେ

 

କୃଷ୍ଣକୁ ପାଞ୍ଚ ନେଇ ଗଲେ କେଣେ

୫୨

ଆମ୍ଭଙ୍କୁ ଏବେ ବିପତ୍ତି ଦେଇଛ

 

ନ ମାରି କିମ୍ପା ଜୀବନେ ରଖିଛ

୫୩

ଜଣାଗଲା ତୁମ୍ଭ ବିବେକ ପଣ

 

ଯେତେ କହିଲ ସବୁ ଅକାରଣ

୫୪

ଏତେ ବୋଲି ଗାପୀ ରୋଦନ କଲେ

 

ଗୋଟି ଗୋଟି ହୋଇ ଧରଣୀ ପରେ

୫୫

ଶୋଇଣ ସୁମରେ ନାରାୟଣଙ୍କୁ

 

ଧରାଧରି ହୋଇ ଗ଼ଡନ୍ତି ତାଙ୍କୁ

୫୬

ରୋଦନ ଦେଖି ମୁନି ବିଚାରିଲେ

 

ଭେଦି ନ ପାରି ଗୋପୀ ମନ୍ଦ ହେଲେ

୫୭

ବୁଝାଇ ୟାଙ୍କୁ କହିବା ସନ୍ଦେଶ

 

ତେବେ ଅଜ୍ଞାନ ଛାଡ଼ିବେ ଅବଶ୍ୟ

୫୮

ମୁନି ବୋଇଲେ ବୃନ୍ଦାବତୀ ଶୁଣ

 

ଆଜ୍ଞାନ ହେଲେ କି ହେବ କାରଣ

୫୯

ବୁଝି ନ ପାରି ମନେ ମହାଦୁଖ

 

ସମ୍ଭାଳି ରୋଦନ ଗୋପୀ ସମସ୍ତ

୬୦

ଆମ୍ଭେ ସେ କଥା ବୁଝାଇଣ ଦେବା

 

ବସ ସମସ୍ତେ ତୁମ୍ଭଙ୍କୁ କହିବା

୬୧

ଦୂତୀ ବୃନ୍ଦାବତୀ ତୂନି ହୋଇଲେ

 

ସମସ୍ତ ସଖୀଙ୍କି ପ୍ରବୋଧ କଲେ

୬୨

ସମସ୍ତେ କ୍ରୋଧ ଶାନ୍ତି ହୋଇ ପୁଣ

 

ମୁନିଙ୍କ ପାଶେ ବସିଲେ ଆସିଣ

୬୩

ନାରଦ ବୋଲନ୍ତି ଶୁଣ ଗୋ ଗୋଈ

 

ମଥୁରାରେ ଆମ୍ଭେ ପ୍ରବେଶ ହୋଇ

୬୪

କୃଷ୍ଣଙ୍କୁ ଦେଖି ପଚାରିଲୁ ପୁଣ

 

ଗୋପୀଙ୍କି କିମ୍ପା ଛାଡ଼ିଲ ଆପଣ

୬୫

ସେ ବୋଇଲେ ଅଷ୍ଟ ବରଷ ଗଲେ

 

ଗୋପୀଙ୍କି ନେବା ଦ୍ୱାରକାକୁ ଗଲେ

୬୬

ଆମ୍ଭେ ଥିବା ଯାକ କେଣେ ନ ଯିବେ

 

ମନ ଇଚ୍ଛାରେ ବାଳୀ କାଳ ନେବେ

୬୭

କେତେ ଲୀଳା ହେବ ଦ୍ୱାରକା ପୁଣ

 

ରାହାସ ଦ୍ୱାରକା ହେବ ଭିଆଣ

୬୮

ବୃନ୍ଦାବନକୁ ଗୋପୀ ତେଜି ଯିବେ

 

ଲେଉଟି ଆଉ ପୁଣ ନ ଦେଖିବେ

୬୯

ତୁମ୍ଭେ ନ ବୁଝି କରୁଛ ରୋଦନ

 

ଶୁଣି ସନ୍ତୋଷ ହେଲେ ଗୋପୀଗଣ

୭୦

ବୋଇଲେ ଆମ୍ଭଙ୍କୁ ସୁଦୟା କର

 

କେମନ୍ତେ ବଞ୍ଚିବୁ କହ ବିଚାର

୭୧

ମୁନି ବୋଇଲେ କରିବା କାରଣ

 

ଚିତ୍ରପଟ ରୂପ ଦେବା ଲେଖିଣ

୭୨

ପୂଜା ବେଶ କରି ମନ ତୋଷିବ

 

ରୂପ ଦେଖିଲେ ଅଜ୍ଞାନ ନୋହିବ

୭୩

ଗୋପାଳ ମନ୍ତ୍ରେ ପୂଜା ବିଧି କରି

 

ବେଶ କରିବ ନାନା ପୁଷ୍ପ ଭରି

୭୪

ରତ୍ନରେ ଶରୀର ଭୂଷଣ ହେବ

 

ପାଟ ପତନୀ କାଛି ପିନ୍ଧାଇବ

୭୫

ଧୂପ ଦୀପ ଗନ୍ଧ ଚନ୍ଦନ ଦେଇ

 

ବିଡ଼ିଆ ଗୁଆ ଗୋ ଥୋଇବ ନେଇ

୭୬

ସକଳ ପଦାର୍ଥ ଥୋଇବ ନେଇ

 

ବେଗେ ଆସ ଆମ୍ଭେ ଏଠାରେ ରହି

୭୭

ଶୁଣିଣ ବ୍ରଜ-ସୁନ୍ଦରୀ ଚଳିଲେ

 

ଯେଝାଘରେ ଯାଇ ପ୍ରବେଶ ହେଲେ

୭୮

ସ୍ନାହାନ ସାରିଣ କଲେ ଭୋଜନ

 

ମନ୍ଦିର ମାନ ନିରିମଳ ପୁଣ

୭୯

ଏଥୁ ଅନନ୍ତରେ ଶୁଣ ଗୋ ଉମା

 

ବୃନ୍ଦାବତୀ ସଖୀ ଡାକି ଉତ୍ତମା

୮୦

ଯମୁନା ଜଳ କଳସିରେ ଆଣି

 

ମୁନି ସ୍ନାହାନ କରାଇଲେ ପୁଣି

୮୧

ସୁବର୍ଣ୍ଣ ଝରୀରେ ନୀର ପୂରାଇ

 

ଆସନ ଜଳ ବେଗେ ଦେଲେ ନେଇ

୮୨

ବସି ନିତ୍ୟକର୍ମ ସାରିଲେ ମୁନି

 

ଦୂତୀ ଚଳିଗଲେ ଘରକୁ ପୁଣି

୮୩

ବୃନ୍ଦାବତୀ ସ୍ନାନ ଶଉଚ ହେଲେ

 

ନାରଦଙ୍କୁ ଯାଇଁ ଦର୍ଶନ କଲେ

୮୪

ଦୁଧ ସର ଦହି ଛେନା କଦଳୀ

 

ନବାତ ପଇଡ଼ ଦେଲେକ ବାଳୀ

୮୫

ବସିଣ ଋଷି କଲେକ ଭୋଜନ

 

ଉଠି ଆଗମନ କରନ୍ତି ପୁଣ

୮୬

କଷାଫଳ ସାରି ପଲଙ୍କେ ଶୋଇ

 

ବୃନ୍ଦାବତୀ ଭୁଞ୍ଜି ବସିଲେ ଯାଇଁ

୮୭

ଛଡ଼ ରସରେ କରିଣ ଭୋଜନ

 

ବିଡ଼ିଆ ଭୁଞ୍ଜେ କରି ଆଗମନ

୮୮

ଦୂତୀ ଭୁଞ୍ଜିଣ ବହନ ଅଇଲେ

 

ପୁଞ୍ଜି ପୁଞ୍ଜି ହୋଇ ଗୋପୀ ମିଳିଲେ

୮୯

ଦୁଇ ସହସ୍ର ଗୋପୀ ହୋଇ ଠୂଳ

 

ଗହଳ ଲାଗେ ବୃନ୍ଦାବତୀ ପୁର

୯୦

ସମସ୍ତ ଗୋପୀୟେ ଯହୁଁ ମିଳିଲେ

 

ନାରଦ ମୁନି ପଲଙ୍କୁ ଉଠିଲେ

୯୧

ରୂପକାରକୁ ସୁମରଣା କଲେ

 

ସସ୍ରେ ରୂପକାର ଆସି ମିଳିଲେ

୯୨

ବୋଇଲେ ଗୋପୀଙ୍କ ସଙ୍ଗରେ ଯାଅ

 

ଘର ଘରକେ ଚିତ୍ରପଟ ଲିହ

୯୩

ଗୋପୀନାଥ ରୂପ ଲେଖିବ ଜାଣି

 

ମଧ୍ୟରେ ବିଜୟେ ମୂରଲୀପାଣି

୯୪

ସଙ୍ଗରେ ରାଧିକା ଥିବେ ତାଙ୍କର

 

କଳା ଧଳା ଛତି ଟେକି ଆଗର

୯୫

ଏମନ୍ତ ରୂପେ ଲେଖିବ ସୂଢ଼ଳେ

 

ଯେମନ୍ତ ଗୋପୀନାଥ ବତ୍ସା ମେଳେ

୯୬

ଶୁଣି ରୂପକାର ବହନ ଗଲେ

 

ଦୂତୀ ଘରେ ଯାଇଁ ଆଗେ ଲେଖିଲେ

୯୭

ଗୋପୀନାଥ ରୂପ ଯେମନ୍ତେ ଶୋଭା

 

ଛତି କାହାଳି ଆଗେ ଲେଖି ଉଭା

୯୮

ମଣ୍ତଳୀ ଭିତରେ ରୂପ ଲେଖିଲେ

 

ଦଶଦିଗ ଗୋପୀ ସଙ୍ଗେ ରଖିଲେ

୯୯

ସମସ୍ତଙ୍କ ଘରେ ଏହି ପ୍ରକାରେ

 

ମୂରଲୀ ଧରି ଉଭା ନିରନ୍ତରେ

୧୦୦

ମସ୍ତକରେ ଫୁଲ ବେକରେ ହାରା

 

ଉତୁରି ପଇତା ହୃଦରେ ପରା

୧୦୧

ଏମନ୍ତ ରୂପ ଲେଖିଲେକ ଜାଣ

 

ନାରଦ ପାଶେ ପ୍ରବେଶ ତକ୍ଷଣ

୧୦୨

ଦେଖିଣ ନାରଦ ତୋଷ ହୋଇଲେ

 

ଦୂତୀଙ୍କି ଦେଖି ବଚନ କହିଲେ

୧୦୩

ବୋଇଲେ ହେଲା କି ରୂପ ସୂଢ଼ଳ

 

ଦୂତୀ ବୋଇଲେ ସୁଦୟା ତୁମ୍ଭର

୧୦୪

ରୂପକାରକୁ ବୋଇଲେ ନାରଦ

 

ପୁଣି ସହସ୍ର ରୂପ ଯେ ସମ୍ପାଦ

୧୦୫

ରାଧାକୃଷ୍ଣ ଦୂତୀ ବୁରୁନ୍ଦାବତୀ

 

ଳଳିତା ବିଶାଖା ସଙ୍ଗରେ ସଖୀ

୧୦୬

ଏମନ୍ତ ରୂପେ ଲେଖିବ ସହସ୍ରେ

 

ରୂପ ଦେଖି ମୋହ ହେବେ ତ୍ରୈଲୋକେ

୧୦୭

ଶୁଣି ରୂପକାର ବହନ ଗଲେ

 

ସମସ୍ତଙ୍କ ଘରେ ରୂପ ଲେଖିଲେ

୧୦୮

ମଣ୍ତଳୀ ମଧ୍ୟରେ ଲେଖିଲେ କୃଷ୍ଣ

 

ଅଷ୍ଚବାଳକ ଛନ୍ତି ତାଙ୍କ ପାଶ

୧୦୯

ଆଗ ପଛରେ ସଖୀଗଣ ଛନ୍ତି

 

ଲଳିତା ବିଶାଖା ସଙ୍ଗରେ ଦୂତୀ

୧୧୦

ବୃନ୍ଦାବତୀ ସଙ୍ଗେ ରାଧିକା ପୁଣ

 

ଏମନ୍ତେ ରୂପ କରିଲେ ଭିଆଣ

୧୧୧

ବୃନ୍ଦାବତୀ ପୁରେ ଲେଖିଲେ ଯାଇଁ

 

ଦେଖିଲେ ସମସ୍ତେ ହୋଇଲେ ମୋହି

୧୧୨

ରୂପ ଲେଖିଲେ ବିଚିତ୍ର କରିଣ

 

ସ୍ୱର୍ଗପୁରକୁ ଗଲେ ତତକ୍ଷଣ

୧୧୩

ନାରଦ ଊଷି ବହନ ଉଠିଲେ

 

ଚରଣ ଧୋଇ ଭିତରେ ପଶିଲେ

୧୧୪

ଜୀବନ୍ୟାସ କଲେ ଚିତ୍ରରୂପକୁ

 

ଧୂପ ଦୀପ ଗନ୍ଧ ଦେଲେ ତାହାଙ୍କୁ

୧୧୫

ବୃନ୍ଦାବତୀ ଆଣି ସକଳ ଦେଲେ

 

ଗୋପାଳ ମନ୍ତ୍ରେ ତାଙ୍କୁ ପୂଜା କଲେ

୧୧୬

ସମସ୍ତଙ୍କ ଘରେ ନାରଦ ପୁଣ

 

କୃଷ୍ଣ ରୂପକୁ ଜାବନ୍ୟାସ ଜାଣ

୧୧୭

ଧୂପ ଦୀପ ଗନ୍ଧ ଚନ୍ଦନ ଦେଲେ

 

ପୂଜା ସମସ୍ତଙ୍କୁ କରି ଚଳିଲେ

୧୧୮

ଦୂତିକା ପୁରେ ମିଳିଲା ବହନ

 

ଜାବନ୍ୟାସ ରୂପ କଲେ ବହନ

୧୧୯

ସହସ୍ର ପୁରେ ଜୀବନ୍ୟାସ କରି

 

ଧୂପ ଦୀପ ଗନ୍ଧ ଚନ୍ଦନ ଭରି

୧୨୦

ନାନା ଜାତିରେ ବେଶ କରାଇଲେ

 

ଦନାଇ ଦାସେ ସେ ପାଶେ ରହିଲେ

୧୨୧

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୧-

ବିଶ୍ୱବାସ

-

ମହାଦେବ

୧୫-

ତ୍ରିପୁତି

-

ତୃପ୍ତି ଶବ୍ଦଜ

୨୫-

କଳହ ଋଷି

-

ମୁନି, ସେ କଳହକୁ ବଡ଼ ଭଲ ପାଆନ୍ତି

 

ତ୍ରିଂଶ ଛାନ୍ଦ

ଗଉରୀ ବୋଇଲେ ଶୁଣ ଈଶ୍ୱର

 

ବୃନ୍ଦାବତୀର କେମନ୍ତ ବିଚାର

ପୁଣି ନାରଦ ତାଙ୍କୁ କି କହିଲେ

 

ଏହା ମତେ କହ ଶଙ୍କର ଥରେ

ସମସ୍ତ ଗୋପୀଙ୍କି ଡାକିଣ ପୁଣ

 

ବ୍ରହ୍ମଜ୍ଞାନ ମନ୍ତ୍ର କହିଲେ ଜାଣ

ପୂଜାବିଧି ସବୁ ଶିଖାଇ ଦେଲେ

 

ଗୋପାଳ ମନ୍ତ୍ରେ କରିବ ବୋଇଲେ

ସ୍ନାହାନ ବେଶ କରି ପ୍ରତିଦିନ

 

ତର୍ପଣ ବିଧିରେ ସ୍ନାହାନ ପୁଣ

ଧୂପ ଦୀପ ଗନ୍ଧ ଚନ୍ଦନ ଦେବ

 

ବେଶ କରିଣ ଦର୍ଶନ କରିବ

ମୋତିମାଳା ଆଣି ଦେଲେ ସହସ୍ରେ

 

ଏଥିରେ ଜପ କରିବ ସମସ୍ତେ

ଗୋଟି ଗୋଟି କରି ବାଣ୍ଟିଣ ଦେଲେ

 

ସମସ୍ତଙ୍କୁ ବୁଝାଇଣ କହିଲେ

 

 

ମହାମନ୍ତ୍ରରେ କର ସୁମରଣ

 

ଯେବେ ଗୋବିନ୍ଦଙ୍କୁ ପାଇବ ପୁଣ

ପୁଣି ସହସ୍ରେ ନୀଳମଣି ମାଳୀ

 

ସହସ୍ରେ ଗୋପୀଙ୍କି ଦେଲେକ ତୋଳି

୧୦

ଦୂତୀକି ଦେଲେ ନେଇଣ ଗୋଟିଏ

 

ସମସ୍ତଙ୍କୁ ପୁଣ ବୁଝାଇ କହେ

୧୧

ବ୍ରହ୍ମଜ୍ଞାନ ତାକୁ କହିଣ ଦେଲେ

 

ଗୋପାଳ ମନ୍ତ୍ର ଶିଖାଇଲେ ଭଲେ

୧୨

ସକଳ ବିଧାନ କହି ତାହାଙ୍କୁ

 

ବୋଇଲେ ଯାଅ ଗୋ ତୁମ୍ଭ ଘରକୁ

୧୩

ଶୁଣିଣ ବ୍ରଜସୁନ୍ଦରୀ ଯେତେକ

 

ମେଲାଣି ହୋଇ ଚଳିଲେ ସମସ୍ତ

୧୪

ନାରଦ ବୃନ୍ଦାବତୀକି କହିଲେ

 

ଆମ୍ଭେ ଯାଉଛୁ ତୁମ୍ଭେ ଥାଅ ଭଲେ

୧୫

ଏତେ କହିଣ ବହନ ଚଳିଲେ

 

ରଙ୍ଗଦେବୀ ପୁରେ ଯାଇ ମିଳିଲେ

୧୬

ଦେଖିଲେ ରଙ୍ଗଦେବୀ ପଲଙ୍କରେ

 

ଶୟନ କରିଛି ଦୋଳି ଉପରେ

୧୭

ଦାସୀଗଣମାନେ ଦୋଳି ଧରିଣ

 

ପହଞ୍ଚାଉଛନ୍ତି ତାହାଙ୍କୁ ପୁଣ

୧୮

ରାଧାକୃଷ୍ଣ ନାମ ତୁଣ୍ତରେ ଗାଇ

 

ସାରୀକି ପଢ଼ାଉ ଅଛନ୍ତି ତହିଁ

୧୯

ନାରଦଙ୍କୁ ଦେଖି ସାରୀ ଡାକିଲା

 

ଉଠ ରଙ୍ଗଦେବୀ ମୁନି ଅଇଲା

୨୦

ରଙ୍ଗ ଦେବୀ ଉଠି ଚକ୍ଷୁକୁ ମଳି

 

ବ୍ରହ୍ମାଙ୍କ ନନ୍ଦନ ନାରଦ ମିଳି

୨୧

ପୁଣି ତାଙ୍କୁ ଦେଲା ସାରୀ ଚେତାଇ

 

ଚେତା ନାହିଁ କି ଗୋ ଗୋପର ଗୋଈ

୨୨

ନାରଦ ଛିଡ଼ା ହୋଇଛନ୍ତି ଦେଖ

 

କ୍ରୋଧ ହେଲେ ଦେବ ବହୁତ ଦୁଖ

୨୩

ଶୁଣି ରଙ୍ଗଦେବୀ ଉଠି ଅଇଲା

 

ଚରଣ ତଳରେ ଯାଇଁ ଶୋଇଲା

୨୪

ମାନ୍ୟ ଧର୍ମକରି ଚଳିଲା ଘର

 

ସୁବର୍ଣ୍ଣ ଝରାରେ ପୂରାଇ ନୀର

୨୫

ଚରଣ ଧୋଇ ଉଦେକ ସାରିଲା

 

ଝୀନ ବସନରେ ବେଗେ ପୋଛିଲା

୨୬

ବିନତି କରି ତାଙ୍କୁ ଘେନିଗଲା

 

ଦୋଳି ବାଙ୍କିଆ ପରେ ବସାଇଲା

୨୭

ଗଙ୍ଗ ବାସବାଣ ପଇଡ଼ ଆଣି

 

ଛେନାସର ଦେଲେ ଭୁଞ୍ଜିଲେ ମୁନି

୨୮

ଆଗମନ ସାରି ବସିଲେ ଯାଇ

 

ବୋଇଲେ କୃଷ୍ଣ ଛାଡ଼ିଲେ କିମ୍ପାଇ

୨୯

ସେ ମଥୁରା ଗଲେ ରହିଲେ ତେଣେ

 

ତୁମ୍ଭେ ବିରହରେ ମରୁଛ ଏଣେ

୩୦

ରଙ୍ଗଦେବୀ ବୋଲେ କରମେ ନାହିଁ

 

ନ ଦେଖି ମରିବୁ ଗୋପର ଗୋଈ

୩୧

ବିଧାତା ଯାହା ଲେଖିଅଛି ପୁଣ

 

ଆମ୍ଭର ବୋଲେ କି ହୋଇବ ଆନ

୩୨

ତୁମ୍ଭେ ତ ବହୁତ କାଳରେ ଆଜ

 

ଗୋପକୁ ଅଇଲ କେମନ୍ତ ସଜ

୩୩

ଆମ୍ଭମାନଙ୍କ ଦୁଖ ଦୂର ଗଲା

 

ବ୍ରହ୍ମାଙ୍କ ନନ୍ଦନ ସୁଦୟା କଲା

୩୪

ତାହା ଶୁଣିଣ ନାରଦ ହସିଲେ

 

ରୂପକାରକୁ ସୁମରଣା କଲେ

୩୫

ସ୍ୱର୍ଗରୁ ସହସ୍ରେ ଆସି ମିଳିଲେ

 

ଦେଖି ରଙ୍ଗଦେବା ତାଟକ ହେଲେ

୩୬

ଋଷି ବୋଇଲେ ଶୁଣ ଗୋ ସୁନ୍ଦରି

 

ଚିତ୍ରପଟ ରୂପ ଲେଖନ କରି

୩୭

ଚିତ୍ର ଘରରେ ଆମ୍ଭେ ଦେଉ ଯାବା

 

ନେତ୍ରରେ ଦେଖିଲେ ହୋଇବ ଲୋଭା

୩୮

ତୁମ୍ଭ ସଖାଗଣ ଡକାଇ ଆଣ

 

ଶୁଣି ରଙ୍ଗଦେବୀ ତୋଷ ହୋଇଣ

୩୯

ସଖୀକି ପଠାଇ ଡାକିବା ପାଇଁ

 

ସମସ୍ତେ ମିଳିଲେ ଗୁଣିଣ ତହିଁ

୪୦

ରଙ୍ଗଦେବୀ ପୁଣି ମନ୍ଦିରେ ଗଲା

 

ମନ୍ଦିର ଗୋଟା ନିରିମଳ କଲା

୪୧

ନାରଦଙ୍କୁ ଆସି କହିଲା ପୁଣ

 

ରୂପକାରକୁ କହିଲେ ଆପଣ

୪୨

ନୃସିଙ୍ଘ ରୂପ ଲେଖିବ ସୁଢ଼ଳେ

 

ଯେମନ୍ତ ହିରଣ୍ୟ ବିଦାର କଲେ

୪୩

ସହସ୍ରେ ରୂପ ଲେଖିଣ ସହରେ

 

ସମସ୍ରେ ଘରେ ଏମନ୍ତ ପ୍ରକାରେ

୪୪

ସମସ୍ତଙ୍କ ଘରେ ଲେଖନ କରି

 

ଯେମନ୍ତେ ମୋହ ହେବେ ଗୋପନାରୀ

୪୫

ତାହା ଶୁଣି ରୂପକାର ଉଠିଲେ

 

ରଙ୍ଗଦେବୀ ପୁରେ ଲେଖିତ କଲେ

୪୬

ନୃସିଙ୍ଘ ମୂରତି ଅତି ସୁନ୍ଦର

 

ଦେଖି ମୋହ ହେଲେ ଗୋପୀ ସକଳ

୪୭

ମଣ୍ତଳ ଗୋଟିକ ଭିତରେ ଲେଖି

 

ଜାନୁରେ ପଡ଼ିଛି ହିରଣ୍ୟ ଗୋଟି

୪୮

ସେଠାରୁ ସମସ୍ତ ଗୋପୀ ଚଳିଲେ

 

ମନ୍ଦିର ମାନଙ୍କୁ ସୁନ୍ଦର କଲେ

୪୯

ରୂପକାର ଯାଇଁ ହେଲେ ପ୍ରବେଶ

 

ନୃସିଙ୍ଘ ରୂପ କଲେକ ପ୍ରକାଶ

୫୦

କୋଡ଼ିଏ ଭୁଜରେ ଆୟୁଧମାନ

 

ଧରିଣ ନୃସିଙ୍ଘ ଉଭା ହୋଇଣ

୫୧

ଜାନୁ ପରେ ଅଛି ହିରଣ୍ୟ ଦତ୍ୟ

 

ଦେଖିଲେ ମୋହଇ ଜଗତ ଯାକ

୫୨

ସହସ୍ରେ ରୂପ ଲେଖି ରୂପକାର

 

ପ୍ରବେଶ ହୋଇଲେ ମୁନି ଛାମୁର

୫୩

ଚରଣ ଧୋଇ ମୁନି ବେଗେ ଗଲେ

 

ନୃସିଙ୍ଘ ମୂର୍ତ୍ତି ଜୀବନ୍ୟାସ କଲେ

୫୪

ଛେନା ଦୁଧ ସର ଲବଣୀ ଆଣି

 

ପାଚେଲା କଦଳୀ ନବାତ ପୁଣି

୫୫

ନୃସିଙ୍ଘ ମନ୍ତ୍ରେ ପୂଜା ତାଙ୍କୁ କଲେ

 

ଧୁପ ଦୀପ ଗନ୍ଧ ଚନ୍ଦନ ଦେଲେ

୫୬

ଫୁଲରେ ଭୂଷଣ ତାହାଙ୍କୁ କରି

 

ପତନୀ ଖଦି ପିନ୍ଧାଇଲେ ଭିଡ଼ି

୫୭

ରଙ୍ଗଦେବୀକି ଶିଖାଇଣ ଦେଲେ

 

ନୃସିଙ୍ଘ ମନ୍ତ୍ରରେ ପୂଜା କହିଲେ

୫୮

ବ୍ରହ୍ମଜ୍ଞାନ ତାଙ୍କୁ କହିଲେ ପୁଣ

 

ମହାମନ୍ତ୍ରରେ ଜପ ସୁମରଣ

୫୯

ବଇଡ଼ର୍ଯ୍ୟ ମାଳୀ ସ୍ୱହସ୍ତେ ଆଣି

 

ସମସ୍ତଙ୍କୁ ବାଣ୍ଟି ଦେଲେକ ପୁଣି

୬୦

ଏ ମାଳରେ ତୁମ୍ଭେ ଜପ କରିବ

 

ତେବେ ହରିଙ୍କି ଅଲପେ ଲଭିବ

୬୧

କହ ସେଠାରୁ ଚଳିଗଲେ ପୁଣ

 

ସମସ୍ତଙ୍କ ଘରେ ମିଳିଲେ ଜାଣ

୬୨

ନୃସିଙ୍ଘ ମୂର୍ତ୍ତି ଜୀବନ୍ୟାସ ଦେଇ

 

ସେଠାରୁ ନାରଦ ଚଳିଲେ ଯାଇ

୬୩

ସୁଦେବୀ ପୁରେ ପ୍ରବେଶ ହୋଇଲେ

 

ଗହଳ ଲାଗିଛି ତାହାର ପୁରେ

୬୪

ସହସ୍ରେ ବ୍ରଜ-ସୁନ୍ଦରୀ ମିଳିଣ

 

ବସିଛନ୍ତି ସବୁ ମେଳ ହୋଇଣ

୬୫

ଶ୍ରୀକୃଷ୍ଣ କଥା କୁହାକୋହି ହୋଇ

 

ମଧ୍ୟରେ ସୁଦେବୀ ବସି ଅଛଇ

୬୬

କେ ବୋଲେ କ୍ଷଣେ ପଠିଆଅ ଗୋପ

 

ମଥୁରା ଯାଇ ଦେଖି ଆସିବାକ

୬୭

ଏମନ୍ତେ ଗୋପୀୟେ ବିଚାର କରି

 

ଏହି ସମୟରେ ନାରଦ ମିଳି

୬୮

ଦେଖିଣ ସମସ୍ତ ଗୋପୀ ଉଠିଲେ

 

ଚରଣେ ଯାଇଁ ଭଗତ ହୋଇଲେ

୬୯

ସୁବର୍ଣ୍ଣ ଝରୀରେ ଯମୁନା ଜଳ

 

ସୁଦେବୀ ଯାଇଁ ଆଣିଲେ ସତ୍ୱର

୭୦

ଚରଣ ଊଷିଙ୍କର ଧୋଇ ଦେଲା

 

ଝୀନ ବସନ ଆଣିଣ ପୋଛିଲା

୭୧

ବସିବାକୁ ଝୀନ ପତନୀ ଦେଲା

 

ବସ ବ୍ରହ୍ମବେତ୍ତା ବୋଲି ବୋଇଲା

୭୨

ଆନନ୍ଦେ କଳହ ବସିଲେ ଯାଇଁ

 

ବୋଇଲେ କି କର ଗୋପର ଗୋଈ

୭୩

ଶୁଣିଣ ସୁଦେବୀ ବଚନ କହି

 

ଛାଡ଼ି ଗଲା ଦିନୁ ନନ୍ଦର ପୋଇ

୭୪

ଅନାସ୍ତ ଯୁବତୀ ପରାୟେ ହେଲୁଁ

 

ମଝି ନଦୀରେ ନାବ ବୁଡ଼ାଇଲୁଁ

୭୫

ଏବେ ତ ବସିଛୁଁ ପାଷାଣ ପ୍ରାୟେ

 

ରକତ ମାଏଁସ ଦେହରୁ ଯାଏ

୭୬

ଶୁଖିଲା ତରୁ ପ୍ରାୟେ ଆମ୍ଭେ ହେଲୁଁ

 

ଜଡ଼ପଣ ଛାଡ଼ି ସାନ ନୋହିଲୁଁ

୭୭

ତୁମ୍ଭେ ତ ଆମ୍ଭଙ୍କୁ ସୁଦୟା କଲ

 

ଦୁଖର ବେଳେ ଥରେ ସଙ୍ଖୋଳିଲ

୭୮

ନାରଦ ବୋଲେ ଶୁଣ ଗୋପାଳୁଣି

 

ଯେମନ୍ତେ ତୋଷ ହେବ ତୁମ୍ଭେ ପୁଣି

୭୯

ତେମନ୍ତ ରୂପ କରିବା ଭିଆଣ

 

ଚିତ୍ରପଟରେ କରିବା ଲେଖନ

୮୦

ରୂପକାରମାନ ଘେନିଣ ଚଳ

 

ମନ୍ଦିରମାନ ନିର୍ମଳ ଯେ କର

୮୧

ପ୍ରତିଦିନ ଦେଖ ନାରାୟଣଙ୍କୁ

 

ଏମନ୍ତେ କହିଲେ ନାରଦ ତାଙ୍କୁ

୮୨

ରୂପକାରଙ୍କୁ ସୁମରଣା କଲେ

 

ସହସ୍ରେ ରୂପକାର ଆସି ମିଳେ

୮୩

ଗୋପୀ ଗୋଟିକେ ଗୋଟି ରୂପକାର

 

ଘେନି ଚଳିଲେ ଯେଝାର ମନ୍ଦିର

୮୪

ନାରଦ ବୋଇଲେ ରୂପକାରକୁ

 

ରାମ ଲକ୍ଷ୍ଣଣ ସୀତା ଲେଖିବାକୁ

୮୫

ପାତ୍ର ମନ୍ତ୍ରୀ ହନୁ ସଙ୍ଗରେ ଥିବେ

 

ଲାବଣ୍ୟ ମୂରତି ଲେଖିବ ଏବେ

୮୬

ମୂରତି ଦେଖି ଗୋପୀ ତୋଷ ହେବେ

 

ରାତ୍ର ଦିବସ ପାଶ ନ ଛାଡ଼ିବ

୮୭

ଶୁଣି ଚିତ୍ରକାର ବହନ ଗଲେ

 

ପୁରେ ପୁରେ ପଶି ରୂପ ଲେଖିଲେ

୮୮

ସହସ୍ରେ ରୂପ ଲେଖିକରି ଆସି

 

ଦେଖିଣ ଗୋପୀ ଯେ ହୋଇଲେ ତୋଷୀ

୮୯

ରାମ ଲକ୍ଷ୍ଣଣ ସୀତା ହନୁ ତୁଲେ

 

ଲେଖି ରୂପକାରେ ଗଲେ ମନ୍ଦିରେ

୯୦

ସୁଦେବୀ ମନ୍ଦିରେ ଏହି ପ୍ରକାରେ

 

ଚିତ୍ର ବିଚିତ୍ର ମଣ୍ତଳ ଆକାରେ

୯୧

ଦେଖିଣ ନାରଦ ବେଗେ ଉଠିଲେ

 

ଚରଣ ଧୋଇ ମନ୍ଦିରେ ପଶିଲେ

୯୨

ରୂପ ଜୀବନ୍ୟାସ କରନ୍ତି ବସି

 

ହସି ଶ୍ରୀଫଳ ଗୁଆ ତହିଁ ଥାପି

୯୩

ପୂର୍ଣ୍ଣକୁମ୍ଭ ଥୋଇ ଆଗରେ ପୁଣ

 

ତାରକ ମନ୍ତ୍ର କଲେ ସୁମରଣ

୯୪

ପୂଜା ଧୂପ ଦୀପ ଆଳତି କଲେ

 

ସମସ୍ତ ଗୋପୀଙ୍କି ଶିଖାଇ ଭଲେ

୯୫

ତାରକ ମନ୍ତ୍ରରେ ପୂଜା କରିବ

 

ଫୁଲ ଚନ୍ଦନ ବେଶ କରାଇବ

୯୬

ସ୍ନାହାନ ସାରି ଦର୍ଶନ କରିବ

 

ଏମନ୍ତ ବୋଲି କହିଲେ ନାଗଦ

୯୭

ବ୍ରହ୍ମଜ୍ଞାନ ମନ୍ତ୍ର ଗୁପରେ କହି

 

ସେଠାରୁ ନାରଦ ଚଳିଲେ ଯାଇଁ

୯୮

ନାରଦଙ୍କ ସଙ୍ଗେ ଗୋପୀଏ ଗଲେ

 

ଯେଝା ମନ୍ଦିରେ ପ୍ରବେଶ ହୋଇଲେ

୯୯

ସମସ୍ତଙ୍କ ପୁରେ ନାରଦ ଯାଇଁ

 

ଜାବନ୍ୟାସ କଲେ ରୂପକୁ ତହିଁ

୧୦୦

ପୂଜା ଧୂପ ଦୀପ ଆଳତି ଦେଲେ

 

ଫୁଲ ଚନ୍ଦନ ବେଶ କରାଇଲେ

୧୦୧

ରତ୍ନ ଆଭରଣ ରୂପ କରିଣ

 

ପତନୀ ଶାଢ଼ି କାଛି ପିନ୍ଧାଇଣ

୧୦୨

ସମସ୍ତଙ୍କୁ କହି ସେଠାରୁ ଗଲେ

 

ତୁଙ୍ଗଦେବୀ ପୁରେ ପ୍ରବେଶ ହେଲେ

୧୦୩

ଦେଖିଲେ ତୁଙ୍ଗଦେବୀ ସେ ଭିତରେ

 

ସହସ୍ରେ ଗୋପୀ ଅଛନ୍ତି ବାହାରେ

୧୦୪

ଜଣାଣ କରୁଛନ୍ତି ସର୍ବ ଗୋଈ

 

ରାମ କୃଷ୍ଣନାମ ତୁଣ୍ତରେ ଗାଇ

୧୦୫

ଦେଖିଣ ନାରଦ ତୋଷ ହୋଇଲେ

 

ଗୋପୀଙ୍କ ଆଗରେ ଯାଇଁ ମିଳିଲେ

୧୦୬

ଦେଖିଣ ସମସ୍ତ ବ୍ରଜ ସୁନ୍ଦରୀ

 

ଉଠିଣ ଓଳଗେ ପାଦେ ତାଙ୍କରି

୧୦୭

ଶବଦ ନିବେଦ ହେବାର ପୁଣି

 

ବାହାରେ ଅଇଲେ ନାୟିକା ପୁଣି

୧୦୮

ଦେଖିଲେ ନାରଦ ଆଗରେ ଉଭା

 

ତୁଙ୍ଗ ଦେବୀ ମାନ୍ୟ ଧର୍ମରେ ସେବା

୧୦୯

ରୂପା ଝରୀରେ ନୀର ବେଗେ ନେଇ

 

ମୁନିଙ୍କ ଚରଣ ଦେଲେକ ଧୋଇ

୧୧୦

କାନି ପଣନ୍ତରେ ଚରଣ ପୋଛି

 

ହସ୍ତ ଧରି ନେଲେ ସେ ଶୁଭକେଶୀ

୧୧୧

ସିଙ୍ଘାସନ ପରେ ନେଇଁ ବସାଇ

 

ରୂପକାର ମାନ ମିଳିଲେ ତହିଁ

୧୧୨

ଦେଖି ତୁଙ୍ଗଦେବୀ ମୁନିକି କହେ

 

ଅପୂର୍ବ ରୂପ ତ ୟେପୁରେ ଆଏ

୧୧୩

ନାରଦ ବୋଇଲେ ରୂପ ଲେଖିବେ

 

ଚିତ୍ରପଟରେ ଦାଶରଥି ଥିବେ

୧୧୪

ତୁମ୍ଭେ ସମସ୍ତେ କରିବ ଦର୍ଶନ

 

ସନ୍ତୋଷ ହୋଇବ ସବୁରି ମନ

୧୧୫

ଜଣେ ଜଣେ ଘେନି ସମସ୍ତେ ଚଳ

 

ଯେଝା ମନ୍ଦିର ନିରିମଳ କର

୧୧୬

ଶୁଣିଣ ଗୋପୀ ଯେଝା ଘର ଗଲେ

 

ରୂପକାରମାନ ସଙ୍ଗରେ ନେଲେ

୧୧୭

ମନ୍ଦିର ଉଜଳ କରିଣ ପୁଣ

 

ଚିତ୍ରପଟେ ରୂପ କଲେ ଭିଆଣ

୧୧୮

ଦାଶରଥି ସଙ୍ଗେ ତିନି ଭାଇଙ୍କି

 

ଶତ୍ରୁଘନ ଭ୍ରଥ ଲକ୍ଷ୍ଣଣ ନିକି

୧୧୯

ସୀତା ଶୁଭ୍ରକେଶୀ ସଙ୍ଗରେ ଅଛି

 

ମଣ୍ତଳ ଆକାରେ ରୂପକୁ ଲେଖି

୧୨୦

ଲେଖି ରୂପକାର ସ୍ୱର୍ଗକୁ ଗଲେ

 

ନାରଦ ଜୀବନ୍ୟାସ ତାଙ୍କୁ କଲେ

୧୨୧

ପୂଜା ଧୂପ ଦୀପ ସଭିଙ୍କି ଦେଇ

 

ରତ୍ନ ଆଭରଣେ ବେଶ କରାଇ

୧୨୨

ବ୍ରହ୍ମଜ୍ଞାନ ତାଙ୍କୁ ଗୁପତେ କହି

 

ପୂଜାମନ୍ତ୍ର ଧୂପ ଦୀପ ଶିଖାଇ

୧୨୩

ସେଠାରୁ ନାରଦ ଚଳିଣ ଗଲେ

 

ଦନାଇ ଦାସ ଗୋପରେ ରହିଲେ

୧୨୪

 

ପଦ

କଠିନ ଶବ୍ଦ

 

ଶବ୍ଦାର୍ଥ

୨୬-

ଉଦକ

-

ପାଣି

୧୦୩-

ଦାଶରଥି

-

ଦଶରଥଙ୍କ ପୁଅ ରାମ

 

ଏକତ୍ରିଂଶ ଛାନ୍ଦ

ଏଥୁ ଉତ୍ତାରେ ଗୋ ଗଉରି ଶୁଣ

 

ତୁଙ୍ଗଦେବୀ ପୁରେ ନାରଦ ପୁଣ

ଜେଜେ କରନ୍ତେ ସର୍ବ ଗୋପାଳୁଣୀ

 

ସଙ୍ଗରେ ଗୋଡ଼ାଇ ଅଛନ୍ତି ପୁଣି

ସହସ୍ରେ ସୁନ୍ଦରୀ ଘେନି ସୁଦେବୀ

 

ତୁଙ୍ଗଦେବୀ ପୁରେ ତୁରିତେ ମିଳି

ଦେଖିଣ ନାରଦ ବୋଇଲେ ତାଙ୍କୁ

 

ସମସ୍ତେ ଯାଅ ଗୋ ଯେଝା ଘରକୁ

ଚିତ୍ର ରୂପକୁ ପୂଜା ବେଶ କରି

 

ଆଳତି ଧୂପ ଦୀପ କର ନାରି

ଫୁଲ ଚନ୍ଦନ ଦେଇ ବେଶ କର

 

ଦର୍ପଣ ଧରି ସ୍ନାହାନ ପ୍ରକାର

ରାମ ତାରକ ମନ୍ତ୍ରେ ପୂଜା କରି

 

ଯେତେ ପୁରେ ରାମରୂପ ବିହରି

ଦାଶରଥି ଯେତେ ପୁରେ ଅଛନ୍ତି

 

ଛତିଶ ପ୍ରକାରେ ପୂଜିବ ସେଥି

 

 

ମାଣିକ ମାଳା ସହସ୍ରେକ ଆଣି

 

ସୁଦେବୀକି ଡାକି ଦେଲେକ ପୁଣି

ବୋଇଲେ ସହସ୍ରେ ସଙ୍ଗର ସଖୀ

 

ଗୋଟିଏ ଗୋଟିଏ ଦିଅ ଗୋ ବାଣ୍ଟି

୧୦

ସୁଦେବୀ ଶୁଣି ବାଣ୍ଟି ଦେଲା ତାଙ୍କୁ

 

ନାରଦ ବୋଇଲେ ଗୋପୀମାନଙ୍କୁ

୧୧

ମହାମନ୍ତ୍ରରେ ଏ ମାଳ ଜପିବ

 

ତେବେ ନାରାୟଣ ସଙ୍ଗ ହୋଇବ

୧୨

ପୁଣି ସହସ୍ରେ ମାଳ ହୀରା ଆଣି

 

ରଙ୍ଗଦେବୀକି ଦେଲେ ମୁନି ଜାଣି

୧୩

ବୋଇଲେ ଏ ମାଳ ସମସ୍ତେ ନେବେ

 

ମହା ମନ୍ତରରେ ଜପ କରିବେ

୧୪

ଶୁଣି ତୁଙ୍ଗଦେବୀ ବାଣ୍ଟିଣ ଦେଲେ

 

ମହାମନ୍ତ୍ରେ ଜପ ବୋଲି ବୋଇଲେ

୧୫

ମେଲାଣି ମାଗି ଦୁଇ ସସ୍ର ନାରୀ

 

ଯେଝା ପୁରକୁ ସେ ଗଲେକ ଚଳି

୧୬

ସେଠାରୁ ନାରଦ ଚଳିଲେ ପୁଣି

 

ଚିତ୍ରରେଖା ପୁରେ ପ୍ରବେଶ ଜାଣି

୧୭

ବସିଛି ସୁନ୍ଦରୀ ସ୍ନାହାନ କରି

 

ଗୋବିନ୍ଦ ନାମ ହୃଦପଦ୍ମେ ଧରି

୧୮

କେହି ନାହାନ୍ତି ସଙ୍ଗରେ ତାଙ୍କର

 

ବୋଲକାରୀ ମାନେ ସଙ୍ଗେ କେବଳ

୧୯

ଦଧି ମନ୍ଥନ ସମସ୍ତେ କରନ୍ତି

 

ଦେବୀ ଏକାନ୍ତେ ବସିଣ ଅଛନ୍ତି

୨୦

ନାରଦ ମିଳିଲେ ତାଙ୍କରି ପୁର

 

ଦେଖିଣ ସୁନ୍ଦରୀ ଯୋଡ଼ିଲା କର

୨୧

ଚରଣ ଧୋଇ ଘରେ ଘେନିଗଲା

 

ବସିବାକୁ ଦିବ୍ୟ କମଳ ଦେଲା

୨୨

ଦଧି ମନ୍ଥନ ସାରି ସଖୀଗଣ

 

ପ୍ରବେଶ ହୋଇଲେ ତାଙ୍କ ପାଶେଣ

୨୩

ଚିତ୍ରରେଖା ବୋଲେ ବହନ ଚଳ

 

ଯମୁନାରୁ ବେଗେ ଅଣାଅ ଜଳ

୨୪

ବ୍ରହ୍ମାଙ୍କ ନନ୍ଦନ ସ୍ନାନ କରିବେ

 

ଉଛୁର ନ କରି ଆସିବ ବେଗେ

୨୫

ଶୁଣିଣ ପାଞ୍ଚ ଜଣ ଚଳି ଗଲେ

 

ଯମୁନା ନଦୀରୁ ଜଳ ଆଣିଲେ

୨୬

ଚଉକି ପକାଇ ଦେଲେ ବାହାରେ

 

ମୁନିକି ଡାକି ବସାଇ ତହିଁରେ

୨୭

ସ୍ନାହାନ ସାରିଲେ କଳହ ଊଷି

 

ନିତ୍ୟ କର୍ମ ବେଗେ ସାରିଣ ଉଠି

୨୮

ଦହି ଖଇ ଛେନା ସର ଲବଣୀ

 

ମୁନିଙ୍କି ଦେଲା ଚିତ୍ରରେଖା ପୁଣି

୨୯

ଭୋଜନ ସାରି ଆଚମନ କଲେ

 

କମଳ ଆସନ ପରେ ବସିଲେ

୩୦

ଚିତ୍ରକାରଙ୍କୁ ସୁମରଣା କରି

 

ରୂପକାରମାନେ ସହସ୍ରେ ମିଳି

୩୧

ଚିତ୍ରରେଖା ଦେଖି ସନ୍ତୋଷ ହେଲା

 

ଶୂନ୍ୟ ପୁରୁଷଙ୍କୁ ନେତ୍ରେ ଦେଖିଲା

୩୨

ମୁନି ବୋଇଲେ ଗୋ ଶୁଣ ସୁନ୍ଦରି

 

ଚିତ୍ରପଟରେ ରୂପ ଲେଖା କରି

୩୩

ସମସ୍ତଙ୍କ ପୁରେ ଅଇଲୁ ପୁଣ

 

ଆଉ ତିନିଜଣ ଅଛନ୍ତି ଜାଣ

୩୪

ମନ୍ଦିର ନିର୍ମଳ କର ଗୋଟିଏ

 

ରଘୁନାଥ ରୂପ ହେଲେ ସ୍ୱଦେହେ

୩୫

ଶୁଣିଣ ଚିତ୍ରରେଖା ଚଳିଗଲା

 

ମନ୍ଦିର ନିର୍ମଳ କରି ଡାକିଲା

୩୬

ରୂପକାର ଯାଇଁ ପ୍ରବେଶ ହେଲେ

 

ରଘୁନାଥ ମୂର୍ତ୍ତି ସଞ୍ଜୀବ କଲେ

୩୭

ମଣ୍ତଳ ଭିତରେ ଚତୁର୍ଦ୍ଧା ରୂପ

 

ଶ୍ୟାମଳ ବର୍ଣ୍ଣ ଲେଖିଲେ ସ୍ୱରୂପ

୩୮

ରଘୁନାଥ ରାମନାଥ ଯେ ପୁଣ

 

ଗୋପୀନାଥ ବିଶ୍ୱନାଥ ପ୍ରମାଣ

୩୯

ଏମନ୍ତେ ଚତୁର୍ଦ୍ଧା ମୂର୍ତ୍ତି ଦେଖିଣ

 

ଜୀବନ୍ୟାସ କଲେ ନାରଦ ପୁଣ

୪୦

ଧୂପ ଦୀପ ଗନ୍ଧ ଚନ୍ଦନ ଦେଲେ

 

ଆଳତି ସାରି ପୂଜା ବିଧି କଲେ

୪୧

ଚିତ୍ରରେଖାକୁ ବ୍ରହ୍ମ ଜ୍ଞାନ କହି

 

ପୂଜା ଜପ ମନ୍ତ୍ର ଦେଲେ ଶିଖାଇ

୪୨

ଅଏଁଳା ମାଳ ଗୋଟି ଆଣି ଦେଲେ

 

ଏ ମାଳେ ଜପ କରିବ ବୋଇଲେ

୪୩

ସେଠାରୁ ଉଠିଣ ମୂନି ଚଳିଲେ

 

ଚିତ୍ରରେଖା ତାଙ୍କ ସଙ୍ଗରେ ଗଲେ

୪୪

ଗୋପାମାନଙ୍କର ଘରରେ ମିଳି

 

ଦେଖି ଶୁଣି ଗୋପୀ ଆନନ୍ଦେ ଚଳି

୪୫

ମନ୍ଦିର ମାନ କଲେକ ନିର୍ମଳ

 

ଚିତ୍ରକାର ରୂପ ଲେଖିଲେ ଘର

୪୬

ସମସ୍ତଙ୍କ ଘର ଚତୁର୍ଦ୍ଧା ରୂପ

 

ରାମ ରଘୁ ଗୋପୀ ସେ ବିଶ୍ୱନାଥ

୪୭

ସହସ୍ରେ ପୁରେ ଲେଖି ରୂପକାର

 

ଶାମଳ ମୂରତି ଅତି ସୁନ୍ଦର

୪୮

ସମସ୍ତଙ୍କ ପୁରେ ନାରଦ ମିଳି

 

ଜୀବନ୍ୟାସ ରୁପ ସବିଙ୍କ କରି

୪୯

ପୂଜା କଲେ ନାରାୟଣ ମନ୍ତ୍ରରେ

 

ଆଳତି ଧୂପ ଦୀପ ଚନ୍ଦନରେ

୫୦

ସମସ୍ତଙ୍କୁ ବ୍ରହ୍ମଜ୍ଞାନ କହିଣ

 

ଅଏଁଳା ମାଳି ସମସ୍ତଙ୍କୁ ପୁଣ

୫୧

ଦେଇଣ ମହାମନ୍ତ୍ର କହିଦେଲେ

 

ଏମନ୍ତେ ଜପ କରିବ ବୋଇଲେ

୫୨

ଚିତ୍ରରେଖାକୁ କହି ଚଳିଗଲେ

 

ଇନ୍ଦୁରେଖା ପୁରେ ପ୍ରବେଶ ହେଲେ

୫୩

ଯମୁନା ଗୋଧୋଇ ଯାଇଛି ସେହି

 

ସଙ୍ଗ ସଖୀମାନେ ନାହାନ୍ତି କେହି

୫୪

ଶାଶୁ ଜଟିଳା ଘରେ ତାର ଅଛି

 

ମୁନିଙ୍କି ଦେଖିଣ ଓଳଗେ ଆସି

୫୫

ସୁବର୍ଣ୍ଣ ଝରୀରେ ପାଣି ଆଣିଣ

 

ମୁନିଙ୍କ ଚରଣ ଧୋଇଲା ପୁଣ

୫୬

ଝୀନ ବସନରେ ଚରଣ ପୋଛି

 

ଶାଲ ଯୋଡ଼ି ପାଡ଼ି ଦେଲା ତଡ଼ତି

୫୭

ତହିଁ ପରେ ମୁନି ଯାଇଁ ବସିଲେ

 

ଏହି ସମୟେ ଇନ୍ଦୁରେଖା ମିଳେ

୫୮

ଦେଖିଲା ପୁରେ ବିଜେ ଦେବଋଷି

 

ମୁନିଙ୍କ ଚରଣେ ଲୋଟିଲା ଆସି

୫୯

ମୁନି ବୋଇଲେ କେଣେ ଯାଇଥିଲ

 

ଜଟିଳା ସେବା କଲାକ ଅପାର

୬୦

ସହସ୍ରେ ସାଖା ଯେ ସଙ୍ଗରେ ଥିଲେ

 

ସମସ୍ତେ ମୁନିଙ୍କି ଦର୍ଶନ କଲେ

୬୧

ଚରଣେ ଶୋଇଲେ ସକଳ ଗୋଈ

 

ଉଠିଣ କର ଯୋଡ଼ିଁ ଉଭା ହୋଇ

୬୨

ନାରଦ ବୋଇଲେ ସମସ୍ତେ ଶୁଣ

 

ତୁମ୍ଭ ଚିନ୍ତା ଦେଖି ଅଇଲୁ ପୁଣ

୬୩

ଶ୍ରୀକୃଷ୍ଣ ଗଲାରୁ ଝୁରୁଛ ତୁମ୍ଭେ

 

ବୋଧ କରିବାକୁ ଆସିଛୁ ଆମ୍ଭେ

୬୪

ଚିତ୍ରପଟରେ ରୂପ ଲେଖି ଦେବା

 

ତୁମ୍ଭମାନ ମନ ଶାନ୍ତି କରିବା

୬୫

ଶୁଣିଣ ସମସ୍ତେ ତୋଷ ହୋଇଲେ

 

ଜୀବନ ଆମ୍ଭର ରଖ ବୋଇଲେ

୬୬

ଶୁଣିଣ ନାରଦ ମନେ ବିଚାରି

 

ରୂପକାରେ ଆସି ତୁରିତେ ମିଳି

୬୭

ଋଷି ବୋଇଲେ ଶୁଣ ଗୋ ଗୁଆଳି

 

ଯେଝା ମନ୍ଦିର ନିରିମଳ କରି

୬୮

ରୂପକାରକୁ ଦେଖାଇଣ ଦେବ

 

ଚିତ୍ରପଟେ ରୂପ ଲେଖିବେ ସର୍ବ

୬୯

ରୂପ ଦେଖିଣ ଆମ୍ଭ ପାଶେ ଆସ

 

ଆମ୍ଭେ ତୁମ୍ଭଙ୍କୁ କହିବା ଗୁପତ

୭୦

ଶୁଣିଣ ସମସ୍ତେ ଚଳିଣ ଗଲେ

 

ରୂପକାର ମାନ ସଙ୍ଗରେ ନେଲେ

୭୧

ଘରମାନଙ୍କରେ ହେଲେ ପ୍ରବେଶ

 

ମନ୍ଦିରମାନ ଦେଖାଇ ହରଷ

୭୨

ନିର୍ମଳ ଦେଖି ଚିତଚ୍ରପଟ ଲେଖି

 

ଅନନ୍ତ ଶୟନେ ଯେସନେ ମତି

୭୩

ଅଳଙ୍କାର ରୂପ ସବୁରି ପରେ

 

ଶୟନ ହୋଇଛି ସର୍ପ ଉପରେ

୭୪

ଲକ୍ଷ୍ମୀ ସରସ୍ୱତୀ ପାଦ ମଞ୍ଚାଳି

 

ବୀଣା ତମ୍ୱୁରା ଧରି ସ୍ୱର କରି

୭୫

ଏମନ୍ତ ରୂପ ଯେ ସମସ୍ତ ଘରେ

 

ଲେଖିଣ ମଣ୍ଡଳ ଦେଲେ ଉପରେ

୭୬

ଇନ୍ଦୁରେଖା ପୁରେ ଏହି ପ୍ରକାରେ

 

ଚତୁର୍ଦ୍ଧା ମୂରତି ସବୁରି ଘରେ

୭୭

ଲେଖି ରୂପକାର ମିଳିଲେ ଆସି

 

ସମସ୍ତ ଗୋପୀ ସଙ୍ଗେ ସଙ୍ଗେ ଛନ୍ତି

୭୮

ଦେଖିଣ ଉଠିଲେ ନାରଦ ପୁଣ

 

ଚରଣ ଧୋଇ ବସିଲେ ତକ୍ଷଣ

୭୯

ଅନନ୍ତ ମନ୍ତ୍ରେ ଅଣାକାର ରୂପ

 

ଜୀବନ୍ୟାସ କଲେ ଚତୁର୍ଦ୍ଧା ରୂପ

୮୦

ପୁରୁଷ ଦୁଇ ସ୍ତିରୀ ଦୁଇ ଜଣ

 

ଷୋଡ଼ଶ ମନ୍ତ୍ରେ ପୂଜା କଲେ ପୁଣ

୮୧

ଇନ୍ଦୁରେଖା ପୂଜା ସାମଗ୍ରୀ ଦେଲା

 

ଆଗେ ଧୁଆ ମୁଗ ନେଇ ଥୋଇଲା

୮୨

ଚିନି ଗୁଡ ସଙ୍ଗେ ପଇଡ଼ ଜାଣ

 

ଡାଲି ରୁଟି ଗଜା ଡ଼ାଳିମ୍ୱ ପୁଣ

୮୩

ଦେଖିଣ ମୁନି ତାଙ୍କୁ ପୂଜା ଦେଲେ

 

ଧୂପ ଦୀପ ଗନ୍ଧ ଆଳତି କଲେ

୮୪

ଅମଳାଣ ବସ୍ତ୍ର ପିନ୍ଧାଇ ତାଙ୍କୁ

 

ଫୁଲ ଚନ୍ଦନେ ବେଶ କଲେ ତାଙ୍କୁ

୮୫

ଉଠି ପ୍ରଳମ୍ୱିତ କଲେକ ମୁନି

 

ଇନ୍ଦୁରେଖା ସଙ୍ଗେ ସମସ୍ତେ ପୁଣି

୮୬

ଦର୍ଶନ କଲେ ଧରଣୀରେ ଶୋଇ

 

ବୋଲନ୍ତି ଦୟା କର ଲକ୍ଷ୍ମୀସାଇଁ

୮୭

ସହସ୍ରେ ଗୋପୀଙ୍କି ନାରଦ କହି

 

ବ୍ରହ୍ମଜ୍ଞାନ ମନ୍ତ୍ର ଶିଖାଇ ଦେଇ

୮୮

ଷୋଡ଼ଶ ଉପଚାର ପୂଜା ଦେଲେ

 

ବେଶ ଭୂଷଣ ସବୁ କହି ଦେଲେ

୮୯

ଶଉଚ ସ୍ନାହାନ ତର୍ପଣ କର

 

ଧୂପ ଆଳତି ଦୀପେ ତୋଷ ଯାର

୯୦

କାଇଁଚ ମାଳା ସହସ୍ରେ ଆଣିଣ

 

ସହସ୍ରେ ଗୋପୀଙ୍କି ଦେଲେ ବହନ

୯୧

ବୋଇଲେ ଏ ମାଳେ କରିବ ଜପ

 

ମହାମନ୍ତ୍ର ମନେ ଧ୍ୟାଇ ସ୍ୱରୂପ

୯୨

ସେଠାରୁ ଉଠିଣ ବହନ ଗଲେ

 

ଗୋପୀଙ୍କ ଘରେ ପ୍ରବେଶ ହୋଇଲେ

୯୩

ଚତୁର୍ଦ୍ଧା ମୂର୍ତ୍ତି ଜୀବନ୍ୟାସ କରି

 

ସମସ୍ତଙ୍କ ଘରେ ନାରଦ ଫେରି

୯୪

ସହସ୍ରେ ରୂପ ଜୀବନ୍ୟାସ କଲେ

 

ସମସ୍ତଙ୍କୁ କହି ସେଠାରୁ ଗଲେ

୯୫

ଇନ୍ଦୁରେଖା ପୁରେ ହେଲେ ପ୍ରବେଶ

 

ବୁଝାଇ ତାଙ୍କୁ କହିଲେ ସମସ୍ତ

୯୬

ସେଠାରୁ ମୁନି କଲେକ ଗମନ

 

ଲବଙ୍ଗଲତା ପୁରେ ଯାଇ ପୁଣ

୯୭

ଆନନ୍ଦ ଦିନ ସୁନ୍ଦରୀର ପୁଣ

 

ସ୍ନାହାନ ସାରି ପିନ୍ଧ ଅମଳାଣ

୯୮

ଫୁଲ ଚନ୍ଦନ ବେଶ ହୋଇ ନାରୀ

 

ସିଂହାସନ ପରେ ବସି ସୁନ୍ଦରୀ

୯୯

ସହସ୍ରେ ସୁନ୍ଦରୀ ସଙ୍ଗରେ ଛନ୍ତି

 

ଆଲଟ ଚାମର କଉଁ ବିଞ୍ଚନ୍ତି

୧୦୦

କେବଣ ନାରୀମାନେ କଲେ ନୃତ୍ୟ

 

ବୀଣା ତମ୍ୱୁରା କେ ବାୟେ ତୁରିତ

୧୦୧

ରାମ କୃଷ୍ଣ ଦାମ ସୁଦାମ କେହୁ

 

ଢଳି ଯେସନେ ନାଚୁଥାନ୍ତି ପ୍ରହୁ

୧୦୨

ସେହି ରୂପେ ନାଟ ନୃତ୍ୟ ହୋଉଛି

 

ବିଜେ କଲେ ଯାଇଁ ବ୍ରହ୍ମାଙ୍କ ବଚ୍ଛି

୧୦୩

ଦେଖି ସିଂହାସନୁ ଲବଙ୍ଗଲତା

 

ଉଠିଣ ମୁନି ଚରଣେ ଭଗତା

୧୦୪

ସକଳ ଗୋପୀ ପାଦେ ଓଳଗିଲେ

 

ଲବଙ୍ଗଲତା ଚରଣ ଧୋଇଲେ

୧୦୫

ଝୀନ ବସନରେ ପୋଛି ବହନ

 

ମୁନିଙ୍କ ବସାଏ ସିଂହାସନେଣ

୧୦୬

ଫଳମୂଳ ଆଣଇ ମୁନିଙ୍କି ଦେଲେ

 

ଯମୁନା ଜଳ ଆଣିଣ ଥୋଇଲେ

୧୦୭

ଉଠିଣ ନାରଦ କଲେ ଭୋଜନ

 

ଆଚମନ ସାରି ଭୁଞ୍ଜିଲେ ପାନ

୧୦୮

ସୁମରଣା କଲେ ରୂପକାରଙ୍କୁ

 

ସହସ୍ରେ ଚିତ୍ରକାର ଆସିବାକୁ

୧୦୯

ରୂପକାର ଆସି ସହସ୍ରେ ମିଳି

 

ଲବଙ୍ଗଲତା ଦେଖି ମନେ ଭାଳି

୧୧୦

ମନେ ବିଚାରଇ କିସ ଚରିତ୍ର

 

ସହସ୍ରେ ଅଇଲେ ଶୂନ୍ୟ ପୁରୁଷ

୧୧୧

ନାରଦ କହେ ଗୋପାଳୁଣୀ ଶୁଣ

 

ମନ୍ଦିର ଗୋଟିଏ ଦେଖାଅ ପୁଣ

୧୧୨

ରୂପକାର ଚିତ୍ରପଟେ ଲେଖିବେ

 

ସମସ୍ତଙ୍କ ମନ ତୋଷ କରିବେ

୧୧୩

ଗୋପୀମାନଙ୍କ ସଙ୍ଗତରେ ଯାଇ

 

ସମସ୍ତଙ୍କ ଘରେ ରୂପ ଭିଆଇ

୧୧୪

ମଛ କୁରୁମ ବରେହା ଗଣେଶ

 

ସମସ୍ତଙ୍କ ପୁରେ କରି ପ୍ରକାଶ

୧୧୫

ରୂପକାର ମାନେ ଶୂନ୍ୟକୁ ଗଲେ

 

ନାରଦ ଚରଣ ଧୋଇ ବସିଲେ

୧୧୬

ଜୀବନ୍ୟାସ କଲେ ଚତୁର୍ଦ୍ଧା ରୂପ

 

ଏକ ଅକ୍ଷରେ ଅଟେ ଯେଉଁ ମନ୍ତ୍ର

୧୧୭

ଧୂପ ଦୀପ ଗନ୍ଧ ଚନ୍ଦନ ଦେଇ

 

ଅମୃତ ଯୋଗାଡ଼ ପୂଜିଲା ଠାଇଁ

୧୧୮

ସ୍ନାହାନ ବେଶ ପିନ୍ଧାଇବା ବାସ

 

ମନ୍ତ୍ର ପୂଜା ବିଧି କରି ସମସ୍ତ

୧୧୯

ବ୍ରହ୍ମଜ୍ଞାନ ସମସ୍ତଙ୍କୁ କହିଲେ

 

ମଥୁରା କାଞ୍ଚିମାଳ ଆଣି ଦେଲେ

୧୨୦

ସମସ୍ତଙ୍କ ପୁରେ ପ୍ରବେଶ ହୋଇ

 

ରୂପ ଜୀବନ୍ୟାସ କରିଣ ଦେଇ

୧୨୧

ମହାମନ୍ତ୍ରେ ମାଳ ଜପ ଗୋ ସର୍ବେ

 

ଦାସ ଦନାଇ ସେବେ ପଦ୍ମ ପାଦେ

୧୨୨

 

ଦ୍ୱାନ୍ତ୍ରିଂଶ ଛାନ୍ଦ

ଶୁଣ ଗୋ ପାର୍ବତି ଏମନ୍ତ ରସ

 

ଗୋପିନୀ ଦେଖି ନାରଦ ହରଷ

ମଥୁରା ମଞ୍ଜିଆ ସହସ୍ରେ ମାଳ

 

ଦେଇଣ ଗୋପୀକି କହ ସକଳ

ଲବଙ୍ଗଲତା ପୁରେ ହେଲେ ଯାଇ

 

ସମସ୍ତ ଗୋପୀ ଘରେ ଛନ୍ତି ଧ୍ୟାଇ

ଲବଙ୍ଗଲତା ସଙ୍ଗେ ସର୍ବ ଗୋଈ

 

ସମସ୍ତଙ୍କୁ ମୁନି ମେଲାଣି ଦେଇ

ଅନ୍ତର୍ଦ୍ଧାନ ହୋଇ ସେଠାରୁ ଗଲେ

 

ନନ୍ଦ ନଗରେ ପରବେଶ ହେଲେ

ରୋହିଣୀ ଯଶୋଦା ନନ୍ଦ ସଙ୍ଗରେ

 

ରାମ, କୃଷ୍ଣ କଥା ଭାବି ମନରେ

ଏହି ସମୟରେ ନାରଦ ମିଳି

 

ଦେଖି ତିନିଜଣ ପାଦରେ ପଡ଼ି

ଯମୁନା ଜଳରେ ଧୋଇ ଚରଣ

 

ଅମଳାଣ ବସ୍ତ୍ରେ ପୋଛିଲେ ପୁଣ

ସିଂହାସନ ପରେ ନେଇ ବସାଇ

 

ରାମ କୃଷ୍ଣ କଥା ତାଙ୍କୁ ପୁଚ୍ଛଇ

ନାରଦ ବୋଇଲେ ଅଛନ୍ତି ସୁଖେ

 

ବ୍ରହ୍ମ ଜ୍ଞାନସୂତ୍ର ଦେଲେ ସୁପକ୍ଷେ

୧୦

ବିଦ୍ୟା ଶିଖିଣ ବ୍ରାହ୍ମଣ ହୋଇଲେ

 

କଂସ ପୁତ୍ରକୁ ଏବେ ନାଶ କଲେ

୧୧

ମତେ ଭେଜି ଦେଲେ ତୁମ୍ଭ ପୁରକୁ

 

ବୋଇଲେ କହିବ ତାତ ମାତାଙ୍କୁ

୧୨

ବୋଲିବ ଜାରାସନ୍ଧ ସଙ୍ଗେ ଦ୍ୱନ୍ଦ

 

ତାକୁ ମାରିଣ ଆସିବେ ଶ୍ରୀଅଙ୍ଗ

୧୩

ଶୁଣିଣ ନନ୍ଦ ଯଶୋଦା କହିଲେ

 

ଅନ୍ଧ ପଟଳ ଦେଇ କରି ଗଲେ

୧୪

ଛ’ମାସ ହେଲା ନେତ୍ରେ ନ ଦେଖିଲୁ

 

ପାଷାଣ ତରୁ ହୋଇଣ ରହିଲୁ

୧୫

ଏତେ ବୋଲିଣ କରନ୍ତି ରୋଦନ

 

ନାରଦ ତାଙ୍କୁ କଲେ ପ୍ରବୋଧନ

୧୬

ବୋଇଲେ ଆରତ ନୁହ ଗୋ ତୁମ୍ଭେ

 

ବ୍ରହ୍ମାଣ୍ଡ କରତା ସବୁରି ଏବେ

୧୭

ତୁମ୍ଭ ଘରେ ଥିଲେ ରଖନ୍ତେ ଗାଈ

 

ଏବେ ତ ସବୁରି ଠାକୁର ହୋଇ

୧୮

ବୃନ୍ଦାବନରେ ବେହେରା ବୋଲାନ୍ତେ

 

ଏବେ ମହାପ୍ରଭୁ ହେଲେ ସାକ୍ଷାତେ

୧୯

ଦେବତା ବ୍ରାହ୍ମଣ ରାଜା ଯେ ଋଷି

 

ସମସ୍ତଙ୍କର ସେ ଦେବ ଅଟନ୍ତି

୨୦

ପୂର୍ବେ ଭାଗ୍ୟ ଥିଲା ତୁମ୍ଭର ପୁଣ

 

ନାରାୟଣ କୋଳେ ବସିଲେ ଜାଣ

୨୧

ଏବେ ମାଳା ଧରି ଜପ ହରିଙ୍କି

 

ରୂପ ଲେଖି ଦେବା ଦେଖିବ ନିକି

୨୨

ଏତେ ବୋଲି ରୂପକାର ସୁମରି

 

ଦୁଇଜଣ ଆସି ତୁରିତେ ମିଳି

୨୩

ବୋଇଲେ ନନ୍ଦ ବେଗେ ଚଳି ଯାଅ

 

ମନ୍ଦିର ଏହାଙ୍କୁ ଦେଖାଇ ଦିଅ

୨୪

ରୂପ ତହିଁରେ କରନ୍ତୁ ପ୍ରକାଶ

 

ଦେଖିଲେ ତୁମ୍ଭେ ହୋଇବ ସନ୍ତୋଷ

୨୫

ଶୁଣିଣ ନନ୍ଦ ବେଗେ ଚଳିଗଲା

 

ରୂପକାରକୁ ନେଇ ଦେଖାଇଲା

୨୬

ବୋଇଲେ ଏ ପୁରେ କର ଲିଖନ

 

ପଥର କାନ୍ଥ ଚୂନ ବାଡ଼ ପୁଣ

୨୭

ନାରଦ ବୋଇଲେ ରୂପକାରକୁ

 

ଦାରୁବ୍ରହ୍ମ ରୂପ ଏହି ଠାବକୁ

୨୮

ଆଗେ ମଣ୍ଡଳ ଆକାର ସେ କଲେ

 

ଚାରିପାଶେ ଦେବଗଣ ଲେଖିଲେ

୨୯

ମନ୍ଦିରେ ନୀଳ ମାଧବ ଶ୍ରୀହରି

 

ଧବଳ ମୂର୍ତ୍ତି ଅନନ୍ତ ଯେ କରି

୩୦

ମଧ୍ୟରେ କୁଙ୍କୁମ ଦେବୀ ଲେଖିଲେ

 

ସୁଦର୍ଶନ ଚକ୍ର ରୂପ ଲିହିଲେ

୩୧

ଆଗେ ସଦାଶିବ ପଛରେ ବ୍ରହ୍ମା

 

ସମସ୍ତେ ଅଛନ୍ତି ମଣ୍ଡଳ ସୀମା

୩୨

ଲେଖି ରୂପକାର କହିଣ ଗଲେ

 

ନାରଦ ଚରଣ ଧୋଇ ବସିଲେ

୩୩

ନନ୍ଦକୁ ବୋଇଲେ ସାମଗ୍ରୀ ଆଣ

 

ଗୁଆ ନଡ଼ିଆ ଯେ ଚାଉଳ ପୁଣ

୩୪

ଦୁଧ ଦହି ସର ଛେନା କଦଳୀ

 

ପଇଡ଼ ନବାତ ଯମୁନା ବାରି

୩୫

ଘୃତ ସମିଧ ଯେ ରଖିଲେ ପୁଣ

 

ଫୁଲ ଚନ୍ଦନ ଧୂପ ଦୀପ ଜାଣ

୩୬

ସମସ୍ତ ସଂଯୋଗ କରି ରଖିଲେ

 

ନୀଳ ବ୍ରହ୍ମକୁ ଜୀବନ୍ୟାସ କଲେ

୩୭

ଗୋପାଳ ମନ୍ତ୍ରେ ପୂଜା ତାଙ୍କୁ କରି

 

ଅନନ୍ତ ମୂର୍ତ୍ତି ଜୀବନ୍ୟାସ କରି

୩୮

ଶିବ ପଞ୍ଚାକ୍ଷରେ ପୂଜା କରିଣ

 

ଭୁବନେଶ୍ୱରୀ ମନ୍ତ୍ରେ ଦେବୀ ପୁଣ

୩୯

ଜୀବନ୍ୟାସ କରି ଦେବୀ ପୂଜିଲେ

 

ଜୀବନ୍ୟାସ ସୁଦର୍ଶନକୁ କଲେ

୪୦

ମଣ୍ଡଳ ଦେବ ଜୀବନ୍ୟାସ କରି

 

ଷୋଡ଼ଶ ମନ୍ତ୍ରେ ପୂଜା ବିଧି ସାରି

୪୧

ହୋମ କରିଣ କଲେକ ପବିତ୍ର

 

ସକଳ ପଦାର୍ଥ କଲେ ପୂଜିତ

୪୨

ଫୁଲ ଚନ୍ଦନ ବେଶ କରାଇଲେ

 

ନନ୍ଦ ଯଶୋଦା ରୋହିଣୀ ଡାକିଲେ

୪୩

ଦାରୁବ୍ରହ୍ମଙ୍କୁ କରାଇ ଦର୍ଶନ

 

ସେଠାରୁ ଉଠିଲେ ନାରଦ ପୁଣ

୪୪

ପ୍ରସାଦ ନେଇ କଲେକ ଭୋଜନ

 

ନନ୍ଦ ଯଶୋଦା ରୋହିଣୀ ଯେ ପୁଣ

୪୫

ମୁନି ପ୍ରସାଦ ଭୁଞ୍ଜିଣ ସନ୍ତୋଷ

 

ଆଗମନ କରି ବ୍ରହ୍ମାଙ୍କ ଶିଷ

୪୬

ବିଡ଼ିଆ ଭୁଞ୍ଜି ସନ୍ତୋଷ ହୋଇଲେ

 

ମନ୍ତ୍ର ପୂଜା ବିଧି ଶିଖାଇ ଦେଲେ

୪୭

ସ୍ନାହାନ ଶଉଚ ବେଶ ଭୂଷଣ

 

ନନ୍ଦକୁ କହି ଚଳିଗଲେ ପୁଣ

୪୮

ମଥୁରା ପୁରେ ପରବେଶ ହେଲେ

 

ଉଗ୍ରସେନ ସଭାଠାରେ ମିଳିଲେ

୪୯

ଦେଖିଣ ସମସ୍ତେ ଉଠିଲେ ବେଗେ

 

ପ୍ରଳମ୍ୱିତ କଲେ ମୁନିଙ୍କ ପାଦେ

୫୦

ରାମ କୃଷ୍ଣ ଉଠି ଚରଣେ ସେବି

 

ସବାରେ ନେଇ ବସାଇଲେ ବେଶି

୫୧

ଉଗ୍ରସେନ ଦିବ୍ୟ ଆସନ ଦେଲେ

 

ଆନନ୍ଦ ହୋଇଣ ମୁନି ବସିଲେ

୫୨

ସଭା ଭାଙ୍ଗିଣ ଯେଝା ଘର ଗଲେ

 

ରାମ କୃଷ୍ଣ ସଙ୍ଗେ ଋଷି ଚଳିଲେ

୫୩

ବସୁଦେବ ପୁରେ ହେଲେ ପ୍ରବେଶ

 

ଭିତରକୁ ଗଲେ ରୋହିଣୀ ଶିଷ

୫୪

ଶ୍ରୀକୃଷ୍ଣ ନାରଦ ବସିଲେ ପୁଣି

 

କୁଶଳ ବାରତା ପୁଛିଲେ ଜାଣି

୫୫

ଗୋପପୁର କଥା ମୁନି କହିଲେ

 

ଗୋପୀଗଣ ବଡ଼ ଦୁଖୀ ହୋଇଲେ

୫୬

ଚିନ୍ତାରେ ହୃଦୟ ଗଲାଣି ସଢ଼ି

 

ଶରୀର ମାନ ଅଛି କଳା ପଡ଼ି

୫୭

ରାତ୍ର ଦିବସରେ ଝୁରନ୍ତି ବସି

 

ଅନୁକ୍ଷଣରେ ଚିନ୍ତା ବ୍ରହ୍ମରାଶି

୫୮

ନେତ୍ର ମାନଙ୍କରୁ ବୋହୁଛି ବାରି

 

ଆମ୍ଭେ କି ତାଙ୍କର ହେଲୁ ବଇରୀ

୫୯

ଆମ୍ଭଙ୍କୁ ଦେଖି ମାନ୍ୟ ଧର୍ମ୍ମ କଲେ

 

ସକଳ କଥା କୁଶଳ ପୁଛିଲେ

୬୦

ବୋଇଲେ କିମ୍ପା ନ ଆସିଲେ ହରି

 

ଆମ୍ଭେ କି ତାଙ୍କର ହେଲୁ ବଇରୀ

୬୧

ସୁମରୁ ଅଛନ୍ତି ତୁମ୍ଭଙ୍କୁ ନାରୀ

 

ରାଧା ବୋଇଲେ ବଡ଼ ଚିନ୍ତା ଦେଲେ

୬୨

ଚାରି ଦିନକୁ କଣ୍ଟ କରି ଗଲେ

 

ଛ’ମାସ ହୋଇଲା ରହିଲେ ତେଣେ

୬୩

ଦେଖା ଦରଶନ ନ ଦେଲେ ଦିନେ

 

କଟୁ ବଚନ ଆମ୍ଭଙ୍କୁ କହିଲେ

୬୪

ବୋଇଲେ ଦେବତା ଶିଖାଇ ନେଲେ

 

ଆମ୍ଭେ ତାହାଙ୍କୁ ବୋଧିଲୁ ଅପାର

୬୫

ଚିତ୍ରପଟ ଲେଖା ସମସ୍ତ ଘର

 

ସମସ୍ତ ଗୋପୀୟେ ଆମ୍ଭଙ୍କୁ ବୋଲେ

୬୬

ଆମ୍ଭ ଦୁଖ ଜଣାଇବ ଛାମୁରେ

 

ବୋଲିବ ଗୋପକୁ ଆସିବେ ଥରେ

୬୭

ସୁଦୟା କରିବ ଗୋପୀଙ୍କ ଠାରେ

 

ସେଠାରୁ ଆମ୍ଭେ ନନ୍ଦଘର ଗଲୁ

୬୮

ଆଠଦିନ ହେଲା ଗୋପରେ ଥିଲୁ

 

ନନ୍ଦ ଯଶୋଦାଙ୍କୁ କହି ବହୁତ

୬୯

କାନ୍ଥେ ଲେଖିଦେଲୁ ବ୍ରହ୍ମ ସ୍ୱରୂପ

 

ବୋଇଲୁ ଏ ରୂପ ଲୟେ କରିବ

୭୦

ଯେବେ ନାରାୟଣ ନେତ୍ରେ ଦେଖିବ

 

କହିଣ ସେଠାରୁ ଚଳି ଅଇଲୁ

୭୧

ତାଙ୍କର ଦୁଖ ତୁମ୍ଭଙ୍କୁ କହିଲୁ

 

ଦିନେ ତୁମ୍ଭେ ଗୋପ ପୁରକୁ ଯାଅ

୭୨

ତାତ ଜନନୀଙ୍କୁ ବୁଝାଇ କହ

 

ଶ୍ରୀକୃଷ୍ଣ ବୋଇଲେ ଦେଖୁ ନାହଁ କି

୭୩

ଜରାସନ୍ଧ ଧାଡ଼ି ଆମ୍ଭ ତହିଁକି

 

ଦ୍ୱାରିକା ଆମ୍ଭେ ଯେତେବେଳେ ଯିବା

୭୪

ସମସ୍ତ ଗୋପୀଙ୍କି ସଙ୍ଗରେ ନେବା

 

ନାରଦଙ୍କୁ ଘେନି ଭିତରେ ଗଲେ

୭୫

ଚରଣ ଧୋଇ ପୂଜା ବିଧି କଲେ

 

ଭୁଞ୍ଜିବାକୁ ଦିବ୍ୟ ପଦାର୍ଥ ଦେଲେ

୭୬

ଆଚମନ କରି ପାନ ଭୁଞ୍ଜିଲେ

 

ମେଲାଣି ହୋଇ ଗଲେ ନିଜ ପୁର

୭୭

କୃଷ୍ଣ ରହିଲେ ବସୁଦେବ ଘର

 

ଶୁଣିଲଟି କି ଗୋ ଦକ୍ଷ-ନନ୍ଦନି

୭୮

ଗୋପୀମାନଙ୍କର ଚରିତ୍ର ପୁଣି

 

ଭଗବତୀ ବୋଲେ ଶୁଣିମା ହଉ

୭୯

ଗୋପ ସୁନ୍ଦରୀ କିସ କଲେ ଆଉ

 

କେମନ୍ତ ରୂପମାନ ପୂଜା କଲେ

୮୦

କେମନ୍ତେ ତୋଷ ହୋଇଣ ରହିଲେ

 

ଏହା ମୋତେ କହ ଦେବଙ୍କ ନାଥ

୮୧

ଶୁଣିମାକୁ ମୋର ଶରଧା ଚିତ୍ତ

 

ପ୍ରିୟବତୀର ଶରଧାରେ ପୁଣ

୮୨

ଗୋପୀଙ୍କ କଥା କହନ୍ତି ଈଶାନ

 

ରୂପ ଲେଖି ଦେଇ ନାରଦ ଗଲେ

୮୩

ଗୋପୀମାନେ ସବୁ ସନ୍ତୋଷ ହେଲେ

 

ଆଲଟ ବିଞ୍ଚଣି ଧରି ବିଞ୍ଚନ୍ତି

୮୪

ବେଶଭୂଷଣ ନାନା ବର୍ଣ୍ଣେ ପୁଣ

 

ସ୍ନାହାନ ଶଉଚ ବିଧିରେ ଜାଣ

୮୫

ଆନନ୍ଦ ହେଇ ନାନା ଦ୍ରବ୍ୟ ଭ୍ୟାଇ

 

ପୂଜା କରନ୍ତି ଚିତ୍ରପଟେ ନେଇ

୮୬

ବୋଲନ୍ତି ସ୍ୱରୂପ ହୋଉ ତୁମ୍ଭର

 

ଆମ୍ଭ ସଙ୍ଗତରେ କର ବିହାର

୮୭

ରୂପମାନେ ସର୍ବେ ପ୍ରସନ୍ନ ହେଲେ

 

ଗୋପୀମାନଙ୍କୁ ବଚନ କହିଲେ

୮୮

ବୋଇଲେ ଶୁଣ ଗୋ ବ୍ରଜସୁନ୍ଦରି

 

ଅସ୍ଥି ଦେହ ସିନା ଅଟେ ଆମ୍ଭରି

୮୯

ରକତ ମାୟେଁସ ଶରୀରେ ନାହିଁ

 

କେମନ୍ତେ ବୋଧ ହେବ ଗୋପ ଗୋଈ

୯୦

ଆମ୍ଭେ ତ ଦେବତା ତୁମ୍ଭେ ମାନୁଷ

 

ଜୀବନ୍ୟାସରୁ କହିଲୁ ସନ୍ଦେଶ

୯୧

ସାତ ବରଷ ଛଡ଼ ମାସ ଗଲେ

 

ଦ୍ୱାରିକାକୁ କୃଷ୍ଣ ବିଜେ ହୋଇଲେ

୯୨

ନିଶ୍ଚିନ୍ତ ଭୋଗ ଗୋ ତୁମ୍ଭେ କରିବ

 

ଦିନ ସରିବ ଗେ ଲୋକ ମିଳିବ

୯୩

ଅଳପ ଦିନ ଶାନ୍ତି ହେଇ ରହ

 

ରାଧାଠାରେ ଯାଇଁ କର ସେନେହ

୯୪

ଏମନ୍ତ ଶୁଣିଣ ଗୋପୀଏ ତୋଷ

 

ସମସ୍ତେ ମିଳିଲେ ରାଧିକା ପାଶ

୯୫

ଚନ୍ଦ୍ରାବଳୀ ଶତଦଳ କମଳେ

 

ବସିଅଛି ଦେବୀ ପଦ୍ମ କେଶରେ

୯୬

ଚିତ୍ରପଟ ରୂପ ସଙ୍ଗରେ ଘେନି

 

ପଦ୍ମମୁଖ ବେଶ ହୋଇଛି ପୁଣି

୯୭

ମଦନ ମୋହନ କୋଳରେ ଶୋଭା

 

ସଖୀଗଣ ମାନେ ଆଗରେ ଉଭା

୯୮

ଆଲଟ ବିଞ୍ଚଣି ଧରି ବିଞ୍ଚନ୍ତି

 

ମଣିମା ଡାକ ଶବଦ କରନ୍ତି

୯୯

ଧବଳ ଛତି ଆଗେ ଟେକି ପୁଣ

 

ଷୋଳସସ୍ର ଗୋପୀ ଦେଖନ୍ତି ଜାଣ

୧୦୦

ଷୋଳ ନାୟିକା ଜଣାଇଲେ ଯାଇ

 

ସବୁ ଘରେ ରୂପ ନାରଦ ଦେଇ

୧୦୧

ଉଠ ଚନ୍ଦ୍ରାବଳୀ ବହନ ଯିବା

 

ସମସ୍ତଙ୍କ ପୁରେ ଫେରି ଦେଖିବା

୧୦୨

ଶୁଣିଣ ରାଧିକା ଉଠିଣ ବେଗେ

 

ସମସ୍ତଙ୍କୁ ଘେନି ଚଳେ ସରାଗେ

୧୦୩

ପୂର୍ଣ୍ଣମାସୀ ପୁରେ ମିଳିଲେ ଯାଇ

 

ଚନ୍ଦ୍ରଶିଖର ସଙ୍ଗରେ କହ୍ନାଇ

୧୦୪

ଦେଖିଣ ଦର୍ଶନ ତାହାଙ୍କୁ କଲେ

 

ଧବଳ ଛତି ଅଛି ଶିର ପରେ

୧୦୫

ମଣିମା ଡାକ ଆଗରେ ହଉଛି

 

ଆଡ଼େ ହୁଅ ବୋଲି କେହୁ କହୁଛି

୧୦୬

ଆଲଟ ବିଞ୍ଚଣି ବିଞ୍ଚନ୍ତି ଧରି

 

ମଧ୍ୟରେ ବିଜୟ ରାଧାସୁନ୍ଦରୀ

୧୦୭

ଆଗରେ ଷୋଳ ନାୟିକା ଚାଲନ୍ତି

 

ପଛେ ସର୍ବ ଗେପୀ ଗୋଡ଼ାଇଛନ୍ତି

୧୦୮

ଗୋପୀମାନଙ୍କର ଘରେ ଦେଖିଲେ

 

ଚିତ୍ରପଟର ଲେଖା ଦେଖି ଗଲେ

୧୦୯

ସହସ୍ରେ ରୂପ ମାଧବରେ ଅଛି

 

ମଦନ ମୋହନ ସହସ୍ରେ ଦେଖି

୧୧୦

ଗୋପ ନଗରେ ହାଲୋଳ ହୋଇଲା

 

ରାଇ ରାଜା ଗୋପନଗ୍ରେ ଫେରିଲା

୧୧୧

ମାଧବ ରୂପ ବେଶ ଶ୍ୱେତ ଫୁଲେ

 

ମଦନମୋହନ ବେଶ ପଦ୍ମରେ

୧୧୨

ଦୁଇ ସସ୍ର ରୂପ ଦେଖିଣ ପୁଣ

 

ବିଳୟ ଲଳିତା ପୁରେ ଯାଇଣ

୧୧୩

ଦେଖିଲେ ଇନ୍ଦ୍ରଗୋବିନ୍ଦ ସେଥିରେ

 

ଫରି ଧରିଛନ୍ତି ବାମ କରରେ

୧୧୪

ସେହିରୂପେ ପୁଣି ସହସ୍ରେ ଘର

 

ଦେଖିଣ ସମସ୍ତେ ଚଳେ ସତ୍ୱର

୧୧୫

ବିଶାଖା ପୁରରେ ଦେଖିଲେ ଯାଇ

 

ଚତୁର୍ଦ୍ଧା ରୂପ ନାରାୟଣ ତହିଁ

୧୧୬

ସହସ୍ରେ ମନ୍ଦିର ଦେଖିଣ ଗଲେ

 

ମାଳତୀ ପୁରେ ଗୋପୀନାଥ ଭଲେ

୧୧୭

ସେଠାରୁ ମଲ୍ଲିକା ପୁରେ ମିଳିଲେ

 

କହ୍ନାଇ ରୂପ ସହସ୍ରେ ଦେଖିଲେ

୧୧୮

ମରୁଆ ପୁରେ ଦେଖିଲେକ ଯାଇ

 

ବାସୁଦେବ ରୂପ ସହସ୍ରେ ହୋଇ

୧୧୯

କୁଞ୍ଜଲତା ଘରେ ପ୍ରବେଶ ହେଲେ

 

ବାମନ ରୂପ ତହିଁରେ ଦେଖିଲେ

୧୨୦

ଦୂତିକା ପୁରେ ଗୋପୀନାଥ ଦେଖି

 

ବୃନ୍ଦାବତୀ ପୁରେ ସମସ୍ତେ ଯାନ୍ତି

୧୨୧

କୃଷ୍ଣ ରୂପକୁ ସେଠାରେ ଦେଖିଲେ

 

ନୃସିଂହ ରୂପ ଦରଶନ କଲେ

୧୨୨

ସୁଦେବୀ ଗୃହେ ଦାଶରଥି ରୂପ

 

ତୁଙ୍ଗ ଦେବୀ ପୁରେ ରାମ ସ୍ୱରୂପ

୧୨୩

ଚିତ୍ରଦେବୀ ପୁରେ ରଘୁନାଥଙ୍କୁ

 

ଇନ୍ଦୁରେଖା ପୁରେ ମଚ୍ଛ କୂର୍ମଙ୍କୁ

୧୨୪

ଲବଙ୍ଗ ପୁରେ ଅଣାକାର ରୂପ

 

ନନ୍ଦ ପୁରେ ଦାରୁବ୍ରହ୍ମ ସ୍ୱରୂପ

୧୨୫

ଷୋଳସସ୍ର ପୁରେ ଦେଖିଣ ରୂପ

 

ନନ୍ଦ ପୁରେ ଦେଖି ହେଲେ ଉଷତ

୧୨୬

ସକଳ ଗୋପୀ ଯେଝା ଘର ଗଲେ

 

ଚନ୍ଦ୍ରସେଣା ପୁରେ ରାଧା ମିଳିଲେ

୧୨୭

ସମସ୍ତଙ୍କ ମନ ହରଷ ହେଲା

 

ଦନାଇ ଦାସ ଗୋପରେ ରହିଲା

୧୨୮

ସମାପ୍ତ